ଭୁବନେଶ୍ୱରରେ କାୟା ମେଲାଉଛି କରୋନା । ବିଏମସି କମିଶନର କହିଲେ, ସଂକ୍ରମଣ ରୋକିବାକୁ ସତର୍କ ରହିବାକୁ ପଡିବ, ଟେଷ୍ଟିଂ ଓ ଟ୍ରେସିଂ ଉପରେ ଦିଆଯିବ ଗୁରୁତ୍ୱ ।

କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରରେ ପୁଣି କରୋନା କାୟା ମେଲାଉଥିବା ବେଳେ ତତ୍ପର ହୋଇ ଉଠିଛି ବିଏମସି । ପ୍ରେସମିଟ୍ କରି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି, ଭୁବନେଶ୍ୱରରେ ବିଗତ ୫ରୁ ୭ ଦିନ ହେବ ସଂକ୍ରମଣ ବଢି ବଢି ଚାଲିଛି । ତେଣୁ ଏବେ ପୁଣିଥରେ କଟକଣାକୁ କଡାକଡି କରାଯିବ । ଖାସକରି ସାମାଜିକ ଦୂରତା, ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦିଆଯିବ । ଟେଷ୍ଟିଂ ଓ ଟ୍ରେସିଂକୁ ଗୁରୁତ୍ୱ ଦିଆଯିବା ସହContinue reading “ଭୁବନେଶ୍ୱରରେ କାୟା ମେଲାଉଛି କରୋନା । ବିଏମସି କମିଶନର କହିଲେ, ସଂକ୍ରମଣ ରୋକିବାକୁ ସତର୍କ ରହିବାକୁ ପଡିବ, ଟେଷ୍ଟିଂ ଓ ଟ୍ରେସିଂ ଉପରେ ଦିଆଯିବ ଗୁରୁତ୍ୱ ।”

ବାଲେଶ୍ୱର ବାଲିଆପାଳ ପାଇଁ ଦୁଃଖ ପାଲଟିଛି ବଙ୍ଗୋପସାଗର । ଢେଉ ମାଡରେ ଭାସିଗଲାଣି ଝାଉଁବଣ । ଜନବସତି ଆଡକୁ ମାଡି ଆସୁଛି ସମୁଦ୍ର ।

କନକ ବ୍ୟୁରୋ: ବଙ୍ଗୋପସାଗର ଏବେ ବାଲେଶ୍ୱର ବାଲିଆପାଳବାସୀଙ୍କ ଦୁଃଖ ପାଲଟିଛି । ସମୁଦ୍ର ଉପକୁଳବର୍ତ୍ତୀ ୬ ଟି ପଂଚାୟତର ୩୫ରୁ ଅଧିକ ଗ୍ରାମବାସୀ ଏବେ ଆଶା ଆଶଙ୍କାରେ ରହିଛନ୍ତି । ବିଭିନ୍ନ ସମୟରେ ଆସୁଥିବା ସାମୁଦ୍ରିକ ବାତ୍ୟା ଯୋଗୁଁ ସମୁଦ୍ରର ତଟ କ୍ଷୟ ହେଉଛି । ଏହାସହ ସମୁଦ୍ରତଟବର୍ତ୍ତୀ ଅଞ୍ଚଳରେ ନଷ୍ଟ ହେଉଛି ହେକ୍ଟର ହେକ୍ଟର ଝାଉଁ ଜଙ୍ଗଲ । ଉପକୂଳକୁ ସୁରକ୍ଷା ଦେଉଥିବା ଝାଉଁ ଜଙ୍ଗଲ ସମୁଦ୍ର ଗର୍ଭକୁ ଚାଲି ଯିବା ପରେ ଜନବସତିର ପାଳିContinue reading “ବାଲେଶ୍ୱର ବାଲିଆପାଳ ପାଇଁ ଦୁଃଖ ପାଲଟିଛି ବଙ୍ଗୋପସାଗର । ଢେଉ ମାଡରେ ଭାସିଗଲାଣି ଝାଉଁବଣ । ଜନବସତି ଆଡକୁ ମାଡି ଆସୁଛି ସମୁଦ୍ର ।”

ଜଳ ଯନ୍ତ୍ରଣାର ଶେଷ କେବେ? ଗ୍ରୀଷ୍ମ ଆରମ୍ଭରୁ ତାତି ବଢିବା ସହ ଅସହ୍ୟ ହେଲାଣି ଜଳ କଷ୍ଟ । କେଉଁଠି ନଳକୂପ ସୁଖିଗଲାଣି ତ ଆଉ କେଉଁଠି ଅଚଳ ।

କନକ ବ୍ୟୁରୋ: ଖରା ବଢିବା ସହ ଜଳକଷ୍ଟ ବି ବଢୁଛି । ଗ୍ରୀଷ୍ମ ପ୍ରବାହ ଆରମ୍ଭରୁ ପାଣି ପାଇଁ ସଂଘର୍ଷ କରୁଛନ୍ତି ଲୋକେ । ଢେଙ୍କାନାଳ କାମାକ୍ଷାନଗର ବ୍ଲକ କନ୍ଧବୋଲ ଗାଁରେ ଥିବା ଖୋଲା କୂଅରେ ପାଣି ଶୁଖି ଗଲାଣି, ଏପଟେ ନଳକୂପର ପାଣି ମଧ୍ୟ ବ୍ୟବହାର ଉପଯୋଗୀ ହେଉନାହିଁ ।  ଗାଁରେ ନିର୍ମାଣ ହୋଇଥିବା ପ୍ରକଳ୍ପ ମଧ୍ୟ ଆରମ୍ଭରୁ ଅଚଳ ହୋଇ ପଡ଼ିଛି । ତେଣୁ ଗାଁ ଠାରୁ ୧ କି.ମି. ଦୂର ଜଙ୍ଗଲ ଭିତରେContinue reading “ଜଳ ଯନ୍ତ୍ରଣାର ଶେଷ କେବେ? ଗ୍ରୀଷ୍ମ ଆରମ୍ଭରୁ ତାତି ବଢିବା ସହ ଅସହ୍ୟ ହେଲାଣି ଜଳ କଷ୍ଟ । କେଉଁଠି ନଳକୂପ ସୁଖିଗଲାଣି ତ ଆଉ କେଉଁଠି ଅଚଳ ।”

ଜଳ ଜୀବନ ନା ଯନ୍ତ୍ରଣା ? ରାତି ପାହିଲେ ପାଣି ପାଇଁ ଚାଲେ ପ୍ରାଣମୂର୍ଚ୍ଚା ଉଦ୍ୟମ । ଖରା ବଢିଲେ ଟୋପେ ପାଣି ପାଇଁ ଆଉଟୁ ପାଉଟୁ ଲୋକେ ।

କନକ ବ୍ୟୁରୋ: ଜଳ ବିହୁନେ ସୃଷ୍ଟି ନାଶ, ଜଳ ବହୁଳେ ସୃଷ୍ଟି ନାଶ । ସୃଷ୍ଟିର ଆଧାର ଜଳ । ଜଳ ବିନା ଜଗତର ମାନେ ନାହିଁ । ଜୀବନଜନ୍ତୁ ସମସ୍ତେ ଜଳ ପାଇଁ ହିଁ ବଞ୍ଚି ରହିଛନ୍ତି । କିନ୍ତୁ ବିଡମ୍ବନାର ବିଷୟ ଜଳକୁ ଜୀବନ କହୁଥିବା ଜୀବମାନେ ଜଳର ମୂଲ୍ୟ ବୁଝୁନାହାନ୍ତି । ଜଳର ଅପଚୟ କରୁଛନ୍ତି, ଜଳକୁ ବିଶାକ୍ତ କରୁଛନ୍ତି ଯାହା ଜୀବନ ପାଇଁ ବୁମେରାଂ ସାଜୁଛି । କେଉଁଠି ପାନୀୟ ଜଳରେContinue reading “ଜଳ ଜୀବନ ନା ଯନ୍ତ୍ରଣା ? ରାତି ପାହିଲେ ପାଣି ପାଇଁ ଚାଲେ ପ୍ରାଣମୂର୍ଚ୍ଚା ଉଦ୍ୟମ । ଖରା ବଢିଲେ ଟୋପେ ପାଣି ପାଇଁ ଆଉଟୁ ପାଉଟୁ ଲୋକେ ।”

