ଟିକାକରଣରେ ହାଇରିସ୍କ ଗ୍ରୁପକୁ ପ୍ରାଥମିକତା ଦେବାକୁ ସ୍ୱାସ୍ଥ୍ୟବିଭାଗର ଚିଠି । ୪୫ ଅଧିକ ବୟସ୍କ ଶିକ୍ଷକ, ବସ ଡ୍ରାଇଭର, ମାଛ-ମାଂସ ଦୋକାନୀ, ବୁଲାବିକାଳି, ସେଲୁନଙ୍କୁ ପ୍ରାଥମିକତା ଦେବାକୁ ନିର୍ଦ୍ଦେଶ 

କନକ ବ୍ୟୁରୋ: ରାଜ୍ୟରେ କରୋନା ଟିକାକରଣରେ ହାଇ ରିସ୍କ ଗ୍ରୁପକୁ ପ୍ରାଥମିକତା ଦେବାକୁ  ସବୁ ଜିଲ୍ଲାକୁ ଚିଠି ଲେଖିଛି ସ୍ୱାସ୍ଥ୍ୟ ବିଭାଗ । ଏଥିରେ କୁହାଯାଇଛି, ୪୫ ବର୍ଷ କିମ୍ବା ତାଠାରୁ ଅଧିଳ  ବୟସର ଲୋକଙ୍କୁ ଟିକାକରଣରେ ଗୁରୁତ୍ୱ ଦିଆଯାଉ ।  ଏମାନଙ୍କ ମଧ୍ୟରେ ପ୍ରମୁଖ ଅଛନ୍ତି ବୁଲାବିକାଳୀ, ମାଛ ଓ ମାଂସ ବେପାରୀ, ଅଟୋ-ବସ ଡ୍ରାଇଭର, ସ୍କୁଲ-କଲେଜ ଶିକ୍ଷକ,  ସେଲୁନରେ କାମ କରୁଥିବା ଲୋକେ, ସିକ୍ୟୁରିଟି ଗାର୍ଡ,  ହୋଟେଲ ଷ୍ଟାଫ ଓ ଧର୍ମାନୁଷ୍ଠାନର ପୂଜକ ।Continue reading “ଟିକାକରଣରେ ହାଇରିସ୍କ ଗ୍ରୁପକୁ ପ୍ରାଥମିକତା ଦେବାକୁ ସ୍ୱାସ୍ଥ୍ୟବିଭାଗର ଚିଠି । ୪୫ ଅଧିକ ବୟସ୍କ ଶିକ୍ଷକ, ବସ ଡ୍ରାଇଭର, ମାଛ-ମାଂସ ଦୋକାନୀ, ବୁଲାବିକାଳି, ସେଲୁନଙ୍କୁ ପ୍ରାଥମିକତା ଦେବାକୁ ନିର୍ଦ୍ଦେଶ “

ଦେଶରେ ପୁଣି ବଢୁଛି କରୋନା : ୧ କୋଟି ୨୦ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା । ଏବେ ବି ୫ ଲକ୍ଷ ୪୦ହଜାର ୭୨୦ ଜଣ ସକ୍ରିୟ

କନକ ବ୍ୟୁରୋ: ସୋମବାର ୬୮ ହଜାରରୁ ଅଧିକ କରୋନା ସଂକ୍ରମଣ ସହ ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୨୦ ଲକ୍ଷ ଟପିଯାଇଛି । ସେହିପରି ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ୪୦ହଜାର ୭୨୦ରେ ପହଂଚିଛି । ସୋମବାର ଗୋଟିଏ ଦିନରେ ୬୮ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେବା ଗତବର୍ଷ ଅକ୍ଟୋବର ପରେ ପ୍ରଥମ ବୋଲି କୁହାଯାଉଛି । ଯଦିଓ ମଙ୍ଗଳବାର ଏହି ସଂଖ୍ୟା ସାମାନ୍ୟ କମିଛି । ଗତ ୨୪ ଘଂଟାରେContinue reading “ଦେଶରେ ପୁଣି ବଢୁଛି କରୋନା : ୧ କୋଟି ୨୦ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା । ଏବେ ବି ୫ ଲକ୍ଷ ୪୦ହଜାର ୭୨୦ ଜଣ ସକ୍ରିୟ”

