କନକ ବ୍ୟୁରୋ : ଆନ୍ଧ୍ର-ଓଡିଶା ମଧ୍ୟରେ ଲାଗି ରହିଛି ସୀମା ବିବାଦ । ରାୟଗଡା ଜିଲ୍ଲା ରାମନାଗୁଡା ତହସିଲ ଅନ୍ତର୍ଗତ ଓଡିଶା-ଆନ୍ଧ୍ର ସୀମାନ୍ତ ଲାଉଗୁଡା ଗାଁରୁ ଆସିଛି ଅଭାବନୀୟ ଚିତ୍ର । ସ୍ଥାନୀୟ ଗ୍ରାମବାସୀ ଆନ୍ଧ୍ରରେ ମିଶିବା ପାଇଁ ମସୁଧା କରୁଛନ୍ତି । ଓଡିଶା ସରକାରଙ୍କ ପକ୍ଷରୁ ସର୍ବନିମ୍ନ ମୌଳିକ ସୁବିଧା ସୁଯୋଗ ମିଳୁନଥିବାରୁ ଲାଉଗୁଡା ଗ୍ରାମବାସୀ ପଡୋଶୀ ରାଜ୍ୟରେ ମିଶି ଯିବାକୁ ଚାହୁଁଥିବା କହିଛନ୍ତି । ଲାଉଗୁଡା ଗାଁରେ ୪୦ରୁ ଉଦ୍ଦ୍ୱର୍ ଆଦିବାସୀ ସମ୍ପ୍ରଦାୟର ପରିବାରContinue reading “ଓଡିଶା ଅବହେଳାର ଫାଇଦା ଉଠାଉଛି ପଡିଶା : ସର୍ବନିମ୍ନ ମୌଳିକ ସୁବିଧାରୁ ବଂଚିତ ଅଭିଯୋଗ କରି ଆନ୍ଧ୍ରରେ ମିଶିବାକୁ ଚେତାବନୀ ଦେଲେ ସୀମାନ୍ତବର୍ତୀ ଗ୍ରାମବାସୀ”
Author Archives: Raghaba
ହାତଖର୍ଚ୍ଚ ନଦେବାରୁ ମାଆ ମୁଣ୍ଡକୁ ପଥରରେ ଛେଚିଲା ପୁଅ । ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
ଟଙ୍କା ନଦେବାରୁ ପଥରରେ ଛେଚି ମା’କୁ ହତ୍ୟା କରିଛି ପୁଅ। ଏହି ଘଟଣାରେ ଦେବଗଡ଼ ଜିଲ୍ଲା ରିଆମାଳ ଥାନା ପୁଲିସ ଅଭିଯୁକ୍ତ ପୁଅକୁ ଗିରଫ କରି କୋର୍ଟ ଚାଲାଣ କରିଛି । କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ ହାଜତକୁ ପଠାଇ ଦିଆଯାଇଛି । ସୂଚନା ଅନୁଯାୟୀ ରିଆମାଳ ଥାନା ଅନ୍ତର୍ଗତ କାଲଚିପୁଡ଼ାଡିହି ଗ୍ରାମର ସ୍ୱର୍ଗତ ଲକ୍ଷ୍ମଣ ଦେହୁରୀଙ୍କ ପୁଅ ହେମନ୍ତ ଦେହୁରୀ(୪୦) ଶନିବାର ସନ୍ଧ୍ୟାରେ ନିଜ ବୃଦ୍ଧା ମା’ ତୁଲସା ଦେହୁରୀ (୭୫)ଙ୍କୁ ହାତContinue reading “ହାତଖର୍ଚ୍ଚ ନଦେବାରୁ ମାଆ ମୁଣ୍ଡକୁ ପଥରରେ ଛେଚିଲା ପୁଅ । ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ”
ସାରା ରାଜ୍ୟକୁ କଲବଲ କରୁଛି ଖରା : ରାତି ପାହୁପାହୁ ବଢୁଛି ତାତି; ଉତରରୁ ପଶ୍ଚିମ ସବୁଠି ଜାରି ରହିଛି ଗ୍ରୀଷ୍ମ ଲହରି
କନକ ବ୍ୟୁରୋ : ରାତି ପାହୁପାହୁ ବଢୁଛି ତାତି । ଗତକାଲି ସାରା ବିଶ୍ୱରେ ଉତପ୍ତ ସହର ପାଲଟିଥିବା ବାରିପଦା ସହରରେ ସକାଳ ୮ଟାରୁ ପ୍ରକୋପ ଜାରି କରୁଛି ଖରା । ଗତକାଲି ବାରିପଦା ସହରରେ ୪୪ ଦଶମିକ ୬ ଡିଗ୍ରୀ ସେଲସିୟସରେ ପହଁଚିଥିଲା ତାପମାତ୍ରା । ପାଣିପାଗ ସଂସ୍ଥା ଓଜିଆଇମେଟ୍ ଡଟ କମ୍ ସୂଚନା ଆଧାରରେ ଏହି ତଥ୍ୟ ସାମନାକୁ ଆସିଥିଲା । ସେପଟେ ଆଜିଠୁ ରାଜ୍ୟର ୩ ଦିନ ଯାଏଁ ପ୍ରବଳ ଗ୍ରୀଷ୍ମପ୍ରବାହ ସମ୍ଭାବନାContinue reading “ସାରା ରାଜ୍ୟକୁ କଲବଲ କରୁଛି ଖରା : ରାତି ପାହୁପାହୁ ବଢୁଛି ତାତି; ଉତରରୁ ପଶ୍ଚିମ ସବୁଠି ଜାରି ରହିଛି ଗ୍ରୀଷ୍ମ ଲହରି”
