କନକ ବ୍ୟୁରୋ : ନିଜ ଗାଁ ପାଖ ରେ ଜଳ ବିଶୋଧନାଗାର। ଏଇଠୁ ଅଧା ରାଜଧାନୀକୁ ଜଳଯୋଗାଣ ହେଉଛି। କିନ୍ତୁ ଗାଁ ଲୋକଙ୍କୁ ନିଇତି ପାଣି ପାଇଁ ସଂଘର୍ଷ କରିବାକୁ ପଡ଼ୁଛି। ୨୪ଘଣ୍ଟାରୁ ମାତ୍ର ଘଣ୍ଟାଏ ପାଇଁ ଲୋକଙ୍କୁ ପାଣି ଯୋଗାଣ କରାଯାଉଛି। ସମସ୍ୟା ଖାଲି ସେତିକି ନୁହେଁ, ଯୋଗାଣ ହେଉଥିବା ପାଣିର ବେଗ ଏତେ କମ୍ ଯେ ଗୋଟିଏ ବାଲତି ପାଣି ପୂରିବାକୁ ୧୦ମିନିଟ୍ ସମୟ ଲାଗୁଛି। ୪ ବାଲତି ନ ପୂରୁଣୁ ପାଣି ବନ୍ଦ।Continue reading “ଅଧା ଭୁବନେଶ୍ୱରକୁ ପାଣି ଯୋଗାଉଥିବା ଗାଁରେ ଜଳକଷ୍ଟ । ଘଣ୍ଟା ଆସୁଛି ପାଣି, ୪ ବାଲତି ପାଣି ବି ପୂରା ହେଉନି । “
Author Archives: Raghaba
ରାୟଗଡ଼ାରୁ ଆସିଲା ଅଭାବନୀୟ ଚିତ୍ର : ପ୍ରେମିକା ସହ ଶାରିରୀକ ସମ୍ପର୍କ ରଖି ଠକି ଦେଲା ପ୍ରେମିକ; ଶିଶୁ କନ୍ୟା ଜନ୍ମ ହେବା ପରେ ଗ୍ରହଣ କରିବାକୁ ନାରାଜ
କନକ ବ୍ୟୁରୋ : ୮ ଦିନର ଶିଶୁ କନ୍ୟାକୁ ଧରି ପ୍ରେମିକର ଫେରିବା ବାଟକୁ ଚାହିଁ ରହିଛି ପ୍ରେମିକା । ସେପଟେ ପ୍ରେମିକାର ଆଉଜଣଙ୍କ ସହ ସଂପର୍କ ରହିଥିବା ଅଭିଯୋଗ କରି ତାକୁ ଗ୍ରହଣ କରିବାକୁ ରାଜି ନୁହେଁ ପ୍ରେମିକ । ପୀଡିତାଙ୍କ ଅଭିଯୋଗ ଅନୁସାରେ, ସଖୀ ୱାନଷ୍ଟପ କେନ୍ଦ୍ରର କର୍ମକର୍ତାମାନେ ଫେରାର ପ୍ରେମିକ ମହେଶକୁ ଡାକି କାଉନସେଲିଂ କରିଥିଲେ । ହେଲେ ସେ ଯୁବତୀ କିମ୍ବା ନବଜାତ ଶିଶୁକୁ ଗ୍ରହଣ କରିବାକୁ ରାଜି ହୋଇନାହିଁ ।Continue reading “ରାୟଗଡ଼ାରୁ ଆସିଲା ଅଭାବନୀୟ ଚିତ୍ର : ପ୍ରେମିକା ସହ ଶାରିରୀକ ସମ୍ପର୍କ ରଖି ଠକି ଦେଲା ପ୍ରେମିକ; ଶିଶୁ କନ୍ୟା ଜନ୍ମ ହେବା ପରେ ଗ୍ରହଣ କରିବାକୁ ନାରାଜ”
ଚିକିତ୍ସା ବିଜ୍ଞାନରେ ଆଉ ଏକ ଫର୍ଦ୍ଦ ଯୋଡିଲା କଟକ ବଡ଼ ମେଡିକାଲ : କଟା ଯୌନାଙ୍ଗକୁ ଯୋଡି ଯୁବକକୁ ଦେଲେ ନବଜୀବନ
କନକ ବ୍ୟୁରୋ : କଟକ ବଡ଼ ଡାକ୍ତରଖାନାରେ ବିରଳ ଅପରେସନ । ପ୍ରଥମ ଥର ପାଇଁ ଯୋଡାଯାଇଛି କଟା ଯୌନାଙ୍ଗ । ବାଲେଶ୍ୱର ନୀଳଗିରି ଅଂଚଳରେ ଜଣେ ଯୁବକ ନିଜର ଯୌନାଙ୍ଗ କାଟି ଦେଇଥିଲେ । ପ୍ରଥମେ ତାଙ୍କୁ ବାଲେଶ୍ୱର ଡାକ୍ତରଖାନାକୁ ନିଆଯାଇଥିଲା । ସ୍ଥିତି ଜଟିଳ ହେବାରୁ ତାଙ୍କୁ କଟକ ଏସସିବି ମେଡିକାଲର ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ଭର୍ତ୍ତି କରାଯାଇଥିଲା । ଏସସିବିର ଡାକ୍ତରୀ ଟିମ୍ ଅସ୍ତ୍ରୋପଚାର କରି କଟା ଅଙ୍ଗକୁ ଯୋଡିବାରେ ସଫଳ ହୋଇଛନ୍ତିContinue reading “ଚିକିତ୍ସା ବିଜ୍ଞାନରେ ଆଉ ଏକ ଫର୍ଦ୍ଦ ଯୋଡିଲା କଟକ ବଡ଼ ମେଡିକାଲ : କଟା ଯୌନାଙ୍ଗକୁ ଯୋଡି ଯୁବକକୁ ଦେଲେ ନବଜୀବନ”
ଭାରତରେ ଫଳିଲା ମହଙ୍ଗା ପରିବା । ବିହାରର ଯୁବ ଚାଷୀ କଲେ କମାଲ, କିଲୋ ପ୍ରତି ଦର ଲକ୍ଷେ ଟଙ୍କା!
