ମାଆ ମଙ୍ଗଳାଙ୍କ ଝାମୁଯାତ୍ରାରେ ଲାଗିଲା କଟକଣା । ଚୈତ୍ର ମାସର ୫ଟି ମଙ୍ଗଳବାରରେ ଶ୍ରଦ୍ଧାଳୁଙ୍କୁ ମନ୍ଦିର ପ୍ରବେଶ ମନା । କରୋନା କଟକଣା ଭିତରେ ନୀତିକାନ୍ତି ସମ୍ପନ୍ନ କରିବେ ସେବାୟତ ।

କନକ ବ୍ୟୁରୋ : କାକଟପୁର ମା’ ମଙ୍ଗଳାଙ୍କ ଚୈତ୍ର ପର୍ବ ଝାମୁଯାତ୍ରା ଉପରେ ଲାଗିଲା କରୋନା କଟକଣା । ଭକ୍ତଙ୍କୁ ମନ୍ଦିର ପ୍ରବେଶ ମନା । କୋଭିଡ କଟକଣା ଭିତରେ ଚାଲିବ ମାଆଙ୍କ ନୀତି କାନ୍ତି । ପୁରୀ ଜିଲ୍ଲାର ପ୍ରମୁଖ ଶକ୍ତିପୀଠ ଭାବେ ପରିଚିତ କାକଟପୁର ମା’ ମଙ୍ଗଳା ମନ୍ଦିର । ଏଠାରେ ମାଆଙ୍କ ଚୈତ୍ର ପର୍ବ ଝାମୁଯାତ୍ରା ଅନୁଷ୍ଠିତ ହୁଏ । ଚଳିତବର୍ଷ ୫ଟି ପାଳି ଯାତ୍ରା ଉପରେ ପ୍ରଶାସନିକ କଟକଣା ଲାଗିଛି ।Continue reading “ମାଆ ମଙ୍ଗଳାଙ୍କ ଝାମୁଯାତ୍ରାରେ ଲାଗିଲା କଟକଣା । ଚୈତ୍ର ମାସର ୫ଟି ମଙ୍ଗଳବାରରେ ଶ୍ରଦ୍ଧାଳୁଙ୍କୁ ମନ୍ଦିର ପ୍ରବେଶ ମନା । କରୋନା କଟକଣା ଭିତରେ ନୀତିକାନ୍ତି ସମ୍ପନ୍ନ କରିବେ ସେବାୟତ ।”

ଶୁଖି ଗଲାଣି ଚିରସ୍ରୋତା ମହେନ୍ଦ୍ରତନୟା ନଦୀ । ବଢିଲା ଜଳ ଚିନ୍ତା, ନଦୀ ଶୁଖିଗଲେ କେମିତି ହେବ ଜଳ ଯୋଗାଣ ।

କନକ ବ୍ୟୁରୋ : ଶୁଖିଲା ପଡିଛି ଚିରସ୍ରୋତା ମହେନ୍ଦ୍ରତନୟା ନଦୀ । ପାରଳାଖେମୁଣ୍ଡି ସମେତ ଆଖପାଖ ଅଂଚଳରେ ଦେଖା ଦେଲାଣି ଜଳାଭାବ । ମହେନ୍ଦ୍ରତନୟା ନଦୀ ଜଳ ଉପରେ ନିର୍ଭର କରୁଥିବା ଗୋଷାଣୀ ଓ ରାୟଗଡ଼ ବ୍ଳକର ହଜାର ହଜାର ହେକ୍ଟର ଜମିରେ ଚାଷ କରିଥିବା ଚାଷି ଏବେ ଚିନ୍ତାରେ । ଶୁଖିଲା ପଡିଛି ଚିରସ୍ରୋତା ମହେନ୍ଦ୍ରତନୟା ନଦୀ । ଗଜପତି ଜିଲ୍ଲାର ରାୟଗଡ଼, ଗୋଷାଣି ବ୍ଳକ୍ ଓ ପାରଳାଖେମୁଣ୍ଡି ସହର ତଟ ଦେଇ ଆନ୍ଧ୍ରକୁ ବହିContinue reading “ଶୁଖି ଗଲାଣି ଚିରସ୍ରୋତା ମହେନ୍ଦ୍ରତନୟା ନଦୀ । ବଢିଲା ଜଳ ଚିନ୍ତା, ନଦୀ ଶୁଖିଗଲେ କେମିତି ହେବ ଜଳ ଯୋଗାଣ ।”

