କନକ ବ୍ୟୁରୋ : ମହାପ୍ରଭୁଙ୍କ ଦର୍ଶନ କରିବା ପରେ ‘ସମର୍ପଣ ନିଧି’କୁ ଦାନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ନିଜ ଦରମାରୁ ୧ ଲକ୍ଷ ଟଙ୍କା ଦାନ କରିଛନ୍ତି ରାଷ୍ଟ୍ରପତି । ଶ୍ରୀମନ୍ଦିର ପ୍ରଶାସକଙ୍କୁ ଏନେଇ ଚେକ୍ ଆକାରରେ ନିଜ ଦାନ ଅର୍ଥ ପ୍ରଦାନ କରିଥିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀମନ୍ଦିରର ବିକାଶ ପାଇଁ ‘ସମର୍ପଣ ନିଧି ସଂଗ୍ରହ’ର ଆରମ୍ଭ କରାଯାଇଥିଲା । ମହାପ୍ରଭୁଙ୍କ ସେବା କରିବାକୁ ଚାହୁଁଥିବା ପ୍ରତିଟିContinue reading “ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ, ‘ସମର୍ପଣ ନିଧି’କୁ ଲକ୍ଷେ ଟଙ୍କା ଦାନ କଲେ ରାଷ୍ଟ୍ରପତି । “
Author Archives: Raghaba
ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ : ସିଂହଦ୍ୱାରରେ ସ୍ୱାଗତ କଲେ ଗଜପତି ମହାରାଜ
କନକ ବ୍ୟୁରୋ : ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଗର୍ଭଗୃହରେ ଦର୍ଶନ କରିବା ସହିତ ଭିତରେ ବେଢାରେ ଥିବା ପାର୍ଶ୍ୱ ଦେବାଦେବୀଙ୍କ ଦର୍ଶନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପତ୍ନୀ ତଥା ଦେଶର ପ୍ରଥମ ମହିଳା ସବିତା କୋବିନ୍ଦ । ଉଭୟଙ୍କୁ କୌଳିକ ସେବାୟତମାନେ ପାଛୋଟି ନେଇଥିଲେ ଶ୍ରୀମନ୍ଦିରକୁ ଓ ଶ୍ରୀମନ୍ଦିର ଭିତରେ ଶୃଙ୍ଖଳିତ ଦର୍ଶନ କରାଇଥିଲେ । ରାଷ୍ଟ୍ରପତିଙ୍କ କାରକେଡ ଶ୍ରୀମନ୍ଦିର ସମ୍ମୁଖରେ ପହଂଚିବା ପରେ ସିଂହଦ୍ୱାରContinue reading “ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ : ସିଂହଦ୍ୱାରରେ ସ୍ୱାଗତ କଲେ ଗଜପତି ମହାରାଜ”
କରୋନା ସଂକ୍ରମଣ ଦୃଷ୍ଟିରୁ ବେଶ ସାଂଘାତିକ ମାର୍ଚ୍ଚ ତୃତୀୟ ସପ୍ତାହ : ପୂର୍ବ ସପ୍ତାହ ତୁଳନାରେ ୬୭ ପ୍ରତିଶତ ବଢିଲା ପଜିଟିଭ ମାମଲା
କନକ ବ୍ୟୁରୋ : କରୋନା ସଂକ୍ରମଣ ଦୃଷ୍ଟିରୁ ବେଶ ସାଂଘାତିକ ହୋଇଛି ମାର୍ଚ୍ଚ ତୃତୀୟ ସପ୍ତାହ । ପୂର୍ବ ସପ୍ତାହ ତୁଳନାରେ ତୃତୀୟ ସପ୍ତାହରେ ୬୭ ପ୍ରତିଶତ ବଢିଲା ସଂକ୍ରମଣ ମାମଲା ବଢିଛି । ମାର୍ଚ୍ଚ ୧୫ରୁ ୨୧ ତାରିଖ ମଧ୍ୟରେ ସାରା ଦେଶରେ ୨ଲକ୍ଷ ୬୦ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ୬ଟି