କାଳିଆ ଟଙ୍କାକୁ ନେଇ ପୁଣି ତେଜିଲା ରାଜନୈତିକ କଳି : ବିରୋଧୀ କହିଲେ ପଂଚାୟତ ଓ ପିପିଲି ଉପନିର୍ବାଚନକୁ ଦେଖି ଚାଷୀଙ୍କ ଖାତାକୁ ଟଙ୍କା ପଠାଇଛନ୍ତି ସରକାର

କନକ ବ୍ୟୁରୋ : କାଳିଆ ଟଙ୍କାରୁ ନେଇ ପୁଣି ତେଜିଲା ରାଜନୈତିକ କଳି । ଗତକାଲି ଉତ୍କଳ ଦିବସରେ ରାଜ୍ୟ ସରକାର ୩୪ ଲକ୍ଷ ଚାଷୀଙ୍କ ଖାତାକୁ ସିଧାସଳଖ କାଳିଆ ଟଙ୍କା ପଠାଇଛନ୍ତି । ନୂଆ ଆର୍ଥିକ ବର୍ଷରେ ରବି ଋତୁ ପାଇଁ ସରକାର ୬୯୪ କୋଟି ଟଙ୍କା ଦେଇଛନ୍ତି । ପ୍ରତି ଚାଷୀଙ୍କ ଆକାଂଉଟକୁ ୨ ହଜାର ଟଙ୍କା ଲେଖାଏଁ ଯାଇଛି । କାର୍ଯ୍ୟକ୍ରମକୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ କହିଥିଲେ, ନୂଆ ଆର୍ଥିକ ବର୍ଷ ଆରମ୍ଭContinue reading “କାଳିଆ ଟଙ୍କାକୁ ନେଇ ପୁଣି ତେଜିଲା ରାଜନୈତିକ କଳି : ବିରୋଧୀ କହିଲେ ପଂଚାୟତ ଓ ପିପିଲି ଉପନିର୍ବାଚନକୁ ଦେଖି ଚାଷୀଙ୍କ ଖାତାକୁ ଟଙ୍କା ପଠାଇଛନ୍ତି ସରକାର”

ମହାରାଷ୍ଟ୍ରରେ କରୋନା ମାୟା । ଗୋଟିଏ ଦିନରେ ୪୩ ହଜାର ସଂକ୍ରମିତ । ଆଜି ହୋଇପାରେ ପୁରା ରାଜ୍ୟ ଲକଡାଉନ୍

କନକ ବ୍ୟୁରୋ : ମହାରାଷ୍ଟ୍ରରେ କରୋନାର ବିସ୍ଫୋଟକ ରୂପ । ଗୋଟିଏ ଦିନରେ ୪୩,୧୮୩ ପଜିଟିଭ୍ ଚିହ୍ନଟ । ମହାରାଷ୍ଟ୍ରରେ ଗୁରୁବାର ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ଚଳିତ ବର୍ଷ ବିଶ୍ୱର ମାତ୍ର ୪ ଟି ଦେଶର ସଂକ୍ରମିତ ସଂଖ୍ୟା ଠାରୁ କିଛି କମ୍ । ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଆଧାରରେ ପ୍ରଥମେ ବ୍ରାଜିଲ ଥିବା ବେଳେ ଦ୍ୱିତୀୟରେ ରହିଛି ନିଜେ ଭାରତ, ତୃତୀୟରେ ଆମେରିକା ରହିଥିବା ବେଳେ ଚତୁର୍ଥରେ ଫ୍ରାନ୍ସ ରହିଛି । ଏହାପରେContinue reading “ମହାରାଷ୍ଟ୍ରରେ କରୋନା ମାୟା । ଗୋଟିଏ ଦିନରେ ୪୩ ହଜାର ସଂକ୍ରମିତ । ଆଜି ହୋଇପାରେ ପୁରା ରାଜ୍ୟ ଲକଡାଉନ୍”

