ନବରଙ୍ଗପୁର ଉମରକୋଟରେ ଯୁବକଙ୍କୁ କାମୁଡି ଦେଲା ନାଗ ସାପ : କ୍ଷେତରୁ ସାପକୁ କାବୁ କରି ସାଙ୍ଗରେ ନେଇ ଆସିଲେ ହସ୍ପିଟାଲ

କନକ ବ୍ୟୁରୋ : ସାପକୁ ଧରି ହସ୍ପିଟାଲରେ ପହଂଚିଗଲେ ଯୁବକ । ଏହିଭଳି ଏକ ରୋଚକ ଚିତ୍ର ସାମ୍ନାକୁ ଆସିଛି ନବରଙ୍ଗପୁର ଜିଲ୍ଲା ଉମରକୋଟରୁ । କ୍ଷେତରେ କାମ କରୁଥିବାବେଳେ ଝରିଗାଁ ପଂଚାୟତ ଛୋଟାଗୁଡା ୟୁଭି-୧୫ ଗାଁର ସୁଧାଂଶୁ ସିଲ ନାମକ ଜଣେ ଯୁବକଙ୍କୁ ଏକ ସାପ କାମୁଡି ଦେଇଥିଲା । ସାପ କାମୁଡି ଦେଇ ଚାଲି ଯାଉଥିବାବେଳେ ଏହାକୁ କୌଶଳକ୍ରମେ ଧରି ପକାଇଥିଲେ ସୁଧାଂଶୁ । ସାପଟିକୁ ସାଙ୍ଗରେ ଧରି ଏକ ବାଇକରେ ଉମରକୋଟ ଗୋଷ୍ଠୀContinue reading “ନବରଙ୍ଗପୁର ଉମରକୋଟରେ ଯୁବକଙ୍କୁ କାମୁଡି ଦେଲା ନାଗ ସାପ : କ୍ଷେତରୁ ସାପକୁ କାବୁ କରି ସାଙ୍ଗରେ ନେଇ ଆସିଲେ ହସ୍ପିଟାଲ”

ମହାନ କ୍ରାନ୍ତିକାରୀ ଭଗତ ସିଂ-ସୁଖଦେବ ଓ ରାଜଗୁରୁଙ୍କୁ ମନେ ପକାଉଛି ଦେଶ । ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଅମିତ୍ ଶାହା ଜଣାଇଲେ ଶ୍ରଦ୍ଧାଞ୍ଜଳି

କନକ ବ୍ୟୁରୋ : ଆଜି ସହିଦ ଦିବସରେ ଦେଶ ବୀର ଯବାନ ମାନଙ୍କୁ ପ୍ରଣାମ କରୁଛି । ଆଜିର ଦିନରେ ଇଂଗ୍ରେଜ ସରକାରଙ୍କ ନିର୍ଦ୍ଦେଶକ୍ରମେ ୧୯୩୧ ମସିହାରେ ମହାନ କ୍ରାନ୍ତିକାରୀ ଭଗତ୍ ସିଂ, ସୁଖଦେବ ଓ ରାଜଗୁରୁଙ୍କୁ ଫାଶି ଖୁଣ୍ଟରେ ଝୁଲାଇ ଦିଆଯାଇଥିଲା । ଏହି ସହିଦ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଦେଶର ବଡ ବଡ ନେତା ମାନେ ଏହି ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟContinue reading “ମହାନ କ୍ରାନ୍ତିକାରୀ ଭଗତ ସିଂ-ସୁଖଦେବ ଓ ରାଜଗୁରୁଙ୍କୁ ମନେ ପକାଉଛି ଦେଶ । ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଅମିତ୍ ଶାହା ଜଣାଇଲେ ଶ୍ରଦ୍ଧାଞ୍ଜଳି”

ବୁର୍ଲା ଭୀମସାରରେ ଛାତ୍ରଙ୍କୁ ରାଗିଂ ଘଟଣା : ୧୮ ଜଣ ଛାତ୍ରଙ୍କୁ ୫୪ ହଜାର ଟଙ୍କା ଫାଇନ କଲେ ଡିନ୍ 

