ଏପ୍ରିଲ ୨ରେ ଓଡିଶା ଆସୁଛନ୍ତି ଉପରାଷ୍ଟ୍ରପତି । କୋଭିଡ୍ ନିୟମ ଅନୁପାଳନ ନେଇ କଡା ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ ।

କନକ ବ୍ୟୁରୋ: ଏପ୍ରିଲ ୨ରେ ଓଡିଶା ଆସୁଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ଏଥିପାଇଁ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଉପରାଷ୍ଟ୍ରପତିଙ୍କ ଗସ୍ତ କାଳରେ କୋଭିଡ୍ ନିୟମ ଅନୁପାଳନ କରିବା ନେଇ କଡା ନିର୍ଦ୍ଦେଶ ଦିଆଯାଇଛି । ଉପରାଷ୍ଟ୍ରପତିଙ୍କ ପାଖକୁ ଯିବାକୁ ଥିବା ସମସ୍ତ ଅଧିକାରୀ, କର୍ମଚାରୀ ଓ ସେବା ଯୋଗାଣକାରୀଙ୍କର ଆରଟିପିସିଆର ଟେଷ୍ଟ ହେବ । ଏହାସହିତ କଟକ ସ୍ଥିତContinue reading “ଏପ୍ରିଲ ୨ରେ ଓଡିଶା ଆସୁଛନ୍ତି ଉପରାଷ୍ଟ୍ରପତି । କୋଭିଡ୍ ନିୟମ ଅନୁପାଳନ ନେଇ କଡା ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ ।”

କରୋନା କଟକଣା ଭିତରେ ଆରମ୍ଭ ହେଲା ଗଂଜାମର ଦଣ୍ଡଯାତ୍ରା । ସାଂସ୍କୃତିକ କାର୍ଯ୍ୟକ୍ରମ ହେବ ନାହିଁ । ୨ ଶହ ଲୋକଙ୍କୁ ନେଇ ଅନୁଷ୍ଠିତ ହେବ ପାରମ୍ପରିକ ଦଣ୍ଡନାଚ ।

କନକ ବ୍ୟୁରୋ: ବହୁ ପୁରୁଣା ପାରାମ୍ପରା ଗଞ୍ଜାମ ଜିଲ୍ଲାର ଦଣ୍ଡନାଚ । ଗତବର୍ଷ କୋରନା କଟକଣା ଯୋଗୁଁ ବନ୍ଦ ରଖିବା ଦଣ୍ଡନାଚ ଏ ବର୍ଷ ଆରମ୍ଭ ହୋଇଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ କରୋନା କଟକଣା ଭିତରେ ୨୧ ଦିନ ଧରି ଦଣ୍ଡ ନାଚ ଚାଲିବ । ଦଣ୍ଡନାଚରେ କରାଯାଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମକୁ ବନ୍ଦ କରାଯାଇଛି । କମ୍ ସଂଖ୍ୟକ ଲୋକଙ୍କୁ ନେଇ ଦିନ ୩ଟା ପରେ ଦଣ୍ଡନାଚ କରାଯିବ । ଏହାସହ ଦଣ୍ଡୁଆଙ୍କ ପାଇଁ କରାଯାଇଥିବାContinue reading “କରୋନା କଟକଣା ଭିତରେ ଆରମ୍ଭ ହେଲା ଗଂଜାମର ଦଣ୍ଡଯାତ୍ରା । ସାଂସ୍କୃତିକ କାର୍ଯ୍ୟକ୍ରମ ହେବ ନାହିଁ । ୨ ଶହ ଲୋକଙ୍କୁ ନେଇ ଅନୁଷ୍ଠିତ ହେବ ପାରମ୍ପରିକ ଦଣ୍ଡନାଚ ।”

ରାଜନୀତିରେ ବାଜି ଲାଗିଛି ନୟାଗଡ ବୃତଙ୍ଗ ନଦୀବନ୍ଧ ଯୋଜନା । ମୁହାଁମୁହିଁ ହେଲେ ବୃତଙ୍ଗ କ୍ରିୟାନୁଷ୍ଠାନ କମିଟି ଏବଂ ବିସ୍ଥାପନ ବିରୋଧୀ ସଂଗ୍ରାମ ସମିତି ।

କନକ ବ୍ୟୁରୋ: ଦୀର୍ଘ ଦିନର ନିରବତା ପରେ ଏବେ ରାଜନୀତିରେ ବାଜି ଲାଗିଛି ବୃତଙ୍ଗ ନଦୀବନ୍ଧ ଯୋଜନା । କିଛି ଦିନ ତଳେ ବୃତଙ୍ଗ କ୍ରିୟାନୁଷ୍ଠାନ କମିଟି ପ୍ରକଳ୍ପ କାର୍ଯ୍ୟକାରୀ ଦାବିରେ ପଦଯାତ୍ରା କରିଥିବା ବେଳେ ଏବେ ଏହାକୁ ବିରୋଧ କରି ମେଳି କରିଛି ପ୍ରକଳ୍ପ ବିରୋଧୀ ସଂଗ୍ରାମ ସମିତି । ତେବେ କୌଣସି ସମ୍ଭାବନା ନଥାଇ କ୍ରିୟାନୁଷ୍ଠାନ କମିଟି ପଦଯାତ୍ରା କରିବା ଓ ବିସ୍ଥାପନ ବିରୋଧୀ ସମିତି ମେଳି ବାନ୍ଧିବା ଲୋକଙ୍କ ମନରେ ଅନେକ ପ୍ରଶ୍ନବାଚୀContinue reading “ରାଜନୀତିରେ ବାଜି ଲାଗିଛି ନୟାଗଡ ବୃତଙ୍ଗ ନଦୀବନ୍ଧ ଯୋଜନା । ମୁହାଁମୁହିଁ ହେଲେ ବୃତଙ୍ଗ କ୍ରିୟାନୁଷ୍ଠାନ କମିଟି ଏବଂ ବିସ୍ଥାପନ ବିରୋଧୀ ସଂଗ୍ରାମ ସମିତି ।”

ଅଂଶୁଘାତ ମୁକାବିଲା ପାଇଁ ପ୍ରସ୍ତୁତ ଅଛି ଓଡିଶା । ମାର୍ଚ୍ଚ ୧୦ ପୂର୍ବରୁ ପ୍ରତି ଜିଲ୍ଲାରେ ହେବ ଜିଲ୍ଲାସ୍ତରୀୟ ଅଂଶୁଘାତ ମୁକାବିଲା କାର୍ଯ୍ୟକ୍ରମ ।

କନକ ବ୍ୟୁରୋ: ପ୍ରତିବର୍ଷ ମାନଙ୍କ ଭଳି ଏଥର ମଧ୍ୟ ଅଂଶୁଘାତକୁ ମୁକାବିଲା କରିବାକୁ ପ୍ରସ୍ତୁତ ଅଛି ଓଡିଶା । ମାର୍ଚ୍ଚ ୧୦ ତାରିଖ ପୂର୍ବରୁ ରାଜ୍ୟର ସମସ୍ତ ଜିଲ୍ଲାରେ ଜିଲ୍ଲାସ୍ତରୀୟ ଅଂଶୁଘାତ ମୁକାବିଲା କାର୍ଯ୍ୟକ୍ରମ ହେବ । ଏଥିସହ ରାଜ୍ୟର ସମସ୍ତ ବିଭାଗ ମଧ୍ୟ ଅଂଶୁଘାତ ମୁକାବିଲା ପାଇଁଁ ପ୍ରସ୍ତୁତ ଅଛନ୍ତି । ଆଜି ସମସ୍ତ ବିଭାଗର ସଚିବ ଓ ମୁଖ୍ୟ ସଚିବଙ୍କୁ ନେଇ ଏସମ୍ବନ୍ଧରେ ଏକ ବୈଠକ ବସିଥିଲା  ଏବଂ ରାଜ୍ୟରେ କିଭଳି ଅଂଶୁଘାତକୁ ମୁକାବିଲାContinue reading “ଅଂଶୁଘାତ ମୁକାବିଲା ପାଇଁ ପ୍ରସ୍ତୁତ ଅଛି ଓଡିଶା । ମାର୍ଚ୍ଚ ୧୦ ପୂର୍ବରୁ ପ୍ରତି ଜିଲ୍ଲାରେ ହେବ ଜିଲ୍ଲାସ୍ତରୀୟ ଅଂଶୁଘାତ ମୁକାବିଲା କାର୍ଯ୍ୟକ୍ରମ ।”