ବଢିଲା ଟିକା ତାଲିକା । ରାଜ୍ୟରେ ବିଦ୍ୟୁତ ଓ ପାନୀୟ ଜଳ ଯୋଗାଣ କର୍ମଚାରୀ ଏବଂ ସଡ଼କ ପରିବହନ କର୍ମଚାରୀଙ୍କୁ ଦିଆଯିବ କରୋନା ଟିକା ।

କନକ ବ୍ୟୁରୋ : ବଢିଲା ଟିକା ତାଲିକା । ରାଜ୍ୟରେ ବିଦ୍ୟୁତ ଓ ପାନୀୟ ଜଳ ଯୋଗାଣ କର୍ମଚାରୀଙ୍କୁ ଦିଆଯିବ ଟିକା । ସଡ଼କ ପରିବହନ କର୍ମଚାରୀଙ୍କୁ ମଧ୍ୟ ଦିଆଯିବ କରୋନା ଟିକା । ତେବେ ଏମାନଙ୍କୁ ସ୍ପଟ୍ ଭ୍ୟାକ୍ସିନେସନ୍ କରାଯିବ । ଏନେଇ ରାଜ୍ୟ ଷ୍ଟିୟରିଂ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି । ତେବେ ଟିକାକରଣ ନେଇ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନର, ସିଡିଏମଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶContinue reading “ବଢିଲା ଟିକା ତାଲିକା । ରାଜ୍ୟରେ ବିଦ୍ୟୁତ ଓ ପାନୀୟ ଜଳ ଯୋଗାଣ କର୍ମଚାରୀ ଏବଂ ସଡ଼କ ପରିବହନ କର୍ମଚାରୀଙ୍କୁ ଦିଆଯିବ କରୋନା ଟିକା ।”

ଦୋଳ-ହୋଲି ପାଇଁ ବିଏମସିର ଗାଇଡଲାଇନ୍ । ଜାଣନ୍ତୁ କ’ଣ ରହିଲା କୋଭିଡ୍ ନିୟମ ।

କନକ ବ୍ୟୁରୋ: ଦୋଳ ପୂର୍ଣ୍ଣିମା-ହୋଲି ପାଇଁ ବିଏମସିର ଗାଇଡଲାଇନ୍ । ଦୋଳଯାତ୍ରାରେ ସାମିଲ ହୋଇପାରିବେ ମାତ୍ର ୬ ଜଣ । ଶୋଭାଯାତ୍ରାକୁ ନା, ଦୋଳକୁ କାନେ୍ଧଇବା ବ୍ୟକ୍ତି ମାସ୍କ ପିନ୍ଧିବେ । ଦୋଳ ମେଳଣ ପଡ଼ିଆରେ ସର୍ବାଧିକ ୫୦ରୁ ୬୦ ଜଣଙ୍କୁ ଅନୁମତି । ସମସ୍ତେ ସାମାଜିକ ଦୂରତାକୁ ପାଳନ କରିବା ସହ ସମସ୍ତ କୋଭିଡ୍ ନିୟମ ପାଳନ ପାଇଁ ନିର୍ଦ୍ଦେଶ । ଏପରିକି ଦୋଳ ମେଳଣ ପଡ଼ିଆରେ ଯାତ୍ରା, ଅର୍କେଷ୍ଟ୍ରା ଓ ମୀନାବଜାରକୁ ସମ୍ପୂର୍ଣ୍ଣ ବାରଣContinue reading “ଦୋଳ-ହୋଲି ପାଇଁ ବିଏମସିର ଗାଇଡଲାଇନ୍ । ଜାଣନ୍ତୁ କ’ଣ ରହିଲା କୋଭିଡ୍ ନିୟମ ।”

