ଜଷ୍ଟିସ୍ ଏନଭି ରମନା ହୋଇପାରନ୍ତି ସୁପ୍ରିମକୋର୍ଟର ପରବର୍ତ୍ତୀ ବିଚାରପତି । ବର୍ତ୍ତମାନର ମୁଖ୍ୟ ବିଚାରପତି ଏସ୍.ଏ ବୋବଡେ କଲେ ନାମ ସୁପାରିଶ

କନକ ବ୍ୟୁରୋ : ଜଷ୍ଟିସ ଏନଭି ରମନା ହୋଇପାରନ୍ତି ସୁପ୍ରିମକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି । ଏନେଇ ତାଙ୍କ ନାମ ସୁପାରିଶ କରିଛନ୍ତି ବର୍ତ୍ତମାନର ସଜେଆଇ ଏସ.ଏ ବୋବଡେ । ବର୍ତ୍ତମାନ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଥିବା ଏସ୍.ଏ ବୋବଡେଙ୍କ କାର୍ଯ୍ୟକାଳ ଏପ୍ରିଲ ୨୪ ତାରିଖରେ ଶେଷ ହେଉଥିବାରୁ ପରବର୍ତ୍ତୀ ବିଚାରପତି କିଏ ହେବ ସେନେଇ କେନ୍ଦ୍ର ଆଇନମନ୍ତ୍ରୀ ରବିଶଂକର ପ୍ରସାଦ ସିଜେଆଇ ବୋବଡେଙ୍କୁ ନାମ ସୁପାରିଶ କରିବାକୁ ଚିଠି ଲେଖିଥିଲେ । ଜଷ୍ଟିସ ରମନା ଯଦିContinue reading “ଜଷ୍ଟିସ୍ ଏନଭି ରମନା ହୋଇପାରନ୍ତି ସୁପ୍ରିମକୋର୍ଟର ପରବର୍ତ୍ତୀ ବିଚାରପତି । ବର୍ତ୍ତମାନର ମୁଖ୍ୟ ବିଚାରପତି ଏସ୍.ଏ ବୋବଡେ କଲେ ନାମ ସୁପାରିଶ”

ଭୁବନେଶ୍ୱର ହୋଟେଲ ରୁମରୁ ମିଳିଲା କଟକର ନିଖୋଜ ଯୁବକଙ୍କ ମୃତଦେହ : ଚନ୍ଦ୍ରଶେଖରପୁର ପୋଲିସର ଛାନଭିନ

କନକ ବ୍ୟୁରୋ : ମିଳିଲା ନିଖୋଜ ଯୁବକର ମୃତଦେହ । ହୋଟେଲ ଭିତରୁ ଯୁବକଙ୍କ ମୃତ ଦେହ ଉଦ୍ଧାର କଲା ଚନ୍ଦ୍ରଶେଖରପୁର ଥାନା ପୋଲିସ । ମୃତକ ଜଣଙ୍କ ହେଉଛନ୍ତି କଟକ ଅଂଚଳର ଅଭିଷେକ ନାୟକ । ଗତ ୨ ଦିନ ତଳେ ଅଭିଷେକ କଟକ ଅଂଚଳରୁ ନିଖୋଜ ଥିଲେ । ଭୁବନେଶ୍ୱରରୁ ଏହି ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ୍ୟୁ କାରଣ ଅସ୍ପଷ୍ଟ ଥିବା ବେଳେ ତଦନ୍ତ କରୁଛି ପୋଲିସ । from KanakContinue reading “ଭୁବନେଶ୍ୱର ହୋଟେଲ ରୁମରୁ ମିଳିଲା କଟକର ନିଖୋଜ ଯୁବକଙ୍କ ମୃତଦେହ : ଚନ୍ଦ୍ରଶେଖରପୁର ପୋଲିସର ଛାନଭିନ”

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ଭେଟିଲେ ପ୍ରତାପ ଷଡ଼ଙ୍ଗୀ : ଭୁବନେଶ୍ୱର ଏମ୍ସ ପାଇଁ ସ୍ୱତନ୍ତ୍ର ପାଣ୍ଠି ଦେବାକୁ କଲେ ଅନୁରୋଧ

