ରାସ୍ତାରେ କୁଢକୁଢ ଅଳିଆ ଦେଖି ନାକଟେକି ଦେଲେ ବାହାର ରାଜ୍ୟର ପର୍ଯ୍ୟଟକ । ନୟାଗଡରୁ ନିମାପଡା ଆସିଲେ, ନିଜେ ରାସ୍ତା ସଫାକଲେ । ନିଜ ମହାନତା ପାଇଁ ଚର୍ଚ୍ଚାରେ ଗୋଲେଖ…

କନକ ବ୍ୟୁରୋ: ପରିବେଶ ପରିଷ୍କାର ହେବ, ସମାଜ ସ୍ୱଚ୍ଛ ରହିବ, ମୋ ମାଟି, ମୋ ରାଜ୍ୟ, ମୋ ଦେଶ ସଫା ଦିଶିବ । କିଛି ଏମିତି ଝୁଙ୍କ ନେଇ ସ୍ୱଚ୍ଛ ଭାରତ ଅଭିଯାନରେ ନିଜକୁ ସାମିଲ କରିଛନ୍ତି ଏ ବ୍ୟକ୍ତି । ପେସା ଟୁରିଷ୍ଟ ବସର ହେଲପର କାମ । କିନ୍ତୁ ନିଶା ରାସ୍ତାଘାଟ ସଫା ରଖିବା । ହାତରେ କୋଦାଳ, ମନରେ ଦୃଢଇଚ୍ଛା ଶକ୍ତି ନେଇ ରାସ୍ତା କଡର ଅଳିଆ ସଫା କରୁଛନ୍ତି ଗୋଲେଖ ।Continue reading “ରାସ୍ତାରେ କୁଢକୁଢ ଅଳିଆ ଦେଖି ନାକଟେକି ଦେଲେ ବାହାର ରାଜ୍ୟର ପର୍ଯ୍ୟଟକ । ନୟାଗଡରୁ ନିମାପଡା ଆସିଲେ, ନିଜେ ରାସ୍ତା ସଫାକଲେ । ନିଜ ମହାନତା ପାଇଁ ଚର୍ଚ୍ଚାରେ ଗୋଲେଖ…”

ଦେହକୁ ଯନ୍ତ୍ରଣା ଦେଇ ଭଗବାନଙ୍କୁ ପାଇବା ପାଇଁ ଉଦ୍ୟମ । ଦେହରେ କଂଟା ଫୋଡି, ଚାବୁକରେ ପିଟି ଦେବାଦେବୀଙ୍କୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି ଆଦିବାସୀ ।

କନକ ବ୍ୟୁରୋ: ଇଶ୍ୱରଙ୍କ ପ୍ରସନ୍ନ କରିବା ଲାଗି ଭକ୍ତ ଲହୁ ଲୁହାଣ । ନିଜକୁ ଆଘାତ ଦେଇ ଠାକୁରଙ୍କୁ ପ୍ରସନ୍ନ କରୁଛନ୍ତି ଭକ୍ତ । ମାଲକାନଗିରି ଜିଲ୍ଲା ପ୍ରସିଦ୍ଧ ବଡ ଯାତ୍ରାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ମାଲକାନଗିରି ବଡଯାତ୍ରାର ନିଆରା ପରମ୍ପରା,  କିଏ ଲୁହା କଂଟାରେ ନିଜକୁ ଆଘାତ ଦେଉଛି ତ ଆଉ କିଏ ଲୁହା ଛଡ ବା ଚାବୁକ ସହାୟତାରେ ମାଡ ମାରୁଛି । ଠାକୁରଙ୍କୁ ସନ୍ତୁଷ୍ଟ କରିବା ଉଦେଶ୍ୟରେ କାଳିଶି ନୃତ୍ୟରେContinue reading “ଦେହକୁ ଯନ୍ତ୍ରଣା ଦେଇ ଭଗବାନଙ୍କୁ ପାଇବା ପାଇଁ ଉଦ୍ୟମ । ଦେହରେ କଂଟା ଫୋଡି, ଚାବୁକରେ ପିଟି ଦେବାଦେବୀଙ୍କୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି ଆଦିବାସୀ ।”

ଉତ୍ତରପ୍ରଦେଶ କୋତବାଲିରୁ ଜବତ ହୋଇଥିଲା ୨୪ଶହ ପେଟି ମଦ । ପୋଲିସ ରିପୋର୍ଟରେ ସବୁ ମଦ ପିଇଦେଇଛନ୍ତି ମୂଷା

