କନକ ବ୍ୟୁରୋ : ୪୫ ବର୍ଷରୁ ଅଧିକ ବୟସ୍କଙ୍କ ଟିକାକରଣ ଆରମ୍ଭ ହୋଇଥିବା ବେଳେ ୨୦ ବର୍ଷରୁ ୪୦ ବର୍ଷ ବୟସ୍କ ମଧ୍ୟରେ ଥିବା ଯୁବକମାନଙ୍କୁ ଟିକାକରଣ କରିବା ସପକ୍ଷରେ ମତ ପ୍ରକାଶ ପାଉଛି । ଏହି ବର୍ଗର ଯୁବକମାନେ ଅଧିକ ବାହାରକୁ ଆସୁଥିବାରୁ ସେମାନଙ୍କୁ ସଂକ୍ରମଣ ଆଶଙ୍କା ଅଧିକ ରହିଛି । ସେମାନଙ୍କୁ ଟିକା ଦିଆଗଲେ ସଂକ୍ରମଣ ରୋକିହେବ ବୋଲି କହିଛନ୍ତି ଡାକ୍ତର । ତେବେ ଗତକାଲିଠାରୁ ୪୫ବର୍ଷରୁ ଉର୍ଦ୍ଧ ବ୍ୟକ୍ତିଙ୍କ ଟିକାକରଣ ଆରମ୍ଭ ହୋଇଛିContinue reading “ବୟସ୍କଙ୍କ ସହ ଯୁବବର୍ଗଙ୍କୁ ଦିଆଯାଉ ଟିକା । ଯୁବବର୍ଗ ଟିକା ନେଲେ ସଂକ୍ରମଣ ରୋକିହେବ କହିଲେ ବିଶେଷଜ୍ଞ”
Author Archives: Raghaba
୮ ମାସ ହେବ ନିଖୋଜ ସୈନିକ ପୁଅକୁ ଖୋଜୁଛି ବାପା । ପ୍ରତିଦିନ ମାଟି ଖୋଳୁଛନ୍ତି ନିରାଶ ହୋଇ ଘରକୁ ଫେରୁଛନ୍ତି
ଗତ ୮ ମାସ ଧରି ମନ୍ଜୁର ଅହମଦ ୱାଗେ ପ୍ରତ୍ୟେକ ଦିନ ମାଟି ଖୋଳୁଛନ୍ତି। କିନ୍ତୁ କିଛି ପାଉନାହାନ୍ତି। ୱାଗେ ଗତ ୮ ମାସ ଧରି ନିଖୋଜ ଥିବା ତାଙ୍କ ସୈନିକ ପୁଅକୁ ପାଇବାପାଇଁ ଚେଷ୍ଟା ଚଳାଇଛନ୍ତି। ଗତବର୍ଷ ଅଗଷ୍ଟ ୨ରେ ୱାଗେଙ୍କ ପୁଅ ସକିର୍ ମନ୍ଜୁରଙ୍କୁ ଆତଙ୍କବାଦୀମାନେ ଅପହରଣ କରିନେଇଥିଲେ। ତାଙ୍କର ପତ୍ତା ମିଳି ନଥିଲା। ଯବାନ ସକିର୍ଙ୍କର କେବଳ ରକ୍ତ ଜୁଡ଼ୁବୁଡ଼ୁ ପୋଷାକ ମିଳିଥିଲା। ଯେଉଁ ସ୍ଥାନରୁ ତାଙ୍କର ପୋଷାକ ମିଳିଥିଲା ସେହି ଅଞ୍ଚଳରେContinue reading “୮ ମାସ ହେବ ନିଖୋଜ ସୈନିକ ପୁଅକୁ ଖୋଜୁଛି ବାପା । ପ୍ରତିଦିନ ମାଟି ଖୋଳୁଛନ୍ତି ନିରାଶ ହୋଇ ଘରକୁ ଫେରୁଛନ୍ତି”
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ : ନିର୍ବାଚନ କମିଶନଙ୍କ ରିପୋର୍ଟରେ ନାହିଁ ନନ୍ଦୀଗ୍ରାମ ହିଂସା, କେଉଁଠି ହୋଇନାହିଁ ମତଦାନ ପ୍ରଭାବିତ
କନକ ବ୍ୟୁରୋ : ଗୁରୁବାର ଦିନ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ହୋଇଛି । ଏଥିରେ ନନ୍ଦୀଗ୍ରାମରେ ମତଦାନ ବେଳେ ହୋଇଥିବା ହିଂସା ବାବଦରେ ନିର୍ବାଚନ କମିଶନ ତାଙ୍କ ରିପୋର୍ଟରେ କିଛି ଉଲ୍ଲେଖ କରି ନାହାନ୍ତି । ମାତ୍ର ଗତକାଲି ନନ୍ଦୀଗ୍ରାମର ବୋୟାଲ ବୁଥ୍ ରେ ବିଜେପି ଓ ଟିଏମସି କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଯାହା ମଧ୍ୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଫଶିଯାଇଥିଲେ । ପୁରା ଘଟଣା ୧ ଘଂଟାContinue reading “ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ : ନିର୍ବାଚନ କମିଶନଙ୍କ ରିପୋର୍ଟରେ ନାହିଁ ନନ୍ଦୀଗ୍ରାମ ହିଂସା, କେଉଁଠି ହୋଇନାହିଁ ମତଦାନ ପ୍ରଭାବିତ”
ପୁଣି କରୋନାର କରାଳ ରୂପ । ଦେଶରେ ଗୋଟିଏ ଦିନରେ ଚିହ୍ନଟ ହେଲେ ୮୧ ହଜାର ସଂକ୍ରମିତ । ଗତ ୨୪ ଘଂଟାରେ ୪୬୯ ମୃତ
କନକ ବ୍ୟୁରୋ : ଏବେ ପୁଣିଥରେ କରୋନା ତା’ର କରାଳ ରୂପ ଦେଖାଇଛି । ଗତ ୨୪ ଘଂଟା ମଧ୍ୟରେ ଦେଶରେ ୮୧, ୪୬୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ୪୬୯ ଜଣ ସଂକ୍ରମିତଙ୍କର ମୃତ୍ୟୁ ହୋଇଛି । ଅନ୍ୟପଟେ ଏହି ସଂଖ୍ୟା ଗତକାଲି ପ୍ରକାଶିତ ସଂକ୍ରମିତଙ୍କ ସଂଖ୍ୟାର ୧୩ ପ୍ରତିଶଷତ ବୃଦ୍ଧି ହୋଇଥିବା କୁହାଯାଇଛି । ଏଭଳି ଭାବେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିକୁ ନେଇ ଚିନ୍ତାପ୍ରକଟ କରିଛନ୍ତି ସରକାର । କରୋନା ଉପରେ ନିୟନ୍ତ୍ରଣContinue reading “ପୁଣି କରୋନାର କରାଳ ରୂପ । ଦେଶରେ ଗୋଟିଏ ଦିନରେ ଚିହ୍ନଟ ହେଲେ ୮୧ ହଜାର ସଂକ୍ରମିତ । ଗତ ୨୪ ଘଂଟାରେ ୪୬୯ ମୃତ”
ଗୋଟିଏ ମଦ ଦୋକାନ ପାଇଁ ୧୫ଜଣ ଆବେଦନକାରୀ… ୧୨୯୭ ଦୋକାନ ପାଇଁ ଆସିଛି ଏତିକି ଆବେଦନ
ଭାରତ ପ୍ରସ୍ତୁତ ବିଦେଶୀ ମଦ ଏବଂ ଇଏନ୍ଏ ଦେଶୀ ମଦ ଦୋକାନ ପାଇଁ ରାଜ୍ୟ ସରକାର ଲଟେରି ବ୍ୟବସ୍ଥା ଆରମ୍ଭ କରିବା ପରେ ଏହାକୁ ନେଇ ମଦ ବ୍ୟବସାୟୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ରାଜ୍ୟର ୧୧୫୬ଟି ବିଦେଶୀ ମଦ ଓ ୨୪୦ଟି ଦେଶୀ ମଦ ଦୋକାନ ପାଇଁ ଲଟେରି ହେଉଥିବାବେଳେ ଏପ୍ରିଲ ୩ତାରିଖ ପର୍ଯ୍ୟନ୍ତ ଆବେଦନ କରିବାକୁ ସମୟ ଦିଆଯାଇଛି। ଏଥିରେ ଆଜି ସୁଦ୍ଧା ୧୯୪୧୬ଜଣ ଆବେଦନ କରିଥିବା ଜଣାପଡ଼ିଛି। ଅବକାରୀ ବିଭାଗ ସୂତ୍ରରୁ ମିଳିଥିବାContinue reading “ଗୋଟିଏ ମଦ ଦୋକାନ ପାଇଁ ୧୫ଜଣ ଆବେଦନକାରୀ… ୧୨୯୭ ଦୋକାନ ପାଇଁ ଆସିଛି ଏତିକି ଆବେଦନ”