କେବଳ ସହର ନୁହେଁ, ଏବେ ଗାଁ ଗାଁ ରେ ଧଳାଜହର । ଜଗତସିଂହପୁର ଜିଲ୍ଲା ମାଳମରିଚିପୁରରୁ ଆସିଲା ଆଶ୍ଚର୍ଯ୍ୟଜନକ ଦୃଶ୍ୟ ।

କନକ ବ୍ୟୁରୋ: କେବଳ ସହର ନୁହେଁ, ଏବେ ଗାଁ ଗାଁରେ ମିଳୁଛି ମାରାତ୍ମକ ଧଳା ଜହର ବା ବ୍ରାଉନସୁଗାର । ପରିସ୍ଥିିତି ଏମିତି ହେଲାଣି ଯେ, ପାନ ଦୋକାନ ଭଳି ପ୍ରତି ଗାଁରେ ବିକ୍ରି କରାଯାଉଛି ଏହି ବିଷ ।  ପ୍ରାୟତଃ ସହରରେ ମିଳୁଥିବା ଏହି ଜହର ଏବେ ଗାଁ ଗାଁରେ ମଳିଲାଣି । ଜଗତସିଂହପୁର ଜିଲ୍ଲାର ବାଲିକୁଦା ଥାନା ଅନନ୍ତପୁର ଫାଣ୍ଡି ଅଧୀନ ମାଳମରିଚିପୁର ଅଂଚଳରୁ ଆସିଛି ଏପରି କିଛିି ଦୃଶ୍ୟ  । ଏଠାରେ ବିନାContinue reading “କେବଳ ସହର ନୁହେଁ, ଏବେ ଗାଁ ଗାଁ ରେ ଧଳାଜହର । ଜଗତସିଂହପୁର ଜିଲ୍ଲା ମାଳମରିଚିପୁରରୁ ଆସିଲା ଆଶ୍ଚର୍ଯ୍ୟଜନକ ଦୃଶ୍ୟ ।”

ମୁକ୍ତ ହେଲା ମାଲବାହୀ ଜାହାଜ ଏଭର ଗିଭେନ୍ । ସୁଏଜ କେନାଲରୁ ହଟିଲା ଅଚଳାବସ୍ଥା । ବିଶ୍ୱର ସବୁଠୁ ବ୍ୟସ୍ତବହୁଳ ଜଳପଥରେ ସ୍ୱାଭାବିକ ହେଲା ଜାହାଜ ଗମନାଗମନ

କନକ ବ୍ୟୁରୋ: ଇଜିପ୍ଟର ସୁଏଜ କେନାଲରେ ଅଚଳବାସ୍ଥାରେ ସୁଧାର ଆସିଛି । ସୋମବାର ଦିନ କେନାଲରେ ଫସିଥିବା ତାଇୱାନ ଜାହାଜ ଗନ୍ତବ୍ୟସ୍ଥଳକୁ ଯିବା ଆରମ୍ଭ କରିଛି । ହେଲେ ଗତ ୬ ଦିନ ହେଲା ସୁଏଜ କେନାଲରେ ବିଶାଳକାୟ ଏଭର ଗିଭେନ ଜାହାଜ ଫସିଥିବାରୁ କେନାଲର ଦୁଇ ମୁଣ୍ଡରେ ସାଢେ ତିନିଶହରୁ ଅଧିକ ଜାହାଜ ଅଟକି ରହିଛି । ତେଣୁ ସୁଏଜ କେନାଲରେ ସ୍ୱଭାବିକତା ଫେରାଇ ଆଣିବାକୁ ୩ରୁ ୪ ଦିନ ସମୟ ଲାଗିବ ବୋଲି କହିଛନ୍ତିContinue reading “ମୁକ୍ତ ହେଲା ମାଲବାହୀ ଜାହାଜ ଏଭର ଗିଭେନ୍ । ସୁଏଜ କେନାଲରୁ ହଟିଲା ଅଚଳାବସ୍ଥା । ବିଶ୍ୱର ସବୁଠୁ ବ୍ୟସ୍ତବହୁଳ ଜଳପଥରେ ସ୍ୱାଭାବିକ ହେଲା ଜାହାଜ ଗମନାଗମନ”