କେନ୍ଦ୍ରମନ୍ତ୍ରୀ ହରଦିପ୍ ସିଂ ପୁରୀଙ୍କ ବୟାନ । ଘରୋଇ କରଣ ନହୋଇ ପାରିଲେ ବନ୍ଦ ହେବ ଏୟାର ଇଣ୍ଡିଆ 

କନକ ବ୍ୟୁରୋ : ସରକାରୀ ଏୟାରଲାଇନ ଏୟାର ଇଣ୍ଡିଆର ଭବିଷ୍ୟତକୁ ନେଇ ସ୍ପଷ୍ଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ହରଦିପ୍ ସିଂ ପୁରୀ ।  ଶନିବାର ଦିନ ଶ୍ରୀ ପୁରୀ କହିଛନ୍ତି କି ଏବେ ଏୟାର ଇଣ୍ଡିଆର ସମ୍ପୂର୍ଣ୍ଣ ଅଂଶ ବିକ୍ରି କରିଦିଆଯିବ, ଯଦି ବିକ୍ରି ହୋଇନପାରିବ ତେବେ ତାହାକୁ ସବୁଦିନ ପାଇଁ ବନ୍ଦ କରିଦିଆଯିବ । ସେ ଆହୁରି କହିଛନ୍ତି କି ଏନେଇ ଶେଷଥର ପାଇଁ ନିଲାମ ଡକାଯିବ । ସରକାରଙ୍କ ପାଖରେ ଏବେ ମାତ୍ର ଏହି ଦୁଇଟିContinue reading “କେନ୍ଦ୍ରମନ୍ତ୍ରୀ ହରଦିପ୍ ସିଂ ପୁରୀଙ୍କ ବୟାନ । ଘରୋଇ କରଣ ନହୋଇ ପାରିଲେ ବନ୍ଦ ହେବ ଏୟାର ଇଣ୍ଡିଆ “

ବ୍ରହ୍ମପୁରରେ ଅଚଳ ୱାଟର ଏଟିଏମ୍ । ନିର୍ମାଣର ମାସ କେଇଟା ପରେ ବ୍ରହ୍ମପୁରରେ ଭାଙ୍ଗିଗଲାଣି ୱାଟର ଏଟିଏମ୍, ସହରରେ ପାଣି ମୁନ୍ଦେ ପାଇଁ ଡହଳବିକଳ ଯାତ୍ରୀ ।

କନକ ବ୍ୟୁରୋ : ଜଳ ହିଁ ଜୀବନ । ଖରା ଦିନେ ତ ଲୋକଙ୍କ ପାଇଁ ପାଦେ ପାଦେ ପାଣିର ଆବଶ୍ୟକତା ରହିଛି । ଗାଁ ତ ଗାଁ ଏବେ ସହରରେ ମଧ୍ୟ ଲୋକଙ୍କୁ ମିଳୁନି ପାଣି ବୁନ୍ଦେ । ଏପଟେ ସହରରେ ଥିବା ୱାଟର ଏଟିଏମ ଅଚଳ । କିଛି ବର୍ଷ ପୂର୍ବରୁ ବ୍ରହ୍ମପୁର ସହରରେ ନିର୍ମାଣ ହୋଇଥିବା ୱାଟର ଏଟିଏମ୍ ଏବେ ଖତ ଖାଉଛି । ଦକ୍ଷିଣ ଓଡିଶାର ବ୍ୟବସାୟୀକ ପେଣ୍ଠସ୍ଥଳୀ ଗଂଜାମ ଜିଲ୍ଲାରContinue reading “ବ୍ରହ୍ମପୁରରେ ଅଚଳ ୱାଟର ଏଟିଏମ୍ । ନିର୍ମାଣର ମାସ କେଇଟା ପରେ ବ୍ରହ୍ମପୁରରେ ଭାଙ୍ଗିଗଲାଣି ୱାଟର ଏଟିଏମ୍, ସହରରେ ପାଣି ମୁନ୍ଦେ ପାଇଁ ଡହଳବିକଳ ଯାତ୍ରୀ ।”

