କନକ ବ୍ୟୁରୋ : ଗୁଡ୍ ଫ୍ରାଇଡେକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଜାରି ହୋଇଛି ସ୍ୱତନ୍ତ୍ର ନିର୍ଦ୍ଦେଶନାମା । ଗୁଡ୍ ଫ୍ରାଇଡେ ପାଳନ ପାଇଁ ସର୍ବଧାରଣ ସ୍ଥାନରେ ଗହଳି ନକରିବାକୁ ଗାଇଡଲାଇନ୍ କୁହାଯାଇଛି । ସେହିପରି ଚର୍ଚ୍ଚ ପରିସରରେ ଏକା ସମୟରେ ସର୍ବାଧିକ ୫୦ଜଣଙ୍କୁ ଧାର୍ମିକ ପରମ୍ପରା ପାଳନ ପାଇଁ ଅନୁମତି ଦିଆଯାଇଛି । ତେବେ ଏଥିପାଇଁ ସାମାଜିକ ଦୂରତା ଏବଂ କୋଭିଡ୍ ନିୟମ ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହିପରିContinue reading “ଗୁଡ ଫ୍ରାଇଡେ ପାଇଁ ବିଏମିସି ଗାଇଡଲାଇନ୍ : ସର୍ବସାଧାରଣରେ ଏକାଠି ପର୍ବ ପାଳନ ମନା”
Author Archives: Raghaba
ସେସୁ ପରେ ଟାଟା ହାତକୁ ଗଲା ନେସ୍କୋ : ଏପ୍ରିଲ ପହିଲାରୁ ନେସ୍କୋ ଅଂଚଳରେ ବିଦ୍ୟୁତ ବିତରଣ କରିବ ଟାଟା ପାୱାର
କନକ ବ୍ୟୁରୋ : ସେସୁ ପରେ ଟାଟା ପାୱାର ହାତକୁ ଯାଇଛି ନେସ୍କୋ । ଏପ୍ରିଲ ପହିଲାରୁ ଉତର ପୂର୍ବ ଓଡ଼ିଶାରେ ବିଦ୍ୟୁତ ବିତରଣ କରିବ ଟାଟା । ଦେଶର ସବୁଠୁ ବଡ଼ ବିଦ୍ୟୁତ ବିତରଣ କଂପାନୀ ଟାଟା ପାୱାର, ନେସ୍କୋ ଅଧୀନରେ ଥିବା ବିଦ୍ୟୁ୍ତ ଉପଭୋକ୍ତାଙ୍କୁ ସେବା ଯୋଗାଇବ । ବିକ୍ରି ପ୍ରକ୍ରିୟା ଶେଷ ହେବା ପରେ ନେସ୍କୋର ପରିଚାଳନା ଓ ଅପରେସନ୍ ଦାୟିତ୍ୱ ଟାଟା ପାୱାର ହାତକୁ ଯାଇଛି । ରାଜ୍ୟ ସରକାର ହାତରେContinue reading “ସେସୁ ପରେ ଟାଟା ହାତକୁ ଗଲା ନେସ୍କୋ : ଏପ୍ରିଲ ପହିଲାରୁ ନେସ୍କୋ ଅଂଚଳରେ ବିଦ୍ୟୁତ ବିତରଣ କରିବ ଟାଟା ପାୱାର”
ମଦ ଦୋକାନ ଖୋଲିବାକୁ ରାଜ୍ୟରେ ଉତ୍ସାହ : ୧୨ଶହ ୯୭ ମଦ ଦୋକାନ ପାଇଁ ଆବେଦନ କରିଛନ୍ତି ୧୯ ହଜାର ୪୧୬
କନକ ବ୍ୟୁରୋ : ଭାରତ ପ୍ରସ୍ତୁତ ବିଦେଶୀ ମଦ ଏବଂ ଇଏନ୍ଏ ଦେଶୀ ମଦ ଦୋକାନ ପାଇଁ ରାଜ୍ୟ ସରକାର ଲଟେରି ବ୍ୟବସ୍ଥା ଆରମ୍ଭ କରିବା ପରେ ଏହାକୁ ନେଇ ମଦ ବ୍ୟବସାୟୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ରାଜ୍ୟର ୧୧ଶହ ୫୬ଟି ବିଦେଶୀ ମଦ ଓ ୨୪୦ଟି ଦେଶୀ ବଦ ଦୋକାନ ପାଇଁ ଲଟେରି ହେଉଥିବା ବେଳେ ଏପ୍ରିଲ ୩ ତାରିଖ ପର୍ଯ୍ୟନ୍ତ ଆବେଦନ କରିବାକୁ ସମୟ ଦିଆଯାଇଛି । ଏଥିରେ ଏବେ ସୁଦ୍ଧାContinue reading “ମଦ ଦୋକାନ ଖୋଲିବାକୁ ରାଜ୍ୟରେ ଉତ୍ସାହ : ୧୨ଶହ ୯୭ ମଦ ଦୋକାନ ପାଇଁ ଆବେଦନ କରିଛନ୍ତି ୧୯ ହଜାର ୪୧୬”