ପ୍ରଧାନମନ୍ତ୍ରୀ ଆବାସରେ ଲାଗିପାରିବନି ବିଜୁ ପକ୍କାଘର ଲୋଗୋ : ରାଜ୍ୟ ସରକାରଙ୍କୁ ଲୋଗୋ ବ୍ୟବହାର ନକରିବାକୁ ନିର୍ଦ୍ଦେଶ
କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ କରାଯାଉଥିବା ପକ୍କା ଘରେ ଲାଗିପାରିବ ନାହିଁ ବିଜୁ ପକ୍କା ଘର ଲୋଗୋ । ଏଥିପାଇଁ ଓଡିଶା ସରକାରଙ୍କୁ ଚିଠି ଲେଖି ବାରଣ କଲେ କେନ୍ଦ୍ର ସରକାରଙ୍କ ଗ୍ରାମୀଣ ବିକାଶ ବିଭାଗର ପ୍ରମୁଖ ସଚିବ । ବିଜୁ ପକ୍କା ଘର ଲୋଗୋ ଅନୁମୋଦିତ ନୁହେଁ, ତେଣୁ ଏହାକୁ ବ୍ୟବହାର ନକରିବାକୁ ଚିଠିରେ ନିର୍ଦ୍ଦେଶ ରହିଛି । ପୂର୍ବରୁ ଏନେଇ ରାଜ୍ୟପାଳଙ୍କୁ ଫେରାଦ ହୋଇଥିଲା ବିଜେପି । ବିଧାନସଭାର ବିରୋଧୀContinue reading “ପ୍ରଧାନମନ୍ତ୍ରୀ ଆବାସରେ ଲାଗିପାରିବନି ବିଜୁ ପକ୍କାଘର ଲୋଗୋ : ରାଜ୍ୟ ସରକାରଙ୍କୁ ଲୋଗୋ ବ୍ୟବହାର ନକରିବାକୁ ନିର୍ଦ୍ଦେଶ “
ପରୀ ହତ୍ୟା ମାମଲା: ସିବିଆଇ ତଦନ୍ତକୁ କ୍ରାଇମବ୍ରାଞ୍ଚର ବିରୋଧ, ସୁପ୍ରିମକୋର୍ଟରେ ୯୪ ପୃଷ୍ଠାର ସତ୍ୟପାଠ ଦାଖଲ ।
କନକ ବ୍ୟୁରୋ: ସୁପ୍ରିମକୋର୍ଟରେ ପରୀ ହତ୍ୟା ମାମଲାର ସିବିଆଇ ତଦନ୍ତକୁ କ୍ରାଇମବ୍ରାଂଚର ବିରୋଧ । ମାମଲାର ତଦନ୍ତ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଟିମ୍-ଏସଆଇଟି ଦ୍ୱାରା କରାଯାଇଛି । ତେଣୁ ସିବିଆଇ ତଦନ୍ତର ଆବଶ୍ୟକତା ନାହିଁ ବୋଲି ସତ୍ୟପାଠରେ କହିଛି କ୍ରାଇମବ୍ରାଂଚ ପୋଲିସ । ଏସଆଇଟି ଦ୍ୱାରା ତଥ୍ୟ, ପ୍ରମାଣ ଏବଂ ସାକ୍ଷର ବିବରଣୀ ସତ୍ୟପାଠରେ ଉଲ୍ଲେଖ ରହିଛି । ଏଥିରେ କୁହାଯାଇଛି ଯେ, ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯିବା ସହ ଅଭିଯୋଗ ଫର୍ଦ ଦାଖଲ ହୋଇଛି ।Continue reading “ପରୀ ହତ୍ୟା ମାମଲା: ସିବିଆଇ ତଦନ୍ତକୁ କ୍ରାଇମବ୍ରାଞ୍ଚର ବିରୋଧ, ସୁପ୍ରିମକୋର୍ଟରେ ୯୪ ପୃଷ୍ଠାର ସତ୍ୟପାଠ ଦାଖଲ । “
କରୋନା : କମିଲା ସଂକ୍ରମଣ, ହେଲେ ବଢିଛି ମୃତ୍ୟୁ ସଂଖ୍ୟା । ଗତ ୨୪ ଘଣ୍ଟାରେ ୫୩ ହଜାର ୪୮୦ ନୂଆ ମାମଲା ଚିହ୍ନଟ
