କନକ ବ୍ୟୁରୋ: ବାଂଲାଦେଶରୁ ସମ୍ବୋଧନ ପଶ୍ଚିମବଙ୍ଗ ଉପରେ ନଜର । ବାଂଲାଦେଶର ସ୍ୱାଧୀନତାର ସ୍ୱର୍ଣ୍ଣ ଜୟନ୍ତୀ ସମାରୋହରେ ପାଇଁ ଦୁଇ ଦିନିଆ ଗସ୍ତରେ ଥିବା ମୋଦିଙ୍କ ବାଂଲାଦେଶ ଗସ୍ତର ଶନିବାର ଦ୍ୱିତୀୟ ଦିନ । ଶନିବାର ଓରାକୋଣ୍ଡାରେ ମତୁଆ ସମ୍ପ୍ରଦାୟର ମନ୍ଦିରରେ ପହଂଚିଥିଲେ ପ୍ରଧାନମନ୍ତ୍ରୀ । ମତୁଆ ସମ୍ପ୍ରଦାୟକ ସଂସ୍ଥାପକ ହରିଚନ୍ଦ ଠାକୁରଙ୍କ ଜନ୍ମସ୍ଥଳୀ ପରିଦର୍ଶନ କରି ପୂଜାର୍ଚ୍ଚନା କରିଛନ୍ତି । ଏହାପରେ ସେଠାରେ ମତୁଆ ସମ୍ପ୍ରଦାୟର ଲୋକଙ୍କୁ ସମ୍ବୋଧନ କରିଛନ୍ତି । ଯେଉଁ ସମୟରେ ପଶ୍ଚିମବଙ୍ଗରେContinue reading “ମୋଦିଙ୍କ ବାଂଲାଦେଶ ଗସ୍ତର ଦ୍ୱିତୀୟ ଦିନ । ଶକ୍ତିପୀଠରେ କଲେ ସ୍ୱତନ୍ତ୍ର ପୂଜାର୍ଚ୍ଚନା । ମତୁଆ ସମ୍ପ୍ରଦାୟକୁ କଲେ ସମ୍ବୋଧନ”
Author Archives: Raghaba
ପଶ୍ଚିମବଙ୍ଗ ଓ ଆସାମରେ ବିଧାନସଭା ନିର୍ବାଚନ ପାଇଁ ପଡିଲା ପ୍ରଥମ ପର୍ଯ୍ୟାୟ ଭୋଟ । ୬ଟା ସୁଦ୍ଧା ପଶ୍ଚିମବଙ୍ଗରେ ୭୯ ପ୍ରତିଶତ ମତଦାନ । ଆସାମରେ ୭୨ ପ୍ରତିଶତ ମତଦାନ ରେକର୍ଡ ।
କନକ ବ୍ୟୁରୋ: ପଶ୍ଚିମବଙ୍ଗ ଓ ଆସାମ ବିଧାନସଭା ନିର୍ବାଚନ ଲାଗି ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ହୋଇଛି । ପଶ୍ଚିମବଙ୍ଗରେ ୩୦ଟି ବିଧାନସଭା କ୍ଷେତ୍ରରେ ୧୯୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ ୭୩ ଲକ୍ଷ ମତଦାତା । ପଶ୍ଚିମବଙ୍ଗର ମୋଟ୍ ୨୯୪ ବିଧାନସଭା ଆସନ ଲାଗି ୮ଟି ପର୍ଯ୍ୟାୟରେ ମତଦାନ ହେଉଛି । ମାର୍ଚ୍ଚ ୨୭ରେ ପ୍ରଥମ ପର୍ଯ୍ୟାୟରେ ୩୦ଟି ଆସନ ଲାଗି ମତଦାନ ହୋଇଛି । ୫ଟା ସୁଦ୍ଧା ପଶ୍ଚିମବଙ୍ଗରେ ୭୭.୯୯ ପ୍ରତିଶତ ମତଦାନ ରେକର୍ଡContinue reading “ପଶ୍ଚିମବଙ୍ଗ ଓ ଆସାମରେ ବିଧାନସଭା ନିର୍ବାଚନ ପାଇଁ ପଡିଲା ପ୍ରଥମ ପର୍ଯ୍ୟାୟ ଭୋଟ । ୬ଟା ସୁଦ୍ଧା ପଶ୍ଚିମବଙ୍ଗରେ ୭୯ ପ୍ରତିଶତ ମତଦାନ । ଆସାମରେ ୭୨ ପ୍ରତିଶତ ମତଦାନ ରେକର୍ଡ ।”
