କନକ ବ୍ୟୁରୋ : କାମରେ ଆସୁନି ସ୍ୱଜଳ ଧାରା ଯୋଜନା, ଗ୍ରାମବାସୀଙ୍କ ଜୀବନ ବଂଚାଇଛି ମହାନଦୀର ବାଲି ଚୁଆ । ନଦୀ ପଠାକୁ ଖୋଳି ସେଥିରୁ ପାଣି ସଂଗ୍ରହ କରୁଛନ୍ତି ମହିଳା । କଂସା କଂସା କରି ଗରା ଭର୍ତ୍ତି କରି ମୁଣ୍ଡରେ ବୋହି ନେଉଛନ୍ତି । ଜଳ ଯନ୍ତ୍ରଣାକୁ ନେଇ ସାରା ରାଜ୍ୟରୁ ଅନେକ ଖବର ଆସୁଥିବା ବେଳେ ଏ ବାସ୍ତବ ଦୃଶ୍ୟ ଆସିଛି କଟକ ଜିଲ୍ଲା ବଡମ୍ବା ବ୍ଲକ ବାଙ୍ଗରସିଙ୍ଗା ଗାଁରୁ । ବାଙ୍ଗରସିଙ୍ଗାContinue reading “କଟକ ବଡମ୍ବା ବ୍ଳକରେ ଦେଖିବାକୁ ମିଳିଲା ଅଭାବନୀୟ ଚିତ୍ର : ମହାନଦୀରେ ଚୁଆ ଖୋଳି ପାଣି ସଂଗ୍ରହ କରୁଛନ୍ତି ମହିଳା ; ସରକାରଙ୍କ ଜଳଯୋଗାଣ ପ୍ରକଳ୍ପ ଫେଲ “
Author Archives: Raghaba
ଭିଜିଲାନ୍ସ ଆଗରେ ଉତ୍ତର ରଖିପାରିଲେନି ବାଙ୍ଗିରପୋଷି ତହସିଲଦାର : ୨ଲକ୍ଷ ୫୬ ହଜାର ଟଙ୍କା ଧରି ଯାଉଥିବା ବାଲେଶ୍ୱର ରାସ୍ତାରେ ଅଟକାଇଲେ ଭିଜିଲାନ୍ସ ଅଧିକାରୀ
କନକ ବ୍ୟୁରୋ : ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରପୋଷି ତହସିଲ୍ଦାର ଅଭିମନ୍ୟୁ ପଣ୍ଡାଙ୍କୁ ଗିରଫ କରିଛି ଭିଜିଲାନ୍ସ । ଯାଞ୍ଚ ବେଳେ ତାଙ୍କଠାରୁ ନଗଦ ୨ ଲକ୍ଷ ୫୬ ହଜାର ଟଙ୍କା ଜବତ କରାଯାଇଛି । ଏତେ ଟଙ୍କା କେଉଁଠୁ ଆଣୁଥିଲେ, ସେ ସଂପର୍କରେ କିଛି କହିପାରିନଥିଲେ ତହସିଲଦାର। ବେଆଇନ୍ ଅର୍ଥ ମାମଲାରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିବାବେଳେ ବାଲେଶ୍ବର ଜିଲ୍ଲା ମଲ୍ଲିକାଶପୁରସ୍ଥିତ ବାସଭବନରେ ଚଢ଼ଉ କରିଛି । ଭିଜିଲାନ୍ସର ସୂଚନା ମୁତାବକ, ଲାଞ୍ଚ କାରବାର ନେଇ ତହସିଲଦାରContinue reading “ଭିଜିଲାନ୍ସ ଆଗରେ ଉତ୍ତର ରଖିପାରିଲେନି ବାଙ୍ଗିରପୋଷି ତହସିଲଦାର : ୨ଲକ୍ଷ ୫୬ ହଜାର ଟଙ୍କା ଧରି ଯାଉଥିବା ବାଲେଶ୍ୱର ରାସ୍ତାରେ ଅଟକାଇଲେ ଭିଜିଲାନ୍ସ ଅଧିକାରୀ”
