ରିଜର୍ଭ ବ୍ୟାଙ୍କର ପୂର୍ବ ଗଭର୍ଣ୍ଣର ଓର୍ଜିତ ପଟେଲଙ୍କୁ ମିଳିଲା ନୂଆ ଦାୟିତ୍ୱ । ଏବେ ଏକ ବିସ୍କୁଟ୍ କମ୍ପାନୀ ସହ ଯୋଡିଲେ ନିଜର ଅନୁଭବ । ଘରୋଇ କ୍ଷେତ୍ରରେ ହେବେ କି ସଫଳ ?

କନକ ବ୍ୟୁରୋ : ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଓର୍ଜିତ ପଟେଲଙ୍କୁ ଏବେ ଏକ ନୂଆ ଦାୟିତ୍ୱ ମିଳିଛି । ଏଥର ସେ ଏକ ଘରୋଇ ଉଦ୍ୟୋଗ ସହ ଯୋଡି ହୋଇଛନ୍ତି । ବିସ୍କୁଟ ଓ ଦୁଗ୍ଧ ଜାତୀୟ ଖାଦ୍ୟ ପ୍ରସ୍ତୁତ କରୁଥିବା ବ୍ରିଟାନିଆ କମ୍ପାନୀ ଓର୍ଜିତ ପଟେଲଙ୍କୁ କମ୍ପାନୀର ଉପ-ନିର୍ଦ୍ଦେଶକ ପଦରେ ନିଯୁକ୍ତି ଦେଇଛନ୍ତି । ସେ ଏହି ପଦରେ ଅଗାମୀ ୫ ବର୍ଷ ପର୍ଯ୍ୟନ୍ତ ରହିବେ ବୋଲି କୁହାଯାଇଛି । ବ୍ରିଟାନିଆ କମ୍ପାନୀContinue reading “ରିଜର୍ଭ ବ୍ୟାଙ୍କର ପୂର୍ବ ଗଭର୍ଣ୍ଣର ଓର୍ଜିତ ପଟେଲଙ୍କୁ ମିଳିଲା ନୂଆ ଦାୟିତ୍ୱ । ଏବେ ଏକ ବିସ୍କୁଟ୍ କମ୍ପାନୀ ସହ ଯୋଡିଲେ ନିଜର ଅନୁଭବ । ଘରୋଇ କ୍ଷେତ୍ରରେ ହେବେ କି ସଫଳ ?”

ଆଉ ଟ୍ରେନରେ କରିହେବନି ଚାର୍ଜିଂ । ରାତିରେ କାମ କରିବନି ଚାର୍ଜ ପଏଣ୍ଟ । ମୋବାଇଲ, ଲାପଟପ ଚାର୍ଜିଂରେ କଟକଣା ।

କନକ ବ୍ୟୁରୋ: ଯାତ୍ରୀମାନେ ଦୟାକରି ଧ୍ୟାନ ଦିଅନ୍ତୁ… ଏଣିକି ରାତିରେ ଟ୍ରେନରେ କରିହେବନି ମୋବାଇଲ ଚାର୍ଜିଂ । ଯାତ୍ରୀଙ୍କ ସିଟ ପାଖରେ ଥିବା ଚାର୍ଜ ପଏଣ୍ଟରେ ଆପଣ ମୋବାଇଲ କି ଲାପଟପ ଚାର୍ଜ କରିପାରିବେନି । ରେଳଯାତ୍ରା ବେଳେ ରାତିରେ ଏହି ସେବା ବନ୍ଦ ରହିବ ଅର୍ଥାତ ଚାର୍ଜିଂ ପଏଣ୍ଟ କାମ କରିବନି । ରାତି ୧୧ଟାରୁ ସକାଳ ୫ଟା ଯାଏଁ ସମସ୍ତ ଚାର୍ଜିଂ ପଏଣ୍ଟ ଅଚଳ ହୋଇଯିବ ଆଉ ପୁଣିଥରେ ସକାଳ ହେବା ପରେ ପୂର୍ବପରିContinue reading “ଆଉ ଟ୍ରେନରେ କରିହେବନି ଚାର୍ଜିଂ । ରାତିରେ କାମ କରିବନି ଚାର୍ଜ ପଏଣ୍ଟ । ମୋବାଇଲ, ଲାପଟପ ଚାର୍ଜିଂରେ କଟକଣା ।”

