ଲେଡ଼ି ସିଙ୍ଘମ ସଙ୍ଗୀତା । ୬ଟି ଚାକିରି ଛାଡି ହୋଇଥିଲେ ଆଇପିଏସ୍ ଅଫିସର, ମନ୍ତ୍ରୀଙ୍କ ସହ ବିବାଦ ପରେ ସଙ୍ଗୀତାଙ୍କୁ ନେଇ ବଢିଥିଲା ଚର୍ଚ୍ଚା ।

କନକ ବ୍ୟୁରୋ : ଲେଡ଼ି ସିଙ୍ଘମ ସଙ୍ଗୀତା । ଏହି ଆଇପିଏସ ଅଫିସରଙ୍କ ନାଁ ଶୁଣିଲେ ଭୟରେ ଅପରାଧୀଙ୍କ ଛାତି ଥରି ଉଠେ । ହରିୟାଣାର ଏହି ମହିଳା ଆଇପିଏସଙ୍କ କାହାଣୀ ଯେତିକି ରୋମାଂଚଭରା ସେତିକି ସଂଘର୍ଷପୂର୍ଣ୍ଣ । ପିଲାଟି ଦିନରୁ ପୋଲିସ ଅଫିସରଟିଏ ହେବାର ସ୍ୱପ୍ନ ଦେଖିଥିବା ସଙ୍ଗୀତା, ନିଜ ସ୍ୱପ୍ନ ପୂରା କରିବାରୁ ୬, ୬ଟି ଚାକିରି ଛାଡିଛନ୍ତି । ହରିୟାଣାରା ଭିବାନୀ ଜିଲ୍ଲାର ଏକ ସାଧାରଣ ପରିବାରରେ ଜନ୍ମ ହୋଇଥିଲେ ସଙ୍ଗୀତା ।Continue reading “ଲେଡ଼ି ସିଙ୍ଘମ ସଙ୍ଗୀତା । ୬ଟି ଚାକିରି ଛାଡି ହୋଇଥିଲେ ଆଇପିଏସ୍ ଅଫିସର, ମନ୍ତ୍ରୀଙ୍କ ସହ ବିବାଦ ପରେ ସଙ୍ଗୀତାଙ୍କୁ ନେଇ ବଢିଥିଲା ଚର୍ଚ୍ଚା ।”

ହୋଲିରେ ରାଜ୍ୟର ବିଭିନ୍ନ ଅଂଚଳରୁ ଆସିଲା ଅଘଟଣର ଖବର । ସୁବର୍ଣ୍ଣପୁରରେ ନଦୀରେ ବୁଡି ଦଶମ ଶ୍ରେଣୀ ଛାତ୍ର ମୃତ ।

କନକ ବ୍ୟୁରୋ: ହୋଲି ଖେଳ ପରେ ଏବେ ରାଜ୍ୟର ବିଭିନ୍ନ ଅଂଚଳରୁ ଆସିଛି ଅଘଟଣର ଖବର । ଆଜି ସୁବର୍ଣ୍ଣପୁରରେ ନଦୀରେ ବୁଡି ଦଶମ ଶ୍ରେଣୀର ଜଣେ ଛାତ୍ର ମୃତ୍ୟୁବରଣ କରିଛନ୍ତି । ଛାତ୍ର ଜଣକ ହୋଲି ଖେଳି ମହାନଦୀରେ ଗାଧୋଇବା ବେଳେ ଏହି ଅଘଟଣ ଘଟିଛି । ଯାହା ଫଳରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ଅନ୍ୟପଟେ ଆଠଗଡ ନରସିଂହପୁର ବ୍ଲକ ମାଙ୍କଡଭୂଇଁଆ ମହାନଦୀ ଘାଟରେ ମଧ୍ୟ ଅଘଟଣ ଘଟିଛି । ନଦୀରେContinue reading “ହୋଲିରେ ରାଜ୍ୟର ବିଭିନ୍ନ ଅଂଚଳରୁ ଆସିଲା ଅଘଟଣର ଖବର । ସୁବର୍ଣ୍ଣପୁରରେ ନଦୀରେ ବୁଡି ଦଶମ ଶ୍ରେଣୀ ଛାତ୍ର ମୃତ ।”

