ନୂଆ ଢଙ୍ଗରେ ପରସା ହେଉଛି ଦହିବରା । ଆଳୁଦମ୍ ବଦଳରେ ଦିଆଯାଉଛି ଚିକେନ ଓ ମଟନ ।

କନକ ବ୍ୟୁରୋ: ଓଡିଆ ଖାଦ୍ୟର ଚାହିଦା ଆଉ ସ୍ୱାଦ ବିଷୟରେ ଯେତେ କହିଲେ ବି କମ୍ ହେବ । ସକାଳୁ ସକାଳୁ ଯଦି ଆପଣ ବଜାରକୁ ଯିବେ ତାହେଲେ ଆପଣ ସହଜରେ ଅନୁମାନ କରିପାରିବେ । ଆଉ ଏସବୁ ଖାଦ୍ୟ ଭିତରେ ଦହିବରାର ସ୍ୱାଦ ବେଶ୍ ଭିନ୍ନ । କଟକ ଦହିବରା କଥା ଶୁଣିଲେ ତ ଆପେ ଆପେ ପାଟିରୁ ଲାଳ ଗଡିଆସେ । କିନ୍ତୁ ଆମେ ଆପଣଙ୍କୁ ଜଟଣୀର ଏମିତି ଗୋଟିଏ ଦୋକାନ ବିଷୟରେ କହିବୁContinue reading “ନୂଆ ଢଙ୍ଗରେ ପରସା ହେଉଛି ଦହିବରା । ଆଳୁଦମ୍ ବଦଳରେ ଦିଆଯାଉଛି ଚିକେନ ଓ ମଟନ ।”

ପଶ୍ଚିମବଙ୍ଗରେ ବିଜେପି ଖେଳିଲା ମହିଳା କାର୍ଡ । ନିର୍ବାଚନୀ ଇସ୍ତାହାରରେ ୟୁଜିରୁ ପିଜି ପର୍ଯ୍ୟନ୍ତ ମହିଳାଙ୍କୁ ମାଗଣା ଶିକ୍ଷା । ସାଧାରଣ ପରିବହନ ସେବାରେ ମାଗଣା ଯାତ୍ରା ।

କନକ ବ୍ୟୁରୋ: ସୁନାର ବଙ୍ଗଳା ଗଠନ ପ୍ରତିଶ୍ରୁତି ଦେଇ ପଶ୍ଚିମବଙ୍ଗରେ ନିର୍ବାଚନୀ ଇସ୍ତାହାର ଘୋଷଣା କରିଛି ଭାରତୀୟ ଜନତା ପାର୍ଟି । ବଙ୍ଗାଳି ଭାବପ୍ରବଣତାକୁ ଛୁଇଁଲା ଭଳି ଏବଂ ମହିଳା ଭୋଟରଙ୍କୁ ପ୍ରଭାବିତ କଲା ଭଳି ଇସ୍ତାହାରପତ୍ର ଜାରି କରିଛି ବିଜେପି । ଏଥିରେ କୁହାଯାଇଛି- ମହିଳାଙ୍କୁ ସରକାରୀ ନିଯୁକ୍ତି କ୍ଷେତ୍ରରେ ୩୩ ପ୍ରତିଶତ ସଂରକ୍ଷଣ ଦିଆଯିବ । ଝିଅ ପିଲାଙ୍କୁ କେଜିରୁ ପିଜି ଯାଏଁ ମାଗଣା ଶିକ୍ଷା ଦିଆଯିବ । ପ୍ରଥମ କ୍ୟାବିନେଟ୍ ବୈଠକରେ ହିଁContinue reading “ପଶ୍ଚିମବଙ୍ଗରେ ବିଜେପି ଖେଳିଲା ମହିଳା କାର୍ଡ । ନିର୍ବାଚନୀ ଇସ୍ତାହାରରେ ୟୁଜିରୁ ପିଜି ପର୍ଯ୍ୟନ୍ତ ମହିଳାଙ୍କୁ ମାଗଣା ଶିକ୍ଷା । ସାଧାରଣ ପରିବହନ ସେବାରେ ମାଗଣା ଯାତ୍ରା ।”

