କନକ ବ୍ୟୁରୋ: ଦେଶରେ କରୋନା ସଂକ୍ରମଣ ଉପର ମୁହାଁ ରହିଛି । ବର୍ତମାନ ଦୈନିକ ସଂକ୍ରମଣ ୭୦ ହଜାର ଉପରେ ରହୁଛି । ଏପରି ସମୟରେ କରୋନା ଉପରେ ନିୟନ୍ତ୍ରଣ ପାଇଁ ଆରମ୍ଭ ହୋଇଛି ଏପ୍ରିଲ ମାସର ଟିକାକରଣ । ସାରାଦେଶରେ ୪୫ ବର୍ଷରୁ ଅଧିକ ସମସ୍ତ ବ୍ୟକ୍ତିଙ୍କୁ ଟିକାଦାନ କରାଯିବ । ସପ୍ତାହର ସମସ୍ତ ଦିନ ଟିକା କରଣ ପାଇଁ ସୂଚନା ଦେଇଛନ୍ତି କେନ୍ଦ୍ର ସରକାର । ଦେଶରେ ଚିହ୍ନଟ ହୋଇଥିବା ଏହି ନୂଆ ଆକ୍ରାନ୍ତଙ୍କContinue reading “ଦେଶରେ ଆରମ୍ଭ ହେଲା ଏପ୍ରିଲ ଟିକାକରଣ । ୪୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ମିଳିବ ଟିକା । ଏପ୍ରିଲ ମାସରେ ସପ୍ତାହର ସବୁ ଦିନ ଦିଆଯିବ ଭ୍ୟାକ୍ସିନ”
Author Archives: Raghaba
ପାଣିପାଗ ବିଭାଗର ପୂର୍ବାନୁମାନ, ଆସନ୍ତାକାଲି ଠାରୁ କମିବ ତାତି । ଗୋଟିଏ ଦିନରେ ଭୁବନେଶ୍ୱରରେ କମିଲା ୪ ଡିଗ୍ରୀ ।
କନକ ବ୍ୟୁରୋ: ଗତ ଦୁଇ ଦିନ ଧରି ପ୍ରବଳ ଗ୍ରୀଷ୍ମ ପ୍ରବାହରେ ହନ୍ତସନ୍ତ ହୋଇଛି ସାରା ଓଡିଶା । ହଠାତ୍ ଗରମ ଓ ଗୁଳୁଗୁଳି ବଢ଼ିଯିବାରୁ ଲୋକେ ଅସ୍ତବ୍ୟସ୍ତ ହୋଇ ଯାଇଛନ୍ତି । ପ୍ରଚଣ୍ଡ ଖରାଯୋଗୁଁ ରାସ୍ତାଘାଟ ଶୂନଶାନ୍ ହୋଇଯାଉଛି । ତେବେ ଆଗକୁ ତାପମାତ୍ରା କମିବା ସହ କାଳ ବୈଶାଖୀ ହେବା ନେଇ ସଂକେତ ଦେଇଛି ପାଣିପାଗ ବିଭାଗ । ମଙ୍ଗଳବାର ଓ ବୁଧବାର ଦୁଇ ଦିନ ଓଡିଶାର ଦୁଇଟି ସହର ବିଶ୍ୱର ସବୁଠୁ ଉତପ୍ତContinue reading “ପାଣିପାଗ ବିଭାଗର ପୂର୍ବାନୁମାନ, ଆସନ୍ତାକାଲି ଠାରୁ କମିବ ତାତି । ଗୋଟିଏ ଦିନରେ ଭୁବନେଶ୍ୱରରେ କମିଲା ୪ ଡିଗ୍ରୀ ।”
ଇଭିଏମରେ ସିଲ୍ ହେଲା ମମତା ଓ ଶୁଭେନ୍ଦୁ ଅଧିକାରୀଙ୍କ ଭାଗ୍ୟ । ନନ୍ଦିଗ୍ରାମରେ କିଛି ସ୍ଥାନରେ ହିଂସା, ଶୁଭେନ୍ଦୁ ଅଧିକାରୀଙ୍କ ଗାଡି ଉପରେ ଆକ୍ରମଣ ।
