ଦୁଇ ଦିିନିଆ କୂଟନୈତିକ ଗସ୍ତରେ ବାଂଲାଦେଶରେ ପ୍ରଧାନମନ୍ତ୍ରୀ ମୋଦୀ । ବାଂଲାଦେଶର ୫୦ତମ ସ୍ୱାଧୀନତା ଦିବସରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ହେଲେ ସାମିଲ ।

କନକ ବ୍ୟୁରୋ: କରୋନା ମହାମାରୀ ବ୍ୟାପିବା ପରେ ପ୍ରଥମ ଥର ପାଇଁ ବିଦେଶ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବାଂଲାଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ରେଡ କାର୍ପେଟରେ ସ୍ୱାଗତ କରାଯାଇଛି । ପ୍ରଧାନମନ୍ତ୍ରୀ ଶେଖ ହସିନା ନିଜେ ବିମାନ ବନ୍ଦରରେ ପହଂଚି ତାଙ୍କର ସ୍ୱାଗତ କରିଛନ୍ତି । ବାଂଲାଦେଶ ସ୍ୱାଧୀନତାର ସ୍ୱର୍ଣ୍ଣ ଜୟନ୍ତୀ ସମାରୋହରେ ସାମିଲ ହେବା ସହ ବଙ୍ଗବନ୍ଧୁ ଶେଖ ମୁଜିବୁର ରେହମାନଙ୍କ ଶହେ ତମ ଜନ୍ମ ଜୟନ୍ତୀ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମContinue reading “ଦୁଇ ଦିିନିଆ କୂଟନୈତିକ ଗସ୍ତରେ ବାଂଲାଦେଶରେ ପ୍ରଧାନମନ୍ତ୍ରୀ ମୋଦୀ । ବାଂଲାଦେଶର ୫୦ତମ ସ୍ୱାଧୀନତା ଦିବସରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ହେଲେ ସାମିଲ ।”

କରୋନା ଟିକା ଯୋଗାଣରେ ପାତର ଅନ୍ତର ନ କରିବାକୁ ଅନୁରୋଧ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଚିଠି ଲେଖିଲେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ । 

କନକ ବ୍ୟୁରୋ: ଟିକା ଯୋଗାଣରେ କେନ୍ଦ୍ର ପାତର ଅନ୍ତର କରୁଥିବା ଅଭିଯୋଗ ଆଣିଛନ୍ତି ରାଜ୍ୟସରକାର । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟକୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ମହାପାତ୍ର । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟକୁ ଲେଖିଥିବା ଚିଠିରେ ଏ.ସି.ଏସ୍ ପିକେ ମହାପାତ୍ର ଲେଖିଛନ୍ତି, ପର୍ଯ୍ୟାପ୍ତ ଟିକା ମହଜୁଦ ରହୁନଥିବାରୁ ୧୫ ଦିନ ପାଇଁ ଟିକାକରଣ କରିବାକୁ ରଣନୀତି ହୋଇ ପାରୁ ନାହିଁ । ଅନ୍ୟ ରାଜ୍ୟ ଗୁଡିକ ଦିନକୁ ୩ଲକ୍ଷ ଟିକାକରଣContinue reading “କରୋନା ଟିକା ଯୋଗାଣରେ ପାତର ଅନ୍ତର ନ କରିବାକୁ ଅନୁରୋଧ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଚିଠି ଲେଖିଲେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ । “

ପ୍ରକାଶ ପାଇଲା ୨୦୨୦ ବର୍ଷ ପାଇଁ ଗୃହ ବିଭାଗର ଶ୍ୱେତପତ୍ର । ରାଜ୍ୟରେ ଦିନକୁ ୨୮ ଚୋରି, ୮ ଦୁଷ୍କର୍ମ ମାମଲା ।

କନକ ବ୍ୟୁରୋ: ରାଜ୍ୟରେ ଦିନକୁ ୮ ଦୁଷ୍କର୍ମ, ୨୮ ଚୋରି ଆଉ ୪ ଜଣଙ୍କୁ ହତ୍ୟା । ବିଧାନସଭାରେ ଉପସ୍ଥାପିତ ଗୃହ ବିଭାଗର ଶ୍ୱେତପତ୍ର-୨୦୨୦ରେ ରାଜ୍ୟରେ ଘଟୁଥିବା ଅପରାଧର ଏଭଳି ତଥ୍ୟ ଆପଣଙ୍କୁ ଚିନ୍ତାରେ ପକାଇପାରେ । କରୋନା ସମୟରେ ଏକ ବର୍ଷରେ କଣ କଣ ଅପରାଧ ଘଟିଛି, ସେନେଇ ଓଡିଶା ସରକାର ପୁରା ଚିତ୍ର ଦେଇଛନ୍ତି । ଯେତେବେଳେ ମହାମାରୀ ପାଇଁ ସମସ୍ତଙ୍କୁ ଘରେ ରହିବାକୁ ନିବେଦନ କରାଯାଉଥିଲା, ନଜର ପକାନ୍ତୁ, ସେତେବେଳେ କଣ ସବୁContinue reading “ପ୍ରକାଶ ପାଇଲା ୨୦୨୦ ବର୍ଷ ପାଇଁ ଗୃହ ବିଭାଗର ଶ୍ୱେତପତ୍ର । ରାଜ୍ୟରେ ଦିନକୁ ୨୮ ଚୋରି, ୮ ଦୁଷ୍କର୍ମ ମାମଲା ।”

ପିପିଲି ଉପ ନିର୍ବାଚନ: ଯୁବ ଚେହେରା ବାଛିଲା ବିଜେଡି । ରୁଦ୍ର ପ୍ରସାଦଙ୍କୁ ମିଳିଲା ବିଜେଡି ଟିକେଟ୍ ।

କନକ ବ୍ୟୁରୋ: ପ୍ରଦୀପ ମହାରଥୀଙ୍କ ଦେହାନ୍ତ ହେବା ପରେ ପିପିଲିରେ ବିଜେଡିର ଦାୟିତ୍ୱ କିଏ ନେବ ତାକୁ ନେଇ ସବୁବେଳେ ଚର୍ଚ୍ଚା ହେଉଥିଲା । ଆଉ ଏହି ଚର୍ଚ୍ଚା ଭିତରେ ଯେଉଁ ଦୁଇଟି ଚେହେରା ସାମ୍ନାକୁ ଆସୁଥିିଲେ, ସେମାନେ ହେଲେ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀ ଏବଂ ପୁଅ ରୁଦ୍ର ପ୍ରତାପ ମହାରଥୀ । ପ୍ରଦୀପ ମହାରଥୀ ନେତୃତ୍ୱ ଦେଉଥିବା ବେଳେ ପ୍ରତିଭା, ପିପିଲି ସମସ୍ୟାର ସମାଧାନ ସହ ଜଡ଼ିତ ରହୁଥିଲେ, ତେଣୁ ପ୍ରତିଭା ବି ଟିକେଟ୍Continue reading “ପିପିଲି ଉପ ନିର୍ବାଚନ: ଯୁବ ଚେହେରା ବାଛିଲା ବିଜେଡି । ରୁଦ୍ର ପ୍ରସାଦଙ୍କୁ ମିଳିଲା ବିଜେଡି ଟିକେଟ୍ ।”

ବଢ଼ୁଛି କରୋନା, ବଢ଼ିଲା କଟକଣା । ଗୁଡଫ୍ରାଇଡେ, ପଣାସଂକ୍ରାନ୍ତି, ରାମନବମୀ ସାମୂହିକ ଉତ୍ସବ ପାଳନ ମନା । କଟକଣା ଭିତରେ କରାଯିବ ରୀତିନୀତି ।