ଆସାମରେ ଭୋଟ୍ ସରିବା ପରେ ଇଭିଏମକୁ ନେଇ ତେଜିଲା ରାଜନୀତି : ବିଜେପି ପ୍ରାର୍ଥୀଙ୍କ କାରରେ ଇଭିଏମ୍ ଯାଉଥିବା ଭିଡିଓ ଭାଇରାଲ

କନକ ବ୍ୟୁରୋ : ଆସାମରେ ଏବେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପରେ ଇଭିଏମ୍ ମେସିନକୁ ନେଇ ସୃଷ୍ଟି ହୋଇଛି ବିବାଦ । ଏହାକୁ ନେଇ ନିର୍ବାଚନ କମିଶନଙ୍କୁ ଟୁଇଟ୍ କରି ଅଭିଯୋଗ କରିଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି । ଆସାମର କରିମଗଂଜ ଅଂଚଳରେ କାରରୁ ମିଳିଲା ଇଭିଏମ୍ । ଗତକାଲି ଆସାମରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସରିଥିଲା । ଏଠାରେ ପ୍ରାୟ ୭୬ ପ୍ରତିଶତରୁ ଅଧିକ ମତଦାନ ହୋଇଥିବା ଇସି ସୂଚନା ଦେଇଛନ୍ତି । ଏପରିContinue reading “ଆସାମରେ ଭୋଟ୍ ସରିବା ପରେ ଇଭିଏମକୁ ନେଇ ତେଜିଲା ରାଜନୀତି : ବିଜେପି ପ୍ରାର୍ଥୀଙ୍କ କାରରେ ଇଭିଏମ୍ ଯାଉଥିବା ଭିଡିଓ ଭାଇରାଲ”

ରାଜଧାନୀରେ ମାତିଛନ୍ତି ବାଘ ଛାଲ ରାକେଟ୍ : ଖୋର୍ଦ୍ଧା ବୋଲଗଡ ଅଂଚଳରୁ ବାଘ ଛାଲ ଜବତ, ୨ ଜଣଙ୍କୁ ଗିରଫ କଲା ଏସଟିଏଫ୍

କନକ ବ୍ୟୁରୋ : ଖୋର୍ଦ୍ଧା ବୋଲଗଡ଼ ଅଂଚଳରୁ ବାଘ ଛାଲ ଜବତ । ଦୁଇ ଅଭିଯୁକ୍ତ ସୁଧିର ବେହେରା ଓ ସୁବାସ ବେହେରାଙ୍କୁ ଗିରଫ କଲା ନୟଗଡ଼ ଏସଟିଏଫ । ବାଘଛାଲ ସମେତ ଶିକାରରେ ବ୍ୟବହୃତ ସମସ୍ତ ସାମଗ୍ରୀ ଜବତ ହୋଇଛି । ଜବତ ବାଘ ଛାଲର ଅଧିକା ତଦନ୍ତ ନେଇ ରାସାୟନିକ ପରୀକ୍ଷା ପାଇଁ ଡ଼େରାଡ଼ୁନରେ ଥିବା ୱାଇଲ୍ଡ ଲାଇଫ ଇନଷ୍ଟିଚ୍ୟୁସନ୍ ଅଫ୍ ଇଣ୍ଡିଆକୁ ପଠାଯିବ । ଏହାରି ଭିତରେ ଏସଟିଏଫ୍ ୧୨ଟି ବାଘ ଛାଲ,Continue reading “ରାଜଧାନୀରେ ମାତିଛନ୍ତି ବାଘ ଛାଲ ରାକେଟ୍ : ଖୋର୍ଦ୍ଧା ବୋଲଗଡ ଅଂଚଳରୁ ବାଘ ଛାଲ ଜବତ, ୨ ଜଣଙ୍କୁ ଗିରଫ କଲା ଏସଟିଏଫ୍”

