ପିପିଲି ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା । ମହାରଥୀଙ୍କ ପୁଅ ରୁଦ୍ରଙ୍କ ନାଁରେ ମୋହର ମାରିଲେ ନବୀନ ।

କନକ ବ୍ୟୁରୋ : ପିପିଲି ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି । ରୁଦ୍ର ମହାରଥୀଙ୍କୁ ପ୍ରାର୍ଥୀ କଲା ବିଜେଡି । ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ହେଉଛନ୍ତି ରୁଦ୍ର । ତେବେ ଦୀର୍ଘଦିନ ହେବ ବିଜେଡି ପ୍ରାର୍ଥୀଙ୍କୁ ନେଇ ଯେଉଁ ସସପେନ୍ସ ଲାଗି ରହିଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ରୁଦ୍ର । ପୂର୍ବରୁ ଦଳୀୟ ସଙ୍ଗଠନ ପାଇଁ କାମ କରି ଆସୁଥିବା ରୁଦ୍ର ୨୦୧୯ ନିର୍ବାଚନରେ ମଧ୍ୟ ବେଶ ସକ୍ରିୟ ଥିଲେ । ମହାରଥୀଙ୍କContinue reading “ପିପିଲି ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା । ମହାରଥୀଙ୍କ ପୁଅ ରୁଦ୍ରଙ୍କ ନାଁରେ ମୋହର ମାରିଲେ ନବୀନ ।”

ବଲାଙ୍ଗିର ମେଡିକାଲ କଲେଜରୁ ଆସିଲା ଅଭାବନୀୟ ଦୃଶ୍ୟ । ଅଲଟ୍ରା ସାଉଣ୍ଡ ପାଇଁ ଦିନକ ଆଗରୁ ଲାଗୁଛି ଲାଇନ୍।

କନକ ବ୍ୟୁରୋ: ବଲାଙ୍ଗିର ଭୀମଭୋଇ ମେଡ଼ିକାଲରେ ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ । ଅଲଟ୍ରାସାଉଣ୍ଡ ପାଇଁ ଆସୁଥିବା ରୋଗୀଙ୍କୁ ଦିନକ ଆଗରୁ ଦେବାକୁ ପଡ଼ୁଛି ଲମ୍ବା ଲାଇନ । ଅଲଟ୍ରାଉଣ୍ଡ କରିବାର ପୂର୍ବ ଦିନ ସଂନ୍ଧ୍ୟାରୁ ଲାଇନରେ ରହି ରାତି ତମାମ ମଶା ଓ ଗରମରେ ରୋଗୀଙ୍କ ସଂମ୍ପର୍କୀୟ ଅପେକ୍ଷା କରି ରହୁଛନ୍ତି । ଅଟ୍ରାସାଉଣ୍ଡ ପାଇଁ ଲାଇନରେ ଥିଲେ ମଧ୍ୟ ପର ଦିନ ବି ପଡ଼ୁନି ରୋଗୀଙ୍କ ନମ୍ବର । କାରଣ ଜଣେ ମାତ୍ର କର୍ମଚାରୀContinue reading “ବଲାଙ୍ଗିର ମେଡିକାଲ କଲେଜରୁ ଆସିଲା ଅଭାବନୀୟ ଦୃଶ୍ୟ । ଅଲଟ୍ରା ସାଉଣ୍ଡ ପାଇଁ ଦିନକ ଆଗରୁ ଲାଗୁଛି ଲାଇନ୍।”

ରାଜ୍ୟରେ ବଢୁଛି ଦୈନିକ କରୋନା ସଂକ୍ରମଣ । ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଲେ, ଦିନକୁ ହେବ ୧୦ ହଜାର ଆରଟିପିସିଆର୍ ଟେଷ୍ଟ

