ମାହାଙ୍ଗା ପ୍ରସଙ୍ଗକୁ ନେଇ ବିଧାନସଭାରେ ପୁଣି ହଙ୍ଗାମା । ମନ୍ତ୍ରୀ ପ୍ରତାପ ଜେନାଙ୍କ ବହିଷ୍କାର ଦାବିରେ ବିରୋଧୀଙ୍କ ହଟଗୋଳ ।

କନକ ବ୍ୟୁରୋ: ବିଧାନସଭାରେ ହଙ୍ଗାମା । ୬ ଦିନ ଧରି ଧାନକିଣାକୁ ନେଇ ବିଧାନସଭା ଅଚଳ ହେବା ପରେ ଏବେ ଟାର୍ଗେଟରେ ଆଇନମନ୍ତ୍ରୀ ପ୍ରତାପ ଜେନା । ପ୍ରସଙ୍ଗ ହେଉଛି ମାହାଙ୍ଗା ଡବଲ ମର୍ଡର । ବିରୋଧୀ ଦଳ ନେତା ଅଭିଯୋଗ କରୁଛନ୍ତି, ଆଇନମନ୍ତ୍ରୀଙ୍କ ନାଁ ୧୩ତମ ମୁଦାଲା ଭାବେ ରହିଛି । ତେଣୁ ତାଙ୍କୁ ବହିଷ୍କାର କରାଯାଉ । କଂଗ୍ରେସ ମଧ୍ୟ ମନ୍ତ୍ରୀଙ୍କୁ ଟାର୍ଗେଟ କରିବାରେ ପଛରେ ରହିନାହିଁ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦୁର୍ନୀତିContinue reading “ମାହାଙ୍ଗା ପ୍ରସଙ୍ଗକୁ ନେଇ ବିଧାନସଭାରେ ପୁଣି ହଙ୍ଗାମା । ମନ୍ତ୍ରୀ ପ୍ରତାପ ଜେନାଙ୍କ ବହିଷ୍କାର ଦାବିରେ ବିରୋଧୀଙ୍କ ହଟଗୋଳ ।”

ଖୋର୍ଦ୍ଧାରେ ଅଭାବନୀୟ ଘଟଣା । ବସ ଚାଲିଯିବାରୁ କାରକୁ ଲିଫ୍ଟ ମାଗିଥିଲେ ମହିଳା । ହେଲେ ସେବେଠାରୁ ଗାଏବ ।

କନକ ବ୍ୟୁରୋ: ଖୋର୍ଦ୍ଧାର ବେଗୁନିଆ ଥାନା ଛକରେ ମା’ ଓ ଝିଅ ବସ ପାଇଁ ଅପେକ୍ଷା କରିଥିଲେ । କିନ୍ତୁ ବସ ଫେଲ ହେବାରୁ ତରବରିଆ ଭାବେ ପଛରେ ଆସୁଥିବା ଏକ କାରକୁ ଲିଫ୍ଟ ମାଗିଥିଲେ । କାରବାଲା ଲିଫ୍ଟ ବି ଦେଲେ । ମା ରହିଗଲେ, ଝିଅ କାରରେ ଚାଲିଗଲେ । ଗତ ୧୯ ତାରିଖରେ ଶୁଭଲକ୍ଷ୍ମୀ ବାପଘର ବେଗୁନିଆକୁ ଆସି ୨୦ ତାରିଖ ସକାଳେ ବସରେ ଟାଙ୍ଗି ଯିବା ପାଇଁ ଅପେକ୍ଷା କରିଥିଲେ ।Continue reading “ଖୋର୍ଦ୍ଧାରେ ଅଭାବନୀୟ ଘଟଣା । ବସ ଚାଲିଯିବାରୁ କାରକୁ ଲିଫ୍ଟ ମାଗିଥିଲେ ମହିଳା । ହେଲେ ସେବେଠାରୁ ଗାଏବ ।”