ଆଗାମୀ ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସହ କାଳବୈଶାଖୀ ସମ୍ଭାବନା । ୫ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ ।

କନକ ବ୍ୟୁରୋ: ବିଗତ ପାଞ୍ଚ ଦିନ ଧରି ରାଜ୍ୟରେ ଲାଗିରହିଥିବା ଅସହ୍ୟ ଗ୍ରୀଷ୍ମ ପ୍ରବାହରେ ଆଜି କିଛିଟା ଉନ୍ନତି ଘଟିଛି। ଆଜି ସୂର୍ଯ୍ୟଙ୍କ କିରଣ ଓ ତାପ ଏତେଟା ପ୍ରଖର ନଥିବା ସହ ବାୟୁର ଦିଗ ପରିବର୍ତ୍ତନ ହୋଇଥିବା କାରଣରୁ ରାଜ୍ୟ ମଧ୍ୟକୁ ଝାଞ୍ଜି ପବନ ପ୍ରବାହିତ ହେଉନାହିଁ। ଏବେ ରାଜ୍ୟକୁ ଗ୍ରୀଷ୍ମପ୍ରବାହ ଭୟ ନଥିବା ବେଳେ ଆଗାମୀ ୩ ଦିନ ପର୍ଯ୍ୟନ୍ତ ବର୍ଷା ସହ କାଳବୈଶାଖୀ ସମ୍ଭାବନା ରହିଛି। ଏହି ପରିପ୍ରେକ୍ଷୀରେ ଆଜି ଅପରାହ୍ନ ଠାରୁContinue reading “ଆଗାମୀ ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସହ କାଳବୈଶାଖୀ ସମ୍ଭାବନା । ୫ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ ।”

ଝାରସୁଗୁଡାରେ ବନ୍ଦ ହେଲା ସମସ୍ତ ସାପ୍ତାହିକ ହାଟ । କରୋନା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି । 

କନକ ବ୍ୟୁରୋ: କରୋନା ମୁକାବିଲା ପାଇଁ ଝାରସୁଗୁଡାରେ ସାପ୍ତାହିକ ହାଟ ବନ୍ଦ ନିଷ୍ପତ୍ତି । ଜିଲ୍ଲାରେ ଥିବା ସମସ୍ତ ସାପ୍ତାହାକ ହାଟ ବନ୍ଦ ରହିବ । ୩ ସପ୍ତାହ ଯାଏଁ ହାଟ ବନ୍ଦ ରଖିବାକୁ ପ୍ରଶାସନ ନିଷ୍ପତ୍ତି । ଏନେଇ ଟ୍ୱିଟ କରି ସୂଚନା ଦେଲେ ଝାରସୁଗୁଡା ଜିଲ୍ଲାପାଳ । ପନିପରିବା ଓ ଆମିଷ ଅନ୍ୟତ୍ର ବିକ୍ରି ବ୍ୟବସ୍ଥା ହେବ । କରୋନା ସଂକ୍ରମଣ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛି ଜିଲ୍ଲାପ୍ରଶାସନ । ଆଜି ଜିଲ୍ଲାରେContinue reading “ଝାରସୁଗୁଡାରେ ବନ୍ଦ ହେଲା ସମସ୍ତ ସାପ୍ତାହିକ ହାଟ । କରୋନା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି । “

ମାଲକାନଗିରି ଜିଲ୍ଲାକୁ ଫେରିଲା କରୋନା କଟକଣା । ଦୋକାନୀ ଓ ଗ୍ରାହକଙ୍କୁ ମାସ୍କ ବାଧ୍ୟତାମୂଳକ ।

କନକ ବ୍ୟୁରୋ: ରାଜ୍ୟରେ କରୋନାର ଗ୍ରାଫ୍ ଉପରମୁହାଁ ହୋଇ ଗତି କରୁଥିବାବେଳେ ମାଲକାନଗିରି ଜିଲ୍ଲାକୁ ପୁଣି ଫେରିଛି କରୋନା କଟକଣା । ଏଣିକି ଜନଗହଳି ପୂର୍ଣ୍ଣ ଅଂଚଳକୁ ଗଲେ ମାସ୍କ ଓ ସାନିଟାଇଜର ବ୍ୟବହାରକୁ ବାଧ୍ୟତାମୂଳକ କରିଛି ମାଲକାନଗିରି  ଜିଲ୍ଲା ପ୍ରଶାସନ । ଏହାସହ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନରେ ହାଣ୍ଡୱାସ୍ ଓ ସାନିଟାଇଜର ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି  । କେବଳ ସେତିକି ନୁହେଁ, ହୋଟେଲ, ରେଷ୍ଟୁରାଣ୍ଟରେ ଭିଡ୍ ନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଜ୍ଞପ୍ତିContinue reading “ମାଲକାନଗିରି ଜିଲ୍ଲାକୁ ଫେରିଲା କରୋନା କଟକଣା । ଦୋକାନୀ ଓ ଗ୍ରାହକଙ୍କୁ ମାସ୍କ ବାଧ୍ୟତାମୂଳକ ।”

ଛତିଶଗଡର ଦୁର୍ଗ ଜିଲ୍ଲାରେ ୬ ଏପ୍ରିଲରୁ ୯ ଦିନିଆ ଲକଡାଉନ । ଜରୁରୀକାଳୀନ ସେବା ଚାଲୁ ରହିବ, ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନର କଡା ନିଷ୍ପତି ।

କନକ ବ୍ୟୁରୋ : ଓଡିଶା ସୀମାନ୍ତ ତଥା ଛତିଶଗଡର ଦୁର୍ଗ ଜିଲ୍ଲାରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଜିଲ୍ଲା ପ୍ରଶାସନ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ଏହି ନୂତନ ନିର୍ଦ୍ଦେଶନାମା ଅନୁଯାୟୀ ଦୁର୍ଗରେ ୬ ଏପ୍ରିଲରୁ ୧୪ ଏପ୍ରିଲ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା କରାଯାଇଛି। ଦୁର୍ଗ ଜିଲ୍ଲାର ଜିଲ୍ଲାପାଳ ସର୍ବେଶ୍ୱର ନରେନ୍ଦ୍ର ଭୁରେ କହିଛନ୍ତି ଯେ ଜିଲ୍ଲାରେ ବଢୁଥିବା ସଂକ୍ରମଣକୁ ରୋକିବା ପାଇଁ ଲକଡାଉନ୍ କରିବାକୁ ନିଷ୍ପତ୍ତି ନିଆଯାଇଛି । ସେହିପରି ଦୁର୍ଗ ଜିଲ୍ଲାର ବେମେତରା, ନୱାଗଡ଼,Continue reading “ଛତିଶଗଡର ଦୁର୍ଗ ଜିଲ୍ଲାରେ ୬ ଏପ୍ରିଲରୁ ୯ ଦିନିଆ ଲକଡାଉନ । ଜରୁରୀକାଳୀନ ସେବା ଚାଲୁ ରହିବ, ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନର କଡା ନିଷ୍ପତି ।”

କରୋନା ସଂକ୍ରମିତ ହେଲେ ରବର୍ଟ ଭଦ୍ରା । ସଙ୍ଗରୋଧରେ ରହିଲେ ପ୍ରିୟଙ୍କା । ରଦ୍ଦକଲେ ସମସ୍ତ ନିର୍ବାଚନୀ ସଭା