କନକ ବ୍ୟୁରୋ : କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ଼କ୍ଟର ହର୍ଷବର୍ଦ୍ଧନଙ୍କୁ ଭେଟିଲେ ପ୍ରତାପ ଷଡ଼ଙ୍ଗୀ । ଭୁବନେଶ୍ୱର ଏମ୍ସ ପାଇଁ ସ୍ୱତନ୍ତ୍ର ପାଣ୍ଠି ଦେବାକୁ ଅନୁରୋଧ କରିଛନ୍ତି ପ୍ରତାପ ଷଡ଼ଙ୍ଗୀ । ଏହା ସହ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇଦେବାକୁ ଦାବି ଜଣାଇଛନ୍ତି ପ୍ରତାପ ଷଡ଼ଙ୍ଗୀ । ଭୁବନେଶ୍ୱର ଏମ୍ସର ଭିତ୍ତିଭୂମି ସୁଦୃଢ ପାଇଁ ଅନୁରୋଧ କରିଛନ୍ତି ମନ୍ତ୍ରୀ । ଖାଲି ପଡ଼ିଥିବା ପଦବୀ ପୁରଣ ପାଇଁ ଦୃଷ୍ଟି ଆକର୍ଷଣ ମଧ୍ୟ କରିଛନ୍ତି । କର୍ମଚାରୀ ଅଭାବ ଯୋଗୁଁ ଏପିଡ଼ିContinue reading “କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ଭେଟିଲେ ପ୍ରତାପ ଷଡ଼ଙ୍ଗୀ : ଭୁବନେଶ୍ୱର ଏମ୍ସ ପାଇଁ ସ୍ୱତନ୍ତ୍ର ପାଣ୍ଠି ଦେବାକୁ କଲେ ଅନୁରୋଧ”

୧୪ ଦିନ ପୂର୍ବରୁ ବନ୍ଦ ହୋଇପାରେ ସଂସଦରେ ବଜେଟ୍ ଅଧିବେଶନ । ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୨୫ ରେ ଅଧିବେଶନ ବନ୍ଦ କରିବାକୁ ବିରୋଧୀଙ୍କ ଦାବି

କନକ ବ୍ୟୁରୋ : ସଂସଦରେ ଚାଲିଥିବା ବଜେଟ୍ ଅଧିବେଶନ ୧୪ ପୂର୍ବରୁ ଅର୍ଥାତ ମାର୍ଚ୍ଚ ୮ ତାରିଖରୁ ବନ୍ଦ ହୋଇପାରେ । ୪ ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ହେବାକୁ ଥିବା ବିଧାନସଭା ପାଇଁ ଭୋଟ ଗ୍ରହଣକୁ ନଜରରେ ରଖି ଏହାକୁ ବନ୍ଦ କରିବାକୁ ବିରୋଧୀ ସାଂସଦ ମାନେ ଦାବି କରିଛନ୍ତି । ଏନେଇ ବିରୋଧୀ ସାଂସଦ ମାନେ ମାର୍ଚ୍ଚ ୧୯ ତାରିଖରୁ ଅଧିବେଶନ ବନ୍ଦ କରିବାକୁ ଦାବି କରିଥିଲେ ବି ସରକାରContinue reading “୧୪ ଦିନ ପୂର୍ବରୁ ବନ୍ଦ ହୋଇପାରେ ସଂସଦରେ ବଜେଟ୍ ଅଧିବେଶନ । ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୨୫ ରେ ଅଧିବେଶନ ବନ୍ଦ କରିବାକୁ ବିରୋଧୀଙ୍କ ଦାବି”

ଚିକେନ କାଉଣ୍ଟରରେ ହେଉଥିଲା ମଦ ବେପାର । ଅତର୍କିତ ଚଢାଉ କରି ଧରିଲା ପୋଲିସ, ଜଣେ ଗିରଫ, ବିପୁଳ ପରିମାଣରେ ମଦ ଜବତ । 

