କନକ ବ୍ୟୁରୋ : କଟକ ନିଆଳି ବ୍ଲକ ମହଙ୍ଗପଡା ଗାଁର ୪୧ ବର୍ଷିୟ ଅଭୟ ଜେନା । ଦିନ ମଜୁରିଆ ଭାବେ କାମ କରି ପୁଅ ଓ ସ୍ତ୍ରୀଙ୍କ ମୁହଁରେ ଆହାର ଦେଉଥିବା ଅଭୟ ଏବେ ମୁଖ ଗହ୍ୱର କର୍କଟରେ ପୀଡିତ । ବାପା ରୋଗ ଶଯ୍ୟାରେ ପଡି ଯିବା ପରେ ବାପାଙ୍କ ସେବା ସୁସସା କରୁଛି କୁନି ପୁଅ । ମାଆ ପର ଘରୁ ମାଗିଯାଚି ଆଣି ଖାଇବାକୁ ଦେଉଥିବା ବେଳେ ବାପାଙ୍କ ପାଖରେ ଜଗିContinue reading “ଚିକିତ୍ସା ଅଭାବରୁ ଘରେ ପଡି ଯନ୍ତ୍ରଣା ଭୋଗୁଛନ୍ତି ନିଆଳିର ଅଭାବୀ ଅଭୟ : ପାଠ ସାଠ ଛାଡି ବାପାଙ୍କ ସେବା କରୁଛି କୁନି ପୁଅ”
Author Archives: Raghaba
ଚଳନ୍ତା କାରରେ ଲାଗିଲା ନିଆଁ : ଅଚାନକ୍ ଧୂଆଁ ବାହାରିବା ପରେ କାର ଛାଡି ଚାଲିଗଲେ ମାଲିକ
କନକ ବ୍ୟୁରୋ : ରାସ୍ତା ଉପରେ ଚଳନ୍ତା କାରରେ ଲାଗିଲା ନିଆଁ । ଅଚାନକ୍ ଧୂଆଁ ବାହାରିବା ପରେ କାର ଛାଡି ମାଲିକ ବାହାରି ଯାଇଥିଲେ । ଫଳରେ ସେ ଏକ ବଡ ଦୁର୍ଘଟଣାରୁ ବର୍ତି ଯାଇଛନ୍ତି । କିନ୍ତୁ ତାଙ୍କ କାର୍ଟି ସଂପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି । ଗତକାଲି ବିଳମ୍ବିତ ରାତିରେ କେନ୍ଦୁଝର ଜିଲ୍ଲା ବଡବିଲ ପୌରାଂଚଳ ଅନ୍ତର୍ଗତ ଡାକବଙ୍ଗଳା ଅଂଚଳରେ ଏଭଳି ଅଘଟଣ ଘଟିଛି । କାର ଧରି ଚାଳକ ଜଣଙ୍କ ଘରକୁContinue reading “ଚଳନ୍ତା କାରରେ ଲାଗିଲା ନିଆଁ : ଅଚାନକ୍ ଧୂଆଁ ବାହାରିବା ପରେ କାର ଛାଡି ଚାଲିଗଲେ ମାଲିକ”
ରାଜଧାନୀରେ ଅଛି ପ୍ରାୟ ୪୯୦ ବେଆଇନ୍ ଆପାର୍ଟମେଂଟ : ନଗର ଉନ୍ନୟନ ମନ୍ତ୍ରୀ କହିଲେ, ୨ଶହ କୋଠା ଭାଙ୍ଗିବାକୁ ଦିଆଯାଇ ନିର୍ଦ୍ଦେଶ
କନକ ବ୍ୟୁରୋ : ରାଜଧାନୀରେ ମାଳମାଳ ଆପାର୍ଟମେଣ୍ଟ ଦେଖାଯାଉଥିଲେ ହେଁ ଏଥିରୁ ମାତ୍ର ୧୬୪୩ଟି ଆପାର୍ଟମେଣ୍ଟ ଓ ବହୁତଳ କୋଠାର ନିର୍ମାଣ ନକ୍ସାକୁ ବିଡିଏ ଓ ବିଏମ୍ସି ଅନୁମୋଦନ କରିଛି ବୋଲି ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ପ୍ରତାପ ଜେନା ବିଧାନସଭାରେ କହିଛନ୍ତି । ରାଜଧାନୀରେ କେତେ ଆପାର୍ଟମେଣ୍ଟ ଅଛି, ସେଥିରୁ କେତୋଟି ବେଆଇନ୍ ଘୋଷିତ ହୋଇଥିବା ନେଇ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ, ରାଜଧାନୀରେContinue reading “ରାଜଧାନୀରେ ଅଛି ପ୍ରାୟ ୪୯୦ ବେଆଇନ୍ ଆପାର୍ଟମେଂଟ : ନଗର ଉନ୍ନୟନ ମନ୍ତ୍ରୀ କହିଲେ, ୨ଶହ କୋଠା ଭାଙ୍ଗିବାକୁ ଦିଆଯାଇ ନିର୍ଦ୍ଦେଶ”
