ପ୍ରାୟ ୧୫ ଦିନର ବ୍ୟବଧାନରେ ପୁଣି ଥରେ ରାଜ୍ୟ ତଥା ରାଜଧାନୀର ତାପମାତ୍ରା ୪୦ ଡିଗ୍ରି ଛୁଇଁଛି। ରବିବାର ଭୁବନେଶ୍ବର ଓ ବାରିପଦା ରାଜ୍ୟର ଉତ୍ତପ୍ତ ସହର ଭାବେ ଉଭା ହୋଇଥିବା ବେଳେ ଉଭୟ ସହରର ତାପମାତ୍ରା ୪୦ ଡିଗ୍ରି ଲେଖାଏଁ ରେକର୍ଡ ହୋଇଛି। ଏଥିସହ କଟକ, ଅନୁଗୁଳ, ମାଲକାନଗିରି ଓ ବୌଦ୍ଧର ତାପମାତ୍ରା ୩୯ ଡିଗ୍ରି ଅତିକ୍ରମ କରି ୪୦ ଡିଗ୍ରି ପାଖାପାଖି ରହିଛି। ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ବର୍ଷାରContinue reading “ରାଜ୍ୟରେ ପୁଣି ବଢିଲା ତାତି… ଅନେକ ସ୍ଥାନରେ ୪୦ଡିଗ୍ରି ଆକଳନ, ୪ଦିନରେ ବଢିବ ଆଉ ୨ ଡିଗ୍ରି”
Author Archives: Raghaba
ଶ୍ରୀମନ୍ଦିରକୁ ୩୧ କିଲୋ ରୂପା ଦାନ କଲେ ଜନୈକ ଦାତା : ମହାଲକ୍ଷ୍ମୀ ମନ୍ଦିର ଓ ମା ବିମଳାଙ୍କ ମନ୍ଦିରପ୍ରଭା ନିର୍ମାଣ ପାଇଁ ଲାଗିବ ରୂପା
କନକ ବ୍ୟୁରୋ : ଶ୍ରୀମନ୍ଦିରକୁ ୩୧ କିଲୋର ରୂପାଦାନ କରିଛନ୍ତି ଜନୈକ ଦାତା । ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକଙ୍କ ଉପସ୍ଥିତିରେ ଏହି ଦାନ କରାଯାଇଛି । ନିର୍ଦ୍ଦିଷ୍ଟ ଭାବେ ମହାଲକ୍ଷ୍ମୀ ମନ୍ଦିର ଓ ମା ବିମଳାଙ୍କ ମନ୍ଦିର ପ୍ରଭା ନିର୍ମାଣ ପାଇଁ ଏହି ରୂପା ଦାନ କରାଯାଇଛି । ଏହି ଦାନ ସମୟରେ ଶ୍ରୀମନ୍ଦିର ପ୍ରଶାସନର ଅନ୍ୟ ଅଧିକାରୀଙ୍କ ସହ ସେବାୟତ ଉପସ୍ଥିତ ଥିଲେ । from Kanak News via <a href="https://ifttt.com/?
ବର୍ଷା ଜଳ ସଂରକ୍ଷଣ ଉପରେ ମୋଦି ସରକାରଙ୍କ ଗୁରୁତ୍ୱ : ଆଜି ଅନ୍ତର୍ଜାତୀୟ ଜଳ ଦିବସରେ ଶୁଭାରମ୍ଭ ହେବ ‘କ୍ୟାଚ୍ ଦ ରେନ୍’ ଅଭିଯାନ
କନକ ବ୍ୟୁରୋ : ଆଜି ହେଉଛି ଅନ୍ତର୍ଜାତୀୟ ଜଳ ଦିବସ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜଳ ଶକ୍ତି ମିଶନ୍ ଜରିଆରେ ‘କ୍ୟାଚ୍ ଦ ରେନ୍’ ବା ବର୍ଷାଜଳ ସଂରକ୍ଷଣ ଅଭିଯାନର ଶୁଭାରମ୍ଭ କରିବେ । ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଜଳ ଶକ୍ତି ମନ୍ତ୍ରୀ ଏବଂ ଉତରପ୍ରଦେଶ ଓ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ନଦୀ ସଂଯୋଗୀକରଣ ପ୍ରକଳ୍ପର ବୁଝାମଣାପତ୍ର ସ୍ୱାକ୍ଷରିତ ହେବ । ନଦୀ ସଂଯୋଗୀକରଣ ଉପରେ ରାଷ୍ଟ୍ରୀୟ ଯୋଜନାର ଏହା ହେଉଛି ପ୍ରଥମContinue reading “ବର୍ଷା ଜଳ ସଂରକ୍ଷଣ ଉପରେ ମୋଦି ସରକାରଙ୍କ ଗୁରୁତ୍ୱ : ଆଜି ଅନ୍ତର୍ଜାତୀୟ ଜଳ ଦିବସରେ ଶୁଭାରମ୍ଭ ହେବ ‘କ୍ୟାଚ୍ ଦ ରେନ୍’ ଅଭିଯାନ”
