ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ ଉପରେ ପଡିଲା ବଜ୍ରପାତ । ଏମିତି ଧମାକା ହେଲା ଯେ ଥରି ଉଠିଲା ସମ୍ପୂର୍ଣ୍ଣ ଅଞ୍ଚଳ

କନକ ବ୍ୟୁରୋ : ରାଜସ୍ଥାନର ଭିଲୱାଡା ଜିଲ୍ଲା ହନୁମାନନଗର ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଗୋଟିଏ ଟ୍ରକରେ ପାଖା ପାଖି ୪୫୦ ଟି ଗ୍ୟାସ ସିଲିଣ୍ଡର ବୋଝେଇ ହୋଇ ଯାଉଥିବା ବେଳେ ହଠାତ ଟ୍ରକ ଉପରେ ବଜ୍ରପାତ ହୋଇଥିଲା । ଫଳରେ ଟ୍ରକରେ ନିଆଁ ଲାଗିଯାଇଥିଲା । ଏହି ନିଆଁ ଲାଗିଯିବା ଫଳରେ ଟ୍ରକରେ ବୋଝେଇ ହୋଇଥିବା ସିଲିଣ୍ଡରଗୁଡିକ ଫାଟିବାକୁ ଆରମ୍ଭ କରିଥିଲା । ଏହି ବିସ୍ଫୋରଣ ଏତେ ଭୟଙ୍କର ଥିଲାContinue reading “ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ ଉପରେ ପଡିଲା ବଜ୍ରପାତ । ଏମିତି ଧମାକା ହେଲା ଯେ ଥରି ଉଠିଲା ସମ୍ପୂର୍ଣ୍ଣ ଅଞ୍ଚଳ”

ରାଉରକେଲା ଏନଆଇଟିରୁ ୩ ଜଣ ଛାତ୍ରଛାତ୍ରୀ କୋଭିଡ୍ ପଜିଟିଭ୍ ଚିହ୍ନଟ । କ୍ୟାମ୍ପସ ପରିସରରେ ସଙ୍ଗରୋଧରେ ରହିଲେ ଛାତ୍ରଛାତ୍ରୀ ।

କନକ ବ୍ୟୁରୋ: ରାଜ୍ୟର ପୁଣି ଏକ ଶିକ୍ଷାନୁଷ୍ଠାନରୁ ଚିହ୍ନଟ ହେଲେ କୋଭିଡ୍ ସଂକ୍ରମିତ । ରାଉରକେଲା ଏନଆଇଟିର ୩ ଜଣ ଛାତ୍ର କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ କୋଭିଡ୍ ପଜିଟିଭ୍ ଚିହ୍ନଟ ହେବା ପରେ ସେହି ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସ ପରିସରରେ ହିଁ ସଙ୍ଗରୋଧରେ ରଖାଯାଇଛି । ଗତ ମାର୍ଚ୍ଚ ୧୦ ତାରିଖରେ ସେଠାରୁ ଜଣେ ଛାତ୍ର ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହାପରେ ଗତ ୧୫ ତାରିଖ ଓ ୨୨ ତାରିଖରେ ଆଉ ଦୁଇContinue reading “ରାଉରକେଲା ଏନଆଇଟିରୁ ୩ ଜଣ ଛାତ୍ରଛାତ୍ରୀ କୋଭିଡ୍ ପଜିଟିଭ୍ ଚିହ୍ନଟ । କ୍ୟାମ୍ପସ ପରିସରରେ ସଙ୍ଗରୋଧରେ ରହିଲେ ଛାତ୍ରଛାତ୍ରୀ ।”

କେରଳ କଂଗ୍ରେସକୁ ଶକ୍ତ ଝଟକା । କଂଗ୍ରେସ ଛାଡି ସିପିଆଇ(ଏମ୍) ରେ ଯୋଗଦେଲେ ରାଜ୍ୟ ମହିଳା କଂଗ୍ରେସର ଉପ ସଭାପତି କେସି ରୋଜାକୁଟ୍ଟି

କନକ ବ୍ୟୁରୋ : କେରଳ ବିଧାନସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ ରାଜ୍ୟ କଂଗ୍ରେସକୁ ଶକ୍ତ ଝଟକା ଲାଗିଛି । ପ୍ରଦେଶ କଂଗ୍ରେସ କମିଟିର ଉପସଭାପତି ତଥା ଦଳର ବରିଷ୍ଠ ନେତ୍ରୀ କେ.ସି ରୋଜାକୁଟ୍ଟି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ସେ ଦଳରୁ ଇସ୍ତଫା ଦେବା ପରେ ଏଲଡିଏଫ୍ ନେତୃତ୍ୱାଧିନ ସିପିଆଇ (ଏମ୍) ରେ ଯୋଗ ଦେଇଛନ୍ତି । ସେ ଦୀର୍ଘ ୩୭ ବର୍ଷ ହେବ କଂଗ୍ରେସର ଜଣେ ଶୃଙ୍ଖଳିତ କର୍ମୀ ଭାବେ କାର୍ଯ୍ୟ କରୁଥିଲେ । ସେContinue reading “କେରଳ କଂଗ୍ରେସକୁ ଶକ୍ତ ଝଟକା । କଂଗ୍ରେସ ଛାଡି ସିପିଆଇ(ଏମ୍) ରେ ଯୋଗଦେଲେ ରାଜ୍ୟ ମହିଳା କଂଗ୍ରେସର ଉପ ସଭାପତି କେସି ରୋଜାକୁଟ୍ଟି”