ମୟୂରଭଂଜରେ ପ୍ରସୂତୀଙ୍କୁ ଚଲାଇ ନିଲମ୍ବିତ ହେଲେ ଥାନା ଅଧିକାରୀ । ହେଲମେଟ ପିନ୍ଧିନଥିବାରୁ ସ୍ୱାମୀଙ୍କୁ ଉଠାଇ ନେଇଥିଲା ପୋଲିସ ।

କନକ ବ୍ୟୁରୋ: ସ୍ତ୍ରୀ ମୁଣ୍ଡରେ ହେଲମେଟ ନଥିବାରୁ ସ୍ୱାମୀକୁ ପୋଲିସ ୪ ଘଂଟା ଥାନାରେ ଅଟକ ରଖିଥିବା ଅଭିଯୋଗ ହୋଇଛି । ଏପରିକି ସ୍ତ୍ରୀକୁ ରାସ୍ତାରେ ଛାଡି ସ୍ୱାମୀଙ୍କୁ ଥାନାକୁ ନେଇଯାଇଥିଲା ପୋଲିସ । ଫଳରେ ପ୍ରାୟ ୩ କିଲୋମିଟର ଚାଲିଚାଲି ଯାଇଥିଲେ ଗର୍ଭବତୀ ଥିବା ସ୍ତ୍ରୀ ଜଣକ । ମୟୂରଭଞ୍ଜ ଶରତ ଥାନା ଅଂଚଳରେ ହେଲମେଟ ଚେକିଂ ଚାଲିଥିିବାବେଳେ ସ୍ଥାନୀୟ ନୋଟ ପଂଚାୟତର ବିକ୍ରମ ବୁରୁଲି ନିଜର ୮ ମାସର ଗର୍ଭବତୀ ସ୍ତ୍ରୀଙ୍କୁ ସାଙ୍ଗରେ ଧରିContinue reading “ମୟୂରଭଂଜରେ ପ୍ରସୂତୀଙ୍କୁ ଚଲାଇ ନିଲମ୍ବିତ ହେଲେ ଥାନା ଅଧିକାରୀ । ହେଲମେଟ ପିନ୍ଧିନଥିବାରୁ ସ୍ୱାମୀଙ୍କୁ ଉଠାଇ ନେଇଥିଲା ପୋଲିସ ।”

ବାଂଲାଦେଶରେ ବ୍ୟାପିଲା ହିଂସା । ମୋଦିଙ୍କ ଗସ୍ତ ପରେ ମନ୍ଦିର ଓ ଟ୍ରେନ୍ ଉପରେ ଆକ୍ରମଣ…

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତ ଶେଷ ହେବା ପରେ ରବିବାର ଦିନ ପୂର୍ବ ବାଂଲାଦେଶରେ କେତେକ ମନ୍ଦିର ଓ ଗୋଟିଏ ଟ୍ରେନ୍‌ ଉପରେ ଆକ୍ରମଣ କରାଯାଇଥିବା କଥା ପୁଲିସ ଓ ସ୍ଥାନୀୟ ସାମ୍ବାଦିକମାନେ କହିଛନ୍ତି। ପୁଲିସ ସହ ସଂଘର୍ଷ ଘଟି କଠୋରପନ୍ଥୀ ସଙ୍ଗଠନଗୁଡ଼ିକର ଅନ୍ୟୂନ ୧୦ଜଣ ପ୍ରତିବାଦକାରୀଙ୍କର ମୃତ୍ୟୁ ଯୋଗୁଁ ସମ୍ପୃକ୍ତ ଅଞ୍ଚଳରେ କ୍ରୋଧ ଓ ହିଂସା ବୃଦ୍ଧିପାଇଛି ବୋଲି ଶୁଣାଯାଉଛି। ରବିବାର ଦିନ ହେଫାଜତ୍‌-ଏ-ଇସ୍‌ଲାମ୍‌ ଗ୍ରୁପ୍‌ର କର୍ମୀମାନେ ବ୍ରାହ୍ମଣବରିଆର ପୂର୍ବ ଜିଲ୍ଲାରେ ଗୋଟିଏ ଟ୍ରେନ୍‌Continue reading “ବାଂଲାଦେଶରେ ବ୍ୟାପିଲା ହିଂସା । ମୋଦିଙ୍କ ଗସ୍ତ ପରେ ମନ୍ଦିର ଓ ଟ୍ରେନ୍ ଉପରେ ଆକ୍ରମଣ…”

