ଦେଶରେ ବେକାବୁ ହେଲାଣି କରୋନା ସ୍ଥିତି । ୫ ମାସ ପରେ ପୁଣି ଗୋଟିଏ ଦିନରେ ୫୦ ହଜାର ପାର କଲା ସଂକ୍ରମିତଙ୍କ ସଂଖ୍ୟା । ହୋଲି ପୂର୍ବରୁ ଏଭଳି ସଂକ୍ରମଣ ବୃଦ୍ଧିକୁ ନେଇ ଚିନ୍ତାରେ ସରକାର

କନକ ବ୍ୟୁରୋ : ଦେଶରେ କରୋନା ଭୁତାଣୁର ଗତି ଏବେ ତୀବ୍ର ହେବାରେ ଲାଗିଛି । ଗତ ୨୪ ଘଂଟା ମଧ୍ୟରେ ଦେଶରେ ୫୦ ହଜାରରୁ ଉର୍ଦ୍ଧ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପାଖା ପାଖି ୫ ମାସ ପରେ ପୁଣି ଥରେ ଗୋଟିଏ ଦିନରେ ସଂକ୍ରମିତଙ୍କ ସଂଖ୍ୟା ୫୦ ହଜାର ପାର ହୋଇଥିବା ଜଣାପଡିଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟର ସୂଚନା ମୁତାବକ ଗତ ୨୪ ଘଂଟା ମଧ୍ୟରେ ଦେଶରେ ୫୩,୩୬୪ ଜଣ ନୂଆ ସଂକ୍ରମିତContinue reading “ଦେଶରେ ବେକାବୁ ହେଲାଣି କରୋନା ସ୍ଥିତି । ୫ ମାସ ପରେ ପୁଣି ଗୋଟିଏ ଦିନରେ ୫୦ ହଜାର ପାର କଲା ସଂକ୍ରମିତଙ୍କ ସଂଖ୍ୟା । ହୋଲି ପୂର୍ବରୁ ଏଭଳି ସଂକ୍ରମଣ ବୃଦ୍ଧିକୁ ନେଇ ଚିନ୍ତାରେ ସରକାର”

ମିସେସ ଫେମିନା ଟାଇଟଲ ହାସଲ କରିବା ଲକ୍ଷ୍ୟରେ କଟକୀ ଝିଅ : ଟପ୍ ୨୦ରେ ନିଜ ସ୍ଥାନ କଲେ ପକ୍କା ଇପ୍ସିତା ପ୍ରିୟଦର୍ଶନୀ

କନକ ବ୍ୟୁରୋ : ଇଚ୍ଛାଶକ୍ତି ଥିଲେ ସବୁ କାର୍ଯ୍ୟ ସମ୍ଭବ । ପରିବାରର ସହଯୋଗ ମିଳିଲେ ଲକ୍ଷ୍ୟସ୍ଥଳରେ ପହଂଚିବା ସହଜ ହୋଇଯାଏ । ଯାହା ଘଟିଛି କଟକର ଇପ୍ସିତା ପ୍ରିୟଦର୍ଶନୀଙ୍କ କ୍ଷେତ୍ରରେ । ପରିବାର ଓ ସ୍ୱାମୀଙ୍କ ସହଯୋଗରେ ଫେମିନା ମିସେସ୍ ଟାଇଟଲ ୨୦୨୧ ହାତେଇବା ପାଇଁ ଲକ୍ଷ୍ୟ ରଖିଛନ୍ତି ଇପ୍ସିତା । ସେ ଏବେ ଟପ୍ ୨୦ରେ ଥିବା ବେଳେ ତାଙ୍କୁ ଟପ୍ ୧୦ରେ ପହଂଚାଇବା ପାଇଁ ଓଡିଶାବାସୀଙ୍କୁ ଭୋଟ ମାଗିଛନ୍ତି ଇପ୍ସିତା । ମିସେସContinue reading “ମିସେସ ଫେମିନା ଟାଇଟଲ ହାସଲ କରିବା ଲକ୍ଷ୍ୟରେ କଟକୀ ଝିଅ : ଟପ୍ ୨୦ରେ ନିଜ ସ୍ଥାନ କଲେ ପକ୍କା ଇପ୍ସିତା ପ୍ରିୟଦର୍ଶନୀ”

