ସୁଏଜ କେନାଲରେ ଦୂର ହେଉଛି ଅଚଳାବସ୍ଥା । ଆଂଶିକ ଭାବେ ଭାସିଲା ସପ୍ତାହେ ଧରି ଫସିଥିବା ବିଶାଳକାୟ ଏଭର ଗିଭେନ ଜାହାଜ 

କନକ ବ୍ୟୁରୋ: ପ୍ରାୟ ଗୋଟିଏ ସପ୍ତାହ ହେବ, ଜଳପଥରେ ବିଶ୍ୱର ବ୍ୟସ୍ତ ବହୁଳ ବାଣିଜ୍ୟ ମାର୍ଗ ସ୍ୱେଜ କେନାଲର ଅଚଳ ଅବସ୍ଥା ହଟିବାକୁ ଯାଉଛି । କାରଣ ସ୍ୱେଜ କେନାଲରେ ଫସିଥିବା ବିଶାଳକାୟ ଏଭର ଗିଭେନ ଜାହାଜ ଭାସିବା ଆରମ୍ଭ କରିଛି । ଯାହା ଶୀଘ୍ର କେନାଲ ରାସ୍ତାରେ ଯାତାୟତ ଆରମ୍ଭ ହେବାର ଆଶାକୁ ସଂଚାର କରିଛି । ଟୁଇଟ କରି ଏହି ସୂଚନା ଦେଇଛି ସାମୁଦ୍ରିକ ସେବା ଯୋଗାଉଥିବା କଂପାନୀ ଇଂଚକେପ ସିପିଙ୍ଗ୍ । ଟୁଇଟରରେContinue reading “ସୁଏଜ କେନାଲରେ ଦୂର ହେଉଛି ଅଚଳାବସ୍ଥା । ଆଂଶିକ ଭାବେ ଭାସିଲା ସପ୍ତାହେ ଧରି ଫସିଥିବା ବିଶାଳକାୟ ଏଭର ଗିଭେନ ଜାହାଜ “

ନନ୍ଦିଗ୍ରାମରେ ମହାସଂଗ୍ରାମ । ଭୋଟ ହାତେଇବାକୁ ସବୁ ବଳ ଲଗାଇ ଦେଇଛନ୍ତି ଟିଏମସି ଓ ବିଜେପି । ହ୍ୱିଲ ଚେୟାରରେ ବସି ରୋଡ ସୋ କଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି । 

କନକ ବ୍ୟୁରୋ: ଫୋକସରେ ନନ୍ଦିଗ୍ରାମ । ଦ୍ୱିତୀୟ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ପଶ୍ଚିମବଙ୍ଗର ନନ୍ଦିଗ୍ରାମରେ ହେବ ଅସଲ ଲଢେଇ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହେବା ପରେ ଏବେ ନନ୍ଦିଗ୍ରାମରେ ସବୁ ବଳ ଲଗାଇ ଦେଇଛନ୍ତି ଟିଏମସି ଓ ବିଜେପି । ତାତିକୁ ଖାତିର ନକରି ନନ୍ଦିଗ୍ରାମରେ ପଦଯାତ୍ରା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ହ୍ୱିଲ ଚେୟାରରେ ବସି ରୋଡ ସୋ କରିଛନ୍ତି ମମତା ବାନାର୍ଜି । ୮କିଲୋମିଟର ପ୍ରସ୍ତାବିତ ରୋଡ ସୋ ଖୁରିଦରାମContinue reading “ନନ୍ଦିଗ୍ରାମରେ ମହାସଂଗ୍ରାମ । ଭୋଟ ହାତେଇବାକୁ ସବୁ ବଳ ଲଗାଇ ଦେଇଛନ୍ତି ଟିଏମସି ଓ ବିଜେପି । ହ୍ୱିଲ ଚେୟାରରେ ବସି ରୋଡ ସୋ କଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି । “

ହୋଲି ଭିତରେ ପୁଣି ଅଶାନ୍ତ ଜମ୍ମୁକଶ୍ମୀର । ସେପୋର ଜିଲ୍ଲାରେ ବିଡିସି ଅଧ୍ୟକ୍ଷ ଫରିଦା ଖାନଙ୍କ ବୈଠକରେ ଆତଙ୍କବାଦୀ ଆକ୍ରମଣ । ଜଣେ ପୋଲିସ କର୍ମଚାରୀ ସହିଦ, ଜଣେ କାଉନସିଲରଙ୍କ ମୃତ୍ୟୁ

