କନକ ବ୍ୟୁରୋ : ଆଜି ଚୈତ୍ର ମାସର ପ୍ରଥମ ମଙ୍ଗଳବାର । ଗଂଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ତାରା-ତାରିଣୀଙ୍କ ଚୈତ୍ରପର୍ବ ଆରମ୍ଭ ହେଉଥିବାରୁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଚୂଡାନ୍ତ ହୋଇଛି । ସଂପୂର୍ଣ୍ଣ କୋଭିଡ କଟକଣା ଭିତରେ ମାଆଙ୍କ ପାଳିତ ହେବ ମାଆଙ୍କ ଚୈତ୍ର ଯାତ୍ରା । ତେବେ ଯାତ୍ରା ପୁର୍ବରୁ ୪୯ ଜଣ ସେବାୟତଙ୍କ ଆଂଟିଜେନ ଟେଷ୍ଟ କରାଯାଇଛି । ତେବେ ସମସ୍ତ ସେବାୟତଙ୍କ ରିପୋର୍ଟ ନେଗେଟିଭ ଆସିଥିବା ଚଳିତ ଚୈତ୍ର ମାସରେ ୫ଟିContinue reading “ଆଜିଠୁ ଗଂଜାମରେ ମାଆ ତାରା ତାରିଣୀଙ୍କ ପ୍ରସିଦ୍ଧ ଚୈତ୍ର ପର୍ବ : ସେବାୟତଙ୍କ ହେଲା ଆଂଟିଜେନ ଟେଷ୍ଟ “
Author Archives: Raghaba
କ୍ରିକେଟର ଇରଫାନ ପଠାନ୍ କରୋନା ପଜିଟିଭ ଚିହ୍ନଟ : କରୋନାରେ ସଂକ୍ରମିତ ନେଇ ସୋସିଆଲ ମିଡିଆରେ ଦେଲେ ସୂଚନା
କନକ ବ୍ୟୁରୋ : ଭାରତୀୟ କ୍ରିକେଟ୍ ଦଳର ଅନେକ ପୂର୍ବତନ କ୍ରିକେଟର ଏବେ କରୋନା ପଜିଟିଭ ହୋଇଥିବାର ଖବର ସାମ୍ନାକୁ ଆସିଛି। ନିକଟରେ ଭାରତରେ ଖେଳାଯାଇଥିବା ୱାର୍ଲଡ ରୋଡ଼ ସେଫଟି ସିରିଜରେ ଖେଳିଥିବା ଚାରିଜଣ ଭାରତୀୟ ଖେଳାଳି କରୋନା ପଜିଟିଭ୍ ବୋଲି ଜଣାପଡିଛି । ପ୍ରଥମେ ସଚିନ ତେନ୍ଦୁଲକର କରୋନା ସଂକ୍ରମିତ ହେବାର ଖବର ସାମ୍ନାକୁ ଆସିଥିଲା । ଏହା ପରେ ଅନ୍ୟ ତିନି ଖେଳାଳି ମଧ୍ୟ ପଜିଟିଭ ହୋଇଥିବାର ଜଣାପଡିଛି । ଏହି ସବୁ ଖେଳାଳିମାନେContinue reading “କ୍ରିକେଟର ଇରଫାନ ପଠାନ୍ କରୋନା ପଜିଟିଭ ଚିହ୍ନଟ : କରୋନାରେ ସଂକ୍ରମିତ ନେଇ ସୋସିଆଲ ମିଡିଆରେ ଦେଲେ ସୂଚନା”
ଆଜିଠୁ ସାରା ରାଜ୍ୟରେ ବଢ଼ିବ ତାତି : ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି
କନକ ବ୍ୟୁରୋ : ଆଜିଠୁ ସାରା ରାଜ୍ୟରେ ତାତି ବଢ଼ିବ । ବିଶେଷକରି ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମପ୍ରବାହ ହେବ । ତାହାକୁ ନଜରରେ ରଖି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୩୦ ତାରିଖ ପାଇଁ ବଲାଙ୍ଗୀର ଓ ସୋନପୁର ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ପରବର୍ତ୍ତୀ ୩ଦିନ ୬ଟି ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମପ୍ରବାହ ଅନୁଭୂତ ହେବାକୁ ଥିବାରୁ ସ୍ଥିତି ଉପରେ ନଜର ରଖିବା ପାଇଁ ଜିଲ୍ଲାପାଳମାନଙ୍କୁ କୁହାଯାଇଛିContinue reading “ଆଜିଠୁ ସାରା ରାଜ୍ୟରେ ବଢ଼ିବ ତାତି : ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି”