କନକ ବ୍ୟୁରୋ : ଲଗାତର କିଛିଦିନ ହେଲା ୬୦ ହଜାର ଉପରେ ରହୁଥିବା ଦୈନିକ କରୋନା ସଂକ୍ରମଣ ମାମଲା ଦୁଇଦିନରେ ସାମାନ୍ୟ କମିଛି । ଗତ ୨୪ ଘଂଟାରେ ସାରାଦେଶରୁ ୫୩ ହଜାର ୪୮୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ପୂର୍ବ ୨୪ ଘଂଟାରେ ମଧ୍ୟ ୬୫ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ହେଲେ ଉଦବେଗର ବିଶୟ ହେଉଛି ଗୋଟିଏ ଦିନରେ ମୃତ୍ୟୁ ସଂଖ୍ୟାରେ ବୃଦ୍ଧି ଆସିଛି ।Continue reading “କରୋନା : କମିଲା ସଂକ୍ରମଣ, ହେଲେ ବଢିଛି ମୃତ୍ୟୁ ସଂଖ୍ୟା । ଗତ ୨୪ ଘଣ୍ଟାରେ ୫୩ ହଜାର ୪୮୦ ନୂଆ ମାମଲା ଚିହ୍ନଟ”
ବଲିଉଡରେ ଡ୍ରଗ୍ସ କାରବାର: ଅଭିନେତା ଏଜାଜ ଖାନ୍ ଗିରଫ ; ୮ ଘଣ୍ଟାର ଜେରା ପରେ ଗିରଫ କଲା ଏନସିବି
କନକ ବ୍ୟୁରୋ : ଡ୍ରଗ୍ସ କାରବାର ମାମଲାରେ ଏଜାଜ ଖାନ ଗିରଫ । ମୁମ୍ବାଇରୁ ଏଜାଜ ଖାନଙ୍କୁ ଗିରଫ କଲା ଏନସିବି । ଦୀର୍ଘ ଆଠ ଘଣ୍ଟାର ପଚରାଉଚରା ପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଏଜାଜଙ୍କୁ ଗିରଫ କରିଛି । ପୂର୍ବରୁ ତାଙ୍କୁ ୨୦୧୮ ମସିହାରେ ମଧ୍ୟ ଗିରଫ କରାଯାଇଥିଲା। ଏନସିବି ସୂତ୍ରରୁ ପ୍ରକାଶ ଯେ ମୁମ୍ବାଇର ଡ୍ରଗ୍ସର ସବୁଠାରୁ ବଡ ସିଣ୍ଡିକେଟ୍ ଏଜାଜ୍ ଖାନ୍ ଏବଂ ବାଟାଟା ଗ୍ୟାଙ୍ଗ ମଧ୍ୟରେ ଲିଙ୍କ ମିଳିଛି । ଏଜାଜଙ୍କୁContinue reading “ବଲିଉଡରେ ଡ୍ରଗ୍ସ କାରବାର: ଅଭିନେତା ଏଜାଜ ଖାନ୍ ଗିରଫ ; ୮ ଘଣ୍ଟାର ଜେରା ପରେ ଗିରଫ କଲା ଏନସିବି”
ସାରା ଦେଶରେ ବଢୁଛି କରୋନା ସଂକ୍ରମଣ : ଓଡିଶାରେ ସଂକ୍ରମଣ ରୋକିବାକୁ ଜୋରଦାର ହେବ ଟିକାକରଣ
କନକ ବ୍ୟୁରୋ : ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବା ବେଳେ ଟିକାକରଣକୁ ଜୋରଦାର କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ସରକାର । ସେହି କ୍ରମରେ ବିଜୁଳି ଓ ପାଇପ ପାଣି ଯୋଗାଣ କିମ୍ବା ସଡକ ପରିବହନ କାମରେ ନିୟୋଜିତ କର୍ମଚାରୀଙ୍କ ଟିକାକରଣ କରିବାକୁ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ । ଏମାନଙ୍କୁ ଆଗ ଧାଡିର କରୋନା ଯୋଦ୍ଧା ଭାବେ ବିଚାର କରି ପ୍ରାଥମିକତା ଭିତିରେContinue reading “ସାରା ଦେଶରେ ବଢୁଛି କରୋନା ସଂକ୍ରମଣ : ଓଡିଶାରେ ସଂକ୍ରମଣ ରୋକିବାକୁ ଜୋରଦାର ହେବ ଟିକାକରଣ”
