ବାତିଲ ହେଲା ରେଭେନ୍ସାର ସବୁ ପରୀକ୍ଷା । ରେଭେନ୍ସାରେ କରୋନା ପଜିଟିଭ ଚିହ୍ନଟ ହେବା ପରେ କର୍ତ୍ତୃପକ୍ଷଙ୍କ ପଦକ୍ଷେପ ।

କନକ ବ୍ୟୁରୋ: ବାତିଲ ହେଲା ରେଭେନ୍ସାର ସବୁ ପରୀକ୍ଷା । ରେଭେନ୍ସାରେ କରୋନା ପଜିଟିଭ ଚିହ୍ନଟ ହେବା ପରେ କର୍ତ୍ତୃପକ୍ଷଙ୍କ ପଦକ୍ଷେପ । ସ୍ଥିତି ସ୍ୱାଭାବିକ ନହେବା ଯାଏଁ ସବୁ ପରୀକ୍ଷା ବାତିଲ । ଆଜିଠୁ ଅଫଲାଇନ ଶିକ୍ଷାଦାନ ବନ୍ଦ, ଅନଲାଇନ ଶିକ୍ଷା ଦାନ ବ୍ୟବସ୍ଥା ଆରମ୍ଭ ହେବ । ରେଭେନ୍ସାରେ ପ୍ରଥମେ ଗୋଟିଏ ବିଭାଗରୁ ଜଣେ ଶିକ୍ଷକ କରୋନା ପଜିଟିଭ ଚିହ୍ନ ହୋଇଥିଲେ । ଏହାପରେ ହଷ୍ଟେଲରେ ଦୁଇ ଜଣ ଛାତ୍ରୀ କରୋନା ପଜିଟିଭ ଚିହ୍ନଟContinue reading “ବାତିଲ ହେଲା ରେଭେନ୍ସାର ସବୁ ପରୀକ୍ଷା । ରେଭେନ୍ସାରେ କରୋନା ପଜିଟିଭ ଚିହ୍ନଟ ହେବା ପରେ କର୍ତ୍ତୃପକ୍ଷଙ୍କ ପଦକ୍ଷେପ ।”

ପୁଣି ଚିନ୍ତା ବଢାଇଲାଣି କରୋନା । କରୋନା ଟିକା ରପ୍ତାନୀ ସାମୟିକଭାବେ ସ୍ଥଗିତ ରଖିଲା ଭାରତ ।

କନକ ବ୍ୟୁରୋ : ଭାରତରେ କରୋନା ସଂକ୍ରମଣ ପୁଣି ବଢୁଥିବାରୁ କେନ୍ଦ୍ର ସରକାର ସାମୟିକ ଭାବେ କୋଭିସିଲଡ ଟିକା ରପ୍ତାନିକୁ ସ୍ଥଗିତ ରଖିଛନ୍ତି । ଦେଶରେ କରୋନା ଟିକା ଚାହିଦା ପୂରଣ କରିବା ପରେ ପରବର୍ତ୍ତିକାଳରେ ବିଦେଶକୁ ରପ୍ତାନି କରିବା ସମ୍ପର୍କରେ ନିଷ୍ପତ୍ତି ନିଆଯିବ । କେନ୍ଦ୍ର ସରକାର ଆସନ୍ତା ଏପ୍ରିଲ ପହିଲାରୁ ୪୫ ବର୍ଷରୁ ଉର୍ଦ୍ଧ୍ବ ବୟସର ଲୋକମାନଙ୍କୁ କରୋନା ଟିକା ଦେବା ପାଇଁ ଘୋଷଣା କରିଛନ୍ତି । ଏହାପରେ ଦେଶରେ ଟିକା ଚାହିଦା ଆହୁରିContinue reading “ପୁଣି ଚିନ୍ତା ବଢାଇଲାଣି କରୋନା । କରୋନା ଟିକା ରପ୍ତାନୀ ସାମୟିକଭାବେ ସ୍ଥଗିତ ରଖିଲା ଭାରତ ।”