କନକ ବ୍ୟୁରୋ: ହୋଲି ଭିତରେ ପୁଣି ଅଶାନ୍ତ ହୋଇପଡିଛି ଜମ୍ମୁକଶ୍ମୀର । ସେପୋର ଜିଲ୍ଲାରେ ବିଜେପି ପ୍ରଦେଶ ସଚିବ ଓ ବିଡିସି ଅଧ୍ୟକ୍ଷ ଫରିଦା ଖାନଙ୍କ ଉପରେ ଆତଙ୍କୀ ଆକ୍ରମଣ ହୋଇଛି । କାଉନସିଲରଙ୍କ ସହିତ ବୈଠକ ବେଳେ ଏହି ଆକ୍ରମଣ ହୋଇଛି । ଏଥିରେ ପୋଲିସ କର୍ମଚାରୀ ଶଫାକତ ଅହମଦ ଓ ମ୍ୟୁନିସିପାଲିଟି କାଉନସିଲର ରିଆଜ ଅହମଦ ଖାନଙ୍କ ମୃତ୍ୟୁ ହୋଇଛି । ଫରିଦା ଖାନ ଗୁରୁତର ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଆତଙ୍କବାଦୀ ଲୁଚିContinue reading “ହୋଲି ଭିତରେ ପୁଣି ଅଶାନ୍ତ ଜମ୍ମୁକଶ୍ମୀର । ସେପୋର ଜିଲ୍ଲାରେ ବିଡିସି ଅଧ୍ୟକ୍ଷ ଫରିଦା ଖାନଙ୍କ ବୈଠକରେ ଆତଙ୍କବାଦୀ ଆକ୍ରମଣ । ଜଣେ ପୋଲିସ କର୍ମଚାରୀ ସହିଦ, ଜଣେ କାଉନସିଲରଙ୍କ ମୃତ୍ୟୁ”

ଓଡ଼ିଶାରେ ବଢ଼ୁଛି କରୋନା ସଂଖ୍ୟା । ଏପଟେ ବିରଜା ପାଞ୍ଜିର ଆକଳନ, ଓଡ଼ିଶାରେ କମିବ କରୋନା ସଂକ୍ରମଣ ।

କନକ ବ୍ୟୁରୋ: ଦୋଳ ପୂର୍ଣ୍ଣିମା ଅବସରରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ନିକଟରେ ପାଂଜି ପାଠ କରାଯାଇଛି । ବର୍ଷତମାମ ଯାହା ଘଟିବ ତାହାର ଅନୁମାନ ଏହି ପାଂଜିରେ ଉଲ୍ଲେଖ କରାଯାଇଛି । ବିରଜା ପାଞ୍ଜିର ଗଣନା କହୁଛି, ଏ ବର୍ଷ ମହାମାରୀ କରୋନା ପ୍ରକୋପ କମିବ । ଦୋଳ ପୂଣ୍ଣିମାରେ ବିରଜାଙ୍କ ଜ୍ୟୋତିଷ ସେବକମାନଙ୍କ ଦ୍ୱାରା ପ୍ରସ୍ତୁତ ନୂତନ ବିରଜା ପାଂଜିରେ ଏଭଳି ଗଣନା କରାଯାଇଛି । ପୀଠର ସେବକ ଜ୍ୟୋତିଷ ଦ୍ୱାରା ବହୁContinue reading “ଓଡ଼ିଶାରେ ବଢ଼ୁଛି କରୋନା ସଂଖ୍ୟା । ଏପଟେ ବିରଜା ପାଞ୍ଜିର ଆକଳନ, ଓଡ଼ିଶାରେ କମିବ କରୋନା ସଂକ୍ରମଣ ।”

ସରିଲା ହୋଲି, ଏବେ ନେତା ହେବେ ପିପିଲି ମୁହାଁ । ଜୋରଦାର ହେବ ପ୍ରଚାର । ଆସନ୍ତାକାଲି ପ୍ରାର୍ଥୀପତ୍ର ଦାଖଲ କରିବେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ।