କନକ ବ୍ୟୁରୋ: କରୋନାର ଦ୍ବିତୀୟ ଷ୍ଟ୍ରେନ୍ ୧୦୦ ଦିନ ରହିବା ନେଇ ଏସବିଆଇର ଆକଳନ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର। ସେ କହିଛନ୍ତି, ଏହି ଆକଳନକୁ ଆମେ ଗ୍ରହଣ କରିନୁ। କେଉଁ ଆଧାରରେ ଆକଳନ ହୋଇଛି ତାହା ଜଣାନାହିଁ। ତା’ଛଡ଼ା ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କିମ୍ବା ହୁ ପକ୍ଷରୁ କିଛି ସୂଚନା ଆସିନାହିଁ । ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଆହୁରି ମଧ୍ୟ କହିଛନ୍ତି, ଓଡ଼ିଶାରେ ସଂକ୍ରମଣ ବଢ଼ୁଥିବାରୁ ଆମକୁ ସଜାଗ ରହିବାକୁ ପଡ଼ିବ।Continue reading “ରାଜ୍ୟରେ ବଢୁଛି ଦୈନିକ କରୋନା ସଂକ୍ରମଣ । ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଲେ, ଦିନକୁ ହେବ ୧୦ ହଜାର ଆରଟିପିସିଆର୍ ଟେଷ୍ଟ”

ମୁମ୍ବାଇ ହସ୍ପିଟାଲରେ ନିଆଁ ଲାଗିବା ଘଟଣା : ମୃତକଙ୍କ ପରିବାରକୁ ହାତଯୋଡି କ୍ଷମା ମାଗିଲେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ସହାୟତା ରାଶି ଘୋଷଣା

କନକ ବ୍ୟୁରୋ : ମହାରାଷ୍ଟ୍ର ମହାନଗର ନିଗମର ଏକ କୋଭିଡ ହସ୍ପିଟାଲରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଏହାସହ ମୃତକଙ୍କ ପରିବାରକୁ ହାତଯୋଡି କ୍ଷମା ମାଗିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଛନ୍ତି କି କରୋନା ମହାମାରୀ କାରଣରୁ ଏହି ହସ୍ପିଟାଲକୁ ଅନୁମତି ଦିଆଯାଇଥିଲା । ଏହି ଅନୁମତିର ଶେଷ ତାରିଖ ମାର୍ଚ୍ଚ ୩୧ ଯାଏ ଥିଲା । ହେଲେ ତାହାContinue reading “ମୁମ୍ବାଇ ହସ୍ପିଟାଲରେ ନିଆଁ ଲାଗିବା ଘଟଣା : ମୃତକଙ୍କ ପରିବାରକୁ ହାତଯୋଡି କ୍ଷମା ମାଗିଲେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ସହାୟତା ରାଶି ଘୋଷଣା”

ପିପିଲି ଉପନିର୍ବାଚନ: ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ । ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା ପରେ ଦାଖଲ କଲେ ପ୍ରାର୍ଥୀପତ୍ର ।

କନକ ବ୍ୟୁରୋ: ପିପିଲି ବିଧାନସଭା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଆଜି ନାମାଙ୍କନ କରୁଛନ୍ତି । ତେବେ ଆଶ୍ରିତ ନାମାଙ୍କନ ପୂର୍ବରୁ ପିପିଲି ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ଆଉ ତାପରେ ଏକ ବାଇକ ରାଲିରେ ପୁରୀ ଅଭିମୁଖେ ବାହାରିଥିଲେ । ସଠାରେ ବିଜେପିର ନେତା ଓ କର୍ମୀଙ୍କ ଗହଣରେ ଯାଇ ନାମାଙ୍କନ ଦାଖଲ କରିଛନ୍ତି ଆଶ୍ରିତ । ପ୍ରାର୍ଥୀପତ୍ର ଦାଖଲ ପରେ ଆଶ୍ରିତ କହିଛନ୍ତି, ପିପିଲି ଉପନିର୍ବାଚନରେ ଲୋକଙ୍କ ବିଶ୍ୱାସ ବିଜୟ ହେବ,Continue reading “ପିପିଲି ଉପନିର୍ବାଚନ: ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ । ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା ପରେ ଦାଖଲ କଲେ ପ୍ରାର୍ଥୀପତ୍ର ।”

ସୁରଟରୁ ଓଡିଶା ଆସିଲା ଟ୍ରେନ । ବ୍ରହ୍ମପୁର ଷ୍ଟେସନରେ ଓହ୍ଲାଇଲେ ଶହ ଶହ ସୁରଟ ଫେରନ୍ତା, ଥର୍ମାଲ ସ୍କ୍ରିନିଂ ସହ ଲକ୍ଷଣ ଥିଲେ କରାଯାଉଛି ଆଣ୍ଟିଜେନ୍ ଟେଷ୍ଟ ।