ନନ୍ଦିଗ୍ରାମରେ ମହାସଂଗ୍ରାମ । ଶେଷ ଦିନରେ ମମତା ବନାମ ଶାହ ସୋ ।  ହ୍ୱିଲ ଚେୟାରରେ ବସି ରୋଡ ସୋ କଲେ ମମତା ।

କନକ ବ୍ୟୁରୋ: ପଶ୍ଚିମବଙ୍ଗ ନନ୍ଦିଗ୍ରାମରେ ମହାଲଢେଇ । ମମତା ବନାମ ଶାହ । ନନ୍ଦିଗ୍ରାମରେ ଦ୍ୱିତୀୟ ପର୍ଯ୍ୟାୟ ଅର୍ଥାତ ଏପ୍ରିଲ ୧ ତାରିଖରେ ପଡିବ ଭୋଟ୍ । ଏଥିପାଇଁ ମଙ୍ଗଳବାର ପ୍ରଚାର ଶେଷ ହେଉଥିବାବେଳେ, ଶେଷ ମୁହୂର୍ତରେ ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ପ୍ରୟାସ କରିଛନ୍ତି ଦୁଇ ପ୍ରମୁଖ ଦଳ । ତୃତୀୟ ଥର କ୍ଷମତାରେ ରହିବାକୁ ସବୁ ବଳ ଲଗାଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଅନ୍ୟ ପକ୍ଷରେ ୨୦୧୯ ଲୋକସଭାContinue reading “ନନ୍ଦିଗ୍ରାମରେ ମହାସଂଗ୍ରାମ । ଶେଷ ଦିନରେ ମମତା ବନାମ ଶାହ ସୋ ।  ହ୍ୱିଲ ଚେୟାରରେ ବସି ରୋଡ ସୋ କଲେ ମମତା ।”

ବିଷ ବେଉସାର ଲମ୍ବା ଚେର । ଭୁବନେଶ୍ୱରରୁ ଜବତ ସାପ ବିଷର ବିଦେଶୀ ଲିଙ୍କ ସନ୍ଦେହ । କ୍ରାଇମବ୍ରାଂଚ ତଦନ୍ତ ପାଇଁ ଆବେଦନ କରିବ ବନ ବିଭାଗ ।

କନକ ବ୍ୟୁରୋ: ଭୁବନେଶ୍ୱରରେ ସାପବିଷ କାରବାରର ଖୋଲୁଛି ସାଂଘାତିକ ସତ । ଶନିବାର କନକ ନ୍ୟୁଜର ଅଣ୍ଡରକଭର ରିପୋର୍ଟର ଏଭଳି କାରବାର ପର୍ଦ୍ଦାଫାସ କରିବା ପରେ ବନବିଭାଗର ନିଦ ହଜିଯାଇଛି ଆଉ ଆରମ୍ଭ ହୋଇଛି ଖୋଳତାଡ । ଆଶଙ୍କା କରାଯାଉଛି, ଏହି ପୂରା କାରବାରରେ ଅନ୍ତର୍ଜାତୀୟ ଲିଙ୍କ ଥାଇପାରେ । ଭୁବନେଶ୍ୱରରୁ ସାପ ବିଷ ଚୀନ ଓ ଅନ୍ୟ ଦେଶକୁ ପଠାଯାଉଥିବା ସନ୍ଦେହ ବି ଘନୀଭୂତ ହୋଇଛି ଆଉ ଏହାର ମୁଖ୍ୟ ପେଣ୍ଠସ୍ଥଳୀ କୋଲକାତା ବୋଲି ଜଣାପଡିଛିContinue reading “ବିଷ ବେଉସାର ଲମ୍ବା ଚେର । ଭୁବନେଶ୍ୱରରୁ ଜବତ ସାପ ବିଷର ବିଦେଶୀ ଲିଙ୍କ ସନ୍ଦେହ । କ୍ରାଇମବ୍ରାଂଚ ତଦନ୍ତ ପାଇଁ ଆବେଦନ କରିବ ବନ ବିଭାଗ ।”

ପିପିଲିରେ ପତିଆରାର ପଟୁଆର । ବିରାଟ ଶୋଭାଯାତ୍ରାରେ ଯାଇ ନାମାଙ୍କନ ଦାଖଲ କଲେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ । କଂଗ୍ରେସ ପ୍ରାର୍ଥୀ ଅଜିତ ବି ଭରିଲେ ପ୍ରାର୍ଥୀପତ୍ର ।