ବରଗଡରେ ନଷ୍ଟ ହେଉଛି ପରିବା । ଅଭାବୀ ବିକ୍ରି ଯୋଗୁଁ ଜମିରୁ ଟମାଟୋ ତୋଳୁନାହାନ୍ତି ଚାଷୀ, ବିଲରେ ଖତ ହେଉଛି ବନ୍ଧାକୋବି ।

କନକ ବ୍ୟୁରୋ : ପନିପରିବା ଅଭାବି ବିକ୍ରିକୁ ନେଇ ଚିନ୍ତାରେ ବରଗଡ ଜିଲ୍ଲାର ଚାଷୀ । ବନ୍ଧାକୋବି ଓ ଟମାଟୋର ଅଭାବି ବିକ୍ରି ଯୋଗୁଁ ଚାଷୀ କ୍ଷତିରେ ପଡିଛନ୍ତି । ଚାଷ ପାଇଁ ଯେତେ ଟଙ୍କା ଖର୍ଚ୍ଚ କରିଥିଲେ, ସେତିକି ପାଇବା ମୁସ୍କିଲ ହୋଇପଡିଲାଣି । ବରଗଡ ଜିଲ୍ଲା ବିଜେପୁର ଅନ୍ତର୍ଗତ ଏମଗଣ୍ଡପାଲି ଗାଁରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ । ଖବର ପାଇ ସ୍ଥିତି ପରଖିଥିଲା କନକ ନ୍ୟୁଜ ଟିମ୍ । ବିଲରେ ପଡି ପଡିContinue reading “ବରଗଡରେ ନଷ୍ଟ ହେଉଛି ପରିବା । ଅଭାବୀ ବିକ୍ରି ଯୋଗୁଁ ଜମିରୁ ଟମାଟୋ ତୋଳୁନାହାନ୍ତି ଚାଷୀ, ବିଲରେ ଖତ ହେଉଛି ବନ୍ଧାକୋବି ।”

ଅବଧି ଆଗରୁ ବନ୍ଦ ହୋଇଗଲା ତାଳଚେର ଥର୍ମାଲ ପାୱାର ପ୍ଲାଣ୍ଟ । ୧୪ ଶହ ଠିକା କର୍ମଚାରୀଙ୍କ ସମେତ ୫୦ ହଜାର ଲୋକ ପ୍ରଭାବିତ ହେବା ଆଶଙ୍କା, କେନ୍ଦ୍ରକୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ।

କନକ ବ୍ୟୁରୋ : ଅବଧି ଶେଷ ପୂର୍ବରୁ ବନ୍ଦ ହୋଇଗଲା ତାଳଚେର ଥର୍ମାଲ ପାୱାର ପ୍ଲାଂଟ । ଠପ୍ ହୋଇଯାଇଛି ୬ ୟୁନିଟ ବିଦ୍ୟୁତ ଉତ୍ପାଦନ । ମାର୍ଚ୍ଚ ୩୧ ତାରିଖ ଯାଏଁ ପରିବେଶ ମଂଜୁରୀ ଥିବା ବେଳେ ୯ ଦିନ ଆଗରୁ ବନ୍ଦ ହୋଇଯାଇଛି ତାଳଚେର ଏନଟିପିସି ଟିଟିପିଏସ । ଏହାକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ତାତି ଉଠିଛି ଶ୍ରମିକ ସଂଗଠନ । ଖୁବଶୀଘ୍ର ଟିଟିପିଏସ ଚାଲୁ ନହେଲେ ତାଳଚେରର ସମସ୍ତ କୋଇଲା ଖଣିରୁContinue reading “ଅବଧି ଆଗରୁ ବନ୍ଦ ହୋଇଗଲା ତାଳଚେର ଥର୍ମାଲ ପାୱାର ପ୍ଲାଣ୍ଟ । ୧୪ ଶହ ଠିକା କର୍ମଚାରୀଙ୍କ ସମେତ ୫୦ ହଜାର ଲୋକ ପ୍ରଭାବିତ ହେବା ଆଶଙ୍କା, କେନ୍ଦ୍ରକୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ।”

