ଶୀଘ୍ର ସାରିନିଅନ୍ତୁ ବ୍ୟାଙ୍କ ସହ ଜଡିତ କାମ । ଏପ୍ରିଲ ମାସରେ ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ

କନକ ବ୍ୟୁରୋ: ବ୍ୟାଙ୍କ ଗ୍ରାହକଙ୍କ ପାଇଁ ବଡ ଖବର । ଆସନ୍ତା ଏପ୍ରିଲ ମାସରେ ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ । ତେଣୁ କ୍ୟାଲେଣ୍ଡର ଦେଖି ବ୍ୟାଙ୍କ ସହିତ ଜଡିତ କାମ ଶୀଘ୍ର ତୁଟାଇ ଦିଅନ୍ତୁ । ନଚେତ ଆପଣଙ୍କୁ ହଇରାଣ ହେବାକୁ ପଡିବ । ପ୍ରତି ମାସରେ ରବିବାର ବ୍ୟତୀତ ମାସର ଦ୍ୱିତୀୟ ଓ ଶେଷ ଶନିବାର ବ୍ୟାଙ୍କ ବନ୍ଦ ରହିଥାଏ । ଏହାସହ କିଛି ଆଞ୍ଚଳିକ ପର୍ବ ପର୍ବାଣୀ ଯୋଗୁଁ ମଧ୍ୟ ବ୍ୟାଙ୍କContinue reading “ଶୀଘ୍ର ସାରିନିଅନ୍ତୁ ବ୍ୟାଙ୍କ ସହ ଜଡିତ କାମ । ଏପ୍ରିଲ ମାସରେ ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ”

ବିଶ୍ୱ ପ୍ରସିଦ୍ଧ କୋଣାର୍କ ମନ୍ଦିର ବୁଲି ଦେଖୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ : ତୈଲ ନିଗମର ବ୍ୟାଖାନ କେନ୍ଦ୍ର କରିବେ ପରିଦର୍ଶନ

କନକ ବ୍ୟୁରୋ : ବିଶ୍ୱ ପ୍ରସିଦ୍ଧ କୋଣାର୍କ ମନ୍ଦିର ବୁଲି ଦେଖିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ପୁରୀରୁ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ କୋଣାର୍କ ପହଂଚିବା ପରେ କଡା ସୁରକ୍ଷାରେ ସୂର୍ଯ୍ୟ ମନ୍ଦିର ବୁଲି ଦେଖିଛନ୍ତି । ରାଷ୍ଟ୍ରପତିଙ୍କ ସହ ଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ  ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଷ୍ଟ୍ରପତିଙ୍କ ଗସ୍ତକୁ ଆଖିରେ ରଖି କୋଣାର୍କରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । କୋଣାର୍କ  ମନ୍ଦିର ବୁଲି ଦେଖିବା ପରେ ଇଣ୍ଡିଆନContinue reading “ବିଶ୍ୱ ପ୍ରସିଦ୍ଧ କୋଣାର୍କ ମନ୍ଦିର ବୁଲି ଦେଖୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ : ତୈଲ ନିଗମର ବ୍ୟାଖାନ କେନ୍ଦ୍ର କରିବେ ପରିଦର୍ଶନ”

ରାଜ୍ୟରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ : ଆଜି ଆଉ ୧୪୬ ପଜିଟିଭ; ଖୋର୍ଦ୍ଧାରୁ ୩୫ ଓ କଟକରୁ ୨୫

କନକ ବ୍ୟୁରୋ : ରାଜ୍ୟରେ ବୃଦ୍ଧି ପାଉଛି ଦୈନିକ ସଂକ୍ରମଣ ସଂଖ୍ୟା । ଆଜି ଆଉ ୧୪୬ ନୂଆ କରୋନା ଆକ୍ରାନ୍ଚ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୮୭ ଏବଂ ସ୍ଥାନୀୟ ଅଞ୍ଚଳରୁ ୫୯ । ଅନୁଗୁଳରୁ ୩, ବାଲେଶ୍ୱର ୪, ବରଗଡ ୩, ବଲାଙ୍ଗୀର ୯, କଟକ ୨୫, ଗଞ୍ଜାମ ୫, ଜଗତସିଂହପୁର ୩, ଯାଜପୁର ୪, ଖୋର୍ଦ୍ଧାରୁ  ୩୫ ଚିହ୍ନଟ । ସେହିପରି ଯାଜପୁର ୪, ଝାରସୁଗୁଡାରୁ ଜଣେ, କଳାହାଣ୍ଡି ୨, କେନ୍ଦ୍ରାପଡାରୁ ଜଣେ,Continue reading “ରାଜ୍ୟରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ : ଆଜି ଆଉ ୧୪୬ ପଜିଟିଭ; ଖୋର୍ଦ୍ଧାରୁ ୩୫ ଓ କଟକରୁ ୨୫”