ଇଞ୍ଜିନିୟରିଂ ସ୍କୁଲରୁ ୨୧ ପଜିଟିଭ୍ ଚିହ୍ନଟ । ୧୩ଜଣ ଶିକ୍ଷକଙ୍କ ସମେତ ୮ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ ।

କନକ ବ୍ୟୁରୋ : ପୁଣି ଏକ ଶିକ୍ଷାନୁଷ୍ଠାନରେ କରୋନା ପଜିଟିଭ ଚିହ୍ନଟ । ଶିକ୍ଷାନୁଷ୍ଠାନକୁ ମାଡୁଛି ମହାମାରୀ । ଝାରସୁଗୁଡ଼ାର ଏକ ଇଂଜିନିୟରିଂ ସ୍କୁଲରୁ ୨୧ ଜଣଙ୍କର କରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ ସୂଚନା ମିଳିଛି । ଆକ୍ରାନ୍ତଙ୍କ ମଧ୍ୟରେ ୧୩ଜଣ ଶିକ୍ଷକ ଏବଂ ୮ଜଣ ଛାତ୍ରଛାତ୍ରୀ ଅଛନ୍ତି । ସମସ୍ତଙ୍କ ନମୂନା ପରୀକ୍ଷା ପରେ ପଜିଟିଭ ଆସିଥିବା ଜଣାପଡ଼ିଛି । ସେପଟେ ରାଜ୍ୟରେ ଗତ ୨୪ ଘଂଟାରେ ୨୧୦ ଜଣ କରୋନା ସଂକ୍ରମିତ ଚିହ୍ନଟContinue reading “ଇଞ୍ଜିନିୟରିଂ ସ୍କୁଲରୁ ୨୧ ପଜିଟିଭ୍ ଚିହ୍ନଟ । ୧୩ଜଣ ଶିକ୍ଷକଙ୍କ ସମେତ ୮ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ ।”

ସ୍ଥିର ରହିଛି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସ୍ୱାସ୍ଥ୍ୟାବସ୍ଥା । ଅର୍ମି ହସ୍ପିଟାଲରୁ ଏମସ୍ କୁ ସ୍ଥାନାନ୍ତର

କନକ ବ୍ୟୁରୋ : ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିରଥିବା କଥା କହିଛନ୍ତି ଚିକିତ୍ସା କରୁଥିବା ଡାକ୍ତର । ଅଧିକ ପରୀକ୍ଷା ପାଇଁ ତାଙ୍କୁ ଅର୍ମି ହସ୍ପିଟାଲରୁ ଏମସ୍ କୁ ସ୍ଥାନାନ୍ତର କରାଯାଇଛି । ଏନେଇ ସେନାର ରିସର୍ଚ୍ଚ ଓ ରେଫରାଲ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି । ରାଷ୍ଟ୍ରପତି ଶୁକ୍ରବାର ଦିନ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଅର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଅର୍ମି ହସ୍ପିଟାଲର ମେଡିକାଲ ବୁଲେଟିନ୍ ରେ କୁହାଯାଇଛି କିContinue reading “ସ୍ଥିର ରହିଛି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସ୍ୱାସ୍ଥ୍ୟାବସ୍ଥା । ଅର୍ମି ହସ୍ପିଟାଲରୁ ଏମସ୍ କୁ ସ୍ଥାନାନ୍ତର”

