କନକ ବ୍ୟୁରୋ : ଦେଶରେ ଜନତା କର୍ଫ୍ୟୁକୁ ପୁରିଲା ବର୍ଷେ । କରୋନା ମହାମାରୀ ଆତଙ୍କ ଖେଳାଇ ଦେଇଥିଲା । ଆଜିର ଦିନରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବା ସକାଶେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନକ୍ରମେ ଜନତା କର୍ଫ୍ୟୁ କରାଯାଇଥିଲା । କରୋନା ଯୋଦ୍ଧାଙ୍କ ପାଇଁ ସାରା ଦେଶରେ ଘଣ୍ଟଘଣ୍ଟା ବଜାଇ ସେମାନଙ୍କ ପ୍ରତି ଦେଶବାସୀଙ୍କ ପ୍ରତିବଦ୍ଧତାକୁ ପ୍ରଦର୍ଶନ କରାଯାଇଥିଲା । କରୋନା ଦେଶରେ ହଇଚଇ ସୃଷ୍ଟି କରିଦେଇଥଲା । ଏଥିପାଇଁ ବ୍ୟାପକContinue reading “ଦେଶରେ ଜନତା କର୍ଫ୍ୟୁକୁ ପୁରିଲା ବର୍ଷେ : କରୋନା ସଂକ୍ରମଣ ରୋକିବାକୁ ଠିକ୍ ବର୍ଷ ତଳେ ଲାଗୁ ହୋଇଥିଲା ୨୪ ଘଂଟିଆ ତାଲାବନ୍ଦ”
Author Archives: Raghaba
ମାହାଙ୍ଗା ପ୍ରସଙ୍ଗକୁ ନେଇ ବିଧାନସଭାରେ ହଙ୍ଗାମା : ପୋଡିୟମ ତଳେ ବିଜେପି ବିଧାୟକଙ୍କ ନାରାବାଜି; ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି
କନକ ବ୍ୟୁରୋ : ଆଜି ବି ଚାଲି ପାରିଲାନି ବିଧାନସଭା । ପୁଣି ଗୃହରେ ଉଠିଲା ମାହଙ୍ଗା ଡବଲ ମର୍ଡର ପ୍ରସଙ୍ଗ । ଏହି ପ୍ରସଙ୍ଗରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସଂପୃକ୍ତି ଅଭିଯୋଗ କରି ଇସ୍ତଫା ଦାବି କଲେ ବିରୋଧୀ ସଦସ୍ୟ । ଶନିବାର ମଧ୍ୟ ଏହି ପ୍ରସଙ୍ଗ ଉଠାଇ ଗୃହକୁ ଅଚଳ କରିଥିଲେ ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟ । ରବିବାର ଗୋଟିଏ ଦିନ ବିରତି ପରେ ଆଜି ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ହଙ୍ଗାମାContinue reading “ମାହାଙ୍ଗା ପ୍ରସଙ୍ଗକୁ ନେଇ ବିଧାନସଭାରେ ହଙ୍ଗାମା : ପୋଡିୟମ ତଳେ ବିଜେପି ବିଧାୟକଙ୍କ ନାରାବାଜି; ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି”
ସଂସଦରେ ଓଡ଼ିଆରେ ଦାବି ରଖିଲେ ସାଂସଦ ସସ୍ମିତ ପାତ୍ର । କହିଲେ, ଚଳିତ ଖରିଫ ଋତୁରେ ଓଡ଼ିଶାରୁ ୩୦ ଲକ୍ଷ ମେଟ୍ରିକ ଟନ୍ ଚାଉଳ ଉଠାଇବାକୁ ତୁରନ୍ତ ଚେଷ୍ଟା କରନ୍ତୁ କେନ୍ଦ୍ର ସରକାର ।