କନକ ବ୍ୟୁରୋ: ପଶ୍ଚିମବଙ୍ଗ ରାଜନୀତି ସେବେଠାରୁ ଉତ୍ତପ୍ତ ରହିଛି , ଯେବେ ଠାରୁ ନିର୍ବାଚନ ତାରିଖ ଘୋଷଣା ହୋଇ ସାରିଛି । ୮ ପର୍ଯ୍ୟାୟର ନିର୍ବାଚନରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନରେ ବହୁଚର୍ଚିତ ନନ୍ଦିଗ୍ରାମ ଆସନରେ ହୋଇଛି ଭୋଟିଂ । ଏହି ସମୟରେ ନନ୍ଦିଗ୍ରାମ ଆସନର ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ଗାଡି ଉପରେ ହୋଇଛି ଆକ୍ରମଣ । ଘଟଣା ପଛରେ ମମତାଙ୍କ ହାତ ରହିଥିବା ଇସାରା କରିଛନ୍ତି ଶୁଭେନ୍ଦୁ । ସେପଟେ ବିଜେପି ଭୋଟିଂ ସମୟରେ ବାହାରContinue reading “ଇଭିଏମରେ ସିଲ୍ ହେଲା ମମତା ଓ ଶୁଭେନ୍ଦୁ ଅଧିକାରୀଙ୍କ ଭାଗ୍ୟ । ନନ୍ଦିଗ୍ରାମରେ କିଛି ସ୍ଥାନରେ ହିଂସା, ଶୁଭେନ୍ଦୁ ଅଧିକାରୀଙ୍କ ଗାଡି ଉପରେ ଆକ୍ରମଣ ।”
ପୁରୀ ମାଉସୀ ମା’ ମନ୍ଦିରରୁ ଚୋରି । ତାଲା କାଟି ହୁଣ୍ଡିରୁ ଟଙ୍କା ଓ ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ । ସିସିଟିଭିରେ ଚୋରଙ୍କ ଚିତ୍ର କଏଦ ।
କନକ ବ୍ୟୁରୋ: ପୁରୀର ମାଉସୀ ମା ମନ୍ଦିରରୁ ଚୋରି । ଯାହାର ସିସିଟିଭି ଫୁଟେଜ୍ ଏବେ ସାମନାକୁ ଆସିଛି । ଏଥିରେ ଦୁଇଜଣ ଲୋକଙ୍କ ଚିତ୍ର ସାମ୍ନାକୁ ଆସୁଛି । ତେବେ ଏହି ଫୁଟେଜରୁ ଚେହେରା ସ୍ପଷ୍ଟ ଭାବରେ ଜଣାପଡୁନାହିଁ କିମ୍ବା ବେଶଭୂଷା ବି ସେତେ ଜଣାପଡୁନାହିଁ । ଏତିକି ଦେଖାଯାଉଛି ଯେ, ଏହି ଦୁଇଜଣ ବ୍ୟକ୍ତି ବିନା ଭୟରେ ଚୋରି କରିବାକୁ ଯାଇଛନ୍ତି । ମାଉସୀ ମା ମନ୍ଦିରର ମୁଖ୍ୟଦ୍ୱାର ସହ ଅନ୍ୟ ଦୁଇଟି ଦ୍ୱାରରContinue reading “ପୁରୀ ମାଉସୀ ମା’ ମନ୍ଦିରରୁ ଚୋରି । ତାଲା କାଟି ହୁଣ୍ଡିରୁ ଟଙ୍କା ଓ ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ । ସିସିଟିଭିରେ ଚୋରଙ୍କ ଚିତ୍ର କଏଦ ।”
ଭାରତରୁ ଚିନି ଓ କପା ଆମଦାନୀ ପ୍ରସଙ୍ଗରେ କଥା ବଦଳାଇଲା ପାକିସ୍ତାନ । ପାକର ଇକୋନୋମିକ୍ କୋର୍ଡିନେସନ୍ କମିଟି ପ୍ରସ୍ତାବ କ୍ୟାବିନେଟରେ ଖାରଜ ।