ଓଡିଶାରେ ୩ ବ୍ରିଟେନ ଷ୍ଟ୍ରେନ ଚିହ୍ନଟ । ଦେଶର ୧୮ଟି ରାଜ୍ୟରେ କରୋନାର ୭୭୧ ରୂପରେଖ

କନକ ବୁରୋ: ଦେଶର ୧୮ଟି ରାଜ୍ୟରେ କରୋନାର ୭୭୧ ରୂପରେଖ ଚିହ୍ନଟ ହୋଇଛି । ଏଥିରୁ ୭୩୭ ବ୍ରିଟେନ ଷ୍ଟ୍ରେନ, ୩୪ ଦକ୍ଷିଣ ଆଫ୍ରିକା ଷ୍ଟ୍ରେନ, ଗୋଟିଏ ବ୍ରାଜିଲ ଷ୍ଟ୍ରେନ ଚିହ୍ନଟ ହୋଇଛି । ସେଥିମଧ୍ୟରୁ ଓଡିଶାରରେ ବ୍ରିଟେନର ୩ଟି ଷ୍ଟ୍ରେନ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଏନେଇ ସୂଚନା ଦେଇଛନ୍ତି ଏନସିଡିସି ନିର୍ଦ୍ଦେଶକ ଡକ୍ଟର ଏସକେ ସିଂ । ଦେଶରେ ଧିରେ ଧିରେ କରୋନାର ଦ୍ୱିତୀୟ ଲହର କାୟା ବିସ୍ତାର କରିବାରେ ଲାଗିଛି ।Continue reading “ଓଡିଶାରେ ୩ ବ୍ରିଟେନ ଷ୍ଟ୍ରେନ ଚିହ୍ନଟ । ଦେଶର ୧୮ଟି ରାଜ୍ୟରେ କରୋନାର ୭୭୧ ରୂପରେଖ”

ଶାଶୁଘର ଆଗରେ ବୋହୂର ଧାରଣା । ସ୍ୱାମୀ ଓ ପରିବାର ସହ ଶାଶୁଘରେ ରହିବା ପାଇଁ ଦାବି କଲେ ବିଦୁସ୍ମିତା ।

କନକ ବ୍ୟୁରୋ: ହକ୍ ପାଇଁ ସ୍ୱାମୀର ଘର ଆଗରେ ଧାରଣାରେ ବସିଲେ ସ୍ତ୍ରୀ । ଶଶୁର ଘରେ ରହିବା ପାଇଁ ନେହୁରା ହୋଇ କବାଟ ବାଡେଇଲେ ବୋହୂ କିନ୍ତୁ କଠୋର ହୃଦୟଧାରୀ ସ୍ୱାମୀକୁ ଶୁଭିଲାନି ନିଜ ସ୍ତ୍ରୀ କାନ୍ଦ କି ଛୁଆର ଡାକ । ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଂଚଳ ଥାନା ବଡାମତଳିଆ ଗାଁରେ । ଦିନେ ପାଟ ଶାଢୀ ପିନ୍ଧି ଫୁଲସଜା ଗାଡିରେ ଶାଶୁଘରକୁ ଆସିଥିଲେ ବାଲେଶ୍ୱର ମାଣିଖମ୍ବContinue reading “ଶାଶୁଘର ଆଗରେ ବୋହୂର ଧାରଣା । ସ୍ୱାମୀ ଓ ପରିବାର ସହ ଶାଶୁଘରେ ରହିବା ପାଇଁ ଦାବି କଲେ ବିଦୁସ୍ମିତା ।”