କଟକ ବାଙ୍କୀରୁ ଆସିଲା ମହାନଦୀର ବିକଳ ଚିତ୍ର । ୨୦୧୩ ମାର୍ଚ୍ଚରେ ଯେଉଁଠି ଲହଡ଼ି ମାରୁଥିଲା ପାଣି, ଆଜି ସେଠି କ୍ରିକେଟ୍ ଖେଳୁଛନ୍ତି ପିଲା ।
କନକ ବ୍ୟୁରୋ: ଯେଉଁଠି ଦିନେ କୁମ୍ଭୀର ଉତ୍ପାତ କରୁଥିଲା, ସେଠି ଏବେ କ୍ରିକେଟ୍ ଖେଳାଯାଉଛି । ମାତ୍ର ୮ ବର୍ଷରେ ବଦଳିଯାଇଛି ମହାନଦୀର ଚିତ୍ର । ସମୟ ସହ ଶୁଖିଯାଉଛି ଓଡ଼ିଶାର ଜୀବନ ଧାରା ମହାନଦୀ । ଓଡ଼ିଶା ଓ ଛତିଶଗଡ ମଧ୍ୟରେ ମହାନଦୀକୁ ନେଇ ଆଇନଗତ ଲଢ଼େଇ ଜାରି ରହିଥିବା ବେଳେ ଉପର ମୁଣ୍ଡରେ ବ୍ୟାରେଜ୍ ବନାଇ ପାଣିକୁ ରୋକି ଦେଇଛି ଛତିଶଗଡ଼ । ଯାହାର ସିଧା ପରିଣାମ ଓଡ଼ିଶାକୁ ଭୋଗିବାକୁ ପଡୁଛି । ୨୦୧୩Continue reading “କଟକ ବାଙ୍କୀରୁ ଆସିଲା ମହାନଦୀର ବିକଳ ଚିତ୍ର । ୨୦୧୩ ମାର୍ଚ୍ଚରେ ଯେଉଁଠି ଲହଡ଼ି ମାରୁଥିଲା ପାଣି, ଆଜି ସେଠି କ୍ରିକେଟ୍ ଖେଳୁଛନ୍ତି ପିଲା ।”
ରାଜ୍ୟରେ ଶିକ୍ଷାନୁଷ୍ଠାନକୁ ମାଡି ଚାଲିଛି କରୋନା । ଝାରସୁଗୁଡା ଯାନ୍ତ୍ରିକ ବିଦ୍ୟାଳୟରେ ୨୧ ପଜିଟିଭ୍ ଚିହ୍ନଟ ।
କନକ ବ୍ୟୁରୋ: କରୋନାର ଦ୍ୱିତୀୟ ଲହରର ଭୟ ଭିତରେ ରାଜ୍ୟର ଗୋଟିଏ ପରେ ଗୋଟିଏ ଶିକ୍ଷାନୁଷ୍ଠାନକୁ ମାଡି ଚାଲିଛି କରୋନା ଭୁତାଣୁ। ଝାରସୁଗୁଡ଼ା ଯାନ୍ତ୍ରିକ ବିଦ୍ୟାଳୟର ୧୩ ଶିକ୍ଷକ, ୮ ଛାତ୍ରଛାତ୍ରୀ ଆକ୍ରାନ୍ତ ଚିହ୍ନଟ ପରେ ତତ୍ପର ହୋଇଛି ପ୍ରଶାସନ । ଝାରସୁଗୁଡା ପୈାରପରିଷଦ ପକ୍ଷରୁ ଇଞ୍ଜିନିୟରିଂ ସ୍କୁଲକୁ ସାନିଟାଇଜ କରାଯାଇଛି । ଇଞ୍ଜିନିୟରିଂ ସ୍କୁଲରେ ଜଣେ କର୍ମଚାରୀ କୁଚିଣ୍ଡାରୁ ଫେରିବା ପରେ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିବା ୧୦୦ ଛାତ୍ରଛାତ୍ରୀ ଓContinue reading “ରାଜ୍ୟରେ ଶିକ୍ଷାନୁଷ୍ଠାନକୁ ମାଡି ଚାଲିଛି କରୋନା । ଝାରସୁଗୁଡା ଯାନ୍ତ୍ରିକ ବିଦ୍ୟାଳୟରେ ୨୧ ପଜିଟିଭ୍ ଚିହ୍ନଟ ।”
