କନକ ବ୍ୟୁରୋ: କରୋନା ମୁକାବିଲା ପାଇଁ କମର କଷିଲା ପୋଲିସ । ମୁଖ୍ୟମନ୍ତ୍ରୀଙ୍କ କରୋନା ସମୀକ୍ଷା ବୈଠକ ପରେ ସାଧାରଣ ଲୋକଙ୍କୁ ସଚେତନ କରିବାକୁ ବାହାରିଲା ପୋଲିସ । ଭୁବନେଶ୍ୱରରେ ପିସିଆର ଧରି ସାଇରନ ମାରି ଲୋକଙ୍କୁ ବୁଝାଇଛି କମିଶନରେଟ ପୋଲିସ । ତେବେ ରାଜଧାନୀର ପ୍ରମୁଖ ଛକ ଗୁଡିକରେ ବିଭିନ୍ନ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଖୋଦ ସିପି ସୌମେନ୍ଦ୍ର ପ୍ରିୟଦର୍ଶୀ ଲୋକଙ୍କୁ ସଂକ୍ରମଣ ନେଇ ସଚେତନ କରିଛନ୍ତି । ତେବେ କରୋନା ସଂକ୍ରମଣContinue reading “ରାଜଧାନୀରେ ସାଇରନ ବଜାଇ ଲୋକଙ୍କୁ ସଚେତନ କଲା କମିଶନରେଟ ପୋଲିସ । କୋଭିଡ୍ ନିୟମ ନମାନିଲେ ହେବ କଡା କାର୍ଯ୍ୟାନୁଷ୍ଠାନ ।”
Author Archives: Raghaba
ପିପିଲି ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପରେ ଜୋରଦାର ହେଲା ପ୍ରାର୍ଥୀ ଖୋଜା । ବିଜେଡିର ପ୍ରାର୍ଥୀ ଘୋଷଣା ଉପରେ ନଜର, ଦୁଇ ତିନି ଦିନ ଭିତରେ ବିଜେପି ଓ କଂଗ୍ରେସ ଘୋଷଣା କରିପାରନ୍ତି ପ୍ରାର୍ଥୀଙ୍କ ନାଁ ।
କନକ ବ୍ୟୁରୋ : ପିପିଲି ଉପନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନ ବିଜ୍ଞପ୍ତି ଜାରି କରିଛନ୍ତି । ଏହି ବିଜ୍ଞପ୍ତି ଅନୁସାରେ ଆଜି ଠାରୁ ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ନାମାଙ୍କନ କରିପାରିବେ ପ୍ରାର୍ଥୀ । ମାର୍ଚ୍ଚ ୩୦ ନାମାଙ୍କନ ଦାଖଲର ଶେଷ ତାରିଖ ରହିଥିବା ବେଳେ ୩୧ ମାର୍ଚ୍ଚରେ ନାମାଙ୍କନ ପତ୍ରର ଯାଞ୍ଚ ହେବ । ନାମାଙ୍କନ ପ୍ରତ୍ୟାହାର ଶେଷ ଦିନ ରହିଛି ଏପ୍ରିଲ ୩ । ଏହିଦିନ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବContinue reading “ପିପିଲି ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପରେ ଜୋରଦାର ହେଲା ପ୍ରାର୍ଥୀ ଖୋଜା । ବିଜେଡିର ପ୍ରାର୍ଥୀ ଘୋଷଣା ଉପରେ ନଜର, ଦୁଇ ତିନି ଦିନ ଭିତରେ ବିଜେପି ଓ କଂଗ୍ରେସ ଘୋଷଣା କରିପାରନ୍ତି ପ୍ରାର୍ଥୀଙ୍କ ନାଁ ।”