ତୃତୀୟ ପର୍ଯ୍ୟାୟ ଟିକାକରଣର ପ୍ରଥମ ଦିନରେ ଟିକା ନେଲେ ୧୫.୨୮ ଲକ୍ଷ ଲୋକ । ଦେଶରେ ମୋଟ ଟିକା ନେଲେଣି ୬.୭୫ କୋଟି ଲୋକ
କନକ ବ୍ୟୁରୋ : ଦେଶରେ ଗୁରୁବାର ଠାରୁ ୪୫ ବର୍ଷରୁ ଅଧିକ ଲୋକଙ୍କୁ ଟିକାକରଣ ଆରମ୍ଭ ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣଳାୟର ସୂଚନା ମୁତାବକ ତୃତୀୟ ପର୍ଯ୍ୟାୟ ଟିକାକରଣର ପ୍ରଥମ ଦିନରେ ୧୫.୨୮ ଲକ୍ଷ ଲୋକଙ୍କୁ ଟିକା ଦିଆଯାଇଛି । ଏହାସହ ଦେଶରେ ମୋଟ ୬.୭୫ କୋଟି ଲୋକଙ୍କୁ ଟିକା ଦିଆଯାଇଥିବା କଥା କହିଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ଏହା ମଧ୍ୟରେ ସ୍ୱାସ୍ଥ୍ୟ କର୍ମୀ, ଆଗଧାଡିର କରୋନା ଯୋଦ୍ଧା ଓ ୬୦ ବର୍ଷରୁ ଅଧିକ ବୟସ୍କContinue reading “ତୃତୀୟ ପର୍ଯ୍ୟାୟ ଟିକାକରଣର ପ୍ରଥମ ଦିନରେ ଟିକା ନେଲେ ୧୫.୨୮ ଲକ୍ଷ ଲୋକ । ଦେଶରେ ମୋଟ ଟିକା ନେଲେଣି ୬.୭୫ କୋଟି ଲୋକ”
ସମ୍ବଲପୁର କିସିଣ୍ଡା ଗାଁରୁ ମା’-ଝିଅଙ୍କ ମୃତଦେହ ଉଦ୍ଧାର । ଘର ଭିତରୁ ଖଟରେ ଖୋଇଥିବା ଅବସ୍ଥାରେ ମିଳିଲା ମୃତଦେହ
କନକ ବ୍ୟୁରୋ : ସମ୍ବଲପୁର କିସିଣ୍ଡା ଗାଁରେ ଏକ ମାଆ-ଝିଅଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପାରିପାର୍ଶ୍ବିକ ସ୍ଥିତିରୁ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ସଂଦେହ କରାଯାଉଛି । ମୃତ ମହିଳାଙ୍କ ନାଁ ସୁଜାତା ପଟେଲଙ୍କ ବୟସ ୪୦ ବର୍ଷ ବୋଲି ଜଣାପଡିଛି । ଝିଅ ଉତ୍କଳିକା ପଟେଲଙ୍କ ବୟସ ୧୪ ବର୍ଷ । ଦୁଇ ତଳେ ସୁଜାତାଙ୍କ ସ୍ୱାମୀ କିଶୋର ପଟେଲ କୌଣସି କାର୍ଯ୍ୟରେ ସୁନ୍ଦରଗଡ଼ ଯାଇଥିଲେ । ଘରକୁ ଫେରି କବାଟ ଖୋଲିବାContinue reading “ସମ୍ବଲପୁର କିସିଣ୍ଡା ଗାଁରୁ ମା’-ଝିଅଙ୍କ ମୃତଦେହ ଉଦ୍ଧାର । ଘର ଭିତରୁ ଖଟରେ ଖୋଇଥିବା ଅବସ୍ଥାରେ ମିଳିଲା ମୃତଦେହ “
ପୁଲୱାମାରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ଗୁଳିବିନିମୟ : ଜଣେ ଆତଙ୍କବାଦୀ ନିହତ, ୨ ଜଣ ଲୁଚି ରହିଥିବା ସନ୍ଦେହ