ଓଡ଼ିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି : ଆସନ୍ତାକାଲି ଉତ୍କଳ ବିଶ୍ବବିଦ୍ୟାଳୟର ୫୦ତମ ସମାବର୍ତନ ଉତ୍ସବରେ ଯୋଗ ଦେବେ
କନକ ବ୍ୟୁରୋ : ଉପରାଷ୍ଟ୍ରପତି ଏମ. ଭେଙ୍କେୟା ନାଇଡୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଏଥିପାଇଁ ତାଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ବେଳେ କାର୍କେଡ୍ ରିହର୍ସାଲ୍ କରାଯାଇଛି । ସୂଚନା ଅନୁଯାୟୀ ଆଜି ପୂର୍ବାହ୍ନ ୧୧ଟା ୧୫ରେ ସେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବେ । ସେଠାରୁ ସିଧାସଳଖ ରାଜଭବନ ଯିବେ ଓ ମଧ୍ୟାହ୍ନଭୋଜନ କରିବେ । ଅପରାହ୍ଣ ୪ଟା ୪୫ରେ ରାଜଭବନରୁ ବାହାରି ସଡ଼କ ପଥରେ କଟକ ବିଜୁ ପଟ୍ଟନାୟକContinue reading “ଓଡ଼ିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି : ଆସନ୍ତାକାଲି ଉତ୍କଳ ବିଶ୍ବବିଦ୍ୟାଳୟର ୫୦ତମ ସମାବର୍ତନ ଉତ୍ସବରେ ଯୋଗ ଦେବେ”
ପାଣିପାଗ ବିଭାଗର ପୂର୍ବାନୁମାନ, ଆଜିଠାରୁ କମିପାରେ ତାତି । ଗୋଟିଏ ଦିନରେ ଭୁବନେଶ୍ୱରରେ କମିଲା ୪ ଡିଗ୍ରୀ
ଗତକାଲି ରାଜ୍ୟ ଅତ୍ୟଧିକ ଉତ୍ତପ୍ତ ଖଣ୍ଡରେ ପରିଣତ ହୋଇଥିବା ବେଳେ ଆଜି ତାତିରୁ ଟିକେ ଆଶ୍ବସ୍ତି ମିଳିଛି। ଉପକୂଳ ଓଡ଼ିଶାର ତାପମାତ୍ରା ଅପେକ୍ଷାକୃତ କମିଥିବା ବେଳେ ଆଭ୍ୟନ୍ତରୀଣ ଓଡ଼ିଶାରେ ସେମିତି ତାତି ଜାରି ରହିଛି। ରାଜ୍ୟର ୧୫ ସହର ତାପମାତ୍ରା ଆଜି ୪୦ ଡିଗ୍ରି ଉପରେ ରହିଥିବା ବେଳେ ୪୧ ଡିଗ୍ରି ଉପରକୁ ଏଥିମଧ୍ୟରୁ ୧୧ଟି ସହରର ପାରଦ ଡେଇଁଛି। ଆସନ୍ତାକାଲିଠାରୁ ରାଜ୍ୟର ତାପମାତ୍ରାରେ ହ୍ରାସ ଘଟିବ। ବାୟୁର ଦିଗ ପରିବର୍ତ୍ତନ ଯୋଗୁ ରାଜ୍ୟର ପାରଦ ନିମ୍ନଗାମୀContinue reading “ପାଣିପାଗ ବିଭାଗର ପୂର୍ବାନୁମାନ, ଆଜିଠାରୁ କମିପାରେ ତାତି । ଗୋଟିଏ ଦିନରେ ଭୁବନେଶ୍ୱରରେ କମିଲା ୪ ଡିଗ୍ରୀ”
ପୁଣି ଫେରିଛି ଜଙ୍ଗଲ ନିଆଁ : ରାଜ୍ୟର ୧୧୮ଟି ସ୍ଥାନରେ ବଡ଼ଧରଣ ଜଙ୍ଗଲ ନିଆଁ ଚିହ୍ନଟ
