ରାଜ୍ୟରେ ୧୪ଟି ସ୍ଥାନର ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ । ଟିଟିଲାଗଡରେ ସର୍ବାଧିକ ତାପମାତ୍ରା ୪୨.୨ ଡିଗ୍ରୀ । 

କନକ ବ୍ୟୁରୋ: ରାଜ୍ୟରେ ଆଜି ଗ୍ରୀଷ୍ମର ପ୍ରଭାବ ଦେଖାଯାଇଛି । ପ୍ରବଳ ଖରାରେ ସିଝିଛି ଓଡିଶା । ଆଉ ଏହି ଖରାରେ ଲୋକମାନେ ଅନେକ ହନ୍ତସନ୍ତ ହୋଇଛନ୍ତି । ରାଜ୍ୟର ପ୍ରାୟ ୧୪ଟି ଜିଲ୍ଲାରେ ୪୦ ଡିଗ୍ରୀ ଓ ତାଠରୁ ଅଧିକ ତାପମାତ୍ରା ରହିଛି । ଏହା ମଧ୍ୟରେ ଟିଟିଲାଗଡରେ ସର୍ବାଧିକ ୪୨.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଦେଖନ୍ତୁ କେଉଁ ଜିଲ୍ଲାରେ କେତେ ରହିଛି ତାପମାତ୍ରା – ବାଲେଶ୍ୱର-୪୦ ଡିଗ୍ରୀ କଟକ-୪୦ ଡିଗ୍ରୀ ଭୁବନେଶ୍ୱର-୪୦.୫Continue reading “ରାଜ୍ୟରେ ୧୪ଟି ସ୍ଥାନର ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ । ଟିଟିଲାଗଡରେ ସର୍ବାଧିକ ତାପମାତ୍ରା ୪୨.୨ ଡିଗ୍ରୀ । “

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଦେଲା ବଡ ସୂଚନା । ୮ ରାଜ୍ୟରେ ବୋଲମାନୁନି କରୋନା । ଚିହ୍ନଟ ହେଉଛନ୍ତି ୮୪ ପ୍ରତିଶତରୁ ଅଧିକ ସଂକ୍ରମିତ ।

କନକ ବ୍ୟୁରୋ: ମହାରାଷ୍ଟ୍ର, କର୍ଣ୍ଣାଟକ ଏବଂ ପଞ୍ଜାବ ସମେତ ଦେଶର ଆଠଟି ରାଜ୍ୟରେ ଦୈନିକ କୋଭିଡ୍‌-୧୯ ମାମଲା ରିପୋର୍ଟରେ ବୃଦ୍ଧି ପରିଲକ୍ଷିତ ହୋଇଛି। ଗୋଟିଏ ଦିନରେ ଦେଶରେ ରେକର୍ଡ ହୋଇଥିବା ୬୮,୦୨୦ଟି  ମାମଲା ମଧ୍ୟରୁ ୮୪.୫ ପ୍ରତିଶତ ମାମଲା କେବଳ ଏହି ୮ଟି ରାଜ୍ୟରୁ ରହିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୋମବାର ଜାରି ଏକ ବିବୃତିରେ କୁହାଯାଇଛି। ଅନ୍ୟପକ୍ଷରେ ଭାରତରେ ମୋଟ ଟୀକାକରଣ ଅଦ୍ୟାବଧି ୬ କୋଟି ଅତିକ୍ରମ କରିଛି ବୋଲି ଏଥିରେ କୁହାଯାଇଛି।Continue reading “କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଦେଲା ବଡ ସୂଚନା । ୮ ରାଜ୍ୟରେ ବୋଲମାନୁନି କରୋନା । ଚିହ୍ନଟ ହେଉଛନ୍ତି ୮୪ ପ୍ରତିଶତରୁ ଅଧିକ ସଂକ୍ରମିତ ।”

ହୋଲିରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅଘଟଣ । ଦୁର୍ଘଟଣାରେ ଗଲା ୬ଜଣଙ୍କ ଜୀବନ । ସମ୍ବଲପୁର ଓ ଢେଙ୍କାନାଳରେ ସଡକ ଦୁର୍ଘଟଣାରେ ୫ଜଣଙ୍କ ମୃତ୍ୟୁ ।