ମହାରାଷ୍ଟ୍ରରେ ବେଲଗାମ ହେଲାଣି କରୋନା । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପାଖରେ ନାହିଁ ଅନ୍ୟ ବିକଳ୍ପ । ଲକଡ଼ାଉନ୍ ରଣନୀତି ସ୍ଥିର କରିବା ପାଇଁ ଦେଲେ ନିର୍ଦ୍ଦେଶ ।

କନକ ବ୍ୟୁରୋ: ସାରାଦେଶରେ ଗୋଟିଏ ଦିନରେ ୬୮ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ, କେବଳ ମହାରାଷ୍ଟ୍ରରୁ ୪୦ ହଜାର ୪୧୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କରୋନାର ଦ୍ୱିତୀୟ ଲହର ଆରମ୍ଭ ହେବା ଦିନରୁ ଲଗାତାର ମହାରାଷ୍ଟ୍ର ସର୍ବାଧିକ ସଂକ୍ରମିତ ରାଜ୍ୟ ହୋଇ ରହିଆସିଛି । ଯାହା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଚିନ୍ତା ବଢାଇ ଦେଇଛି । ସରକାରଙ୍କ ବାରମ୍ବାର ତାଗିଦ ସତ୍ୱେ ଲୋକେ କରୋନା କଟକଣା ମାନୁନଥିବାରୁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଆଉContinue reading “ମହାରାଷ୍ଟ୍ରରେ ବେଲଗାମ ହେଲାଣି କରୋନା । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପାଖରେ ନାହିଁ ଅନ୍ୟ ବିକଳ୍ପ । ଲକଡ଼ାଉନ୍ ରଣନୀତି ସ୍ଥିର କରିବା ପାଇଁ ଦେଲେ ନିର୍ଦ୍ଦେଶ ।”

ପଶ୍ଚିମବଙ୍ଗ ନିର୍ବାଚନ ଭିତରେ ଆଖି ବୁଜିଲେ ଶୋବା ମଜୁମଦାର । କିଛି ଦିନ ପୂର୍ବେ ହୋଇଥିଲା ଅତର୍କିତ ଆକ୍ରମଣ ।

କନକ ବ୍ୟୁରୋ: ପଶ୍ଚିମବଙ୍ଗ ନିର୍ବାଚନରେ ଯେଉଁ ବୃଦ୍ଧ ମହିଳାଙ୍କୁ ନେଇ ବିଜେପି-ଟିଏମସି ମଧ୍ୟରେ ଖଣ୍ଡଯୁଦ୍ଧ ଲାଗିଥିଲା, ଏବେ ସେ ମୃତ୍ୟୁବରଣ କରିଛନ୍ତି । ଏନେଇ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଅମିତ ଶାହା ଟୁଇଟ୍ କରି ସୂଚନା ଦେବା ସହିତ ଦୁଃଖ ପ୍ରକାଶ କରିଛନ୍ତି । ଅନ୍ୟପଟେ ଏହି ଘଟଣାରେ ବିଜେପି ନେତାମାନେ ପଶ୍ଚିମବଙ୍ଗର ଟିଏମସି ସରକାରକୁ ଦାୟୀ କରିବା ସହିତ ଜୋରଦାର ଟାର୍ଗେଟ କରିଛନ୍ତି । Anguished overContinue reading “ପଶ୍ଚିମବଙ୍ଗ ନିର୍ବାଚନ ଭିତରେ ଆଖି ବୁଜିଲେ ଶୋବା ମଜୁମଦାର । କିଛି ଦିନ ପୂର୍ବେ ହୋଇଥିଲା ଅତର୍କିତ ଆକ୍ରମଣ ।”