କନକ ବ୍ୟୁରୋ: ୨୪ ଘଂଟାରେ କଥା ବଦଳାଇ ଦେଲା ପାକିସ୍ତାନ । ଗତକାଲିର ନିଷ୍ପତିରେ ପୁଣି ପାକିସ୍ତାନର ୟୁ ଟର୍ଣ୍ଣ । ଭାରତରୁ କପା ଓ ଧଳା ଚିନି ଆମଦାନୀ ନେଇ ପାକିସ୍ତାନ ସରକାର ନେଇଥିବା ନିଷ୍ପତିରୁ ଓହରି ଯାଇଛି । ଏ ସମ୍ପର୍କରେ ପାକିସ୍ତାନ କ୍ୟାବିନେଟରେ ଗତକାଲି ଆସିଥିବା ପ୍ରସ୍ତାବ ଖାରଜ ହୋଇଥିବା ସୂଚନା ମିଳିଛି । ବର୍ତମାନ ପାକିସ୍ତାନର ଘରୋଇ ଆବଶ୍ୟକତା ଓ ଦର ବୃଦ୍ଧି ନିୟନ୍ତ୍ରଣ ପାଇଁ ଭାରତ ସହିତ ବାଣିଜ୍ୟ ସଂପର୍କରେContinue reading “ଭାରତରୁ ଚିନି ଓ କପା ଆମଦାନୀ ପ୍ରସଙ୍ଗରେ କଥା ବଦଳାଇଲା ପାକିସ୍ତାନ । ପାକର ଇକୋନୋମିକ୍ କୋର୍ଡିନେସନ୍ କମିଟି ପ୍ରସ୍ତାବ କ୍ୟାବିନେଟରେ ଖାରଜ ।”
ବିଜେଡି-ବିଜେପି ମୁହାଁମୁହିଁ: ବିଜେଡି କହିଲା, ସିଇଓଙ୍କୁ ବଦଳାଇବା ଦାବି ବିଜେପିର ଅଭ୍ୟାସଗତ । ଆଜି ସିଇଓଙ୍କୁ ଟାର୍ଗେଟ କରିଥିଲା ବିଜେପି
କନକ ବ୍ୟୁରୋ: ପିପିଲି ଉପନିର୍ବାଚନ ମଧ୍ୟରେ ଏବେ ପୁଣି ବିଜେଡି-ବିଜେପି ମୁହାଁମୁହିଁ ହୋଇଛନ୍ତି । ସକାଳେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଟାର୍ଗେଟ କରିଥିବା ବେଳେ ଏବେ ବିଜେଡି ଏହାର ଜବାବ ଦେଇଛି । ବିଜେଡି କହିଛି ସିଇଓଙ୍କୁ ବଦଳାଇବା ପାଇଁ ଦାବି ବିଜେପିର ଅଭ୍ୟାସ ଗତ ହୋଇଗଲାଣି । ବିଜେଡି ପ୍ରବକ୍ତା ସୁଶ୍ରୀ ଇସ୍ପିତା କହିଛନ୍ତି, ରାଜ୍ୟ ବିଜେପିକୁ ଏବେଠାରୁ ପିପିଲି ହାରିବାର ଭୟ ଗୋଡାଇଲାଣି । ତେଣୁ ସେମାନେContinue reading “ବିଜେଡି-ବିଜେପି ମୁହାଁମୁହିଁ: ବିଜେଡି କହିଲା, ସିଇଓଙ୍କୁ ବଦଳାଇବା ଦାବି ବିଜେପିର ଅଭ୍ୟାସଗତ । ଆଜି ସିଇଓଙ୍କୁ ଟାର୍ଗେଟ କରିଥିଲା ବିଜେପି “
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସମୟରେ ଆସିଛି ହିଂସାର ଛାତିଥରା ଦୃଶ୍ୟ । ପ୍ରେସ ଗାଡିକୁ ଆକ୍ରମଣ କରି ଭାଙ୍ଗିଲେ ଦୁବୃର୍ତ୍ତ ।