ଦିଲ୍ଲୀ ଓଡିଶା ନିବାସରେ ତିଆରି ହେଲା ଓଡିଆ ଖାଦ୍ୟ : କ୍ୟାଣ୍ଟିନରେ ଏବେ ମିଳିବ ଶାଗ ଭଜା, ବଡିଚୁରା ଓ ମୁଢିଘାଣ୍ଟ ସହ ସମସ୍ତ ପ୍ରକାର ଓଡିଶା ମିଠା ଓ ପିଠା

କନକ ବ୍ୟୁରୋ : ଦିଲ୍ଲୀ ଓଡିଶା ନିବାସରେ ମିଳିଲା ଓଡିଆ ଖାଦ୍ୟ । ୨୦୧୪ରୁ ଓଡିଶା ନିବାସରେ ସାଧାରଣ ଲୋକଙ୍କ ପାଇଁ ଖାଦ୍ୟ ବନ୍ଦ ରହିଥିଲା । ଗତକାଲି ଓଡିଶା ଭବନ ପରିସରରେ ଉତ୍କଳ ଦିବସ ପାଳନ ସହ, ଦିଲ୍ଲୀରେ ରହୁଥିବା ପ୍ରବାସୀ ଓଡିଆଙ୍କ ପାଇଁ ଖୋଲିଛି ଓଡିଶା ନିବାସର କ୍ୟାଂଟିନ୍ । ଆବାସିକ କମିଶନର ରବିକାନ୍ତ ଏହି କ୍ୟାଂଟିନକୁ ଉଦଘାଟନ କରିଛନ୍ତି । ଟେଣ୍ଡର ଜରିଆରେ ଏହି କ୍ୟାଂଟିନ ଚଳାଇବାର ଦାୟିତ୍ୱ ପାଇଛି ଯାତ୍ରୀ ଭୋଜନContinue reading “ଦିଲ୍ଲୀ ଓଡିଶା ନିବାସରେ ତିଆରି ହେଲା ଓଡିଆ ଖାଦ୍ୟ : କ୍ୟାଣ୍ଟିନରେ ଏବେ ମିଳିବ ଶାଗ ଭଜା, ବଡିଚୁରା ଓ ମୁଢିଘାଣ୍ଟ ସହ ସମସ୍ତ ପ୍ରକାର ଓଡିଶା ମିଠା ଓ ପିଠା”

ନକଲି ମଦ କମ୍ପାନିରେ ଚଢାଉ : ବିପୁଳ ପରିମାଣର ମଦ, ଠିପି, ବୋତଲ ଜବତ

କନକ ବ୍ୟୁରୋ : ଅନୁଗୁଳ ଅବକାରୀ ବିଭାଗକୁ ମିଳିଛି ଏକ ବଡ ସଫଳତା । ଜିଲ୍ଲା ସଦର ମହକୁମା ଉପକଣ୍ଠରେ ଚାଲିଥିବା ନକଲି ମଦ ଫ୍ୟାକ୍ଟେରି ଉପରେ ଚଢ଼ାଉ କରି ବିପୁଳ ପରିମାଣର ନକଲି ମଦ, ଠିପି, ବୋତଲ ଏବଂ ସ୍ପିରିଟ ଜବତ କରିଛି ଅବକାରୀ ବିଭାଗ । ସୂଚନା ଅନୁସାରେ ଅନୁଗୁଳ ଉପକଣ୍ଠ ପଂଚମହଲା ନିକଟରେ ଏକ ନକଲି ମଦ ଫ୍ୟାକ୍ଟେରିରେ ଏହି ମଦ ତିଆରି ହେଉଥିବା ଖବର ପାଇ ଅବକାରୀ ବିଭାଗ ଚଢ଼ାଉ କରିଥିଲାContinue reading “ନକଲି ମଦ କମ୍ପାନିରେ ଚଢାଉ : ବିପୁଳ ପରିମାଣର ମଦ, ଠିପି, ବୋତଲ ଜବତ”

