କାମାକ୍ଷାନଗରର ଦୁଇ ଛାତ୍ର ତିଆରି କଲେ ଜଳଚକ୍ର । ଜମିରେ ମାଡିଲା ପାଣି, ବିଭିନ୍ନ ପନିପରିବା ଚାଷ କଲେ ପରିବାର, ଛାତ୍ରଙ୍କୁ ପ୍ରଶଂସା କଲେ ସ୍ଥାନୀୟ ଲୋକ ।

କନକ ବ୍ୟୁରୋ : ଦୁଇ ଛାତ୍ରଙ୍କ କମାଲ । ଚାଷ ଜମିକୁ ପାଣି ମଡ଼ାଇବା ପାଇଁ ତିଆରି କଲେ ଜଳଚକ୍ର । ପାଣି ବୋତଲ ଓ କିଛି ବାଉଁଶ ଖଣ୍ଡରେ ତିଆରି ହୋଇଥିବା ଜଳଚକ୍ର ଯୋଗେ ଚାଷ ଜମିକୁ ଅହରହ ମାଡୁଛି ପାଣି । କାମାକ୍ଷାନଗର ବାଇସିଙ୍ଗା ଗାଁରୁ ଦୁଇ ଛାତ୍ରଙ୍କୁ ଏବେ ପ୍ରଶଂସାର ସୁଅ ଛୁଟୁଛି । ଚାଷ ଜମିକୁ ପାଣି ନିହାତି ଆବଶ୍ୟକ । ତେବେ ବିନା ଖର୍ଚ୍ଚରେ କେମିତି ଜମିରେ ପାଣି ମାଡ଼ିବ,Continue reading “କାମାକ୍ଷାନଗରର ଦୁଇ ଛାତ୍ର ତିଆରି କଲେ ଜଳଚକ୍ର । ଜମିରେ ମାଡିଲା ପାଣି, ବିଭିନ୍ନ ପନିପରିବା ଚାଷ କଲେ ପରିବାର, ଛାତ୍ରଙ୍କୁ ପ୍ରଶଂସା କଲେ ସ୍ଥାନୀୟ ଲୋକ ।”

ବିଧାନସଭାରେ ବିଜେପି ବିଧାୟକଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା । କହିଲେ ବେକାରି ପ୍ରସଙ୍ଗରେ ମନ୍ତ୍ରୀଙ୍କ ଉତ୍ତର ବିକିନି ପିନ୍ଧିଥିବା ମହିଳାଙ୍କ ପରି…

କନକ ବ୍ୟୁରୋ: ବେକାରୀ ସମସ୍ୟାକୁ ନେଇ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକଙ୍କ ଉତ୍ତର ଏବଂ ଏହାପରେ ବିଜେପି ବିଧାୟକ ମୋହନ ମାଝୀଙ୍କ ପ୍ରତିକ୍ରିୟା, ବିବାଦ ସୃଷ୍ଟି କରିଛି । ମନ୍ତ୍ରୀଙ୍କ ଉତ୍ତରକୁ ନେଇ ବିଜେପି ବିଧାୟକ ଯେଉଁ ଉଦାହରଣ ଦେଇଛନ୍ତି ତାକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି । ଦେଖନ୍ତୁ, ଏହି ଭିଡିଓ…   from Kanak News via <a href="https://ifttt.com/?

ଆସନ୍ତା କାଲି କୃଷକ ପାଳିବେ ଭାରତ ବନ୍ଦ । ରାଜ୍ୟରେ ସ୍କୁଲ, କଲେଜ, ବିଶ୍ୱ ବିଦ୍ୟାଳୟ ସବୁ ରହିବ ବନ୍ଦ ।

କନକ ବ୍ୟୁରୋ: ଆସନ୍ତାକାଲି ବନ୍ଦ ରହିବ ବିଶ୍ୱ ବିଦ୍ୟାଳୟ, କଲେଜ ଓ ସ୍କୁଲ । ଭାରତ ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ପଦକ୍ଷେପ ନିଆଯାଇଛି । କଲେଜ ବନ୍ଦ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦେଇଥିବା ବେଳେ ସ୍କୁଲ ବନ୍ଦ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି । ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି । କାଲି କୃଷକ ସାରା ଭାରତରେ ପାଳିବେ ଭାରତ ବନ୍ଦ । କେନ୍ଦ୍ର ସରକାରଙ୍କContinue reading “ଆସନ୍ତା କାଲି କୃଷକ ପାଳିବେ ଭାରତ ବନ୍ଦ । ରାଜ୍ୟରେ ସ୍କୁଲ, କଲେଜ, ବିଶ୍ୱ ବିଦ୍ୟାଳୟ ସବୁ ରହିବ ବନ୍ଦ ।”

