କନକ ବ୍ୟୁରୋ : ଲଗାତାର ବଢି ଚାଲିଛି କରୋନା ମିଟର । ଗତ ୨୪ ଘଂଟାରେ ପୁଣି କରୋନାକୁ ନେଇ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି । କାରଣ ଗୋଟିଏ ଦିନରେ ଦେଶରେ ସର୍ବାଧିକ ୬୨ ହଜାର ୨୮୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଂଟାରେ ୨୯୧ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ଏହି ସମୟ ମଧ୍ୟରେ ୩୦ ହଜାର ୩୮୬ ଜଣ କରୋନା ମୁକ୍ତ ହୋଇଛନ୍ତି । ଫଳରେ ବର୍ତମାନContinue reading “ରେକର୍ଡ ଭାଙ୍ଗୁଛି ଦୈନିକ ସଂକ୍ରମଣ : ସାରା ଦେଶରେ ୨୪ ଘଂଟାରେ ସର୍ବାଧିକ ୬୨ ହଜାର ୨୫୮ କରୋନା ସଂକ୍ରମିତ ଚିହ୍ନଟ, ୨୯୧ ମୃତ”
Author Archives: Raghaba
ବାଂଲାଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିରୋଧ । ବିରୋଧୀ ହିଂସାରେ ୪ ମୃତ । ଅନେକ ଆହତ
କନକ ବ୍ୟୁରୋ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଦିନିଆ ବାଂଲାଦେଶ ଗସ୍ତ କରିଛନ୍ତି । ତାଙ୍କର ଏହି ଗସ୍ତକୁ ବାଂଲାଦେଶର ଗୋଟିଏ ଗୋଷ୍ଠୀ ବିରୋଧ କରିଛି । ଶୁକ୍ରବାର ଦିନ ଏହି ବିରୋଧ ପ୍ରଦର୍ଶନ ବେଳେ ହିଂସା ଦେଖିବାକୁ ମିଳିଥିଲା । ଏହି ହିଂସାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି । ଏହାସହ ଅନେକ ଲୋକ ଆହତ ହୋଇଛନ୍ତି । ମୋଦି ବାଂଲାଦେଶର ୫୦ ତମ ସ୍ୱାଧିନତା ଦିବସ ପାଳନ ଅବସରରେ ସେଠାରେContinue reading “ବାଂଲାଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିରୋଧ । ବିରୋଧୀ ହିଂସାରେ ୪ ମୃତ । ଅନେକ ଆହତ”
ତାଳଚେର ଥର୍ମାଲ ପାୱାର ପ୍ଲାଂଟରୁ ପୁଣି ବିଜୁଳି ଉତ୍ପାଦନ ଆରମ୍ଭ : ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ଚିଠି ପରେ ଦୂର ହେଲା ଅଚଳାବସ୍ତା
କନକ ବ୍ୟୁରୋ : ତାଳଚେର ଥର୍ମାଲ ପାୱାର ପ୍ଲାଂଟରୁ ପୁଣି ଆରମ୍ଭ ହୋଇଛି ବିଜୁଳି ଉତ୍ପାଦନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଠି ଲେଖିବା ପରେ ବନ୍ଦ ଥିବା ଟିଟିପିଏସରୁ ପୁଣି ବିଜୁଳି ଉତ୍ପାଦନ ଆରମ୍ଭ କରାଯାଇଛି । ତେବେ କେବଳ ୬୦ ମେଗାୱାଟ କ୍ଷମତା ସଂପନ୍ନ ୟୁନିଟ-୩ରୁ ବିଜୁଳି ଉତ୍ପାଦନ ଆରମ୍ଭ କରିଛନ୍ତି ଟିଟିପିଏସ କର୍ତୃପକ୍ଷ । ତେବେ ଅନ୍ୟ ୟୁନିଟଗୁଡିକ କେବେ ଚାଲିବ ତାକୁ ନେଇ ଏବେ ବିContinue reading “ତାଳଚେର ଥର୍ମାଲ ପାୱାର ପ୍ଲାଂଟରୁ ପୁଣି ବିଜୁଳି ଉତ୍ପାଦନ ଆରମ୍ଭ : ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ଚିଠି ପରେ ଦୂର ହେଲା ଅଚଳାବସ୍ତା”
ପରିବାର ନିୟୋଜନ ଅସ୍ତ୍ରୋପଚାରରେ ତ୍ରୁଟି ଅଭିଯୋଗ! ଡାକ୍ତରଙ୍କ ଭୁଲ ପାଇଁ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ମହିଳା ।
କନକ ବ୍ୟୁରୋ : ପରିବାର ନିୟୋଜନ ଅସ୍ତ୍ରୋପଚାର ପରେ ଜଣେ ମହିଳା ଏବେ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁଁ ଏଭଳି ଅବସ୍ଥା ସୃଷ୍ଟି ହୋଇଥିବା ପରିବାରବର୍ଗ ଅଭିଯୋଗ କରିଛନ୍ତି। ଗୁରୁତର ଅବସ୍ଥାରେ ଥିବା ମହିଳାଙ୍କୁ ଏବେ ବ୍ରହ୍ମପୁର ବଡ଼ ମେଡ଼ିକାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ମହିଳା ଜଣକ ହେଉଛନ୍ତି କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ ଗ୍ରେସିଙ୍ଗିଆ ପଞ୍ଚାୟତ ଡକରିଙ୍ଗିଆ ଗ୍ରାମର ରିଙ୍କୁ ନାୟକଙ୍କ ପତ୍ନୀ ତାରାବତୀ ନାୟକContinue reading “ପରିବାର ନିୟୋଜନ ଅସ୍ତ୍ରୋପଚାରରେ ତ୍ରୁଟି ଅଭିଯୋଗ! ଡାକ୍ତରଙ୍କ ଭୁଲ ପାଇଁ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ମହିଳା ।”
ଜୀବିତ ହିତାଧିକାରୀଙ୍କୁ ମୃତ ଘୋଷଣା । ୩ ମାସର ଭତ୍ତା, ଚାଉଳ ବନ୍ଦ ।
କନକ ବ୍ୟୁରୋ : ବାମରା ବ୍ଲକ ଉଚ୍ଚକାପାଟ ପଞ୍ଚାୟତ କେଛୁପାଣିର ଅଲେଖ ସାହୁ ନାମକ ଜଣେ ଗରିବ ଅସହାୟ ବୃଦ୍ଧ ବ୍ୟକ୍ତି ଗତ ପ୍ରାୟ ୫/୬ ବର୍ଷ ହେଲା ବାର୍ଦ୍ଧକ୍ୟ ଭତ୍ତା ବାବଦକୁ ମାସକୁ ୭ ଶହ ଟଙ୍କା ଓ ୫ କେଜି ଚାଉଳ ପାଇ ଆସୁଥିଲେ। ଗତ ୫ ବର୍ଷ ତଳେ ତାଙ୍କ ସ୍ତ୍ରୀଙ୍କ ଦେହାନ୍ତ ପରେ ଏକମାତ୍ର ଝିଅ ଓ ଜ୍ୱାଇଁ ସାଙ୍ଗରେ ରହି ତାଙ୍କର ଦେଖାଶୁଣା କରୁଛନ୍ତି। ଗତ ନଭେମ୍ବର ମାସ ୩Continue reading “ଜୀବିତ ହିତାଧିକାରୀଙ୍କୁ ମୃତ ଘୋଷଣା । ୩ ମାସର ଭତ୍ତା, ଚାଉଳ ବନ୍ଦ ।”
ରାଜ୍ୟରେ ଚିନ୍ତା ବଢ଼ାଇଲା ସଂକ୍ରମଣ : ୨୪ ଘଂଟାରେ ରାଜ୍ୟରେ ୨୧୦ ସଂକ୍ରମିତ ଚିହ୍ନଟ, ଜଣଙ୍କର ମୃତ୍ୟୁ