ଯବାନଙ୍କୁ ନେଇ ଯାଉଥିବା ବସକୁ ଆଇଇଡି ବିସ୍ଫୋରଣରେ ଉଡାଇଦେଲେ ମାଓବାଦୀ । ୫ଜଣ ଡିଆରଜି ଯବାନ ସହିଦ, ୧୫ରୁ ଅଧିକ ଯବାନ ଗୁରୁତର ।
କନକ ବ୍ୟୁରୋ : ମାଲକାନଗିରି ସୀମାରେ ସୈତାନ ମାଓବାଦୀଙ୍କ ବର୍ବରକାଣ୍ଡ । ଆଇଇଡି ବିସ୍ଫୋରଣରେ ଉଡାଇଦେଲେ ଯବାନଙ୍କ ଗାଡି । ଶତିଶଗଡ ନାରାୟଣପୁରରେ ବଡ ଧରଣର ବିସ୍ଫୋରଣ ଘଟାଇଛନ୍ତି ମାଓବାଦୀ । ଯବାନଙ୍କୁ ନେଇ ଯାଉଥିବା ବସକୁ ଉଡାଇଦେଇଛନ୍ତି ମାଓବାଦୀ । ଏହି ଛାତିଥରା ଆଇଡି ବିସ୍ଫୋରଣରେ ୫ଜଣ ଡିଆରଜି ଯବାନ ସହିଦ ହୋଇଛନ୍ତି । ଏହି ବିସ୍ଫୋରଣରେ ୧୫ ଜଣ ଯବାନ ଗୁରୁତର ଆହତ ହୋଇଥିବା ବେଳେ କିଛି ଯବାନଙ୍କ ସ୍ୱାସ୍ଥ୍ୟବସ୍ଥା ଅତ୍ୟନ୍ତ ଗୁରୁତର ରହିଛିContinue reading “ଯବାନଙ୍କୁ ନେଇ ଯାଉଥିବା ବସକୁ ଆଇଇଡି ବିସ୍ଫୋରଣରେ ଉଡାଇଦେଲେ ମାଓବାଦୀ । ୫ଜଣ ଡିଆରଜି ଯବାନ ସହିଦ, ୧୫ରୁ ଅଧିକ ଯବାନ ଗୁରୁତର ।”
ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ମେଡିକାଲ ଓ ଇଞ୍ଜିନିୟରିଂ ପଢିବା ପାଇଁ ମିଳିବ ଅଧିକ ସୁଯୋଗ, ୧୫ ପ୍ରତିଶତ ସଂରକ୍ଷଣ କଲେ ସରକାର ।
କନକ ବ୍ୟୁରୋ : ସରକାରୀ ହାଇସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ମେଡିକାଲ ଓ ଇଞ୍ଜିନିୟରିଂ କ୍ଷେତ୍ରରେ ୧୫ପ୍ରତିଶତ ସଂରକ୍ଷଣ ମିଳିବ । ଆଜି ବିଧାନସଭାରେ ଏହି ସଂକଳ୍ପ ପାରିତ ହୋଇଛି । ଦଳମତ ନିର୍ବିଶେଷରେ ସମସ୍ତେ ସରକାରଙ୍କ ସଂକଳ୍ପକୁ ସ୍ୱାଗତ କରିଛନ୍ତି । ମେଡିକାଲ ଓ ଇଞ୍ଜିନିୟରିଂ ସିଟ୍ ପାଇବା ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଜଟିଳ ସମସ୍ୟା ଥିଲା । ଏବେ ମେଡିକାଲ ଓ ଇଞ୍ଜିନିୟରିଂ ପଢିବା ପାଇଁ ସରକାରୀ ସ୍କୁଲର ପିଲାମାନଙ୍କୁ କିଛିଟା ସୁଯୋଗContinue reading “ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ମେଡିକାଲ ଓ ଇଞ୍ଜିନିୟରିଂ ପଢିବା ପାଇଁ ମିଳିବ ଅଧିକ ସୁଯୋଗ, ୧୫ ପ୍ରତିଶତ ସଂରକ୍ଷଣ କଲେ ସରକାର ।”