ପାଲଲହଡା ବଡଝାର ଗାଁରେ ୨୪ ପଜିଟିଭ୍ : ଦିନକରେ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେବା ପରେ ଗାଁକୁ କଂଟେନମେଂଟ ଜୋନ ଘୋଷଣା ପାଇଁ ଉପଜିଲ୍ଲାପାଳଙ୍କ ସୁପାରୀଶ
କନକ ବ୍ୟୁରୋ : ଅନୁଗୁଳ ଜିଲ୍ଲା ପାଲଲହଡା ବ୍ଲକର ବଡଝାର ଗାଁରେ ୨୪ ଜଣ କରୋନା ପଜିଟିଭ୍ ଚିହ୍ନଟ । ଦିନକରେ ଏତେ ସଂଖ୍ୟାରେ ଲୋକ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ କଂଟେନମେଂଟ ଜୋନ୍ ଘୋଷଣା କରିବାକୁ ଜିଲ୍ଲାପାଳଙ୍କୁ ସୁପାରୀଶ କରାଯାଇଛି । ପାଲଲହଡା ଉପଜିଲ୍ଲାପାଳଙ୍କ ସୂଚନା ଅନୁସାରେ ଗତ ୨୩ ତାରିଖରେ ବଡଝାର ଗାଁରେ ୨ ଜଣ ଲୋକ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏମାନଙ୍କୁ ସଂଗରୋଧରେ ରଖାଯାଇଥିଲା । ତାପରେ ସେହିContinue reading “ପାଲଲହଡା ବଡଝାର ଗାଁରେ ୨୪ ପଜିଟିଭ୍ : ଦିନକରେ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେବା ପରେ ଗାଁକୁ କଂଟେନମେଂଟ ଜୋନ ଘୋଷଣା ପାଇଁ ଉପଜିଲ୍ଲାପାଳଙ୍କ ସୁପାରୀଶ”
ଆଜି ଛତିଶଗଡ ସହ କରୋନା ସ୍ଥିତି ନେଇ ଆଲୋଚନା କରିବ ଓଡିଶା : ପଡୋଶୀ ରାଜ୍ୟରେ ବଢ଼ୁଥିବା ସଂକ୍ରମଣ ଯୋଗୁଁ ସୀମାନ୍ତ ଜିଲ୍ଲାରେ ବଢ଼ୁଛି ସମସ୍ୟା
କନକ ବ୍ୟୁରୋ : ଆଜି କରୋନା ସ୍ଥିତି ନେଇ ଛତିଶଗଡ ସହ ଆଲୋଚନା କରିବ ଓଡିଶା । ପଡୋଶୀ ରାଜ୍ୟରେ ବଢ଼ୁଥିବା ସଂକ୍ରମଣ ଯୋଗୁଁ ଓଡିଶାର ସୀମାନ୍ତ ଜିଲ୍ଲାରେ ଚିନ୍ତା ବଢ଼ିବାରେ ଲାଗିଛି । ବିଶେଷକରି ନୂଆପଡା, ବରଗଡ ଓ ସୁନ୍ଦରଗଡ ଜିଲ୍ଲା ପାଇଁ ଚିନ୍ତା ବଢ଼ିବାରେ ଲାଗିଛି । ଛତିଶଗଡ ସୀମାକୁ ଲାଗିଥିବା ଏହି ଜିଲ୍ଲା ଗୁଡିକରେ ଅଚାନକ କରୋନା ବୃଦ୍ଧି ପାଇଥିଲା । ତାପରେ ଏହାର ମୁକାବିଲା ପାଇଁ କେତେକ କଟକଣା ଲଗାଇଛନ୍ତି ରାଜ୍ୟContinue reading “ଆଜି ଛତିଶଗଡ ସହ କରୋନା ସ୍ଥିତି ନେଇ ଆଲୋଚନା କରିବ ଓଡିଶା : ପଡୋଶୀ ରାଜ୍ୟରେ ବଢ଼ୁଥିବା ସଂକ୍ରମଣ ଯୋଗୁଁ ସୀମାନ୍ତ ଜିଲ୍ଲାରେ ବଢ଼ୁଛି ସମସ୍ୟା”
‘ମୋ ବସ୍’ କର୍ମଚାରୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ । ଚଳନ୍ତା ବସରୁ ଯାତ୍ରୀଙ୍କୁ ଠେଲିଦେଇଥିବା ଅଭିଯୋଗ, ଗୋଡ ଉପରେ ଚଢ଼ିଗଲା ବସ୍, ଯାତ୍ରୀ ଗୁରୁତର ।