କନକ ବ୍ୟୁରୋ: ସୁରଟରୁ ଓଡିଶା ଆସିଲା ଟ୍ରେନ । ଏହି ଟ୍ରେନରେ ସୁରଟରୁ ଗଞ୍ଜାମ ତଥା ରାଜ୍ୟର ଅନ୍ୟ ସ୍ଥାନକୁ ଶହ ଶହ ଓଡିଆ ଲୋକେ ଆସିଛନ୍ତି । ବିଶେଷକରି ଗଞ୍ଜାମ ଜିଲ୍ଲାରେ ଦଣ୍ଡଯାତ୍ରା, ତାରାତାରିଣୀଙ୍କ ଚୈତ୍ର ଯାତ୍ରା ଚାଲୁଥିବାରୁ ମାନସିକ ରଖିଥିବା ଲୋକେ ଘରକୁ ଫେରୁଛନ୍ତି । ଗୁଜରାଟ ଓ ମହାରାଷ୍ଟ୍ର ଅଚଂଳରୁ ବହୁ ଲୋକ ଆସୁଛନ୍ତି ଏହି ଟ୍ରେନରେ । ତେବେ ଗୁଜରାଟ ଓ ମହାରାଷ୍ଟ୍ରରେ ବର୍ତମାନ ସଂକ୍ରମଣ ଉପରମୁହାଁ । ସେଥିପାଇଁ ଗଞ୍ଜାମContinue reading “ସୁରଟରୁ ଓଡିଶା ଆସିଲା ଟ୍ରେନ । ବ୍ରହ୍ମପୁର ଷ୍ଟେସନରେ ଓହ୍ଲାଇଲେ ଶହ ଶହ ସୁରଟ ଫେରନ୍ତା, ଥର୍ମାଲ ସ୍କ୍ରିନିଂ ସହ ଲକ୍ଷଣ ଥିଲେ କରାଯାଉଛି ଆଣ୍ଟିଜେନ୍ ଟେଷ୍ଟ ।”

ରାଉରକେଲା ଏନଆଇଟିକୁ ଏବେ କରୋନା ଭୟ ! କରୋନା ସଂକ୍ରମିତଙ୍କ ସଂଖ୍ୟା ୪କୁ ବୃଦ୍ଧି 

କନକ ବ୍ୟୁରୋ : ରାଉରକେଲା ଏନଆଇଟିରେ ଏବେ କରୋନା ଭୟ । ଏଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪ରେ ପଂହଚିଛି । ଏହା ଆହୁରି ବଢିବା ଆଶଙ୍କା କରିଛନ୍ତି  ହଷ୍ଟେଲରେ ଥିବା ତୃତୀୟ ବର୍ଷର ଛାତ୍ରଛାତ୍ରୀ । ଅଫଲାଇନରେ ସେମିଷ୍ଟାର ପରୀକ୍ଷା ଦେବାକୁ ଏହି ଛାତ୍ରଛାତ୍ରୀ କ୍ୟାମ୍ପସକୁ ଆସିଛନ୍ତି । ଦେଶର ବିଭିନ୍ନ ସ୍ଥାନରୁ ଛାତ୍ରଛାତ୍ରୀ ଏଠାକୁ ଆସୁଥିବାରୁ କର୍ତୃପକ୍ଷ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ । ଏ ନେଇ ଶତାଧିକ ଛାତ୍ରଛାତ୍ରୀ  ପ୍ରତିଷ୍ଠାନରContinue reading “ରାଉରକେଲା ଏନଆଇଟିକୁ ଏବେ କରୋନା ଭୟ ! କରୋନା ସଂକ୍ରମିତଙ୍କ ସଂଖ୍ୟା ୪କୁ ବୃଦ୍ଧି “

ଆମେରିକାକୁ କେବେ ବି ଟପି ପାରିବନି ଚୀନ୍ । ମୁଁ କ୍ଷମତାରେ ଥିବାଯାଏଁ ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ରହିବ ଆମେରିକା: ବାଇଡେନ୍