ରୋଡସେଫ୍ଟି ୱାର୍ଲ୍ଡ ସିରିଜ ଫାଇନାଲ । ୟୁସୁଫ-ଯୁବରାଜଙ୍କ ଧୂଆଁଧାର ବ୍ୟାଟିଂ । ୧୮୧ ରନ କଲା ଇଣ୍ଡିଆ ଲିଜେଣ୍ଡ

କନକ ବ୍ୟୁରୋ: ଆଜି ରୋଡସେଫ୍ଟି ୱାର୍ଲ୍ଡ ସିରିଜ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଛି । ଏହି ମ୍ୟାଚରେ ୟୁସୁଫ ପଠାନ ଓ ଯୁବରାଜ ସିଂଙ୍କ ଧୂଆଁଧାର ବ୍ୟାଟିଂ ଦେଖିବାକୁ ମିଳିଛି । ଫଳରେ ଇଣ୍ଡିଆ ଲିଜେଣ୍ଡ ୧୮୧ ରନ କରିବାରେ ସଫଳ ହୋଇଛି । ଏବେ ଶ୍ରୀଲଙ୍କା ଲିଜେଣ୍ଡ ଆଗରେ ୧୮୨ ରନର ଟାର୍ଗେଟ ରହିଛି । ଏହି ମ୍ୟାଚରେ ଶ୍ରୀଲଙ୍କା ଲିଜେଣ୍ଡ ପ୍ରଥମ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ବ୍ୟାଟିଂ ଆସିଥିଲାContinue reading “ରୋଡସେଫ୍ଟି ୱାର୍ଲ୍ଡ ସିରିଜ ଫାଇନାଲ । ୟୁସୁଫ-ଯୁବରାଜଙ୍କ ଧୂଆଁଧାର ବ୍ୟାଟିଂ । ୧୮୧ ରନ କଲା ଇଣ୍ଡିଆ ଲିଜେଣ୍ଡ”

ରାଜସ୍ଥାନରେ ବଢୁଛି କରୋନା ସଂକ୍ରମଣ । ମାର୍ଚ୍ଚ ୨୨ରୁ ରାଜସ୍ଥାନର ୮ଟି ଜିଲ୍ଲାରେ ନାଇଟ କର୍ଫ୍ୟୁ।

କନକ ବ୍ୟୁରୋ: ଚିନ୍ତା ବଢ଼ାଇଲାଣି କରୋନା। ହୁ ହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଏବଂ ଗୁଜୁରାଟ ପରେ ଏବେ ନାଇଟ କର୍ଫ୍ୟୁ ଲାଗୁ କରିଛି ରାଜସ୍ଥାନ। କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜସ୍ଥାନର ୮ଟି ଜିଲ୍ଲା, ଜୟପୁର, ଯୋଧପୁର, କୋଟା, ଅଜମେର, ଉଦୟପୁର, ଭିଲୱାରା, ସାଗୱାରା ଏବଂ କୁଶଲଗଡରେ ନାଇଟ କର୍ଫ୍ୟୁ ଲାଗୁ କରିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ। ମାର୍ଚ୍ଚ ୨୨ରୁ ରାତି ୧୧ଟାରୁ ସକାଳ ୫ଟା ପର୍ୟ୍ୟନ୍ତ ନାଇଟ କର୍ଫ୍ୟୁ ଲାଗୁContinue reading “ରାଜସ୍ଥାନରେ ବଢୁଛି କରୋନା ସଂକ୍ରମଣ । ମାର୍ଚ୍ଚ ୨୨ରୁ ରାଜସ୍ଥାନର ୮ଟି ଜିଲ୍ଲାରେ ନାଇଟ କର୍ଫ୍ୟୁ।”