ପଶ୍ଚିମବଙ୍ଗ ଓ ଆସାମରେ ଆରମ୍ଭ ହେଲା ମତଦାନ । ପ୍ରଥମ ପର୍ଯ୍ୟାୟ ପାଇଁ ପଡିଲା ଭୋଟ ।
କନକ ବ୍ୟୁରୋ : ପଶ୍ଚିମବଙ୍ଗ ଓ ଆସାମ ବିଧାନସଭା ନିର୍ବାଚନ ପାଇଁ ପଡିଲା ଭୋଟ । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ପଶ୍ଚିମବଙ୍ଗର ୩୦ ଓ ଆସାମର ୪୭ଟି ଆସନରେ ଭୋଟଗ୍ରହଣ ଆରମ୍ଭ ହୋଇଛି । ଚଳିତ ନିର୍ବାଚନରେ ପଶ୍ଚିମବଙ୍ଗରେ ମୋଟ୍ ୭.୩୨ କୋଟି ଭୋଟର ୧,୦୧,୯୧୬ ନିର୍ବାଚନୀ ବୁଥ୍ରେ ଭୋଟ୍ ଦେବେ। ତେବେ ପ୍ରଥମ ପର୍ଯ୍ୟାୟରେ ୭୩ ଲକ୍ଷରୁ ଅଧିକ ଭୋଟର ୧୯୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ନିର୍ବାଚନ ଥିବା ଜିଲ୍ଲାମାନଙ୍କରେ ୬୮୪ କମ୍ପାନି କେନ୍ଦ୍ରୀୟContinue reading “ପଶ୍ଚିମବଙ୍ଗ ଓ ଆସାମରେ ଆରମ୍ଭ ହେଲା ମତଦାନ । ପ୍ରଥମ ପର୍ଯ୍ୟାୟ ପାଇଁ ପଡିଲା ଭୋଟ ।”
ମହାରାଷ୍ଟ୍ରରେ ହୁ ହୁ ହୋଇ ବଢ଼ୁଛି ସଂକ୍ରମଣ : କାଲିଠାରୁ ପୂରା ମହାରାଷ୍ଟ୍ରରେ ଲାଗୁ ହେବ ନାଇଟ୍ କର୍ଫ୍ୟୁ, ରାତି ୮ଟାରେ ବନ୍ଦ ହେବ ମଲ୍
କନକ ବ୍ୟୁରୋ : କରୋନାର ଦ୍ରୁତ ସଂକ୍ରମଣକୁ ଆଖିରେ ରଖି ମହାରାଷ୍ଟ୍ରରେ ନାଇଟ କର୍ଫ୍ୟୁ ଜାରି କରିବାକୁ ନିଷ୍ପତି ନେଇଛନ୍ତି ଉଦ୍ଧବ ସରକାର । ଆସନ୍ତାକାଲି ଠାରୁ ମହାରାଷ୍ଟ୍ରରେ ନାଇଟ କର୍ଫ୍ୟୁ ଜାରି ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଅଧ୍ୟକ୍ଷତାରେ କରୋନା ସ୍ଥିତି ସମୀକ୍ଷା ବୈଠକ ପରି ଏହି ଘୋଷଣା କରାଯାଇଛି । ଏନେଇ ଖୁବ ଶୀଘ୍ର ବିପର୍ଯ୍ୟୟ ପରିଚାଳନା ବିଭାଗ ଗାଇଡଲାଇନ ଜାରି କରିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛିContinue reading “ମହାରାଷ୍ଟ୍ରରେ ହୁ ହୁ ହୋଇ ବଢ଼ୁଛି ସଂକ୍ରମଣ : କାଲିଠାରୁ ପୂରା ମହାରାଷ୍ଟ୍ରରେ ଲାଗୁ ହେବ ନାଇଟ୍ କର୍ଫ୍ୟୁ, ରାତି ୮ଟାରେ ବନ୍ଦ ହେବ ମଲ୍”