ପ୍ରକାଶ ପାଇଲା ଜେଇଇ ମେନ୍ ରେଜଲ୍ଟ : ୯୯.୯୫% ନମ୍ବର ରଖି ଦେବାଶିଷ ପଣ୍ଡା ଓଡ଼ିଶାର ଟପ୍ପର୍‌

କନକ ବ୍ୟୁରୋ : ଆଜି ‘ନ୍ୟାସ୍‌ନାଲ୍‌ ଟେଷ୍ଟିଙ୍ଗ୍‌ ଏଜେନ୍‌ସି’ ‘ଜେଇଇ (ମେନ୍‌)-୨୦୨୧ (ମାର୍ଚ ସେସନ୍‌)’ ପ୍ରଥମ ପେପର୍‌ର (ବି.ଇ./ବି.ଟେକ୍‌) ଫଳାଫଳ ପ୍ରକାଶ କରିଛି । ରାଜ୍ୟଓ୍ଵାରି ଟପ୍ପର୍‌ ତାଲିକାରେ ୯୯.୯୫ ପ୍ରତିଶତ ନମ୍ବର ରଖିଥିବା ଦେବାଶିଷ ପଣ୍ଡା ଓଡ଼ିଶାର ଟପ୍ପର୍‌ ହୋଇଛନ୍ତି । ଏହାଛଡ଼ା, ତେଲେଙ୍ଗାନା, ପଶ୍ଚିମବଙ୍ଗ, ଦିଲ୍ଲୀ, ବିହାର, ରାଜସ୍ଥାନ, ତାମିଲ୍‌ନାଡୁ ଓ ମହାରାଷ୍ଟ୍ରର ୧୩ଜଣ ପରୀକ୍ଷାର୍ଥୀ ୧୦୦% ନମ୍ବର ରଖିଥିବା ଫଳାଫଳ ତାଲିକାରେ ଉଲ୍ଲେଖ କରାଯାଇଛି । ୨୦୨୧ ମାର୍ଚ୍ଚ ୧୬ରୁ ୧୮ ପର୍ଯ୍ୟନ୍ତContinue reading “ପ୍ରକାଶ ପାଇଲା ଜେଇଇ ମେନ୍ ରେଜଲ୍ଟ : ୯୯.୯୫% ନମ୍ବର ରଖି ଦେବାଶିଷ ପଣ୍ଡା ଓଡ଼ିଶାର ଟପ୍ପର୍‌”

ଓଲଟି ପଡିଲା ସେନାର ଗାଡି । ଲାଗିଗଲା ନିଆଁ । ୫୩ଯବାନଙ୍କ ହୃଦୟ ବିଦାରକ ମୃତ୍ୟୁ, ୫ ଜଣ ଗୁରୁତର

କନକ ବ୍ୟୁରୋ : ଭାରତ ପାକିସ୍ତାନ ସୀମା ଶ୍ରୀନଗର ଜିଲ୍ଲାର ରାଜିୟାସର ନିକଟରେ ସେନାର ଏକ ଜିପ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଜିପ୍ ଟି ଓଲଟି ପଡିବା ପରେ ଜିପ୍ ରେ ନିଆଁ ଲାଗିଯାଇଥିଲା । ଫଳରେ ଜିପ୍ ଭିତରେ ଥିବା ସେନା କର୍ମଚାରୀଙ୍କ ମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ହୋଇଛି ଓ ୫ ଜଣ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି । ପୋଲିସର ସୂଚନା ମୁତାବକ ଏହି ଦୁର୍ଘଟଣା ଇନ୍ଦିରା ଗାନ୍ଧୀ କେନାଲ ୩୩୦ (ଆରଡି)Continue reading “ଓଲଟି ପଡିଲା ସେନାର ଗାଡି । ଲାଗିଗଲା ନିଆଁ । ୫୩ଯବାନଙ୍କ ହୃଦୟ ବିଦାରକ ମୃତ୍ୟୁ, ୫ ଜଣ ଗୁରୁତର”