ସଚିନ୍ ତେନ୍ଦୁଲକର, ୟୁସୁଫ ପଠାନଙ୍କ ପରେ କରୋନା ପଜିଟିଭ୍ ହେଲେ ବଦ୍ରିନାଥ । ସାଙ୍ଗ ହୋଇ ଖେଳିଥିଲେ ୱାର୍ଲଡ୍ ରୋଡ୍ ସେଫଟି ସିରିଜ୍ ।

କନକ ବ୍ୟୁରୋ: ୱାର୍ଲଡ ରୋଡ୍ ସେଫଟି କ୍ରିକେଟ୍ ସିିରିଜ୍ ଖେଳିଥିବା କ୍ରିକେଟରମାନେ ଏବେ ଜଣକ ପରେ ଜଣେ କୋଭିଡ୍ ପଜିଟିଭ୍ ଚିହ୍ନଟ ହେବାରେ ଲାଗିଛନ୍ତି । ସଚିନ ଏବଂ ୟୁସୁଫ ପୁଠାନଙ୍କ ପରେ ଏବେ ପୂର୍ବତନ ଭାରତୀୟ ଖେଳାଲି ସୁବ୍ରମଣ୍ୟମ ବଦ୍ରିନାଥ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି । ଏନେଇ ସେ ନିଜେ ଟୁଇଟ୍ କରି ସୂଚନା ଦେଇଛନ୍ତି । ଟୁଇଟ୍ କରି ବଦ୍ରିନାଥ ଲେଖିଛନ୍ତି, ସେ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତାଙ୍କ ପାଖରେContinue reading “ସଚିନ୍ ତେନ୍ଦୁଲକର, ୟୁସୁଫ ପଠାନଙ୍କ ପରେ କରୋନା ପଜିଟିଭ୍ ହେଲେ ବଦ୍ରିନାଥ । ସାଙ୍ଗ ହୋଇ ଖେଳିଥିଲେ ୱାର୍ଲଡ୍ ରୋଡ୍ ସେଫଟି ସିରିଜ୍ ।”

ରାଜଧାନୀରେ କଟକଣା ଭିତରେ ହୋଲି ପାଳିବାକୁ ସଚେତନ କଲା କମିଶନରେଟ ପୋଲିସ । ମାଷ୍ଟରକ୍ୟାଂଟିନ ଛକରୁ ଆରମ୍ଭ ହେଲା ପିକେଟିଂ ।

କନକ ବ୍ୟୁରୋ: ଆଜି ରଙ୍ଗର ପର୍ବ ହୋଲି । ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ଅଂଚଳରେ ଆଜି ଲୋକମାନେ ହୋଲି ପାଳନ କରୁଥିବା ଦେଖିବାକୁ ମିଳିଛି । ତେବେ ଏସବୁ ଭିତରେ ମାଷ୍ଟର କ୍ୟାଂଟିନ ଛକରୁ ପିକେଟିଂ ଆରମ୍ଭ କରିଛି ପୋଲିସ । ଡିସିପି, ଏଡିପିସି, ଏସିପି, ଆଇଆଇସି ଓ ଷ୍ଟ୍ରାଇକିଙ୍ଗ ଫୋର୍ସକୁ ନେଇ ପିକେଟିଂ କରୁଛି ପୋଲିସ । ଅମାନିଆଙ୍କୁ ସାବାଡ କରିବା ସହ ଲୋକଙ୍କୁ ସଚେତନ କରାଯାଉଛି । କେବଳ ସେତିକି ନୁହେଁ ଘରContinue reading “ରାଜଧାନୀରେ କଟକଣା ଭିତରେ ହୋଲି ପାଳିବାକୁ ସଚେତନ କଲା କମିଶନରେଟ ପୋଲିସ । ମାଷ୍ଟରକ୍ୟାଂଟିନ ଛକରୁ ଆରମ୍ଭ ହେଲା ପିକେଟିଂ ।”

ହଟିଲା ସୁଏଜ୍ କେନାଲରେ ଫସିଥିବା ବିଶାଳ ଯାହାଜ । ସପ୍ତାହର ଅପରେସନ୍ ପରେ ‘ଏଭର ଗିଭେନ୍’ ହଟିଥିବା ଜାତୀୟ ଗଣମାଧ୍ୟମରୁ ସୂଚନା