ଜାରି ରହିବ ଗ୍ରୀଷ୍ମ ପ୍ରବାହ : ପ୍ରଚଣ୍ଡ ତାତିରେ ଅସ୍ତବ୍ୟସ୍ତ ହୋଇପଡ଼ିବ ଜନଜୀବନ
କନକ ବ୍ୟୁରୋ : ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପ୍ରବାହିତ ହେବ । ବିଶେଷକରି ଖୋର୍ଧା, କଟକ ଓ ନୟାଗଡ଼ରେ ଜିଲ୍ଲାରେ ଗ୍ରୀଷ୍ମ ଲହରି ପରିସ୍ଥିତି ଯୋଗୁଁ ଅଂଶୁଘାତଜନିତ ସମସ୍ୟା ସୃଷ୍ଟି ହୋଇପାରେ । ଆସନ୍ତା ଦୁଇ ଦିନ ପାଇଁ ଏହି ତିନି ଜିଲ୍ଲାରେ ଗ୍ରୀଷ୍ମ ଲହରି ପରିସ୍ଥିତି ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯିବା ସହ ଖରାରେ ବାହାରକୁ ବାହାରିବାକୁ ବାରଣ କରାଯାଇଛି ।Continue reading “ଜାରି ରହିବ ଗ୍ରୀଷ୍ମ ପ୍ରବାହ : ପ୍ରଚଣ୍ଡ ତାତିରେ ଅସ୍ତବ୍ୟସ୍ତ ହୋଇପଡ଼ିବ ଜନଜୀବନ”
ଏପ୍ରିଲ ପହିଲାରୁ କଡାକଡି ହେବ ଚେକିଂ । ଏଣିକି ଅମାନିଆଙ୍କ ଠାରୁ ଗ୍ରାଜୁଏଟ କନେଷ୍ଟବଳ କାଟିବେ ଚାଲାଣ ।
କନକ ବ୍ୟୁରୋ : ଏଣିକି ଗ୍ରାଜୁଏଟ୍ କନେଷ୍ଟବଳ ଚାଲାଣ କାଟିବେ। ଟ୍ରାଫିକ୍ ନିୟମ ଉଲ୍ଲଘଂନ କରୁଥିବା ଅମାନିଆଙ୍କଠାରୁ ଜରିମାନା ଆଦାୟ କରିବା ଓ ଚାଲାଣ କାଟିବା ପାଇଁ ଗ୍ରାଜୁଏଟ୍ କନେଷ୍ଟବଳଙ୍କୁ କ୍ଷମତା ଦିଆଯାଇଛି। ପୂର୍ବରୁ କମିସନରେଟ୍ ପୁଲିସ କରିଥିବା ଏହି ସୁପାରିସ ଉପରେ ରାଜ୍ୟ ସଡ଼କ ପରିବହନ ବିଭାଗ ମୋହର ମାରିଛି। ଏହି ବ୍ୟବସ୍ଥା ଗୋଟିଏ ବର୍ଷ ପାଇଁ କେବଳ କଟକ ଓ ଭୁବନେଶ୍ବରରେ ପାଇଲଟ୍ ପ୍ରୋଜେକ୍ଟ ଭାବରେ କାର୍ଯ୍ୟକ୍ଷମ ହେବ । ଏଥିରୁ ସୁଫଳ ମିଳିଲେContinue reading “ଏପ୍ରିଲ ପହିଲାରୁ କଡାକଡି ହେବ ଚେକିଂ । ଏଣିକି ଅମାନିଆଙ୍କ ଠାରୁ ଗ୍ରାଜୁଏଟ କନେଷ୍ଟବଳ କାଟିବେ ଚାଲାଣ ।”