କନକ ବ୍ୟୁରୋ : ଚିକେନ କାଉଣ୍ଟରରେ ମିଳୁଥିଲା ମଦ । ମଙ୍ଗଳବାର ଦିନ କଟକ ଅବକାରୀ ବିଭାଗର ଫ୍ଲାଇଙ୍ଗ ସ୍କ୍ୱାର୍ଡ ଚୋରାମଦ ବିକ୍ରି ମାମଲାରେ ଜଣେ ମଦ ବ୍ୟବସାୟୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ମଦ ବ୍ୟବସାୟୀ ଜଣକ ହେଲେ ଉତ୍ତରା ଫାଣ୍ଡି ଅଧୀନ ମାଟିଆପଡ଼ା ଗ୍ରାମର ରବୀନ୍ଦ୍ର ମଲ୍ଲିକ । ତେବେ ରବୀନ୍ଦ୍ରଙ୍କ ଜାମିନ ନାମଂଜୁର ହେବାରୁ ନିମାପଡ଼ା ଉପକାରାଗାରକୁ ପଠାଇଦିଆଯାଇଥିବା ଜଣାପଡିଛି । ଏଥିସହିତ ରବୀନ୍ଦ୍ର ନିକଟରୁ ସ୍କ୍ୱାର୍ଡ ବିପୁଳContinue reading “ଚିକେନ କାଉଣ୍ଟରରେ ହେଉଥିଲା ମଦ ବେପାର । ଅତର୍କିତ ଚଢାଉ କରି ଧରିଲା ପୋଲିସ, ଜଣେ ଗିରଫ, ବିପୁଳ ପରିମାଣରେ ମଦ ଜବତ । “

ଚିନ୍ତା ବଢ଼ାଇଲା ୨୪ ଘଂଟାର ସଂକ୍ରମଣ : ମାର୍ଚ୍ଚ ୨୧ ପରେ ପୁଣି ଥରେ ଗୋଟିଏ ଦିନରେ ୪୭ ହଜାରରୁ ଅଧିକ ସଂକ୍ରମଣ ମାମଲା ଚିହ୍ନଟ

କନକ ବ୍ୟୁରୋ : ଚିନ୍ତା ବଢ଼ାଇଲା ୨୪ ଘଂଟାର ସଂକ୍ରମଣ । ଦେଶରେ ଆଜି ୪୭ହଜାରରୁ ଅଧିକ ନୂଆ ସଂକ୍ରମିତଙ୍କ ଚିହ୍ନଟ ହୋଇଛନ୍ତି । ଗତ ୨୪ଘଂଟାରେ ୪୭ହଜାର ୨୬୨ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏହି ସମୟ ମଧ୍ୟରେ ୨୭୫ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାସହ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୧୭ଲକ୍ଷ ୩୪ହଜାର ୫୮ରେ ପହଂଚିଛି । ତେବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୬୮ ହଜାର ୪୫୭ରହିଛି । ୧କୋଟି ୧୨ଲକ୍ଷContinue reading “ଚିନ୍ତା ବଢ଼ାଇଲା ୨୪ ଘଂଟାର ସଂକ୍ରମଣ : ମାର୍ଚ୍ଚ ୨୧ ପରେ ପୁଣି ଥରେ ଗୋଟିଏ ଦିନରେ ୪୭ ହଜାରରୁ ଅଧିକ ସଂକ୍ରମଣ ମାମଲା ଚିହ୍ନଟ”

ବିହାର ବିଧାନସଭାରେ ତାଣ୍ଡବ । ଆଖିବୁଜା ଚାଲିଲା ଲାତ ଓ ଗୋଇଠା । ବିରୋଧି ବିଧାୟକଙ୍କୁ ପିଟିଲା ପୋଲିସ । ଷ୍ଟ୍ରେଚରରେ ବୋହାହେଲେ ବିଧାୟକ