କନକ ବ୍ୟୁରୋ : ରାଗିଂ ପାଇଁ ୧୮ ଜଣଙ୍କୁ ଫାଇନ୍ । ସମ୍ବଲପୁଲ ବୁର୍ଲା ଭୀମସାରରେ ଛାତ୍ରଙ୍କୁ ରାଗିଂ ଘଟଣା । ତଦନ୍ତ କମିଟିର ରିପୋର୍ଟ ପରେ ଡିନଙ୍କ କାର୍ଯ୍ୟାନୁଷ୍ଠାନ । ୧୮ଜଣ ଛାତ୍ରଙ୍କୁ ୫୪ ହଜାର ଟଙ୍କାର ଜରିମାନା ଲିଗିଛି ବୁର୍ଲା ଭିମସାରରେ ଛାତ୍ରଙ୍କୁ ରାଗିିଙ୍ଗ ଘଟଣାରେ କାର୍ଯ୍ୟାନୁଷ୍ଠାନ । ତଦନ୍ତ କମିଟିର ରିପୋର୍ଟ ପରେ ଡିନ ତଥା ଅଧ୍ୟକ୍ଷ ଜୟଶ୍ରୀ ଦୋରା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ୧୮ ଜଣ ଛାତ୍ରଙ୍କଠାରୁ ୫୪ ହଜାର ଟଙ୍କାContinue reading “ବୁର୍ଲା ଭୀମସାରରେ ଛାତ୍ରଙ୍କୁ ରାଗିଂ ଘଟଣା : ୧୮ ଜଣ ଛାତ୍ରଙ୍କୁ ୫୪ ହଜାର ଟଙ୍କା ଫାଇନ କଲେ ଡିନ୍ “

ଦେଶ ମାତୃକା ପାଇଁ ଜୀବନକୁ ବଳିଦାନ ଦେଇଥିଲେ ଭଗତ ସିଂ । ହସି ହସି ଚଢିଥିଲେ ଫାଶୀ ଖୁଣ୍ଟ । ସହିଦ ଦିବସରେ ଜାଣନ୍ତୁ ଅମର ଭଗତ ସିଂଙ୍କ ବୀର ଗାଥା…

କନକ ବ୍ୟୁରୋ : ବନ୍ଦେ ମାତାରାମ, ବନ୍ଦେ ମାତାରାମ, ବନ୍ଦେ ମାତାରାମ …ଏହି ନାରା ଦେଇ ସେ ଇଂରେଜଙ୍କ ଆଗରେ ଛାତି ଉଚ୍ଚା କରି ଛିଡା ହେଉଥିଲେ । ଆଉ ଇଂରେଜଙ୍କ ବିରୋଧରେ ଲଢେଇ କରିଥିଲେ । ସେହି ବୀର ସ୍ୱାଧିନତା ସଂଗ୍ରାମୀ ହେଉଛନ୍ତି ସହିଦ ଭଗତ ସିଂ । ଆଜି ହେଉଛି ସହିଦ ଭଗତ ସିଂଙ୍କ ଶ୍ରାଦ୍ଧ ବାର୍ଷିକୀ । ଆଜିର ଦିନରେ ହସି ହସି ଫାଶୀ ଖୁଣ୍ଟରେ ଝୁଲିଯାଇଥିଲେ ଭଗତ ସିଂ । ଦେଶContinue reading “ଦେଶ ମାତୃକା ପାଇଁ ଜୀବନକୁ ବଳିଦାନ ଦେଇଥିଲେ ଭଗତ ସିଂ । ହସି ହସି ଚଢିଥିଲେ ଫାଶୀ ଖୁଣ୍ଟ । ସହିଦ ଦିବସରେ ଜାଣନ୍ତୁ ଅମର ଭଗତ ସିଂଙ୍କ ବୀର ଗାଥା…”