ପୁଣି ଫେରିବ କି ଲକଡାଉନ୍ ? ଆଶଙ୍କା ବଢୁଥିବା ବେଳେ ବିଶିଷ୍ଟ ଡାକ୍ତର ଦେବୀ ସେଟ୍ଟୀଙ୍କ ବଡ଼ ବୟାନ । କହିଲେ, ଦେଶରେ ଆବଶ୍ୟକ ନାହିଁ ଲକଡାଉନ୍ ।

କନକ ବ୍ୟୁରୋ: ଦେଶରେ ବଢ଼ୁଥିବା କରୋନା ସଂକ୍ରମଣ ପୁଣି ଥରେ ଲୋକଙ୍କୁ ଭୟ ଭିତରକୁ ଠେଲି ଦେଇଛି । ଦେଶର ବିଭିନ୍ନ ରାଜ୍ୟ ସରକାର କେତେକ ପ୍ରମୁଖ ସହରରେ ପୁଣି ଥରେ ତାଲାବନ୍ଦ ଲାଗୁ କରିଛନ୍ତି । ଜରୁରୀକାଳୀନ ସେବାକୁ ଛାଡ଼ି ଦେଲେ ସେଠାରେ ସବୁକିଛି ବନ୍ଦ ରହିଛି । ସେହିପରି ଆଉ କେତେକ ସ୍ଥାନରେ ନାଇଟ୍ କର୍ଫ୍ୟୁ କଟକଣାକୁ ଆହୁରି କଡାକଡି କରାଯାଇଛି । ଲଗାତାର ଭାବେ କରୋନା ସଂକ୍ରମଣ ବଢ଼ୁଥିବାରୁ ଏଭଳି ପଦକ୍ଷେପ ନେଇଛନ୍ତିContinue reading “ପୁଣି ଫେରିବ କି ଲକଡାଉନ୍ ? ଆଶଙ୍କା ବଢୁଥିବା ବେଳେ ବିଶିଷ୍ଟ ଡାକ୍ତର ଦେବୀ ସେଟ୍ଟୀଙ୍କ ବଡ଼ ବୟାନ । କହିଲେ, ଦେଶରେ ଆବଶ୍ୟକ ନାହିଁ ଲକଡାଉନ୍ ।”

ଚିନ୍ତା ବଢାଇଲା ଟ୍ୱିନ୍ ସିଟିର କରୋନା ରିପୋର୍ଟ । ସେପଟେ ଗଞ୍ଜାମରେ କଡାକଡି ହେଲା ନିୟମ । ମଙ୍ଗଳବାର କୋଭିଡ୍ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । 

କନକ ବ୍ୟୁରୋ: କରୋନା ସଂକ୍ରମଣ ସଂଖ୍ୟା କମିଯିବା ପରେ ଭୂତାଣୁକୁ ନେଇ ଲୋକ ଖାମଖିଆଲି ମନୋଭାବ ରଖୁଥିଲେ, କିଛି ଦିନ ତଳେ ଏହା ସ୍ପଷ୍ଟ ବାରି ହୋଇପଡୁଥିଲା । ଏବେ କିନ୍ତୁ ପୁଣି କଡ଼ ଲେଉଟାଇଛି କରୋନା । ପ୍ରାୟ ଦୁଇ ମାସ ପରେ ରାଜ୍ୟରେ କରୋନା ସଂକ୍ରମଣ ଦେଢ଼ଶହ ପାଖକୁ ଛୁଇଁଛି ଆଉ ସଂକ୍ରମଣର ସବୁଠୁ ଆଗରେ ରହିଛି କଟକ ଓ ଭୁବନେଶ୍ୱର । ଏହି ଦୁଇଟି ଜିଲ୍ଲାରୁ ମୋଟ ୬୦ କରୋନା ଆକ୍ରାନ୍ତ ଚିହ୍ନଟContinue reading “ଚିନ୍ତା ବଢାଇଲା ଟ୍ୱିନ୍ ସିଟିର କରୋନା ରିପୋର୍ଟ । ସେପଟେ ଗଞ୍ଜାମରେ କଡାକଡି ହେଲା ନିୟମ । ମଙ୍ଗଳବାର କୋଭିଡ୍ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । “

କାଲିଠୁ ମାଲକାନଗିରିରେ ନାଇଟ କର୍ଫ୍ୟୁ । ମାର୍ଚ୍ଚ ୨୩ରୁ ୩୧ ଯାଏଁ ଲାଗୁ ହେଲା କଟକଣା ।

କନକ ବ୍ୟୁରୋ: କାଲିଠୁ ମାଲକାନଗିରିରେ ଲାଗୁ ହେବ ନାଇଟ କର୍ଫ୍ୟୁ । ମାର୍ଚ୍ଚ ୨୩ରୁ ୩୧ ଯାଏଁ ମାଲକାନଗିରିରେ ନାଇଟ କର୍ଫ୍ୟୁ ଲାଗୁ ପାଇଁ ଘୋଷଣା । ରାତି ୯ରୁ ସକାଳ ୬ ଯାଏଁ ନାଇଟ କର୍ଫ୍ୟୁ ଜାରି ରହିବ । ବଡ ଯାତ୍ରାକୁ ଦୃଷ୍ଟିରେ ରଖି ପ୍ରଶାସନର ପକ୍ଷରୁ ନିଆଗଲା ପଦକ୍ଷେପ । ବଡ ଯାତ୍ରାରେ ସର୍ବାଧିକ ୨୦୦ ଲୋକଙ୍କୁ ଏକାଠି ହେବାକୁ ଅନୁମତି ଦିଆଯାଇଛି । ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ପାଳନContinue reading “କାଲିଠୁ ମାଲକାନଗିରିରେ ନାଇଟ କର୍ଫ୍ୟୁ । ମାର୍ଚ୍ଚ ୨୩ରୁ ୩୧ ଯାଏଁ ଲାଗୁ ହେଲା କଟକଣା ।”

ଆସନ୍ତାକାଲି ଗାନ୍ଧୀଙ୍କ ଓଡିଶା ଆଗମନକୁ ପୂରୁଛି ଶହେ ବର୍ଷ । ବିଧାନସଭାରେ ହେବ ସ୍ୱତନ୍ତ୍ର ଆଲୋଚନା ।

କନକ ବ୍ୟୁରୋ: ମହାତ୍ମାଗାନ୍ଧୀଙ୍କୁ ନେଇ ବିଧାନସଭାରେ ହେବ ଆଲୋଚନା । ଆସନ୍ତାକାଲି ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଓଡିଶା ଆଗମନକୁ ଶହେ ବର୍ଷ ପୂରଣ ହେଉଛି । ଏହି ଅବସରରେ ବିଧାନସଭାରେ ସ୍ୱତନ୍ତ୍ର ଆଲୋଚନା ହେବ । ଆସନ୍ତାକାଲି ପ୍ରଶ୍ନକାଳ, ଶୂନ୍ୟକାଳ, ମୁଲତବୀ ପ୍ରସ୍ତାବ ଆଲୋଚନାକୁ ବାତିଲ କରାଯାଇ ଗୃହରେ ସ୍ୱତନ୍ତ୍ର ଭାବେ ଆଲୋଚନା ହେବ । ଏହି ଆଲୋଚନା ଦିନ ସାଢେ ୧୦ଟାରୁ ସାଢେ ୧ଟା ପର୍ଯ୍ୟନ୍ତ ହେବ ବୋଲି ସମୟ ଧାର୍ଯ୍ୟ କରାଯାଇଛି । ବିଶେଷContinue reading “ଆସନ୍ତାକାଲି ଗାନ୍ଧୀଙ୍କ ଓଡିଶା ଆଗମନକୁ ପୂରୁଛି ଶହେ ବର୍ଷ । ବିଧାନସଭାରେ ହେବ ସ୍ୱତନ୍ତ୍ର ଆଲୋଚନା ।”

