କନକ ବ୍ୟୁରୋ: ବଢ଼ିଲା ଚିନ୍ତା, ଦିନକୁ ଦିନ ରାଜ୍ୟରେ ବଢୁଛି ସଂକ୍ରମଣ । ପୁଣି ଆଜି ରାଜ୍ୟରୁ ଆଉ ୨୯୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ସଂଗରୋଧରୁ ୧୭୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ ବା ଲୋକାଲରୁ ୧୧୯ ଜଣ ଚିହ୍ନଟ ହୋଇଛନ୍ତି । Covid-19 Report For 27th March New Positive Cases: 290 In quarantine: 171 Local contacts: 119 (Details of local contactsContinue reading “କଡ଼ ଲେଉଟାଉଛି କରୋନା । ରାଜ୍ୟରୁ ଆଜି ଆଉ ୨୯୦ ପଜିଟିଭ ଚିହ୍ନଟ, ସଙ୍ଗରୋଧରୁ ୧୭୧, ସ୍ଥାନୀୟ ଅଞ୍ଚଳରୁ ୧୧୯ ଜଣ ପଜିଟିଭ୍ ।”
Author Archives: Raghaba
ମୋଦିଙ୍କ ‘ମନ କୀ ବାତ୍’ରେ ଭ୍ୟାକ୍ସିନ୍ କଥା । ଭୁବନେଶ୍ୱରର ପୁଷ୍ପା ଶୁକ୍ଳାଙ୍କ ଟିକାକରଣକୁ ନେଇ ଚିଠି ସମ୍ପର୍କରେ କଲେ ଉଲ୍ଲେଖ ।
କନକ ବ୍ୟୁରୋ: ରେଡିଓରେ ମନକଥା କହୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ‘ମନ୍ କି ବାତ୍’ର ୭୫ତମ ଏପିସୋଡ୍ ପାଇଁ ଶୁଭେଚ୍ଛା ଜଣାଇ କହିଛନ୍ତି, ରାଷ୍ଟ୍ରର ଉନ୍ନତି କାମନା ସହ କାର୍ଯ୍ୟ କରିବା ଆମର ଲକ୍ଷ୍ୟ । ଭାରତମାତାର କୋଳରେ ଅନେକ ମୂଲ୍ୟବାନ ରତ୍ନ ଅଛନ୍ତି । ଦେଶର ୭୫ ବର୍ଷ ପୁର୍ତ୍ତିରେ ଚାଲିଛି ଅମୃତ ମହୋତ୍ସବ । ଅନୁଶାସନର ଅଭୂତପୂର୍ବ ଉଦାହରଣ ଜନତା କର୍ଫ୍ୟୁ । କରୋନା ଯୋଦ୍ଧା ପାଇଁ ଦେଶବାସୀ ଏକାଠି ହୋଇପାରିଥିଲେ । ଦେଶରେContinue reading “ମୋଦିଙ୍କ ‘ମନ କୀ ବାତ୍’ରେ ଭ୍ୟାକ୍ସିନ୍ କଥା । ଭୁବନେଶ୍ୱରର ପୁଷ୍ପା ଶୁକ୍ଳାଙ୍କ ଟିକାକରଣକୁ ନେଇ ଚିଠି ସମ୍ପର୍କରେ କଲେ ଉଲ୍ଲେଖ । “
କରୋନା ମହାମାରୀ ଭିତରେ ଅମରନାଥ ଯାତ୍ରା ପାଇଁ ଏପ୍ରିଲ ପହିଲାରୁ ଆରମ୍ଭ ହେବ ପଞ୍ଜିକରଣ । ଜାଣନ୍ତୁ କ’ଣ ରହିଛି ନିୟମ
କନକ ବ୍ୟୁରୋ : କରୋନା ମହାମାରୀ ଭିତରେ ଜୁନ୍ ୨୮ ତାରିଖରୁ ଆରମ୍ଭ ହେବାକୁ ଥିବା ଅମରନାଥ ଯାତ୍ରା ପାଇଁ ପଞ୍ଜିକରଣ ତାରିଖ ଘୋଷଣା କରାଯାଇଛି । ଏପ୍ରିଲ ପହିଲାରୁ ପଞ୍ଜିକରଣ ଆରମ୍ଭ ହେବ ବୋଲି କୁହାଯାଇଛି । ଏଥର ଅମରନାଥକୁ ଯିବା ପାଇଁ ଦୁଇଟି ରାସ୍ତା ସ୍ଥିର କରାଯାଇଛି । ଏନେଇ ବାଲଟାଲ ଓ ପହଲଗାମ ଦୁଇଟି ରାସ୍ତାରେ ଯାତ୍ରୀମାନେ ଅମରନାଥ ଯାଇପାରିବେ । ଅମରନାଥ ଯାତ୍ରା କରିବାକୁ ଚାହୁଁଥିବା ଲୋକମାନେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରContinue reading “କରୋନା ମହାମାରୀ ଭିତରେ ଅମରନାଥ ଯାତ୍ରା ପାଇଁ ଏପ୍ରିଲ ପହିଲାରୁ ଆରମ୍ଭ ହେବ ପଞ୍ଜିକରଣ । ଜାଣନ୍ତୁ କ’ଣ ରହିଛି ନିୟମ”