ପିପିଲିରେ ପ୍ରଚାର ବେଳେ ବିଜେପି-ବିଜେଡି ମୁହାଁମୁହିଁ । ବିଜେପି କର୍ମୀଙ୍କ ଉପରକୁ ବିଜେଡି କର୍ମୀଙ୍କ ଆକ୍ରମଣ ଅଭିଯୋଗ, ଧାରଣାରେ ବସିଲେ ଆଶ୍ରିତ

କନକ ବ୍ୟୁରୋ : ପିପିଲିରେ ମୁହାଁମୁହିଁ ବିଜେଡି-ବିଜେପି । ପ୍ରଚାର ରାଲି ଚାଲିଥିବା ବେଳେ ମୁହାଁମୁହିଁ ହୋଇଛନ୍ତି ବିଜେଡି-ବିଜେପି କର୍ମୀ । ରାୟଗୁରୁପୁରରେ ବିଜେପିର ପ୍ରଚାର ଚାଲିଥିବା ବେଳେ ବିଜେଡି କର୍ମୀ ଆକ୍ରମଣ କରିଥିବା ନେଇ ଅଭିଯୋଗ । ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ରାଲିରେ ଉପସ୍ଥିତ ଥିବା ବେଳେ କର୍ମୀଙ୍କ ଉପରକୁ ମଧ୍ୟ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ, ବିଜେଡି କର୍ମୀଙ୍କ ଦ୍ୱାରା ହୋଇଥିବା ଆକ୍ରମଣରେ ବିଜେପିର ଜଣେ କର୍ମୀ ଆହତContinue reading “ପିପିଲିରେ ପ୍ରଚାର ବେଳେ ବିଜେପି-ବିଜେଡି ମୁହାଁମୁହିଁ । ବିଜେପି କର୍ମୀଙ୍କ ଉପରକୁ ବିଜେଡି କର୍ମୀଙ୍କ ଆକ୍ରମଣ ଅଭିଯୋଗ, ଧାରଣାରେ ବସିଲେ ଆଶ୍ରିତ”

କରୋନା କାଳରେ ଭଲ କାମ କରିଥିବା ପୋଲିସ ଅଫିସରଙ୍କୁ ପୁରସ୍କୃତ : ପୋଲିସ ସେବା ଭବନରେ ପୁରସ୍କୃତ କଲେ ପୋଲିସ ଡିଜି ଅଭୟ 

କନକ ବ୍ୟୁରୋ : କରୋନା ସମୟରେ ଭଲ କାମ କରିଥିବା ପୋଲିସ ଅଫିସରଙ୍କୁ ପୋଲିସ ସେବା ଭବନରେ ପୁରସ୍କୃତ କରାଯାଇଛି । ଏହା ସହ କରୋନା ସମୟରେ ସହିଦ ହୋଇଥିବା କିଛି ପୋଲିସ ଅଫିସରଙ୍କୁ ମଧ୍ୟ ପୁରସ୍କୃତ କରାଯାଇଛି । କରୋନା ମହାମାରୀ ସମୟରେ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଲକ୍ଡ଼ାଉନ ଏବଂ ସଟଡ଼ାଉନ୍ ସମୟରେ ପୋଲିସ ଅଧିକାରୀ ମାନେ ଦିନ ରାତି ଏକ କରି ସେମାନଙ୍କ କର୍ତବ୍ୟ କରିଥିଲେ । ସେମାନଙ୍କୁ ଉତ୍ସାହିତ କରିବା ପାଇଁContinue reading “କରୋନା କାଳରେ ଭଲ କାମ କରିଥିବା ପୋଲିସ ଅଫିସରଙ୍କୁ ପୁରସ୍କୃତ : ପୋଲିସ ସେବା ଭବନରେ ପୁରସ୍କୃତ କଲେ ପୋଲିସ ଡିଜି ଅଭୟ “

ପିପିଲି ଉପନିର୍ବାଚନ ପାଇଁ ପାଖେଇ ଆସୁଛି ଦିନ : ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଜୋରଦାର ହେଲାଣୀ ପ୍ରଚାର

କନକ ବ୍ୟୁରୋ : ପିପିଲି ଉପନିର୍ବାଚନ ପାଇଁ ପାଖେଇ ଆସୁଛି ଦିନ । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଜୋରଦାର ହେଲାଣୀ ପ୍ରଚାର ପ୍ରସାର । ଡ଼େଲାଙ୍ଗ ବ୍ଲକରେ ଘର ଘର ବୁଲି ଭୋଟ ମାଗୁଛନ୍ତି ବିଜେଡି ପ୍ରାଥୀ ରୁଦ୍ର ମହାରଥୀ । କଡ଼ା ମୁକାବିଲା ପାଇଁ ପ୍ରଚାର ମୈଦାନରେ କଂଗ୍ରେସ ପ୍ରାର୍ଥୀଙ୍କ କସରତ କରୁଥିବା ଦେଖିବାକୁ ମିଳିଛି । ତେବେ ଆଜି ପିପିଲି ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ପ୍ରତ୍ୟାହାର ହେବ । ତେଣୁ ଅପରାହ୍ନ ସୁଦ୍ଧାContinue reading “ପିପିଲି ଉପନିର୍ବାଚନ ପାଇଁ ପାଖେଇ ଆସୁଛି ଦିନ : ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଜୋରଦାର ହେଲାଣୀ ପ୍ରଚାର”

ନିର୍ବାଚନ ପୂର୍ବରୁ ଡିଏମକେ ନେତା ଷ୍ଟାଲିନଙ୍କ ଜ୍ୱାଇଁଙ୍କ ଘରେ ଆୟକର ବିଭାଗର ଚଢାଉ । ଏପ୍ରିଲ ୬ ରେ ହେବାକୁ ଅଛି ଭୋଟ ଗ୍ରହଣ

କନକ ବ୍ୟୁରୋ : ତାମିଲନାଡୁ ବିଧାନସଭା ନିର୍ବାଚରେ ଭୋଟଗ୍ରହଣକୁ ମାତ୍ର ୪ ଦିନ ବାକିଥିବା ବେଳେ ଆଜି ଡିଏମକେ ନେତା ଷ୍ଟାଲିନଙ୍କ ଜ୍ୱାଇଁଙ୍କ ଘରେ ଆୟକର ବିଭାଗ ଚଢାଉ କରିଛି । ଡିଏମକେ ମୁଖ୍ୟ ଏମ୍.କେ ଷ୍ଟାଲିନଙ୍କ ଜ୍ୱାଇଁ ସବରୀସନ୍ ଙ୍କ ଘର, ଫାର୍ମ ହାଉସ୍, ସମେତ ଅନ୍ୟ କିଛି ସ୍ଥାନରେ ଚଢାଉ କରିଛି ଆୟକରବିଭାଗ । ଚଢାଉ ବେଳେ କ’ଣ ଜବତ୍ ହୋଇଛି ତାହାର ସୂଚନା ମିଳିନଥିବା ବେଳେ ସବରୀନଙ୍କ ଘରେ ବହୁମାତ୍ରାରେ ଟଙ୍କା ଥିବାରContinue reading “ନିର୍ବାଚନ ପୂର୍ବରୁ ଡିଏମକେ ନେତା ଷ୍ଟାଲିନଙ୍କ ଜ୍ୱାଇଁଙ୍କ ଘରେ ଆୟକର ବିଭାଗର ଚଢାଉ । ଏପ୍ରିଲ ୬ ରେ ହେବାକୁ ଅଛି ଭୋଟ ଗ୍ରହଣ”

Design a site like this with WordPress.com
Get started