ଧରାପଡ଼ିଲା କୋଟିଏ ଟଙ୍କାରୁ ଅଧିକ ମୂଲ୍ୟର ସାପ ବିଷ । କନକ ନ୍ୟୁଜ୍ ସାମ୍ବାଦିକ ସାପ ବିଷ ରାକେଟର କଲେ ପର୍ଦ୍ଦାଫାସ
କନକ ବ୍ୟୁରୋ: ରାଜ୍ୟରେ ଚାଲିଛି ସାପ ବିଷର କାରବାର । ଆଉ ଏହାର ଦାମ ଜାଣିଲେ, ଯେ କେହି ଚମକି ପଡିବେ । ଗୋଟିଏ ଲିଟର ସାପ ବିଷର ଦାମ୍ କୋଟିଏ ଟଙ୍କା । ଆଉ ବିଦେଶରେ ଏହାର ଦାମ ୧୦ କୋଟିରୁ ଅଧିକ । କନକ ନ୍ୟୁଜର ରିପୋର୍ଟର ଛଦ୍ମବେଶରେ ସାପ ବିଷ ରାକେଟର ପର୍ଦ୍ଦାଫାସ କରିଛନ୍ତି । ଜଣେ ମହିଳାଙ୍କ ସମେତ ୬ ଜଣ ସାପ ବିଷ ଦଲାଲକୁ ଗିରଫ କରିବା ସହ ୧Continue reading “ଧରାପଡ଼ିଲା କୋଟିଏ ଟଙ୍କାରୁ ଅଧିକ ମୂଲ୍ୟର ସାପ ବିଷ । କନକ ନ୍ୟୁଜ୍ ସାମ୍ବାଦିକ ସାପ ବିଷ ରାକେଟର କଲେ ପର୍ଦ୍ଦାଫାସ “
ପିପିଲି ପାଇଁ ପ୍ରାର୍ଥୀ ଘୋଷଣା ପରେ ଚର୍ଚ୍ଚାରେ ପ୍ରତିଭା ମହାରଥୀ । ଦୁଇ ଦୁଇ ଥର ସାମ୍ବାଦିକ ସମ୍ମିଳନୀ ଡାକିବି ରଖିଲେନି ପ୍ରତିକ୍ରିୟା ।
କନକ ବ୍ୟୁରୋ: ପିପିଲି ପାଇଁ ବିଜେଡି ଟିକେଟ୍ ଘୋଷଣା ହେବା ପରେ ଯେଉଁ ଚର୍ଚ୍ଚା ଥମି ଯିବାର କଥା, ତାହା ଥମିବା ବଦଳରେ ଆଉ ଏକ ମୋଡ୍ ନେଇ ନୂଆ ରୂପରେ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଯେତେବେଳେ ବିଜେଡିର କିଛି ତୁଙ୍ଗ ନେତା ଦିବଙ୍ଗତ ପ୍ରଦୀପ ମହାରଥୀଙ୍କ ପତ୍ନୀଙ୍କ ପାଖରେ ପହଂଚିଥିଲେ । ପୁରୀ ବିଜେଡି ସଭାପତି ମହେଶ୍ୱର ମହାନ୍ତି, ବିଜେଡି ଉପ-ସଭାପତି ଦେବୀ ପ୍ରସାଦ ମିଶ୍ର, ବିଜେଡି ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ବିଜେଡି ନେତ୍ରୀ ପ୍ରମିଲ୍ଲାContinue reading “ପିପିଲି ପାଇଁ ପ୍ରାର୍ଥୀ ଘୋଷଣା ପରେ ଚର୍ଚ୍ଚାରେ ପ୍ରତିଭା ମହାରଥୀ । ଦୁଇ ଦୁଇ ଥର ସାମ୍ବାଦିକ ସମ୍ମିଳନୀ ଡାକିବି ରଖିଲେନି ପ୍ରତିକ୍ରିୟା । “