କନକ ବ୍ୟୁରୋ : ବିହାରର ଔରଙ୍ଗାବାଦ ଜିଲ୍ଲାରେ ଜଣେ ଯୁବକ ବିଶ୍ୱର ସବୁଠାରୁ ମହଙ୍ଗା ପରିବା ଚାଷ କରିଛନ୍ତି, ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଭାରତୀୟ ପ୍ରଶାସନିକ ଅଧିକାରୀ ସୁପ୍ରିୟା ସାହୁ ଏକ ଟୁଇଟ କରି ଚାଷୀ ଅମରେଶ ସିଂହ କରୁଥିବା ମହଙ୍ଗା ଚାଷ ବିଷୟରେ ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି, ହପ୍ ସୁଟ୍ସ ହେଉଛି ବିଶ୍ୱର ସବୁଠାରୁ ମହଙ୍ଗା ପରିବା। ଏହାର କିଲୋ ପ୍ରତି ମୂଲ୍ୟ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି ଏବଂ ଏହାକୁContinue reading “ଭାରତରେ ଫଳିଲା ମହଙ୍ଗା ପରିବା । ବିହାରର ଯୁବ ଚାଷୀ କଲେ କମାଲ, କିଲୋ ପ୍ରତି ଦର ଲକ୍ଷେ ଟଙ୍କା!”
ଆଜିଠାରୁ ପୁନେରେ ଲାଗୁ ହେବ ୧୨ ଘଂଟିଆ ନାଇଟ୍ କର୍ଫ୍ୟୁ : ସପ୍ତାହ ପର୍ଯ୍ୟନ୍ତ କଟକଣା ଲଗାଇଲା ପୁନେ ପ୍ରଶାସନ
କନକ ବ୍ୟୁରୋ : ପୁଣେରେ ୧୨ ଘଂଟିଆ କର୍ଫ୍ୟୁ ଘୋଷଣା କରାଯାଇଛି । ଆଜିଠାରୁ ଏହି କଟକଣା ବଳବତ୍ତର ହେବ । ସଂଧ୍ୟା ୬ଟାରୁ ସକାଳ ୬ଟା ଯାଏଁ ଲାଗୁ ରହିବ କର୍ଫ୍ରୁ । ଏହି ୧୨ ଘଂଟା ମଧ୍ୟରେ ଚଳପ୍ରଚଳ ଉପରେ କଡା କଟକଣା ରହିବ । ଏହାସହ ଆସନ୍ତା ୭ ଦିନ ଯାଏଁ ବନ୍ଦ ରହିବ ବାର୍, ହୋଟେଲ, ରେଷ୍ଟୁରାଂଟ ଓ ସିନେମା ହଲ । ସେହିପରି ଆସନ୍ତା ୭ ଦିନ ପାଇଁ ଧର୍ମାନୁଷ୍ଠାନContinue reading “ଆଜିଠାରୁ ପୁନେରେ ଲାଗୁ ହେବ ୧୨ ଘଂଟିଆ ନାଇଟ୍ କର୍ଫ୍ୟୁ : ସପ୍ତାହ ପର୍ଯ୍ୟନ୍ତ କଟକଣା ଲଗାଇଲା ପୁନେ ପ୍ରଶାସନ”
ଆଜି ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତନ ଉତ୍ସବ । ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ଉପରାଷ୍ଟ୍ରପତି, ଦେଶର ୫ ବିଶିଷ୍ଟ ବ୍ୟକ୍ତିଙ୍କୁ ଦିଆଯିବ ସମ୍ମାନଜନକ ଡିଲିଟ୍ ଉପାଧି ।