କନକ ବ୍ୟୁରୋ : କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଭଦ୍ରାଙ୍କ ସ୍ୱାମୀ ରବର୍ଟ ଭଦ୍ରା କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ସୂଚନା ମିଳିବା ପରେ ପ୍ରିୟଙ୍କା ଗାନ୍ଧୀ ନିଜକୁ ସମସ୍ତ ନିର୍ବାଚନୀ ସଭାରୁ ବିରତ ରହିଛନ୍ତି । ହେଲେ କୋଭିଡ୍ ଟେଷ୍ଟ ବେଳେ ପ୍ରିୟଙ୍କା ନେଗେଟିଭ୍ ଥିବା ଜଣାପଡିଛି । ଏହାକୁ ନେଇ ପ୍ରିୟଙ୍କା କହିଛନ୍ତି କି ଡାକ୍ତରଙ୍କ ପରାମର୍ଶକ୍ରମେ ସେ ନିଜକୁ ସଂଗରୋଧରେ ରଖିଛନ୍ତି । ଏନେଇ ସେ ତାମିଲନାଡୁ, କେରଳ ଓ ଆସାମରContinue reading “କରୋନା ସଂକ୍ରମିତ ହେଲେ ରବର୍ଟ ଭଦ୍ରା । ସଙ୍ଗରୋଧରେ ରହିଲେ ପ୍ରିୟଙ୍କା । ରଦ୍ଦକଲେ ସମସ୍ତ ନିର୍ବାଚନୀ ସଭା”

ଜଲ୍ଲିକାଟୁକୁ ନେଇ ପ୍ରଧାନମନ୍ତ୍ରୀଙ୍କ ବଡ ବୟାନ । କହିଲେ, ଏହି ଖେଳକୁ ସମାପ୍ତ କରିବାକୁ ଚାହୁଁଥିଲା କଂଗ୍ରେସ । 

କନକ ବ୍ୟୁରୋ : ପଶ୍ଚିମବଙ୍ଗ ଏବଂ ଆସାମ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାରଠାରୁ ଦକ୍ଷିଣ ଭାରତର ଦୁଇ ରାଜ୍ୟ ତାମିଲନାଡୁ ଏବଂ କେରଳରେ ପ୍ରଚାରର ଦାୟିତ୍ୱ ନେଇଛନ୍ତି । ଆଉ ମୋଦୀ ଆଜି ଭୋଟରଙ୍କ ସମର୍ଥନ ପାଇବା ପାଇଁ ଜଲ୍ଲିକାଟୁ କାର୍ଡ ଖେଳିଛନ୍ତି । ମୋଦୀ ଆଜି ମଦୁରାଇରେ ହୋଇଥିବା ନିର୍ବାଚନୀ ସଭାରେ କହିଛନ୍ତି ଯେ ଉଭୟ ଡିଏମକେ ଏବଂ କଂଗ୍ରେସ ପାର୍ଟି ନିଜକୁ ତାମିଲ ଭାଷା ଏବଂ ସଂସ୍କୃତିର ସଂରକ୍ଷକ ଭାବରେ ଉପସ୍ଥାପନ କରୁଛନ୍ତି,Continue reading “ଜଲ୍ଲିକାଟୁକୁ ନେଇ ପ୍ରଧାନମନ୍ତ୍ରୀଙ୍କ ବଡ ବୟାନ । କହିଲେ, ଏହି ଖେଳକୁ ସମାପ୍ତ କରିବାକୁ ଚାହୁଁଥିଲା କଂଗ୍ରେସ । “

କରୋନା ଟିକାର ୨ ଟି ଡୋଜ ନୁହେଁ, ପ୍ରତ୍ୟକ ଲୋକଙ୍କୁ ନେବାକୁ ହେବ ୩ ଟି ଡୋଜ । କୋଭାକ୍ସିନର ବୋଷ୍ଟର ଡୋଜକୁ ମିଳିଲା ଅନୁମତି