ପ୍ରଦେଶ କଂଗ୍ରେସ ଯୁବ ସଭାପତି ସ୍ମୃତି ରଂଜନ ଲେଙ୍କାଙ୍କ ବିରୋଧରେ ଆସିଲା ଯୌନଶୋଷଣ ଅଭିଯୋଗ । ପ୍ରେସମିଟ୍ କରି ଅଭିଯୋଗ ଆଣିଲେ ପ୍ରଦେଶ ଯୁବ କଂଗ୍ରେସ ମିଡିଆ ସେଲ୍ର ପୂର୍ବତନ ଅଧ୍ୟକ୍ଷ ।

କନକ ବ୍ୟୁରୋ: କଂଗ୍ରେସରେ ଦୁଇ ଯୁବ ନେତାଙ୍କ ଭିତରେ ଆରମ୍ଭ ହୋଇଛି କଳି । ଯାହାର ଗୋଟିଏ ପଟରେ ପ୍ରଦେଶ ଯୁବ କଂଗ୍ରେସର ସଭାପତି ସ୍ମୃତି ଲେଙ୍କା ରହିଥିବାବେଳେ ଅନ୍ୟ ପଟରେ ଏବଂ ପ୍ରଦେଶ ଯୁବ କଂଗ୍ରେସ ମିଡିଆ ସେଲର ପୂର୍ବତନ ଅଧ୍ୟକ୍ଷ ନିହାର ରଞ୍ଜନ ବେହେରା ରହିଛନ୍ତି । ଏମାନଙ୍କ ମଧ୍ୟରେ ଶତ୍ରୁତା ଏମିତି ସ୍ତରକୁ ଯାଇଛି , ଯେ ନିହାର ଏକ ପ୍ରେସ ମିଟ କରି ସ୍ମୃତିରଞ୍ଜନଙ୍କ ଜଣେ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କContinue reading “ପ୍ରଦେଶ କଂଗ୍ରେସ ଯୁବ ସଭାପତି ସ୍ମୃତି ରଂଜନ ଲେଙ୍କାଙ୍କ ବିରୋଧରେ ଆସିଲା ଯୌନଶୋଷଣ ଅଭିଯୋଗ । ପ୍ରେସମିଟ୍ କରି ଅଭିଯୋଗ ଆଣିଲେ ପ୍ରଦେଶ ଯୁବ କଂଗ୍ରେସ ମିଡିଆ ସେଲ୍ର ପୂର୍ବତନ ଅଧ୍ୟକ୍ଷ ।”

ଆଇଜିଏଚ ହେଲା ସୁପର ସ୍ପେଶିଆଲିଷ୍ଟ ହସପିଟାଲ । ହେଲେ କୁଆଡ଼େ ଗଲା ମେଡିକାଲ୍ କଲେଜ୍?

କନକ ବ୍ୟୁରୋ: ବର୍ଷ ବର୍ଷର ପ୍ରତୀକ୍ଷା ପରେ ରାଉରକେଲା ଜେନେରାଲ ହସ୍ପିଟାଲ, ସୁପର ସ୍ପେଶିଆଲିଷ୍ଟ ହସ୍ପିଟାଲ ବା ଅତ୍ୟାଧୁନିକ ଚିକିତ୍ସା ସେବା ଉପଲବ୍ଧ ଥିବା ଡାକ୍ତରଖାନାର ପରିଚୟ ପାଇଛି । ହେଲେ ଏହି ପ୍ରତୀକ୍ଷା ଭିତରେ ପ୍ରତୀକ୍ଷା ହୋଇ ରହିଯାଇଛି, ମେଡିକାଲ କଲେଜ । କୁଆଡ଼େ ଗଲା ମେଡିକାଲ କଲେଜ? କାହିଁକି ପାଳନ ହେଲାନି ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି? ଏମିତି କିଛି ପ୍ରଶ୍ନ କରୁଥିବା ଶାସକ ବିଜେଡି ଓ ବିରୋଧୀ କଂଗ୍ରେସ ଦଳକୁ ଉତ୍ତର ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରContinue reading “ଆଇଜିଏଚ ହେଲା ସୁପର ସ୍ପେଶିଆଲିଷ୍ଟ ହସପିଟାଲ । ହେଲେ କୁଆଡ଼େ ଗଲା ମେଡିକାଲ୍ କଲେଜ୍?”

