କଟକଣା ଭିତରେ ହୋଲି ଖେଳିବାକୁ ଟ୍ୱିନସିଟିବାସୀଙ୍କୁ ପୋଲିସ କମିଶନରଙ୍କ ପରାମର୍ଶ : କୋଭିଡ୍ ନିୟମ ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ

କନକ ବ୍ୟୁରୋ : ଆସୁଛି ହୋଲି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ହୋଲି ପାଇଁ ଗାଇଡଲାଇନ ଜାରି କରାଯାଇଛି । ଚଳିତ ବର୍ଷ ହୋଲି ଘରେ ରହି ପାଳନ କରିବାକୁ କୁହାଯାଇଛି । ହୋଲି କଟକଣାକୁ ନେଇ ପୋଲିସ କମିଶନରଙ୍କ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ନିୟମ ଭାଙ୍ଗି ହୋଲି ଖେଳିଲେ କାର୍ଯ୍ୟାନୁଷ୍ଠାନ ହେବ । ସରକାରଙ୍କ କୋଭିଡ୍ ମାର୍ଗଦର୍ଶିକା ଅନୁସାରେ ହୋଲି ଖେଳନ୍ତୁ । କମିଶନରେଟ୍ ପୋଲିସ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛିContinue reading “କଟକଣା ଭିତରେ ହୋଲି ଖେଳିବାକୁ ଟ୍ୱିନସିଟିବାସୀଙ୍କୁ ପୋଲିସ କମିଶନରଙ୍କ ପରାମର୍ଶ : କୋଭିଡ୍ ନିୟମ ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ”

ରାଜ୍ୟ ସରକାରଙ୍କ ନୂଆ ଗାଇଡଲାଇନ୍ । ଆଗକୁ ଆସୁଥିବା ପର୍ବପର୍ବାଣୀ ଉପରେ କଟକଣା ଜାରି, ପଢ଼ନ୍ତୁ କ’ଣ ଆସିଲା ନୂଆ ନିୟମ ।

କନକ ବ୍ୟୁରୋ: ଦେଶର ବିଭିନ୍ନ ରାଜ୍ୟରେ କରୋନାର ନୂଆ ଷ୍ଟ୍ରେନ୍ ଚିନ୍ତା ବଢ଼ାଇଥିବାବେଳେ କରୋନା କଟକଣା ଆହୁରି କଡ଼ାକଡ଼ି କରିଛନ୍ତି ରାଜ୍ୟ ସରକାର । ଆଗକୁ ଥିବା ପର୍ବପର୍ବାଣୀ ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । କରୋନା ସଂକ୍ରମଣକୁ ରୋକିବା ପାଇଁ ଗାଇଡଲାଇନ୍ ଜାରି କଲେ ସ୍ୱତନ୍ତ୍ର ରିଲିଫ କମିଶନର । ଆଗକୁ ଆସୁଥିବା ପର୍ବପର୍ବାଣି ଯଥା- ଗୁଡ୍ ଫ୍ରାଇଡେ, ପଣା ସଂକ୍ରାନ୍ତି, ଝାମୁଯାତ୍ରା, ଦଣ୍ଡଯାତ୍ରା ଏବଂ ରାମନବମୀ ଇତ୍ୟାଦି ଭଳି ପର୍ବପର୍ବାଣୀ ଉପରେ ଲାଗିଲାContinue reading “ରାଜ୍ୟ ସରକାରଙ୍କ ନୂଆ ଗାଇଡଲାଇନ୍ । ଆଗକୁ ଆସୁଥିବା ପର୍ବପର୍ବାଣୀ ଉପରେ କଟକଣା ଜାରି, ପଢ଼ନ୍ତୁ କ’ଣ ଆସିଲା ନୂଆ ନିୟମ ।”

ରାତି ପାହିଲେ ପଶ୍ଚିମବଙ୍ଗ ଓ ଆସାମରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ । ସୁରକ୍ଷା ବ୍ୟବସ୍ଥା କଡାକଡି

କନକ ବ୍ୟୁରୋ : ଦେଶର ୪ ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏନେଇ ଆସନ୍ତାକାଲି ଠାରୁ ପଶ୍ଚିମବଙ୍ଗ ଓ ଆସାମରେ ପ୍ରଥମପର୍ଯ୍ୟାୟ ମତଦାନ ଗ୍ରହଣ କରାଯିବ । ଏନେଇ ପ୍ରଶାସନ ତରଫରୁ ସମସ୍ତ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଂଚିଛି । କରୋନା କାଳରେ ନିର୍ବାଚନ ଅନୁଷ୍ଠିତ ହେଉଥିବାରୁ ଅନ୍ୟ ସମୟର ନିର୍ବାଚନ ଠାରୁ ଅଧିକ ସର୍ତ୍ତକତା ଅବଲମ୍ବନ କରାଯାଉଛି । କିଛି କିଛି ପୋଲିଂ ବୁଥ୍Continue reading “ରାତି ପାହିଲେ ପଶ୍ଚିମବଙ୍ଗ ଓ ଆସାମରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ । ସୁରକ୍ଷା ବ୍ୟବସ୍ଥା କଡାକଡି”