ରେଭେନ୍ସାରେ ୨ ହଷ୍ଟେଲ ଛାତ୍ରୀଙ୍କୁ କରୋନା । ସଜାଗ ହେଲେ ବିଶ୍ୱ ବିଦ୍ୟାଳୟ କର୍ତୃପକ୍ଷ, ପରୀକ୍ଷା ବାତିଲ

କନକ ବ୍ୟୁରୋ : କଟକରେ ଚିନ୍ତା ବଢାଉଛି କରୋନା । ରେଭେନ୍ସାରେ ୨ ହଷ୍ଟେଲ ଛାତ୍ରୀ କରୋନା ସଂକ୍ରମିତ ହୋଇଛନ୍ତି । ଏହାପରେ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ଆଜି ଓ ଆସନ୍ତାକାଲି ହେବାକୁ ଥିବା ସମସ୍ତ ପରୀକ୍ଷାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବାତିଲ କରିଦେଇଛନ୍ତି । ଦୁଇ ହଷ୍ଟେଲରେ ଯେଉଁ ମହଲାରେ ଛାତ୍ରୀ ଆକ୍ରାନ୍ତ ହୋଇଛନ୍ତି, ସେହି ମହଲାରୁ କାହାରିକୁ ବାହାରକୁ ଆସିବାକୁ କିମ୍ବା ଯିବାକୁ ଅନୁମତି ଦିଆଯାଉନାହିଁ । ସେପଟେ, ହଷ୍ଟେଲରେ ରହୁଥିବା ଅନ୍ୟ ଛାତ୍ରୀଙ୍କୁ ଆସନ୍ତାContinue reading “ରେଭେନ୍ସାରେ ୨ ହଷ୍ଟେଲ ଛାତ୍ରୀଙ୍କୁ କରୋନା । ସଜାଗ ହେଲେ ବିଶ୍ୱ ବିଦ୍ୟାଳୟ କର୍ତୃପକ୍ଷ, ପରୀକ୍ଷା ବାତିଲ”

କେନ୍ଦ୍ରାପଡା ଜିଲ୍ଲା ବଙ୍ଗାଳପୁର ପଂଚାୟତରରେ ପାଣି ପାଇଁ ଅସନ୍ତୋଷ : ବିଦ୍ୟୁତ୍ ବିଲ୍ ବାକି ଥିବାରୁ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପରେ ବିଦ୍ୟୁତ ସଂଯୋଗ କାଟିଲା ବିଭାଗ

କନକ ବ୍ୟୁରୋ : ବିଦ୍ୟୁତ୍ ବିଲ୍ ବାକି ଥିବାରୁ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପରେ ବିଦ୍ୟୁତ ସଂଯୋଗ କାଟିଲା ବିଦ୍ୟୁତ ବିଭାଗ । ପାଣି ପାଇଁ ଡହଳ ବିକଳ କେନ୍ଦ୍ରାପଡା ଜିଲ୍ଲା ବଙ୍ଗାଳପୁର ପଂଚାୟତର ୪ ଟି ଗାଁର ହଜାର ହଜାର ଲୋକେ । ଖରାଦିନରେ ପିଇବାକୁ ପାଣି ମୁନ୍ଦେ ନପାଇବାରୁ, ବିଦ୍ୟୁତ ବିଭାଗର ଏଭଳି କାର୍ଯ୍ୟକୁ ନେଇ ବଢ଼ିବାରେ ଲାଗିଛି ଅସନ୍ତୋଷ । ଖରାଦିନରେ ଲୋକଙ୍କ ଜଳକଷ୍ଟ ଦୂର କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତିContinue reading “କେନ୍ଦ୍ରାପଡା ଜିଲ୍ଲା ବଙ୍ଗାଳପୁର ପଂଚାୟତରରେ ପାଣି ପାଇଁ ଅସନ୍ତୋଷ : ବିଦ୍ୟୁତ୍ ବିଲ୍ ବାକି ଥିବାରୁ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପରେ ବିଦ୍ୟୁତ ସଂଯୋଗ କାଟିଲା ବିଭାଗ”