କନକ ବ୍ୟୁରୋ : ଦେଶରେ କରୋନା ଭୂତାଣୁ ବିରୋଧରେ ଦିଆଯାଉଥିବା ଟିକାର ତୃତୀୟ ଡୋଜ ପାଇଁ ପ୍ରସ୍ତୁତି ଚାଲିଛି । ଏହି ତୃତୀୟ ଡୋଜକୁ ବୋଷ୍ଟର ଡୋଜ କୁହାଯାଉଛି । ଅଭିଜ୍ଞ ବିଶେଷଜ୍ଞଙ୍କ ଏକ ଟିମ୍ ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ ଟିକାର ତୃତୀୟ ଡୋଜକୁ ଅନୁମତି ଦେଇଛି । ଏହି ବୋଷ୍ଟର ଡୋଜ ଦ୍ୱିତୀୟ ଡୋଜ ନେବାର ୬ ମାସ ପରେ ଦିଆଯିବ । ଏହି ବୋଷ୍ଟର ଡୋଜ କରୋନାର ନୂଆ ଭାରିଏଣ୍ଟକୁ ରୋକିବାContinue reading “କରୋନା ଟିକାର ୨ ଟି ଡୋଜ ନୁହେଁ, ପ୍ରତ୍ୟକ ଲୋକଙ୍କୁ ନେବାକୁ ହେବ ୩ ଟି ଡୋଜ । କୋଭାକ୍ସିନର ବୋଷ୍ଟର ଡୋଜକୁ ମିଳିଲା ଅନୁମତି”

ଆସନ୍ତାକାଲି ଠାରୁ ପୁଣେରେ ନାଇଟକର୍ଫ୍ୟୁ । ୭ ଦିନ ପର୍ଯ୍ୟନ୍ତ ରହିବ ନାଇଟକର୍ଫ୍ୟୁ, ସନ୍ଧ୍ୟା ୬ରୁ ସକାଳ ୬ ଯାଏଁ ରହିବ କଟକଣା ।

କନକ ବ୍ୟୁରୋ : ଆସନ୍ତାକାଲି ଠାରୁ ପୁଣେରେ ଲାଗୁ ହେବ ୧୨ ଘଣ୍ଟିଆ ନାଇଟକର୍ଫ୍ୟୁ । ଆସନ୍ତାକାଲି ଠାରୁ ୭ ଦିନ ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ କଟକଣା ରହିବ । ସନ୍ଧ୍ୟା ୬ରୁ ସକାଳ ୬ ପର୍ଯ୍ୟନ୍ତ ନାଇଟକର୍ଫ୍ୟୁ କଟକଣା ରହିବ । ଏହି ସମୟରେ ସାଧାରଣ ଲୋକଙ୍କ ଚଳପ୍ରଚଳ ଉପରେ କଟକଣା ଲଗାଯାଇଛି ।  ନାଇଟକର୍ଫ୍ୟୁ ସମୟରେ ବନ୍ଦ ରହିବ ବାର୍, ହୋଟେଲ ଓ ରେଷ୍ଟୁରାଣ୍ଟ । ତେବେ ହୋମ ଡେଲିଭରିକୁ ଅନୁମତି ଦିଆଯାଇଛି ।Continue reading “ଆସନ୍ତାକାଲି ଠାରୁ ପୁଣେରେ ନାଇଟକର୍ଫ୍ୟୁ । ୭ ଦିନ ପର୍ଯ୍ୟନ୍ତ ରହିବ ନାଇଟକର୍ଫ୍ୟୁ, ସନ୍ଧ୍ୟା ୬ରୁ ସକାଳ ୬ ଯାଏଁ ରହିବ କଟକଣା ।”

Design a site like this with WordPress.com
Get started