ଭୋଟ ସରିବା ପରେ ନନ୍ଦିଗ୍ରାମର ଫଳାଫଳ ଉପରେ ସାରା ଦେଶର ନଜର । ମେ’ ୨ ତାରିଖରେ ହେବ ସ୍ପଷ୍ଟ- ଜଣେ ବନିବ ହିରୋ, ଆଉ ଜଣେ ହେବ ଜିରୋ…

କନକ ବ୍ୟୁରୋ: ୨୦୨୧ର ସବୁଠୁ ବଡ ରାଜନୈତିକ ଲଢେଇ କୁହାଯାଉଥିବା ନନ୍ଦିଗ୍ରାମରେ ଇଭିଏମରେ ସିଲ୍ ହୋଇଛି ମମତା ବାନାର୍ଜି ଓ ଶୁଭେନ୍ଦୁ ଅଧିକାରୀଙ୍କ ରାଜନୈତିକ ଭାଗ୍ୟ । ପଶ୍ଚିମବଙ୍ଗର ଏହି ଚର୍ଚ୍ଚିତ ବିଧାନସଭା ନିର୍ବାଚନ ମଣ୍ଡଳୀରେ ୮୦ ପ୍ରତିଶତରୁ ଅଧିକ ମତଦାନ ହୋଇଛି । ତେବେ ବାତାବରଣ ଏତେ ଅନିଶ୍ଚିତ ଥିଲା ଯେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜେ ଯାଇ ଏକ ବୁଥ୍କୁ ଜଗିଥିଲେ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ନନ୍ଦିଗ୍ରାମ ନିର୍ବାଚନ ଚାଲିଥିବା ବେଳେ ମମତା,Continue reading “ଭୋଟ ସରିବା ପରେ ନନ୍ଦିଗ୍ରାମର ଫଳାଫଳ ଉପରେ ସାରା ଦେଶର ନଜର । ମେ’ ୨ ତାରିଖରେ ହେବ ସ୍ପଷ୍ଟ- ଜଣେ ବନିବ ହିରୋ, ଆଉ ଜଣେ ହେବ ଜିରୋ…”

ଆସନ୍ତାକାଲି ଠାରୁ ପୁଣେରେ ୧୨ ଘଂଟିଆ ନାଇଟ କର୍ଫ୍ୟୁ । ସଂଧ୍ୟା ୬ରୁ ସକାଳ ୬ଟା ଯାଏଁ ଲାଗୁ ରହିବ କଟକଣା ।

କନକ ବ୍ୟୁରୋ: ମହାରାଷ୍ଟ୍ରରେ ବଢୁଥିବା ସଂକ୍ରମଣ ଚିନ୍ତା ବଢାଇଥିବା ବେଳେ ପୁଣେରେ ୧୨ ଘଂଟିଆ କର୍ଫ୍ୟୁ ଘୋଷଣା କରାଯାଇଛି । ଏପ୍ରିଲ ୩ ତାରିଖ ଅର୍ଥାତ ଶନିବାର ଦିନଠାରୁ ଏହି କଟକଣା ବଳବତ୍ତର ହେବ । ସଂଧ୍ୟା ୬ଟାରୁ ସକାଳ ୬ଟା ଯାଏଁ ଲାଗୁ ରହିବ କର୍ଫ୍ରୁ । ଏହି ୧୨ ଘଂଟା ମଧ୍ୟରେ ଚଳପ୍ରଚଳ ଉପରେ କଡା କଟକଣା ରହିବ । ଏହାସହ ଆସନ୍ତା ୭ ଦିନ ଯାଏଁ ବନ୍ଦ ରହିବ ବାର୍, ହୋଟେଲ, ରେଷ୍ଟୁରାଂଟContinue reading “ଆସନ୍ତାକାଲି ଠାରୁ ପୁଣେରେ ୧୨ ଘଂଟିଆ ନାଇଟ କର୍ଫ୍ୟୁ । ସଂଧ୍ୟା ୬ରୁ ସକାଳ ୬ଟା ଯାଏଁ ଲାଗୁ ରହିବ କଟକଣା ।”