ସୁପ୍ରିମକୋର୍ଟରେ ଟାଟା ଗ୍ରୁପର ବଡ ବିଜୟ । ସାଇରସ ମିସ୍ତ୍ରୀଙ୍କୁ ବହିଷ୍କାର ସପକ୍ଷରେ ରାୟ ଶୁଣାଇଲେ କୋର୍ଟ
କନକ ବ୍ୟୁରୋ: ଲୁଣଠାରୁ ସଫ୍ଟୱୟାର ପର୍ଯ୍ୟନ୍ତ ସବୁ ବ୍ୟବସାୟରେ ପାଦ ଥାପି ଘରେ ଘରେ ପରିଚିତ ଟାଟା ଗ୍ରୁପ୍ । ଶହେ ବିଲିୟନ ଡଲାରରୁ ଉଦ୍ଧ୍ୱର୍ ଟାଟା ଗ୍ରୁପର ଅଧ୍ୟକ୍ଷ ସାଇରସ ମିସ୍ତ୍ରୀଙ୍କ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ଠିକ୍ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ୨୦୧୬ରେ ଟାଟା ଗ୍ରୁପର ଅଧ୍ୟକ୍ଷ ପଦରୁ ସାଇରସ ମିସ୍ତ୍ରୀଙ୍କୁ ବହିଷ୍କାର କରାଯାଇଥିବା ନିଷ୍ପତିକୁ ଠିକ୍ ବୋଲି କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଏହାସହ ମିସ୍ତ୍ରୀଙ୍କୁ ପୁର୍ନବାର ଅଧ୍ୟକ୍ଷ ପଦରେ ଅବସ୍ଥାପିତ କରିବାContinue reading “ସୁପ୍ରିମକୋର୍ଟରେ ଟାଟା ଗ୍ରୁପର ବଡ ବିଜୟ । ସାଇରସ ମିସ୍ତ୍ରୀଙ୍କୁ ବହିଷ୍କାର ସପକ୍ଷରେ ରାୟ ଶୁଣାଇଲେ କୋର୍ଟ”
ସୀମା ଟପୁଛି ସଂକ୍ରମଣ : ଦେଶରେ ୭ ଦିନରେ ୩ ଲକ୍ଷ ୩୨ ହଜାର ୩୨୧ ନୂଆ ସଂକ୍ରମିତ ଚିହ୍ନଟ । ଗତ ୨୨ ଦିନରେ ପ୍ରତ୍ୟେକ ଦିନ ହାରାହାରି ୪୦ ହଜାର ମାମଲା
କନକ ବ୍ୟୁରୋ: ଗତ ମାର୍ଚ୍ଚ ୨୦ତାରିଖରେ ଦେଶରେ ସଂକ୍ରମଣ ୪୦ହଜାର ଟପିଥିବା ବେଳେ ମାର୍ଚ୍ଚ ୨୬ବେଳକୁ ଏହା ୬୦ହଜାର ପାଖରେ ପହଂଚିଛି । ଗତ ୭ଦିନରେ ୩ଲକ୍ଷ ୩୨ହଜାର ୩୨୧ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କରୋନା ସଂକ୍ରମଣ ବଢୁଥିବା ବେଳେ ଚିନ୍ତା ବି ବଢୁଛି । ୨୬ ମାର୍ଚ୍ଚ ୫୯,୧୧୮ ସଂକ୍ରମିତ ୨୫ ମାର୍ଚ୍ଚ ୫୩,୪୭୬ ସଂକ୍ରମିତ ୨୪ ମାର୍ଚ୍ଚ ୪୭,୨୬୨ ସଂକ୍ରମିତ ୨୩ ମାର୍ଚ୍ଚ ୪୦,୭୧୫ ସଂକ୍ରମିତ ୨୨ ମାର୍ଚ୍ଚ ୪୬,୯୫୧ ସଂକ୍ରମିତ ୨୧Continue reading “ସୀମା ଟପୁଛି ସଂକ୍ରମଣ : ଦେଶରେ ୭ ଦିନରେ ୩ ଲକ୍ଷ ୩୨ ହଜାର ୩୨୧ ନୂଆ ସଂକ୍ରମିତ ଚିହ୍ନଟ । ଗତ ୨୨ ଦିନରେ ପ୍ରତ୍ୟେକ ଦିନ ହାରାହାରି ୪୦ ହଜାର ମାମଲା”