କରୋନା କାଳରେ ସାଧାରଣ ଲୋକଙ୍କୁ ବିଜୁଳି ବୋଝ । ୟୁନିଟ୍ ପିଛା ବଢ଼ିଲା ୩୦ ପଇସା, ଏପ୍ରିଲ ୪ରୁ ଲାଗୁ ହେବ ବର୍ଦ୍ଧିତ ଦର ।
କନକ ବ୍ୟୁରୋ: ଗ୍ରାହକଙ୍କ ଉପରେ ପୁଣି ପଡ଼ିିିଲା ବିଜୁଳି ବିଲର ଚାପ । ଘରୋଇ ଉପଭୋକ୍ତାମାନଙ୍କୁ ଏଣିକି ସମସ୍ତ ସ୍ଲାବରେ ୩୦ ପଇସା ଅଧିକ ବିଜୁଳି ବିଲ୍ ଦେବାକୁ ପଡିବ । ଦରବୃଦ୍ଧି ପାଇଁ ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ ବା ଓଇଆରସି ନିଷ୍ପତି ନେଇଛି । ଏବେ ନଜର ପକାନ୍ତୁ ଘରୋଇ ଉପଭୋକ୍ତାଙ୍କ ପାଇଁ ଲାଗୁ ହୋଇଥିବା ନୂଆ ବିଜୁଳି ଦର ଉପରେ.. ୫୦ ୟୁନିଟ୍ ପର୍ଯ୍ୟନ୍ତ – ୟୁନିଟ୍ ପିଛା ଥିଲା ୨ଟଙ୍କା ୭୦Continue reading “କରୋନା କାଳରେ ସାଧାରଣ ଲୋକଙ୍କୁ ବିଜୁଳି ବୋଝ । ୟୁନିଟ୍ ପିଛା ବଢ଼ିଲା ୩୦ ପଇସା, ଏପ୍ରିଲ ୪ରୁ ଲାଗୁ ହେବ ବର୍ଦ୍ଧିତ ଦର ।”
ଟିକାକୁ ନେଇ କେନ୍ଦ୍ର-ରାଜ୍ୟ ମୁହାଁମୁହିଁ । ଭ୍ୟାକସିନ ଯୋଗାଣରେ ପାତର ଅନ୍ତର ଅଭିଯୋଗ ପରେ କେନ୍ଦ୍ରର ଜବାବ ।
କନକ ବ୍ୟୁରୋ: ଟିକାଯୋଗାଣକୁ ନେଇ ମୁହାଁମୁହିଁ ହୋଇଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର । ଗତକାଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖି ରାଜ୍ୟ ସ୍ୱାସ୍ଥ୍ୟ ସଚିବ କହିଥିଲେ, ଟିକା ଯୋଗାଣରେ ରାଜ୍ୟ ରାଜ୍ୟ ଭିତରେ ପାତର ଅନ୍ତର କରାନଯାଉ । ରାଜ୍ୟକୁ ଯଥେଷ୍ଟ ପରିମାଣରେ ଟିକା ଦିଆଯାଉ, ଫଳରେ ରାଜ୍ୟ ସରକାର ଆଗୁଆ ୧୫ ଦିନ ପାଇଁ ଯୋଜନା କରିବେ । ଏହାର ଜବାବରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଷ ଭୂଷଣ, ରାଜ୍ୟ ସ୍ୱାସ୍ଥ୍ୟ ସଚିବଙ୍କୁContinue reading “ଟିକାକୁ ନେଇ କେନ୍ଦ୍ର-ରାଜ୍ୟ ମୁହାଁମୁହିଁ । ଭ୍ୟାକସିନ ଯୋଗାଣରେ ପାତର ଅନ୍ତର ଅଭିଯୋଗ ପରେ କେନ୍ଦ୍ରର ଜବାବ ।”