ରାଜ୍ୟର ୨୫୩୧ଟି ଘରୋଇ ସ୍କୁଲକୁ ମିଳିନି ସ୍ୱୀକୃତି । ବିଧାନସଭାରେ ଉତ୍ତର ରଖି ତଥ୍ୟ ଦେଲେ ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

କନକ ବ୍ୟୁରୋ: ରାଜ୍ୟରେ ଏବେ ସୁଦ୍ଧା ୨୫୩୧ଟି ଘରୋଇ ସ୍କୁଲକୁ ମିଳିନି ସରକାରୀ ସ୍ୱୀକୃତି । ରାଜ୍ୟରେ ଏବେ ସମୁଦାୟ ମୋଟ ୬୭୬୭ଟି ଘରୋଇ ସ୍କୁଲ ରହିଥିଲେ ବି ସେମାନଙ୍କ ଭିତରୁ କେବଳ ୪୨୩୬ଟି ସ୍କୁଲ ସରକାରୀ ସ୍ୱୀକୃତି ପାଇଛନ୍ତି ଏବଂ ବାକି ସ୍କୁଲମାନେ କୌଣସି ସ୍ୱୀକୃତି ପାଇନାହାନ୍ତି । ଆଜି ବିଧାନସଭାରେ ବିଧାୟକ ଚକ୍ରମଣୀ କହଁରଙ୍କ ପ୍ରଶ୍ନର ଉତ୍ତର ରଖି ଏହି ତଥ୍ୟ ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ସମୀର ରଞ୍ଜନ ଦାଶContinue reading “ରାଜ୍ୟର ୨୫୩୧ଟି ଘରୋଇ ସ୍କୁଲକୁ ମିଳିନି ସ୍ୱୀକୃତି । ବିଧାନସଭାରେ ଉତ୍ତର ରଖି ତଥ୍ୟ ଦେଲେ ମନ୍ତ୍ରୀ ସମୀର ରଞ୍ଜନ ଦାଶ ।”

କେନ୍ଦୁଝରରେ ଏବେ ବି ଚାଲିଛି ଖଣି ଚୋରି । ନିଘୋଡ଼ ନିଦରେ ଶୋଇଛି ଖଣି ବିଭାଗ ।

କନକ ବ୍ୟୁରୋ: କୁବେରର ଜିଲ୍ଲା କେନ୍ଦୁଝରର ଖଣି ଉପରେ ଦେଶ ବିଦେଶର ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି ରାଜନେତା, ସରକାରୀ ଅଧିକାରୀ ସମସ୍ତଙ୍କ ନଜର । ଖଣି ଚୋରଙ୍କ ନଜର ବି ରହିଛି କେନ୍ଦୁଝରର କୁବେର ଭଣ୍ଡାର ଉପରେ । ୧୦ ବର୍ଷ ତଳେ ଯେତେବେଳେ ଲୁହାପଥର ଏବଂ ମାଙ୍ଗାନିଜ ମୂଲ୍ୟ ବହୁ ଅଧିକ ଥିଲା ସେତେବେଳେ ଖଣିଚୋରଙ୍କ ପାର୍ଦୁଭାବ ବଢି ଚାଲିଥିଲା । ଆଉ ଏହାକୁ ରୋକିବା ଉଦ୍ଦେଶ୍ୟରେ କୋଟି କୋଟି ଟଙ୍କାରେ ବିଭିନ୍ନ ବିଭାଗରContinue reading “କେନ୍ଦୁଝରରେ ଏବେ ବି ଚାଲିଛି ଖଣି ଚୋରି । ନିଘୋଡ଼ ନିଦରେ ଶୋଇଛି ଖଣି ବିଭାଗ ।”