ଆଜି ଜଗନ୍ନାଥ ଦର୍ଶନ ପାଇଁ ଶ୍ରୀମନ୍ଦିର ଯିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ : ଜଗା ଦର୍ଶନ ପରେ କୋଣାର୍କ ଯାଇ ସୂର୍ଯ୍ୟମନ୍ଦିର ଦର୍ଶନ କରିବେ
କନକ ବ୍ୟୁରୋ : ଆଜି ପୁରୀ ଶ୍ରୀମନ୍ଦିର ଓ କୋଣାର୍କ ସୂର୍ଯ୍ୟ ମନ୍ଦିର ଦର୍ଶନ ପାଇଁ ଯିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ପୂର୍ବାହ୍ନ ୮ଟା ୪୫ ମିନିଟରେ ସେନାର ସ୍ୱତନ୍ତ୍ର ହେଲିକାପ୍ଟର ଯୋଗେ ପୁରୀ ତାଳବଣିଆଠାରେ ପହଂଯିବେ । ସେଠାରୁ କାର ଯୋଗେ କଡ଼ା ସୁରକ୍ଷା ଭିତରେ ଭିଆଇପି ରୋଡ୍ ଓ ବଡ଼ଦାଣ୍ଡ ଦେଇ ଶ୍ରୀମନ୍ଦିରକୁ ଯିବେ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରାଷ୍ଟ୍ରପତିଙ୍କୁ ସିଂହଦ୍ୱାର ନିକଟରେ ସ୍ୱାଗତ କରାଯିବ । ରାଷ୍ଟ୍ରପତି ଶ୍ରୀମନ୍ଦିର ପ୍ରବେଶରContinue reading “ଆଜି ଜଗନ୍ନାଥ ଦର୍ଶନ ପାଇଁ ଶ୍ରୀମନ୍ଦିର ଯିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ : ଜଗା ଦର୍ଶନ ପରେ କୋଣାର୍କ ଯାଇ ସୂର୍ଯ୍ୟମନ୍ଦିର ଦର୍ଶନ କରିବେ”
ପୂର୍ବ ଶତ୍ରୁତାକୁ ନେଇ ଖୋର୍ଦ୍ଧା ଡମଣଭୂମି ଗାଁରେ ଫୁଟିଲା ବୋମା, ଚାଲିଲା ଗୁଳି । ଦୁଇ ଗୋଷ୍ଠୀ ମୁହାଁମୁହ. ୫ରୁ ଅଧିକ ଆହତ ।
କନକ ବ୍ୟୁରୋ: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଖୋର୍ଦ୍ଧା ଓଳସିଂହ ଗ୍ରାମପଂଚାୟତ ଡମଣଭୂମି ଗାଁରେ ଦୁଇଗୋଷ୍ଠୀ ମଧ୍ୟରେ ବୋମାମାଡ ସହିତ ଗୁଳିମାଡ ହୋଇଛି । ମାଙ୍କଡା ପଥର ଖାଦାନକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ଉତେଜନା ଲାଗିରହିଥିଲା । ଆଜି ଏକ ପଥର ବୋଝେଇ ଗାଡି ଅଟକାଇବାକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିବା ଜଣାପଡିଛି । ଗାଁରେ ଗୁଳିଫୁଟିବା ସହ ବୋମାମାଡ ହୋଇଛି । ଏଥିରେContinue reading “ପୂର୍ବ ଶତ୍ରୁତାକୁ ନେଇ ଖୋର୍ଦ୍ଧା ଡମଣଭୂମି ଗାଁରେ ଫୁଟିଲା ବୋମା, ଚାଲିଲା ଗୁଳି । ଦୁଇ ଗୋଷ୍ଠୀ ମୁହାଁମୁହ. ୫ରୁ ଅଧିକ ଆହତ ।”