କନକ ବ୍ୟୁରୋ : ରାଜ୍ୟରେ ଚିନ୍ତା ବଢ଼ାଇଲା କରୋନା ସଂକ୍ରମଣ । କିଛି ଦିନ ବ୍ୟବଧାନ ପରେ ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଦୈନିକ ସଂକ୍ରମଣ ସଂଖା । ୨୪ ଘଂଟାରେ ରାଜ୍ୟରେ ୨୧୦ଜଣ କରୋନା ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ସଂଗରୋଧରୁ ୧୨୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮୬ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୧ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାContinue reading “ରାଜ୍ୟରେ ଚିନ୍ତା ବଢ଼ାଇଲା ସଂକ୍ରମଣ : ୨୪ ଘଂଟାରେ ରାଜ୍ୟରେ ୨୧୦ ସଂକ୍ରମିତ ଚିହ୍ନଟ, ଜଣଙ୍କର ମୃତ୍ୟୁ”
ଆଜିଠୁ ଦିଲ୍ଲୀରେ ପାଳନ ହେବ ଅନ୍ତର୍ଜାତୀୟ ଓଡିଶା ପର୍ବ : କରୋନା ଯୋଗୁଁ ଭର୍ଚୁଆଲରେ ଆୟୋଜିତ ସାଂସ୍କୃତିକ ମହାକୁମ୍ଭ
କନକ ବ୍ୟୁରୋ : ଆଜି ଠାରୁ ଦିଲ୍ଲୀରେ ପାଳନ ହେବାକୁ ଯାଉଛି ଅନ୍ତର୍ଜାତୀୟ ଓଡିଶା ପର୍ବ । ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ଏହି ଉତ୍ସବ ଚଳିତ ବର୍ଷ ଭର୍ଚୁଆଲ୍ ମାଧ୍ୟମରେ ଆୟୋଜନ ହେବ । କରୋନା କଟକଣାକୁ ନଜରରେ ରଖି ଏହି ଉତ୍ସବକୁ ଏଥର ଭର୍ଚୁଆଲ୍ ମାଧ୍ୟମରେ ଆୟୋଜନ କରିବାକୁ ନିଷ୍ପତି ନିଆଯାଇଛି । ନୂଆଦିଲ୍ଲୀରେ ଥିବା ଓଡିଆ ସମାଜ ଏହି କାର୍ଯ୍ୟକ୍ରମକୁ ଆୟୋଜନ କରୁଛି । ଓଡିଶା ପର୍ବ ଜରିଆରେ ଆମରContinue reading “ଆଜିଠୁ ଦିଲ୍ଲୀରେ ପାଳନ ହେବ ଅନ୍ତର୍ଜାତୀୟ ଓଡିଶା ପର୍ବ : କରୋନା ଯୋଗୁଁ ଭର୍ଚୁଆଲରେ ଆୟୋଜିତ ସାଂସ୍କୃତିକ ମହାକୁମ୍ଭ”
ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ : ପଶ୍ଚିମବଙ୍ଗରେ ୩୦ ଓ ଆସାମର ୪୭ ଆସନ ପାଇଁ ଭୋଟ
କନକ ବ୍ୟୁରୋ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ହେଉଛି । ୩୦ଟି ବିଧାନସଭା କ୍ଷେତ୍ରରେ ୧୯୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ ୭୩ ଲକ୍ଷ ମତଦାତା । ବିହାର ବିଧାନସଭା ନିର୍ବାଚନ ପରେ କରୋନା କାଳରେ ଏହା ଦ୍ୱିତୀୟ ନିର୍ବାଚନ । କରୋନାର ସଂକ୍ରମଣ ପୁଣି ଦେଶରେ ବଢି ଚାଲିଥିବାରୁ, କଡା କଟକଣା ଭିତରେ ମତଦାନ କରିବାକୁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ରହିଛି । ତେଣୁ ପୋଲିଂ ବୁଥରେ ସମସ୍ତContinue reading “ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ : ପଶ୍ଚିମବଙ୍ଗରେ ୩୦ ଓ ଆସାମର ୪୭ ଆସନ ପାଇଁ ଭୋଟ”
ଲାଞ୍ଚ ନେଇ ଘରେ ଟଙ୍କା ଲୁଚାଇଥିଲେ ତହସିଲଦାର, ଚଢାଉ ପାଇଁ ଘରେ ପହଞ୍ଚିଲେ ଅଫିସର । କିନ୍ତୁ ନିଜ ପାପକୁ ଲୁଚାଇବା ପାଇଁ ୨୦ ଲକ୍ଷ ଟଙ୍କା ପୋଡି ପାଉଁଶ କରିଦେଲେ ସରକାରୀ ବାବୁ ।
କନକ ବ୍ୟୁରୋ : ପାପ ଧନ ଲୁଚାଇବାକୁ ପୋଡା ଚାଲିଥିଲା ଲକ୍ଷ ଲକ୍ଷ ଟଙ୍କା । ଗ୍ୟାସ ଚୁଲାରେ ଟଙ୍କା ଜଳୁଥିଲା, ବାହାରେ ପୂରା ଘଟଣାର ସୁଟିଂ ଚାଲିଥିଲା । କିନ୍ତୁ କାହାରିକୁ ଖାତିର ନକରି ଗୋଟିଏ ପରେ ଗୋଟିଏ ୫୦୦ ଓ ୨୦୦୦ ଟଙ୍କିଆ ବିଡା ପୋଡି ଚାଲିଥିଲେ ସରକାରୀ ବାବୁ । ଆଉ ଏଥିରେ ପୂରା ସହଯୋଗ କରୁଥିଲେ ତାଙ୍କର ପତ୍ନୀ । ପାପର ଧନକୁ ପାଉଁଶ କରିବାକୁ ଯେପରି ତତ୍ପର ହୋଇ ଉଠିଥିଲେContinue reading “ଲାଞ୍ଚ ନେଇ ଘରେ ଟଙ୍କା ଲୁଚାଇଥିଲେ ତହସିଲଦାର, ଚଢାଉ ପାଇଁ ଘରେ ପହଞ୍ଚିଲେ ଅଫିସର । କିନ୍ତୁ ନିଜ ପାପକୁ ଲୁଚାଇବା ପାଇଁ ୨୦ ଲକ୍ଷ ଟଙ୍କା ପୋଡି ପାଉଁଶ କରିଦେଲେ ସରକାରୀ ବାବୁ ।”
ବାଇକ ଚାଳକଙ୍କୁ ରାସ୍ତାରେ ଅଟକାଇଲେ ପୋଲିସ, ହାତରେ ଦେଲେ ଔଷଧ ପ୍ୟାକେଟ । ଆଉ କହିଲେ… ଦେଖନ୍ତୁ ପୂରା ଭିଡ଼ିଓ ।
କନକ ବ୍ୟୁରୋ : ତାମିଲନାଡୁରେ ଜଣେ ବାଇକ ଚାଳକଙ୍କୁ ପୁଲିସକର୍ମୀ ଅଟକାଇବା ସହ କରିବାକୁ କହିଥିବା କାମ ଆପଣଙ୍କ ମୁହଁରେ ହସ ଆଣିଦେବ ନିଶ୍ଚୟ। ସାଧାରଣତଃ ଭାବେ ରାସ୍ତାରେ କୌଣସି ନିୟମ ଉଲ୍ଲଂଘନ କଲେ ବା କୌଣସି ଅପରାଧ କରିଥିଲେ ହିଁ ପୁଲିସକର୍ମୀମାନେ ଅଟକାଇଥାନ୍ତି। କିନ୍ତୁ ତାମିଲନାଡୁରେ ଏହାର ଠିକ ଓଲଟା ଘଟିଛି। ତାମିଲନାଡୁରେ ଜଣେ ପୁଲିସକର୍ମୀ ରାସ୍ତାରେ ଯାଉଥିବା ବାଇକରଙ୍କୁ ଅଟକାଇ ଔଷଧ ପ୍ୟାକେଟ ଦେଇଥିଲେ। ଏଭଳି ହଠାତ୍ ଔଷଧ ପ୍ୟାକେଟ ଦେବା ପଛର କାରଣContinue reading “ବାଇକ ଚାଳକଙ୍କୁ ରାସ୍ତାରେ ଅଟକାଇଲେ ପୋଲିସ, ହାତରେ ଦେଲେ ଔଷଧ ପ୍ୟାକେଟ । ଆଉ କହିଲେ… ଦେଖନ୍ତୁ ପୂରା ଭିଡ଼ିଓ ।”