ମାର୍କେଟ ବିଲ୍ଡିଂ ଅଂଚଳରେ ଥିବା ବିଶାଲ୍ ମେଗାମାର୍ଟ ସିଲ୍ । କୋଭିଡ୍ ନିୟମ ଉଲ୍ଲଙ୍ଘନ ହେତୁ ସିଲ୍ କଲା ବିଏମସି । 

କନକ ବ୍ୟୁରୋ: ଭୁବନେଶ୍ୱରରେ ସଂକ୍ରମଣ ବଢୁଥିବା ବେଳେ ଏବେ ତତ୍ପର ହୋଇଉଠିଛି ବିଏମସି । ବିଏମସର ଏନଫୋର୍ସମେଂଟ୍ ସ୍କ୍ୱାର୍ଡ ଆଜି ମାର୍କେଟ ବିଲ୍ଡିଂରେ ଜୋରଦାର ଚେକିଂ କରିବା ସହିତ ବିଭିନ୍ନ ମଲ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । କୋଭିଡ୍ ନିୟମ ଉଲ୍ଲଙ୍ଘନ କରିଥିବା ହେତୁ ମାର୍କେଟ ବିଲ୍ଡିଂ ଅଂଚଳରେ ଥିବା ବିଶାଲ ମେଗାମାର୍ଟକୁ ସିଲ୍ କରିଦିଆଯାଇଛି । ସେଠାରେ ଅପର୍ଯ୍ୟାପ୍ତ ଭିଡ ଥିବା ଦେଖିବାକୁ ମିଳିଥିଲା । ଯାହାପରେ ବିଏମସି ଏହି ସୋ ରୁମକୁ ସିଲ୍ କରିଦେଇଛିContinue reading “ମାର୍କେଟ ବିଲ୍ଡିଂ ଅଂଚଳରେ ଥିବା ବିଶାଲ୍ ମେଗାମାର୍ଟ ସିଲ୍ । କୋଭିଡ୍ ନିୟମ ଉଲ୍ଲଙ୍ଘନ ହେତୁ ସିଲ୍ କଲା ବିଏମସି । “

ଟିକାକରଣରେ ରାଜ୍ୟରେ ରେକର୍ଡ । ଗୋଟିଏ ଦିନରେ ଦିଆଗଲା ଅଢେଇ ଲକ୍ଷରୁ ଅଧିକ ଡୋଜ୍ ।

କନକ ବ୍ୟୁରୋ: ଆଜି ରାଜ୍ୟରେ ଟିକାକରଣରେ ପୁଣି ରେକର୍ଡ ହୋଇଛି । ଆଜି ରାଜ୍ୟରେ ରେକର୍ଡ ସଂଖ୍ୟକ ୨ ଲକ୍ଷ ୫୨ ହଜାର ୮୦ ଜଣଙ୍କୁ ଟିକାକରଣ କରାଯାଇଛି । ୪୫ ବର୍ଷରୁ ୬୯ ମଧ୍ୟରେ ୧ ଲକ୍ଷ ୬୯ ହଜାର ପ୍ରଥମ ଡୋଜ ନେଇଛନ୍ତି । ଏହି ବର୍ଗରେ ଦ୍ୱିତୀୟ ଡୋଜ ନେଇଛନ୍ତି ୭୨୫ଜଣ । ସେହିଭଳି ୬୦ ବର୍ଷରୁ ଅଧିକ ବର୍ଗର ଲୋକେ ପ୍ରଥମ ଡୋଜ ନେଇଛି ୬୮ ହଜାର ୧୬୭ । ଆଉContinue reading “ଟିକାକରଣରେ ରାଜ୍ୟରେ ରେକର୍ଡ । ଗୋଟିଏ ଦିନରେ ଦିଆଗଲା ଅଢେଇ ଲକ୍ଷରୁ ଅଧିକ ଡୋଜ୍ ।”

ଆସାମରେ ବିଜେପି ପ୍ରାର୍ଥୀଙ୍କ କାରରେ ମିଳିଲା ଇଭିଏମ୍ । ଭାଇରାଲ ହେଲା ଭିଡିଓ, ପୋଲିଂ ଟିମକୁ ନିଲମ୍ବିତ କଲେ କମିଶନ ।