ଦେଶ ମାତୃକାର ସେବା ପାଇଁ ଗାଁରେ ଗଢା ହେଉଛନ୍ତି ଯବାନ : ସେନାରେ ସାମିଲ ପାଇଁ ଯୁବପିଢିଙ୍କୁ ଉତ୍ସାହିତ କରୁଛନ୍ତି; ମାଗଣାରେ ପ୍ରଶିକ୍ଷଣ ଦେଉଛନ୍ତି ଓଡ୍ରାଫ ହାବିଲଦାର ରାଜେଶ

କନକ ବ୍ୟୁରୋ : କୋରାପୁଟ ଜିଲ୍ଲାର ଅନେକ ପିଲାଙ୍କ ସ୍ୱପ୍ନ ଦେଶ ସୁରକ୍ଷାରେ ସାମିଲ ହେବେ । ଶତ୍ରୁ ସହ ଲଢିବେ । ହେଲେ ପ୍ରଶିକ୍ଷଣ ପାଇଁ ଜିଲ୍ଲାରେ କୌଣସି ବ୍ୟବସ୍ଥା ନାହିଁ । ହେଲେ ଏବେ ଆଉ ପିଲାଙ୍କ ସ୍ୱପ୍ନ ଅଧୁରା ରହିବ ନାହିଁ । କାରଣ ସେମାନଙ୍କୁ ସେନାରେ ସାମିଲ କରାଇବା ପାଇଁ ପଣ କରିଛନ୍ତି ଓଡ୍ରାଫର ହାବିଲଦାର ରାଜେଶ ସାହୁ । କୋରାପୁଟ ଜିଲ୍ଲାର ପ୍ରତି ଘରୁ ବାହାରିବେ ଯବାନ, ଯୋଗ ଦେବେContinue reading “ଦେଶ ମାତୃକାର ସେବା ପାଇଁ ଗାଁରେ ଗଢା ହେଉଛନ୍ତି ଯବାନ : ସେନାରେ ସାମିଲ ପାଇଁ ଯୁବପିଢିଙ୍କୁ ଉତ୍ସାହିତ କରୁଛନ୍ତି; ମାଗଣାରେ ପ୍ରଶିକ୍ଷଣ ଦେଉଛନ୍ତି ଓଡ୍ରାଫ ହାବିଲଦାର ରାଜେଶ”

ମଧ୍ୟପ୍ରଦେଶ ଦାମୋହରେ ଥିବା ବସ୍ ଷ୍ଟାଣ୍ଡରେ ଅଗ୍ନିକାଣ୍ଡ : ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଜଳିଗଲା ୭ଟି ବସ୍ , କାରଣ ଅସ୍ପଷ୍ଟ

କନକ ବ୍ୟୁରୋ : ବିଳମ୍ବିତ ରାତ୍ରରେ ମଧ୍ୟପ୍ରଦେଶର ଦାମୋହସ୍ଥିତ ଏକ ବସ୍‌ଷ୍ଟାଣ୍ଡ୍‌ରେ ଅଗ୍ନିକାଣ୍ଡ ଘଟି ସାତଟି ବସ୍‌ ପୋଡ଼ିଯାଇଛି । ଗୋଟିଏ ପରେ ଗୋଟିଏ ବସ୍‌କୁ ନିଆଁ ଡେଇଁବାରୁ କ୍ଷଣିକରେ ୭ଟିଯାକ ବସ୍‌ ପୋଡ଼ିଗଲା । ଚିଫ୍‌ ସୁପରିଣ୍ଟେଣ୍ଡେଣ୍ଟ୍‌ ଅଫ୍‌ ପୋଲିସ୍‌ ଅଭିଷେକ ତିଓ୍ଵାରିଙ୍କ କହିବା ଅନୁସାରେ, ଏହି ଘଟଣାରେ କେହି ମୃତାହତ ହୋଇଥିବାର ସୂଚନା ମିଳିନାହିଁ । ସେ ଆହୁରି ମଧ୍ୟ କହିଛନ୍ତି, ନିଆଁ ଲାଗିଥିବାର ସୂଚନା ପାଇବା କ୍ଷଣି ସମ୍ପୃକ୍ତ କର୍ତ୍ତୃପକ୍ଷମାନେ ଘଟଣାସ୍ଥଳରେ ପହଞ୍ଚିଥିଲେContinue reading “ମଧ୍ୟପ୍ରଦେଶ ଦାମୋହରେ ଥିବା ବସ୍ ଷ୍ଟାଣ୍ଡରେ ଅଗ୍ନିକାଣ୍ଡ : ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଜଳିଗଲା ୭ଟି ବସ୍ , କାରଣ ଅସ୍ପଷ୍ଟ”