କନକ ବ୍ୟୁରୋ: ଆମେରିକା ରାଷ୍ଟ୍ରପତିଙ୍କ ବଡ଼ ବୟାନ । କହିଲେ, ମୁଁ କ୍ଷମତାରେ ଥିବାଯାଏଁ ଆମେରିକାକୁ ଟପି କେବେ ବି ଚୀନ୍ କୁ ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ହେବାକୁ ଦେବିନି । ଉଦ୍ଭାବନ ଏବଂ ଭିତ୍ତିଭୂମି କ୍ଷେତ୍ରରେ ଯୁକ୍ତରାଷ୍ଟ୍ର ଆମେରିକାକୁ ଟପି ଚୀନ୍‌ ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ହୋଇ ପାରିବ ନାହିଁ ବୋଲି ଗୁରୁବାର ଦିନ ରାଷ୍ଟ୍ରପତି ଜୋ ବାଇଡେନ୍‌ ପ୍ରତିଶ୍ରୁତି ଦେଇଛନ୍ତି । ହ୍ଵାଇଟ୍‌ ହାଉସରେ ବାଇଡେନ୍‌ କହିଛନ୍ତି, ଚୀନ୍‌ ସହ ତୀବ୍ର ପ୍ରତିଦ୍ୱନ୍ଦ୍ୱିତାContinue reading “ଆମେରିକାକୁ କେବେ ବି ଟପି ପାରିବନି ଚୀନ୍ । ମୁଁ କ୍ଷମତାରେ ଥିବାଯାଏଁ ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ରହିବ ଆମେରିକା: ବାଇଡେନ୍”

ଉତ୍କଳ ଦିବସ ପାଳନ ଉପରେ କଟକଣା : ହୋଇ ପାରିବନି ବଡ ସମାବେଶ; କୋଭିଡ୍ କଟକଣା ମାନିବା ଏବଂ ମାସ୍କ ପିନ୍ଧିବା ବାଧ୍ୟତାମୂଳକ

କନକ ବ୍ୟୁରୋ : କରୋନା କାଳରେ ଉତ୍କଳ ଦିବସ ପାଳନ ପାଇଁ ଆସିଲା ଗାଇଡଲାଇନ୍ । ଏଥର କରୋନା କଟକଣାରେ ପାଳନ ହେବ ଉତ୍କଳ ଦିବସ । ଏନେଇ ସ୍ପେଶାଲ ରିଲିଫ୍ କମିଶନର ନିର୍ଦ୍ଦେଶନାମା ଜାରି କରିଛନ୍ତି । କରୋନା ସଂକ୍ରମଣକୁ ନଜରରେ ରଖି ଚଳିତ ବର୍ଷ ଉତ୍କଳ ଦିବସ ପାଳନ ଉପରେ କଟକଣା ଜାରି ହୋଇଛି । ଉତ୍କଳ ଦିବସ ପାଳନ ସମୟରେ ରାଜ୍ୟରେ କୌଣସି ସ୍ଥାନରେ ବହୁ ମାତ୍ରାରେ ଲୋକଙ୍କ ସମାଗମ, ସାଂସ୍କୃତିକ କାର୍ଯ୍ୟକ୍ରମକୁContinue reading “ଉତ୍କଳ ଦିବସ ପାଳନ ଉପରେ କଟକଣା : ହୋଇ ପାରିବନି ବଡ ସମାବେଶ; କୋଭିଡ୍ କଟକଣା ମାନିବା ଏବଂ ମାସ୍କ ପିନ୍ଧିବା ବାଧ୍ୟତାମୂଳକ”

ବିଗିଡିଲା ରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟାବସ୍ଥା। ଛାତିରେ ଯନ୍ତ୍ରଣା କାରଣରୁ ଆର୍ମି ହସ୍ପିଟାଲରେ କରାଗଲା ଭର୍ତ୍ତି

କନକ ବ୍ୟୁରୋ : ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯିବାରୁ ତାଙ୍କୁ ଶୁକ୍ରବାର ଦିନ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଠାରେ ତାଙ୍କର ରୁଟିନ୍ ଚେକଅଫ୍ ହେବା ପରେ ତାଙ୍କୁ ଡାକ୍ତରଙ୍କ ତତ୍ୱାବଧାନରେ ରଖାଯାଇଛି । ଡାକ୍ତରଙ୍କ କହିବା ମୁତାବକ ଏବେ ରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । କହିରଖୁ କି କିଛିଦିନ ତଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓଡିଶା ଆସିଥିଲେ । ସେ ଓଡିଶା ଆସି ରାଉରକେଲାର ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ ଶୁଭContinue reading “ବିଗିଡିଲା ରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟାବସ୍ଥା। ଛାତିରେ ଯନ୍ତ୍ରଣା କାରଣରୁ ଆର୍ମି ହସ୍ପିଟାଲରେ କରାଗଲା ଭର୍ତ୍ତି”

Design a site like this with WordPress.com
Get started