କନକ ବ୍ୟୁରୋ: ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି କରୋନା ଆକ୍ରାନ୍ତ । ଏହା ପୂର୍ବରୁ ସତର୍କ ହୋଇଛନ୍ତି ରାଜ୍ୟ ସରକାର । କରୋନାର ଦ୍ୱିତୀୟ ଲହରକୁ ଦୃଷ୍ଟିରେ ରଖି ପର୍ବପର୍ବାଣି ପାଳନ ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ଜାଣନ୍ତୁ, କ’ଣ ରହିଛି ମାର୍ଗଦର୍ଶିକାରେ । ପର୍ବପର୍ବାଣୀ ଉପରେ କଟକଣା ମନ୍ଦିର, ଗୀର୍ଜା ଆଦି ଧାର୍ମିକ ସ୍ଥଳରେ ଗହଳି କରିବା ମନା ସର୍ବସାଧାରଣ ସ୍ଥାନରେ ପର୍ବପର୍ବାଣୀ ପାଳନକୁ ବାରଣ ଗୁଡ୍ ଫ୍ରାଇଡେ, ଇଷ୍ଟର, ପଣାସଂକ୍ରାନ୍ତି,Continue reading “ବଢ଼ୁଛି କରୋନା, ବଢ଼ିଲା କଟକଣା । ଗୁଡଫ୍ରାଇଡେ, ପଣାସଂକ୍ରାନ୍ତି, ରାମନବମୀ ସାମୂହିକ ଉତ୍ସବ ପାଳନ ମନା । କଟକଣା ଭିତରେ କରାଯିବ ରୀତିନୀତି ।”

ସୁରଟରୁ ଓଡିଶା ଆସୁଛି ଟ୍ରେନ । ବ୍ରହ୍ମପୁର ଷ୍ଟେସନରେ ଓହ୍ଲାଇଲେ ଶହ ଶହ ସୁରଟ ଫେରନ୍ତା । ରେଳ ଷ୍ଟେସନରେ ପ୍ରତ୍ୟେକ ଯାତ୍ରୀଙ୍କ ସ୍କ୍ରିନିଂ କରୁଛି ପ୍ରଶାସନ । 

କନକ ବ୍ୟୁରୋ: ଗଞ୍ଜାମ ଜିଲ୍ଲାରେ ଏବେ ଆରମ୍ଭ ହୋଇଛି ଦଣ୍ଡ ଯାତ୍ରା ଓ ଚୈତ୍ର ପର୍ବ । ଏହାକୁ ଆଖି ଆଗରେ ରଖି ଶହ ଶହ ପ୍ରବାସୀ ଓଡ଼ିଆ ନିଜ ଗ୍ରାମକୁ ଫେରୁଛନ୍ତି । ବିଶେଷକରି ଗୁଜୁରାଟ ଓ ମହାରାଷ୍ଟ୍ରରୁ ଅନେକ ଲୋକ ଆସୁଛନ୍ତି । ସେପଟେ କରୋନାର ଦ୍ୱତୀୟ ଲହରୀ ପରେ ଏହି ୨ଟି ରାଜ୍ୟରେ ସଂକ୍ରମଣଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏପରେ କିଛି ଅଂଚଳରେ ଲକଡାଉନ ଓ ନାଇଟ କର୍ଫ୍ୟୁ ଲାଗିଛି ।Continue reading “ସୁରଟରୁ ଓଡିଶା ଆସୁଛି ଟ୍ରେନ । ବ୍ରହ୍ମପୁର ଷ୍ଟେସନରେ ଓହ୍ଲାଇଲେ ଶହ ଶହ ସୁରଟ ଫେରନ୍ତା । ରେଳ ଷ୍ଟେସନରେ ପ୍ରତ୍ୟେକ ଯାତ୍ରୀଙ୍କ ସ୍କ୍ରିନିଂ କରୁଛି ପ୍ରଶାସନ । “