ରାଜ୍ୟରେ କରୋନାର ନୂଆ ଠିକଣା ପାଲଟିଛି କଲେଜ କ୍ୟାମ୍ପସ୍ : କଳାହାଣ୍ଡିର ଏକ ଘରୋଇ କଲେଜରେ ୩୬ ଛାତ୍ରଛାତ୍ରୀ ପଜିଟିଭ୍ ସୂଚନା
କନକ ବ୍ୟୁରୋ : ରାଜ୍ୟରେ ଏବେ କରୋନାର ନୂଆ ଠିକଣା ପାଲଟିଛି କଲେଜ କ୍ୟାମ୍ପସ । ପ୍ରତିିଦିନ ଶିକ୍ଷାନୁଷ୍ଠାନରେ କରୋନା ସଂକ୍ରମିତ ଚିହ୍ନଟ ହେଉଥିବା ଖବର ଆସିବାରେ ଲାଗିଛି । କଳାହାଣ୍ଡି ଭବାନୀପାଟଣା ସ୍ଥିତ ଏକ ଘରୋଇ କଲେଜରେ ୩୬ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ପ୍ରଗତୀ କଲେଜରେ ପ୍ରାୟ ୧୫ଶହ ଛାତ୍ରଛାତ୍ରୀ ରହିଛନ୍ତି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ କଲେଜ ପରିସରରେ ପହଂଚି ଅନ୍ୟ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କContinue reading “ରାଜ୍ୟରେ କରୋନାର ନୂଆ ଠିକଣା ପାଲଟିଛି କଲେଜ କ୍ୟାମ୍ପସ୍ : କଳାହାଣ୍ଡିର ଏକ ଘରୋଇ କଲେଜରେ ୩୬ ଛାତ୍ରଛାତ୍ରୀ ପଜିଟିଭ୍ ସୂଚନା”
ମୁକ୍ତ ହେଲା ମାଲବାହୀ ଜାହାଜ ଏଭର ଗିଭେନ୍ : ସ୍ୱେଜ କେନାଲରୁ ଟଳିଲା ସଂକଟ; ଏବେ ଗନ୍ତବ୍ୟ ସ୍ଥଳ ଅଭିମୁଖ୍ୟ ବଢ଼ି ଚାଲିଛି ଜଳଯାନ
କନକ ବ୍ୟୁରୋ : ଟଳିଗଲା ଜାହାଜ ସଂକଟ । ମୁକ୍ତ ହେଲା ସୁଏଜ୍ କେନାଲରେ ଫାଶି ରହିଥିବା ମାଲବାହୀ ଜାହାଜ । ଏହା ସହିତ ଏସିଆ ମହାଦେଶରୁ ୟୁରୋପ ମହାଦେଶକୁ ଜଳପଥରେ ଯୋଡୁଥିବା ଇଜିପ୍ଟର ସୁଏଜ କେନାଲରେ ଅଚଳାବସ୍ଥା ଦୂର ହୋଇଛି । ବିଶ୍ୱ ସମୁଦାୟର ପରିବହନ ବାଣିଜ୍ୟ କାରବାର ଉପରେ ଗମ୍ଭୀର ପ୍ରଭାବ ପକାଇଥିବା ଏଭର ଗିଭେନ ଜାହାଜ, ସ୍ୱେଜ କେନାଲରୁ ମୁକ୍ତ ହେବା ପରେ ଏବେ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଆଗକୁ ବଢୁଛି ।Continue reading “ମୁକ୍ତ ହେଲା ମାଲବାହୀ ଜାହାଜ ଏଭର ଗିଭେନ୍ : ସ୍ୱେଜ କେନାଲରୁ ଟଳିଲା ସଂକଟ; ଏବେ ଗନ୍ତବ୍ୟ ସ୍ଥଳ ଅଭିମୁଖ୍ୟ ବଢ଼ି ଚାଲିଛି ଜଳଯାନ”
ଭାରତର ଚିନ୍ତା ବଢ଼ାଇଲା ମିଆଁମାର ସଂକଟ । ମିଆଁମାର ଶରଣାର୍ଥୀ ଭାରତ ପଶି ଆସିବା ଆଶଙ୍କାରେ ମଣିପୁର ସରକାର ଜାରି କଲେ ନିର୍ଦ୍ଦେଶ, ରିଫ୍ୟୁଜି ମାନଙ୍କୁ ଖାଦ୍ୟ ଓ ସାହାରା ନଦେବା ପାଇଁ ଅର୍ଡର୍ ଜାରି ।