ଭୋଟ ଗ୍ରହଣର ୩ ଦିନ ପୂର୍ବରୁ ବାଇକ ରାଲି ମନା । ନିଷେଧାଦେଶ ଜାରି କଲେ ନିର୍ବାଚନ କମିସନ ।

କନକ ବ୍ୟୁରୋ : ମତଦାନର ୭୨ ଘଣ୍ଟା ପୂର୍ବରୁ ସମସ୍ତ ନିର୍ବାଚନ ମଣ୍ଡଳୀରେ ବାଇକ୍‌ ରାଲି ଉପରେ ଆଜି ନିଷେଧାଦେଶ ଜାରି କରିଛନ୍ତି ନିର୍ବାଚନ କମିସନ। ପୂର୍ବରୁ କେବଳ ମତଦାନ ଦିନ ବାଇକ୍‌ ରାଲି ବାରଣ ଥିଲା। ତେବେ, ଏସଂକ୍ରାନ୍ତରେ ଆଗତ ରିପୋର୍ଟ, ମତାମତ ଓ ପ୍ରସ୍ତାବଗୁଡିକ ଉପରେ ବିଚାର କରିବା ପରେ ଆଜି କମିସନ ନିଷ୍ପତ୍ତି ନେଇଛନ୍ତି ଯେ ମତଦାନ ଦିବସର ୭୨ ଘଣ୍ଟା ପୂର୍ବରୁ ମତଦାନ ହେବାକୁ ଥିବା ନିର୍ବାଚନ ମଣ୍ଡଳୀରେ କୌଣସି ସ୍ଥାନରେContinue reading “ଭୋଟ ଗ୍ରହଣର ୩ ଦିନ ପୂର୍ବରୁ ବାଇକ ରାଲି ମନା । ନିଷେଧାଦେଶ ଜାରି କଲେ ନିର୍ବାଚନ କମିସନ ।”

କୁଆଡେ ଗଲେ ଚନ୍ଦକା-ଡମପଡା ଅଭୟାରଣ୍ୟର ମୟୂର । ଜଙ୍ଗଲରେ ନିଆଁ ଲାଗିବା ପରେ ଦେଖିବାକୁ ମିଳୁନି ଜାତୀୟ ପକ୍ଷୀଙ୍କ ଗହଳି ।

କନକ ବ୍ୟୁରୋ: ବିପଦରେ କି ଜାତୀୟ ପକ୍ଷୀ । ଆମେ କହୁଛୁ ଚନ୍ଦକା ଡମପଡା ଅଭୟାରଣ୍ୟ କଥା । ଗତ କିଛିଦିନ ତଳେ ଚନ୍ଦକା ପାହାଡର କିଛି ଅଚଂଳରେ ନିଆଁ ଲାଗିଥିଲା । ସେଠାରେ ନିଆଁ ଲାଗିବା ପରଠାରୁ ମୟୂରଙ୍କ ସଂଖ୍ୟା ହ୍ରାସ ପାଇଥିବା ଅନୁମାନ କରାଯାଉଛି । ଅଭୟାରଣ୍ୟ ଭିତରେ ଆଉ ସେତେ ସଂଖ୍ୟକ ମୟୂର ଦେଖିବାକୁ ମିଳୁନାହିଁ । ତେବେ ପ୍ରକୃତ କଥା କଣ, ସେ ଉତ୍ତର କେବଳ ବନ ବିଭାଗ ପାଖରେ ରହିଛିContinue reading “କୁଆଡେ ଗଲେ ଚନ୍ଦକା-ଡମପଡା ଅଭୟାରଣ୍ୟର ମୟୂର । ଜଙ୍ଗଲରେ ନିଆଁ ଲାଗିବା ପରେ ଦେଖିବାକୁ ମିଳୁନି ଜାତୀୟ ପକ୍ଷୀଙ୍କ ଗହଳି ।”

ଏସସିବି ହସ୍ପିଟାଲରୁ ଡିସଚାର୍ଜ ହୋଇ ଫୁଲବାଣୀ ଗଲା ଯୋଡାମୁଣ୍ଡ ଶିଶୁ ଜଗା । ଫୁଲବାଣୀ ମେଡିକାଲର ସ୍ୱତନ୍ତ୍ର କ୍ୟାବିନରେ ରହିବ ଜଗା।