କରୋନାର ଦ୍ୱିତୀୟ ଲହର ନେଇ ଏସବିଆଇର ରିପୋର୍ଟ । ଏପ୍ରିଲ ଦ୍ୱିତୀୟ ସପ୍ତାହରେ ଶୀର୍ଷରେ ପହଁଚିବ ସଂକ୍ରମଣ । ୧୦୦ ଦିନ ପର୍ଯ୍ୟନ୍ତ ରହିବ ପ୍ରଭାବ ।

କନକ ବ୍ୟୁରୋ: ଦେଶର ସବୁଠାରୁ ବଡ ରାଷ୍ଟ୍ରାୟତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର କରୋନା ସମ୍ପର୍କିତ ରିପୋର୍ଟ କିଛି ଏଭଳି ତଥ୍ୟ ଆଗକୁ ଆଣିଛି । ଯେଉଁଥିରେ କୁହାଯାଇଛି, ଦେଶରେ କରୋନାର ଦ୍ୱିତୀୟ ଲହର ଫେବ୍ରୁଆରୀ ୧୫ ପରେ ଆସିବାର ସଂକେତ ମିଳିଛି । ଏହି ରିପୋର୍ଟ କହିଛି, ମାର୍ଚ୍ଚ ୨୩ ତାରିଖ ସୁଦ୍ଧା ଦେଖାଦେଇଥିବା ଟ୍ରେଣ୍ଡ ଅନୁସାରେ ଦ୍ୱିତୀୟ ଲହର ଦ୍ୱାରା ଭାରତରେ ୨୫ଲକ୍ଷ ଲୋକ ଆକ୍ରାନ୍ତ ହେବେ । ୨୮ ପୃଷ୍ଠାର ଏହିContinue reading “କରୋନାର ଦ୍ୱିତୀୟ ଲହର ନେଇ ଏସବିଆଇର ରିପୋର୍ଟ । ଏପ୍ରିଲ ଦ୍ୱିତୀୟ ସପ୍ତାହରେ ଶୀର୍ଷରେ ପହଁଚିବ ସଂକ୍ରମଣ । ୧୦୦ ଦିନ ପର୍ଯ୍ୟନ୍ତ ରହିବ ପ୍ରଭାବ ।”

କାଲି ବନ୍ଦ ରହିବ ବିଶ୍ୱ ବିଦ୍ୟାଳୟ, କଲେଜ । ଭାରତ ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ପଦକ୍ଷେପ ।

କନକ ବ୍ୟୁରୋ: ଆସନ୍ତାକାଲି ବନ୍ଦ ରହିବ ବିଶ୍ୱ ବିଦ୍ୟାଳୟ ଓ କଲେଜ । ଭାରତ ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ପଦକ୍ଷେପ ନିଆଯାଇଛି । କଲେଜ ବନ୍ଦ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା । ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି । କାଲି କୃଷକ ସାରା ଭାରତରେ ପାଳିବେ ଭାରତ ବନ୍ଦ ଏନେଇ ଉତ୍କଳ ବିଶ୍ୱବିଦ୍ୟାଳୟରେ ମଧ୍ୟ ସମସ୍ତ ପରୀକ୍ଷା ବାତିଲ କରାଯାଇଛି । +୩ର ପଞ୍ଚମ ସେମିଷ୍ଟାରକୁ ପରୀକ୍ଷା ଘୁଞ୍ଚାଇContinue reading “କାଲି ବନ୍ଦ ରହିବ ବିଶ୍ୱ ବିଦ୍ୟାଳୟ, କଲେଜ । ଭାରତ ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ପଦକ୍ଷେପ ।”

ପଶ୍ଚିମ ଓଡ଼ିଶାରେ ବଢ଼ୁଛି ସଂକ୍ରମିତଙ୍କ ସଂଖ୍ୟା । ରେଭେନ୍ସାରେ କରୋନା ଚିହ୍ନଟ ପରେ ସବୁ ପରୀକ୍ଷା ବାତିଲ ।

କନକ ବ୍ୟୁରୋ: ରେଭେନ୍ସାରୁ ଆଉ ଜଣେ ପଜିଟିଭ ଚିହ୍ନଟ ହେବା ପରେ ୟୁନିଭରସିଟିରେ ମୋଟ କରୋନା ସଂକ୍ରମଣ ସଂଖ୍ୟା ୩ କୁ ବୃଦ୍ଧି ହୋଇଛି । ଫଳରେ ଦୁଇ ଦିନ ଧରି ହେବାକୁ ଥିବା  ସମସ୍ତ ପରୀକ୍ଷାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ  ବାତିଲ କରିଦେଇଛନ୍ତି ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ । ହଷ୍ଟେଲରେ ଯେଉଁ ବିଲ୍ଡିଂରେ ଆକ୍ରାନ୍ତ ହୋଇଛନ୍ତି, ସେଠାକୁ ଯିବା ଆସିବା ବାରଣ କରାଯାଇଛି । ଅନ୍ୟମାନଙ୍କୁ ଦୁଇ ଦିନ ମଧ୍ୟ ହଷ୍ଟେଲ ଛାଡିଦେବାକୁ କୁହାଯାଇଛି । ସେପଟେContinue reading “ପଶ୍ଚିମ ଓଡ଼ିଶାରେ ବଢ଼ୁଛି ସଂକ୍ରମିତଙ୍କ ସଂଖ୍ୟା । ରେଭେନ୍ସାରେ କରୋନା ଚିହ୍ନଟ ପରେ ସବୁ ପରୀକ୍ଷା ବାତିଲ ।”

ବନ୍ଦ ହେବନି ତାଳଚେର ତାପଜ ବିଦ୍ୟୁତ କେନ୍ଦ୍ର । କେନ୍ଦ୍ର ଶକ୍ତି ରାଷ୍ଟ୍ରମନ୍ତ୍ରୀଙ୍କୁ ଚିଠି ଲେଖି ଆଲୋଚନା ପରେ ମିଳିଲା ପ୍ରତିଶ୍ରୁତି । ଟୁଇଟ୍ କରି ସୂଚନା ଦେଲେ ଧର୍ମେନ୍ଦ୍ର ପ୍ରଧାନ । 

କନକ ବ୍ୟୁରୋ: ତାଳଚେର ତାପଜ ବିଦ୍ୟୁତ୍ କେନ୍ଦ୍ରର ତୃତୀୟ ପର୍ଯ୍ୟାୟ ସଂପ୍ରସାରଣକୁ ତ୍ୱରାନ୍ୱିତ କରାଯିବ ।  ଭବିଷ୍ୟତରେ ଏହି ପ୍ରକଳ୍ପ ବନ୍ଦ ହେବ ନାହିଁ ବୋଲି କେନ୍ଦ୍ର ଶକ୍ତି ରାଷ୍ଟ୍ରମନ୍ତ୍ରୀ ଆର.କେ ସିଂହ ପ୍ରତିଶ୍ରୁତି ଦେଇଥିବା ଟ୍ୱିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ତାଳଚେରରେ ଆଉ ଏକ ନୂଆ ତାପଜ ବିଦ୍ୟୁତ୍ କେନ୍ଦ୍ରର ପ୍ରତିଷ୍ଠା ପାଇଁ ମଧ୍ୟ କେନ୍ଦ୍ରମନ୍ତ୍ରୀ ଆର କେ ସିଂହଙ୍କୁ ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ତେବେContinue reading “ବନ୍ଦ ହେବନି ତାଳଚେର ତାପଜ ବିଦ୍ୟୁତ କେନ୍ଦ୍ର । କେନ୍ଦ୍ର ଶକ୍ତି ରାଷ୍ଟ୍ରମନ୍ତ୍ରୀଙ୍କୁ ଚିଠି ଲେଖି ଆଲୋଚନା ପରେ ମିଳିଲା ପ୍ରତିଶ୍ରୁତି । ଟୁଇଟ୍ କରି ସୂଚନା ଦେଲେ ଧର୍ମେନ୍ଦ୍ର ପ୍ରଧାନ । “

ଉତ୍କଳ ବିଶ୍ୱବିଦ୍ୟାଳୟ ପରୀକ୍ଷା ଘୁଞ୍ଚିଲା । ଆସନ୍ତାକାଲି ଭାରତ ବନ୍ଦ ପାଇଁ ଘୁଞ୍ଚିଲା +୩ ପରୀକ୍ଷା