ରୋଡସେଫ୍ଟି ୱାର୍ଲ୍ଡ ସିରିଜ ଫାଇନାଲ । ଚାମ୍ପିୟନ ହେଲା ଇଣ୍ଡିଆ ଲିଜେଣ୍ଡ ।
କନକ ବ୍ୟୁରୋ: ଆଜି ରୋଡସେଫ୍ଟି ୱାର୍ଲ୍ଡ ସିରିଜ ଫାଇନାଲ ମ୍ୟାଚରେ ବିଜୟୀ ହୋଇଛି ଇଣ୍ଡିଆ ଲିଜେଣ୍ଡ । ଏହି ବିଜୟ ସହ ସିରିଜରେ ଚାମ୍ପିୟନ ହୋଇଛି ଦଳ । ଏହି ମ୍ୟାଚରେ ଶ୍ରୀଲଙ୍କା ଲିଜେଣ୍ଡକୁ ୧୪ ରନରେ ପରାସ୍ତ କରିଛି ଇଣ୍ଡିଆ ଲିଜେଣ୍ଡ । ଏହି ମ୍ୟାଚରେ ଶ୍ରୀଲଙ୍କା ଲିଜେଣ୍ଡ ପ୍ରଥମ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ବ୍ୟାଟିଂ ଆସିଥିଲା ଇଣ୍ଡିଆ ଲିଜେଣ୍ଡ । ବିରେନ୍ଦ୍ର ସେହୱାଗ ଅସଫଳ ହୋଇଥିବା ବେଳେ ଯୁବରାଜContinue reading “ରୋଡସେଫ୍ଟି ୱାର୍ଲ୍ଡ ସିରିଜ ଫାଇନାଲ । ଚାମ୍ପିୟନ ହେଲା ଇଣ୍ଡିଆ ଲିଜେଣ୍ଡ । “
ଗାତ ଭିତରେ ଖସିପଡିଥିଲା ବଣୁଆ ହାତୀ । ଜେସିବି ଲଗାଇ ଗାତରୁ ହାତୀକୁ ଉଦ୍ଧାର କଲା ବନ ବିଭାଗ ।
କନକ ବ୍ୟୁରୋ: ଜଙ୍ଗଲର ଏକ ଗାତ ଭିତରେ ଖସିପଡିଥିବା ବଣୁଆ ହାତୀକୁ ଉଦ୍ଧାର କଲା ବନ ବିଭାଗ । ଗ୍ରାମବାସୀଙ୍କ ସହାୟତାରେ ଜେସିବି ଲଗାଇ ଗାତରୁ ହାତୀକୁ ଉଦ୍ଧାର କରିଛନ୍ତି ପାଲଲହଡା ବ୍ଲକ ଖମାର ରେଂଜର ବନକର୍ମଚାରୀ । ପାଲଲହଡା ବ୍ଲକ ଖମାର ରେଞ୍ଜ ଶଙ୍ଖମୁର ପଂଚାୟତର ବେଶଳିୟା ଜଙ୍ଗଲର ଏକ ଗାତରେ ଖସି ପଡିଥିଲା ହାତୀ । ଖାଲ ଭିତରେ ପାଣି ଜମି ଥିବାରୁ ବହୁ ଚେଷ୍ଟା ସତ୍ୱେ ଉପରକୁ ହାତୀ ଆସିନପାରି ଗର୍ଜନ କରୁଥିଲାContinue reading “ଗାତ ଭିତରେ ଖସିପଡିଥିଲା ବଣୁଆ ହାତୀ । ଜେସିବି ଲଗାଇ ଗାତରୁ ହାତୀକୁ ଉଦ୍ଧାର କଲା ବନ ବିଭାଗ ।”
ରଙ୍ଗୀନ ମାଛ ଚାଷ କରି ଚର୍ଚ୍ଚାରେ ଝାରସୁଗୁଡାର ଡେରିନା ରୋଜ ହ୍ୟାରୀ । ୧୦ରୁ ୧୨ପ୍ରକାରର ମାଛ ଚାଷ କରି ମାସକୁ ରୋଜଗାର କରୁଛନ୍ତି ୩୦ରୁ ୪୦ହଜାର ଟଙ୍କା ।