ଦେଶର ନୂଆ ପ୍ରଧାନ ବିଚାରପତି ହେବେ ଜଷ୍ଟିସ ଏନ.ଭି.ରମଣା : ଉତ୍ତରାଧିକାରୀ ଭାବେ ନାଁ ସୁପାରିଶ କଲେ ବର୍ତ୍ତମାନର ପ୍ରଧାନ ବିଚାରପତି

କନକ ବ୍ୟୁରୋ : ଜଷ୍ଟିସ ଏନ ଭି ରମଣା ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ । ଆସନ୍ତା ଅପ୍ରିଲ ୨୩ ତାରିଖରେ ପ୍ରଧାନ ବିଚାରପତି ଏସ ଏ ବୋବଡେ ଅବସର ନେଉଥିବାରୁ ଏହା ପୂର୍ବରୁ ସେ ତାଙ୍କ ଉତ୍ତରାଧିକାରୀ ଭାବେ ଜଷ୍ଟିସ ଏନ ଭି ରମଣାଙ୍କ ନାମ ସୁପାରିଶ କରିଛନ୍ତି । ଗତ ସପ୍ତାହରେ ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ପ୍ରଧାନ ବିଚାରପତି ବୋବଡେଙ୍କୁ ଚିଠି ଲେଖି ଉତରାଧିକାରୀଙ୍କ ନାମ ସୁପାରିଶ କରିବା ପାଇଁContinue reading “ଦେଶର ନୂଆ ପ୍ରଧାନ ବିଚାରପତି ହେବେ ଜଷ୍ଟିସ ଏନ.ଭି.ରମଣା : ଉତ୍ତରାଧିକାରୀ ଭାବେ ନାଁ ସୁପାରିଶ କଲେ ବର୍ତ୍ତମାନର ପ୍ରଧାନ ବିଚାରପତି”

ନିଖୋଜ ହେବାର ୫ ଦିନ ପରେ ବି ମହିଳାଙ୍କ ମିଳୁନି ପତ୍ତା : ବସ୍ ଫେଲ୍ ହେବାରୁ ଲିଫ୍ଟ ମାଗି ୫ ଦିନ ହେଲା ନିଖୋଜ ମା-ଝିଅ

କନକ ବ୍ୟୁରୋ : ୫ ଦିନ ପରେ ବି ନିଖୋଜ ମହିଳାଙ୍କ ମିଳୁନି ପତା । ଲିଫ୍ଟ ମାଗି ଗାଡିରେ ଯାଇଥିବା ଝିଅର ପତା ପାଉ ନାହାନ୍ତି ମାଆ । ଗତ ୨୦ ତାରିଖ ସକାଳ ୮ଟା ସମୟରେ ବେଗୁନିଆ ଥାନା ଛକରେ ଝିଅ ଶୁଭଲକ୍ଷ୍ମୀ ଓ ମା ବାଲାମଣି ଆଠଗଡ-ବ୍ରହ୍ମପୁର ବସକୁ ଅପେକ୍ଷା କରିଥିଲେ । କିନ୍ତୁ ବସ୍ ଫେଲ୍ ମାରିବାରୁ ସେବାଟ ଦେଇ ଯାଉଗୋଟିଏ ଗାଡିରେ ଲିଫ୍ଟ ମାଗିଥିଲେ ଶୁଭଲକ୍ଷ୍ମୀ । ସେଦିନଠାରୁ ତାଙ୍କରContinue reading “ନିଖୋଜ ହେବାର ୫ ଦିନ ପରେ ବି ମହିଳାଙ୍କ ମିଳୁନି ପତ୍ତା : ବସ୍ ଫେଲ୍ ହେବାରୁ ଲିଫ୍ଟ ମାଗି ୫ ଦିନ ହେଲା ନିଖୋଜ ମା-ଝିଅ”

Design a site like this with WordPress.com
Get started