କନକ ବ୍ୟୁରୋ: ମହାରାଷ୍ଟ୍ରରୁ ଆସିଛି ବଡ ଖବର । ସ୍ୱାସ୍ଥ୍ୟଗତ ଅସୁବିଧା କାରଣରୁ ହସ୍ପିଟାଲରେ ଭର୍ତ୍ତି ହେଲେ ଏନସିପି ନେତା ଶରଦ ପାୱାର । ଏନସିପି ମୁଖ୍ୟ ଶରଦ ପାୱାର ନିଜ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ । ଏହାପରେ ତାଙ୍କୁ ଚିକିତ୍ସା ପାଇଁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ସେଠାରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଯାଂଚ କରାଯାଇଛି । ଏନସିପି ନେତା ନବାବ ମଲ୍ଲିକ ଏନେଇ ଟୁଇଟ୍ କରି ସୂଚନା ଦେଇଛନ୍ତିContinue reading “ସ୍ୱାସ୍ଥ୍ୟଗତ ଅସୁବିଧା କାରଣରୁ ହସ୍ପିଟାଲରେ ଭର୍ତ୍ତି ହେଲେ ଶରଦ ପାୱାର । ମାର୍ଚ୍ଚ ୩୧ ଯାଏଁ ସମସ୍ତ କାର୍ଯ୍ୟକ୍ରମ ବାତିଲ ।”
Author Archives: Raghaba
ରାଜ୍ୟରେ ନବମ ଓ ଏକାଦଶ ଶ୍ରେଣୀ ପାଇଁ ବନ୍ଦ ହେବନି ସ୍କୁଲ । ସୂଚନା ଦେଲେ ସ୍କୁଲ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ସମୀର ରଞ୍ଜନ ଦାଶ ।
କନକ ବ୍ୟୁରୋ: ରାଜ୍ୟରେ ବନ୍ଦ ହେବନି ସରକାରୀ ସ୍କୁଲ । କୋଭିଡ୍ ପାଇଁ ରାଜ୍ୟରେ ଏବେ ନବମ ଏବଂ ଏକାଦଶ ଶ୍ରେଣୀର କ୍ଲାସ ବନ୍ଦ ହେବ ନାହିଁ । ଏବେ ରାଜ୍ୟର କେବଳ କିଛି ବେସରକାରୀ ଶିକ୍ଷାନୁଷ୍ଠାନରୁ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସରକାରୀ ଶିକ୍ଷାନୁଷ୍ଠାନରେ କିନ୍ତୁ ଏସଓପିକୁ ପାଳନ କରାଯାଇ କ୍ଲାସ ହେଉଛି । ସରକାରୀ ଶିକ୍ଷାନୁଷ୍ଠାନରୁ ଏଯାବତ କୌଣସି ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି । ତେଣୁ ସରକାରୀ ସ୍କୁଲକୁ ବନ୍ଦ କରିବାକୁ ଏଯାଏଁContinue reading “ରାଜ୍ୟରେ ନବମ ଓ ଏକାଦଶ ଶ୍ରେଣୀ ପାଇଁ ବନ୍ଦ ହେବନି ସ୍କୁଲ । ସୂଚନା ଦେଲେ ସ୍କୁଲ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ସମୀର ରଞ୍ଜନ ଦାଶ ।”
୨୪ ଘଂଟା ଭିତରେ ରାଜ୍ୟରୁ ଚିହ୍ନଟ ହେଲେ ୨୦୮ କରୋନା ପଜିଟିଭ୍ । ୧୨୨ କ୍ୱାରେଣ୍ଟାଇନରୁ ଚିହ୍ନଟ, ୮୬ ଲୋକାଲ୍ କେସ୍