କନକ ବ୍ୟୁରୋ: ପତିଆରାର ବିରାଟ ପଟୁଆର ଭିତରେ ଖୋଲା ଗାଡ଼ିରେ ଛିଡ଼ା ହୋଇ ଜୁନିୟର ମହାରଥୀ ଆଜି ନାମାଙ୍କନ ପାଇଁ ବାହାରିଥିଲେ । ଆଉ ତାଙ୍କ ପଛରେ ଥିଲା ବିଶାଳ ଶୋଭାଯାତ୍ରା । ସ୍ଥାନେ ସ୍ଥାନେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କୁ ସ୍ୱାଗତ କରିବା ପାଇଁ ଦଳୀୟ କର୍ମୀ ଓ ସଂଗଠନ ସଦସ୍ୟମାନେ ମଧ୍ୟ ଅନାଇ ରହିଥିଲେ । ପିପିଲି ବିଜେଡି ଅଫିସରୁ ସମର୍ଥକ ଓ ଦଳୀୟ କର୍ମୀଙ୍କ ସହ ରୁଦ୍ର ପ୍ରତାପ ମହାରଥୀ ପୁରୀContinue reading “ପିପିଲିରେ ପତିଆରାର ପଟୁଆର । ବିରାଟ ଶୋଭାଯାତ୍ରାରେ ଯାଇ ନାମାଙ୍କନ ଦାଖଲ କଲେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ । କଂଗ୍ରେସ ପ୍ରାର୍ଥୀ ଅଜିତ ବି ଭରିଲେ ପ୍ରାର୍ଥୀପତ୍ର ।”

ଫ୍ରାନ୍ସ ନୌସେନାର ଦୁଇ ଜାହଜକୁ ଭାରତରେ ଜୋରଦାର ସ୍ୱାଗତ କଲା ନୌସେନା । କୋଚିର ଇଣ୍ଟରନ୍ୟାସନାଲ କ୍ରୁଜ ଟର୍ମିନାଲରେ ବ୍ୟାଣ୍ଡବାଜା ସହ କରାଗଲା ସ୍ୱାଗତ

କନକ ବ୍ୟୁରୋ: ଫ୍ରାନ୍ସ ନୌସେନାର ଦୁଇ ଜାହଜକୁ ଭାରତରେ ଜୋରଦାର ସ୍ୱାଗତ କଲା ନୌସେନା । କୋଚିର ଇଂଟରନ୍ୟାଶନାଲ କ୍ରୁଜ ଟର୍ମିନାଲରେ ବ୍ୟାଣ୍ଡବାଜା ସହ ସ୍ୱାଗତ କରାଯାଇଛି । ଭାରତ ଓ ଫ୍ରାନ୍ସ ମଧ୍ୟରେ ହେବାକୁ ଥିବା ମିଳିତ ସମରଭ୍ୟାସ ପାଇଁ ଫ୍ରାନ୍ସର ଏହି ଦୁଇ ଜାହାଜ ଭାରତ ଆସିଛି । କୋଚିର ଇଂଟରନ୍ୟାଶନାଲ କ୍ରୁଜ ଟର୍ମିନାଲରେ ବ୍ୟାଣ୍ଡବାଜା ସହ ଜୋରଦାର ସ୍ୱାଗତ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି । ପ୍ରଶାନ୍ତ ମହାସାଗରେ ଭାରତ ଓ ଫ୍ରାନ୍ସ ମଧ୍ୟରେContinue reading “ଫ୍ରାନ୍ସ ନୌସେନାର ଦୁଇ ଜାହଜକୁ ଭାରତରେ ଜୋରଦାର ସ୍ୱାଗତ କଲା ନୌସେନା । କୋଚିର ଇଣ୍ଟରନ୍ୟାସନାଲ କ୍ରୁଜ ଟର୍ମିନାଲରେ ବ୍ୟାଣ୍ଡବାଜା ସହ କରାଗଲା ସ୍ୱାଗତ”

ବାହାର ରାଜ୍ୟର ଠିକାଦାର କରୁଛି ଓଡିଶାର ପାନୀୟ ଜଳ ପ୍ରକଳ୍ପ ।  ସୌମ୍ୟଙ୍କ ପ୍ରଶ୍ନ, କାହିଁକି ଦିଆଯାଉନି ଓଡିଆ ଲୋକଙ୍କୁ କାମ?