ହ୍ୱାଟ୍ସଆପରେ ହଁ, ହୃଦୟରୁ ହାତଗଣ୍ଠି । ମନ୍ଦିରରେ ମହାମିଳନ, ସାକ୍ଷୀ ରହିଲେ ମହାଦେବ । କେହି କହିପାରନ୍ତିନି କି ଶୁଣିପାରନ୍ତିନି କିନ୍ତୁ ସମାଜ ଦେଲା ସ୍ୱାମୀ-ସ୍ତ୍ରୀର ସ୍ୱୀକୃତି ।

କନକ ବ୍ୟୁରୋ: ପ୍ରେମ ପାଇଁ ଶବ୍ଦ ଲୋଡା ନାହିଁ । ପ୍ରେମ ହଉ ହଉ ହେଇଯାଏ । କେବେ ହୃଦୟରୁ ଆରମ୍ଭ ହୋଇ ହାତଗଣ୍ଠିରେ ସରେ ତ କେବେ ସୋସିଆଲ ମିଡିଆରୁ ଆରମ୍ଭ ହୋଇ ଶଙ୍ଖା ସିନ୍ଦୂରରେ ସରେ । ପ୍ରେମ ଇସାରାରୁ ଆରମ୍ଭ ହୁଏ ଆଉ ଇଶ୍ୱରଙ୍କ ଆଶିର୍ବାଦ ଥିଲେ ତାହା ସଫଳ ହୁଏ । ଏଇ ଯେମିତି ସମ୍ବଲପୁରର ଏ ନିଆରା ଯୋଡି । ଦୁହେଁ କହିପାରନ୍ତିନି କି ଶୁଣି ବି ପାରନ୍ତିନି ।Continue reading “ହ୍ୱାଟ୍ସଆପରେ ହଁ, ହୃଦୟରୁ ହାତଗଣ୍ଠି । ମନ୍ଦିରରେ ମହାମିଳନ, ସାକ୍ଷୀ ରହିଲେ ମହାଦେବ । କେହି କହିପାରନ୍ତିନି କି ଶୁଣିପାରନ୍ତିନି କିନ୍ତୁ ସମାଜ ଦେଲା ସ୍ୱାମୀ-ସ୍ତ୍ରୀର ସ୍ୱୀକୃତି ।”

ରାଜ୍ୟବାସୀଙ୍କ ସତର୍କ କରାଇଲେ ଡିଏମଇଟି ସିବେକେ ମହାନ୍ତି । କହିଲେ, କୋଭିଡ୍ ନିୟମ ନମାନିଲେ ଫେରିପାରେ ଲକଡାଉନ୍ ।

କନକ ବ୍ୟୁରୋ: କୋଭିଡ୍ ନିୟମ ନମାନିବାର ଅର୍ଥ ହେଉଛି ଲକଡାଉନକୁ ଆମନ୍ତ୍ରଣ କରିବା  । ଅନ୍ୟ ରାଜ୍ୟ ଭଳି ଓଡିଶାରେ ମଧ୍ୟ ଆବଶ୍ୟକ ପଡିଲେ କଟକଣା ଲାଗୁ ହେବ । ରାଜ୍ୟ ସରକାର ଏବେ କୋଭିଡ୍ ସ୍ଥିତି ନେଇ ସମୀକ୍ଷା କରୁଛନ୍ତି । ଆବଶ୍ୟକ ପଡିଲେ ମେଡିକାଲ ବେଡ୍ ସଂଖ୍ୟା ମଧ୍ୟ ବୃଦ୍ଧି କରାଯିବ । ଯଦି ଲୋକମାନେ ନିୟମ ନମାନିବେ ତେବେ ଲକଡାଉନ୍ ଫେରିବ । ରାଜ୍ୟବାସୀଙ୍କୁ କୋଭିଡ୍ ନିୟମ ନମାନିବାର ପରିଣାମକୁ କିଛି ଏଭଳିContinue reading “ରାଜ୍ୟବାସୀଙ୍କ ସତର୍କ କରାଇଲେ ଡିଏମଇଟି ସିବେକେ ମହାନ୍ତି । କହିଲେ, କୋଭିଡ୍ ନିୟମ ନମାନିଲେ ଫେରିପାରେ ଲକଡାଉନ୍ ।”