ସିଆରପିଏଫ୍ ପାଟ୍ରୋଲିଂ ଗାଡି ଉପରେ ଆତଙ୍କବାଦୀ ଆକ୍ରମଣ । ୨ ଯବାନ ସହିଦ୍, ୨ ଜଣ ଗୁରୁତର

କନକ ବ୍ୟୁରୋ : ଶ୍ରୀନଗର ଠାରେ ସିଆରପିଏଫ୍ ର ପାଟ୍ରୋଲିଂ ଗାଡି ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ପାଟ୍ରୋଲିଂ ଗାଡିରେ ଥିବା ଯବାନମାନଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । କହିରଖୁ କି ଶ୍ରୀନଗରର ଲାବାପୋରା ଇଲାକାରେ ଗୁରୁବାର ଦ୍ୱିପ୍ରହର ସମୟରେ ସିଆରପିଏଫ୍ ର ଏକ ଟିମ୍ ପାଟ୍ରୋଲିଂ କରୁଥିବା ବେଳେ ହଠାତ୍ ଆତଙ୍କବାଦୀମାନେ ପାଟ୍ରୋଲିଂ ଗାଡି ଉପରେ ଆକ୍ରମଣ କରିଥିଲେ । ଶ୍ରୀନଗରContinue reading “ସିଆରପିଏଫ୍ ପାଟ୍ରୋଲିଂ ଗାଡି ଉପରେ ଆତଙ୍କବାଦୀ ଆକ୍ରମଣ । ୨ ଯବାନ ସହିଦ୍, ୨ ଜଣ ଗୁରୁତର”

ଆବାସ ଯୋଜନାରେ ଯୋଡି ହେଲା ନୂଆ ଫର୍ଦ୍ଦ । ସରକାରୀ କର୍ମଚାରୀଙ୍କୁ ଲକ୍ଷାଧିକ ଟଙ୍କାର ଅର୍ଥଦଣ୍ଡ । ଜେଇ ଓ ପଂଚାୟତ ଏକଜିକ୍ୟୁଟିଭଙ୍କୁ ଜରିମାନା ।

କନକ ବ୍ୟୁରୋ : ରାଜ୍ୟରେ ଆବାସ ଯୋଜନା ଦୁର୍ନୀତି ଘଟଣା ମୁଣ୍ଡ ଟେକିଥିବା ବେଳେ ଯାଜପୁର ଜିଲ୍ଲାରେ ମଧ୍ୟ ଅନେକ ସମୟରେ ଅନେକ ରୋଚକ ତଥ୍ୟ ସାମ୍ନାକୁ ଆସିଛି । ଯାଜପୁର ଜିଲ୍ଲା ଦଶରଥପୁର ବ୍ଳକ୍ ଅନ୍ତର୍ଗତ ବିରିପଟା ପଂଚାୟତରେ ଆବାସ ଖଣ୍ଡିଏ ପାଇଁ ଦୀର୍ଘ ୬/୭ ବର୍ଷ ହେଲା ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଡିଓ ଏବଂ ଜିଲ୍ଲାପାଳଙ୍କ ପାଖକୁ ଦୌଡିଦୌଡି ନିରାଶ ହେବା ପରେ ମାନ୍ୟବର ହାଇକୋର୍ଟଙ୍କ ପାଖରେ ନ୍ୟାୟ ମାଗିଥିଲେ ଯୋଗ୍ୟ ହିତାଧିକାରୀContinue reading “ଆବାସ ଯୋଜନାରେ ଯୋଡି ହେଲା ନୂଆ ଫର୍ଦ୍ଦ । ସରକାରୀ କର୍ମଚାରୀଙ୍କୁ ଲକ୍ଷାଧିକ ଟଙ୍କାର ଅର୍ଥଦଣ୍ଡ । ଜେଇ ଓ ପଂଚାୟତ ଏକଜିକ୍ୟୁଟିଭଙ୍କୁ ଜରିମାନା ।”