ରାଉରକେଲା ସୁପର ସ୍ପେଶାଲିଟି ହସ୍ପିଟାଲକୁ ନେଇ ଥମୁନି ବିବାଦ : ମେଡିକାଲ କଲେଜ କୁଆଡେ ଗଲା ବୋଲି ବିଜେଡି-ସିଟୁର ପ୍ରଶ୍ନ 

କନକ ବ୍ୟୁରୋ : ଇସ୍ପାତ ସ୍ନାତକୋତର ପ୍ରତିଷ୍ଠାନ ଓ ସୁପର ସ୍ପେଶାଲିଟି ହସ୍ପିଟାଲର ଲୋକାର୍ପଣ ପରେ ବି ଥମୁନି ବିବାଦ । ମେଡିକାଲ କଲେଜ ନଖୋଲିବା, ଆନୁଷଙ୍ଗିକ ବ୍ୟବସ୍ଥା ଓ ଡାକ୍ତର ନିଯୁକ୍ତି ହୋଇ ନଥିବାବେଳେ ଏହାକୁ ଲୋକାର୍ପଣ କରାଯାଇଥିବାରୁ ପ୍ରବଳ ବିରୋଧ କରିଛନ୍ତି ଦୁଇ ରାଜନୈତିକ ଦଳ ବିଜେଡି ଓ ସିପିଏମ । ଉଭୟ ଦଳର କିଛି ନେତା ଓ କର୍ମୀ ହସ୍ପିଟାଲ ଭିତରକୁ ଧସେଇ ପଶିବା ସହ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କୁ ଏଣୁ ତେଣୁContinue reading “ରାଉରକେଲା ସୁପର ସ୍ପେଶାଲିଟି ହସ୍ପିଟାଲକୁ ନେଇ ଥମୁନି ବିବାଦ : ମେଡିକାଲ କଲେଜ କୁଆଡେ ଗଲା ବୋଲି ବିଜେଡି-ସିଟୁର ପ୍ରଶ୍ନ “

ସାରା ଦେଶରେ ତାତି , ଉତ୍ତରାଖଣ୍ଡରେ ବରଫ ବର୍ଷା : ତୁଷାରପାତର ମଜା ଉଠାଉଛନ୍ତି ପର୍ଯ୍ୟଟକ ଓ ସ୍ଥାନୀୟ ବାସିନ୍ଦା

କନକ ବ୍ୟୁରୋ : ସାରା ଦେଶରେ ତାତି ଆରମ୍ଭ ହୋଇଥିବା ବେଳେ ଉତ୍ତରାଖଣ୍ଡରୁ ଆସିଛି ବରଫ ବର୍ଷାର ଦୃଶ୍ୟ । ଉତରକାଶୀ ଗଙ୍ଗୋତ୍ରୀରେ ସୋମବାର ସକାଳୁ ପ୍ରବଳ ତୁଷାରପାତ ହୋଇଛି । ଏଠାକୁ ଆସଥିବା ପର୍ଯ୍ୟଟକ ଓ ସ୍ଥାନୀୟ ବାସିନ୍ଦା ତୁଷାରପାତର ଭରପୁର ମଜା ଉଠାଇଛନ୍ତି । ସେପଟେ ହିମାଚଳ ପ୍ରଦେଶରେ ମଧ୍ୟ ତୁଷାରପାତ ହୋଇଛି । ଲାହୌଲ ସ୍ପିତିର ବିଭିନ୍ନ ଅଂଚଳରେ ବରଫବର୍ଷା ଲାଗି ରହିିଛି । ସେପଟେ ଜମ୍ମୁ କଶ୍ମୀରରେ ବରଫରେ ପୋତି ହୋଇଯାଇଥିବାContinue reading “ସାରା ଦେଶରେ ତାତି , ଉତ୍ତରାଖଣ୍ଡରେ ବରଫ ବର୍ଷା : ତୁଷାରପାତର ମଜା ଉଠାଉଛନ୍ତି ପର୍ଯ୍ୟଟକ ଓ ସ୍ଥାନୀୟ ବାସିନ୍ଦା”