କନକ ବ୍ୟୁରୋ: ଆସାମରେ ଏବେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପରେ ଇଭିଏମ୍ ମେସିନକୁ ନେଇ ସୃଷ୍ଟି ହୋଇଛି ବିବାଦ । ଆସାମର କରିମଗଂଜ ଅଂଚଳରେ କାରରୁ ମିଳିଥିବା ଇଭିଏମ୍କୁ ନେଇ ରାଜନୀତି ତେଜିଛି । ଏହି ଘଟଣାରେ ଜଣେ ପ୍ରେଜାଇଡିଂ ଅଫିସର ସମେତ ୪ଜଣଙ୍କୁ ନିଲମ୍ବିତ କରାଯାଇଛି । କରିମଗଂଜ ଜିଲ୍ଲାର ୧୪୯ ନମ୍ବର ବୁଥରେ ପୁନଃମତଦାନ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ । ଗାଡି ଭିତରୁ ଇଭିଏମ ଉଦ୍ଧାର ହେବା ଘଟଣାକୁ ନେଇ ନିର୍ବାଚନ କମିଶନଙ୍କୁContinue reading “ଆସାମରେ ବିଜେପି ପ୍ରାର୍ଥୀଙ୍କ କାରରେ ମିଳିଲା ଇଭିଏମ୍ । ଭାଇରାଲ ହେଲା ଭିଡିଓ, ପୋଲିଂ ଟିମକୁ ନିଲମ୍ବିତ କଲେ କମିଶନ ।”

ଦିଲ୍ଲୀରେ ବଡୁଛି କରୋନା ସଂକ୍ରମଣ। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଲେ, ରାଜଧାନୀରେ ଚାଲିଛି ସଂକ୍ରମଣ ଚତୁର୍ଥ ଲହର । ଏବେ ପାଇଁ ଲକଡାଉନ କରିବାର ନାହିଁ କୌଣସି ଯୋଜନା…

କନକ ବ୍ୟୁରୋ: ବର୍ତ୍ତମାନ ଲକଡାଉନ ବାବଦରେ ଦିଲ୍ଲୀ ସରକାର କୌଣସି ବିଚାର କରିନାହାନ୍ତି । ଏକଥା ସ୍ପଷ୍ଟ କରିଛନ୍ତି ଖୋଦ୍ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସେ କହିଛନ୍ତି ଯେ ସହରରେ କରୋନା ଭାଇରସର ସଂକ୍ରମଣ ବଢିଚାଲିଥିଲେ ବି ଲକଡାଉନର କୌଣସି ସମ୍ଭାବନା ନାହିଁ। ଯଦି ଏପରି ପରିସ୍ଥିତି ଉପୁଜେ, ତେବେ ସମସ୍ତ ଦିଗ ଉପରେ ବିଚାର କରିବା ପରେ ହିଁ ଏହି ଶେଷ ବିକଳ୍ପ ଉପରେ ନିଷ୍ପତ୍ତି ନିଆଯିବ । ଶୁକ୍ରବାର ସନ୍ଧ୍ୟାରେ ସାମ୍ବାଦିକContinue reading “ଦିଲ୍ଲୀରେ ବଡୁଛି କରୋନା ସଂକ୍ରମଣ। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଲେ, ରାଜଧାନୀରେ ଚାଲିଛି ସଂକ୍ରମଣ ଚତୁର୍ଥ ଲହର । ଏବେ ପାଇଁ ଲକଡାଉନ କରିବାର ନାହିଁ କୌଣସି ଯୋଜନା…”

ସମାବର୍ତ୍ତନ ଉତ୍ସବ ପୂର୍ବରୁ ଉତ୍କଳ ବିଶ୍ୱବିଦ୍ୟାଳୟରେ ସ୍ୱର୍ଣ୍ଣପଦକ ଚୟନଙ୍କୁ ନେଇ ପାତରଅନ୍ତର ଅଭିଯୋଗ । ଟ୍ୱିଟ୍ କରି ଅଭିଯୋଗ ଆଣିଲେ ଇଂରାଜୀ ବିଭାଗର ଛାତ୍ରୀ ଶିକ୍ତା କର