କନକ ବ୍ୟୁରୋ: ରାଜ୍ୟରୁ ଗତ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୨୦୮ କରୋନା ପଜିଟିଭ୍ । ସେମାନଙ୍କ ଭିତରୁ ୧୨୨ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ବାକି ୮୬ ଜଣ ଲୋକାଲ୍ କେସ୍ ବୋଲି ରିପୋର୍ଟ ମିଳିଛି । ତେବେ ରାଜ୍ୟରେ ଦୈନିକ ସଂକ୍ରମଣ ହାର ୨ ଶହ ଉପରେ ରହିଥିବାରୁ ରାଜ୍ୟ ସରକାରଙ୍କ ଚିନ୍ତା ବଢିଛି । ଏହି ସଂକ୍ରମିତଙ୍କ ଭିତରେ ଖୋର୍ଦ୍ଧା ଜିଲ୍ଲାରୁ ୩୩ ଜଣ ରହିଛନ୍ତି । ସେହିପରି ନୂଆପଡାରୁContinue reading “୨୪ ଘଂଟା ଭିତରେ ରାଜ୍ୟରୁ ଚିହ୍ନଟ ହେଲେ ୨୦୮ କରୋନା ପଜିଟିଭ୍ । ୧୨୨ କ୍ୱାରେଣ୍ଟାଇନରୁ ଚିହ୍ନଟ, ୮୬ ଲୋକାଲ୍ କେସ୍”
ଗର୍ଭବତୀ ଥିବା ମହିଳାଙ୍କ ମୁଣ୍ଡରେ ହେଲମେଟ୍ ନଥିଲା ବୋଲି ସ୍ୱାମୀ-ସ୍ତ୍ରୀଙ୍କୁ ୪ ଘଣ୍ଟା ଥାନାରେ ଅଟକ ଅଭିଯୋଗ । ପୋଲିସର ମାନବିକତାକୁ ନେଇ ଉଠିଲା ପ୍ରଶ୍ନ ।
କନକ ବ୍ୟୁରୋ: ସ୍ତ୍ରୀ ମୁଣ୍ଡରେ ହେଲମେଟ ନଥିବାରୁ ସ୍ୱାମୀକୁ ପୋଲିସ ୪ ଘଂଟା ଥାନାରେ ଅଟକ ରଖିଥିବା ଅଭିଯୋଗ ହୋଇଛି । ଏପରିକି ସ୍ତ୍ରୀକୁ ରାସ୍ତାରେ ଛାଡି ସ୍ୱାମୀଙ୍କୁ ଥାନାକୁ ନେଇଯାଇଥିଲା ପୋଲିସ । ଫଳରେ ପ୍ରାୟ ୩ କିଲୋମିଟର ଚାଲିଚାଲି ଯାଇଥିଲେ ଗର୍ଭବତୀ ଥିବା ସ୍ତ୍ରୀ ଜଣକ । ଯାହାକୁ ନେଇ ଏବେ ପୋଲିସର ମାନବିକତାକୁ ନେଇ ପ୍ରଶ୍ନ ଉଠିଛି । ସୂଚନା ମୁତାବକ ମୟୂରଭଞ୍ଜ ଶରତ ଥାନା ଅଂଚଳରେ ହେଲମେଟ ଚେକିଂ ଚାଲିଥିିବାବେଳେ ସ୍ଥାନୀୟContinue reading “ଗର୍ଭବତୀ ଥିବା ମହିଳାଙ୍କ ମୁଣ୍ଡରେ ହେଲମେଟ୍ ନଥିଲା ବୋଲି ସ୍ୱାମୀ-ସ୍ତ୍ରୀଙ୍କୁ ୪ ଘଣ୍ଟା ଥାନାରେ ଅଟକ ଅଭିଯୋଗ । ପୋଲିସର ମାନବିକତାକୁ ନେଇ ଉଠିଲା ପ୍ରଶ୍ନ । “
ଦେଶରେ ବଢିଚାଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ୬୮ ହଜାର ୨୦ଜଣ ଆକ୍ରାନ୍ତ ଚିହ୍ନଟ, ୨୯୧ ମୃତ
ଗତବର୍ଷ ଅକ୍ଟୋବର ମଧ୍ୟଭାଗ ପରଠାରୁ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ପ୍ରଥମ ଥର ଲାଗି ରେକର୍ଡସଂଖ୍ୟକ ୬୮,୦୨୦ ଜଣ କୋଭିଡ୍-୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ଏଥିସହ ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧.୨୦ କୋଟିରେ ପହଞ୍ଚିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ସୋମବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୬୮,୦୨୦ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ଓ ୨୯୧ ମୃତ୍ୟୁ ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟାରେ ଚିହ୍ନଟContinue reading “ଦେଶରେ ବଢିଚାଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ୬୮ ହଜାର ୨୦ଜଣ ଆକ୍ରାନ୍ତ ଚିହ୍ନଟ, ୨୯୧ ମୃତ”
ହୋଲି କରିବନି ତ ହଟହଟା? ଉତ୍ତରପ୍ରଦେଶ ଦ୍ୱାରକାରେ ହଜାର ହଜାର ଲୋକଙ୍କ ସମାଗମ, ରଙ୍ଗ ଲଗାଇବା ବେଳେ ଭୁଲି ଗଲେ କରୋନା କଟକଣା । ନା ଅଛି ମାସ୍କ ନା ଅଛି ସାମାଜିକ ଦୂରତା…
କନକ ବ୍ୟୁରୋ: ଦେଶରେ କରୋନାର ସଂକ୍ରମଣ ଯେଭଳି ବଢିଚାଲିଛି, ଏହାକୁ ନେଇ ସବୁ ମହଲରେ ଚିନ୍ତା ବଢିଯାଇଛି । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି, କରୋନା କଟକଣାକୁ କଡାକଡି ପାଳନ ନକଲେ ପୁଣି ଗତବର୍ଷ ଭଳି ପରିସ୍ଥିତି ଉପୁଜିବ । ସେଥିପାଇଁ ସରକାର ମଧ୍ୟ କରୋନା ସତର୍କତା ମାନିବାକୁ ବାରମ୍ବାର ପରାମର୍ଶ ଦେଉଛନ୍ତି । ହେଲେ ଥରେ ନଜର ପକାନ୍ତୁ ଏହି ଦୃଶ୍ୟ ଉପରେ । ଉତ୍ତର ପ୍ରଦେଶର ଦ୍ୱାରିକାରୁ ଆସିଛି ଏମିତି ଏକ ଚିତ୍ର ଯାହାକୁContinue reading “ହୋଲି କରିବନି ତ ହଟହଟା? ଉତ୍ତରପ୍ରଦେଶ ଦ୍ୱାରକାରେ ହଜାର ହଜାର ଲୋକଙ୍କ ସମାଗମ, ରଙ୍ଗ ଲଗାଇବା ବେଳେ ଭୁଲି ଗଲେ କରୋନା କଟକଣା । ନା ଅଛି ମାସ୍କ ନା ଅଛି ସାମାଜିକ ଦୂରତା…”
ଫଁ ଫଁ ତମ୍ପ… ଆହତ ତମ୍ପ ସାପର ରାସ୍ତା ରୋକ୍ । ଘଣ୍ଟା ଘଣ୍ଟା ଗମନାଗମନ ବାଧାପ୍ରାପ୍ତ….
କନକ ବ୍ୟୁରୋ: ଆଘାତ ପ୍ରାପ୍ତ ତମ୍ପ ସାପର ରାସ୍ତାରୋକ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସୋର ଅନନ୍ତପୁର ରାସ୍ତା କୁଆମାର ନିକଟରେ । ମଣିଷର ଯେମିତି କିଛି ଅସୁବିଧା ହେଲେ ରାସ୍ତା ରୋକ ଆନ୍ଦୋଳନ କରି ପ୍ରତିବାଦ କରିଥାନ୍ତି ସେହିପରି ଏହି ତମ୍ପ ସାପ ମଧ୍ୟ ରାସ୍ତାରୋକ କରି ପ୍ରତିବାଦ କରୁଥିବା ଦେଖିବାକୁ ମିଳିଛି । ଗତକାଲି ରାତିରେ ସେହି ବାଟ ଦେଇ କୌଣସି ଗାଡ଼ି ଯାଉଥିବା ବେଳେ ସାପଟିକୁ ଆଘାତ ଦେଇContinue reading “ଫଁ ଫଁ ତମ୍ପ… ଆହତ ତମ୍ପ ସାପର ରାସ୍ତା ରୋକ୍ । ଘଣ୍ଟା ଘଣ୍ଟା ଗମନାଗମନ ବାଧାପ୍ରାପ୍ତ….”
ଶହେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ୪ ଓଡ଼ିଆ । ଇଣ୍ଡିଆନ ଏକ୍ସପ୍ରେସ ପକ୍ଷରୁ ଜାରି ହେଲା ସୂଚୀ । ତାଲିକାରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, ଆରବିଆଇ ଗଭର୍ଣ୍ଣର, ମୁଖ୍ୟମନ୍ତ୍ରୀ ନବୀନ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ନାଁ ।
କନକ ବ୍ୟୁରୋ: ଜାତୀୟ ସ୍ତରରେ ଇଂରାଜୀ ଦୈନିକ ଖବର କାଗଜ ଇଣ୍ଡିଆନ୍ ଏକ୍ସପ୍ରେସ୍ର ୨୦୧୧ର ଦେଶରେ ୧୦୦ଜଣ ପ୍ରଭାବ ବିସ୍ତାର କରି୍ଥିବା ବ୍ୟକ୍ତିଙ୍କ ପ୍ରକାଶିତ ତାଲିକାରେ ୪ଜଣ ଓଡ଼ିଆ ସ୍ଥାନ ପାଇଛନ୍ତି । ପ୍ରକାଶିତ ତାଲିକାରେ ଯେଉଁ ୪ଜଣ ଓଡ଼ିଆ ବ୍ୟକ୍ତିତ୍ୱ ସାମିଲ ଅଛନ୍ତି ସେମାନେ ହେଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପ୍ରମୋଦ କୁମାର ମିଶ୍ର, ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଇସ୍ପାତମନ୍ତ୍ରୀ ଧର୍ମେନ୍ଦ୍ରContinue reading “ଶହେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ୪ ଓଡ଼ିଆ । ଇଣ୍ଡିଆନ ଏକ୍ସପ୍ରେସ ପକ୍ଷରୁ ଜାରି ହେଲା ସୂଚୀ । ତାଲିକାରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, ଆରବିଆଇ ଗଭର୍ଣ୍ଣର, ମୁଖ୍ୟମନ୍ତ୍ରୀ ନବୀନ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ନାଁ ।”
ଆଜି ରଙ୍ଗର ପର୍ବ ହୋଲି । ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି
ଆଜି ହୋଲି ଉପଲକ୍ଷେ ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ହିନ୍ଦୀ ଭାଷାରେ ଟୁଇଟ୍ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ହୋଲି ଉପଲକ୍ଷେ ଆପଣମାନଙ୍କୁ ଅନେକ ଶୁଭକାମନା । ଆନନ୍ଦ, ଉଦ୍ଦୀପନା, ହର୍ଷ ଓ ଉଲ୍ଲାସର ଏହି ଉତ୍ସବ ପ୍ରତ୍ୟେକଙ୍କ ଜୀବନରେ ନୂଆ ଉତ୍ସାହ ଓ ଶକ୍ତି ସଞ୍ଚାର କରୁ । आप सभी को होली की ढेर सारी शुभकामनाएं। आनंद, उमंग, हर्ष और उल्लास का यह त्योहार हर किसीContinue reading “ଆଜି ରଙ୍ଗର ପର୍ବ ହୋଲି । ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି”
ଯାହାଜରେ କରୋନା ଆକ୍ରାନ୍ତ । ପାରାଦୀପ ବନ୍ଦରରେ ଏକ ଯାହାଜରୁ ୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ।
କନକ ବ୍ୟୁରୋ: ଯାହାଜରେ କରୋନା ଆକ୍ରାନ୍ତ । ପାରାଦୀପ ବନ୍ଦରରେ ଏକ ଯାହାଜରୁ ୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତାମିଲନାଡୁର ତୁତିକରିନ ବନ୍ଦରରୁ କୋଇଲା ଆଣି ପାରାଦୀପ ବନ୍ଦରରେ ପହଂଚିଛି ଏହି ଯାହାଜ । ଏହି ଯାହାଜରେ ୨୪ ଜଣ ଥିବାବେଳେ ୧୪ ଜଣଙ୍କଠାରେ କରୋନା ଲକ୍ଷଣ ଦେଖା ଦେଇଥିଲା । ସମସ୍ତ ୨୪ ଜଣଙ୍କ ସ୍ୱାବ ପରୀକ୍ଷା କରାଯାଇଥିଲା । ତେବେ ୧୪ ଜଣଙ୍କ ନମୁନା ପଜିଟିଭ ଚିହ୍ନଟ ହେବାରୁ ଏକContinue reading “ଯାହାଜରେ କରୋନା ଆକ୍ରାନ୍ତ । ପାରାଦୀପ ବନ୍ଦରରେ ଏକ ଯାହାଜରୁ ୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ।”