କରୋନା ସଂକ୍ରମଣ ରୋକିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗର ଚିଠି , ହୋଲିରୁ ଇଦ୍, ଭିଡ଼ ଉପରେ କଟକଣା ଲଗାଇବାକୁ ପରାମର୍ଶ

କନକ ବ୍ୟୁରୋ : ସରକାରଙ୍କୁ ଡରାଇଲାଣି କରୋନାର ଦ୍ୱିତୀୟ ଲହର  । ଦୈନିକ କରୋନା ସଂକ୍ରମଣ ବଢି ଚାଲିଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବାକୁ ଅଣ୍ଟା ଭଡିଛନ୍ତି କେନ୍ଦ୍ର ସରକାର । ଗତଥର ଭଳି ପୁଣି ଯେଭଳି ସଂକ୍ରମିତଙ୍କ ସଂଖ୍ୟା ଆକାଶଛୁଆଁ ନହେବ ସେନେଇ ଜରୁରୀ ପଦକ୍ଷେପ ମାନ ଗ୍ରହଣ କରିବାକୁ ରାଜ୍ୟ ସରକାର ମାନଙ୍କ ସହ ଆଲୋଚନା ଜାରି ରହିଛି । ଏହାରି ମଧ୍ୟରେ ସେଥିପାଇଁ ଭିଡ଼କୁ ନିୟନ୍ତ୍ରଣ କରିବା ଉପରେ ଗୁରୁତ୍ୱ ଦେିଛନ୍ତି କେନ୍ଦ୍ରContinue reading “କରୋନା ସଂକ୍ରମଣ ରୋକିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗର ଚିଠି , ହୋଲିରୁ ଇଦ୍, ଭିଡ଼ ଉପରେ କଟକଣା ଲଗାଇବାକୁ ପରାମର୍ଶ”

ଜାଲରେ ପଡ଼ିଲା ଭୋଟର ବାଲାଟ ବକ୍ସ : ମାଛ ଧରିବା ବେଳେ ପୋଖରୀରୁ ମିଳିଲା ୨ ଟି ବାଲାଟ୍ ବକ୍ସ

କନକ ବ୍ୟୁରୋ : ମାଛ ଧରା ଜାଲରେ ପଡ଼ିଲା ଭୋଟର ବାଲାଟ ବକ୍ସ । ମାଛ ଧରିବା ବେଳେ ପୋଖରୀରୁ ମିଳିଛି ଦୁଇଟି ବାଲାଟ ବକ୍ସ । ନୟାଗଡ଼ ଜିଲ୍ଲା ଗୋତିସାହି ପଂଚାୟତରେ ପୋଖରୀ ଭିତରୁ ବାଲାଟ ବକ୍ସ ମିଳିବା ଏବେ ସମଗ୍ର ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଝୋଟ ଅଖାରେ ବାକ୍ସ ଦୁଇଟି ବନ୍ଧା ଯାଇଥିବା ବେଳେ ଏଥିରେ ଓଏସଇସି ଲେଖାଯାଇଛି । ଇଲେକ୍ସନ୍ କମିଶନଙ୍କ ଏହି ଦୁଇଟି ବାକ୍ସ ଏଠାକୁ କେମିତି ଆସିଲା,Continue reading “ଜାଲରେ ପଡ଼ିଲା ଭୋଟର ବାଲାଟ ବକ୍ସ : ମାଛ ଧରିବା ବେଳେ ପୋଖରୀରୁ ମିଳିଲା ୨ ଟି ବାଲାଟ୍ ବକ୍ସ”