କନକ ବ୍ୟୁରୋ : ଉତ୍ତରପ୍ରଦେଶ ର ଏଟାୱା ଜିଲ୍ଲା ଲଗାତର ଭାବେ ଗଣମାଧ୍ୟମରେ ଚର୍ଚ୍ଚିତ ହେଉଛି । ଏଠାରେ ପୋଲିସ ସିଜ୍ ହୋଇଥିବା ଲକ୍ଷ ଲକ୍ଷ ଟଙ୍କାର ମଦକୁ ଚୋରାରେ ବିକିଦେଇ ଜେନେରାଲ ଡାଏରୀରେ ଏହାକୁ ମୂଷା ପିଇଦେଇଥିବା କଥା ଲେଖି ଦେଇଛି । ପୋଲିସର ଏଭଳି ରିପୋର୍ଟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । କହିରଖୁ କି ମାର୍ଚ୍ଚ ୧୧ ତାରିଖ ଦିନ ଜନପଦ ଏଟାୱା ର କୋତବାଲି ଅଞ୍ଚଳରେ ଜିଲ୍ଲା ଅଧିକାରୀ ଡା. ବିଭାContinue reading “ଉତ୍ତରପ୍ରଦେଶ କୋତବାଲିରୁ ଜବତ ହୋଇଥିଲା ୨୪ଶହ ପେଟି ମଦ । ପୋଲିସ ରିପୋର୍ଟରେ ସବୁ ମଦ ପିଇଦେଇଛନ୍ତି ମୂଷା”

ଆଗାମୀ ୩ ଦିନ ଯାଏଁ ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ପ୍ରବାହ । ୨୦ ଜିଲ୍ଲାକୁ ୟେଲୋ ୱାଣ୍ଣିଂ ଜାରି କଲା ପାଣିପାଗ ବିଭାଗ ।

କନକ ବ୍ୟୁରୋ: ଆଗାମୀ ୩ ଦିନ ଯାଏଁ ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ପ୍ରବାହ । ବାୟୁମଣ୍ଡଳର ତଳ ଭାଗରେ ପ୍ରବାହିତ ହେଉଥିବା ଶୁଷ୍କ ବାୟୁ ଫଳରେ ଆଭ୍ୟନ୍ତରୀଣ ଓଡିଶାର ସମସ୍ତ ଜିଲ୍ଲା, ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶାର କିଛି ଜିଲ୍ଲା ଏବଂ ଉପକୂଳବର୍ତ୍ତୀ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଏନେଇ ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯିବା ସହିତ ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି । ପାଣିପାଗContinue reading “ଆଗାମୀ ୩ ଦିନ ଯାଏଁ ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ପ୍ରବାହ । ୨୦ ଜିଲ୍ଲାକୁ ୟେଲୋ ୱାଣ୍ଣିଂ ଜାରି କଲା ପାଣିପାଗ ବିଭାଗ ।”

ବିହାର ଅରରିୟାରେ ଭୟାବହ ଅଗ୍ନିକାଣ୍ଡ । ଭୂଷା ଘରେ ନିଆଁ ଲାଗି ୬ ଶିଶୁ ମୃତ୍ୟୁ

କନକ ବ୍ୟୁରୋ : ବିହାର ଅରରିୟାରେ ଭୟାବହ ଅଗ୍ନିକାଣ୍ଡ । ମକା ଗୋଦାମରେ ନିଆଁ ଲାଗିଯିବା ଫଳରେ ନିଆଁରେ ପୋଡି ହୋଇ ୬ ଜଣ ପିଲାଙ୍କର ମୃତ୍ୟୁ ହୋଇଛି । କୁହାଯାଉଛି କି ମକା ଗାଁରେ ଥିବା ମକା ଗୋଦାମ ନିକଟରେ କିିଛି ପିଲା ଖେଳୁଥିଲେ । ଠିକ୍ ଏହି ସମୟରେ ଗୋଦାମଘରେ ନିଆଁ ଲାଗିଯିବାରୁ ପିଲାମାନେ ସେଠାରେ ଫସି ଯାଇଥିଲେ । ଏହାଦେଖି ଗାଁ ଲୋକମାନେ ଯେତେ ଚେଷ୍ଟା କଲେ ବି ନିଆଁ ଭିତରୁ ପିଲାମାନଙ୍କୁContinue reading “ବିହାର ଅରରିୟାରେ ଭୟାବହ ଅଗ୍ନିକାଣ୍ଡ । ଭୂଷା ଘରେ ନିଆଁ ଲାଗି ୬ ଶିଶୁ ମୃତ୍ୟୁ”

ସରକାରୀ ଶିକ୍ଷକଙ୍କ ସ୍କୁଟି ଲାଇବ୍ରେରୀ । ଅପହଞ୍ଚ ଇଲାକାରେ ପହଞ୍ଚାଉଛି ଶିକ୍ଷାର ଆଲୋକ ବର୍ତ୍ତିକା ।