କନକ ବ୍ୟୁରୋ: ଆସନ୍ତାକାଲି ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତନ ଉତ୍ସବ । ଉତ୍ସବ ପୂର୍ବରୁ ସ୍ୱର୍ଣ୍ଣପଦକ ଚୟନକୁ ନେଇ ପାତର ଅନ୍ତର ହୋଇଥିବା ମାଳମାଳ ଅଭିଯୋଗ  । ଷ୍ଟ୍ରାଟିଟିକ୍ସ ବିଭାଗର ସ୍ନାତକୋତର ଛାତ୍ରୀ ତନୁଶ୍ରୀ ରାଉତ ପରେ ଇଂରାଜୀ ବିଭାଗର ଛାତ୍ରୀ ଶିକ୍ତା କରଙ୍କ ଟୁଇଟ, ପୁଣିଥରେ ଏହି ପ୍ରସଙ୍ଗକୁ ଜୋରଦାର କରିଛି  । ଏପଟେ ଇଂଟରନାଲ ବୋର୍ଡ ବୈଠକରେ ଏହାର ସମୀକ୍ଷା କରାଯିବ ବୋଲି କହିଛନ୍ତି ଉକ୍ରଳ ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ । ଷ୍ଟାଟିଟିକ୍ସ ବିଭାଗରContinue reading “ସମାବର୍ତ୍ତନ ଉତ୍ସବ ପୂର୍ବରୁ ଉତ୍କଳ ବିଶ୍ୱବିଦ୍ୟାଳୟରେ ସ୍ୱର୍ଣ୍ଣପଦକ ଚୟନଙ୍କୁ ନେଇ ପାତରଅନ୍ତର ଅଭିଯୋଗ । ଟ୍ୱିଟ୍ କରି ଅଭିଯୋଗ ଆଣିଲେ ଇଂରାଜୀ ବିଭାଗର ଛାତ୍ରୀ ଶିକ୍ତା କର”

ସଂକ୍ରମଣକୁ ଦେଖି ବିଏମସିର ନୂଆ ମାର୍ଗଦର୍ଶିକା । ଏଣିକି ବିବାହରେ କେବଳ ୧୦୦, ଅନ୍ତ୍ୟେଷ୍ଟି କ୍ରିୟାରେ ୫୦ ଲୋକଙ୍କୁ ଅନୁମତି ।

କନକ ବ୍ୟୁରୋ: ଭୁବନେଶ୍ୱରରୁ ବଢୁଥିବା ସଂକ୍ରମଣକୁ ଦେଖି ନୂଆ ମାର୍ଗଦର୍ଶିକା ଜାରି କରିଛି ଭୁବନେଶ୍ୱର ମହାନଗର ନିଗମ । ଏଣିକି ଭୁବନେଶ୍ୱର ଭିତରେ ହେଉଥିବା ବିବାହରେ କେବଳ ୧୦୦ ଜଣ ଲୋକ ଯୋଗ ଦେଇପାରିବେ । ସେହିପରି ଅନ୍ତ୍ୟେଷ୍ଟି କ୍ରିୟାରେ କେବଳ ୫୦ ଜଣ ଲୋକ ଯୋଗ ଦେଇପାରିବେ ବୋଲି ବିଏମସି ତରଫରୁ ମାର୍ଗଦର୍ଶିକା ଜାରି କରାଯାଇଛି । ରାଜଧାନୀରେ ସଂକ୍ରମଣ ଏବେ ବଢିବାରେ ଲାଗିଛି । ତେଣୁ ଏଭଳି ସମୟରେ ସମସ୍ତ ପ୍ରକାର କନଫରେନ୍ସ,କନକ୍ଲେଭକୁ ଆୟୋଜନContinue reading “ସଂକ୍ରମଣକୁ ଦେଖି ବିଏମସିର ନୂଆ ମାର୍ଗଦର୍ଶିକା । ଏଣିକି ବିବାହରେ କେବଳ ୧୦୦, ଅନ୍ତ୍ୟେଷ୍ଟି କ୍ରିୟାରେ ୫୦ ଲୋକଙ୍କୁ ଅନୁମତି ।”

