କନକ ବ୍ୟୁରୋ: ଓଡ଼ିଶାରେ ପୁଣି ବଢ଼ିଛି ବିଦ୍ୟୁତ ଦର । ତେବେ ଏସବୁ ଭିତରେ ପ୍ରଶ୍ନ ଏତିକି, ଦିଲ୍ଳୀ ଓ ଅନ୍ୟ କେତେକ ରାଜ୍ୟର ମଡେଲ କାହିଁକି ଆପଣାଉନାହିଁ ଓଡ଼ିଶା? ଦିଲ୍ଲୀରେ ୨୦୦ ୟୁନିଟ ପର୍ଯ୍ୟନ୍ତ ମିଳୁଛି ମାଗଣା ବିଜୁଳି । ୪୦୦ ୟୁନିଟ ପାଇଁ ଦିଲ୍ଲୀରେ ମିଟର ଚାର୍ଜ ଛଡ଼ା ୧,୦୫୦ ଟଙ୍କା ପଡୁଥିବା ବେଳେ ଓଡ଼ିଶାରେ ୪ ତାରିଖଠାରୁ ପଡିବାକୁ ଯାଉଛି ୨,୦୩୦ ଟଙ୍କା । ବିଦ୍ୟୁତ ସଂସ୍କାରରେ ଓଡ଼ିଶା ଦେଶରେ ପ୍ରଥମ ହୋଇଥିବାContinue reading “ରାଜ୍ୟରେ ବଢୁଛି ବିଦ୍ୟୁତ ବୋଝ । ପ୍ରଶ୍ନ, ଦିଲ୍ଳୀ ମଡେଲକୁ କାହିଁକି ଆପଣାଉନାହିଁ ଓଡ଼ିଶା?”
Author Archives: Raghaba
ରାଜ୍ୟରେ ଶିକ୍ଷାନୁଷ୍ଠାନରେ ମାଡୁଛି ମହାମାରୀ କରୋନା । ଖୋର୍ଦ୍ଧା ଆଇଆଇଟିରୁ ଚିହ୍ନଟ ହେଲେ ଆଉ ଦୁଇ ନୂଆ ପଜିଟିଭ୍ । ସେପଟେ ଆଲେନ୍ ଇନଷ୍ଟିଚ୍ୟୁଟକୁ ସିଲ୍ କରିଛି ବିଏମସି ।
କନକ ବ୍ୟୁରୋ: ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ଗୁଡିକରେ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଖୋର୍ଦ୍ଧା ଆଇଆଇଟିରେ ଆଉ ଦୁଇଟି ନୂଆ ମାମଲା ସାମନାକୁ ଆସିବା ପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ରେ ପହଁଚିଛି । ୨୨ ତାରିଖରେ ୮ ଜଣ ଛାତ୍ର କରୋନାରେ ଆକ୍ରାନ୍ତ ହୋଇଥିଲେ । ସେମାନଙ୍କ କଂଟାକ୍ଟ ଟ୍ରେସିଂ କରି ୪୫ ଜଣଙ୍କ ନମୂନା ପରୀକ୍ଷା ପାଇଁ ପଠା ଯାଇଥିଲା, ସେଥିମଧ୍ୟରୁ ୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସମସ୍ତ ସଂକ୍ରମିତContinue reading “ରାଜ୍ୟରେ ଶିକ୍ଷାନୁଷ୍ଠାନରେ ମାଡୁଛି ମହାମାରୀ କରୋନା । ଖୋର୍ଦ୍ଧା ଆଇଆଇଟିରୁ ଚିହ୍ନଟ ହେଲେ ଆଉ ଦୁଇ ନୂଆ ପଜିଟିଭ୍ । ସେପଟେ ଆଲେନ୍ ଇନଷ୍ଟିଚ୍ୟୁଟକୁ ସିଲ୍ କରିଛି ବିଏମସି ।”
ଓଡିଶାରେ ଚାଲିଛି ସାପବିଷର ରାକେଟ । କେଉଁଠୁ ଆସୁଛି, କୁଆଡେ ଯାଉଛି, ମାଷ୍ଟରମାଇଣ୍ଡ କିଏ ମିଳୁନି ଉତ୍ତର…