କନକ ବ୍ୟୁରୋ: ଭାରତ ପାଇଁ ଚିନ୍ତା ବଢ଼ାଇଲା ମିଆଁମାର ସଂକଟ । ମିଆଁମାର ଶରଣାର୍ଥୀ ଭାରତ ପଶି ଆସିବା ଆଶଙ୍କା କରି ମଣିପୁର ସରକାର ନିର୍ଦ୍ଦେଶ ଜାରି କରିଛନ୍ତି । ରିଫ୍ୟୁଜି ମାନଙ୍କୁ ଖାଦ୍ୟ ଓ ସାହାରା ନଦେବା ପାଇଁ ଏହି ଅର୍ଡରରେ ନିର୍ଦ୍ଦେଶ ଦିଆଯାଇଛି । ରିଲିଫ୍ କ୍ୟାମ୍ପ ନଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମିଆଁମାର ସୀମାକୁ ଲାଗିଥିବା ମଣିପୁର ରାଜ୍ୟର ଏକାଧିକ ଜିଲ୍ଲାକୁ ଏହି ନୋଟିସ୍ ଦିଆଯାଇଛି । ଏହା ପୂର୍ବରୁ ବିଦେଶContinue reading “ଭାରତର ଚିନ୍ତା ବଢ଼ାଇଲା ମିଆଁମାର ସଂକଟ । ମିଆଁମାର ଶରଣାର୍ଥୀ ଭାରତ ପଶି ଆସିବା ଆଶଙ୍କାରେ ମଣିପୁର ସରକାର ଜାରି କଲେ ନିର୍ଦ୍ଦେଶ, ରିଫ୍ୟୁଜି ମାନଙ୍କୁ ଖାଦ୍ୟ ଓ ସାହାରା ନଦେବା ପାଇଁ ଅର୍ଡର୍ ଜାରି ।”
ହେଲମେଟ ଚେକିଂକୁ ନେଇ ପୁଲିସ-ଜନତା ମୁହାଁମୁହିଁ : କରଞ୍ଜିଆ ସାହାରପଡ଼ାରେ ହେଲମେଟ ଚେକିଂ ବେଳେ ଜଣେ ଯୁବକଙ୍କୁ ପୁଲିସର ମାଡ ଅଭିଯୋଗ
କନକ ବ୍ୟୁରୋ : ଚେକିଂ ବେଳେ ପୁଲିସର ଦାଦାଗିରି । ହେଲମେଟ ଓ ମାସ୍କ ଚେକିଂ ବେଳେ ପୁଲିସର ମାଡ ଅଭିଯୋଗ । ଏଭଳି ଅଭିଯୋଗ ଆସିଛି ମୟୁରଭଞ୍ଜର କରଂଜିଆ ଥାନା ଅନ୍ତର୍ଗତ ସାହାରପଡା ବାଇପାସ ଛକ ନିକଟରୁ । ଚେକିଂ ବେଳେ ପୁଲିସ ମାଡରେ ଜଣେ ଯୁବ ବ୍ୟବସାୟୀଙ୍କ ମୁଣ୍ଡ ଫାଟିଯାଇଛି । ତାଙ୍କ କାନରେ ଗଭୀର ଆଘାତ ଲାଗିଛି । ଏହା ପରେ ସ୍ଥାନୀୟ ଅଂଚଳରେ ଉତେଜନା ଦେଖାଦେଇଥିଲା । ଏହି ଘଟଣା ପରେContinue reading “ହେଲମେଟ ଚେକିଂକୁ ନେଇ ପୁଲିସ-ଜନତା ମୁହାଁମୁହିଁ : କରଞ୍ଜିଆ ସାହାରପଡ଼ାରେ ହେଲମେଟ ଚେକିଂ ବେଳେ ଜଣେ ଯୁବକଙ୍କୁ ପୁଲିସର ମାଡ ଅଭିଯୋଗ”
କରୋନାକୁ ଦୃଷ୍ଟିରେ ରଖି ଗୁଜରାଟ ସୁରଟରେ ଆଜିଠାରୁ ଲାଗୁ ହେବ ୧୪୪ ଧାରା : ଏକାଠି ହୋଇପାରିବେ ନାହିଁ ୪ରୁ ଅଧିକ ଲୋକ
କନକ ବ୍ୟୁରୋ : କରୋନା ମହାମାରୀକୁ ଦୃଷ୍ଟିରେ ରଖି ସୁରଟରେ ୧୪୪ ଧାରା ଜାରି କରାଯାଇଛି । ଆଜିଠାରୁ ଏପ୍ରିଲ ୧୫ ଯାଏଁ ଏହି କଟକଣା ବଳବତର ରହିବ । ଏହି ସମୟ ମଧ୍ୟରେ ୪ଜଣରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ । ଏହାଛଡା ର୍ୟାଲି ଓ ଶୋଭାଯାତ୍ରା ଉପରେ ବି କଟକଣା ଜାରି କରାଯାଇଛି । ତେବେ ଅନ୍ତିମ ସଂସ୍କାର ଓ ବିବାହ ଉତ୍ସବକୁ ଏହି କଟକଣାରୁ ବାଦ୍ ଦିଆଯାଇଛି । ଆଦେଶର ଉଲ୍ଲଙ୍ଘନContinue reading “କରୋନାକୁ ଦୃଷ୍ଟିରେ ରଖି ଗୁଜରାଟ ସୁରଟରେ ଆଜିଠାରୁ ଲାଗୁ ହେବ ୧୪୪ ଧାରା : ଏକାଠି ହୋଇପାରିବେ ନାହିଁ ୪ରୁ ଅଧିକ ଲୋକ”