ରାଜ୍ୟ ମହାରାଷ୍ଟ୍ର, କେରଳ,ପଞ୍ଜାବ, କର୍ଣ୍ଣାଟକ, ଗୁଜରାଟ ଓ ମଧ୍ୟପ୍ରଦେଶରେ କରୋନା ତୀବ୍ରContinue reading “କରୋନା ସଂକ୍ରମଣ ଦୃଷ୍ଟିରୁ ବେଶ ସାଂଘାତିକ ମାର୍ଚ୍ଚ ତୃତୀୟ ସପ୍ତାହ : ପୂର୍ବ ସପ୍ତାହ ତୁଳନାରେ ୬୭ ପ୍ରତିଶତ ବଢିଲା ପଜିଟିଭ ମାମଲା “
ଜଗନ୍ନାଥ ଦର୍ଶନ ପାଇଁ ପୁରୀରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ : ଜଗା ଦର୍ଶନ ପରେ କୋଣାର୍କ ଯାଇ ସୂର୍ଯ୍ୟମନ୍ଦିର ଦର୍ଶନ କରିବେ ରାଷ୍ଟ୍ରପତି
କନକ ବ୍ୟୁରୋ : ପୁରୀ ପହଂଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆଜି ସକାଳ ସାଢେ ୮ଟାରେ ରାଜଭବନରୁ ବାହାରି ବିମାନ ବନ୍ଦର ଯାଇଥିଲେ । ସେଠାରୁ ବାୟୁସେନାର ସ୍ୱତନ୍ତ୍ର ହେଲିକ୍ୟାପ୍ଟର ଯୋଗେ ପୁରୀ ତାଳବଣିଆ ହେଲିପ୍ୟାଡରେ ପ୍ରାୟ ୮ଟା ୪୫ ମିନିଟରେ ପହଂଚିଛନ୍ତି । ତାଳବଣିଆ ହେଲିପ୍ୟାଡରୁ କାର ଯୋଗେ କଡ଼ା ସୁରକ୍ଷା ଭିତରେ ଭିଆଇପି ରୋଡ୍ ଓ ବଡ଼ଦାଣ୍ଡ ଦେଇ ଶ୍ରୀମନ୍ଦିରକୁ ଯିବେ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରାଷ୍ଟ୍ରପତିଙ୍କୁ ସିଂହଦ୍ୱାର ନିକଟରେ ସ୍ୱାଗତContinue reading “ଜଗନ୍ନାଥ ଦର୍ଶନ ପାଇଁ ପୁରୀରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ : ଜଗା ଦର୍ଶନ ପରେ କୋଣାର୍କ ଯାଇ ସୂର୍ଯ୍ୟମନ୍ଦିର ଦର୍ଶନ କରିବେ ରାଷ୍ଟ୍ରପତି”
ଜମ୍ମୁ-କାଶ୍ମୀର ଶୋପିଆଁରେ ସେନା ଗୁଳିରେ ଟଳିଲେ ୨ ଆତଙ୍କୀ । ଏବେବି ଜାରି ରହିଛି ସର୍ଚ୍ଚ ଅପରେସନ୍
ଗତରାତି ପାହାନ୍ତା ପ୍ରହର ପୂର୍ବରୁ ଜମ୍ମୁ ଓ କଶ୍ମୀରର ଶୋପିଆଁ ଜିଲ୍ଲାରେ ନିରାପତ୍ତା ବଳଙ୍କ ସହ ଗୁଳି ବିନିମୟ କରି ଅନ୍ୟୂନ ଦୁଇଜଣ ଅଜ୍ଞାତ ଆତଙ୍କବାଦୀ ନିହତ ହୋଇଛନ୍ତି । ପ୍ରାପ୍ତ ପ୍ରାଥମିକ ସୂଚନା ଅନୁସାରେ, ରାତି ପ୍ରାୟ ୨ଟା ବେଳେ ଶୋପିଆଁର ମନିହାଲ୍ ଅଞ୍ଚଳରେ ନିରାପତ୍ତା ବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଗୁଳି ବିନିମୟ ଏପର୍ଯ୍ୟନ୍ତ ଚାଲୁ ରହିଛି। ସମ୍ପୃକ୍ତ ଅଞ୍ଚଳରେ ଆତଙ୍କବାଦୀମାନଙ୍କର ଉପସ୍ଥିତି ସଂକ୍ରାନ୍ତରେ ସୂଚନା ପାଇବା ପରେ ଜମ୍ମୁ ଓContinue reading “ଜମ୍ମୁ-କାଶ୍ମୀର ଶୋପିଆଁରେ ସେନା ଗୁଳିରେ ଟଳିଲେ ୨ ଆତଙ୍କୀ । ଏବେବି ଜାରି ରହିଛି ସର୍ଚ୍ଚ ଅପରେସନ୍”