କନକ ବ୍ୟୁରୋ: ଓଡିଶାରେ ଚାଲିଛି ସାପବିଷର ରାକେଟ? କେଉଁଠୁ ଆସୁଛି, କୁଆଡେ ଯାଉଛି ? ମାଷ୍ଟରମାଇଣ୍ଡ କିଏ, କିଏ କରୁଛି କାରବାର ? – ରାଜ୍ୟରୁ ସାପ ବିଷର ରାକେଟ୍ ଧରାପଡିବା ପରେ ସାଧାରଣ ଲୋକଙ୍କ ମନରେ ଏଭଳି ଅନେକ ପ୍ରଶ୍ନ । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି.. ପ୍ରଥମଥର ପାଇଁ ଓଡିଶାରେ ଏତେ ପରିମାଣର ସାପର ବିଷ ଧରାପଡିଲା, ହେଲେ କିଏ ଏହି କାରବାର କରୁଛି ଏବଂ କେଉଁ ଉଦ୍ଦେଶ୍ୟରେ ସାପର ବିଷ ସଂଗ୍ରହ କରାଯାଉଛି,Continue reading “ଓଡିଶାରେ ଚାଲିଛି ସାପବିଷର ରାକେଟ । କେଉଁଠୁ ଆସୁଛି, କୁଆଡେ ଯାଉଛି, ମାଷ୍ଟରମାଇଣ୍ଡ କିଏ ମିଳୁନି ଉତ୍ତର…”
ମାଆଙ୍କୁ ମୁଣ୍ଡିଆ ମାରିଲେ, ଭଉଣୀ ଭିଣୋଇଙ୍କୁ ନେଇ ଟିକେଟ ଆଣିବାକୁ ଗଲେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ । ପ୍ରତିଭା କହିଲେ, ପୁଅ ପାଇଁ ରହିଛି ଆର୍ଶୀବାଦ ।
କନକ ବ୍ୟୁରୋ: ଆଜି ମୁଖ୍ୟମନ୍ତ୍ରୀଙ୍କ ହାତରୁ ଦଳୀୟ ଟିକେଟ୍ ନେଇ ଯେତେବେଳେ ମା’ଙ୍କ ପାଖରେ ପହଂଚିଥିଲେ ରୁଦ୍ର ମହାରଥୀ, ପରିବେଶ ଥିଲା ଅତି ଭାବବିହ୍ୱଳପୂର୍ଣ୍ଣ । ଆଉ ମା’ଙ୍କ ପାଦ ଛୁଇଁ ରୁଦ୍ର ଯେତେବେଳେ ଆର୍ଶୀବାଦ ନେଇଥିଲେ ଉଭୟ ମା’ ଓ ପୁଅଙ୍କ ଆଖି ଛଳ ଛଳ ହୋଇଯାଇଥିଲା । ଭାବାବେଗପୂର୍ଣ୍ଣ ଏହି ମୁହୁର୍ତର ପରେ ପରେ ପୁରା ପରିବାର, ସେହି ସବୁ ପ୍ରଶ୍ନର ଉତ୍ତର ଦେଇଥିଲେ, ଯାହାକୁ ନେଇ କିଛି ଦିନ ହେଲା ଚର୍ଚ୍ଚା ହେଉଥିଲାContinue reading “ମାଆଙ୍କୁ ମୁଣ୍ଡିଆ ମାରିଲେ, ଭଉଣୀ ଭିଣୋଇଙ୍କୁ ନେଇ ଟିକେଟ ଆଣିବାକୁ ଗଲେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ । ପ୍ରତିଭା କହିଲେ, ପୁଅ ପାଇଁ ରହିଛି ଆର୍ଶୀବାଦ ।”
ଭୁବନେଶ୍ୱରରୁ ଆଜି ୫୧ ପଜିଟିଭ୍ ଚିହ୍ନଟ । ୪୫ ଲୋକାଲ୍ କେସ୍ , ୫ କ୍ୱାରେଣ୍ଟାଇନରୁ ଚିହ୍ନଟ ।
କନକ ବ୍ୟୁରୋ: ରାଜ୍ୟର ବିଭିନ୍ନ ଜିଲ୍ଲାରେ କରୋନା ସଂକ୍ରମଣ ବ୍ୟାପୁଥିବାବେଳେ ରାଜଧାନୀର କରୋନା ଗ୍ରାଫ୍ ଏବେ ଟେନସନ୍ ଦେବା ଆରମ୍ଭ କରିଛି । କାହିଁକି ନା ଆଜି ରାଜଧାନୀରୁ ମୋଟ ୫୧ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ଭିତରୁ ୪୫ ଜଣ ଲୋକାଲ୍ କେସ୍ ବୋଲି ବିଏମସି ରିପୋର୍ଟ ଦେଇଛି । ଏହି ରିପୋର୍ଟ ପ୍ରକାଶ ପାଇବା ପରେ ରାଜଧାନୀ ଭୁବନେଶ୍ୱରକୁ ପୁଣିଥରେ ଡରାଇବା ଆରମ୍ଭ କରିଦେଇଛି ଭୂତାଣୁ କରୋନା । Update onContinue reading “ଭୁବନେଶ୍ୱରରୁ ଆଜି ୫୧ ପଜିଟିଭ୍ ଚିହ୍ନଟ । ୪୫ ଲୋକାଲ୍ କେସ୍ , ୫ କ୍ୱାରେଣ୍ଟାଇନରୁ ଚିହ୍ନଟ ।”