କନକ ବ୍ୟୁରୋ: ପଶ୍ଚିମବଙ୍ଗ ବିଧାନସଭା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ସରିଥିବାବେଳେ ନିର୍ବାଚନ ସମୟରେ ହିଂସାର ଛାତିଥରା ଦୃଶ୍ୟ ସାମ୍ନାକୁ ଆସିଛି । ଆଜି ଭୋଟବେଳେ ଏହି ହିଂସାରୁ ବାଦ ପଡିନାହିଁ ସାମ୍ବାଦିକଙ୍କ ଗାଡି । ଏକ ଜାତୀୟ ଗଣମାଧ୍ୟମର ଗାଡିକୁ କିଛି ଲୋକ ବାଟରେ ଅଟକାଇ ଆଖିବୁଜା ବାଡିରେ ଭାଙ୍ଗିଚାଲିଛନ୍ତି । ଗାଡି ଉପରକୁ କିଛି ଲୋକ ପ୍ରବଳ ଟେକାପଥର ମାଡ କରୁଥିବାବେଳେ ଆଉ କିଛି ଲୋକ ବାଡି ସାମ୍ନା ଓ ପଛପଟ କାଚ ଭାଙ୍ଗୁଥିବାContinue reading “ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସମୟରେ ଆସିଛି ହିଂସାର ଛାତିଥରା ଦୃଶ୍ୟ । ପ୍ରେସ ଗାଡିକୁ ଆକ୍ରମଣ କରି ଭାଙ୍ଗିଲେ ଦୁବୃର୍ତ୍ତ ।”
ପଶ୍ଚିମବଙ୍ଗ ନନ୍ଦିଗ୍ରାମରେ ବୁଥ ଜଗିଲେ ମମତା । ଫୋନରେ ରାଜ୍ୟପାଳଙ୍କୁ କଲେ ଅଭିଯୋଗ । କହିଲେ, ସ୍ଥାନୀୟ ବାସିନ୍ଦାଙ୍କୁ ଭୋଟ ଦେବାକୁ ଦିଆଯାଉନାହିଁ ।
କନକ ବ୍ୟୁରୋ: ଭାରତୀୟ ନିର୍ବାଚନୀ ଇତିହାସରେ ଏମିତି ଦୃଶ୍ୟ ବହୁତ କମ୍ ଦେଖିବାକୁ ମିଳେ, ଯେତେବେଳେ ଗୋଟିଏ ରାଜ୍ୟର ମୁଖ୍ୟମନ୍ତ୍ରୀ, ନିର୍ବାଚନ ଚାଲିଥିବା ସମୟରେ ମତଦାନ କେନ୍ଦ୍ରକୁ ଯାଇ, ନିର୍ବାଚନୀ ପ୍ରକ୍ରିୟାରେ ଅନିୟମିତତା ହେଉଥିବା ଅଭିଯୋଗ କରନ୍ତି । ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଚାଲିଥିବା ବେଳେ ଏକ ପୁଲିଂ ବୁଥରେ ପହଂଚିଥିଲେ ଟିଏମସି ନେତ୍ରୀ ମମତା ବାନାର୍ଜୀ । ଆଉ ମତଦାନ କେନ୍ଦ୍ରରୁ ସିଧାସଳଖ ରାଜ୍ୟପାଳଙ୍କୁ ଫୋନ୍ କରି କେମିତି ଭୋଟିଂରେ ଅନିୟମିତତା ହେଉଛି ଅଭିଯୋଗContinue reading “ପଶ୍ଚିମବଙ୍ଗ ନନ୍ଦିଗ୍ରାମରେ ବୁଥ ଜଗିଲେ ମମତା । ଫୋନରେ ରାଜ୍ୟପାଳଙ୍କୁ କଲେ ଅଭିଯୋଗ । କହିଲେ, ସ୍ଥାନୀୟ ବାସିନ୍ଦାଙ୍କୁ ଭୋଟ ଦେବାକୁ ଦିଆଯାଉନାହିଁ ।”