କନକ ବ୍ୟୁରୋ: ଏସସିବି ହସ୍ପିଟାଲରୁ ଡିସଚାର୍ଜ ହୋଇ ଫୁଲବାଣୀ ଗଲା ଯୋଡାମୁଣ୍ଡ ଶିଶୁ ଜଗା । ୨ ଜଣିଆ ଡାକ୍ତର ଟିମ୍ ସହ ଜଗାକୁ ଫୁଲବାଣୀ ସ୍ଥାନାନ୍ତର କରାଯାଇଛି । ଏଥିସହ ଫୁଲବାଣୀ ମେଡିକାଲର ସ୍ୱତନ୍ତ୍ର କ୍ୟାବିନରେ ଜଗାକୁ ରଖାଯାଇ ଚିକିତ୍ସା କରାଯିବ ବୋଲି ସୂଚନା ମିଳିଛି । ତେବେ ଜଗାର ସ୍ୱାସ୍ଥ୍ୟାବସ୍ଥା ଏବେ କିପରି ଅଛି ସେନେଇ କୌଣସି ନିର୍ଦ୍ଧିଷ୍ଟ ସୂଚନା ମିଳିପାରିନାହିଁ । ରାଜ୍ୟର ଯୋଡାମୁଣ୍ଡ ଶିଶୁ ଭାବେ ଦୁଇ ଭାଇ ଜଗା-ବଳିଆ ବେଶContinue reading “ଏସସିବି ହସ୍ପିଟାଲରୁ ଡିସଚାର୍ଜ ହୋଇ ଫୁଲବାଣୀ ଗଲା ଯୋଡାମୁଣ୍ଡ ଶିଶୁ ଜଗା । ଫୁଲବାଣୀ ମେଡିକାଲର ସ୍ୱତନ୍ତ୍ର କ୍ୟାବିନରେ ରହିବ ଜଗା।”

ଘୋଷଣା ହେଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର । ‘ଛିଛୋରେ’ ଶ୍ରେଷ୍ଠ ଫିଲ୍ମ, କଙ୍ଗନା ଶ୍ରେଷ୍ଠ ଅଭିନେତ୍ରୀ । ଶ୍ରେଷ୍ଠ ଓଡିଆ ଫିଲ୍ମ ତାଲିକାରେ ଶଲାବୁଢାର ବଦଲା, କାଲିର ଅତୀତ ଓ ଶ୍ରୀକ୍ଷେତ୍ରରୁ ସାହିଜାତ ।

କନକ ବ୍ୟୁରୋ: ଘୋଷଣା ହେଲା ୬୭ତମ ଜାତୀୟ ଚଳଚିତ୍ର ପୁରସ୍କାର । ‘ଛିଛୋରେ’ ଶ୍ରେଷ୍ଠ ଫିଲ୍ମ, ମଣିକର୍ଣ୍ଣିକା ପାଇଁ କଙ୍ଗନା ରଣାୱତଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ମିଳିଛି । ଶ୍ରେଷ୍ଠ ଅଭିନେତା ଭାବେ ବିବେଚିତ ହୋଇଛନ୍ତି ମନୋଜ ବାଜପେୟୀ । ଭୋସଁଲେ ପାଇଁ ମନୋଜଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ସମ୍ମାନ ମିଳିଛି । ସେହିପରି ଧନୁଷଙ୍କୁ ତାମିଲ ଅସୁରନ ପାଇଁ ଶ୍ରେଷ୍ଠ ଅଭିନେତା ଚୟନ କରାଯାଇଛି । ତେବେ ଜାତୀୟ ପୁରସ୍କାର ଦୌଡରେ କିଛି କମ ନାହିଁContinue reading “ଘୋଷଣା ହେଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର । ‘ଛିଛୋରେ’ ଶ୍ରେଷ୍ଠ ଫିଲ୍ମ, କଙ୍ଗନା ଶ୍ରେଷ୍ଠ ଅଭିନେତ୍ରୀ । ଶ୍ରେଷ୍ଠ ଓଡିଆ ଫିଲ୍ମ ତାଲିକାରେ ଶଲାବୁଢାର ବଦଲା, କାଲିର ଅତୀତ ଓ ଶ୍ରୀକ୍ଷେତ୍ରରୁ ସାହିଜାତ ।”

Design a site like this with WordPress.com
Get started