ନନ୍ଦନକାନନରେ ନୂଆ ଅତିଥି । ବାଘୁଣୀ ବିଜୟୀ ଗର୍ଭରୁ ଜନ୍ମ ନେଲେ ୩ଟି ଶାବକ।
କନକ ବ୍ୟୁରୋ : ଦୋଳ ପୂର୍ଣ୍ଣିମାରେ ନନ୍ଦନକାନନ ପାଇଁ ଖୁସି ଖବର ଆସିଛି। ଏଠାରେ ୨୧ (ଗ) ଖୁଆଡ ମଧ୍ୟରେ ଧଳା ରଙ୍ଗର ବାଘୁଣୀ ବିଜୟାର ତୃତୀୟ ଗର୍ଭରୁ ଜନ୍ମ ନେଇଛନ୍ତି ୩ଟି ଶାବକ । ଏ କଥା ବିଜୟା ଖୁଆଡରେ ଲାଗିଥିବା ସିସିଟିଭି ଫୁଟେଜ ଦେଖି କର୍ତୁପକ୍ଷ ସୂଚନା ଦେବା ସହ ଫଟୋ ଓ ଭିଡିଓ ଜାରି କରିଛନ୍ତି। ସାଧାରଣ ନାଲି ରଙ୍ଗର ମହାବଳ ବାଘ ସେଫ୍ସହିତ ମିଳନରୁ ଗର୍ଭଧାରଣର ୧୦୪ ଦିନରେ ଶାବକ ୩ଟିContinue reading “ନନ୍ଦନକାନନରେ ନୂଆ ଅତିଥି । ବାଘୁଣୀ ବିଜୟୀ ଗର୍ଭରୁ ଜନ୍ମ ନେଲେ ୩ଟି ଶାବକ।”
ପନ୍ତ-ପାଣ୍ଡ୍ୟାଙ୍କ ଦମଦାର ଅର୍ଦ୍ଧଶତକ । ୩୨୯ ରନ କଲା ଟିମ ଇଣ୍ଡିଆ । ଇଂଲଣ୍ଡ ଆଗରେ ୩୩୦ ରନର ବିଜୟ ଲକ୍ଷ୍ୟ ।
କନକ ବ୍ୟୁରୋ: ଆଜି ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଛି ଶେଷ ଦିନିକିଆ । ଏହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୩୨୯ ରନ କରିବାରେ ସକ୍ଷମ ହୋଇଛି । ଫଳରେ ଏବେ ଇଂଲଣ୍ଡ ଆଗରେ ୩୩୦ ରନର ବିଜୟ ଲକ୍ଷ୍ୟ ରହିଛି । ଏହି ମ୍ୟାଚ ଉଭୟ ଦଳ ପାଇଁ ନିର୍ଣ୍ଣାୟକ ମ୍ୟାଚ । ତେଣୁ ଉଭୟ ଦଳ ବିଜୟ ପାଇଁ ଜୋରଦାର ପ୍ରୟାସ ଜାରି ରଖିଛନ୍ତି । ଏହି ମ୍ୟାଚରେ ଇଂଲଣ୍ଡ ଟସ୍ ଜିତି ପ୍ରଥମContinue reading “ପନ୍ତ-ପାଣ୍ଡ୍ୟାଙ୍କ ଦମଦାର ଅର୍ଦ୍ଧଶତକ । ୩୨୯ ରନ କଲା ଟିମ ଇଣ୍ଡିଆ । ଇଂଲଣ୍ଡ ଆଗରେ ୩୩୦ ରନର ବିଜୟ ଲକ୍ଷ୍ୟ ।”
ବଢିବ ଭାରତୀୟ ବାୟୁସେନାର ଶକ୍ତି । ଫ୍ରାନ୍ସରୁ ଭାରତ ଆସିବ ଆଉ ୧୦ଟି ନୂଆ ରାଫେଲ୍ ।
କନକ ବ୍ୟୁରୋ: ଭାରତୀୟ ବାୟୁସେନାର ଶକ୍ତି ବୃଦ୍ଧି ପାଇଁ ଆଉ ୧୦ଟି ନୂତନ ଲଢ଼ୁଆ ରାଫେଲ ଯୁଦ୍ଧ ବିମାନ ସେନାରେ ସାମିଲ ହେବ। ଏହି ୧୦ ନୂଆ ବିମାନର ସାମିଲ ସହ ବାୟୁସେନାର ଦ୍ୱିତୀୟ ରାଫେଲ ସ୍କାର୍ଡନ ମଧ୍ୟ ଗଠିତ ହେବ। ୧୦ଟି ନୂତନ ରାଫେଲ ସାମିଲ ହେବାପରେ ଭାରତୀୟ ବାୟୁସେନାରେ ରାଫେଲର ସଂଖ୍ୟା ୨୧କୁ ବୃଦ୍ଧି ପାଇବ। ବର୍ତ୍ତମାନ ବାୟୁସେନା ନିକଟରେ ରହିଥିବା ୧୧ଟି ରାଫେଲ ଅମ୍ବାଲାର ୧୭ ସ୍କାର୍ଡନରେ ସାମିଲ ଅଛନ୍ତି । ତିନିଟିContinue reading “ବଢିବ ଭାରତୀୟ ବାୟୁସେନାର ଶକ୍ତି । ଫ୍ରାନ୍ସରୁ ଭାରତ ଆସିବ ଆଉ ୧୦ଟି ନୂଆ ରାଫେଲ୍ ।”