କନକ ବ୍ୟୁରୋ : ଆଜି ଉତ୍କଳ ବିଶ୍ୱବିଦ୍ୟାଳୟ ପାଳନ କରିବାକୁ ଯାଉଛି ୫୦ ତମ ସମାବର୍ତନ ଉତ୍ସବ । ସମାବର୍ତନ ଉତ୍ସବର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ । ସମାରୋହରେ ଅଧ୍ୟକ୍ଷତା କରିବେ ବିଶ୍ୱବିଦ୍ୟାଳୟର କୁଳାଧିପତି ତଥା ରାଜ୍ୟପାଳ ଗଣେଶୀ ଲାଲ । ସମ୍ମାନିତ ଅତିଥି ଭାବେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ଉତ୍ସବରେ ଦେଶର ପାଞ୍ଚ ଜଣContinue reading “ଆଜି ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତନ ଉତ୍ସବ । ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ଉପରାଷ୍ଟ୍ରପତି, ଦେଶର ୫ ବିଶିଷ୍ଟ ବ୍ୟକ୍ତିଙ୍କୁ ଦିଆଯିବ ସମ୍ମାନଜନକ ଡିଲିଟ୍ ଉପାଧି ।”
ତାତିରୁ ମିଳିବ ସାମାନ୍ୟ ଆଶ୍ୱସ୍ତି : ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ସମ୍ଭାବନା; ୨ଦିନ ପାଇଁ ୧୩ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
କନକ ବ୍ୟୁରୋ : ରାଜ୍ୟବାସୀଙ୍କ ପାଇଁ ସାମୟିକ ଭାବେ ଆଶ୍ବସ୍ତିର ଖବର ଆଣିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ରାଜଧାନୀ ଭୁବନେଶ୍ୱର ସମେତ ପୂରା ରାଜ୍ୟର ତାପମାତ୍ରା ଆସନ୍ତା ୨ଦିନ ମଧ୍ୟରେ ୨ରୁ ୪ଡିଗ୍ରି ପର୍ଯ୍ୟନ୍ତ ଖସିବ। ଏହି ସମୟରେ ଉପକୂଳ ଜିଲ୍ଲାର ଅଧିକାଂଶ ସ୍ଥାନରେ କାଳବୈଶାଖୀ ଅନୁଭୂତ ହେବ। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ ଓ ୪୦ କିଲୋମିଟର ବେଗରେ ପବନ ବହିବ। ତେଣୁ ଗତ କିଛି ଦିନ ହେଲା ଭୀଷଣ ଗ୍ରୀଷ୍ମପ୍ରବାହରେContinue reading “ତାତିରୁ ମିଳିବ ସାମାନ୍ୟ ଆଶ୍ୱସ୍ତି : ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ସମ୍ଭାବନା; ୨ଦିନ ପାଇଁ ୧୩ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି”
ନିଆଁ ଲିଭାଇବା ପାଇଁ ନାହାନ୍ତି କର୍ମଚାରୀ, ଜଙ୍ଗଲ ନିଆଁ ବଢାଉଛି ଅଗ୍ନିଶମ ବିଭାଗର ଚିନ୍ତା ।
କନକ ବ୍ୟୁରୋ : ଜଙ୍ଗଲ ନିଆଁ ବଢ଼ାଉଛି ମୁଣ୍ଡବ୍ୟଥା। ନିଆଁ ରୋକିବାକୁ ପ୍ରଚେଷ୍ଟା କରି ଥକି ପଡିଲେଣି ଜଙ୍ଗଲ ଓ ଅଗ୍ନିଶମ ବିଭାଗ କର୍ମଚାରୀ। ପ୍ରତିଦିନ ଆଖପାଖ ଜଙ୍ଗଲରେ ନିଆଁ ଲାଗିଥିବା ନେଇ ସୂଚନା ଆସୁଥିବାରୁ ନିଆଁ ଆୟତ୍ତ କରିବା ଉଭୟ ବିଭାଗ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି। ଗତ ମାସକ ମଧ୍ୟରେ ଅଗ୍ନିଶମ ବିଭାଗ ଜଙ୍ଗଲ ନିଆଁ ସଂପର୍କିତ ୩୦ଟି କଲ୍ ପାଇଛି। କର୍ମଚାରୀ ସଙ୍କଟରେ ଘାଣ୍ଟି ହେଉଥିବା ଅଗ୍ନିଶମ ବିଭାଗ ଅନ୍ୟ ଘଟଣା, ଦୁର୍ଘଟଣାସ୍ଥଳକୁContinue reading “ନିଆଁ ଲିଭାଇବା ପାଇଁ ନାହାନ୍ତି କର୍ମଚାରୀ, ଜଙ୍ଗଲ ନିଆଁ ବଢାଉଛି ଅଗ୍ନିଶମ ବିଭାଗର ଚିନ୍ତା ।”
ଥମୁନି ଶିମିଳିପାଳ ନିଆଁ । ପୁଣି ୫୨ଟି ଫାୟାର୍ ପଏଣ୍ଟ୍ ଚିହ୍ନଟ । ବନ ବିଭାଗର ପାରିବା ପଣିଆକୁ ନେଇ ଉଠିଲା ପ୍ରଶ୍ନବାଚୀ।
କନକ ବ୍ୟୁରୋ : ଶିମିଳିପାଳ ନିଆଁ ଥମିବାର ନାମ ନେଉନାହିଁ। ଏବେ ମଧ୍ୟ ଅଭୟାରଣ୍ୟ ଜଳୁଛି । ନୂଆ ନୂଆ ସ୍ଥାନକୁ ଏହି ନିଆଁ ବ୍ୟାପୁଛି। ଶିମିଳିପାଳ ସାଉଥ ଅଧୀନରେ ଥିବା ଉପର ବାରହାକାମୁଡ଼ା ୱାଇଲଡ୍ ଲାଇଫର ଚମ୍ପାଗଡ଼, ଡୁକୁରା ୱାଇଲଡ୍ ଲାଇଫ ଅଧୀନ ମାନିକପୁର, ଫୁଲବାଡ଼ିଆ ଅଞ୍ଚଳରେ ୧୦ଟି ସ୍ଥାନ, ଜେନାବିଲ ୱାଇଲଡ୍ ଲାଇଫ ଅଧୀନ ଚୌଧୁରୀଗଡ଼, କୁଳିପାଳ ଆଦି ଅଞ୍ଚଳରେ ୪ଟି ସ୍ଥାନ, ନଅଣା ସାଉଥ ୱାଇଲଡ୍ ଲାଇଫ ଅଧୀନ ଚାଟଦଣ୍ଡା, ଧୁଡ଼ୁରୁଚମ୍ପା-୧ ଆଦିContinue reading “ଥମୁନି ଶିମିଳିପାଳ ନିଆଁ । ପୁଣି ୫୨ଟି ଫାୟାର୍ ପଏଣ୍ଟ୍ ଚିହ୍ନଟ । ବନ ବିଭାଗର ପାରିବା ପଣିଆକୁ ନେଇ ଉଠିଲା ପ୍ରଶ୍ନବାଚୀ।”
ଉତ୍ତରାଖଣ୍ଡରୁ ଆସିଲା ପ୍ରେରଣାଦାୟୀ କାହାଣୀ । ପାହାଡ଼ ଝରଣା ରାସ୍ତାରେ ୮ କିଲୋମିଟର ଚାଲି ଟିକା ନେବାକୁ ପହଂଚିଲେ ୮୦ ବର୍ଷୀୟ ବୟସ୍କ ।
କନକ ବ୍ୟୁରୋ: ଭ୍ୟାକସିନ ହେଜିଟେନ୍ସି ଅର୍ଥାତ ଟିକା ନେବା ପାଇଁ ଅନାଗ୍ରହ । ଦେଶରେ କରୋନା ଟିକାକରଣ ଆରମ୍ଭ ହେବା ଦିନରୁ ଏହି ପ୍ରସଙ୍ଗଟି ବେଶ ଚର୍ଚ୍ଚାର ବିଷୟ ହୋଇ ରହିଛି । ଲୋକଙ୍କ ଭିତରେ ଟିକା ନେବାକୁ ଅନାଗ୍ରହ କାରଣରୁ ଦେଶରେ ୬ପ୍ରତିଶତରୁ ଅଧିକ ଟିକା ନଷ୍ଟ ହେଉଥିବା କଥା କହିଥିଲେ ପ୍ରଧାନମନ୍ତ୍ରୀ । ଯଦିଓ ବର୍ତମାନ ସୁଦ୍ଧା ଦେଶରେ ୬କୋଟିରୁ ଅଧିକ ଲୋକ ଟିକା ନେଇସାରିଲେଣି ତଥାପି ଲୋକଙ୍କୁ ଅଧିକରୁ ଅଧିକ ଟିକା ନେବାContinue reading “ଉତ୍ତରାଖଣ୍ଡରୁ ଆସିଲା ପ୍ରେରଣାଦାୟୀ କାହାଣୀ । ପାହାଡ଼ ଝରଣା ରାସ୍ତାରେ ୮ କିଲୋମିଟର ଚାଲି ଟିକା ନେବାକୁ ପହଂଚିଲେ ୮୦ ବର୍ଷୀୟ ବୟସ୍କ ।”