ଆମ ପିଲାଦିନର ଫିଲ୍ମ… ରଙ୍ଗୀନ ଦୁନିଆରେ ଭାରି ମନେପଡୁଛି କଳାଧଳା ଟିଭିର ମନଛୁଆଁ ସିନେମା । ଏବେବି ହୃଦୟର ହଲରେ ମୁକ୍ତିଲାଭ କରୁଛି ସେଦିନର ଡୋରା, ନାଗଫାଶ, ଜଗା ହାତରେ ପଘା…

କନକ ବ୍ୟୁରୋ: ଡୋରା, ନାଗଫାଶ, ଜଗା ହାତରେ ପଘା, ଗପ ହେଲେ ବି ସତ, ଶେଷ ଶ୍ରାବଣ ଓ ମମତା ମାଗେ ମୂଲ… ଏ ସବୁ ସିନେମା ନୁହେଁ ଗୋଟେ ଗୋଟେ ଅଭୁଲା ସ୍ମୃତି । ୯୦ ଦଶକର କଳାଧଳା କଥାଚିତ୍ର କଥା କୁହନ୍ତୁ କିମ୍ବା ୩୦-୪୦ ବର୍ଷ ତଳର ରଙ୍ଗୀନ ସିନେମା । ସମ୍ପୂର୍ଣ୍ଣ ପାରିବାରିକ କାହାଣୀକୁ ନେଇ ଗଢା ହେଉଥିବା ଫିଲ୍ମ ଏବେବି ମନରେ ଘର କରି ରହିଛି । ଆଉ ଅତୀତରେ ଦେଖିଥିବାContinue reading “ଆମ ପିଲାଦିନର ଫିଲ୍ମ… ରଙ୍ଗୀନ ଦୁନିଆରେ ଭାରି ମନେପଡୁଛି କଳାଧଳା ଟିଭିର ମନଛୁଆଁ ସିନେମା । ଏବେବି ହୃଦୟର ହଲରେ ମୁକ୍ତିଲାଭ କରୁଛି ସେଦିନର ଡୋରା, ନାଗଫାଶ, ଜଗା ହାତରେ ପଘା…”

ଏପଟେ ସମୁଦ୍ର, ସେପଟେ ଚିଲିକା, ମଝାମଝିରେ ଝାଉଁବଣ… ଶୂନଶାନ ଇଲାକା, ଚାରିଆଡେ ଖାଁ ଖାଁ । ପୁରାତନ ଘରର ରହସ୍ୟ କଣ ?

କନକ ବ୍ୟୁରୋ: ଚିଲିକା ମଝିରେ ଝାଉଁବଣ । ଝାଉଁବଣ ଭିତରେ ରହସ୍ୟମୟ ଗୁମ୍ଫା । ଏପଟେ ସମୁଦ୍ର, ସେପଟେ ଚିଲିକା ଆଉ ମଝାମଝିରେ ମାଟିରେ ଅଧାପୋତି ରହିଛି ରହସ୍ୟଭରା ପୁରାତନ ଘର । ଘର ଉପରେ ଗଛ ମାଡି ଯାଇଛି, ଗଛ ତଳେ ଶିଉଳିଲଗା ଘର ଗୁମ୍ଫା ପରି ଗମ୍ଭୀର ଦିଶୁଛି… ଶୂନଶାନ ଇଲାକା, ଚାରିଆଡେ ଖାଁ ଖାଁ ଆଉ ଘର ଭିତରକୁ ଗଲେ କିଟମିଟ ଅନ୍ଧାର । ସ୍ପଷ୍ଟ ଦିବାଲୋକରେ ବି ଘର ଭିତରେ ଭୟଙ୍କରContinue reading “ଏପଟେ ସମୁଦ୍ର, ସେପଟେ ଚିଲିକା, ମଝାମଝିରେ ଝାଉଁବଣ… ଶୂନଶାନ ଇଲାକା, ଚାରିଆଡେ ଖାଁ ଖାଁ । ପୁରାତନ ଘରର ରହସ୍ୟ କଣ ?”