କନକ ବ୍ୟୁରୋ : କିଛି ଦିନର ବ୍ୟବଧାନ ପରେ ପୁଣି ଫେରିଛି ଜଙ୍ଗଲ ନିଆଁ । ପୂର୍ବଭଳି ହୁ ହୁ ହୋଇ ଭୟଙ୍କର ଭାବେ ଜଳୁଛି ଶିମିଳିପାଳ ଜଙ୍ଗଲ। ଏଥିସହ ରାଜ୍ୟର ୧୧୮ଟି ସ୍ଥାନରେ ବଡ଼ଧରଣ ଜଙ୍ଗଲ ନିଆଁ ଚିହ୍ନଟ ହୋଇଛି। ବାରିପଦା ସର୍କଲରେ ସବୁଠାରୁ ଅଧିକ ସ୍ଥାନରେ ଜଙ୍ଗଲ ଜଳୁଥିବା ବେଳେ ଅନୁଗୁଳ, ରାଉରକେଲା, ବ୍ରହ୍ମପୁର ସର୍କଲର କେତେକ ସ୍ଥାନ ଅତି ସମ୍ବେଦନଶୀଳ ହେବାରେ ଲାଗିଛି। ଯଦି ଏଦିଗରେ ତୁରନ୍ତ ପଦକ୍ଷେପ ନିଆ ନ ଯାଏContinue reading “ପୁଣି ଫେରିଛି ଜଙ୍ଗଲ ନିଆଁ : ରାଜ୍ୟର ୧୧୮ଟି ସ୍ଥାନରେ ବଡ଼ଧରଣ ଜଙ୍ଗଲ ନିଆଁ ଚିହ୍ନଟ”
ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତ୍ତନ ଉତ୍ସବ । ବ୍ୟୋମକେଶ ରାୟ ଡକ୍ଟର ଅଫ୍ ଫିଲୋସଫି ଡିଗ୍ରୀ ଉପାଧିରେ ସମ୍ମାନିତ ।
କନକ ବ୍ୟୁରୋ: ଆଜି ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତ୍ତନ ଉତ୍ସବ ପାଳନ ହୋଇଛି । ଏହି ସମାବର୍ତ୍ତନ ଉତ୍ସବର ପ୍ରଥମ ଦିନରେ ୨୦୧୭-୨୦୧୯ ବର୍ଷର ପ୍ରତ୍ୟେକଟି ବିଭାଗରେ ଉତ୍କର୍ଷତା ଲାଭ କରିଥିବା ଛାତ୍ରଛାତ୍ରୀମାନଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ ସହ ପିଏଚଡି ଏବଂ ଡି.ଲିଟ୍ ଉପାଧି ପ୍ରଦାନ କରାଯାଇଛି । ଏହି ଅବସରରେ ଚାନ୍ଦବାଲି ବିଧାୟକ ତଥା ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଡ.ବ୍ୟୋମକେଶ ରାୟଙ୍କୁ ରାଜନୀତି ବିଜ୍ଞାନ ବିଷୟରେ ଡକ୍ଟର ଅଫ୍ ଫିଲୋସଫି ଡିଗ୍ରୀContinue reading “ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତ୍ତନ ଉତ୍ସବ । ବ୍ୟୋମକେଶ ରାୟ ଡକ୍ଟର ଅଫ୍ ଫିଲୋସଫି ଡିଗ୍ରୀ ଉପାଧିରେ ସମ୍ମାନିତ ।”
ସୁପରଷ୍ଟାର ରଜନୀକାନ୍ତଙ୍କୁ ଦାଦା ସାହେଦ ଫାଲକେ ସମ୍ମାନ । ବର୍ଷ ୨୦୨୦ ପାଇଁ ଫାଲକେ ସମ୍ମାନ ପାଇବେ ରଜନୀକାନ୍ତ ।
କନକ ବ୍ୟୁରୋ: ସୁପରଷ୍ଟାର ରଜନୀକାନ୍ତଙ୍କୁ ମିଳିବ ୨୦୧୯ ବର୍ଷ ପାଇଁ ଦାଦା ସାହେବ ଫାଲକେ ପୁରସ୍କାର । ଏନେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରଜନୀକାନ୍ତଙ୍କୁ ଟୁଇଟ କରି ଶୁଭେଚ୍ଛା ଜଣାଇଛନ୍ତି । କହିଛନ୍ତି ଏହା ଅତ୍ୟନ୍ତ ଖୁସିର ବିଷୟ ଯେ ଥଲାଇବାଙ୍କୁ ଦାଦା ସାହେବ ଫାଲକେ ପୁରସ୍କାର ମିଳିବାକୁ ଯାଉଛି । କେବଳ ସେତିକି ନୁହେଁ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ପାଲାନୀସ୍ୱାମୀ ରଜନୀକାନ୍ତଙ୍କ ସହିତ ଫୋନContinue reading “ସୁପରଷ୍ଟାର ରଜନୀକାନ୍ତଙ୍କୁ ଦାଦା ସାହେଦ ଫାଲକେ ସମ୍ମାନ । ବର୍ଷ ୨୦୨୦ ପାଇଁ ଫାଲକେ ସମ୍ମାନ ପାଇବେ ରଜନୀକାନ୍ତ ।”
ଆଜିଠୁ ଆରମ୍ଭ ହେଲା ୪୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ଟିକାକରଣ । ଏପ୍ରିଲ ପହିଲାରେ ରାଜ୍ୟରେ ଟିକା ନେଲେ ୨ ଲକ୍ଷରୁ ଅଧିକ ଲୋକ ।
କନକ ବ୍ୟୁରୋ: ଆଜିଠାରୁ ୪୫ବର୍ଷରୁ ଉର୍ଦ୍ଧ ବ୍ୟକ୍ତିଙ୍କ ଟିକାକରଣ ଆରମ୍ଭ ହୋଇଛି । ଏପ୍ରିଲ ପହିଲା ପ୍ରଥମ ଦିନରେ ଟିକାକରଣର ୨ ଲକ୍ଷ ଟାର୍ଗେଟ ପୂରଣ କରିଛି ଓଡିଶା । ଆଜି ଗୋଟିଏ ଦିନରେ ୨ ଲକ୍ଷ ୩ ହଜାର ୧୬୨ ଜଣଙ୍କୁ ଟିକା ଦିଆଯାଇଛି । ସେପଟେ ଦୀର୍ଘ ମାସର ବ୍ୟବଧାନ ପରେ ଓଡ଼ିଶାରେ ପ୍ରାୟ ୪ ଶହକୁ ଛୁଇଁଛି କରୋନା ମିଟର । ଆଜି ରାଜ୍ୟରେ ରେକର୍ଡ ୩୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟContinue reading “ଆଜିଠୁ ଆରମ୍ଭ ହେଲା ୪୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ଟିକାକରଣ । ଏପ୍ରିଲ ପହିଲାରେ ରାଜ୍ୟରେ ଟିକା ନେଲେ ୨ ଲକ୍ଷରୁ ଅଧିକ ଲୋକ ।”
ପଶ୍ଚିମବଙ୍ଗରେ ଗୋତ୍ର କାର୍ଡ ଖେଳିଲେ ମମତା । ନନ୍ଦିଗ୍ରାମରେ ବିଗାଡିଦେଲେ ବିଜେପିର ହିନ୍ଦୁ ଭୋଟର କାର୍ଡ
କନକ ବ୍ୟୁରୋ: ପଶ୍ଚିମବଙ୍ଗ ନିର୍ବାଚନରେ ଆଜି ଶେଷ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ । କିନ୍ତୁ ଏହାରି ଭିତରେ ପୁରା ବେଙ୍ଗଲ ରାଜନୀତିକୁ ସରଗରମ୍ କରି ରଖିଛି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଗୋତ୍ର । ଗତ ୩୦ ତାରିଖରେ ନନ୍ଦିଗ୍ରାମରେ ପ୍ରଚାରର ଶେଷ ପର୍ଯ୍ୟାୟରେ ମମତା ଖେଳିଛନ୍ତି ଏହି ଗୋତ୍ର କାର୍ଡ । କୁହାଯାଉଛି ମମତା ଏହି ଗୋତ୍ର କାର୍ଡ ଖେଳି ନନ୍ଦିଗ୍ରାମରେ ବିଜେପିର ହିନ୍ଦୁ ଭୋଟର କାର୍ଡର ଖେଳକୁ ବିଗାଡି ଦେଇଛନ୍ତି । ସେପଟେContinue reading “ପଶ୍ଚିମବଙ୍ଗରେ ଗୋତ୍ର କାର୍ଡ ଖେଳିଲେ ମମତା । ନନ୍ଦିଗ୍ରାମରେ ବିଗାଡିଦେଲେ ବିଜେପିର ହିନ୍ଦୁ ଭୋଟର କାର୍ଡ “