ବଙ୍ଗଳା ନିର୍ବାଚନରେ ପ୍ରତିଶ୍ରୁତିର ଲଢେଇ : ଜାଣନ୍ତୁ ଭୋଟରଙ୍କୁ କ’ଣ ପ୍ରତିଶ୍ରୁତି ଦେଇଛନ୍ତି ଟିଏମସି ଦଳ ଓ ବିଜେପି ଦଳ

କନକ ବ୍ୟୁରୋ : ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ବିଜେପି ରବିବାର ତାର ସଂକଳ୍ପ ପତ୍ର ଜାରି କରିଛି । ଅର୍ଥାତ ବିଧାନସଭା ନିର୍ବାଚନ ଜିତିଲେ ବିଜେପି ସରକାର ପଶ୍ଚିମବଙ୍ଗବାସୀଙ୍କ ପାଇଁ କଣସବୁ କରିବେ, ସେନେଇ ପ୍ରତିଶ୍ରୁତିର ପାହାଡ ଛିଡା କରିଛନ୍ତି । ଏହା ପୂର୍ବରୁ ଗତ ମାର୍ଚ୍ଚ ୧୭ ତାରିଖରେ ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀ । ୧୪୬ ପୃଷ୍ଠାର ଏହି ନିର୍ବାଚନୀ ଇସ୍ତାହାରରେ ଗତ ୧୦Continue reading “ବଙ୍ଗଳା ନିର୍ବାଚନରେ ପ୍ରତିଶ୍ରୁତିର ଲଢେଇ : ଜାଣନ୍ତୁ ଭୋଟରଙ୍କୁ କ’ଣ ପ୍ରତିଶ୍ରୁତି ଦେଇଛନ୍ତି ଟିଏମସି ଦଳ ଓ ବିଜେପି ଦଳ”

ସମ୍ବଲପୁରରେ ଦନ୍ତା ହାତୀ ‘ଡନ’ର ଆତଙ୍କ : ଯୁଜୁମରା ମୁଣ୍ଢେରରେ ପଶି ଭାଙ୍ଗିଲା ୩-୪ଟି ଘର

କନକ ବ୍ୟୁରୋ : ସମ୍ବଲପୁର ଯୁଜୁମରାରେ ଆତଙ୍କ ଖେଳାଇଥିବା ଦନ୍ତାହାତୀ ‘ଡନ’ର ଚିତ୍ର କ୍ୟାମେରାରେ କଏଦ ହୋଇଛି । ପୂର୍ବଭଳି ଦନ୍ତା ହାତୀଟି ମୁଣ୍ଢେର ଅଂଚଳରେ ଆତଙ୍କ ଖେଳାଇଛି । ଗତକାଲି ଗାଁ ଭିତରକୁ ପଶିଆସି ୩ରୁ ୪ଟି ଘର ଭାଙ୍ଗି ପକାଇଛି ଉପଦ୍ରବକାରୀ ଦନ୍ତା ହାତୀ । ତେବେ ଏକ କ୍ରସର ଭିତରେ ପଶି ଭଙ୍ଗାରୁଜା କରୁଥିବା ବେଳେ ହନ୍ତାଟିକୁ ଘଉଡାଇଥିଲେ ସ୍ଥାନୀୟ ଲୋକେ । ଏହି ସମୟରେ ଦନ୍ତା ହାତୀଟିକ ଭିଡିଓ କ୍ୟାମେରାରେ କଏଦContinue reading “ସମ୍ବଲପୁରରେ ଦନ୍ତା ହାତୀ ‘ଡନ’ର ଆତଙ୍କ : ଯୁଜୁମରା ମୁଣ୍ଢେରରେ ପଶି ଭାଙ୍ଗିଲା ୩-୪ଟି ଘର”