ଆତ୍ମସମର୍ପଣ କଲେ ୨ ଦୁର୍ଦାନ୍ତ ମାଓବାଦୀ : ରାୟଗଡା ଏସପିଙ୍କ ନିକଟରେ କଲେ ଆତ୍ମସମର୍ପଣ

କନକ ବ୍ୟୁରୋ : ଆଜି ରାୟଗଡ଼ା ପୁଲିସ ନିକଟରେ ଦୁଇଜଣ ଦୁର୍ଦାନ୍ତ ମାଓବାଦୀ ଆତ୍ମସମର୍ପଣ କରିଥିବା କଥା ଏସ୍‌ପି ବିବେକାନନ୍ଦ ଶର୍ମା କହିଛନ୍ତି । ଆତ୍ମସମର୍ପଣ କରିଥିବା ଦୁଇ ଆତଙ୍କବାଦୀ ହେଲେ, ସୁନାବେଡ଼ା ଏରିଆ କମିଟି ତଥା ମେନପୁର-ନୂଆପଡ଼ା ଡିଭିଜନ୍‌ର ଏରିଆ କମିଟି ଦସ୍ୟମଙ୍କୁ ଓୟାମ୍‌ ଓରଫ୍‌ ଜୟରାମ୍‌ ଏବଂ ‘କେକେବିଏନ୍‌ କମିଟି’ର ସଦସ୍ୟ ଲାଛୁ ମାଡ଼କାମ । ଦିନକୁ ଦିନ ମାନସିକ ନିର୍ଯାତନା, ଯୌନ-ଶୋଷଣ ଓ ଅନ୍ୟାନ୍ୟ ଅତ୍ୟାଚାର ବୃଦ୍ଧି ପାଉଥିବାରୁ ମାଓ ସଙ୍ଗଠନ ଛାଡ଼ିContinue reading “ଆତ୍ମସମର୍ପଣ କଲେ ୨ ଦୁର୍ଦାନ୍ତ ମାଓବାଦୀ : ରାୟଗଡା ଏସପିଙ୍କ ନିକଟରେ କଲେ ଆତ୍ମସମର୍ପଣ”

କେବେ ନେବେ କୋଭିସିଲ୍ଡ଼ ଟିକାର ଦ୍ୱିତୀୟ ଡ଼ୋଜ ? ଆସିଲା ନୂଆ ମାର୍ଗଦର୍ଶିକା, ଏଣିକି ୪ରୁ ୬ସପ୍ତାହ ପରିବର୍ତ୍ତେ ୪ରୁ ୮ ସପ୍ତାହ ମଧ୍ୟରେ ଦିଆଯିବ ଦ୍ୱିତୀୟ ଡ଼ୋଜ

କନକ ବ୍ୟୁରୋ : କୋଭିସିଲ୍ଡ ଟିକା ନେଇ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କ ଚିଠି । ଜିଲ୍ଲାପାଳ, ମୁନିସପାଲ କମିଶନରଙ୍କୁ ଚିଠି ଲେଖିଲେ ପି.କେ ମହାପାତ୍ର । ନୂଆ ମାର୍ଗଦର୍ଶିକା ଅନୁଯାୟୀ ଟିକାର ଦ୍ୱିତୀୟ ଡୋଜ୍ ଦେବାକୁ ପରାମର୍ଶ ଦିଆଯାଇଛି । ପ୍ରଥମ ଡ଼ୋଜର ୪ରୁ ୮ ସପ୍ତାହ ପରେ ଦ୍ୱିତୀୟ ଡ଼ୋଜ୍ ଦେବାକୁ ପରାମର୍ଶ ଦିଆଯାଇଛି । ପୂର୍ବରୁ ୪ରୁ ସପ୍ତାହ ମଧ୍ୟରେ ଦିଆଯାଉଥିଲା ଦ୍ୱିତୀୟ ଡ଼ୋଜ୍ । କିନ୍ତୁ ଦ୍ୱିତୀୟ ଡ଼ୋଜ୍ ଟିକାକରଣContinue reading “କେବେ ନେବେ କୋଭିସିଲ୍ଡ଼ ଟିକାର ଦ୍ୱିତୀୟ ଡ଼ୋଜ ? ଆସିଲା ନୂଆ ମାର୍ଗଦର୍ଶିକା, ଏଣିକି ୪ରୁ ୬ସପ୍ତାହ ପରିବର୍ତ୍ତେ ୪ରୁ ୮ ସପ୍ତାହ ମଧ୍ୟରେ ଦିଆଯିବ ଦ୍ୱିତୀୟ ଡ଼ୋଜ”

ଦନ୍ତାହାତୀ ‘ଡନ’ର ଉତ୍ପାତ ପରେ ବନ ବିଭାଗର ତତ୍ପରତା : ୱାଇଲ୍ଡ ଲାଇଫ୍ ପିସିସିଏଫକୁ ଚିଠି ଲେଖିଲେ ସମ୍ବଲପୁର ଡ଼ିଏଫଓ