କନକ ବ୍ୟୁରୋ: ହୋଲିରେ ଅଘଟଣ ଯୋଗୁ ବିଭିନ୍ନ ସ୍ଥାନରୁ ଆସିଲା ଦୁଃଖଦ ଖବର । ଆଜି ଦିନରେ ଦୁର୍ଘଟଣାରେ ମୋଟ ୬ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସୁବର୍ଣ୍ଣପୁର ସହରର ମହାନଦୀରେ ହୋଲି ଖେଳ ସାରି ଗାଧୋଇବାକୁ ଯାଇଥିବା ବେଳେ ମହାନଦୀରେ ବୁଡ଼ି ଜଣେ ଛାତ୍ରଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ହେଉଛନ୍ତି ଦଶମ ଶ୍ରେଣୀର ଛାତ୍ର ସୁମିତ ମେହେର । ତାଙ୍କ ଘର ସୋନପୁର ବ୍ଲକ ଛକରେContinue reading “ହୋଲିରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅଘଟଣ । ଦୁର୍ଘଟଣାରେ ଗଲା ୬ଜଣଙ୍କ ଜୀବନ । ସମ୍ବଲପୁର ଓ ଢେଙ୍କାନାଳରେ ସଡକ ଦୁର୍ଘଟଣାରେ ୫ଜଣଙ୍କ ମୃତ୍ୟୁ ।”

ରାଜଧାନୀରୁ ଆଜି ଚିହ୍ନଟ ହେଲେ ୩୨ ପଜିଟିଭ୍ ଚିହ୍ନଟ । ଆକ୍ରାନ୍ତଙ୍କ ଭିତରେ ୨୬ ଜଣ ସ୍ଥାନୀୟ ସଂକ୍ରମିତ ।

କନକ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରକୁ ଏବେ ଡରାଇବାରେ ଲାଗିଛି ଭୂତାଣୁ । କାହିଁକି ନା ଲଗାତାର ଭାବେ ରାଜଧାନୀର ବିଭିନ୍ନ ଅଂଚଳରୁ ଏକାଧିକ ଲୋକାଲ୍ କେସ୍ ସାମ୍ନାକୁ ଆସିବାରେ ଲାଗିଛି । କେବଳ ଆଜି ରାଜଧାନୀରୁ ୩୨ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ଭିତରେ ରହିଛନ୍ତି ମୋଟ ୨୬ ଜଣ ସ୍ଥାନୀୟ ସଂକ୍ରମିତ । Update on newly detected #COVID19 cases in the last 24 hrs under the BMC area onContinue reading “ରାଜଧାନୀରୁ ଆଜି ଚିହ୍ନଟ ହେଲେ ୩୨ ପଜିଟିଭ୍ ଚିହ୍ନଟ । ଆକ୍ରାନ୍ତଙ୍କ ଭିତରେ ୨୬ ଜଣ ସ୍ଥାନୀୟ ସଂକ୍ରମିତ ।”

ଯାଜପୁରରୋଡ ଗ୍ରୀନ ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲା ୨ଟି ଗୋଦାମ ଘର, ଟ୍ରାକ୍ଟର ଓ ପିକଅପ ଗାଡି

କନକ ବ୍ୟୁରୋ: ଯାଜପୁର ରୋଡ ସ୍ଥିତ ଗ୍ରୀନ ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଜଳିଗଲା ୨ଟି ଗୋଦାମ ଘର, ଗୋଟିଏ ଟ୍ରାକ୍ଟର ଓ ପିକଅପ ଭ୍ୟାନ । ନିଆଁ ଲିଭାଇବା ପାଇଁ ୩ଟି ଦମକଳବାହିନୀ ଘଟଣାସ୍ଥଳରେ ନିୟୋଜିତ ଅଛନ୍ତି । ରମେଶ ରାଉତ୍ ଓ ବଳରାମ ସାହୁଙ୍କ ଦୁଇଟି ପରିବା ଗୋଦାମ ସମ୍ପୂର୍ଣ୍ଣ ଜଳିଯାଇଛି। ଗୋଦାମରେ ଥିବା କମ୍ପ୍ୟୁଟର, ନଗଦ ଟଙ୍କା, ପନିପରିବା ଓ ଅନ୍ୟାନ୍ୟ ସାଜସରଞ୍ଜାମ ଜଳିପୋଡି ପାଉଁଶ ହୋଇଯାଇଛି । ତେବେ ବର୍ତ୍ତମାନContinue reading “ଯାଜପୁରରୋଡ ଗ୍ରୀନ ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲା ୨ଟି ଗୋଦାମ ଘର, ଟ୍ରାକ୍ଟର ଓ ପିକଅପ ଗାଡି”