କନକ ବ୍ୟୁରୋ: ହୋଲିର ରଙ୍ଗରେ ରଙ୍ଗେଇ ହେଲେନି ରୁଦ୍ର ମହାରଥୀ । କିନ୍ତୁ ଭୁବନେଶ୍ୱର ବାସଭବନରେ ପିପିଲିରୁ ଆସିଥିବା ସମର୍ଥକଙ୍କଠାରୁ ଶୁଭେଚ୍ଛା ଗ୍ରହଣ କରି ପିପିଲି ବିଜୟ ରଣନୀତି ନେଇ ଆଲୋଚନା କରିଛନ୍ତି ବିଜେଡି ପ୍ରାର୍ଥୀ । ରାତି ପାହିଲେ ନାମାଙ୍କନ ପତ୍ର ଦାଖଲ କରିବା ସହ ରୁଦ୍ର୍ର ଆରମ୍ଭ କରିବେ ପ୍ରଚାର ଅଭିଯାନ । ସେପଟେ ନାମାଙ୍କନ ଦାଖଲ କରିସାରିଥିବା ବିଜେପି ପ୍ରାର୍ଥୀ ପିପିଲିରେ ହାଇଭୋଲଟେଜ୍ କ୍ୟାମ୍ପେନ ଆରମ୍ଭ କରିସାରିଛନ୍ତି । ଏବେ ବିଜେଡିର ନୂଆContinue reading “ସରିଲା ହୋଲି, ଏବେ ନେତା ହେବେ ପିପିଲି ମୁହାଁ । ଜୋରଦାର ହେବ ପ୍ରଚାର । ଆସନ୍ତାକାଲି ପ୍ରାର୍ଥୀପତ୍ର ଦାଖଲ କରିବେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ।”

ପଶ୍ଚିମବଙ୍ଗରେ ଚାଲିଛି ଜୋରଦାର ନିର୍ବାଚନ ପ୍ରଚାର । ମୋଦୀ- ଦିଦିଙ୍କ ମଧ୍ୟରେ କଡ଼ା ଟକ୍କର । କ’ଣ ରହିଛି ଓଡ଼ିଆ ଭୋଟରଙ୍କ ମୁଡ୍ ?

କନକ ବ୍ୟୁରୋ: ସାରା ଦେଶରେ ରଙ୍ଗର ପର୍ବ ହୋଲିକୁ ନେଇ ଉତ୍ସାହ ରହିଥିବା ବେଳେ ପଶ୍ଚିମବଙ୍ଗରେ ରାଜନୀତିର ଉଷ୍ମତା । ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଏପ୍ରିଲ ପହିଲାରେ ହେବ । ୧୦ ବର୍ଷ ଧରି କ୍ଷମତାରେ ଥିବା ଟିଏମସି ସାମ୍ନାରେ ଏବେ ଚ୍ୟଲେଂଜର ବିଜେପି । ୨୦୧୯ ଲୋକସଭା ନିର୍ବାଚନରେ ଭଲ ପ୍ରଦର୍ଶନ କରିଥିବା ବିଜେପି, ଏଥର ପଶ୍ଚିମବଙ୍ଗରେ ମମତାଙ୍କ ଠାରୁ କ୍ଷମତା ଛଡେଇContinue reading “ପଶ୍ଚିମବଙ୍ଗରେ ଚାଲିଛି ଜୋରଦାର ନିର୍ବାଚନ ପ୍ରଚାର । ମୋଦୀ- ଦିଦିଙ୍କ ମଧ୍ୟରେ କଡ଼ା ଟକ୍କର । କ’ଣ ରହିଛି ଓଡ଼ିଆ ଭୋଟରଙ୍କ ମୁଡ୍ ?”