ଶାହା, ମୋଦୀଙ୍କୁ ଟାର୍ଗେଟ କଲେ ରାହୁଲ । କହିଲେ, ବିଜେପିରେ ରହିବାକୁ ହେଲେ ବିଜେପି ନେତାଙ୍କ ପାଦ ଛୁଇଁବାକୁ ପଡିବ।

କନକ ବ୍ୟୁରୋ: ରବିବାର ଦିନ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗେଟ କରିଛନ୍ତି। ଦୁହେଁ ତାମିଲନାଡୁର ମୁଖ୍ୟମନ୍ତ୍ରୀ କେ ପଲାନିସ୍ୱାମୀଙ୍କୁ ସେମାନଙ୍କ ପାଦ ଛୁଇଁବାକୁ ବାଧ୍ୟ କରୁଛନ୍ତି। ଯେଉଁ ଦୃଶ୍ୟ ଅସହନୀୟ ବୋଲି କହିଛନ୍ତି ରାହୁଲ ଗାନ୍ଧୀ। ଚେନ୍ନାଇରେ ଏକ ନିର୍ବାଚନ ରାଲିରେ ଯୋଗ ଦେଇ ରାହୁଲ ଗାନ୍ଧୀ କହିଛନ୍ତି ଯେ, “ଜଣେ ନିର୍ବାଚିତ ପ୍ରତିନିଧି ଅମିତ ଶାହାଙ୍କ ପାଦ ଛୁଉଁଥିବାର ଫଟୋ ମୁଁ ଦେଖିଲି। ବିଜେପିରେContinue reading “ଶାହା, ମୋଦୀଙ୍କୁ ଟାର୍ଗେଟ କଲେ ରାହୁଲ । କହିଲେ, ବିଜେପିରେ ରହିବାକୁ ହେଲେ ବିଜେପି ନେତାଙ୍କ ପାଦ ଛୁଇଁବାକୁ ପଡିବ।”

ହିନ୍ଦୁ ଦେବାଦେବୀଙ୍କୁ ନିଜ ଚିତ୍ର ମାଧ୍ୟମରେ ଘରେ ଘରେ ପହଞ୍ଚାଇଥିଲେ ଚିତ୍ରକର ରାଜା ରବି ବର୍ମା । ସରସ୍ୱତୀଙ୍କଠୁ ଆରମ୍ଭ କରି ଆଙ୍କିଥିଲେ ଲକ୍ଷ୍ମୀ ଓ ଗଣେଶଙ୍କ ଚିତ୍ର ।

କନକ ବ୍ୟୁରୋ: ଆମେ କ୍ୟାଲେଣ୍ଡର, ବହି, ମାଗାଜିନ ଓ ଘରେ ବିଭିନ୍ନ ଦେବାଦେବୀଙ୍କ ଚିତ୍ର ଦେଖୁଛେ । ହେଲେ ଦିନ ଥିଲା ହିନ୍ଦୁ ଦେବାଦେବୀ କେବଳ ମନ୍ଦିର ଭିତରେ ହିଁ ସୀମିତ ଥିଲେ । କେବଳ କିଛି ଉଚ୍ଚ ଜାତିର ଲୋକ ହିଁ ଦେବାଦେବୀଙ୍କୁ ଦର୍ଶନ କରିପାରୁଥିଲେ । ନୀଚ୍ଚ ତଥା ଛୋଟ ଜାତିର ଲୋକଙ୍କୁୁ ମନ୍ଦିରରେ ପ୍ରବେଶ ବାରଣ ଥିଲା । ତେବେ ଆଜି କିନ୍ତୁ ଦେବାଦେବୀ ପ୍ରତିଟି ଘରେ ଘରେ ବିଭିନ୍ନ ଚିତ୍ର ମାଧ୍ୟମରେ ପୂଜାContinue reading “ହିନ୍ଦୁ ଦେବାଦେବୀଙ୍କୁ ନିଜ ଚିତ୍ର ମାଧ୍ୟମରେ ଘରେ ଘରେ ପହଞ୍ଚାଇଥିଲେ ଚିତ୍ରକର ରାଜା ରବି ବର୍ମା । ସରସ୍ୱତୀଙ୍କଠୁ ଆରମ୍ଭ କରି ଆଙ୍କିଥିଲେ ଲକ୍ଷ୍ମୀ ଓ ଗଣେଶଙ୍କ ଚିତ୍ର ।”