କନକ ବ୍ୟୁରୋ: ସ୍କୁଟି ଉପରେ ତିଆରି ହୋଇଛି ଲାଇବ୍ରେରୀ, ଆଉ ଗଛ ତଳେ ଚାଲିଛି ପାଠପଢା । କୁନି କୁନି ପିଲାମାନେ ନିଜ ମନ ପସନ୍ଦିଆ ବହିକୁ ନେଇ ପାଠ ପଢୁଛନ୍ତି ଆଉ ଅଙ୍କ କଷୁଛନ୍ତି । ପିଲାଙ୍କ ପାଖରେ ପହଞ୍ଚିଛି ନିଜେ ଲାଇବ୍ରେରୀ ଆଉ ତା ପୁଣି ସ୍କୁଟି ଉପରେ । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ସାଗର ଜିଲ୍ଲା ଅନ୍ତର୍ଗତ ଏକ ଅପହଂଚ ଇଲାକାରେ । ଯେଉଁଠି ଜଣେ ସରକାରୀ ଶିକ୍ଷକ ପିଲାମାନଙ୍କContinue reading “ସରକାରୀ ଶିକ୍ଷକଙ୍କ ସ୍କୁଟି ଲାଇବ୍ରେରୀ । ଅପହଞ୍ଚ ଇଲାକାରେ ପହଞ୍ଚାଉଛି ଶିକ୍ଷାର ଆଲୋକ ବର୍ତ୍ତିକା ।”

ଭୁବନେଶ୍ୱରରୁ ଜବତ ସାପ ବିଷର ବିଦେଶୀ ଲିଙ୍କ ସନ୍ଦେହ : କ୍ରାଇମବ୍ରାଂଚ ତଦନ୍ତ ପାଇଁ ଆବେଦନ କରିବ ବନ ବିଭାଗ

କନକ ବ୍ୟୁରୋ : ଭୁବନେଶ୍ୱରରୁ ସାପ ବିଷ ଜବତ ହେବା ଘଟଣାର କ୍ରାଇମବ୍ରାଂଚ ତଦନ୍ତ ଚାହୁଁଛି ବନ ବିଭାଗ । ଏଥିପାଇଁ ଅନୁରୋଧ କରିବ ବନ ବିଭାଗ । ଏପରିକି ଏନେଇ ୱାଇଲ୍ଡ ଲାଇଫ କ୍ରାଇମ କଂଟ୍ରୋଲ ବ୍ୟୁରୋକୁ ମଧ୍ୟ ଅବଗତ କରାଯାଇଛି । ଅଧିକ ତଦନ୍ତ ପାଇଁ ଏକ ଟିମ୍ ଆସିପାରେ । ଏହି ପୁରା କାରବାରରେ ଅନ୍ତର୍ଜାତୀୟ ଲିଙ୍କ ଥିବା ଆଶଙ୍କା କରାଯାଉଛି । ଭୁବନେଶ୍ୱରରୁ ସାପ ବିଷ ଚୀନ ଓ ଅନ୍ୟ ଦେଶକୁContinue reading “ଭୁବନେଶ୍ୱରରୁ ଜବତ ସାପ ବିଷର ବିଦେଶୀ ଲିଙ୍କ ସନ୍ଦେହ : କ୍ରାଇମବ୍ରାଂଚ ତଦନ୍ତ ପାଇଁ ଆବେଦନ କରିବ ବନ ବିଭାଗ”

ବିଜୁଳି ଦର ବୃଦ୍ଧି ପ୍ରତିବାଦରେ ବିଜେପିର ବିରୋଧ ପ୍ରଦର୍ଶନ : ଓଇଆରସି କାର୍ଯ୍ୟାଳୟ ଆଗରେ ବିରୋଧ ପ୍ରଦର୍ଶନ କରିଛନ୍ତି ଭୁବନେଶ୍ୱର ଜିଲ୍ଲା ବିଜେପି କର୍ମୀ