ସମର୍ପଣ ନିଧି ସଂଗ୍ରହ ଅଭିଯାନରେ ସାମିଲ ହେଲେ ରାଷ୍ଟ୍ରପତି । ଦାନ କଲେ ଲକ୍ଷେ ଟଙ୍କା, ମହାପ୍ରଭୁଙ୍କ ସେବା କରିବାର ସୁଯୋଗ ପାଇଲେ ରାମନାଥ କୋବିନ୍ଦ ।

କନକ ବ୍ୟୁରୋ : ‘ସମର୍ପଣ ନିଧି ଅଭିଯାନ’ରେ ସାମିଲ ହେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସମର୍ପଣ ନିଧି ଅଭିଯାନରେ ଶ୍ରୀମନ୍ଦିରର ବିକାଶ ପାଇଁ ନିଜ ଦରମାରୁ ଲକ୍ଷେ ଟଙ୍କା ଦାନ କରିଛନ୍ତି ରାଷ୍ଟ୍ରପତି ।ଆଉ ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମିଳିଥିବା ସୂଚନା ମୁତାବକ, ଦେଶର ପ୍ରଥମ ବ୍ୟକ୍ତିଙ୍କୁ ଏହି ସମର୍ପଣ ନିଧି ବାବଦରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅବଗତ କରାଇଥିଲେ । ଆଉ ଧର୍ମେନ୍ଦ୍ରଙ୍କ ଠାରୁ ଏ ବାବଦରେ ଜାଣିବାContinue reading “ସମର୍ପଣ ନିଧି ସଂଗ୍ରହ ଅଭିଯାନରେ ସାମିଲ ହେଲେ ରାଷ୍ଟ୍ରପତି । ଦାନ କଲେ ଲକ୍ଷେ ଟଙ୍କା, ମହାପ୍ରଭୁଙ୍କ ସେବା କରିବାର ସୁଯୋଗ ପାଇଲେ ରାମନାଥ କୋବିନ୍ଦ ।”

ସିଲ ହେଲା ଜାଭିୟର ଇନଷ୍ଟିଚ୍ୟୁଟ୍ ଅଫ ମ୍ୟାନେଜମେଂଟ : କ୍ୟାମ୍ପସ ଭିତରକୁ ପ୍ରବେଶ ଓ ପ୍ରସ୍ଥାନ ବନ୍ଦ

କନକ ବ୍ୟୁରୋ : ସିଲ ହେଲା ଜାଭିୟର ଇନଷ୍ଟିଚ୍ୟୁଟ୍ ଅଫ ମ୍ୟାନେଜମେଂଟ, ଭୁବନେଶ୍ୱର । ଏକାଧିକ କରୋନା ସଂକ୍ରମିତ ବାହାରିବା ପରେ ଏହାକୁ ସିଲ କରିବା ପାଇଁ ନିଷ୍ପତ୍ତି ନେଇଛି ବିଏମସି । ଏନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କରାଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ଶିକ୍ଷାନୁଷ୍ଠାନକୁ ସିଲ କରିବା ପାଇଁ କୁହାଯାଇଛି । ଏହି ସମୟରେ କେହି ଇନଷ୍ଟିଚ୍ୟୁଟ ମଧ୍ୟକୁ ପ୍ରବେଶ କରିପାରିବେ ନାହିଁ, କିମ୍ବା କେହି ବାହାରକୁ ଆସିପାରିବେ ନାହିଁ ।Continue reading “ସିଲ ହେଲା ଜାଭିୟର ଇନଷ୍ଟିଚ୍ୟୁଟ୍ ଅଫ ମ୍ୟାନେଜମେଂଟ : କ୍ୟାମ୍ପସ ଭିତରକୁ ପ୍ରବେଶ ଓ ପ୍ରସ୍ଥାନ ବନ୍ଦ”

ପାରିବାରିକ କଳହରୁ ବାପା ଓ ମାଆଙ୍କୁ ହାଣିଦେଲା ପୁଅ : ବାପା ମୃତ, ଗୁରୁତର ମା’ ମେଡିକାଲରେ ଭର୍ତ୍ତି