କରୋନା ଆକ୍ରାନ୍ତ ହେବା ପରେ ଏଭଳି ମଜାଳିଆ ଫଟୋ ଟୁଇଟ କଲେ ଆର ମାଧବନ୍ । କହିଲେ ରଞ୍ଛୋ ଭାଇରସ୍ ମୋତେ କାବୁ କଲା

କନକ ବ୍ୟୁରୋ : ଗତକାଲି ବଲିଉଡ ଅଭିନେତା ଆମୀର ଖାନ କରୋନା ଆକ୍ରାନ୍ତ ହୋଇଥିବା ନେଇ ଖବର ମିଳିଥିଲା। ସେ କୋଭିଡ୍‌-୧୯ ଆକ୍ରାନ୍ତ ହେବା ପରେ ନିଜକୁ ଘ‌ରେ ପୃଥକ କରି ରଖିଛନ୍ତି। ଆମୀର କରୋନା ଭାଇରସ୍‌ର ଗାଇଡ୍‌ଲାଇନ୍‌ ମାନିବା ସହ ଗତ କିଛି ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ସେମାନଙ୍କର କରୋନା ପରୀକ୍ଷା କରାଇ ନେବାକୁ ଅନୁରୋଧ କରିଥିବା ତାଙ୍କ ମୁଖପାତ୍ର କହିଥିଲେ। ତେବେ ଆମୀରଙ୍କ ପରେ ଆଜି ଅଭିନେତା ଆର ମାଧବନ୍Continue reading “କରୋନା ଆକ୍ରାନ୍ତ ହେବା ପରେ ଏଭଳି ମଜାଳିଆ ଫଟୋ ଟୁଇଟ କଲେ ଆର ମାଧବନ୍ । କହିଲେ ରଞ୍ଛୋ ଭାଇରସ୍ ମୋତେ କାବୁ କଲା”

ଖରସ୍ରୋତାରେ ଗାଧୋଇବା ବେଳେ ନଦୀରେ ବୁଡି ଦୁଇ ଭାଇ ମୃତ । ଯାଜପୁର ରସଲପୁରରେ ଅଭାବନୀୟ ଘଟଣା ।

କନକ ବ୍ୟୁରୋ : ଯାଜପୁର ଜିଲ୍ଲାର ଖରସ୍ରୋତା ନଦୀରେ ଦୁଇ ଭାଇଙ୍କ ସଲିଳ ସମାଧୀ । ଏପରି ଏକ ଅଭାବନୀୟ ଘଟଣା ପରେ ଯାଜପୁର ଜିଲ୍ଲା ରସୁଲପୁର ନିକଟ ଚିନ୍ତାପଲ୍ଲି ଗାଁରେ ଶୋକର ଲହରି ଖେଳିଯାଇଛି । ଦୁଇ ମୃତକ ହେଉଛନ୍ତି ଚିନ୍ତାପଲ୍ଲୀ ଗାଁର କାହ୍ନୁଚରଣ ଚନ୍ଦଙ୍କ ପୁଅ ଦୀନବନ୍ଧୁ ଚନ୍ଦ ଓ ସାନପୁଅ ଦିବାକର ଚନ୍ଦ । ଆଜି ମଧ୍ୟାହ୍ନରେ ଦୁଇ ଭାଇ ଖରସ୍ରୋତା ନଦୀକୁ ଗାଧୋଇବାକୁ ଯାଇଥିଲେ । ଏହି ସମୟରେ ପାଣିରେ ବୁଡିContinue reading “ଖରସ୍ରୋତାରେ ଗାଧୋଇବା ବେଳେ ନଦୀରେ ବୁଡି ଦୁଇ ଭାଇ ମୃତ । ଯାଜପୁର ରସଲପୁରରେ ଅଭାବନୀୟ ଘଟଣା ।”

ତାମିଲନାଡୁ ନିର୍ବାଚନରେ ସ୍ୱାଧିନ ପ୍ରାର୍ଥୀଙ୍କ ଅଜବ ପ୍ରତିଶୃତି । ପ୍ରତି ପରିବାରକୁ ୧ କୋଟି ଟଙ୍କା, ତିନିମହଲା କୋଠା, ଚନ୍ଦ୍ର ଭ୍ରମଣ