କନକ ବ୍ୟୁରୋ : ବିଜୁଳି ଦର ବୃଦ୍ଧି ବିରୋଧରେ ବିଜେପି ପକ୍ଷରୁ ପ୍ରତିବାଦ । ଓଇଆରସି କାର୍ଯ୍ୟାଳୟ ଆଗରେ ବିରୋଧ ପ୍ରଦର୍ଶନ କରିଛନ୍ତି ଜିଲ୍ଲା ବିଜେପି କର୍ମୀ । ଜିଲ୍ଲା ସଭାପତି ବାବୁ ସିଂଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଶୈଳଶ୍ରୀ ବିହାର ସ୍ଥିତ କାର୍ଯ୍ୟାଳୟ ଆଗରେ ପହଂଚି ବିରୋଧ ପ୍ରଦର୍ଶନ କରିଥିଲେ । ବ୍ୟାନର ପୋଷ୍ଟର ଧରି, ନାରାବାଜି କରି ଶୁଳ୍କ ବୃଦ୍ଧିକୁ ପ୍ରତ୍ୟାହାର ପାଇଁ ଦାବି କରିଛନ୍ତି । କରୋନା ସମୟରେ ବିଦ୍ୟୁତ ଶୁଳ୍କ ବୃଦ୍ଧିContinue reading “ବିଜୁଳି ଦର ବୃଦ୍ଧି ପ୍ରତିବାଦରେ ବିଜେପିର ବିରୋଧ ପ୍ରଦର୍ଶନ : ଓଇଆରସି କାର୍ଯ୍ୟାଳୟ ଆଗରେ ବିରୋଧ ପ୍ରଦର୍ଶନ କରିଛନ୍ତି ଭୁବନେଶ୍ୱର ଜିଲ୍ଲା ବିଜେପି କର୍ମୀ”

ଖାଇବା ତେଲର ଅତ୍ୟଧିକ ଦରବୃଦ୍ଧି, ଅପମିଶ୍ରଣ ଓ କଳାବଜାରୀକୁ ନେଇ ବିଧାନସଭାରେ ଆଲୋଚନା : କଂଗ୍ରେସର ମୁଲତବୀ ପ୍ରସ୍ତାବ ଉପରେ ଜୋରଦାର ଚର୍ଚ୍ଚା

କନକ ବ୍ୟୁରୋ : ଖାଇବା ତେଲକୁ ନେଇ ବିଧାନସଭାରେ ଉଦବେଗ । କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଏ ସଂପର୍କିତ ମୁଲତବୀ ପ୍ରସ୍ତାବ ଉପରେ ଗୃହରେ ଚାଲିଛି ସରଗରମ ଆଲୋଚନା । ରାଜ୍ୟରେ ଖାଇବା ତେଲର ଅହେତୁକ ଦରବୃଦ୍ଧି, ଅପମିଶ୍ରଣ ଓ କଳାବଜାରୀକୁ ନେଇ ଏହି ଆଲୋଚନା କରାଯାଇଛି । ଆଲୋଚନାରେ ଭାଗ ନେଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ପ୍ରତିଦିନ ଖାଦ୍ୟରେ ଖାଇବା ତେଲର ଆବଶ୍ୟକତା ରହିଛି । ଏହାର ମାତ୍ରାଧିକ ଦରବୃଦ୍ଧି ଫଲରେContinue reading “ଖାଇବା ତେଲର ଅତ୍ୟଧିକ ଦରବୃଦ୍ଧି, ଅପମିଶ୍ରଣ ଓ କଳାବଜାରୀକୁ ନେଇ ବିଧାନସଭାରେ ଆଲୋଚନା : କଂଗ୍ରେସର ମୁଲତବୀ ପ୍ରସ୍ତାବ ଉପରେ ଜୋରଦାର ଚର୍ଚ୍ଚା”

ସାରା ଦେଶରେ କରୋନା ସଂକ୍ରମଣ : ଜାଣନ୍ତୁ କିଭଳି କରୋନାର ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହର ଦ୍ରୁତବେଗରେ ସଂକ୍ରମିତ ହେଉଛି

ସୋମବାର ୬୮ ହଜାରରୁ ଅଧିକ କରୋନା ସଂକ୍ରମଣ ସହ ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୨୦ ଲକ୍ଷ ଟପିଯାଇଛି । ସେହିପରି ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ୫ ଲକ୍ଷରୁ ଅଧିକ ଅଛି । ସୋମବାର ଗୋଟିଏ ଦିନରେ ୬୮ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେବା ଗତବର୍ଷ ଅକ୍ଟୋବର ପରେ ପ୍ରଥମ ବୋଲି କୁହାଯାଉଛି । ଯଦିଓ ମଙ୍ଗଳବାର ଏହି ସଂଖ୍ୟା ସାମାନ୍ୟ କମିଛି । ଗତ ୨୪ ଘଂଟାରେ ୫୬ ହଜାରContinue reading “ସାରା ଦେଶରେ କରୋନା ସଂକ୍ରମଣ : ଜାଣନ୍ତୁ କିଭଳି କରୋନାର ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହର ଦ୍ରୁତବେଗରେ ସଂକ୍ରମିତ ହେଉଛି”

Design a site like this with WordPress.com
Get started