ନୂଆ ଗାଇଡଲାଇନରେ କଡା କଟକଣା । ଏଣିକି ବାହାଘରରେ ୫୦୦ ନୁହେଁ ୨୦୦ ଲୋକଙ୍କୁ ଅନୁମତି । ମାସ୍କ ପିନ୍ଧିବା ବାଧ୍ୟତାମୂଳକ…
କନକ ବ୍ୟୁରୋ: କରୋନା ପାଇଁ ରାଜ୍ୟ ସରକାରଙ୍କ ନୂଆ ଗାଇଡଲାଇନ । ସରକାରଙ୍କ ନୂଆ ମାର୍ଗଦର୍ଶିକାରେ କଡା କଟକଣା । ବାହାଘରରେ ୫୦୦ ବଦଳରେ ଏଣିକି ୨୦୦ ଲୋକଙ୍କୁ ଅନୁମତି । ବାହାଘର ଆୟୋଜକ କରୋନା ନିୟମ ପାଳନର ସବୁ ବ୍ୟବସ୍ଥା କରିବେ । ସେହିପରି ଶୁଦ୍ଧିକ୍ରିୟାରେ ୫୦ ଲୋକଙ୍କୁ ଅନୁମତି । ତେବେ ମାସ୍କ, ସାମାଜିକ ଦୂରତା ବାଧ୍ୟତାମୂଳକ । ହାତ ଧୋଇବା, ସାନିଟାଇଜର ବ୍ୟବହାର ପାଇଁ ପରାମର୍ଶ । ୨୬ ମାର୍ଚ୍ଚରୁ ଲାଗୁ ହେବContinue reading “ନୂଆ ଗାଇଡଲାଇନରେ କଡା କଟକଣା । ଏଣିକି ବାହାଘରରେ ୫୦୦ ନୁହେଁ ୨୦୦ ଲୋକଙ୍କୁ ଅନୁମତି । ମାସ୍କ ପିନ୍ଧିବା ବାଧ୍ୟତାମୂଳକ…”
ଓଡ଼ିଶାରେ ଫେରିବ କି ନାଇଟ୍ କର୍ଫ୍ୟୁ ? ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଲେ, ଆବଶ୍ୟକ ପଡ଼ିଲେ ଲାଗୁ ହୋଇପାରେ ନାଇଟ୍ କର୍ଫ୍ୟୁ । ବିଶେଷଜ୍ଞ ଡାକ୍ତର କହିଲେ, ନାଇଟ୍ କର୍ଫ୍ୟୁର ନାହିଁ ଆବଶ୍ୟକତା, ସମାବେଶ ଉପରେ ଲାଗଯାଉ ରୋକ୍ ।
କନକ ବ୍ୟୁରୋ : ସଂକ୍ରମଣ ବଢିଲେ ନାଇଟ କର୍ଫ୍ୟୁ ଜାରି କରାଯାଇପାରେ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ । ଅନ୍ୟପଟେ ବିଶେଷଜ୍ଞ ଡାକ୍ତରଙ୍କ ମତରେ ନାଇଟ କର୍ଫ୍ୟୁର କୌଣସି ଆବଶ୍ୟକତା ନାହିଁ ବରଂ ସମାବେଶ ଉପରେ କିପରି ରୋକ ଲାଗିପାରିବ ସେ ଦିଗରେ ସରକାର ଯତ୍ନବାନ ହେବା ଦରକାର । ସେପଟେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି, ନାଇଟ କର୍ଫ୍ୟୁ ନେଇ କୌଣସି ନିଷ୍ପତି ହୋଇନାହିଁContinue reading “ଓଡ଼ିଶାରେ ଫେରିବ କି ନାଇଟ୍ କର୍ଫ୍ୟୁ ? ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଲେ, ଆବଶ୍ୟକ ପଡ଼ିଲେ ଲାଗୁ ହୋଇପାରେ ନାଇଟ୍ କର୍ଫ୍ୟୁ । ବିଶେଷଜ୍ଞ ଡାକ୍ତର କହିଲେ, ନାଇଟ୍ କର୍ଫ୍ୟୁର ନାହିଁ ଆବଶ୍ୟକତା, ସମାବେଶ ଉପରେ ଲାଗଯାଉ ରୋକ୍ ।”