ଯାଜପୁର ଗ୍ରୀନ ମାର୍କେଟରେ ହୁ ହୁ ହୋଇ ଜଳିଲା ନିଆଁ । ଚାହୁଁ ଚାହୁଁ ଜଳିଗଲା ୨ଟି ପରିବା ଗୋଦାମ । ଟ୍ରାକ୍ଟର, ପିକ୍ଅପ୍ ଭ୍ୟାନ, ଟ୍ରକ ପୋଡି ପାଉଁଶ 

କନକ ବ୍ୟୁରୋ: ହଠାତ କେହି କିଛି ବୁଝିବା ପୂର୍ବରୁ ହୁ ହୁ ଜଳିଲା ନିଆଁ, ପୂରା ମାର୍କେଟ କଳାଧୁଆଁରେ ଭରିଗଲା । ନିଆଁର ପ୍ରକୋପ ଏତେ ଥିଲା ଯେ ନିଆଁ ଧୁଆଁରେ ଭୟଙ୍କର ହୋଇ ଉଠିଥିଲା ପୂରା ପରିବେଶ । ଚାହୁଁ ଚାହୁଁ ଜଳି ଯାଇଥିଲା ୨ଟି ପରିବା ଗୋଦାମ । ପୋଡି ପାଉଁଶ ହୋଇଗଲା ଗୋଦାମରେ ଥିବା ପ୍ଲାଷ୍ଟିକ୍ କଂଟେନର, କମ୍ପ୍ୟୁଟର, ପନିପରିବା, ଆସବାବପତ୍ର, ନଗଦ ଟଙ୍କା, ଅନ୍ୟାନ୍ୟ ସରଂଜାମ । ପ୍ରାୟ ୨ ଘଂଟାContinue reading “ଯାଜପୁର ଗ୍ରୀନ ମାର୍କେଟରେ ହୁ ହୁ ହୋଇ ଜଳିଲା ନିଆଁ । ଚାହୁଁ ଚାହୁଁ ଜଳିଗଲା ୨ଟି ପରିବା ଗୋଦାମ । ଟ୍ରାକ୍ଟର, ପିକ୍ଅପ୍ ଭ୍ୟାନ, ଟ୍ରକ ପୋଡି ପାଉଁଶ “

ଚିନ୍ତା ବଢ଼ାଉଛି କରୋନର ଦ୍ୱିତୀୟ ଲହର । ୨୪ ଘଂଟାରେ ଦେଶରେ ୬୮ ହଜାରରୁ ଅଧିକ ପଜିଟିଭ୍, ଅକ୍ଟୋବର ୧୧ ତାରିଖ ପରେ ସବୁଠୁ ଅଧିକ ସଂକ୍ରମଣ ।

କନକ ବ୍ୟୁରୋ: ଦେଶରେ ପ୍ରଥମ ଲହର ଠାରୁ ଦ୍ୱିତୀୟ ଲହର ସଂକ୍ରମଣ ଅଧିକ ଗତିରେ ମାଡିଚାଲିଛି । ତଳମୁହାଁ ହେବା ନାଁ ଧରୁନାହିଁ କରୋନା ଗ୍ରାଫ । ଗତ ୫ ଦିନର ସଂକ୍ରମଣ ଉପରେ ନଜର ପକାନ୍ତୁ – ୨୪ ଘଂଟାରେ ୬୮,୦୨୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ଅକ୍ଟୋବର ୧୧ ତାରିଖ ପରେ ଏହା ସବୁଠୁ ଅଧିକ ଦୈନିକ ସଂକ୍ରମଣ । ଦିନକ ପୂର୍ବରୁ ଏହା ଥିଲା ୬୨,୭୧୪ । ମାର୍ଚ୍ଚContinue reading “ଚିନ୍ତା ବଢ଼ାଉଛି କରୋନର ଦ୍ୱିତୀୟ ଲହର । ୨୪ ଘଂଟାରେ ଦେଶରେ ୬୮ ହଜାରରୁ ଅଧିକ ପଜିଟିଭ୍, ଅକ୍ଟୋବର ୧୧ ତାରିଖ ପରେ ସବୁଠୁ ଅଧିକ ସଂକ୍ରମଣ ।”

ଡବଲ ହେଲମେଟ ପିନ୍ଧିନଥିବାରୁ ସ୍ୱାମୀଙ୍କୁ ଟେକି ନେଲା ପୁଲିସ୍, ୩ କିଲୋମିଟର ଚାଲିଚାଲି ସ୍ୱାମୀ ପାଖରେ ପହଞ୍ଚିଲେ ସ୍ତ୍ରୀ । ଚାଲାଣ ଟଙ୍କା ନଦେବାରୁ ହସ୍ତସନ୍ତ ହେଲେ ହସ୍ପିଟାଲ ଯାଉଥିବା ଦମ୍ପତି । 