ପ୍ରକାଶ ପାଇଲା ୨୦୨୦ ବର୍ଷ ପାଇଁ ଗୃହ ବିଭାଗର ଶ୍ୱେତପତ୍ର : ରହିଛି ଲୁଣ୍ଠନ, ଦୁଷ୍କର୍ମ, ଚୋରି ଭଳି ଅପରାଧର ତଥ୍ୟ

କନକ ବ୍ୟୁରୋ : ପ୍ରକାଶ ପାଇଲା ଗୃହବିଭାଗର ୨୦୨୦ର ଶ୍ୱେତପତ୍ର । ଶ୍ୱେତପତ୍ରରେ ରହିଛି ରାଜ୍ୟରେ ଲାଲଚିତ୍ର । ୨୦୨୦ରେ ରାଜ୍ୟରେ ଅପରାଧର ଚିତ୍ର ଏଥିରେ ଦର୍ଶାଯାଇଛି । ୨୦୨୦ ମସିହାରେ ରାଜ୍ୟରେ କେତେ ଲୁଣ୍ଠନ, ଦୁଷ୍କର୍ମ ହୋଇଛି ତାର ତଥ୍ୟ ଏଥିରେ ଦର୍ଶାଯାଇଛି । ୨୦୨୦ ରେ ରାଜ୍ୟରେ ୧ ଲକ୍ଷ ୩୪ ହଜାର ୨୩୦ ଟି ପଞ୍ଜିକୃତ ଅପରାଧ ମାମଲା ଆସିଥିଲା। ସେଥିମଧ୍ୟରୁ ୧ ଲକ୍ଷ ୧୦ ହଜାର ୭୪୧ ଟି ମାମଲା ବିଭିନ୍ନContinue reading “ପ୍ରକାଶ ପାଇଲା ୨୦୨୦ ବର୍ଷ ପାଇଁ ଗୃହ ବିଭାଗର ଶ୍ୱେତପତ୍ର : ରହିଛି ଲୁଣ୍ଠନ, ଦୁଷ୍କର୍ମ, ଚୋରି ଭଳି ଅପରାଧର ତଥ୍ୟ”

ବଢୁଥିବା କରୋନା ସଂକ୍ରମଣକୁ ନେଇ ମତ ରଖିଲେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । କହିଲେ ଲକଡାଉନ୍ ହେବା ଭଳି ଆସିନାହିଁ ସ୍ଥିତି । ସେପଟେ ଡିଜିଟାଲ ମୁଦ୍ରା ନେଇ ମତଭେଦ ନଥିବା ଦେଲେ ସୂଚନା ।

କନକ ବ୍ୟୁରୋ : କରୋନା ସଂକ୍ରମଣ ଦ୍ରୁତ ଗତି‌ରେ ବୃଦ୍ଧି ପାଉଥିବାରୁ ପୁଣି ଥରେ ସର୍ବଭାରତୀୟ ଲକ୍‌ଡାଉନ୍ ଘୋଷଣା ହେବାର ଆଶଙ୍କା ପ୍ରକାଶ ପାଇଛି। ଏ ସମ୍ପର୍କରେ ନିଜର ମତ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ଗତବର୍ଷ ଆମେ ଯେଉଁଭଳି ଲକ୍‌ଡାଉନ୍ ସାମ୍ନା କରିଥିଲେ ବର୍ତ୍ତମାନ ପରିସ୍ଥିତିରେ ସେଭଳି ଲକ୍‌ଡାଉନ୍ ହେବା ଭଳି ମନେ ହେଉନି। ଗତବର୍ଷ ବହୁତ ବଡ଼ ଝଟ୍‌କା ଲାଗିଥିଲା ବୋଲି ସେ କହିଛନ୍ତି। ତେବେ ଅର୍ଥନୀତିରେContinue reading “ବଢୁଥିବା କରୋନା ସଂକ୍ରମଣକୁ ନେଇ ମତ ରଖିଲେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । କହିଲେ ଲକଡାଉନ୍ ହେବା ଭଳି ଆସିନାହିଁ ସ୍ଥିତି । ସେପଟେ ଡିଜିଟାଲ ମୁଦ୍ରା ନେଇ ମତଭେଦ ନଥିବା ଦେଲେ ସୂଚନା ।”