କନକ ବ୍ୟୁରୋ : ଦଳିଦେଲା ଦନ୍ତାହାତୀ ଡନ୍ । ଗତ କିଛିଦିନ ହେଲା ସମ୍ବଲପୁର ଯୁଯୁମୁରା ଅଂଚଳରେ ଆତଙ୍କ ଖେଳାଇଥିବା ଦନ୍ତାହାତୀଟି, ସମ୍ବଲପୁର ସଦର ରେଞ୍ଜ ଝାଙ୍କରପାଲି ସେକ୍ସନ କୁଢେନିଶା ଗାଁରେ ଗତରାତିରେ ପଶି ୨ ଜଣଙ୍କୁ ଦଳି ଦେଇଛି । ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ ଗୁରୁତରଙ୍କୁ ହସ୍ପିଟାଲ ନେବା ବାଟରେ ପ୍ରାଣବାୟୁ ଉଡିଯାଇଛି । ଦୁଇଜଣଙ୍କ ମୃତ୍ୟୁ ପରେ ତତ୍ପର ହୋଇଉଠିଛି ବନବିଭାଗ । ହାତୀର ବ୍ୟବହାର ଉପରେ ଅନୁଧ୍ୟାନ କରିContinue reading “ଦନ୍ତାହାତୀ ‘ଡନ’ର ଉତ୍ପାତ ପରେ ବନ ବିଭାଗର ତତ୍ପରତା : ୱାଇଲ୍ଡ ଲାଇଫ୍ ପିସିସିଏଫକୁ ଚିଠି ଲେଖିଲେ ସମ୍ବଲପୁର ଡ଼ିଏଫଓ”

ରାସ୍ତା ଉପରେ ଜଳିଗଲା ଚଳନ୍ତା ମାଲବାହୀ ଗାଡ଼ି : ସଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସୁଚନା

କନକ ବ୍ୟୁରୋ : ଝାରସୁଗୁଡ଼ା ବେଲପାହାଡ଼ ନିକଟ ଓଭର ବ୍ରିଜ୍ ନିକଟରେ ରାସ୍ତା ଉପରେ ଜଳିଗଲା ଚଳନ୍ତା ମାଲବାହୀ ଗାଡ଼ି । ସଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସୁଚନା । ତେବେ ଆଜି ସକାଳେ ଏହି ମାଲବାହୀ ଗାଡ଼ିଟି ଝାରସୁଗୁଡ଼ା ଗାନ୍ଧୀ ଛକରୁ ଲଖନପୁର ଅଭିମୁଖେ ଯାଉଥିଲା । ତେବେ ଅଗ୍ନିକାଣ୍ଡ ଘଟିବା ପରେ ଘଟଣା ସ୍ଥଳରେ ଅଗ୍ନିଶମ ବାହାନୀ ପହଂଚି ନିଆଁକୁ ଆୟତ କରିଛି । ଫଳରେ ଅଳ୍ପକେ ବର୍ତିଯାଇଛନ୍ତି ଗାଡ଼ି ଚାଳକ ।Continue reading “ରାସ୍ତା ଉପରେ ଜଳିଗଲା ଚଳନ୍ତା ମାଲବାହୀ ଗାଡ଼ି : ସଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସୁଚନା”

ଶୂନ୍ୟ କାଳରେ ବିରୋଧୀ ସଦସ୍ୟଙ୍କୁ କହିବା ପାଇଁ ମିଳିଲାନି ସୁଯୋଗ : ବିଜେପି ବିଧାୟକ ବିଷ୍ଣୁ ସେଠୀ ଓ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପ୍ରତିବାଦ

କନକ ବ୍ୟୁରୋ : ଗତକାଲି ଗାନ୍ଧୀ ଚର୍ଚ୍ଚା ପରେ ଆଜି ସ୍ୱାଭାବିକ ଭାବେ ଆରମ୍ଭ ହୋଇଥିଲା ବିଧାନସଭା । ପ୍ରଶ୍ନକାଳ ଠିକ୍ ଠାକ ଚାଲିଥିବା ବେଳେ ଶ୍ୱନ୍ୟ କାଳରେ ଦେଖିବାକୁ ମିଳିଥିଲା ବିରୋଧୀଙ୍କ ହଙ୍ଗାମା । ବିରେଶଧୀଙ୍କୁ କହିବାକୁ ସୁଯୋଗ ଦିଆଯାଇନଥିବା ଅଭିଯୋଗ କରି ଗୃହକୁ ଅଚଳ କରିଦେଇଥିଲେ ବିଜେପି ଓ କଂଗ୍ରେସ ବିଧାୟକ । ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଓକଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ କହିବାକୁ ଦିଆଯାଇନଥିଲା । ଫଳରେ ବିଜେପିContinue reading “ଶୂନ୍ୟ କାଳରେ ବିରୋଧୀ ସଦସ୍ୟଙ୍କୁ କହିବା ପାଇଁ ମିଳିଲାନି ସୁଯୋଗ : ବିଜେପି ବିଧାୟକ ବିଷ୍ଣୁ ସେଠୀ ଓ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପ୍ରତିବାଦ”

Design a site like this with WordPress.com
Get started