ବିଶ୍ୱର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟ ପଥ ‘ସୁଏଜ୍‌ କେନାଲ୍‌’ ଶଯ୍ୟାରେ ପ୍ରାୟ ଏକ ସପ୍ତାହ ଲାଖି ରହିବା ପରେ ଅତି ପ୍ରକାଣ୍ଡ ପଣ୍ୟବାହୀ ଜାହାଜ ‘ଏଭର୍‌ ଗିଭେନ୍‌’କୁ ଉଦ୍ଧାରକାରୀମାନେ ମୁକ୍ତ କରିଥିବା କଥା ସାମୁଦ୍ରିକ ସେବା ଯୋଗାଣ ସଂସ୍ଥାନ ‘ଇଞ୍ଚ୍‌କେପ୍‌’ କହିଛି। ଲାଖିଥିବା ଜାହାଜଟି ପୁନଶ୍ଚ ଭାସି ଉଠିଥିଲେ ମଧ୍ୟ ପ୍ରଶାନ୍ତ ମହାସାଗରକୁ ଯିବା ନିମନ୍ତେ କେତେ ଜଲ୍‌ଦି ଏହି ଜଳପଥ ଉନ୍ମୁକ୍ତ ହେବ, ତାହା ସ୍ପଷ୍ଟ ହୋଇନାହିଁ। ‘ସୁଏଜ୍‌ କେନାଲ୍‌’ ବାଟେ ଗନ୍ତବ୍ୟ ସ୍ଥଳକୁ ଯିବାContinue reading “ହଟିଲା ସୁଏଜ୍ କେନାଲରେ ଫସିଥିବା ବିଶାଳ ଯାହାଜ । ସପ୍ତାହର ଅପରେସନ୍ ପରେ ‘ଏଭର ଗିଭେନ୍’ ହଟିଥିବା ଜାତୀୟ ଗଣମାଧ୍ୟମରୁ ସୂଚନା”

ନନ୍ଦିଗ୍ରାମରେ ଜୋରଦାର ହେଉଛି ଲଢେଇ । ଦ୍ବି-ପ୍ରହର ଖରାରେ ରୋଡ୍ ସୋ’ରେ ବାହାରିଲେ ମମତା । ୮ କିଲୋମିଟର ଧରି କରିବେ ରୋଡ୍ ସୋ ।

କନକ ବ୍ୟୁରୋ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପ୍ରଚାର ଅଭିଯାନ ମଙ୍ଗଳବାର ସନ୍ଧ୍ୟାରେ ଶେଷ ହେଉଛି । ଏହାପୂର୍ବରୁ ନନ୍ଦୀଗ୍ରାମରେ ଭୋଟର୍‌ମାନଙ୍କୁ ଆକୃଷ୍ଟ କରିବା ଲାଗି ତୃଣମୂଳ କଂଗ୍ରେସ ନେତ୍ରୀ ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଚାର ଅଭିଯାନ ତୀବ୍ରତର କରିଛନ୍ତି। ଆଜି ପୂର୍ବାହ୍ନ ୧୧ଟାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନନ୍ଦୀଗ୍ରାମ ବ୍ଲକ୍‌-୨ ଅନ୍ତର୍ଗତ ଖୁଦିରାମ ମୋରେରୁ ଠାକୁରଚୌକ ପର୍ଯ୍ୟନ୍ତ ୮ କିଲୋମିଟର୍‌ ରୋଡ୍‌ ସୋ’ରେ ବାହାରିଛନ୍ତି। ରାଲି ପରେ ଜନସଭା ବୋୟଲ-୨ରେ ଏକContinue reading “ନନ୍ଦିଗ୍ରାମରେ ଜୋରଦାର ହେଉଛି ଲଢେଇ । ଦ୍ବି-ପ୍ରହର ଖରାରେ ରୋଡ୍ ସୋ’ରେ ବାହାରିଲେ ମମତା । ୮ କିଲୋମିଟର ଧରି କରିବେ ରୋଡ୍ ସୋ ।”

Design a site like this with WordPress.com
Get started