ବିଧାନସଭାରେ ଉଠିଲା କେନ୍ଦ୍ର କୃଷି ଆଇନ୍ ପ୍ରସଙ୍ଗ । ଗୃହରେ କଂଗ୍ରେସ ସଭ୍ୟଙ୍କ ହୋ-ହାଲ୍ଲା ଓ ନାରାବାଜି । ଦିନ ସାଢେ ୧୧ଟା ଯାଏଁ ଗୃହ ମୁଲତବୀ ରଖିଲେ ବାଚସ୍ପତି

କନକ ବ୍ୟୁରୋ : ଗୃହ ଆରମ୍ଭରୁ ହଟ୍ଟଗୋଳ । ବିଧାନସଭାରେ ଉଠିଲା କେନ୍ଦ୍ର କୃଷି ଆଇନ୍ ପ୍ରସଙ୍ଗ । ଗୃହରେ କଂଗ୍ରେସ ସଭ୍ୟଙ୍କ ହୋ-ହାଲ୍ଲା ଓ ନାରାବାଜି । ଦିନ ସାଢେ ୧୧ଟା ଯାଏଁ ଗୃହ ମୁଲତବୀ ରଖିଲେ ବାଚସ୍ପତି ।  କିଛିଦିନ ବିଧାନସଭା ସୁରୁଖୁରୁରେ ଚାଲିବା ପରେ ଆଜି ପୁଣି ଗୃହରେ ହୋ-ହାଲ୍ଲା ଓ ହଟ୍ଟଗୋଳ ଦେଖିବାକୁ ମିଳିଛି । ବାଚସ୍ପତି ଗୃହକୁ ପ୍ରବେଶ କରୁ କରୁ ଚାଷୀ ପ୍ରସଙ୍ଗ ନେଇ କଂଗ୍ରେସ ନାରାବାଜି ଆରମ୍ଭContinue reading “ବିଧାନସଭାରେ ଉଠିଲା କେନ୍ଦ୍ର କୃଷି ଆଇନ୍ ପ୍ରସଙ୍ଗ । ଗୃହରେ କଂଗ୍ରେସ ସଭ୍ୟଙ୍କ ହୋ-ହାଲ୍ଲା ଓ ନାରାବାଜି । ଦିନ ସାଢେ ୧୧ଟା ଯାଏଁ ଗୃହ ମୁଲତବୀ ରଖିଲେ ବାଚସ୍ପତି”

ଚାଷୀ ସଂଗଠନର ଭାରତ ବନ୍ଦ : ମାଷ୍ଟର କ୍ୟାଂଟିନରେ ବାମଦଳର ପିକେଟିଂ; ଗାଡି ଚଳାଚଳ ଜୀବନଯାତ୍ରା ସ୍ୱାଭାବିକ

କନକ ବ୍ୟୁରୋ : ଚାଷୀ ସଂଗଠନ ଦେଇଥିବା ବନ୍ଦର ଆଂଶିକ ପ୍ରଭାବ । ସଂଯୁକ୍ତ କିଷାନ ମୋର୍ଚ୍ଚା ଦେଇଥିବା ଭାରତ ବନ୍ଦ ଡାକରାକୁ ସମର୍ଥନ କରି ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ଓଡିଶା ଶାଖା ପକ୍ଷରୁ ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ରାସ୍ତା ରୋକ୍ କରାଯାଇଛି । ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ୧୨ ଘଂଟିଆ ବନ୍ଦ ପାଳନ କରୁଛନ୍ତି ଚାଷୀ ସଂଗଠନ ।Continue reading “ଚାଷୀ ସଂଗଠନର ଭାରତ ବନ୍ଦ : ମାଷ୍ଟର କ୍ୟାଂଟିନରେ ବାମଦଳର ପିକେଟିଂ; ଗାଡି ଚଳାଚଳ ଜୀବନଯାତ୍ରା ସ୍ୱାଭାବିକ”

ଦନକୁ ଦିନ ବଢିବାରେ ଲାଗିଛି ରେଶମୀ ଗହଣାର ଚାହିଦା : ରେଶମୀ ଗହଣା ବ୍ୟବସାୟ କରି ସ୍ୱାବଲମ୍ବୀ ହୋଇଛି ମାତୃଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ 