କନକ ବ୍ୟୁରୋ: ପାନୀୟ ଜଳ ପ୍ରକଳ୍ପକୁ ନେଇ ଆଜି ବିଧାନସଭାରେ ହଙ୍ଗାମା । ଓଡିଆ ଠିକାଦାରଙ୍କୁ ଉପେକ୍ଷା କରି ବାହାର ସଂସ୍ଥାକୁ କାମ ମିଳୁଥିବା ନେଇ ଆଜି ପ୍ରଶ୍ନ ଉଠାଇଥିଲେ ଖଣ୍ଡପଡା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ, ଯାହାର ଉତ୍ତର ରଖିଥିଲେ ମନ୍ତ୍ରୀ । ଓଡିଶାର ପାନୀୟ ଜଳ ପ୍ରକଳ୍ପରେ କାମ ପାଉନାହାଁନ୍ତି ଓଡିଆ ଠିକାଦାର । ଏହି ପ୍ରସଙ୍ଗରେ ଆଜି ବିଧାନସଭାରେ ପ୍ରଶ୍ନ ଉଠିଛି । ଖଣ୍ଡପଡା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ପ୍ରଶ୍ନ କରିଥିଲେ ବିଶ୍ୱର ବିଭିନ୍ନContinue reading “ବାହାର ରାଜ୍ୟର ଠିକାଦାର କରୁଛି ଓଡିଶାର ପାନୀୟ ଜଳ ପ୍ରକଳ୍ପ ।  ସୌମ୍ୟଙ୍କ ପ୍ରଶ୍ନ, କାହିଁକି ଦିଆଯାଉନି ଓଡିଆ ଲୋକଙ୍କୁ କାମ?”

ମଉଳି ଯାଉଛି ଓଡିଶାରେ ମେଟ୍ରୋ ଟ୍ରେନର ଆଶା । ବିଧାନସଭାରେ ମନ୍ତ୍ରୀ କହିଲେ, ୨୦୪୧ ଯାଏଁ ଟ୍ୱିନ ସିଟିରେ ଗଡିପାରିବନି ମେଟ୍ରୋ ।

କନକ ବ୍ୟୁରୋ: ମେଟ୍ରୋ ଟ୍ରେନ୍ ଓଡ଼ିଶାରେ ଦେଖିବାକୁ ଆମକୁ ଆହୁରି ଦୁଇ ଦଶନ୍ଧିରୁ ଅଧିକ ସମୟ ଲାଗିବ । କଟକ-ଭୁବନେଶ୍ୱରରେ ମେଟ୍ରୋ ଟ୍ରେନ୍ ଗଡ଼ିବା ନେଇ ଯେଉଁ ସ୍ୱପ୍ନ ଦେଖା ଯାଉଥିଲା, ସେହି ସ୍ୱପ୍ନରେ ପାଣି ଢ଼ାଳି ଦେଇଛି, ମେଟ୍ରୋ ଟେନକୁ ନେଇ ହୋଇଥିବା ସର୍ଭେ ରିପୋର୍ଟ । ଏବେ ଟୁଇନ୍ ସିଟିରେ ଗଡ଼ିବନି ମେଟ୍ରୋ ଟ୍ରେନ୍ ୨୦୪୧ ସୁଦ୍ଧା ମେଟ୍ରୋ ଗଡ଼ିବା ଆଶା କ୍ଷୀଣ କଟକ ଓ ଭୁବନେଶ୍ୱରରେ ମେଟ୍ରୋ ଟ୍ରେନ୍ ଚଳାଇବା ପାଇଁ ହୋଇଥିବାContinue reading “ମଉଳି ଯାଉଛି ଓଡିଶାରେ ମେଟ୍ରୋ ଟ୍ରେନର ଆଶା । ବିଧାନସଭାରେ ମନ୍ତ୍ରୀ କହିଲେ, ୨୦୪୧ ଯାଏଁ ଟ୍ୱିନ ସିଟିରେ ଗଡିପାରିବନି ମେଟ୍ରୋ ।”

Design a site like this with WordPress.com
Get started