ମହାରାଷ୍ଟ୍ର ମେଂଟରେ ଫାଟ : ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ହୋଇଥିବା ଅଭିଯୋଗ ଉପରେ ଆଜି ନିଷ୍ପତ୍ତି
କନକ ବ୍ୟୁରୋ : ମହାରାଷ୍ଟ୍ରରେ ବରିଷ୍ଠ ପୁଲିସ ଅଧିକାରୀଙ୍କ ଚିଠିକୁ ନେଇ ହଇଚଇ ଖେଳିଯାଇଛି । ସ୍ଥିତି ଏପରି ହୋଇଛି ଯେ ଏବେ ମହାରାଷ୍ଟ୍ର ମହାବିକାଶ ଅଘାଡି ମେଂଟରେ ଫାଟ ସୃଷ୍ଟି ହେବାକୁ ବସିଲାଣି । ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ପୂର୍ବତନ ମୁମ୍ବାଇ ପୁଲିସ କମିସନର ପରମବୀର ସିଂ ଶହେ କୋଟି ଟଙ୍କା ବଟି ଆଦାୟ ନିର୍ଦ୍ଦେଶ ଅଭିଯୋଗ ପରେ ତାଙ୍କ ମନ୍ତ୍ରୀ ପଦ ବିପଦରେ ପଡିଛି । ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ ତୁରନ୍ତ ପଦରୁContinue reading “ମହାରାଷ୍ଟ୍ର ମେଂଟରେ ଫାଟ : ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ହୋଇଥିବା ଅଭିଯୋଗ ଉପରେ ଆଜି ନିଷ୍ପତ୍ତି “
କଟକରେ ରେଡିଓ ସମ୍ମିଳନୀ : ଭାରତ ମସଲା ଓ ଆଂଚଳିକ ପରିବହନ ପ୍ରାଧିକରଣର ମିଳିତ ସହଯୋଗରେ ହୋଇଛି ଆୟୋଜିତ
କନକ ବ୍ୟୁରୋ : ଭାବ ଆଦାନପ୍ରଦାନର ମୁଖ୍ୟ ମାଧ୍ୟମ ହେଉଛି ରେଡିଓ । ମଣିଷକୁ ମଣିଷ ସହ ଯୋଡେ ରେଡିଓ । ଏଭଳି ଉଦ୍ଦେଶ୍ୟ ନେଇ କଟକ ପ୍ରତାପନଗରୀ ଧାକୁଳେଇ ପୀଠରେ ଆୟୋଜିତ ହୋଇଛି ରାଜ୍ୟସ୍ତରୀୟ ରେଡିଓ ଶ୍ରୋତା ସମ୍ମିଳନୀ । ଭାରତ ମସଲା ଓ ଆଂଚଳିକ ପରିବହନ ପ୍ରାଧିକରଣର ମିଳିତ ସହଯୋଗରେ ଆକାଶବାଣୀ ଶ୍ରୋତା ପରିଷଦ ପକ୍ଷରୁ ଆୟୋଜିତ ସମ୍ମିଳନୀରେ ଭାରତ ମସଲାର ନିର୍ଦ୍ଦେଶକ ସୁରେନ୍ଦ୍ର ପଣ୍ଡା ଯୋଗଦେଇଥିଲେ । ଏଥିରେ ରାଜ୍ୟର ବିଭିନ୍ନ ସ୍ଥାନରୁContinue reading “କଟକରେ ରେଡିଓ ସମ୍ମିଳନୀ : ଭାରତ ମସଲା ଓ ଆଂଚଳିକ ପରିବହନ ପ୍ରାଧିକରଣର ମିଳିତ ସହଯୋଗରେ ହୋଇଛି ଆୟୋଜିତ”
ଗାତ ଭିତରେ ଖସିପଡିଥିଲା ବଣୁଆ ହାତୀ : ଜେସିବି ଲଗାଇ ଗାତରୁ ହାତୀକୁ ଉଦ୍ଧାର କଲା ବନ ବିଭାଗ