ଶିକ୍ଷାନୁଷ୍ଠାନରେ ମାଡିଚାଲିଛି ମହାମାରୀ । ଭବାନୀପାଟଣା ପ୍ରଗତି କଲେଜରୁ ୩୨ ଛାତ୍ରଛାତ୍ରୀ ପଜିଟିଭ୍ ଚିହ୍ନଟ । 

କନକ ବ୍ୟୁରୋ: ରାଜ୍ୟର ଗୋଟିଏ ପରେ ଗୋଟିଏ ଶିକ୍ଷାନୁଷ୍ଠାନରେ ଏବେ ମାଡିଚାଲିଛି ମହାମାରୀ । ବର୍ତ୍ତମାନର ତାଜା ଖବର ଅନୁଯାୟୀ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଥିବା ପ୍ରଗତି କଲେଜରୁ ଏକାଥରକେ ୩୨ ଛାତ୍ରଛାତ୍ରୀ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଇନଚାର୍ଜ ଅଧିକାରୀ ସୂଚନା ଦେଇଛନ୍ତି । ତେବେ ଏକାଥରକେ ଗୋଟିଏ ଶିକ୍ଷାନୁଷ୍ଠାନରୁ ଏତେ ସଂଖ୍ୟକ ଛାତ୍ରଛାତ୍ରୀ ସଂକ୍ରମିତ ଚିହ୍ନଟ ହେବା ଜିଲ୍ଲା ପ୍ରଶାସନର ଚିନ୍ତା ବଢାଇଛି । ଭବାନୀପାଟଣାସ୍ଥିତ ପ୍ରଗତିContinue reading “ଶିକ୍ଷାନୁଷ୍ଠାନରେ ମାଡିଚାଲିଛି ମହାମାରୀ । ଭବାନୀପାଟଣା ପ୍ରଗତି କଲେଜରୁ ୩୨ ଛାତ୍ରଛାତ୍ରୀ ପଜିଟିଭ୍ ଚିହ୍ନଟ । “

ଭୁବନେଶ୍ୱରରେ ଅଭାବନୀୟ ଘଟଣା । ମାଷ୍ଟରକ୍ୟାଣ୍ଟିନରେ ହାତ କାଟି ଦେଲେ ଯୁବତୀ । ଗୁରୁତର ଅବସ୍ଥାରେ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି ।  

କନକ ବ୍ୟୁରୋ: ଭୁବନେଶ୍ୱରରେ ଅଭାବନୀୟ ଘଟଣା । ରାଜଧାନୀ ବାସିନ୍ଦା ହୋଲି ପାଳନ କରୁଥିବା ବେଳେ ସାମ୍ନାକୁ ଆସିଛି ଯୁବତୀଙ୍କ ଏକ କାରନାମା । ମାଷ୍ଟରକ୍ୟାଂଟିନ ଛକରେ ଜଣେ ଯୁବତୀ ହାତ କାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଯାଏଁ ଯୁବତୀ ଜଣକ ଅଚେତ ଅବସ୍ଥାରେ ଅଛନ୍ତି । ଯୁବତୀ ଜଣଙ୍କ କାହିଁକି ଏମିତି କଲେ? ତାଙ୍କ ସହ କଣ ଏମିତି ହେଲାContinue reading “ଭୁବନେଶ୍ୱରରେ ଅଭାବନୀୟ ଘଟଣା । ମାଷ୍ଟରକ୍ୟାଣ୍ଟିନରେ ହାତ କାଟି ଦେଲେ ଯୁବତୀ । ଗୁରୁତର ଅବସ୍ଥାରେ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି ।  “

ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୨ ଜିଲ୍ଲାରେ ଘୂର୍ଣ୍ଣିଝଡ଼ ସମ୍ଭାବନା । ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହିତ ହୋଇପାରେ ବଜ୍ରାପାତ । ୟେଲୋ ଓ୍ବାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ ।

କନକ ବ୍ୟୁରୋ: ଆଜି ଦିନ ୧ଟା ୩୦ରୁ ଆସନ୍ତାକାଲି ସକାଳ ୮ଟା ୩୦ ମଧ୍ୟରେ ରାଜ୍ୟର ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ବର୍ଷା ପବନ ସହ କାଳବୈଶାଖୀର ସମ୍ଭାବନା ରହିଛି। ଆଜି ଅପରାହ୍ନରେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ଏକ ସତର୍କ ସୂଚନାରେ ଏସମ୍ବନ୍ଧରେ କୁହାଯାଇଛି । ଏହି ସମୟ ମଧ୍ୟରେ ରାଜ୍ୟର ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାରContinue reading “ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୨ ଜିଲ୍ଲାରେ ଘୂର୍ଣ୍ଣିଝଡ଼ ସମ୍ଭାବନା । ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହିତ ହୋଇପାରେ ବଜ୍ରାପାତ । ୟେଲୋ ଓ୍ବାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ ।”