କନକ ବ୍ୟୁରୋ : ପୁଲୱାମାର କାକାପୋରାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ । ସୂଚନାନୁସାରେ, ସୁରକ୍ଷା ବାହିନୀ ତିନି ଜଣଙ୍କୁ ଘେରି ରହିଛନ୍ତି, ସେଥିମଧ୍ୟରୁ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି । ଏହି ଅଞ୍ଚଳରେ ଦୁଇ ଆତଙ୍କବାଦୀଙ୍କ ସହ ଏନକାଉଣ୍ଟର ଜାରି ରହିଛି । ସକାଳ ହୋଇଥିବାରୁ ଘର କବାଟ ଓ ଝରକା ବନ୍ଦ ରଖିବାକୁ ଲୋକଙ୍କୁ ନିବେଦନ କରାଯାଇଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପୁଲୱାମାରେ ଇଣ୍ଟରନେଟ ସେବା ବନ୍ଦ କରିContinue reading “ପୁଲୱାମାରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ଗୁଳିବିନିମୟ : ଜଣେ ଆତଙ୍କବାଦୀ ନିହତ, ୨ ଜଣ ଲୁଚି ରହିଥିବା ସନ୍ଦେହ”
କରୋନା : ମହାରାଷ୍ଟ୍ରରେ ଅଧିକ ସଂକ୍ରମିତ ହେଉଛନ୍ତି ଛୋଟ ଶିଶୁ ଏବଂ କିଶୋର । ଏକ ରିପୋର୍ଟରୁ ପ୍ରକାଶ
ଦ୍ବିତୀୟ କୋଭିଡ୍ ଲହରରେ ଶିଶୁ ଏବଂ କିଶୋରଙ୍କ କ୍ଷେତ୍ରରେ ସଂକ୍ରମଣ ବୃଦ୍ଧି ହୋଇଛି। ପ୍ରଥମ ଲହର ତୁଳନାରେ ଦ୍ବିତୀୟ ଲହରରେ ଅଧିକାଂଶ ଶିଶୁ ଏବଂ କିଶୋର ସଂକ୍ରମିତ ହୋଇଛନ୍ତି। ତେବେ ମହାରାଷ୍ଟ୍ରରେ ମାର୍ଚ୍ଚ ସଂକ୍ରମଣ ଅତ୍ୟନ୍ତ ଚିନ୍ତାଜନକ ହୋଇଛି। ରାଜ୍ୟରେ ମାର୍ଚ୍ଚରେ କେବଳ ୬ ଲକ୍ଷ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ମାର୍ଚ୍ଚରେ ମହାରାଷ୍ଟ୍ରରେ ୧୦ ବର୍ଷ ବୟସ ମଧ୍ୟରେ ୧୫,୫୦୦ ଶିଶୁ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟରେ ମୋଟ୍ ପଜିଟିଭ୍Continue reading “କରୋନା : ମହାରାଷ୍ଟ୍ରରେ ଅଧିକ ସଂକ୍ରମିତ ହେଉଛନ୍ତି ଛୋଟ ଶିଶୁ ଏବଂ କିଶୋର । ଏକ ରିପୋର୍ଟରୁ ପ୍ରକାଶ”
ଦେଶରେ ଚାଷୀ ଆନ୍ଦୋଳନ ଆହୁରି ୮ ମାସ ଚାଲିବ । ଭାରତୀୟ କିଷାନ ସଂଘ ନେତା ରାକେଶ ଟିକାୟତ ଦେଲେ ସୂଚନା
କନକ ବ୍ୟୁରୋ : ଦେଶରେ ଚାଷୀ ଆନ୍ଦୋଳନ ଆହୁରି ଚାଲିବ ୮ ମାସ । ଏନେଇ ସୂଚନା ଦେଇଛନ୍ତି ଭାରତୀୟ କିସାନ ସଂଘ ନେତା ରାକେଶ ଟିକାୟତ । ଦିଲ୍ଲୀରେ ଚାଲିଥିବା ଚାଷୀ ଆନ୍ଦୋଳନ ଆସନ୍ତା ମେ ୧୦ ତାରିଖ ପରେ ଆହୁରି ବ୍ୟାପକ ହେବ । ଏହି ସମୟ ବେଳକୁ ଚାଷୀ ନିଜର କ୍ଷେତରୁ ଗହମ ଓ ଆଖୁ ଅମଳ କରି ସାରିଥିବେ । ତା ପରେ ସମସ୍ତେ ନିଜର ଅଧିକାର ଓ ଜମି ପାଇଁContinue reading “ଦେଶରେ ଚାଷୀ ଆନ୍ଦୋଳନ ଆହୁରି ୮ ମାସ ଚାଲିବ । ଭାରତୀୟ କିଷାନ ସଂଘ ନେତା ରାକେଶ ଟିକାୟତ ଦେଲେ ସୂଚନା”