କନକ ବ୍ୟୁରୋ: କରୋନା ମହାମାରୀ ଓ ଲକଡାଉନ ଅନେକଙ୍କ ଜୀବନ ବଦଳାଇ ଦେଇଛି । କିଏ ରୋଜଗାର ହରାଇଛି ତ କିଏ ଆତ୍ମିୟଙ୍କୁ । କିନ୍ତୁ ଏହାରି ଭିତରେ ଅନେକ, ଜୀବନ ଜୀବିକାର ନୂଆ ରାହା ବି ପାଇଛନ୍ତି । ଆଉ ଏଭଳି କିଛି ଲୋକ ବି ଅଛନ୍ତି ଯେଉଁମାନେ ଏହି ସମୟର ସଦୁପଯୋଗ କରିପାରିଛନ୍ତି । ଏଭଳି ଲକଡାଉନ ସମୟରେ ରଙ୍ଗିନ ମାଛଚାଷର ପସରା ମେଳାଇଥିବା ଝାରସୁଗୁଡା ଉଚ୍ଚ ଶିକ୍ଷିତ ଯୁବତୀ ଡେରିନା ରୋଜ ହ୍ୟାରୀContinue reading “ରଙ୍ଗୀନ ମାଛ ଚାଷ କରି ଚର୍ଚ୍ଚାରେ ଝାରସୁଗୁଡାର ଡେରିନା ରୋଜ ହ୍ୟାରୀ । ୧୦ରୁ ୧୨ପ୍ରକାରର ମାଛ ଚାଷ କରି ମାସକୁ ରୋଜଗାର କରୁଛନ୍ତି ୩୦ରୁ ୪୦ହଜାର ଟଙ୍କା ।”
ସୂର୍ଯ୍ୟମୁଖୀ ଫୁଟାଉଛି ଲାଞ୍ଜିଆ ସଉରା ସମ୍ପ୍ରଦାୟର ଲୋକଙ୍କ ମୁହଁରେ ହସ । ଜଙ୍ଗଲଜାତ ଦ୍ରବ୍ୟ ବଦଳରେ ସୂର୍ଯ୍ୟମୁଖୀ ଚାଷ କରି ସ୍ୱାବଲମ୍ବୀ ଆଦିବାସୀ ଜନଜାତି ।
କନକ ବ୍ୟୁରୋ: କାହିଁ କେଉଁ କାଳରୁ ଜଙ୍ଗଲର ଲଘୁଜାତ ଦ୍ରବ୍ୟ ସଂଗ୍ରହ କରି ଜୀବନଜୀବିକା ନିର୍ବାହ କରୁଥିବା ଆଦିମ ଜନଜାତିଙ୍କ ରୋଜଗାର ମାଧ୍ୟମ ଏବେ ବଦଳିଛି । ଜଙ୍ଗଲଜାତ ପଦାର୍ଥ ନୁହେଁ ବରଂ ଏମାନଙ୍କ ଜୀବିକାର ପନ୍ଥା ପାଲଟିଛି ସୂର୍ଯ୍ୟମୁଖୀ ଚାଷ । ଏହି ଚାଷ କରି ନିଜେ ସ୍ୱାଭଲମ୍ବୀ ହୋଇପାରୁଛନ୍ତି ଏଠାକାର ଚାଷୀ । ଆଉ ଏହି ଆଦିବାସୀ ଜନଜାତି ଲାଞ୍ଜିଆ ସଉରାଙ୍କ ବିକାଶ ତଥା ଆର୍ଥିକ ଉନ୍ନତି ପାଇଁ ଅଂଟା ଭିଡିଛି ପୁଟାସିଂ ଲାଞ୍ଜିଆContinue reading “ସୂର୍ଯ୍ୟମୁଖୀ ଫୁଟାଉଛି ଲାଞ୍ଜିଆ ସଉରା ସମ୍ପ୍ରଦାୟର ଲୋକଙ୍କ ମୁହଁରେ ହସ । ଜଙ୍ଗଲଜାତ ଦ୍ରବ୍ୟ ବଦଳରେ ସୂର୍ଯ୍ୟମୁଖୀ ଚାଷ କରି ସ୍ୱାବଲମ୍ବୀ ଆଦିବାସୀ ଜନଜାତି ।”
ପୁଣି ଫେରୁଛି ମାଟି ସାମଗ୍ରୀର ଚାହିଦା । ଘର ସାଜସଜ୍ଜାଠୁ ନେଇ ରୋଷେଇ ସାମଗ୍ରୀ କିଣିବାକୁ ଜମୁଛି ଲୋକଙ୍କ ଭିଡ ।
କନକ ବ୍ୟୁରୋ: ପରମ୍ପରାର ଦୁନିଆରେ ପ୍ଳାଷ୍ଟିକ ବଦଳରେ ବଡ଼ୁଛି ମାଟିର ଚାହିଦା । ପାଣି ପିଇବା ବୋତଲ ଠାରୁ ରନ୍ଧା ସାମଗ୍ରୀ ସବୁ କିଛି ମାଟିରେ ତିଆରି । ଦେଖିବାକୁ ଯେତିକି ସୁନ୍ଦର, ବ୍ୟବହାର କରିବା ସେତିକି ସହଜ । ହଜିବାକୁ ବସିଥିବା ମାଟି ସାମଗ୍ରୀ ଏବେ ନୁଆ ରୁପରେ । ଆଉ ଏହାକୁ କିଣିବାକୁ ମଧ୍ୟ ଏବେ ଲୋକଙ୍କ ଭିଡ଼ । ଆଧୁନିକ ପିଢ଼ିରେ ପ୍ଳାଷ୍ଟିକ ସାମଗ୍ରୀର ଚାହିଦା ରହିଥିବା ବେଳେ ଏବେ ଜୟପୁର ସହରରେContinue reading “ପୁଣି ଫେରୁଛି ମାଟି ସାମଗ୍ରୀର ଚାହିଦା । ଘର ସାଜସଜ୍ଜାଠୁ ନେଇ ରୋଷେଇ ସାମଗ୍ରୀ କିଣିବାକୁ ଜମୁଛି ଲୋକଙ୍କ ଭିଡ ।”