ସ୍ପଷ୍ଟ ହେଉଛି ପିପିଲି ମଇଦାନ । ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି । ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀଙ୍କୁ ଟିକଟ ଦେଲା ଦଳ ।

କନକ ବ୍ୟୁରୋ: ବିଜେଡିରୁ ରୁଦ୍ର ପ୍ରତାପ ମହାରଥୀ, ବିଜେପିରୁ ଆଶ୍ରିତ ପଟ୍ଟନାୟକ, କଂଗ୍ରେସରୁ କିଏ? ପିପିଲି ଉପ-ନିର୍ବାଚନରେ କିଏ କାହା ବିରୁଦ୍ଧରେ ଲଢ଼ିବେ, ତାହା ସ୍ପଷ୍ଟ ହେବାରେ ଲାଗିଛି । ଉଭୟ ବିଜେଡି ଓ ବିଜେପି ପ୍ରାର୍ଥୀଙ୍କୁ ନେଇ ଯେଉଁ ଆକଳନ କରାଯାଉଥିଲା, ସେହି ଆକଳନ ଉପରେ ଦଳୀୟ ମୋହର ଲାଗିଛି । ବିଜେପି ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂହଙ୍କ ଘୋଷଣାର ଠିକ୍ ଗୋଟିଏ ଦିନ ପରେ ବିଜେଡି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି ଦଳୀୟ ସୁପ୍ରିମୋContinue reading “ସ୍ପଷ୍ଟ ହେଉଛି ପିପିଲି ମଇଦାନ । ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି । ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀଙ୍କୁ ଟିକଟ ଦେଲା ଦଳ ।”

୨୮ ତାରିଖରୁ ସମଗ୍ର ମହାରାଷ୍ଟ୍ରରେ ନାଇଟ୍ କର୍ଫ୍ୟୁ । ରାତି ୮ଟାରୁ ସକାଳ ୭ଟା ଯାଏଁ ଲାଗିବ କଟକଣା । ସଂକ୍ରମଣ ବଢୁଥିବା ଦେଖି ନିଷ୍ପତ୍ତି ନେଲେ ମହାରାଷ୍ଟ୍ର ସରକାର ।

କନକ ବ୍ୟୁରୋ: ମହାରାଷ୍ଟ୍ରକୁ ପୁଣି ଫେରିଲା ନାଇଟ୍ କର୍ଫ୍ୟୁ । ସଂକ୍ରମଣ ବଢୁଥିବା ଦେଖି ଆସନ୍ତା ୨୮ ତାରିଖରୁ ମହାରାଷ୍ଟ୍ରରେ ନାଇଟ୍ କର୍ଫ୍ୟୁ ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ୨୮ ତାରିଖରୁ ମହାରାଷ୍ଟ୍ରରେ ରାତି ୮ଟାରୁ ସକାଳ ୭ଟା ଯାଏଁ କର୍ଫ୍ୟୁ ବଳବତ୍ତର ରହିବ । ଗତ କିଛି ଦିନ ହେଲା ମହାରାଷ୍ଟ୍ରରେ ସଂକ୍ରମଣ ସୀମା ଡେଇଁଥିଲା । ସାରା ଦେଶରୁ ଯେତିକି ସଂକ୍ରମିତ ଚିହ୍ନଟ ହେଉଥିଲେ ସେ ଭିତରୁ ଅଧାରୁ ଅଧିକ ମହାରାଷ୍ଟ୍ରରୁ ଥିଲେContinue reading “୨୮ ତାରିଖରୁ ସମଗ୍ର ମହାରାଷ୍ଟ୍ରରେ ନାଇଟ୍ କର୍ଫ୍ୟୁ । ରାତି ୮ଟାରୁ ସକାଳ ୭ଟା ଯାଏଁ ଲାଗିବ କଟକଣା । ସଂକ୍ରମଣ ବଢୁଥିବା ଦେଖି ନିଷ୍ପତ୍ତି ନେଲେ ମହାରାଷ୍ଟ୍ର ସରକାର ।”