ମୁଖ୍ୟମନ୍ତ୍ରୀଙ୍କ କରୋନା ସମୀକ୍ଷା । ଜିଲ୍ଲାସ୍ତରରେ କଡାକଡି ହେବ କଟକଣା, ନାଇଟକର୍ଫ୍ୟୁ ନେଇ ହୋଇନି କୌଣସି ନିଷ୍ପତି ।
କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ କରୋନା ସମୀକ୍ଷା । ବିଭିନ୍ନ ବିଭାଗର ସଚିବ, ଜିଲ୍ଳାପାଳ ଓ ଏସପିଙ୍କ ସହ ଆଲୋଚନା ପରେ କଟକଣାକୁ କଡାକଡି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମୀକ୍ଷା ବୈଠକ ପରେ ବିଭିନ୍ନ ଜିଲ୍ଲାରେ କରୋନା କଟକଣା କଡାକଡି ହେବ । ଖାସକରି ବଜାର, ଧର୍ମାନୁଷ୍ଠାନ ଓ ବିବାହ ଉତ୍ସବ ଉପରେ ସରକାରଙ୍କର ଦୃଷ୍ଟି ରହିବ । କିନ୍ତୁ ନାଇଟ କର୍ଫ୍ୟୁକୁ ନେଇ ବୈଠକରେ କୌଣସି ନିଷ୍ପତି ହୋଇନଥିବା ନେଇ ସୂଚନା ମିଳିଛି ।Continue reading “ମୁଖ୍ୟମନ୍ତ୍ରୀଙ୍କ କରୋନା ସମୀକ୍ଷା । ଜିଲ୍ଲାସ୍ତରରେ କଡାକଡି ହେବ କଟକଣା, ନାଇଟକର୍ଫ୍ୟୁ ନେଇ ହୋଇନି କୌଣସି ନିଷ୍ପତି । “
ଶେଷରେ ଫେରିଗଲା ‘ସୁନ୍ଦରୀ’ । ଯନ୍ତାକୁ ନଆସିବାରୁ ବାଘୁଣୀ ସୁନ୍ଦରୀକୁ କରାଗଲା ଟ୍ରାଙ୍କୁଲାଇଜ୍, ସ୍ୱତନ୍ତ୍ର ଗାଡିରେ ଓଡ଼ିଶାରୁ ମଧ୍ୟପ୍ରଦେଶକୁ ହେଉଛି ସ୍ଥାନାନ୍ତର ।
କନକ ବ୍ୟୁରୋ : ଦୀର୍ଘ ୩ ବର୍ଷ ଯାଏଁ ସାତକୋଶିଆ ଅଭୟାରଣ୍ୟ ଭିତରେ ସ୍ଥାନୀୟ ଲୋକଙ୍କ ନିଦ ହଜାଇ ଦେଇଥିବା ବାଘୁଣୀ ‘ସୁନ୍ଦରୀ’ ଶେଷରେ ମଧ୍ୟପ୍ରଦେଶ ଫେରିଯାଇଛି । ସାତକୋଶିଆ ଅଭୟାରଣ୍ୟର ବନ୍ୟ ପ୍ରାଣୀ ଚିକିତ୍ସକ କିଶୋର ସାହୁ ଏହି ସୂଚନା ଦେଇଛନ୍ତି । ବନ ବିଭାଗର ବହୁ ଉଦ୍ୟମ ପରେ ସୁନ୍ଦରୀକୁ ଧରାଯାଇଛି । ଯନ୍ତାରେ ସୁନ୍ଦରୀକୁ ଧରିବା ପାଇଁ ବନ ବିଭାଗର କର୍ମଚାରୀମାନେ ବହୁ ଉଦ୍ୟମ କରିଥିଲେ । କିନ୍ତୁ ଯନ୍ତା ପାଖକୁ ସେContinue reading “ଶେଷରେ ଫେରିଗଲା ‘ସୁନ୍ଦରୀ’ । ଯନ୍ତାକୁ ନଆସିବାରୁ ବାଘୁଣୀ ସୁନ୍ଦରୀକୁ କରାଗଲା ଟ୍ରାଙ୍କୁଲାଇଜ୍, ସ୍ୱତନ୍ତ୍ର ଗାଡିରେ ଓଡ଼ିଶାରୁ ମଧ୍ୟପ୍ରଦେଶକୁ ହେଉଛି ସ୍ଥାନାନ୍ତର ।”