କନକ ବ୍ୟୁରୋ : ସଂସଦରେ ସାଂସଦ ସସ୍ମିତଙ୍କ ଦାବି । ତୁରନ୍ତୁ କେନ୍ଦ୍ର ସରକାର ଏଫସିଆଇ ମାଧ୍ୟମରେ ରାଜ୍ୟରୁ ଚାଉଳ ଉଠାନ୍ତୁ ବୋଲି ଦାବି କରିଛନ୍ତି ସସ୍ମିତ । ଚଳିତ ଖରିଫ ଋତୁରେ ଏଫସିଆଇ ମାଧ୍ୟମରେ ରାଜ୍ୟରୁ ପାଖାପାଖି ୩୦ ଲକ୍ଷ ମେଟ୍ରିକ ଟନ୍ ଚାଉଳ ସଂଗ୍ରହ କରିବାର ଆବଶ୍ୟକତା ରହିଥିବା ବେଳେ ମାର୍ଚ୍ଚ ୧୩ ସୁଦ୍ଧା ମାତ୍ର ୬ ଲକ୍ଷ ୬୫ ହଜାର ମେଟ୍ରିକ୍ ଟନ୍ ଚାଉଳ ସଂଗ୍ରହ କରାଯାଇଛି । ଆଉ ଏହି ଗତିରେContinue reading “ସଂସଦରେ ଓଡ଼ିଆରେ ଦାବି ରଖିଲେ ସାଂସଦ ସସ୍ମିତ ପାତ୍ର । କହିଲେ, ଚଳିତ ଖରିଫ ଋତୁରେ ଓଡ଼ିଶାରୁ ୩୦ ଲକ୍ଷ ମେଟ୍ରିକ ଟନ୍ ଚାଉଳ ଉଠାଇବାକୁ ତୁରନ୍ତ ଚେଷ୍ଟା କରନ୍ତୁ କେନ୍ଦ୍ର ସରକାର ।”
ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ରାଜ୍ୟ ସରକାରଙ୍କ କାର୍ଯ୍ୟାନୁଷ୍ଠାନ : ୨ ସରକାରୀ ଅଧିକାରୀଙ୍କୁ ଚାକିରିରୁ କରାଗଲା ବରଖାସ୍ତ
କନକ ବ୍ୟୁରୋ : ଦୁର୍ନୀତି ଓ ଅପାରଗ ଅଧିକାରୀଙ୍କ ବିରୁଦ୍ଧରେ ରାଜ୍ୟ ସରକାରଙ୍କ କଡା କାର୍ଯ୍ୟାନୁଷ୍ଠାନ । ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ରାଜ୍ୟ ସରକାର ସବୁବେଳେ ଶୂନ୍ୟ ସହିଷ୍ଣୁତା ଉପରେ ଜୋର ଦେଇଆସିଛନ୍ତି । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ଆଜି ୪ ଜଣ ଅଧିକାରୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଦୁଇ ଜଣଙ୍କୁ ଚାକିରୀରୁ ବରଖାସ୍ତ କରାଯାଇଥିବା ବେଳେ, ଆଉ ଦୁଇ ଜଣଙ୍କର ପେନସନ୍ ସଂକ୍ରାନ୍ତୀୟ ସୁବିଧାକୁ ସ୍ଥାୟୀ ଭାବରେContinue reading “ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ରାଜ୍ୟ ସରକାରଙ୍କ କାର୍ଯ୍ୟାନୁଷ୍ଠାନ : ୨ ସରକାରୀ ଅଧିକାରୀଙ୍କୁ ଚାକିରିରୁ କରାଗଲା ବରଖାସ୍ତ”
ରାଜ୍ୟରେ ସଂକ୍ରମଣ ବଢିବା ପରେ ସରକାରଙ୍କ ଚିନ୍ତା । କୋଭିଡ ସ୍ଥିତି ନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ।
କନକ ବ୍ୟୁରୋ: ରାଜ୍ୟରେ ସଂକ୍ରମଣ ବଢିବା ପରେ ସରକାରଙ୍କ ଚିନ୍ତା । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତା ବୈଠକ ଆରମ୍ଭ ହୋଇଛି । କୋଭିଡ ସ୍ଥିତି ନେଇ ଚାଲିଛି ଉଚ୍ଚସ୍ତରୀୟ ବୈଠକ । ଏସଆରସି, ସ୍ୱାସ୍ଥ୍ୟ ସଚିବ ଓ ବରିଷ୍ଠ ଅଧିକାରୀ ଉପସ୍ଥିତ । ଭିଡିଓ କନଫରେନ୍ସିଂରେ ଜିଲ୍ଲାପାଳଙ୍କ ସହ ମଧ୍ୟ ଚାଲିଛି ଆଲୋଚନା । କରୋନ ସଂପର୍କିତ ଗାଇଡନାଇନକୁ କିଭଳି କଡାକଡି ଭାବେ ପାଳନ କରାଯିବ, କିଭଳି ସଂକ୍ରମଣକୁ ନିୟନ୍ତ୍ରଣ କରାଯିବ ସେନେଇ ଭିଡିଓ କନଫରେନ୍ସିଂContinue reading “ରାଜ୍ୟରେ ସଂକ୍ରମଣ ବଢିବା ପରେ ସରକାରଙ୍କ ଚିନ୍ତା । କୋଭିଡ ସ୍ଥିତି ନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ । “
ଟ୍ରାଫିକ ନିୟମ ଉଲ୍ଲଘଂନ : ଟ୍ୱିନସିଟିରେ ୩ ବର୍ଷରେ କଟା ହୋଇଛି ୫୦ କୋଟିରୁ ଅଧିକ ଜରିମାନା ।
କନକ ବ୍ୟୁରୋ : ଦିନକୁ ଦିନ ଟ୍ରାଫିକ ନିୟମ ଊଲ୍ଲଂଘନ ଘଟଣା ବଢି ଚାଲିଥିବା ବେଳେ ଜରିମାନା ଆଦାୟର ପରିମାଣ ମଧ୍ୟ ବଢିଛି । ଗତ ୩ ବର୍ଷ ମଧ୍ୟରେ ଟ୍ୱିନ୍ ସିଟି ଭୁବନେଶ୍ୱର ଓ କଟକରେ ଟ୍ରାଫିକ ନିୟମ ଉଲ୍ଲଂଘନ ମାମଲାରେ ୫୦ କୋଟିରୁ ଅଧିକ ଟଙ୍କାର ଚାଲାଣ ଜରିମାନା ବାବଦରେ କଟାଯାଇଛି । ଏନେଇ ଗୃହରେ ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର । ବିଧାୟକ ସୌଭିକ ବିଶ୍ୱାଳଙ୍କ ପ୍ରଶ୍ନର ଉତ୍ତରରେContinue reading “ଟ୍ରାଫିକ ନିୟମ ଉଲ୍ଲଘଂନ : ଟ୍ୱିନସିଟିରେ ୩ ବର୍ଷରେ କଟା ହୋଇଛି ୫୦ କୋଟିରୁ ଅଧିକ ଜରିମାନା । “
ରାଜ୍ୟରେ କାୟା ମେଲାଉଛି କରୋନା । ବୈଠକ ବସିବ, ମୁକାବିଲା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେବ
କନକ ବ୍ୟୁରୋ: କିଛି ମାସ ବ୍ୟବଧାନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବା, ରାଜ୍ୟ ସରକାରଙ୍କୁ ଚିନ୍ତାରେ ପକାଇଛି । କରୋନାକୁ ନେଇ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବେ । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ । ଆଉ କିଛି ସମୟ ପରେ ବୈଠକ ଆରମ୍ଭ ହେବ । ବୈଠକରେ ଏସଆରସି, ସ୍ୱାସ୍ଥ୍ୟ ସଚିବ ଉପସ୍ଥିତ ରହି କରୋନା ମୁକାବିଲା ନେଇ ଆଲୋଚନା କରିବେ । ସମସ୍ତ ଜିଲ୍ଲାପାଳContinue reading “ରାଜ୍ୟରେ କାୟା ମେଲାଉଛି କରୋନା । ବୈଠକ ବସିବ, ମୁକାବିଲା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେବ “
ସଂକ୍ରମଣ ଏଡାଇବାକୁ ସତର୍କ ହେଲା ଗଞ୍ଜାମ । ଜିଲ୍ଲାକୁ ଫେରିଲେ ଆରଟିପିସିଆର ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ ।
କନକ ବ୍ୟୁରୋ: କରୋନା ସଂକ୍ରମଣ ଏଡାଇବାକୁ ସତର୍କ ହେଲା ଗଞ୍ଜାମ ପ୍ରଶାସନ । ଜିଲ୍ଲାକୁ ଫେରିଲେ ଏଣିକି ଆରଟିପିସିଆର ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ । ଏହାସହ ସୁରଟ ଓ ମୁମ୍ବାଇରୁ ଫେରିଲେ ରହିବେ ସଙ୍ଗରୋଧରେ । ୭ ଦିନ ଗୃହ ସଙ୍ଗରୋଧରେ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଦଣ୍ଡନାଚ ପାଇଁ ପ୍ରବାସୀ ଫେରିବାର ସମ୍ଭାବନା ରହିଛି ବୋଲି କହିଛନ୍ତି ଜିଲ୍ଲାପାଳ । ପ୍ରବାସୀ ଫେରିଲେ ସଂକ୍ରମଣ ବଢିବାର ସମ୍ଭାବନା ରହିଛି । ସଂକ୍ରମଣ ପାଇଁ ପ୍ରବାସୀଙ୍କୁContinue reading “ସଂକ୍ରମଣ ଏଡାଇବାକୁ ସତର୍କ ହେଲା ଗଞ୍ଜାମ । ଜିଲ୍ଲାକୁ ଫେରିଲେ ଆରଟିପିସିଆର ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ ।”
କୋଭିଡ କଟକଣାରେ ପାଳନ ହେବ ଦୋଳ ପୂର୍ଣ୍ଣିମା : ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ନିର୍ଦ୍ଦେଶନାମା ଜାରି
କନକ ବ୍ୟୁରୋ : ଫିକା ପଡ଼ିବ ହୋଲି ଓ ଦୋଳ ମେଳଣ । ରାଜଧାନୀରେ କୋଭିଡ୍ କଟକଣାରେ ପାଳନ ହେବ ଦୋଳ ପୂର୍ଣ୍ଣିମା । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଦୋଳ ଯାତ୍ରାରେ ସର୍ବାଧିକ ୬ଜଣ ବ୍ୟକ୍ତିଙ୍କୁ ଅନୁମତି ମିଳିବ । ଯାତ୍ରାରେ ସାମିଲ ବ୍ୟକ୍ତି ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଦୋଳ ବିମାନ ଶୋଭାଯାତ୍ରା ଉପରେ ମଧ୍ୟ କଟକଣା ଲଗାଯାଇଛି । ଦୋଳ ବିମାନ ଗଲାବେଳେ କୌଣସି ପ୍ରକାରର ବାଦ୍ୟଯନ୍ତ୍ରContinue reading “କୋଭିଡ କଟକଣାରେ ପାଳନ ହେବ ଦୋଳ ପୂର୍ଣ୍ଣିମା : ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ନିର୍ଦ୍ଦେଶନାମା ଜାରି”
ମାହାଙ୍ଗା ଡବଲ ମର୍ଡର ଘଟଣାରେ ଉଠିଲା ପଡିଲା ବିଧାନସଭା, ମନ୍ତ୍ରୀମଣ୍ଡଳରୁ ପ୍ରତାପଙ୍କ ବହିଷ୍କାର ଦାବି କଲା ବିଜେପି ।
କନକ ବ୍ୟୁରୋ : ବିଧାନସଭାରେ ‘ମାହାଙ୍ଗା ମର୍ଡର’ତାତି । ଏହି ଘଟଣାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ ଏଫଆଇଆରେ ଉଲ୍ଲେଖ ଥିଲେ ମଧ୍ୟ କାହିଁକି ଏଯାଏଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ ଏବଂ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବାଦ୍ ଦିଆଗଲା ନାହିଁ ତାହାକୁ ନେଇ ବିଧାନସଭାରେ ହଟ୍ଟଗୋଳ କରିଛନ୍ତି ବିରୋଧୀ ବିଜେପି । ଏପରିକି ମାହାଙ୍ଗା ଡବଲ ମର୍ଡର ଘଟଣାରେ ହୋଇଥିବା ଏତଲାରେ ଆଇନ ମନ୍ତ୍ରୀଙ୍କୁ ୧୩ ନମ୍ବର ଅଭିଯୁକ୍ତ ଦର୍ଶାଯାଇଥିଲେ ମଧ୍ୟ ଏଯାଏଁ କାହିଁକି ସରକାରContinue reading “ମାହାଙ୍ଗା ଡବଲ ମର୍ଡର ଘଟଣାରେ ଉଠିଲା ପଡିଲା ବିଧାନସଭା, ମନ୍ତ୍ରୀମଣ୍ଡଳରୁ ପ୍ରତାପଙ୍କ ବହିଷ୍କାର ଦାବି କଲା ବିଜେପି । “