ଅଭାବୀ ଜୀବନ ଭିତରେ ଇଟାଭାଟି ଶ୍ରମିକ ପାଲଟିଛନ୍ତି ଫୁଟବଲ ଖେଳାଳି । କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକରୁ ଆସିଲା ଅଭାବନୀୟ ଚିତ୍ର ।

କନକ ବ୍ୟୁରୋ: ଇଟାଭାଟିରେ କାମ କରୁଛି ଫୁଟବଲ ଖେଳାଳି ରୋନାଲଡୋ । ମାଟି ଚକଟୁଛି, ଇଟା ତିଆରି କରି ଶୁଖାଇ ଦେଉଛି । ଆଜ୍ଞା ହଁ, ଆମେ ଅନ୍ତର୍ଜାତୀୟ ଫୁଟବଲ ଖେଳାଳି ରୋନାଲଡୋଙ୍କ କଥା କହୁନୁ, ବରଂ ତାଙ୍କରି ଭଳି ଫୁଟବଲ ଖେଳୁଥିବା କୋରାପୁଟ ଜିଲ୍ଲାର ଜଣେ ଯୁବକ ରୋନାଲଡୋ ହରିଜନଙ୍କ କଥା କହୁଛୁ । ବାପା ମାଆଙ୍କ ସହ ଇଟାଭାଟିରେ ମୁଲ ଲାଗୁଛି ଜଣେ ଯୁବକ । ଆଉ ନିଜ ସ୍ୱପ୍ନକୁ ଚୁରମାର କରି ଗଢୁଛିContinue reading “ଅଭାବୀ ଜୀବନ ଭିତରେ ଇଟାଭାଟି ଶ୍ରମିକ ପାଲଟିଛନ୍ତି ଫୁଟବଲ ଖେଳାଳି । କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକରୁ ଆସିଲା ଅଭାବନୀୟ ଚିତ୍ର ।”

୩ ଛୁଆଙ୍କୁ ବିଷ ଦେଇ ନିଜେ ବିଷ ପିଇଲା ମା’ । ଦୁଇ ଶିଶୁ ମୃତ, ମା’ ଓ ଶିଶୁକନ୍ୟା ଅବସ୍ଥା ସଙ୍କଟାପନ୍ନ

କନକ ବ୍ୟୁରୋ: ଭୁବନେଶ୍ୱର ଉପକଣ୍ଠ ମେଣ୍ଢାଶାଳରେ ଅଭାବନୀୟ ଘଟଣା । ୩ ଛୁଆଙ୍କୁ ବିଷ ଦେଇ ନିଜେ ବିଷ ପିଇଦେଲା ମା । ୩ ଛୁଆଙ୍କୁ ବିଷ ଦେଇ ମାଆର ଆତ୍ମହତ୍ୟା ଉଦ୍ୟମ । କ୍ୟାପିଟାଲ ହସ୍ପିଟାଲରେ ୨ ପୁଅଙ୍କ ମୃତ୍ୟୁ । ଜଣେ ଝିଅ ଓ ମା ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତରିତ । ବିଷ ପିଇବାର କାରଣ ଅସ୍ପଷ୍ଟ, ପୋଲିସ ତଦନ୍ତ ଜାରି ରଖିଛି । ସୂଚନା ଅନୁସାରେ ସ୍ୱାମୀଙ୍କ ମୃତ୍ୟୁ ପରେ ଦିଅରଙ୍କContinue reading “୩ ଛୁଆଙ୍କୁ ବିଷ ଦେଇ ନିଜେ ବିଷ ପିଇଲା ମା’ । ଦୁଇ ଶିଶୁ ମୃତ, ମା’ ଓ ଶିଶୁକନ୍ୟା ଅବସ୍ଥା ସଙ୍କଟାପନ୍ନ”