ଆକସ୍ମିତ ମୃତ୍ୟୁ ପରେ ମହିଳାଙ୍କୁ ଝୁରୁଛନ୍ତି କୁକୁର, ଶବପାଖେ ଜଗି ବସିଛନ୍ତି । ସମ୍ବଲପୁରରୁ ଆସିଲା ପଶୁ-ମଣିଷର ପ୍ରୀତିଭରା ସମ୍ପର୍କ

କନକ ବ୍ୟୁରୋ: ତାଙ୍କର କେହି ନଥିଲେ..ନା ପରିବାର, ନା ସମ୍ପର୍କୀୟ । ଏକାନ୍ତ ଜୀବନରେ ଶୂନ୍ୟତା ହିଁ ଥିଲା ସବୁକିଛି । କିନ୍ତୁ ଏ କୁକୁରମାନେ ହିଁ ତାଙ୍କ ଜୀବନକୁ କରିଥିଲେ ରଙ୍ଗୀନ । ନିଜେ ମାଗିଯାଚି ଖାଉଥିଲେ ବି ପେଟରୁ କାଟି କୁକୁରଙ୍କୁ ଖୁଆଉଥିଲେ । ଆଉ ଅପରିଚିତା ମହିଳାଙ୍କ ଆତ୍ମୀୟତା ଭିତରେ ମଣିଷଠୁ ମମତା ପାଉଥିଲେ କୁକୁର । ସେଇଥିପାଇଁ ତ ମହିଳାଙ୍କ ମୃତ୍ୟୁ ପରେ ତାଙ୍କୁ ମଶାଣୀ ନଛାଡିବାକୁ ମାଟିରେ ଗୋଡ କଚାଡିContinue reading “ଆକସ୍ମିତ ମୃତ୍ୟୁ ପରେ ମହିଳାଙ୍କୁ ଝୁରୁଛନ୍ତି କୁକୁର, ଶବପାଖେ ଜଗି ବସିଛନ୍ତି । ସମ୍ବଲପୁରରୁ ଆସିଲା ପଶୁ-ମଣିଷର ପ୍ରୀତିଭରା ସମ୍ପର୍କ”

କାମ ପରିବା ବିକିବା ହେଲେ ଷ୍ଟାଇଲ ପୂରା ବଲିଉଡ ହିରୋ ସଲମାନ ଖାନଙ୍କ ଭଳି । ଡ୍ୟାନ୍ସ କରି କରି ପରିବା ବିକୁଛନ୍ତି ପରିବାବାଲା ।

କନକ ବ୍ୟୁରୋ: ମୁଣ୍ଡରେ ପଗଡି, ହାତରେ ଘଡି ଆଉ ଆଖିରେ କଳା ଚଷମା । ଏଭଳି ହିରୋ ଲୁକରେ ରାସ୍ତା ଉପରେ ଡ୍ୟାନ୍ସ କରୁଛନ୍ତି ଜଣେ ପରିବା ବେପାରୀ । କେବଳ ଡ୍ୟାନ୍ସ ନୁହେଁ ଡ୍ୟାନ୍ସ କରିବା ସହ ଏହି ବ୍ୟକ୍ତି ଜଣକ ପରିବା ମଧ୍ୟ ବିକୁଛନ୍ତି । କାମ ପରିବା ବିକିବା ହେଲେ ଷ୍ଟାଇଲ ପୂରା ବଲିଉଡ ହିରୋ ସଲମାନ ଖାନଙ୍କ ଭଳି । ସେଥିପାଇଁ ତ ଲୋକମାନେ ତାଙ୍କୁ ପାଣ୍ଡେ ଜି ବୋଲି ଡାକନ୍ତିContinue reading “କାମ ପରିବା ବିକିବା ହେଲେ ଷ୍ଟାଇଲ ପୂରା ବଲିଉଡ ହିରୋ ସଲମାନ ଖାନଙ୍କ ଭଳି । ଡ୍ୟାନ୍ସ କରି କରି ପରିବା ବିକୁଛନ୍ତି ପରିବାବାଲା ।”

Design a site like this with WordPress.com
Get started