ମାଲକାନଗିରିରେ ବଡଯାତ୍ରାରେ ଭକ୍ତ ମାନିଲେନି କରୋନା କଟକଣା । ପ୍ରଶାସନର ବାରଣ ସତ୍ୱେ ପର୍ବରେ ସାମିଲ ହେଲେ ହଜାର ହଜାର ଶ୍ରଦ୍ଧାଳୁ ।
କନକ ବ୍ୟୁରୋ: ମାଲକାନଗିରିରେ ବଡ ଯାତ୍ରାରେ ମାନିଲେନି କରୋନା କଟକଣା । ଭକ୍ତ ଭଗବାନଙ୍କ ଭାବାବେଗ ଆଗରେ ଫିକା ପଡିଲା କୋଭିଡ କଟକଣା । ପ୍ରଶାସନର କଟକଣା ସତ୍ୱେ ମାଲକାନଗିରି ଜିଲ୍ଲାର ପ୍ରସିଦ୍ଧ ବଡଯାତ୍ରାରେ ଏକାଠି ହେଲେ ହଜାର ହଜାର ଶ୍ରଦ୍ଧାଳୁ । ଗତକାଲି ତିନି ଠାକୁର କୃଷ୍ଣ, ଭୀମ ଓ ଅର୍ଜୁନଙ୍କ ବିମାନ ଏକ ବିରାଟ ପଟୁଆରରେ ମାଲକାନଗିରି ସଦର ମହକୁମାସ୍ଥିତ କନ୍ୟାମାଝିବନ୍ଧ ଠାରୁ ମାଣ୍ଡିଆଭଟା ମଣ୍ଡପକୁ ପହଁଚିଥିଲା । ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେContinue reading “ମାଲକାନଗିରିରେ ବଡଯାତ୍ରାରେ ଭକ୍ତ ମାନିଲେନି କରୋନା କଟକଣା । ପ୍ରଶାସନର ବାରଣ ସତ୍ୱେ ପର୍ବରେ ସାମିଲ ହେଲେ ହଜାର ହଜାର ଶ୍ରଦ୍ଧାଳୁ ।”
ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର; ମଙ୍ଗଳବାର ଦିନ ହେବ ବାଇପାସ୍ ସର୍ଜରୀ
କନକ ବ୍ୟୁରୋ : ଗତ ଅପରାହ୍ଣରେ ‘ଦିଲ୍ଲୀ ଏମ୍ସ୍’କୁ ସ୍ଥାନାନ୍ତରିତ ହୋଇଥିବା ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ‘ବାଇପାସ୍ ସର୍ଜରି’ କରାଇବା ଲାଗି ଡାକ୍ତରମାନେ ପରାମର୍ଶ ଦେଇଛନ୍ତି । ମାର୍ଚ ୩୦ ତାରିଖ ସକାଳେ ତାଙ୍କ ହୃତ୍ପିଣ୍ଡରେ ବାଇପାସ୍ ସର୍ଜରି କରାଯିବ ବୋଲି ଆପାତତଃ ସ୍ଥିର କରାଯାଇଛି । ରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି ଏବଂ ‘ଏମ୍ସ୍’ର ବିଶେଷଜ୍ଞମାନେ ତାଙ୍କର ଯତ୍ନ ନେଉଛନ୍ତି ବୋଲି ସରକାରୀ ବିବୃତିରୁ ଜଣାପଡ଼ିଛି । ଶୁକ୍ରବାରContinue reading “ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର; ମଙ୍ଗଳବାର ଦିନ ହେବ ବାଇପାସ୍ ସର୍ଜରୀ”
ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ମମତାଙ୍କୁ ବଡ ଝଟକା । ମମତାଙ୍କ ଅତି ନିକଟତର ଚକ୍ରଧର ମହତୋ ଗିରଫ୍