ପୁଣି ଫେରୁଛି ଲକଡାଉନ । ଗତ ୨୪ ଘଂଟାରେ ଦେଶରୁ ୪୩ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ । ଛତିଶଗଡ଼ରେ ସ୍କୁଲ, କଲେଜ୍, ଅଙ୍ଗନବାଡି କେନ୍ଦ୍ର ବନ୍ଦ ।

କନକ ବ୍ୟୁରୋ: ଗତ ୨୪ ଘଂଟା ଭିତରେ ଚଳିତ ବର୍ଷର ସବୁଠାରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ କିଛିଦିନ ହେଲା ଏହି ସଂଖ୍ୟା ଲଗାତାର ବଢୁଥିବାବେଳେ ଆଜି ୪୩ ହଜାର ୮୪୬ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ରିପୋର୍ଟ ଆସିଛି । ବିଶେଷକରି ୬ଟି ରାଜ୍ୟ, ମହାରାଷ୍ଟ୍ର, କେରଳ,ପଞ୍ଜାବ, କର୍ଣ୍ଣାଟକ, ଗୁଜରାଟ ଓ ମଧ୍ୟପ୍ରଦେଶରେ କରୋନା ତୀବ୍ର ବେଗରେ ମାଡିଚାଲିଛି । ଦେଶ ତୁଳନାରେ ଏହି ୬ଟି ରାଜ୍ୟରେ ୮୩ ପ୍ରତିଶତ ଆକ୍ରାନ୍ତContinue reading “ପୁଣି ଫେରୁଛି ଲକଡାଉନ । ଗତ ୨୪ ଘଂଟାରେ ଦେଶରୁ ୪୩ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ । ଛତିଶଗଡ଼ରେ ସ୍କୁଲ, କଲେଜ୍, ଅଙ୍ଗନବାଡି କେନ୍ଦ୍ର ବନ୍ଦ ।”

ସ୍କୁଲ ଫି’ ଛାଡ଼ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ରାୟ । ଏମଓୟୁ କରିନଥିବା ସ୍କୁଲ ଉପରେ ଲାଗୁ ହେବନି ସରକାରଙ୍କ ଫି’ ହ୍ରାସ ବିଜ୍ଞପ୍ତି

କନକ ବ୍ୟୁରୋ: କରୋନା ଯୋଗୁଁ ଘରୋଇ ସ୍କୁଲ ଫି’ ହ୍ରାସ ନେଇ ରାଜ୍ୟ ସରକାରଙ୍କ ନିଷ୍ପତିକୁ ଚ୍ୟାଲେଂଜ କରି ସର୍ବୋଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲା ଓଡ଼ିଶା ଆଇସିଏସଇ ସ୍କୁଲ ସଂଘ । ପିଟିସନ ଦାୟର କରିଥିବା ସଂଘ ଯୁକ୍ତି ବାଢ଼ିଥିଲା, ଯେଉଁ ସ୍କୁଲଗୁଡିକ ରାଜ୍ୟ ସରକାରଙ୍କ ସହ ଏମ୍ଓୟୁ କରିଥିଲେ, ସେମାନଙ୍କ ମଧ୍ୟରେ ଆଇସିଏସଇ ସ୍କୁଲ ସଂଘରେ ଅନ୍ତର୍ଭୁକ୍ତ ଥିବା ସ୍କୁଲଗୁଡିକ ନାହାନ୍ତି । ତେଣୁ ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଏହି ସ୍କୁଲଗୁଡିକ ଉପରେ ଲାଗୁ ହେବନାହିଁContinue reading “ସ୍କୁଲ ଫି’ ଛାଡ଼ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ରାୟ । ଏମଓୟୁ କରିନଥିବା ସ୍କୁଲ ଉପରେ ଲାଗୁ ହେବନି ସରକାରଙ୍କ ଫି’ ହ୍ରାସ ବିଜ୍ଞପ୍ତି”