ସରକାରଙ୍କୁ ଚେତାବନୀ ଦେଲେ କୃଷକ ନେତା ରାକେଶ ଟିକାୟତ । କହିଲେ ପୁଣି ଦିଲ୍ଲୀରେ ଧସେଇ ପଶି ବ୍ୟାରିକେଟ ଭାଙ୍ଗିବାକୁ ପଡିବ

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କର ୩ ଟି କୃଷି ଆଇନକୁ ବିରୋଧ କରି କୃଷକ ମାନଙ୍କର ଆନ୍ଦୋଳନ ୧୦୦ ଅଧିକ ଦିନରେ ପହଂଚିଲାଣି । ଏହା ମଧ୍ୟରେ ସରକାର ଓ କୃଷକ ସଂଗଠନ ମାନଙ୍କ ମଧ୍ୟରେ ଅନେକ ଥର ବୈଠକ ହୋଇସାରିଥିଲେ ବି କୌଣସି ନିଷ୍ପତ୍ତି ହୋଇପାରି ନାହିଁ । ଏହାକୁ ନେଇ କୃଷକ ନେତା ତଥା ଆନ୍ଦୋଳନର ନେତୃତ୍ୱ ନେଉଥିବା ରାକେଶ ଟିକାୟତ ଆଜି ସରକାରଙ୍କୁ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି କିContinue reading “ସରକାରଙ୍କୁ ଚେତାବନୀ ଦେଲେ କୃଷକ ନେତା ରାକେଶ ଟିକାୟତ । କହିଲେ ପୁଣି ଦିଲ୍ଲୀରେ ଧସେଇ ପଶି ବ୍ୟାରିକେଟ ଭାଙ୍ଗିବାକୁ ପଡିବ”

ସାତକୋଶିଆରୁ ମଧ୍ୟପ୍ରଦେଶ ଫେରିଲା ବାଘୁଣୀ ସୁନ୍ଦରୀ । ସ୍ଥାନୀୟ ଅଂଚଳର ଲୋକଙ୍କ ଭିତରେ ଦେଖିବାକୁ ମିଳିଲା ଖୁସିର ମାହୋଲ ।

କନକ ବ୍ୟୁରୋ: ବାଘୁଣୀ ସୁ୍ନ୍ଦରୀ ସାତକୋଶିଆରୁ ଫେରିଯିବା ପରେ ଏବେ  ସାତକୋଶିଆବାସୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଉତ୍ସାହ । ସ୍ଥାନୀୟ ଲୋକେ ବାଣ ଫୁଟାଇ ଏକ ପ୍ରକାର ଉତ୍ସବ ପାଳନ କରିଛନ୍ତି । ମହାବଳ ବାଘଙ୍କ ବଂଶ ବୃଦ୍ଧି ଉଦ୍ଦେଶ୍ୟରେ  ମଧ୍ୟପ୍ରଦେଶରୁ ସାତକୋଶିଆକୁ ଆସିଥିଲା ବାଘୁଣୀ ସୁନ୍ଦରୀ । କିନ୍ତୁ ସେ ଅଭୟାରଣ୍ୟ ଅଂଚଳରେ ଦୁଇ ଦୁଇ ଥର ମଣିଷ ଶିକାର କରିଥିଲା । ଏହାକୁ ନେଇ ସେଠାରେ ଅସନ୍ତୋଷ ଦେଖାଦେଇଥିଲା ।  ଏହାପରେ ସୁନ୍ଦରୀକୁ ଏନକ୍ଲୋଜରକୁContinue reading “ସାତକୋଶିଆରୁ ମଧ୍ୟପ୍ରଦେଶ ଫେରିଲା ବାଘୁଣୀ ସୁନ୍ଦରୀ । ସ୍ଥାନୀୟ ଅଂଚଳର ଲୋକଙ୍କ ଭିତରେ ଦେଖିବାକୁ ମିଳିଲା ଖୁସିର ମାହୋଲ ।”

Design a site like this with WordPress.com
Get started