ନବରଙ୍ଗପୁର ଜିଲ୍ଲାରୁ ହଟିଲା ନାଇଟ୍ କର୍ଫ୍ୟୁ । ଦୈନିକ କରୋନା ସଂକ୍ରମଣ ହାର କମିବା ପରେ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ।
କନକ ବ୍ୟୁରୋ: ନବରଙ୍ଗପୁର ଜିଲ୍ଲାରୁ ହଟିଲା ନାଇଟ କର୍ଫ୍ୟୁ । ଜିଲ୍ଲାରେ ଦୈନିକ କରୋନା ସଂକ୍ରମଣ ହାର ପୂର୍ବ ଅପେକ୍ଷା କମିବାରେ ଲାଗିଛି । ଜିଲ୍ଲାରେ କରୋନା ମିଟର ତଳ ମୁହାଁ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନାଇଟ କର୍ଫ୍ୟୁ ହଟାଇ ଦେଇଛନ୍ତି । ନବରଙ୍ଗପୁର ଜିଲ୍ଲାରେ କରୋନା ସଂକ୍ରମଣ ବଢିବା ପରେ ଗତ ୨୫ ତାରିଖରୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ନାଇଟ କର୍ଫ୍ୟୁ ଲାଗୁ ହୋଇଥିଲା । ନବରଙ୍ଗପୁର ଜିଲ୍ଲାରେ ଏବେ ମାତ୍ର ୬ ଜଣContinue reading “ନବରଙ୍ଗପୁର ଜିଲ୍ଲାରୁ ହଟିଲା ନାଇଟ୍ କର୍ଫ୍ୟୁ । ଦୈନିକ କରୋନା ସଂକ୍ରମଣ ହାର କମିବା ପରେ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି । “
ଗିରଫ ହେଲେ ଜାତୀୟ ସ୍ୱାସ୍ଥ୍ୟ ମିସନର ଅଧିକାରୀ । ଅନେକ ମହିଳାଙ୍କୁ ଦେଇଥିଲେ ଯୌନ ନିର୍ଯାତନା
କନକ ବ୍ୟୁରୋ : ଝାଡଖଣ୍ଡର ସିମଡେଗା ସଦର ଉସ୍ପତାଲ ଜିଲ୍ଲା ପୋଗ୍ରାମ ମ୍ୟାନେଜର ରାଜୀବ କୁମାରଙ୍କ ବିରୋଧରେ ଯୌନ ନିର୍ୟାତନା ଅଭିଯୋଗ ହୋଇଛି। ଏହି ଅଭିଯୋଗକୁ କେନ୍ଦ୍ର କରି ସିମଡେଗା ପୁଲିସ ତାଙ୍କୁ ଗିରଫ କରିଛି। ରାଜୀବ କୁମାର ଜଣେ ନୁହେଁ ଅନେକ ମହିଳାଙ୍କୁ ଯୌନ ନିର୍ୟାତନା ଦେଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ସିମଡେଗା ଏସପି ସମ୍ସ ତବରେଜଙ୍କ କହିବାନୁସାରେ, ରାଜୀବ ଜାତୀୟ ସ୍ବାସ୍ଥ୍ୟ ମିସନରେ ଜିଲ୍ଲା କାର୍ୟ୍ୟାଳୟ ପ୍ରବନ୍ଧକ ପଦରେ କାର୍ୟ୍ୟରତ ଥିଲେ।Continue reading “ଗିରଫ ହେଲେ ଜାତୀୟ ସ୍ୱାସ୍ଥ୍ୟ ମିସନର ଅଧିକାରୀ । ଅନେକ ମହିଳାଙ୍କୁ ଦେଇଥିଲେ ଯୌନ ନିର୍ଯାତନା”