କନକ ବ୍ୟୁରୋ : ଗହଣା କହିଲେ ସାଧାରଣତଃ ସୁନା, ରୁପା, ହିରା ଏବଂ ବର୍ତମାନ ବଜାରରେ ମିଳୁଥିବା ଗୋଲ୍ଡ ଓ ଇମିଟେସନ୍ ଗହଣା ବାବଦରେ ବିଷୟରେ ଜାଣିଛୁ । ହେଲେ ରେଶମୀ ଗହଣା କହିଲେ ହଠାତ୍ ସମସ୍ତଙ୍କୁ ଅଜବ୍ ଲାଗିବା ସ୍ୱଭାବିକ୍ । କାହିଁକି ନାଁ ଏହା ବାବଦରେ ଖୁବ୍ କମ୍ ଲୋକ ଜାଣିଥିବେ । ହେଲେ ଏହାର ଚାହିଦା ଏବେ ଧିରେ ଧିରେ ବଢ଼ିବାରେ ଲାଗିଛି । ଆଉ ଏହି ବ୍ୟବସାୟ କରି ଭଲ ଦୁଇପଇସାContinue reading “ଦନକୁ ଦିନ ବଢିବାରେ ଲାଗିଛି ରେଶମୀ ଗହଣାର ଚାହିଦା : ରେଶମୀ ଗହଣା ବ୍ୟବସାୟ କରି ସ୍ୱାବଲମ୍ବୀ ହୋଇଛି ମାତୃଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ “

ପୁଣି କରୋନା କାୟାରେ କବଳିତ ହେବାକୁ ଯାଉଛି ଦେଶ । ଗତ ୨୪ ଘଂଟାରେ ୫୯ ହଜାର ନୂଆ ସଂକ୍ରମିତ ଚିହ୍ନଟ । କେବଳ ମହାରାଷ୍ଟ୍ରରୁ ୩୬ ହଜାର ନୂଆ ସଂକ୍ରମିତ

କନକ ବ୍ୟୁରୋ : ଦେଶରେ ପୁଣିଥରେ କରୋନାର ପ୍ରକୋପ ଦେଖିବାକୁ ମିଳିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ମୁତାବକ ଗତ ୨୪ ଘଂଟା ମଧ୍ୟରେ ଦେଶରେ ୫୯ ହଜାର ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ କେବଳ ମହାରାଷ୍ଟ୍ରରୁ ରହିଛନ୍ତି ୩୬ ହଜାର । ଦିଲ୍ଲୀରେ ବି ସ୍ଥିତି ଅସମ୍ଭାଳ । ଗତ ୨୪ ଘଂଟା ମଧ୍ୟରେ ଦିଲ୍ଲୀରୁ ୧୫୦୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେContinue reading “ପୁଣି କରୋନା କାୟାରେ କବଳିତ ହେବାକୁ ଯାଉଛି ଦେଶ । ଗତ ୨୪ ଘଂଟାରେ ୫୯ ହଜାର ନୂଆ ସଂକ୍ରମିତ ଚିହ୍ନଟ । କେବଳ ମହାରାଷ୍ଟ୍ରରୁ ୩୬ ହଜାର ନୂଆ ସଂକ୍ରମିତ”

ଝିଙ୍କି ନିକଟରେ ଟ୍ରକ୍-ବୋଲେରୋ ମୁହାଁମୁହିଁ, ୮ ଆହତ : ଘଟଣାସ୍ଥଳରେ ପୋଲିସର ଅନୁସନ୍ଧାନ ଜାରି

କନକ ବ୍ୟୁରୋ : ସୁବର୍ଣ୍ଣପୁର ଜିଲ୍ଲା ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥ ଝିଙ୍କି ନିକଟରେ ସଡକ ଦୁର୍ଘଟଣା । ଟ୍ରକ୍-ବୋଲେରୋ ମୁହାଁମୁହିଁ ଧକ୍କା ହେବାରୁ ୮ ଜଣ ଆହତ ହୋଇଛନ୍ତି । ସୂଚନାନୁସାରେ, ହରିନାପାଲିରୁ ପାଟଣାଗଡ ଫେରୁଥିଲା ବରଯାତ୍ରୀ ବୋଲେରୋ ଗାଡି । ଏହି ସମୟରେ ବୋଲେରୋକୁ ଧକ୍କା ଚାଉଳ ବୋଝେଇ ଟ୍ରକ ଦେଇଥିଲା । ଘଟଣାସ୍ଥଳରେ ପହଞ୍ଚି ସୋନପୁର ଦମକଳ ବାହିନୀ ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଆହତମାନଙ୍କ ମଧ୍ୟରେ ୨ ଜଣଙ୍କContinue reading “ଝିଙ୍କି ନିକଟରେ ଟ୍ରକ୍-ବୋଲେରୋ ମୁହାଁମୁହିଁ, ୮ ଆହତ : ଘଟଣାସ୍ଥଳରେ ପୋଲିସର ଅନୁସନ୍ଧାନ ଜାରି”

Design a site like this with WordPress.com
Get started