ରାଜ୍ୟରେ କରୋନା ସ୍ପ୍ରେଡର ସାଜିଛି ଶିକ୍ଷାନୁଷ୍ଠାନ । ଆଇଆଇଟି, ଏନଆଇଟି ପରେ ଆଲେନ ଇନଷ୍ଟିଚ୍ୟୁଟ୍ । ଆଲେନ୍ ଇନଷ୍ଟିଚ୍ୟୁଟ୍ କୁ ସିଲ୍ କଲା ବିଏମସି

କନକ ବ୍ୟୁରୋ : ଖୋର୍ଦ୍ଧା ଆଇଆଇଟିରେ ଆଉ ଦୁଇ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜଟଣୀ ଅରୁଗୁଳରେ ଥିବା ଆଇଆଇଟିର ୧୦ ଜଣ ଛାତ୍ର କୋଭିଡ ପଜିଟିଭ ହୋଇଛନ୍ତି । ଗତ ୨୨ ତାରିଖରେ ଏହି ଶିକ୍ଷାନୁଷ୍ଠାନର ୮ ଜଣ ଛାତ୍ରା କରୋନାରେ ଆକ୍ରାନ୍ତ ହୋଇଥିଲେ । ସେମାନଙ୍କ କଂଟାକ୍ଟ ଟ୍ରେସିଂ କରି ୪୫ ଜଣଙ୍କ ନମୂନା ପରୀକ୍ଷା ପାଇଁ ପଠା ଯାଇଥିଲା, ସେଥିମଧ୍ୟରୁ ୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତିContinue reading “ରାଜ୍ୟରେ କରୋନା ସ୍ପ୍ରେଡର ସାଜିଛି ଶିକ୍ଷାନୁଷ୍ଠାନ । ଆଇଆଇଟି, ଏନଆଇଟି ପରେ ଆଲେନ ଇନଷ୍ଟିଚ୍ୟୁଟ୍ । ଆଲେନ୍ ଇନଷ୍ଟିଚ୍ୟୁଟ୍ କୁ ସିଲ୍ କଲା ବିଏମସି”

ଏଣିକି ରବିବାର ବନ୍ଦ ରହିବ ଶ୍ରୀମନ୍ଦିର ଦର୍ଶନ । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ବନ୍ଦ ନିଷ୍ପତ୍ତି ।

କନକ ବ୍ୟୁରୋ: ଏଣିକି ରବିବାର ବନ୍ଦ ରହିବ ଶ୍ରୀମନ୍ଦିର ଦର୍ଶନ । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ବନ୍ଦ ନିଷ୍ପତ୍ତି ନେଇଛି ମନ୍ଦିର ପ୍ରଶାସନ । ଆସନ୍ତା ରବିବାରରୁ ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ ରହିବ ବୋଲି ସୂଚନା ମିଳିଛି । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର । ଗତ ବର୍ଷ କରୋନା ଆରମ୍ଭରୁ ମନ୍ଦିରକୁ ବନ୍ଦ କରାଯାଇଥିଲା । ପରେ ଦୀର୍ଘଦିନ ଧରି ମନ୍ଦିରକୁ ବନ୍ଦ ରଖାଯାଇଥିଲା । ନିକଟରେContinue reading “ଏଣିକି ରବିବାର ବନ୍ଦ ରହିବ ଶ୍ରୀମନ୍ଦିର ଦର୍ଶନ । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ବନ୍ଦ ନିଷ୍ପତ୍ତି ।”