କନକ ବ୍ୟୁରୋ: ଉତ୍କଳ ବିଶ୍ୱବିଦ୍ୟାଳୟ ପରୀକ୍ଷା ଘୁଞ୍ଚିଲା । ଆସନ୍ତାକାଲି ଭାରତ ବନ୍ଦ ପାଇଁ +୩ ପଞ୍ଚମ ସେମିଷ୍ଟାର ପରୀକ୍ଷା ଘୁଞ୍ଚାଇ ଦିଆଯାଇଛି । ଏହି ତାରିଖରେ ହେବାକୁ ଥିବା ପରୀକ୍ଷା ୩୦ ତାରିଖରେ ହେବା ନେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛି କର୍ତ୍ତୃପକ୍ଷ । କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ୩ ଟି କୃଷି ବିଲକୁ ବିରୋଧ କରି କୃଷକ ମାନେ ଆନ୍ଦୋଳନ ଜାରିContinue reading “ଉତ୍କଳ ବିଶ୍ୱବିଦ୍ୟାଳୟ ପରୀକ୍ଷା ଘୁଞ୍ଚିଲା । ଆସନ୍ତାକାଲି ଭାରତ ବନ୍ଦ ପାଇଁ ଘୁଞ୍ଚିଲା +୩ ପରୀକ୍ଷା”

୨୮ ଓ ୨୯ ତାରିଖ ସ୍କୁଲ ଛୁଟି ଘୋଷଣା । ଦୋଳ ପୂର୍ଣ୍ଣିମା ଓ ହୋଲି ପାଇଁ ଛୁଟି ଘୋଷଣା କଲା ଗଣଶିକ୍ଷା ବିଭାଗ

କନକ ବ୍ୟୁରୋ: ୨୮ ଓ ୨୯ ତାରିଖ ସ୍କୁଲ ଛୁଟି ଘୋଷଣା କଲା ଗଣଶିକ୍ଷା ବିଭାଗ । ଗଣଶିକ୍ଷା ଅଧିନ ଶିକ୍ଷାନୁଷ୍ଠାନ ଗୁଡିକ ୨ ଦିନ ବନ୍ଦ ରହିବ । ଦୋଳ ପୂର୍ଣ୍ଣିମା ଓ ହୋଲି ପାଇଁ ଛୁଟି ଘୋଷଣା କଲା ଗଣଶିକ୍ଷା ବିଭାଗ । ତେବେ ଏନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ଅତିରିକ୍ତ ଶାସନ ସଚିବ । ଗତ ବର୍ଷ କରୋନା କାଳରେ ସମସ୍ତ ସ୍କୁଲ ବନ୍ଦ ରହିଥିଲା । ଦୀର୍ଘContinue reading “୨୮ ଓ ୨୯ ତାରିଖ ସ୍କୁଲ ଛୁଟି ଘୋଷଣା । ଦୋଳ ପୂର୍ଣ୍ଣିମା ଓ ହୋଲି ପାଇଁ ଛୁଟି ଘୋଷଣା କଲା ଗଣଶିକ୍ଷା ବିଭାଗ”

କଳିଙ୍ଗ ଷ୍ଟୁଡିଓର ହେବ ନବକଳେବର । କଳିଙ୍ଗ ଷ୍ଟୁଡିଓକୁ ବିଶ୍ୱସ୍ତରୀୟ କରିବାକୁ ନବୀକରଣ କାର୍ଯ୍ୟର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

କନକ ବ୍ୟୁରୋ : ନୂଆ ରୂପରେ ସଜେଇ ହେବ କଳିଙ୍ଗ ଷ୍ଟୁଡିଓ । ପୁନରୁଦ୍ଧାର  ହେବ କଳିଙ୍ଗ ଷ୍ଟୁଡିଓ । କଳିଙ୍ଗ ଷ୍ଟୁଡିଓକୁ ବିଶ୍ୱସ୍ତରୀୟ ଷ୍ଟୁଡିଓ ଭାବେ ଗଢି ତୋଳିବାକୁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । ଏନେଇ ୨ ଶହ କୋଟି ଟଙ୍କା ମଞ୍ଜୁର କରିଛନ୍ତି ରାଜ୍ୟ ସରକାର । କଳିଙ୍ଗ ଷ୍ଟୁଡିଓ ପରିସରରେ ପହଞ୍ଚି  ଏହାର ପୁନରୁଦ୍ଧାର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ସହ ନବୀକରଣ କାର୍ଯ୍ୟ ପାଇଁ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକContinue reading “କଳିଙ୍ଗ ଷ୍ଟୁଡିଓର ହେବ ନବକଳେବର । କଳିଙ୍ଗ ଷ୍ଟୁଡିଓକୁ ବିଶ୍ୱସ୍ତରୀୟ କରିବାକୁ ନବୀକରଣ କାର୍ଯ୍ୟର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।”

Design a site like this with WordPress.com
Get started