କନକ ବ୍ୟୁରୋ : ମଙ୍ଗଳବାର ଦିନ ବିହାର ବିଧାନସଭାରେ ଦେଖିବାକୁ ମିଳିଛି ବିଚିତ୍ର ଚିତ୍ର । ବିହାର ସ୍ୱତନ୍ତ୍ର ପୋଲିସ ବିଧେୟକକୁ ନେଇ ବିଧାନସଭା ପରିସରରେ ହୋଇଛି ହଙ୍ଗାମା । ସଦନ ଭିତରେ ବିହାର ପୋଲିସ ଆରଜେଡି ବିଧାୟକ ସତୀସ୍ କୁମାରଙ୍କୁ ପ୍ରବଳ ପିଟିଛି । ଏହାପରେ ବିଧାନସଭା ପରିସରରୁ ବିଧାୟକଙ୍କୁ ଷ୍ଟ୍ରେଚର ମାଧ୍ୟମରେ ମେଡିକାଲ ନିଆଯାଉଥିବା ଦେଖିବାକୁ ମିଳିଥିଲା । ସତୀସଙ୍କୁ ଷ୍ଟ୍ରେଚରରେ ନିଆଯାଉଥିବା ବେଳେ ସେ କହିଥିଲେ କି ‘ଦେଖନ୍ତୁ ଲୋକମାନଙ୍କ ଦ୍ୱାରା ନିର୍ବାଚିତContinue reading “ବିହାର ବିଧାନସଭାରେ ତାଣ୍ଡବ । ଆଖିବୁଜା ଚାଲିଲା ଲାତ ଓ ଗୋଇଠା । ବିରୋଧି ବିଧାୟକଙ୍କୁ ପିଟିଲା ପୋଲିସ । ଷ୍ଟ୍ରେଚରରେ ବୋହାହେଲେ ବିଧାୟକ”

କରୋନା କଟକଣା ଭିତରେ ଆଜିଠାରୁ ଆରମ୍ଭ ହେଲା ଗଂଜାମର ପ୍ରସିଦ୍ଧ ଦଣ୍ଡଯାତ୍ରା : ହେବ ନାହିଁ ସାଂସ୍କୃତିକ କାର୍ଯ୍ୟକ୍ରମ

କନକ ବ୍ୟୁରୋ : କରୋନାର ଭୟ ଗତ ବର୍ଷ ଭଳି ଏବର୍ଷ ମଧ୍ୟ ଦେଖିବାକୁ ମିଳିଛି । ଏହାରି ଭିତରେ ଗଂଜାମରେ କଟକଣାରେ ଆରମ୍ଭ ହୋଇଛି ଦଣ୍ଡନାଚ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ କରୋନା କଟକଣା ଭିତରେ ଆଜି ଠାରୁ ଆରମ୍ଭ ହୋଇଛି ଦଣ୍ଡନାଚ । କରୋନା ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ନକରି ୨ଶହ ଲୋକଙ୍କୁ ଗଂଜାମରେ ପାରମ୍ପରିକ ଦଣ୍ଡନାଚ କରିବାକୁ ନିର୍ଦ୍ଦେଶ ହୋଇଥିଲା । ଜିଲ୍ଲାପାଳଙ୍କ ସମସ୍ତ ନିୟମକୁ ମାନି ଆଜି ଖଲ୍ଲିକୋଟ ଅଂଚଳର ବିଭିନ୍ନ ଜାଗାରେContinue reading “କରୋନା କଟକଣା ଭିତରେ ଆଜିଠାରୁ ଆରମ୍ଭ ହେଲା ଗଂଜାମର ପ୍ରସିଦ୍ଧ ଦଣ୍ଡଯାତ୍ରା : ହେବ ନାହିଁ ସାଂସ୍କୃତିକ କାର୍ଯ୍ୟକ୍ରମ”

କଣ୍ଟେନରରେ ହେଉଥିଲା ଗୋ-ଚାଲାଣ । ଅଟକାଇବାରୁ ଗୋ-ସୁରକ୍ଷା କର୍ମୀଙ୍କୁ ମାଡ ମାରିଲେ ଗୋରୁ ମାଫିଆ ।