ଓଡ଼ିଶା କିମ୍ବା ଦେଶର କୌଣସି ରାଜ୍ୟରେ କରୋନା ଟିକାର ଅଭାବ ହେବନାହିଁ । ଟିକା ନେଇ ରାଜ୍ୟ ସରକାର କେନ୍ଦ୍ରକୁ ଚିଠି ଲେଖିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କନକ ବ୍ୟୁରୋ : କୋଭିଡ୍ ଟିକାର ଅଭାବ ନାହିଁ । ଏନେଇ ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଟିକା ନେଇ ରାଜ୍ୟ ସରକାର କେନ୍ଦ୍ରକୁ ଚିଠି ଲେଖିବା ପ୍ରସଙ୍ଗରେ ଟ୍ୱିଟ୍ କରି ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି, ଓଡ଼ିଶା କିମ୍ବା ଦେଶର କୌଣସି ରାଜ୍ୟରେ ଟିକାର ଅଭାବ ହେବନାହିଁ । ଓଡ଼ିଶାରେ କୋଭିଡ୍ ଟିକା ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଥାContinue reading “ଓଡ଼ିଶା କିମ୍ବା ଦେଶର କୌଣସି ରାଜ୍ୟରେ କରୋନା ଟିକାର ଅଭାବ ହେବନାହିଁ । ଟିକା ନେଇ ରାଜ୍ୟ ସରକାର କେନ୍ଦ୍ରକୁ ଚିଠି ଲେଖିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।”
ହଠାତ୍ ମାଡିଆସିଲା ଅନ୍ଧାର, ବୋହିଲା ସୁ ସୁ ପବନ । ରାଜ୍ୟର ବିଭିନ୍ନ ଅଂଚଳରେ ଦେଖିବାକୁ ମିଳିଲା କାଳବୈଶାଖୀ ।
କନକ ବ୍ୟୁରୋ: ରାଜଧାନୀ ଭୁବନେଶ୍ବରରେ ଚଳିତ ବର୍ଷର ପ୍ରଥମ କାଳବୈଶାଖୀ ଅନୁଭୂତ ହୋଇଛି। କାଳବୈଶାଖୀର ପ୍ରଭାବରେ ଆଜି ସନ୍ଧ୍ୟାରେ ବର୍ଷା ହୋଇଛି। ପବନ, ବର୍ଷା ସହ ଘଡ଼ଘଡ଼ି ପଥଚାରୀଙ୍କୁ ଅଧିକ ଡରାଇଛି। ସନ୍ଧ୍ୟା ସାଢ଼େ ୫ଟା ପରେ କାଳବୈଶାଖୀ ଆରମ୍ଭ ହେବାର ଅଳ୍ପ ସମୟ ପରେ ବର୍ଷା ହୋଇଛି। ରାଜଧାନୀରେ ବର୍ଷା ଯୋଗୁଁ ମାଟି ଓଦା ହୋଇଯାଇଥିବାରୁ ଆଗାମୀ କିଛି ଦିନ ପାଇଁ ତାତିରୁ ନିସ୍ତାର ମିଳିବ। ଭୁବନେଶ୍ବରସ୍ଥିତ ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ଆଜି କଟକ,Continue reading “ହଠାତ୍ ମାଡିଆସିଲା ଅନ୍ଧାର, ବୋହିଲା ସୁ ସୁ ପବନ । ରାଜ୍ୟର ବିଭିନ୍ନ ଅଂଚଳରେ ଦେଖିବାକୁ ମିଳିଲା କାଳବୈଶାଖୀ ।”