କରୋନା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ମନ୍ତବ୍ୟ । ଓଡ଼ିଶାରେ ଆବଶ୍ୟକ ହେଲେ ଲାଗୁ ହେବ ନାଇଟ କର୍ଫ୍ୟୁ ।
କନକ ବ୍ୟୁରୋ : ରାଜ୍ୟରେ ଆଜି ୧୧୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୬୭ ଓ ୪୬ଜଣ ସ୍ଥାନୀୟ ସଂକ୍ରମଣ ପଜିଟିଭ ବାହାରିଛନ୍ତି । ଏହାରି ଭିତରେ ରାଜ୍ୟର କରୋନା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ମନ୍ତବ୍ୟ ରଖିଛନ୍ତି । ଓଡ଼ିଶାରେ ଆବଶ୍ୟକ ହେଲେ ନାଇଟ କର୍ଫ୍ୟୁ ଲାଗୁ ହେବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ । କୋଭିଡ ସଂକ୍ରମଣକୁ ରୋକିବା ପାଇଁ ଜାରିContinue reading “କରୋନା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ମନ୍ତବ୍ୟ । ଓଡ଼ିଶାରେ ଆବଶ୍ୟକ ହେଲେ ଲାଗୁ ହେବ ନାଇଟ କର୍ଫ୍ୟୁ ।”
ଏପ୍ରିଲ ମାସ ପାଇଁ ଆସିଲା କେନ୍ଦ୍ରର କରୋନା ଗାଇଡଲାଇନ । ଜାଣନ୍ତୁ ନୂଆ ଗାଇଡଲାଇନରେ କଣ ରହିବ କଟକଣା?
କନକ ବ୍ୟୁରୋ : ଦେଶରେ କରୋନା କାୟା ମେଲାଉଥିବା ବେଳେ ଏପ୍ରିଲ ମାସ ପାଇଁ ଗାଇଡଲାଇନ ଜାରି କରିଛନ୍ତି କେନ୍ଦ୍ର ସରକାର । କୋଭିଡ କଟକଣାକୁ କଡାକଡି କରିବାକୁ ରାଜ୍ୟ ଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ଏହାବାଦ୍ କୋଭିଡ ନିୟମ ପାଳନ ପାଇଁ ରାଜ୍ୟ ଗୁଡିକ କଡା ପଦକ୍ଷେପ ନିଅନ୍ତୁ ବୋଲି କହିଛନ୍ତି କେନ୍ଦ୍ର ସରକାର । ମାସ୍କ ପିନ୍ଧିବା, ହାତ ଧୋଇବା, ସାମାଜିକ ଦୂରତା ନିୟମକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦେଇଥିବାContinue reading “ଏପ୍ରିଲ ମାସ ପାଇଁ ଆସିଲା କେନ୍ଦ୍ରର କରୋନା ଗାଇଡଲାଇନ । ଜାଣନ୍ତୁ ନୂଆ ଗାଇଡଲାଇନରେ କଣ ରହିବ କଟକଣା?”