ଲଟେରୀ ଉଠିଲେ ମିଳିବ ମଦ ଦୋକାନ ପାଇଁ ଲାଇସେନ୍ସ । ପ୍ରାୟ ୧୩ଶହ ମଦ ଦୋକାନ ପାଇଁ ଆବେଦନ କରିଛନ୍ତି ୨୦ ହଜାର ଆଗ୍ରହୀ ।

କନକ ବ୍ୟୁରୋ: ଓଡିଶାରେ ପ୍ରଥମ ଥର ଲାଗି ରାଜ୍ୟ ଅବକାରୀ ବିଭାଗ ସବୁ ମଦ ଦୋକାନ ପାଇଁ ଲାଇସେନସ ଦେବାକୁ ଲଟେରୀ ବ୍ୟବସ୍ଥା ଆରମ୍ଭ କରିଛିି । ଆଉ ଏହି ଲଟେରୀ ଲାଗିଲେ ମିଳିବ ମଦ ଦୋକାନ ପାଇଁ ଲାଇସେନ୍ସ । ତେବେ ମଦଦୋକାନ ଖୋଲିବା ପାଇଁ ଖୋଲିବା ପାଇଁ ଲୋକଙ୍କ ଭିତରେ କେତେ ଆଗ୍ରହ ଅଛି ତାହା ଆପଣ ଆବେଦନ ସଂଖ୍ୟାରୁ ଜାଣିପାରିବେ । ଏଥର ମୋଟ ୧୨୯୭ ମଦଦୋକାନ ପାଇଁ ଲାଇସେନ୍ସ ମିଳିବ ।Continue reading “ଲଟେରୀ ଉଠିଲେ ମିଳିବ ମଦ ଦୋକାନ ପାଇଁ ଲାଇସେନ୍ସ । ପ୍ରାୟ ୧୩ଶହ ମଦ ଦୋକାନ ପାଇଁ ଆବେଦନ କରିଛନ୍ତି ୨୦ ହଜାର ଆଗ୍ରହୀ ।”

ଉପ-ନିର୍ବାଚନ ପୂର୍ବରୁ ପିପିଲିରେ ବିଜେଡି-ବିଜେପି ମୁହାଁମୁହିଁ । ବିଜେପିର ରାଲି ବେଳେ ବିଜେଡି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ । ଥାନା ଆଗରେ ହାଇଭୋଲଟେଜ୍ ଡ୍ରାମା ।

କନକ ବ୍ୟୁରୋ: ପିପିଲି ଥାନା ସାମ୍ନାରେ ମୁହାଁମୁହିଁ ହୋଇଛନ୍ତି ବିଜେଡି-ବିଜେପି କର୍ମୀ । ଆଉ ଏହା ହିଁ ବୟାନ କରୁଛି, ଉପ-ନିର୍ବାଚନ ପୂର୍ବରୁ ବିଜେଡି-ବିଜେପି ରାଜନୈତିକ ପ୍ରତିଦ୍ୱନ୍ଦିତା କିଭଳି ତ୍ରୀବ୍ର ହୋଇଛି । ଆଜି ପିପିିଲିରେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ରାଲି ଉପରେ ବିଜେଡି କର୍ମୀ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଥିଲା । ଆଉ ପ୍ରତିବାଦରେ ଥାନା ଆଗରେ ଧାରଣା ଦେଇଥିଲେ ବିଜେପି ନେତା ଓ କର୍ମୀ । ହେଲେ, ବିଜେପି ମିଛ ଅଭିଯୋଗContinue reading “ଉପ-ନିର୍ବାଚନ ପୂର୍ବରୁ ପିପିଲିରେ ବିଜେଡି-ବିଜେପି ମୁହାଁମୁହିଁ । ବିଜେପିର ରାଲି ବେଳେ ବିଜେଡି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ । ଥାନା ଆଗରେ ହାଇଭୋଲଟେଜ୍ ଡ୍ରାମା ।”

Design a site like this with WordPress.com
Get started