ପଶ୍ଚିମବଙ୍ଗରେ ମତଦାନ ପୂର୍ବରୁ ଟିଏମସି କାର୍ଯ୍ୟାଳୟରେ ବିସ୍ଫୋରଣ । ୩ ଲୋକ ଆହତ, ବିଜେପିକୁ ଦୋଷ ଦେଲା ଟିଏମସି ।

କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ଭୋଟିଂ ପୂର୍ବରୁ ଟିଏମସି କାର୍ଯ୍ୟାଳୟରେ ବିସ୍ଫୋରଣ । ଶୁକ୍ରବାର ବାଙ୍କୁରାର ଜୟପୁର ସ୍ଥିତ ଟିଏମସି କାର୍ଯ୍ୟାଳୟରେ ଏହି ବିସ୍ଫୋରଣ ଘଟିଛି । ଏଥିରେ ୩ ଜଣ ଲୋକ ଆହତ ହୋଇଥିବାବେଳେ ସେମାନଙ୍କୁ ହୁଗୁଳିର ଆରାମବାଗ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଏହି ବିସ୍ଫୋରଣ ଘଟଣାକୁ ନେଇ ଉଭୟ ବିଜେପି-ଟିଏମସି ପରସ୍ପରକୁ ଦୋଷାରୋପ କରିଛନ୍ତି । ଏହି ବିସ୍ଫୋରଣ ପଛରେ ବିଜେପିର ହାତ ଅଛି ବୋଲି ଟିଏମସି କହୁଥିବାବେଳେ, ବିଜେପିContinue reading “ପଶ୍ଚିମବଙ୍ଗରେ ମତଦାନ ପୂର୍ବରୁ ଟିଏମସି କାର୍ଯ୍ୟାଳୟରେ ବିସ୍ଫୋରଣ । ୩ ଲୋକ ଆହତ, ବିଜେପିକୁ ଦୋଷ ଦେଲା ଟିଏମସି ।”

ବଢୁଛି ରେଶମୀ ଜୁଏଲାରୀର ଚାହିଦା । ବ୍ୟବସାୟ କରି ଭଲ ରୋଜଗାର କରିବା ସହ ସ୍ୱାବଲମ୍ବୀ ହେଉଛନ୍ତି ମହିଳା ।

କନକ ବ୍ୟୁରୋ: ଗହଣା କହିଲେ ସାଧାରଣତ୍ୱ ସୁନା, ରୁପା, ହିରା ଏବଂ ବର୍ତମାନ ବଜାରରେ ମିଳୁଥିବା ସିଟି ଗୋଲ୍ଡ ଓ ଇମିଟେସନ୍ ଗହଣା ବାବଦରେ ବିଷୟରେ ଜାଣିଛୁ । ହେଲେ ରେଶମୀ ଗହଣା କହିଲେ ହଠାତ୍ ସମସ୍ତଙ୍କୁ ଅଜବ୍ ଲାଗିବା ସ୍ୱଭାବିକ୍ । କାହିଁକି ନାଁ ଏହା ବାବଦରେ ଖୁବ୍ କମ୍ ଲୋକ ଜାଣିଥିବେ । ହେଲେ ଏହାର ଚାହିଦା ଏବେ ଧିରେ ଧିରେ ବଢ଼ିବାରେ ଲାଗିଛି । ଆଉ ଏହି ବ୍ୟବସାୟ କରି ଭଲ ଦୁଇପଇସାContinue reading “ବଢୁଛି ରେଶମୀ ଜୁଏଲାରୀର ଚାହିଦା । ବ୍ୟବସାୟ କରି ଭଲ ରୋଜଗାର କରିବା ସହ ସ୍ୱାବଲମ୍ବୀ ହେଉଛନ୍ତି ମହିଳା ।”

Design a site like this with WordPress.com
Get started