କନକ ବ୍ୟୁରୋ: ନିୟମ-କାନୁନ୍ ତା ବାଟରେ ଯାଏ, ହେଲେ ସେହି ବାଟରେ ଯଦି ମାନବିତାକୁ ଦଳିଚକଟି କ୍ଷତାକ୍ତ କରିଦିଆଯାଏ, ତେବେ ଆଇନର ବ୍ୟବସ୍ଥା ଉପରେ ଅନସ୍ଥା ଆସିବା ହୁଏତ ସ୍ୱାଭାବିକ୍ । ବ୍ୟବସ୍ଥା ଉପରେ ଅବ୍ୟବସ୍ଥା ଯେବେ ଭାରି ପଡେ, ପେଟରେ ୮ ମାସର ଛୁଆକୁ ଧରି ଗର୍ଭବତୀ ମହିଳାଙ୍କୁ ବାଟ ଚାଲିବାକୁ ପଡ଼େ । ମୟୁରଭଞ୍ଜରୁ ଆସିଥିବା ଏହି କାହାଣୀ କେବଳ ମାନବିକତାକୁ ମାରି ଦେଇନି, ଜଣେ  ଗର୍ଭବତୀ ମହିଳାଙ୍କ ବିଶ୍ୱାସକୁ ଭାଙ୍ଗିଚୁମାର କରିଦେଇଛି ।Continue reading “ଡବଲ ହେଲମେଟ ପିନ୍ଧିନଥିବାରୁ ସ୍ୱାମୀଙ୍କୁ ଟେକି ନେଲା ପୁଲିସ୍, ୩ କିଲୋମିଟର ଚାଲିଚାଲି ସ୍ୱାମୀ ପାଖରେ ପହଞ୍ଚିଲେ ସ୍ତ୍ରୀ । ଚାଲାଣ ଟଙ୍କା ନଦେବାରୁ ହସ୍ତସନ୍ତ ହେଲେ ହସ୍ପିଟାଲ ଯାଉଥିବା ଦମ୍ପତି । “

ସିଲ ହେଲା କଲେଜ । ଏକାଥରେ ୩୬ ପଜିଟିଭ ଚିହ୍ନଟ ପରେ ଭବାନୀପାଟଣା ପ୍ରଗତି କଲେଜ ସିଲ୍ ।

କନକ ବ୍ୟୁରୋ: ଘରୋଇ କଲେଜରୁ ୩୬ ପଜିଟିଭ ଚିହ୍ନଟ ଘଟଣା । ସିଲ ହେଲା ଭବାନୀପାଟଣାର ପ୍ରଗତି କଲେଜ । ଏକାଥରେ ଏତେ ସଂଖ୍ୟାର କରୋନା ଆକ୍ରାନ୍ତ ଚିହ୍ନଟ ପରେ ବଡ ପଦକ୍ଷେପ । ତେବେ କଲେଜ ସିଲ ନେଇ କଳାହାଣ୍ଡି ସିଡିଏମଓଙ୍କ ପକ୍ଷରୁ ସୂଚନା ମିଳିଛି । ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟମାନଙ୍କର ବି ଟଷ୍ଟେ କରାଯିବ । ତେବେ ରାଜ୍ୟର କେତେକ ଶିକ୍ଷାନୁଷ୍ଠାନ ଏବେ ହଟସ୍ପଟ ପାଲଟିଛି । ଶିକ୍ଷାନୁଷ୍ଠାନରେ ସଂକ୍ରମଣ ଅଧିକ ବ୍ୟାପିବାରେContinue reading “ସିଲ ହେଲା କଲେଜ । ଏକାଥରେ ୩୬ ପଜିଟିଭ ଚିହ୍ନଟ ପରେ ଭବାନୀପାଟଣା ପ୍ରଗତି କଲେଜ ସିଲ୍ ।”

Design a site like this with WordPress.com
Get started