କନକ ବ୍ୟୁରୋ : ଏବେ ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଲୋକମାନେ ଏବେ ଭୋଟର ମାନଙ୍କୁ ପ୍ରତିଶୃତିରେ ପୋତି ପକାଉଛନ୍ତି । କିଏ ଜିତିଲେ ଚାକିରୀର ଗ୍ୟାରେଣ୍ଟି ଦେଉଛି ତ କିଏ କଳ କାରଖାନା ନିର୍ମାଣର ପ୍ରତିଶୃତି । କିଏ ଭତ୍ତା ବୃଦ୍ଧି କରିବାକୁ କହୁଛି ତ କିଏ ସୁଶାସନ ଦେବାକୁ ପ୍ରତିଶୃତି ଦେଉଛି । ହେଲେ ତାମିଲନାଡୁରContinue reading “ତାମିଲନାଡୁ ନିର୍ବାଚନରେ ସ୍ୱାଧିନ ପ୍ରାର୍ଥୀଙ୍କ ଅଜବ ପ୍ରତିଶୃତି । ପ୍ରତି ପରିବାରକୁ ୧ କୋଟି ଟଙ୍କା, ତିନିମହଲା କୋଠା, ଚନ୍ଦ୍ର ଭ୍ରମଣ”

ଅବଧି ଆଗରୁ ବନ୍ଦ ହୋଇଗଲା ତାଳଚେର ଥର୍ମାଲ ପାୱାର ପ୍ଲାଣ୍ଟ । ୬ ୟୁନିଟ୍ ବିଜୁଳି ଉତ୍ପାଦନ ଠପ୍, ୧୪ ଶହ ଠିକା କର୍ମଚାରୀଙ୍କ ସମେତ ୫୦ ହଜାର ଲୋକ ପ୍ରଭାବିତ ହେବା ଆଶଙ୍କା । କେନ୍ଦ୍ରକୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ।

କନକ ବ୍ୟୁରୋ : ଅବଧି ଶେଷ ପୂର୍ବରୁ ବନ୍ଦ ହୋଇଗଲା ତାଳଚେର ଥର୍ମାଲ ପାୱାର ପ୍ଲାଂଟ । ଫଳରେ ୬ ୟୁନିଟ୍ ବିଦ୍ୟୁତ ଉତ୍ପାଦନ ପୁରା ଠପ୍ ହୋଇଯାଇଛି । ମାର୍ଚ୍ଚ ୩୧ ତାରିଖ ଯାଏଁ ପରିବେଶ ମଞ୍ଜୁରୀ ଥିବାବେଳେ ପ୍ଲାଣ୍ଟ ବନ୍ଦ ହୋଇଯିବ ବୋଲି ଆଶଙ୍କା କରାଯାଉଥିଲା । ହେଲେ ୯ ଦିନ ପୂର୍ବରୁ ବନ୍ଦ ହୋଇଯାଇଛି ତାଳଚେରସ୍ଥିତ ଟିଟିପିଏସ । ଏହାକୁ ନେଇ ସେଠାରେ ଅସନ୍ତୋଷ ଦେଖାଦେଇଛି । ପ୍ରଥମେ ପ୍ଲାଂଟର ୧ ନମ୍ବରContinue reading “ଅବଧି ଆଗରୁ ବନ୍ଦ ହୋଇଗଲା ତାଳଚେର ଥର୍ମାଲ ପାୱାର ପ୍ଲାଣ୍ଟ । ୬ ୟୁନିଟ୍ ବିଜୁଳି ଉତ୍ପାଦନ ଠପ୍, ୧୪ ଶହ ଠିକା କର୍ମଚାରୀଙ୍କ ସମେତ ୫୦ ହଜାର ଲୋକ ପ୍ରଭାବିତ ହେବା ଆଶଙ୍କା । କେନ୍ଦ୍ରକୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ।”

Design a site like this with WordPress.com
Get started