ପିପିଲି ଉପନିର୍ବାଚନ ପାଇଁ କାଲିଠୁ ନାମାଙ୍କନ ପତ୍ର ଦାଖଲ । ପ୍ରାର୍ଥୀ ଘୋଷଣା ହୋଇନଥିଲେ ବି ୩ ପ୍ରମୁଖ ଦଳର ଜୋରଦାର ପ୍ରସ୍ତୁତି । ବିଜେଡି କହିଲା, ବହୁ ବ୍ୟବଧାନରେ ଜିତିବୁ ପିପିଲି

କନକ ବ୍ୟୁରୋ: ପିପିଲି ଉପନିର୍ବାଚନ ପାଇଁ ଆସନ୍ତାକାଲିଠାରୁ ଆରମ୍ଭ ହେବ ନାମାଙ୍କନ ପତ୍ର ଦାଖଲ । ଏ ପର୍ଯ୍ୟନ୍ତ ପ୍ରାର୍ଥୀ ଚୂଡାନ୍ତ କରିନଥିଲେ ବି ପ୍ରସ୍ତୁତିକୁ ଜୋରଦାର କରିଛନ୍ତି ୩ ପ୍ରମୁଖ ରାଜନୈତିକ ଦଳ । ଗତଥର ଅପେକ୍ଷା ଏଥକ ବ୍ୟବଧାନରେ ପିପିଲି ଜିତିବାକୁ ଦାବି କରିଛନ୍ତି ବିଜେଡି ବିଧାୟକ ଉମା ସାମନ୍ତରାୟ । ସେପଟେ ଗତଥରର ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ପୁଣିଥରେ ପିପିଲିରେ ପ୍ରାର୍ଥୀ କରିବାକୁ ଆପାତତଃ ସ୍ଥିର କରିଛି ବିଜେପି । କେବଳ ବିଜେପିContinue reading “ପିପିଲି ଉପନିର୍ବାଚନ ପାଇଁ କାଲିଠୁ ନାମାଙ୍କନ ପତ୍ର ଦାଖଲ । ପ୍ରାର୍ଥୀ ଘୋଷଣା ହୋଇନଥିଲେ ବି ୩ ପ୍ରମୁଖ ଦଳର ଜୋରଦାର ପ୍ରସ୍ତୁତି । ବିଜେଡି କହିଲା, ବହୁ ବ୍ୟବଧାନରେ ଜିତିବୁ ପିପିଲି”

ରାଜ୍ୟରେ ମୁଣ୍ଡପିଛା ଋଣ ୨୩ ହଜାର ୫୨୪ ଟଙ୍କା । କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତର ରଖିଲେ ଅର୍ଥମନ୍ତ୍ରୀ

କନକ ବ୍ୟୁରୋ: ଓଡିଶାରେ ମୁଣ୍ଡ ପିଛା ୠଣ ୨୩ ହଜାର ୫୨୪ ଟଙ୍କା ୮୨ ପଇସା । ରାଜ୍ୟର ସାମଗ୍ରୀକ ଋଣଭାର କେତେ ଓ ମୁଣ୍ଡପିଛା ଋଣ କେତେ ରହିଛି ବୋଲି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଉତ୍ତରରେ ବିଧାନସଭାରେ ଏହି ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରି । କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ପ୍ରଶ୍ନ କରିଥିଲେ ଯେ, ରାଜ୍ୟର ସାମଗ୍ରୀକ ଋଣ ଭାର କେତେ? ବୈଦେଶିକ ଋଣ କେତେ? ଆଭ୍ୟନ୍ତରୀଣ ଋଣContinue reading “ରାଜ୍ୟରେ ମୁଣ୍ଡପିଛା ଋଣ ୨୩ ହଜାର ୫୨୪ ଟଙ୍କା । କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତର ରଖିଲେ ଅର୍ଥମନ୍ତ୍ରୀ”