ବେୟାରଷ୍ଟୋ-ବେନ ଷ୍ଟୋକ୍ସଙ୍କ ଧୂଆଁଧାର ବ୍ୟାଟିଂ । ଭାରତକୁ ୬ ୱିକେଟରେ ହରାଇଲା ଇଂଲଣ୍ଡ ।
କନକ ବ୍ୟୁରୋ: ଆଜି ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆରେ ଇଂଲଣ୍ଡ ଦମଦାର ବିଜୟ ହାସଲ କରିଛି । ଏହି ମ୍ୟାଚରେ ଜନି ବେୟାରଷ୍ଟୋ ଓ ବେନ ଷ୍ଟୋକ୍ସଙ୍କ ଧୂଆଁଧାର ବ୍ୟାଟିଂ ଦେଖିବାକୁ ମିଳିଥିଲା । ଫଳରେ ଇଂଲଣ୍ଡ ଏହି ମ୍ୟାଚକୁ ୬ ୱିକେଟରେ ଜିତି ନେଇଛି । ଏହାସହ ଏହି ୩ ଟିକିଆ ମୟାଚ ବିଶିଷ୍ଟ ସିରିଜ ଏବେ ୧-୧ରେ ବରାବର ସ୍ଥିତିରେ ରହିଛି । ଏହି ମ୍ୟାଚରେ ଇଂଲଣ୍ଡ ପ୍ରଥମେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲାContinue reading “ବେୟାରଷ୍ଟୋ-ବେନ ଷ୍ଟୋକ୍ସଙ୍କ ଧୂଆଁଧାର ବ୍ୟାଟିଂ । ଭାରତକୁ ୬ ୱିକେଟରେ ହରାଇଲା ଇଂଲଣ୍ଡ ।”
ସୁଏଜ କେନାଲରେ ଅଟକି ଯାଇଛି ବିଶାଳ ମାଳବାହୀ ଜାହାଜ । ବିଶ୍ୱର ସବୁଠାରୁ ବ୍ୟସ୍ତ ଜଳପଥରେ ଟ୍ରାଫିକ ଜାମ ।
କନକ ବ୍ୟୁରୋ: ରାସ୍ତାରେ ଟ୍ରାଫିକ ଜାମ ଖବର ଆପଣ ଶୁଣିଥିଲେ । ହେଲେ ଜଳପଥରେ ଟ୍ରାଫିକ ଜାମ କଥାଟା ଶୁଣିଲେ ଅଡୁଆ ଲାଗୁଥିବ । ବିଶ୍ୱର ସବୁଠୁ ବ୍ୟସ୍ତ ବହୁଳ ଜଳପଥ ଇଜିପ୍ଟର ସୁଏଜ କେନାଲରେ ଏହି ଟ୍ରାଫିକ ଜାମ ହୋଇଛି । ମଙ୍ଗଳବାର ସକାଳେ ସୁଏଜ କେନାଲ ଦେଇ ଯାଉଥିବା ଏକ ବଡ କାର୍ଗୋ ସିପ୍ ଫସିଯାଇଛି । ୪୦୦ ମିଟର ଲମ୍ବ ଓ ୨୨୪ ହଜାର ଟନ ଓଜନର କାର୍ଗୋସିପ କମ ପାଣିରେ ଫସିଯାଇContinue reading “ସୁଏଜ କେନାଲରେ ଅଟକି ଯାଇଛି ବିଶାଳ ମାଳବାହୀ ଜାହାଜ । ବିଶ୍ୱର ସବୁଠାରୁ ବ୍ୟସ୍ତ ଜଳପଥରେ ଟ୍ରାଫିକ ଜାମ ।”