ମଧ୍ୟପ୍ରଦେଶର ଗୁୱାଲିଅର ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଅଟୋ ଉପରେ ମାଡିଗଲା ବସ୍ । ଘଟଣା ସ୍ଥଳରେ ୧୩ ଜଣଙ୍କର ମୃତ୍ୟୁ ।

କନକ ବ୍ୟୁରୋ : ମଧ୍ୟପ୍ରଦେଶ ଗୁୱାଲିଅର ଠାରେ ମଙ୍ଗଳବାର ଦିନ ଏକ ବଡ ଧରଣର ସଡକ ଦୁର୍ଘଟଣା ଘଟିଛି । ପୁରୁଣା ଛାବିନ ଠାରେ ଅଟୋ ଓ ବସ୍ ମଧ୍ୟରେ ଦୁର୍ଘଟଣା ଘଟି ୧୩ ଜଣଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ହୋଇଥିବା ୧୩ ଜଣଙ୍କ ମଧ୍ୟରୁ ୧୨ ଜଣ ମହିଳା ଥିବା ବେଳେ ଜଣେ ଅଟୋ ଡ୍ରାଇଭର ଅଛନ୍ତି । ସୂଚନା ପାଇ ପୋଲିସ ଘଟଣା ସ୍ଥଳରେ ପହଂଚି ଶବଗୁଡିକୁ ବ୍ୟବଛେଦ ପାଇଁ ପଠାଇଛି ।Continue reading “ମଧ୍ୟପ୍ରଦେଶର ଗୁୱାଲିଅର ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଅଟୋ ଉପରେ ମାଡିଗଲା ବସ୍ । ଘଟଣା ସ୍ଥଳରେ ୧୩ ଜଣଙ୍କର ମୃତ୍ୟୁ ।”

ଯବକଙ୍କୁ ଗୋଡାଇ ଗୋଡାଇ ହାଣିଲେ ୫ଜଣ ଦୁର୍ବୃତ୍ତ : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଆକ୍ରମଣ ପରେ ଫୋପାଡି ଦେଇ ଫେରାର

କନକ ବ୍ୟୁରୋ : ଖନ୍ତାପଡା ଥାନା ଗୋପାଳପୁର ଫାଣ୍ଡି ଅଧିନ ଅରଳା ଗ୍ରାମର ନରେନ୍ଦ୍ର ଜେନାଙ୍କ ପୁଅ ପ୍ରଶାନ୍ତଙ୍କୁ କାଲି ସନ୍ଧ୍ୟାରେ ପୂର୍ବ ଶତ୍ରୁତାରୁ ମରଣାନ୍ତକ ଆକ୍ରମଣ କରାଯାଇଛି । ସୂଚନା ମୁତାବକ, ବିଳମ୍ବିତ ରାତିରେ କିଛି ଯୁବକ ଗୋପାଳପୁର ବଜାରରୁ ପ୍ରଶାନ୍ତକୁ ବାଇକରେ ଜୋର ଜବରଦସ୍ତ ଉଠାଇ ନେଇ ମରଣାନ୍ତକ ଆକ୍ରମଣ କରିଥିଲେ । ଘର ଲୋକଙ୍କ ନିକଟରୁ ଅଭିଯୋଗ ପାଇ ଗୋପାଳପୁର ଫାଣ୍ଡି ପୋଲିସ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ।  କଲ୍ୟାଣୀ ହାଟୁଆଣିContinue reading “ଯବକଙ୍କୁ ଗୋଡାଇ ଗୋଡାଇ ହାଣିଲେ ୫ଜଣ ଦୁର୍ବୃତ୍ତ : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଆକ୍ରମଣ ପରେ ଫୋପାଡି ଦେଇ ଫେରାର”

ଆମେରିକା କଲରାଡୋ ଠାରେ ଥିବା ଏକ ଗ୍ରସରୀ ଦୋକାନରେ ଗୁଳିକାଣ୍ଡ । ପୋଲିସ ଅଧିକାରୀଙ୍କ ସମେତ ୧୦ ମୃତ