କରୋନା ସ୍ଥିତି ନେଇ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ କରିବେ ସମୀକ୍ଷା । ପୁଣିଥରେ କରୋନା ଲଢେଇରେ ସରପଞ୍ଚ ଓ ୱାର୍ଡମେମ୍ବରଙ୍କୁ ଦିଆଯିବ ଦାୟିତ୍ୱ ।

କନକ ବ୍ୟୁରୋ : ରାଜ୍ୟରେ କାୟା ମେଲାଉଛି କରୋନା । ଆଉ ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି କରୋନା ସ୍ଥିତିକୁ ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଭିନ୍ନ ବିଭାଗର ସଚିବ, ଜିଲ୍ଲାପାଳ ଓ ଏସପିଙ୍କ ସହ ଆସନ୍ତାକାଲି ଏନେଇ ସମୀକ୍ଷା ବୈଠକ କରିବେ ନବୀନ । ଏନେଇ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ଗାଁ ଗୁଡିକରେ କୋଭିଡ ପରିଚାଳନା କମିଟିକୁ ପୁଣିଥରେ ସକ୍ରିୟ କରାଯିବ ।ସରପଞ୍ଚ, ୱାର୍ଡ ମେମ୍ବରଙ୍କୁ ପୁଣିଥରେContinue reading “କରୋନା ସ୍ଥିତି ନେଇ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ କରିବେ ସମୀକ୍ଷା । ପୁଣିଥରେ କରୋନା ଲଢେଇରେ ସରପଞ୍ଚ ଓ ୱାର୍ଡମେମ୍ବରଙ୍କୁ ଦିଆଯିବ ଦାୟିତ୍ୱ ।”

ଭୁବନେଶ୍ୱର XIMB କ୍ୟାମ୍ପସରୁ ୪୫ ପଜିଟିଭ୍ ଚିହ୍ନଟ । ସମସ୍ତଙ୍କର ଟ୍ରାଭେଲ ହିଷ୍ଟ୍ରି ଜଣାଥିବା ନେଇ ସ୍ପଷ୍ଟ କଲେ ଏସଆରସି ।

କନକ ବ୍ୟୁରୋ : ଭୁବନେଶ୍ୱର XIMBଇନଷ୍ଟିଚ୍ୟୁଟରୁ ୪୫ କରୋନା ପଜିଟିଭ୍ ଚିହ୍ନଟ । ଏନେଇ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ପଜିଟିଭ ଚିହ୍ନଟ ହୋଇଥିବା ସମସ୍ତ ସଂକ୍ରମିତଙ୍କର ଟ୍ରାଭେଲ ହିଷ୍ଟ୍ରି ଜଣାପଡିଥିବା ନେଇ ସ୍ପଷ୍ଟ କରିଛନ୍ତି ଏସଆରସି । ଏସବୁ ଭିତରେ ଭୁବନେଶ୍ୱରର ଏକ୍ସଆଇଏମବିରେ ବହୁ ସଂଖ୍ୟାରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ପୂରା କ୍ୟାମ୍ପସକୁ ବିଏମସି ପକ୍ଷରୁ ସିଲ୍ କରାଯାଇଛି । ଏପରିକି ଉକ୍ତ ଶିକ୍ଷାନୁଷ୍ଠାନକୁ ପ୍ରବେଶ ଉପରେ କଟକଣା ଲଗାଯାଇଛିContinue reading “ଭୁବନେଶ୍ୱର XIMB କ୍ୟାମ୍ପସରୁ ୪୫ ପଜିଟିଭ୍ ଚିହ୍ନଟ । ସମସ୍ତଙ୍କର ଟ୍ରାଭେଲ ହିଷ୍ଟ୍ରି ଜଣାଥିବା ନେଇ ସ୍ପଷ୍ଟ କଲେ ଏସଆରସି ।”

Design a site like this with WordPress.com
Get started