କନକ ବ୍ୟୁରୋ : ଜଙ୍ଗଲର ଏକ ଗାତ ଭିତରେ ଖସିପଡିଥିବା ବଣୁଆ ହାତୀକୁ ଉଦ୍ଧାର କଲା ବନ ବିଭାଗ । ଗ୍ରାମବାସୀଙ୍କ ସହାୟତାରେ ଜେସିବି ଲଗାଇ ଗାତରୁ ହାତୀକୁ ଉଦ୍ଧାର କରିଛନ୍ତି ପାଲଲହଡା ବ୍ଲକ ଖମାର ରେଂଜର ବନକର୍ମଚାରୀ । ପାଲଲହଡା ବ୍ଲକ ଖମାର ରେଞ୍ଜ ଶଙ୍ଖମୁର ପଂଚାୟତର ବେଶଳିୟା ଜଙ୍ଗଲର ଏକ ଗାତରେ ଖସି ପଡିଥିଲା ହାତୀ । ଖାଲ ଭିତରେ ପାଣି ଜମି ଥିବାରୁ ବହୁ ଚେଷ୍ଟା ସତ୍ୱେ ଉପରକୁ ହାତୀ ଆସିନପାରି ଗର୍ଜନContinue reading “ଗାତ ଭିତରେ ଖସିପଡିଥିଲା ବଣୁଆ ହାତୀ : ଜେସିବି ଲଗାଇ ଗାତରୁ ହାତୀକୁ ଉଦ୍ଧାର କଲା ବନ ବିଭାଗ”
କାୟା ମେଲାଉଛି କରୋନା : ସଂକ୍ରମଣକୁ ଦୃଷ୍ଟରେ ରଖି ଛତିଶଗଡ଼ରେ ସ୍କୁଲ, କଲେଜ୍, ଅଙ୍ଗନବାଡି କେନ୍ଦ୍ର ବନ୍ଦ
କନକ ବ୍ୟୁରୋ : ଚିନ୍ତା ବଢ଼ାଉଛି ଦେଶର କରୋନା ସଂକ୍ରମଣ । ୬ଟି ରାଜ୍ୟ ମହାରାଷ୍ଟ୍ର, କେରଳ,ପଞ୍ଜାବ, କର୍ଣ୍ଣାଟକ, ଗୁଜରାଟ ଓ ମଧ୍ୟପ୍ରଦେଶରେ କରୋନା ତୀବ୍ର ବେଗରେ ମାଡିଚାଲିଛି । ଦେଶ ତୁଳନାରେ ଏହି ୬ଟି ରାଜ୍ୟରେ ୮୩ ପ୍ରତିଶତ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ସେପଟେ ଛତିଶଗଡ ସରକାର କଡା ପଦକ୍ଷେପ ନେଇ ସ୍କୁଲ, କଲେଜ ଓ ଅଙ୍ଗନୱାଡି କେନ୍ଦ୍ରକୁ ତୁରନ୍ତ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆଉ ଏକ ଘଟଣାକ୍ରମରେ ଲୋକସଭାରContinue reading “କାୟା ମେଲାଉଛି କରୋନା : ସଂକ୍ରମଣକୁ ଦୃଷ୍ଟରେ ରଖି ଛତିଶଗଡ଼ରେ ସ୍କୁଲ, କଲେଜ୍, ଅଙ୍ଗନବାଡି କେନ୍ଦ୍ର ବନ୍ଦ “
ମହାରାଷ୍ଟ୍ରରେ ବେକାବୁ ହେଉଛି କରୋନା : ରେକର୍ଡ କଲା ଦୈନିକ ସଂକ୍ରମଣ; ୩୦ ହଜାର ୫୩୫ ନୂଆ ଆକ୍ରାନ୍ତ ଚିହ୍ନଟ
କନକ ବ୍ୟୁରୋ : ମହାରାଷ୍ଟ୍ରରେ ବେକାବୁ ହେଉଛି କରୋନା ସଂକ୍ରମଣ । ଗୋଟିଏ ଦିନରେ ସର୍ବାଧକ ୩୦ ହଜାର ୫୩୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କରୋନା ଭୂତାଣୁ ଆସିବା ଦିନଠାରୁ ମହାରାଷ୍ଟ୍ର୍ରରେ ଗୋଟିଏ ଦିନରେ ଏହା ହେଉଛି ସବୁଠାରୁ ଅଧିକ ରୋଗୀ ଚିହ୍ନଟଙ୍କ ସଂଖ୍ୟା । ରବିବାର ଦିନ ୩୦ ହଜାର ୫୩୫ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ୯୯ ଜଣଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ ୯ ଲକ୍ଷ ୬୯Continue reading “ମହାରାଷ୍ଟ୍ରରେ ବେକାବୁ ହେଉଛି କରୋନା : ରେକର୍ଡ କଲା ଦୈନିକ ସଂକ୍ରମଣ; ୩୦ ହଜାର ୫୩୫ ନୂଆ ଆକ୍ରାନ୍ତ ଚିହ୍ନଟ”