କନକ ବ୍ୟୁରୋ : ପାରିବାରିକ କଳହରୁ ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ, ମା ଗୁରୁତର । ଅନୁଗୁଳ ଜିଲ୍ଲା ଜରପଡା ଥାନା ଅନ୍ତର୍ଗତ ଦୁର୍ଗାପୁର ଗାଁରେ ଘଟିଛି ଏହି ଦୁଃଖଦ ଘଟଣା । ରକ୍ତମୁଖା ପୁଅ କବଳରୁ ବାପାକୁ ବଂଚାଇବାକୁ ଯାଇ ଟାଙ୍ଗିଆ ଚୋଟରେ ମାଆ ମଧ୍ୟ ଗୁରୁତର ଆହତ ହୋଇଛି । ଗୁରୁତର ଅବସ୍ଥାରେ ମାଆଙ୍କୁ ଜରପଡା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ମୃତକ ହେଉଛନ୍ତି ଦୁର୍ଗାପୁର ଗାଁ କୋଡାସାହିର କୃଷ୍ଣଚନ୍ଦ୍ର ବେହେରାContinue reading “ପାରିବାରିକ କଳହରୁ ବାପା ଓ ମାଆଙ୍କୁ ହାଣିଦେଲା ପୁଅ : ବାପା ମୃତ, ଗୁରୁତର ମା’ ମେଡିକାଲରେ ଭର୍ତ୍ତି”

ମାହାଙ୍ଗା ପ୍ରସଙ୍ଗକୁ ନେଇ ବିଧାନସଭା ଅଚଳ : ଦିନ ସାଢେ ୧୧ଟା ଯାଏଁ ଗୃହ ମୁଲତବି

କନକ ବ୍ୟୁରୋ : ବିଧାନସଭାରେ ପ୍ରଶ୍ନକାଳ ଆରମ୍ଭରୁ ହଟ୍ଟଗୋଳ । ପ୍ରଶ୍ନକାଳ ଆରମ୍ଭରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହକୁ ସାଢେ ୧୧ଟା ଯାଏଁ ଗୃହକୁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି । ଆଜି ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ମାହାଙ୍ଗା ଡବଲ ମର୍ଡର ପ୍ରସଙ୍ଗକୁ ନେଇ ବିଜେପି ବିଧାୟକମାନେ ହଟ୍ଟଗୋଳ କରିଛନ୍ତି । ଗୃହର ମଧ୍ୟ ଭାଗରେ ପୋଷ୍ଟର ଧରି ପ୍ରତିବାଦ ଓ ନାରାବାଜି କରିଥିଲେ ବିଧାୟକ । ପରେ ବାଚସ୍ପତି ଗୃହ ଦିନ ୧୧ଟା ୩୦Continue reading “ମାହାଙ୍ଗା ପ୍ରସଙ୍ଗକୁ ନେଇ ବିଧାନସଭା ଅଚଳ : ଦିନ ସାଢେ ୧୧ଟା ଯାଏଁ ଗୃହ ମୁଲତବି”

ଦେଶରେ ଉପରମୁହାଁ କରୋନା ଗ୍ରାଫ୍ । ଦିନକରେ ୪୬,୯୫୧ ନୂଆ ଆକ୍ରାନ୍ତ ଚିହ୍ନଟ, ୨୧୨ ମୃତ

କନକ ବ୍ୟୁରୋ : ଦେଶରେ ଗତ ୨୪ ଘଣ୍ଟାରେ ୪୬,୯୫୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ । ଏଥି ସହ ସମୁଦାୟ ସଂକ୍ରମଣ ସଂଖ୍ୟା ୧.୧୬ କୋଟିରୁ ଯଥେଷ୍ଟ ଅଧିକ ହୋଇଯାଇଛି । ଗତବର୍ଷ ନଭେମ୍ବର ମାସ ପ୍ରାରମ୍ଭ ପରେ ଏହା ହେଉଛି ରେକର୍ଡ ସଂଖ୍ୟକ ସର୍ବାଧିକ ଦୈନିକ ସଂକ୍ରମଣ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୪୬,୯୫୧ କରୋନା ଭାଇରସ୍‌ ଜନିତ ନୂତନ ସଂକ୍ରମଣ ଓ ୨୧୨Continue reading “ଦେଶରେ ଉପରମୁହାଁ କରୋନା ଗ୍ରାଫ୍ । ଦିନକରେ ୪୬,୯୫୧ ନୂଆ ଆକ୍ରାନ୍ତ ଚିହ୍ନଟ, ୨୧୨ ମୃତ”

Design a site like this with WordPress.com
Get started