କନକ ବ୍ୟୁରୋ : ଆମେରିକା ସ୍ଥିତ କଲରାଡୋ ଠାରେ ଥିବା ଏକ ଗ୍ରସରୀ ଦୋକାନ ନିକଟରେ ଜଣେ ସନ୍ଦିଗ୍ଧ ଦ୍ୱାରା ହୋଇଥିବା ଗୁଳିକାଣ୍ଡ ଯୋଗୁଁ ପୋଲିସ ଅଧିକାରୀଙ୍କ ସମେତ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ଡେନବରର ଉତ୍ତର-ପଶ୍ଚିମ ଠାରୁ ୫୦ କିଲୋମିଟର ଦୂର ବୋଲ୍ଡର ଠାରେ ଥିବା କିଙ୍ଗ ସାଂପର୍ଶ ଷ୍ଟୋର ଠାରେ ଏଭଳି ଘଟଣା ଘଟିଛି । ପୋଲିସ କମାଣ୍ଡର ଫେରି ୟାମାଗୁଚୀ କହିଛନ୍ତି କି, ଘଟଣା ସ୍ଥଳରୁ ଧରାଯାଇଥିବା ସନ୍ଦିଗ୍ଧର ଚିକିତ୍ସା ଚାଲିଛିContinue reading “ଆମେରିକା କଲରାଡୋ ଠାରେ ଥିବା ଏକ ଗ୍ରସରୀ ଦୋକାନରେ ଗୁଳିକାଣ୍ଡ । ପୋଲିସ ଅଧିକାରୀଙ୍କ ସମେତ ୧୦ ମୃତ”

ଗାନ୍ଧୀଙ୍କୁ ମନେ ପକାଉଛି ଓଡିଶା । ମହାତ୍ମାଗାନ୍ଧୀଙ୍କ ଓଡ଼ିଶା ଆଗମନକୁ ଶହେ ବର୍ଷ ପୁର୍ତ୍ତି ଅବସରରେ କଟକରେ ଶୋଭାଯାତ୍ରା, ସାମିଲ ହେଲେ ଅନେକ ନେତା ମନ୍ତ୍ରୀ  

କନକ ବ୍ୟୁରୋ : ଆଜି ରାଜ୍ୟରେ ପାଳନ ହେଉଛି ମହାତ୍ମା ଗାନ୍ଧିଙ୍କ ଓଡିଶା ଆଗମନର ଶତ ବାର୍ଷିକ ଉତ୍ସବ । ଏହି ଅବସରରେ ସକାଳେ କଟକ ରେଳ ଷ୍ଟେସନରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଛି । କଟକରେ କଲେଜ ଛକ,  ମାତାମଠ, ଦରଘାବଜାର, ଚୌଧୁରୀ ବଜାର ଏହି ଶୋଭାଯାତ୍ରା ତ୍ରିଶୁଳିଆରେ ଶେଷ ହେବ । ଏହି ଶୋଭାଯାତ୍ରାରେ ସାଂସଦ ଭତୃହରି ମହତାବ, ବାଚସ୍ପତି ଡକ୍ଟର ସୂର୍ଯ୍ୟନାରାୟଣ ପାତ୍ର, ଗଣଶିକ୍ଷାମନ୍ତ୍ରୀ ସମୀର ରଂଜନ ଦାଶ, ପିସିସିContinue reading “ଗାନ୍ଧୀଙ୍କୁ ମନେ ପକାଉଛି ଓଡିଶା । ମହାତ୍ମାଗାନ୍ଧୀଙ୍କ ଓଡ଼ିଶା ଆଗମନକୁ ଶହେ ବର୍ଷ ପୁର୍ତ୍ତି ଅବସରରେ କଟକରେ ଶୋଭାଯାତ୍ରା, ସାମିଲ ହେଲେ ଅନେକ ନେତା ମନ୍ତ୍ରୀ  “

Design a site like this with WordPress.com
Get started