ପିପିିଲି ଉପ-ନିର୍ବାଚନ: ଆଜି ନାମାଙ୍କନ ଭରିବେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ । ପ୍ରଚାର ମୈଦାନକୁ ଓହ୍ଲାଇବେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ।
କନକ ବ୍ୟୁରୋ: ପିପିିଲି ଉପ-ନିର୍ବାଚନ ପାଇଁ ଆଜି ନାମାଙ୍କନ ଦାଖଲ କରିବେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ । ପିପିଲି ପାର୍ଟି ଅଫିସରୁ ପୁରୀ ଯାଇ ପ୍ରାର୍ଥୀପତ୍ର ଦାଖଲ କରିବେ ରୁଦ୍ର ପ୍ରତାପ ମହାରଥୀ । ସେହିପରି ଦଳୀୟ ସମର୍ଥକଙ୍କ ଗହଣରେ ଯାଇ ନାମାନଙ୍କ ଦାଖଲ କରିବେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ । ସେପଟେ ପ୍ରଚାର ଅଭିଯାନକୁ ଆଜିଠୁ ଜୋରଦାର କରିବେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ । ଗତକାଲି ହୋଲି ଅବସରରେ ପିପିଲିରୁ ଆସିଥିବାContinue reading “ପିପିିଲି ଉପ-ନିର୍ବାଚନ: ଆଜି ନାମାଙ୍କନ ଭରିବେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ । ପ୍ରଚାର ମୈଦାନକୁ ଓହ୍ଲାଇବେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ।”
ପଶୁ ଦେହରୁ ମଣିଷ ପାଖକୁ କରୋନା ଭୂତାଣୁ ଆସୁଥିବା ଆଶଙ୍କା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ଚୀନର ମିଳିତ ଗବେଷଣାରୁ ଆସିଲା ରିପୋର୍ଟ
କନକ ବ୍ୟୁରୋ: ପଶୁ ଦେହରୁ ମଣିଷକୁ ସଂକ୍ରମଣ କରିଥାଇ ପାରେ କରୋନା ଭୂତାଣୁ । କରୋନାର ଦ୍ୱିତୀୟ ଲହର ଚିନ୍ତା ବଢ଼ାଉଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ଚୀନର ମିଳିତ ଗବେଷଣାରେ ଏପରି ଆକଳନ କରାଯାଉଛି । ଗବେଷଣାରୁ ମିଳିଥିବା ତଥ୍ୟ କହୁଛି, ବାଦୁଡ଼ିରୁ କରୋନା ଭୂତାଣୁ କୌଣସି ପଶୁକୁ ସଂକ୍ରମିତ କରିବା ପରେ ପଶୁରୁ ମଣିଷକୁ ସଂକ୍ରମଣ ହେବା ସମ୍ଭାବନା ଅଧିକ । ଚୀନର ଏକ ଲାବୋରେଟୋରୀରୁ ଭୂତାଣୁ ଲିକ୍ ହୋଇଥିବା ନେଇ ଆମେରିକାରContinue reading “ପଶୁ ଦେହରୁ ମଣିଷ ପାଖକୁ କରୋନା ଭୂତାଣୁ ଆସୁଥିବା ଆଶଙ୍କା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ଚୀନର ମିଳିତ ଗବେଷଣାରୁ ଆସିଲା ରିପୋର୍ଟ”