ବିଜେପି ଓ ‘ଆର୍ ଏସ୍ ଏସ୍’ କର୍ମୀଙ୍କ ଗୁଣ୍ଡାଗର୍ଦ୍ଦି । ରାସ୍ତାରେ ପୋଲିସକୁ ନିର୍ଦ୍ଧୁମ ମାଡ

କନକ ବ୍ୟୁରୋ: ଜଣେ ପ୍ରଚାରକଙ୍କୁ ପୁଲିସ ଆକ୍ରମଣ କରିଛି ବୋଲି ‘ଆର୍‌ଏସ୍‌ଏସ୍‌’ର ଜଣେ ସଦସ୍ୟ ଅଭିଯୋଗ କରିବା ପରେ ବୃନ୍ଦାବନର କୁମ୍ଭ ଅଞ୍ଚଳରେ ‘ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ’ଙ୍କ ସମର୍ଥକ ଏବଂ ପୁଲିସ ମଧ୍ୟରେ ସଂଘର୍ଷ ସୃଷ୍ଟି ହୋଇଥିଲା। ଏହି ସଂଘର୍ଷରେ କେତେକ ପୁଲିସ କର୍ମଚାରୀ ସର୍ବସାଧାରଣରେ ମାଡ଼ ଖାଉଥିବା ଦୃଶ୍ୟ ଥିବା ଭିଡିଓ ସମ୍ପ୍ରତି ଭାଇରାଲ୍‌ ହୋଇଛି। ‘ଆର୍‌ଏସ୍‌ଏସ୍‌ ଜିଲ୍ଲା ପ୍ରଚାରକ’ ମନୋଜ କୁମାରଙ୍କ ପ୍ରତି ପୁଲିସ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଯୋଗୁଁ ଏହି ସଂଘର୍ଷର ସୂତ୍ରପାତContinue reading “ବିଜେପି ଓ ‘ଆର୍ ଏସ୍ ଏସ୍’ କର୍ମୀଙ୍କ ଗୁଣ୍ଡାଗର୍ଦ୍ଦି । ରାସ୍ତାରେ ପୋଲିସକୁ ନିର୍ଦ୍ଧୁମ ମାଡ”

ଅଷ୍ଟ୍ରେଲିଆରେ ହୋଲି ମନାଉଛନ୍ତି ପ୍ରବାସୀ ଓଡିଆ । ରଙ୍ଗ ଅବିର ଖେଳ ଭିତରେ ପର୍ଥରୁ ଆସିଲା ଓଡିଶାବାସୀଙ୍କୁ ହୋଲି ଅଭିନନ୍ଦନ ।

କନକ ବ୍ୟୁରୋ: କେବଳ ଭାରତ ନୁହଁ ବିଦେଶରେ ମଧ୍ୟ ପାଳନ ହୋଇଛି ଦୋଳ ପୂର୍ଣ୍ଣମା ସହିତ ହୋଲି ଉତ୍ସବ । ଦରିଆ ପାରି ଅଷ୍ଟ୍ରେଲିଆରେ ପ୍ରବାସୀ ଓଡିଆ ପାଳନ କରୁଛନ୍ତି ରଙ୍ଗର ପର୍ବ । ଦୋଳ ପୂର୍ଣ୍ଣମାରେ ସିଡନୀରେ ପ୍ରବାସୀ ଓଡିଆ ଏକାଠି ହୋଇ ରଙ୍ଗ ଅବିରର ଉତ୍ସବ ମନେଇଛନ୍ତି । ବିଦେଶରେ ରହିଥିଲେ ମଧ୍ୟ ଆମ ସଂସ୍କୃତି ଓ ପରମ୍ପରାର ଝଲକ ହୋଲିକୁ କେହି ଭୁଲି ନାହାନ୍ତି । ବିଦେଶରେ ଥାଇ ସମସ୍ତ ଓଡିଶାବାସୀଙ୍କୁ ହୋଲିContinue reading “ଅଷ୍ଟ୍ରେଲିଆରେ ହୋଲି ମନାଉଛନ୍ତି ପ୍ରବାସୀ ଓଡିଆ । ରଙ୍ଗ ଅବିର ଖେଳ ଭିତରେ ପର୍ଥରୁ ଆସିଲା ଓଡିଶାବାସୀଙ୍କୁ ହୋଲି ଅଭିନନ୍ଦନ ।”

Design a site like this with WordPress.com
Get started