କନକ ବ୍ୟୁରୋ: ‘ମୋ ବସ୍‘ କର୍ମଚାରୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ । ଚଳନ୍ତା ବସରୁ ଠେଲିଦେଇଥିବା ଅଭିଯୋଗ ଆଣିଲେ ଯାତ୍ରୀ । ଅଭିଯୋଗ ଅନୁସାରେ ବାଲିଅନ୍ତା ଡିହ ବାଲିଅନ୍ତାର ନିର୍ମଳେନ୍ଦୁ ପରିଡ଼ା ନାମକ ବ୍ୟକ୍ତି ହଂସପାଳ ଛକରେ ଓହ୍ଲାଇବା ପାଇଁ ଖାରବେଳନଗରରୁ ‘ମୋ ବସ୍‘ରେ ଚଢ଼ିଥିଲେ । ହେଲେ ବସ୍ ଭିତରେ ଟିକେଟ୍ ପଇସା ଫେରସ୍ତ ନେଇ ଯୁକ୍ତିତର୍କ ହୋଇଥିଲା । ଏହାପରେ ସେ ଓହ୍ଲାଇବାବେଳେ ତାଙ୍କୁ ବସ୍ କର୍ମଚାରୀ ଠେଲି ଦେଇଥିଲେ ବୋଲି ଅଭିଯୋଗ ହୋଇଛିContinue reading “‘ମୋ ବସ୍’ କର୍ମଚାରୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ । ଚଳନ୍ତା ବସରୁ ଯାତ୍ରୀଙ୍କୁ ଠେଲିଦେଇଥିବା ଅଭିଯୋଗ, ଗୋଡ ଉପରେ ଚଢ଼ିଗଲା ବସ୍, ଯାତ୍ରୀ ଗୁରୁତର ।”
ଖରା କରୁଛି କଲବଲ : ଆଜିଠୁ ୩ ଦିନ ଯାଏଁ ପ୍ରବଳ ଗ୍ରୀଷ୍ମପ୍ରବାହ ସମ୍ଭାବନା; ୨୦ଟି ଜିଲ୍ଲାରେ ହିଟ୍-ୱେଭ୍ ୱାର୍ଣ୍ଣିଂ ଜାରି
କନକ ବ୍ୟୁରୋ: ଆଜିଠୁ ରାଜ୍ୟର ୩ ଦିନ ଯାଏଁ ପ୍ରବଳ ଗ୍ରୀଷ୍ମପ୍ରବାହ ସମ୍ଭାବନା ରହିଛି । ଗ୍ରୀଷ୍ମପ୍ରବାହକୁ ନଜରରେ ରଖି , ୨୦ଟି ଜିଲ୍ଲା ପାଇଁ ହିଟ୍-ୱେଭ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ପାଣିପାଗ ବିଭାଗ ସତର୍କ କରି କହିଛି, ସୁନ୍ଦରଗଡ, ଝାରୁସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ, ନୂଆପଡା, ବଲାଙ୍ଗିର, କଳାହାଣ୍ଡି, ସୋନପୁର, ବୌଦ୍ଧ, ନୟାଗଡ, ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଭଳି ଜିଲ୍ଲାଗୁଡିକରେ ପ୍ରବଳContinue reading “ଖରା କରୁଛି କଲବଲ : ଆଜିଠୁ ୩ ଦିନ ଯାଏଁ ପ୍ରବଳ ଗ୍ରୀଷ୍ମପ୍ରବାହ ସମ୍ଭାବନା; ୨୦ଟି ଜିଲ୍ଲାରେ ହିଟ୍-ୱେଭ୍ ୱାର୍ଣ୍ଣିଂ ଜାରି “
ଆହତ କାରଣରୁ ଆଇପିଏଲରୁ ବାଦ୍ ପଡିଲେ ଶ୍ରେୟାସ ଆୟର । ରିଷବ ପନ୍ତ ହେଲେ ଦିଲ୍ଲୀ କ୍ୟାପିଟାଲର ନୂଆ କ୍ୟାପଟେନ ।