କନକ ବ୍ୟୁରୋ : ନ୍ୟାସନାଲ ଇନଭେଷ୍ଟିଗେଟିଙ୍ଗ ଏଜେନ୍ସି (ଏନଆଇଏ) ଆଜି ମମତାଙ୍କ ସହଯୋଗୀ କୁହାଯାଉଥିବା ଚକ୍ରଧର ମହତୋଙ୍କୁ ଗିରଫ୍ କରିଛି । ୨୦୦୯ ମସିହାରେ ଟିଏମସି ନେତା ଚକ୍ରଧର ମହତୋ ଓ ତାଙ୍କର କିଛି ସହଯୋଗୀ ରାଜଧାନୀ ଏକ୍ସପ୍ରେସକୁ ଅପହରଣ କରିନେବାକୁ ଚେଷ୍ଟା କରିଥିଲେ । ପାଖା ପାଖି ୪ ରୁ ୫ ଘଂଟା ଧରି ଏହି ଡ୍ରାମା ଚାଲିଥିଲା । ଏନେଇ ପ୍ରଥମେ ତାଙ୍କୁ ୨୦୦୯ ମସିହାରେ ଗିରଫ୍ କରାଯାଇଥିଲା । ଏଥିରେ ତାଙ୍କ ଉପରେContinue reading “ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ମମତାଙ୍କୁ ବଡ ଝଟକା । ମମତାଙ୍କ ଅତି ନିକଟତର ଚକ୍ରଧର ମହତୋ ଗିରଫ୍”
ଦେଶରେ ଉପରମୁହାଁ କରୋନା ମିଟର । ଗତ ୨୪ ଘଂଟାରେ ୬୨ ହଜାର ଟପିଲା ନୂଆ ସଂକ୍ରମଣ, ୩୧୨ ମୃତ
କନକ ବ୍ୟୁରୋ : ଦେଶରେ କ୍ରମାଗତ ବଢିଚାଲିଛି କରୋନା ସଂକ୍ରମଣ ମାମଲା । ଗତ ୨୪ ଘଂଟାରେ ପୁଣି ୬୨ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ ୬୨ ହଜାର ୭୧୪ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଏହି ସମୟ ଅବଧିରେ ୩୧୨ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ୧୬୩ରେ ଏହା ସର୍ବାଧିକ ବୋଲି କୁହାଯାଇଛି । ଗତବର୍ଷ ଡିସେମ୍ବର ୨୪ ତାରିଖରେ ଏହିଭଳି ହାରରେ କରୋନାର ଦୈନିକ ସଂକ୍ରମଣ ଦେଖିବାକୁContinue reading “ଦେଶରେ ଉପରମୁହାଁ କରୋନା ମିଟର । ଗତ ୨୪ ଘଂଟାରେ ୬୨ ହଜାର ଟପିଲା ନୂଆ ସଂକ୍ରମଣ, ୩୧୨ ମୃତ “
ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ପାଇକ ବିଦ୍ରୋହକୁ ମିଳିଲାନି ନ୍ୟାୟ । କେନ୍ଦ୍ର ସରକାରଙ୍କ ୭୫ ତମ ସ୍ୱାଧୀନତା ଦିବସ କାର୍ଯ୍ୟସୂଚୀରେ ପାଇଲା ନାହିଁ ସ୍ଥାନ ।
କନକ ବ୍ୟୁରୋ: ନ୍ୟାୟ ପାଇଲାନି ପାଇକ ବିଦ୍ରୋହ । ଚଳିତ ବର୍ଷ ଦେଶ ପାଳନ କରୁଛି ସ୍ୱାଧୀନତାର ୭୫ ତମ ବର୍ଷ ପୂର୍ତି । କିନ୍ତୁ ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି ମାନି ନାହାନ୍ତି କେନ୍ଦ୍ର ସରକାର । ବରଂ ୧୮୫୭ ମସିହାର ସିପାହୀ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି ମାନ୍ୟତା ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର । ଅପରପକ୍ଷେ ପାଇକ ବିଦ୍ରୋହକୁ ବଡ ଧରଣର ଆୟୋଜନ କରିବାକୁ ଅନେକ ଯୋଜନାContinue reading “ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ପାଇକ ବିଦ୍ରୋହକୁ ମିଳିଲାନି ନ୍ୟାୟ । କେନ୍ଦ୍ର ସରକାରଙ୍କ ୭୫ ତମ ସ୍ୱାଧୀନତା ଦିବସ କାର୍ଯ୍ୟସୂଚୀରେ ପାଇଲା ନାହିଁ ସ୍ଥାନ । “
ଓଡ଼ିଶାକୁ କାଳବୈଶାଖୀ ବିପଦ! ଆସନ୍ତା ଦୁଇ ଦିନ ଧରି ଏହି ସବୁ ସ୍ଥାନରେ ବଦଳିପାରେ ପାଗ, ସତର୍କ ରହିବାକୁ ପାଣିପାଗ କେନ୍ଦ୍ରର ପରାମର୍ଶ ।
କନକ ବ୍ୟୁରୋ: ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀଜନିତ ବର୍ଷା ହେବ । ତେବେ ଏହି ସମୟ ମଧ୍ୟରେ ରାଜ୍ୟର ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି। କିଛି ଜିଲ୍ଲାରେ ପାରଦ ୪୦ ଡିଗ୍ରି ଉପରେ ମଧ୍ୟ ରହିବ। ପୁଣି ୩୧ ତାରିଖରୁ ଗ୍ରୀଷ୍ମ ଲହରି ପ୍ରବାହିତ ହେବ । ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ । ବିଶେଷକରି ପଶ୍ଚିମ ଓଡ଼ିଶାରContinue reading “ଓଡ଼ିଶାକୁ କାଳବୈଶାଖୀ ବିପଦ! ଆସନ୍ତା ଦୁଇ ଦିନ ଧରି ଏହି ସବୁ ସ୍ଥାନରେ ବଦଳିପାରେ ପାଗ, ସତର୍କ ରହିବାକୁ ପାଣିପାଗ କେନ୍ଦ୍ରର ପରାମର୍ଶ ।”
ଶ୍ରୀମନ୍ଦିରରୁ ଖସିଲା ମୂର୍ତ୍ତି । ପଶ୍ଚିମଦ୍ୱାର ନୃସିଂହନାଥ ମନ୍ଦିରରୁ ହିରଣ୍ୟକଶ୍ୟପଙ୍କ ମୂର୍ତ୍ତି ପଡି ସେବାୟତ ଗୁରୁତର ।
କନକ ବ୍ୟୁରୋ: ବର୍ତ୍ତମାନ ସମୟରେ ଏକ ବଡ଼ ଖବର ପୁରୀ ଶ୍ରୀମନ୍ଦିରରୁ ଆସିଛି । ବଡ଼ ଦେଉଳରୁ ମୂର୍ତ୍ତି ଖସିପଡ଼ିଥିବା ଜଣାପଡ଼ିଛି । ଶ୍ରୀମନ୍ଦିରରେ ହିରଣ୍ୟକଶ୍ୟପଙ୍କ ମୁର୍ତ୍ତି ପଡି ସେବାୟତ ଗୁରୁତର ହୋଇଛନ୍ତି । ତେବେ ଶ୍ରୀମନ୍ଦିରର ପଶ୍ଚିମଦ୍ୱାର ନିକଟ ନୃସିଂହନାଥ ମନ୍ଦିରରୁ ହିରଣ୍ୟକଶ୍ୟପ ମୁର୍ତ୍ତି ଖସିପଡ଼ିଛି । ଏପରିକି ମୂର୍ତ୍ତି ଖସି ପଡିବାରୁ ତଳେ ବସିଥିବା ସେବାୟତ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ସେବାୟତଙ୍କୁ ପୁରୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । fromContinue reading “ଶ୍ରୀମନ୍ଦିରରୁ ଖସିଲା ମୂର୍ତ୍ତି । ପଶ୍ଚିମଦ୍ୱାର ନୃସିଂହନାଥ ମନ୍ଦିରରୁ ହିରଣ୍ୟକଶ୍ୟପଙ୍କ ମୂର୍ତ୍ତି ପଡି ସେବାୟତ ଗୁରୁତର ।”