କନକ ବ୍ୟୁରୋ : କଣ୍ଟେନରରେ ଶତାଧିକ ଗୋରୁ ଚାଲାଣ ବେଳେ ଖବର ପାଇ ଅଟକାଇଲେ ଗୋସୁରକ୍ଷା ସମିତିର କର୍ମକର୍ତ୍ତା । ଆଉ ଅଟକାଇବାରୁ ସେମାନଙ୍କୁ ଆକ୍ରମଣ କରିଛନ୍ତି ଗୋମାଫିଆ । ଭଦ୍ରକ ଜିଲ୍ଲା ରାଣୀତାଲରେ କିଛି ଏଭଳି ଘଟଣା ଘଟିଛି । ଗୋରୁ ମାଫିଆଙ୍କ ମାଡ଼ରେ ଗୋସୁରକ୍ଷା ସମିତିର ୩ ଜଣ କର୍ମକର୍ତ୍ତା ଗୁରୁତର ଆହତ ହୋଇଥିବାବେଳେ ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ୧୬ ନମ୍ବର ଜାତୀୟ ରାଜପଥ ରାଣୀତାଲ ନିକଟରେ ଏହାକୁContinue reading “କଣ୍ଟେନରରେ ହେଉଥିଲା ଗୋ-ଚାଲାଣ । ଅଟକାଇବାରୁ ଗୋ-ସୁରକ୍ଷା କର୍ମୀଙ୍କୁ ମାଡ ମାରିଲେ ଗୋରୁ ମାଫିଆ ।”

ଆଉ ଅମାନିଆଙ୍କୁ ନିସ୍ତାର ନାହିଁ । ସାମାଜିକ ଦୂରତା ମାନୁନଥିବା ଓ ମାସ୍କ ପିନ୍ଧୁନଥିବା ବ୍ୟକ୍ତିଙ୍କ ଠାରୁ ପୁଣି ଜରିମାନା ଆଦାୟ ଆରମ୍ଭ କଲା କଟକ ପୋଲିସ ।

କନକ ବ୍ୟୁରୋ : ଗତକାଲି ମୁଖ୍ୟମନ୍ତ୍ରୀ କରୋନା ସମୀକ୍ଷା କରିବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ କଟକଣାକୁ ଆହୁରି କଡାକଡି କରାଯାଇଛି ।ମାଲକାନଗିରିରେ ନାଇଟ କର୍ଫ୍ୟୁ ଆରମ୍ଭ ହୋଇଥିବା ବେଳେ ଟ୍ୱିନସିଟିରେ ଲୋକଙ୍କୁ ବୁଲି ବୁଲି ସଚେତନ କରିଛି ପୋଲିସ । କିନ୍ତୁ ଏହାସତ୍ତେ୍ୱ ମଧ୍ୟ କିଛି ଅମାନିଆ କୋଭିଡ ଗାଇଡଲାଇନକୁ ଖୋଲାଖୋଲି ଉଲ୍ଲଂଘନ କରିଥିବାର ଦେଖିବାକୁ ମିଳିଛି । ଆଉ ଏମାନଙ୍କୁ ସାବାଡ କରିବାକୁ ପୁଣିଥରେ ଫାଇନ କାଟିବା ଆରମ୍ଭ କରିଛି ପୋଲିସ । ମୁଖ୍ୟମନ୍ତ୍ରୀଙ୍କContinue reading “ଆଉ ଅମାନିଆଙ୍କୁ ନିସ୍ତାର ନାହିଁ । ସାମାଜିକ ଦୂରତା ମାନୁନଥିବା ଓ ମାସ୍କ ପିନ୍ଧୁନଥିବା ବ୍ୟକ୍ତିଙ୍କ ଠାରୁ ପୁଣି ଜରିମାନା ଆଦାୟ ଆରମ୍ଭ କଲା କଟକ ପୋଲିସ ।”

Design a site like this with WordPress.com
Get started