ଘରୋଇ ଉପଭୋକ୍ତାଙ୍କ ପାଇଁ ବଢିଲା ବିଦ୍ୟୁତ ଦର । ସବୁ ସ୍ଲାବରେ ୟୁନିଟ୍ ପିଛା ୩୦ ପଇସା ବୃଦ୍ଧି

କନକ ବ୍ୟୁରୋ : ଘରୋଇ ଉପଭୋକ୍ତାଙ୍କ ପାଇଁ ବଢିଲା ବିଦ୍ୟୁତ ଦର । ସବୁ ସ୍ଲାବରେ ୟୁନିଟ୍ ପିଛା ୩୦ ପଇସା ବୃଦ୍ଧି । ଆସନ୍ତା ଏପ୍ରିଲ ମାସ ୪ ତାରିଖରୁ ଲାଗୁ ହେବ ବର୍ଦ୍ଧିତ ଦର । ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗର ନିଷ୍ପତ୍ତି । ହାରାହାରି ଖୁଚୁରା ଦର ୫.୬୦ ପ୍ରତିଶତ ବୃଦ୍ଧି ହୋଇଛି । ତେବେ ବିପିଏଲ୍ ଓ କୃଷି ଜଳସେଚନ କ୍ଷେତ୍ରରେ ଲାଗୁ ହେବନି ନୂଆ ନିୟମ । ଘରୋଇ ଉପଭୋକ୍ତାContinue reading “ଘରୋଇ ଉପଭୋକ୍ତାଙ୍କ ପାଇଁ ବଢିଲା ବିଦ୍ୟୁତ ଦର । ସବୁ ସ୍ଲାବରେ ୟୁନିଟ୍ ପିଛା ୩୦ ପଇସା ବୃଦ୍ଧି”

ଉତ୍ସାହର ସହ ଭୋଟ ଦେଉଛନ୍ତି ପଶ୍ଚିମବଙ୍ଗ ଓ ଆସାମର ଭୋଟର । ଦିନ ଦୁଇଟା ସୁଦ୍ଧା ପଶ୍ଚିମବଙ୍ଗରେ ୫୪ ଓ ଆସାମରେ ୪୫ ପ୍ରତିଶତ ମତଦାନ

କନକ ବ୍ୟୁରୋ : ପଶ୍ଚିମବଙ୍ଗ ଓ ଆସାମରେ ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଚାଲିଛି । ପୂର୍ବ ଥର ଅପେକ୍ଷା ଏଥର ଭୋଟରମାନେ ଅତି ଉତ୍ସାହିତ ହୋଇ ଭୋଟକେନ୍ଦ୍ରକୁ ଆସୁଥିବା ଦେଖିବାକୁ ମିଳିଛି । ନିର୍ବାଚନ ଆୟୋଗଙ୍କ ସୂଚନା ମୁତାବକ ପଶ୍ଚିମବଙ୍ଗରେ ଦିନ ୨ ଟା ସୁଦ୍ଧା ୫୫ ପ୍ରତିଶତ ଓ ଆସାମରେ ୪୫.୨୪ ପ୍ରତିଶତ ମତଦାନ ହୋଇଛି । କିଛି ଛୋଟ ଛୋଟ ହିଂସାକୁ ବାଦ ଦେଲେ ଭୋଟ ଗ୍ରହଣContinue reading “ଉତ୍ସାହର ସହ ଭୋଟ ଦେଉଛନ୍ତି ପଶ୍ଚିମବଙ୍ଗ ଓ ଆସାମର ଭୋଟର । ଦିନ ଦୁଇଟା ସୁଦ୍ଧା ପଶ୍ଚିମବଙ୍ଗରେ ୫୪ ଓ ଆସାମରେ ୪୫ ପ୍ରତିଶତ ମତଦାନ”

Design a site like this with WordPress.com
Get started