ଭାରତର ପ୍ରଥମ ଚକ୍ରବର୍ତ୍ତୀ ସମ୍ରାଟ ଥିଲେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ । ଚାଣକ୍ୟଙ୍କ ଚାଲ ସହ ନାଶ କରିଥିଲେ ନନ୍ଦବଂଶ ।

କନକ ବ୍ୟୁରୋ: ଇତିହାସ ପୃଷ୍ଠାରେ ଆମେ ଅନେକ ରାଜା ମହାରାଜାଙ୍କ କାହାଣୀ ପଢିଛେ । ଅନେକ ରାଜା ଏ ଭାରତ ଭୂମିକୁ ଆସିଛନ୍ତି ଆଉ ଶାସନ କରିଛନ୍ତି । ହେଲେ ସେମାନଙ୍କ ଭିତରୁ ଏମିତି ଜଣେ ରାଜା ଥିଲେ ଯିଏ ଅଖଣ୍ଡ ଭାରତର ସ୍ୱପ୍ନକୁ ପୂରଣ କରିଥିଲେ । ଯାହାଙ୍କ ସାମ୍ରାଜ୍ୟ ଉତ୍ତରରେ ହିନ୍ଦୁକୁଶଠାରୁ ଦକ୍ଷିଣରେ ମହୀଶୁର, ପୂର୍ବରେ ବେଙ୍ଗଲଠାରୁ ପଶ୍ଚିମରେ ସୌରାଷ୍ଟ୍ର ପର୍ଯ୍ୟନ୍ତ ପରିବ୍ୟାପ୍ତ ଥିଲା । ସେହି ସମ୍ରାଟ ଯିଏ ମହାନ ଗ୍ରୀକ୍ ଶାସକContinue reading “ଭାରତର ପ୍ରଥମ ଚକ୍ରବର୍ତ୍ତୀ ସମ୍ରାଟ ଥିଲେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ । ଚାଣକ୍ୟଙ୍କ ଚାଲ ସହ ନାଶ କରିଥିଲେ ନନ୍ଦବଂଶ ।”

ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ଘୋଷଣାପତ୍ର ଜାରି କଲା ବିଜେପି । ମହିଳାଙ୍କୁ ନିଯୁକ୍ତି କ୍ଷେତ୍ରରେ ୩୩% ସଂରକ୍ଷଣ ଦେବାକୁ ପ୍ରତିଶ୍ରୁତି ।

କନକ ବ୍ୟୁରୋ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ଦିନ କେଇଟା ବାକି ଥିବାବେଳେ ଆଜି ବିଜେପି ନିଜର ଘୋଷଣାପତ୍ର ଜାରି କରିଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ପଶ୍ଚିମବଙ୍ଗ ବିଜେପି ପ୍ରଭାରୀ କୈଳାସ ବିଜୟବର୍ଗୀୟ ଓ ପ୍ରଦେଶ ଅଧ୍ୟକ୍ଷ ଦିଲ୍ଲୀପ ଘୋଷଙ୍କ ଉପସ୍ଥିତିରେ ଏହି ଘୋଷଣାପତ୍ର ଜାରି ହୋଇଛି । ଏଥିର ବିଜେପି ନିଜର ଘୋଷଣାପତ୍ରରେ ମହିଳାମାନଙ୍କୁ ଚାକିରି କ୍ଷେତ୍ରରେ ୩୩ ପ୍ରତିଶତ ସଂରକ୍ଷଣ ଦେବାକୁ ପ୍ରତିଶ୍ରୁତି ଦେଇଛି । ଏଥିସହ ଆୟୁଷ୍ମାନ ଯୋଜନାରେContinue reading “ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ଘୋଷଣାପତ୍ର ଜାରି କଲା ବିଜେପି । ମହିଳାଙ୍କୁ ନିଯୁକ୍ତି କ୍ଷେତ୍ରରେ ୩୩% ସଂରକ୍ଷଣ ଦେବାକୁ ପ୍ରତିଶ୍ରୁତି ।”

Design a site like this with WordPress.com
Get started