ପିପିଲି ଲଢ଼େଇ ପାଇଁ ରାଜନୈତିକ ଦଳ ବନାଇଲେ ବ୍ଲୁ-ପ୍ରିଂଟ । ବିଜେଡି ପ୍ରଚାରର ମଙ୍ଗ ଧରିବେ ନବୀନ । ବିଜେପି ପାଇଁ ମଇଦାନକୁ ଓହ୍ଲାଇବେ ଧର୍ମେନ୍ଦ୍ର ।
କନକ ବ୍ୟୁରୋ: ନିର୍ବାଚନ ଯେତିକି ପାଖଉଛି, ପିପିଲି ରାଜନୀତି ସେତିକି ଉଷୁମ ହେବାରେ ଲାଗିଛି । ମୁକାବିଲାର ଏହି ମଇଦାନରେ ସାମିଲ ହେବାକୁ ଯାଉଛନ୍ତି ହେଭିୱେଟ୍ ନେତା । ତେବେ ପ୍ରଚାରରେ ସବୁଠୁ ଆଗରେ ଥିବା ବିଜେଡି, ପିପିଲି ଗଡ଼ ରକ୍ଷା କରିବା ପାଇଁ ପ୍ରସ୍ତୁତ କରିଛି ସୁପରପ୍ଲାନ୍ । ଦଳୀୟ ପ୍ରାର୍ଥୀ ରୁଦ୍ର ମହାରଥୀଙ୍କୁ ଜିତାଇବା ପାଇଁ ଦଳର ବରିଷ୍ଠ ଚେହେରା ପ୍ରତାପ ଦେବ, ମହେଶ୍ୱର ମହାନ୍ତି, ସଂଜୟ ଦାସବର୍ମା, ଦେବୀ ମିଶ୍ରକୁ ଦଳର ସୁପ୍ରିମୋContinue reading “ପିପିଲି ଲଢ଼େଇ ପାଇଁ ରାଜନୈତିକ ଦଳ ବନାଇଲେ ବ୍ଲୁ-ପ୍ରିଂଟ । ବିଜେଡି ପ୍ରଚାରର ମଙ୍ଗ ଧରିବେ ନବୀନ । ବିଜେପି ପାଇଁ ମଇଦାନକୁ ଓହ୍ଲାଇବେ ଧର୍ମେନ୍ଦ୍ର ।”
ତତଲା ତାଓ୍ୱାରେ ଭାଜି ହେଲା ଓଡିଶା । ଆଜି ବି ନାଲିଆଖି ଦେଖାଇଲା ତାତି । ୧୫ ସହରର ପାରଦ ୪୦ ଡିଗ୍ରୀ ପାର୍ ।
କନକ ବ୍ୟୁରୋ: ଫୁଟୁଛି ଓଡିଶା । ତତଲା ତାତିରେ ଭାଜି ହେଉଛି ସାରା ଓଡିଶା । ମୁଣ୍ଡଫଟା ଖରା, ଅସହ୍ୟ ଗରମ ପାଇଁ ଘରୁ ଗୋଡ କାଢିବା ବି ମୁସ୍କିଲ ହୋଇଯାଉଛି । ଆଉ ୟାରି ଭିତରେ ପୁଣି ନାଲିଆଖି ଦେଖାଇଛି ତାତି । ଆଜି ୪୦ ଡିଗ୍ରୀ ଉପରେ ରହିଛି ରାଜ୍ୟର ୧୫ ସହରର ପାରଦ । ଅନୁଗୁଳ ଏବଂ ତାଲଚେର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଭାବେ ବିବେଚିତ ହୋଇଛି । ଅନୁଗୁଳ, ତାଲଚେରରContinue reading “ତତଲା ତାଓ୍ୱାରେ ଭାଜି ହେଲା ଓଡିଶା । ଆଜି ବି ନାଲିଆଖି ଦେଖାଇଲା ତାତି । ୧୫ ସହରର ପାରଦ ୪୦ ଡିଗ୍ରୀ ପାର୍ ।”