ରାଜ୍ୟର ୧୦ ବର୍ଷରେ ମରିଛନ୍ତି ୮୪୩ ହାତୀ : ବିଧାନସଭାରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ପ୍ରଶ୍ନର ଉତର ରଖିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ
କନକ ବ୍ୟୁରୋ : ରାଜ୍ୟରେ ୧୦ ବର୍ଷରେ ୮ଶହରୁ ଅଧିକ ହାତୀଙ୍କ ମୃତ୍ୟୁ ହୋଇଛି । ୨୦୧୦-୧୧ରୁ ୨୦୨୦-୨୧ ମାର୍ଚ୍ଚ ୨୨ ତାରିଖ ସୁଦ୍ଧା ମୋଟ୍ ୮୪୩ ହାତୀଙ୍କ ମୃତ୍ୟୁ ହୋଇଥିବା ବିଧାନସଭାରେ ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଷ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ବିଧାନସଭାରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ଏ ସଂପର୍କୀତ ଏକ ପ୍ରଶ୍ନର ଉତରରେ ଗୃହକୁ ଏଭଳି ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ । ହାତୀ-ମଣିଷ ବିବାଦରContinue reading “ରାଜ୍ୟର ୧୦ ବର୍ଷରେ ମରିଛନ୍ତି ୮୪୩ ହାତୀ : ବିଧାନସଭାରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ପ୍ରଶ୍ନର ଉତର ରଖିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ”
ବରଗଡରେ ବ୍ୟାପୁଛି କ୍ୟାନ୍ସର । ଜିଲ୍ଲାରେ କ୍ୟାନ୍ସର ହସ୍ପିଟାଲ ପ୍ରତିଷ୍ଠା ପାଇଁ ଅଭିନବ ଉପାୟରେ ଦୃଷ୍ଟି ଆକର୍ଷଣ କଲେ ସାମାଜିକ କର୍ମୀ , ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ବି ସର୍ଭେରେ ଅଟକି ଯାଇଛି କାମ ।
କନକ ବ୍ୟୁରୋ: ବରଗଡ ଜିଲ୍ଲାରେ ବ୍ୟାପୁଛି କ୍ୟାନସର । ଏହା ଜିଲ୍ଲାବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । କ୍ୟାନସର ହସ୍ପିଟାଲ ପ୍ରତିଷ୍ଠା ପାଇଁ ଜିଲ୍ଲାବାସୀ ପ୍ରତିଶ୍ରୃତି ପାଇଥିଲେ ବି କେବଳ ସର୍ଭେରେ ଏହା ଅଟକି ଯାଇଛି । ତେବେ ବରଗଡରେ ହସ୍ପିଟାଲ ପ୍ରତିଷ୍ଠା ଦାବି ନେଇ ସାମାଜିକ କର୍ମୀ ଅଶ୍ୱିନୀ ଦର୍ଜିଙ୍କ ଅଭିନବ ଉପାୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ବରଗଡରେ ବଢିଚାଲିଛି କ୍ୟାନସର ରୋଗୀଙ୍କ ସଂଖ୍ୟା । ଆଉ ଏ ନେଇ ଉଦବେଗContinue reading “ବରଗଡରେ ବ୍ୟାପୁଛି କ୍ୟାନ୍ସର । ଜିଲ୍ଲାରେ କ୍ୟାନ୍ସର ହସ୍ପିଟାଲ ପ୍ରତିଷ୍ଠା ପାଇଁ ଅଭିନବ ଉପାୟରେ ଦୃଷ୍ଟି ଆକର୍ଷଣ କଲେ ସାମାଜିକ କର୍ମୀ , ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ବି ସର୍ଭେରେ ଅଟକି ଯାଇଛି କାମ ।”