କନକ ବ୍ୟୁରୋ: ଆଇପିଏଲ ୨୦୨୧ରୁ ଆହତ କାରଣରୁ ବାଦ ପଡିଛନ୍ତି ଦିଲ୍ଲୀ କ୍ୟାପିଟାଲର ଅଧିନାୟକ ଶ୍ରେୟାସ ଆୟର । ଏହାସହ ଦିଲ୍ଲୀ କ୍ୟାପିଟାଲର ନୂଆ ଅଧିନାୟକ ହୋଇଛନ୍ତି ରିଷବ ପନ୍ତ । ଏନେଇ ଟ୍ୱିଟ କରି ସୂଚନା ଦେଇଛି ଦିଲ୍ଲୀ କ୍ୟାପିଟାଲ । ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଆଘାତ ଲାଗିବାରୁ ସେ ପୂରା ସିଜିନରୁ ବାଦ ପଡିଛନ୍ତି । ଏହି ଇଂଲଣ୍ଡ ବିପକ୍ଷ ସିରିଜରେ ପୂରା ଫର୍ମରେ ଥିଲେ ଶ୍ରେୟାସ ଆୟର । ଏଥର ଆଇପିଏଲରେContinue reading “ଆହତ କାରଣରୁ ଆଇପିଏଲରୁ ବାଦ୍ ପଡିଲେ ଶ୍ରେୟାସ ଆୟର । ରିଷବ ପନ୍ତ ହେଲେ ଦିଲ୍ଲୀ କ୍ୟାପିଟାଲର ନୂଆ କ୍ୟାପଟେନ ।”
ଆଜି ବାରିପଦା ପାଲଟିଲା ବିଶ୍ୱର ଉତ୍ତପ୍ତ ସହର । ବାରିପଦାର ତାପମାତ୍ରା ଥିଲା ୪୪.୬ ଡିଗ୍ରୀ ସେଲସିୟସ
କନକ ବ୍ୟୁରୋ: ଆଜି ବାରିପଦା ପାଲଟିଲା ବିଶ୍ୱର ଉତ୍ତପ୍ତ ସହର । ଆଜି ବାରିପଦାର ତାପମାତ୍ରା ଥିଲା ୪୪.୬ ଡିଗ୍ରୀ ସେଲସିୟସ । ଯାହାକି ସାରା ବିଶ୍ୱର ସବୁଠାରୁ ଉତ୍ତପ୍ତ ସହର । OGIMET.COM ସୂଚନା ଆଧାରରେ ମିଳିଲା ତଥ୍ୟ । କେବଳ ବାରିପଦା ନୁହେଁ ଆଜି ଭାରତର ଅନେକ ସହର ଉତ୍ତପ୍ତ ରହିଥିଲା । ବିଶ୍ୱର ୧୦ ଉତ୍ତପ୍ତ ସହର ମଧ୍ୟରେ ସବୁ ସହର ଭାରତର ରହିଛି । ସେହିପରି ଆଜି ରାଜ୍ୟର ୧୬ଟି ସହରରେContinue reading “ଆଜି ବାରିପଦା ପାଲଟିଲା ବିଶ୍ୱର ଉତ୍ତପ୍ତ ସହର । ବାରିପଦାର ତାପମାତ୍ରା ଥିଲା ୪୪.୬ ଡିଗ୍ରୀ ସେଲସିୟସ”
କରୋନା ସମୟରେ କେମିତି ହେବ ପରୀକ୍ଷା ? ଅଫଲାଇନ ବଦଳରେ, ଅନଲାଇନରେ ପରୀକ୍ଷା କରିବାକୁ ବିଭିନ୍ନ ଇଂଜିନିୟରିଂ ସ୍କୁଲ ଛାତ୍ରଛାତ୍ରୀଙ୍କ ଦାବି ।
କନକ ବ୍ୟୁରୋ: ଦେଶର କରୋନା ଗ୍ରାଫ ଉପରମୁହାଁ । ସେହିପରି ରାଜ୍ୟରେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଦେଶର କରୋନା ସ୍ଥିତିକୁ ନେଇ ଆଜି କେନ୍ଦ୍ର ସରକାରଙ୍କ ତରଫରୁ ନୀତି ଆୟୋଗର ସଦସ୍ୟ ଭି.କେ ପଲ୍ ସତର୍କବାଣୀ ଶୁଣାଇଛନ୍ତି । ସେ କହିଛନ୍ତି, ଏପରିକି କରୋନା ମୁକାବିଲା ପାଇଁ ଦେଶରେ ତିଆରି ହୋଇଥିବା ସୁରକ୍ଷା ବ୍ୟବସ୍ଥାକୁ ଭାଇରସ ଭେଦ କରିଯାଇପାରେ ବୋଲି ଆଶଙ୍କା କରୁଛନ୍ତି । ଏହାରି ଭିତରେ ରାଜ୍ୟରେ ଏବେ କରୋନାରContinue reading “କରୋନା ସମୟରେ କେମିତି ହେବ ପରୀକ୍ଷା ? ଅଫଲାଇନ ବଦଳରେ, ଅନଲାଇନରେ ପରୀକ୍ଷା କରିବାକୁ ବିଭିନ୍ନ ଇଂଜିନିୟରିଂ ସ୍କୁଲ ଛାତ୍ରଛାତ୍ରୀଙ୍କ ଦାବି ।”