ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ କୋଭିଡ୍ ରିପୋର୍ଟ ପଜିଟିଭ୍ । ଦିଲ୍ଲୀ ଏମସ୍ ରେ କରାଗଲା ଭର୍ତ୍ତି ।

କନକ ବ୍ୟୁରୋ : ଲୋକସଭା ବାଚସ୍ପତି ଙ୍କ କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଛି । ଏହା ଜଣାପଡିବା ପରେ ତାଙ୍କୁ ଦିଲ୍ଲୀସ୍ଥିତ ଏମସ୍ ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଏହାସହ ତାଙ୍କ ସଂପର୍କରେ ଆସିଥିବା ଲୋକମାନଙ୍କୁ ତୁରନ୍ତ ପରୀକ୍ଷା କରାଇନେବା ପାଇଁ ସେ କହିଛନ୍ତି । ସୂଚନା ମୁତାବକ କିଛିଦିନ ହେବ ଓମ୍ ବିର୍ଲାଙ୍କ ଦେହ ଅସୁସ୍ଥ ରହୁଥିଲା । ଯେତେବେଳେ ତାଙ୍କର କୋଭିଡ୍ ଟେଷ୍ଟ କରାଗଲା ସେତେବେଳେ ସେ ପଜିଟିଭ୍ ଥିବା କଥାContinue reading “ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ କୋଭିଡ୍ ରିପୋର୍ଟ ପଜିଟିଭ୍ । ଦିଲ୍ଲୀ ଏମସ୍ ରେ କରାଗଲା ଭର୍ତ୍ତି ।”

ରାଜ୍ୟରୁ ଆଉ ୯୮ କୋଭିଡ୍ ପଜିଟିଭ୍ ଚିହ୍ନଟ । ସଂଗରୋଧରୁ ୫୮, ସ୍ଥାନୀୟ ସଂକ୍ରମିତ ୪୦ ।

କନକ ବ୍ୟୁରୋ: ଗତ ୨୪ ଘଂଟା ଭିତରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୯୮ ଜଣ କୋଭିଡ୍ ପଜିଟିଭ୍ । ସେମାନଙ୍କ ଭିତରୁ ୫୮ ଜଣ ସଂଗରୋଧରେ ଚିହ୍ନଟ ହୋଇଥିବାବେଳେ ବାକି ୪୦ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସରକାର । ତେବେ ଗତ ଦୁଇ ଦିନ ଧରି ରାଜ୍ୟରୁ ଦୈନିକ ସଂକ୍ରମଣ ଶହେ ଉପରେ ରହୁଥିବାବେଳେ ଆଜି ଏହି ଧାରାରେ ପରିବର୍ତ୍ତନ ଆସିବା ସହିତ ସଂକ୍ରମଣ ଶହେ ତଳକୁ ଖସିଛି । ଗତContinue reading “ରାଜ୍ୟରୁ ଆଉ ୯୮ କୋଭିଡ୍ ପଜିଟିଭ୍ ଚିହ୍ନଟ । ସଂଗରୋଧରୁ ୫୮, ସ୍ଥାନୀୟ ସଂକ୍ରମିତ ୪୦ ।”

ଫର୍ମ ଫିଲଅପ୍ କରିଥିଲେ ବି ମିଳିନି ଆଡମିଟ୍ କାର୍ଡ । କେମିତି ପରୀକ୍ଷା ଦେବେ ଆଶଙ୍କାରେ ମାହାଙ୍ଗା ପୁଷ୍କଗିରି କଲେଜର ଛାତ୍ରୀ ।

କନକ ବ୍ୟୁରୋ: ଆସନ୍ତା ୨୩ ତାରିଖରେ ପରୀକ୍ଷା ଅଛି, ହେଲେ ଛାତ୍ରୀଙ୍କୁ ଆଡମିଟ କାର୍ଡ ମିଳୁନାହିଁ । ପରୀକ୍ଷା ଦେଇ ପାରିବେ ନା ନାହିଁ ତାହା ମଧ୍ୟ ଛାତ୍ରୀଙ୍କୁୁ ଜଣାନାହିଁ । ଏପରି କିଛି ଆଶା ଆଶଙ୍କାରେ ଭିତରେ ରହିଛନ୍ତି ମାହାଙ୍ଗା ପୁଷ୍ପଗିରି କଲେଜରେ ଯୁକ୍ତ ତିନି ଶେଷ ବର୍ଷରେ ପଢୁଥିବା ଛାତ୍ରୀ ରଶ୍ମୀ ରଂଜିତା । ପରୀକ୍ଷା ପାଇଁ ରଶ୍ମୀଙ୍କ ହାତରେ ଗୋଟିଏ ଦିନ ଥିବା ବେଳେ କଲେଜ କର୍ତ୍ତୃପକ୍ଷ କହିଛନ୍ତି ରଶ୍ମୀ ରଂଜିତାଙ୍କ ଆଡମିଟContinue reading “ଫର୍ମ ଫିଲଅପ୍ କରିଥିଲେ ବି ମିଳିନି ଆଡମିଟ୍ କାର୍ଡ । କେମିତି ପରୀକ୍ଷା ଦେବେ ଆଶଙ୍କାରେ ମାହାଙ୍ଗା ପୁଷ୍କଗିରି କଲେଜର ଛାତ୍ରୀ ।”

ନିଆଳିରେ ଦାଦନ ଯୁବକ ମୃତ୍ୟୁ ଘଟଣା । ମୃତ ଯୁବକର ଗାଁରେ ପୋଲିସର ଛାନଭିନ୍ । ଘଟଣା ସ୍ଥଳରୁ ରକ୍ତ ନମୁନା ସଂଗ୍ରହ କଲା ସାଇଂଟିଫିକ୍ ଟିମ୍ ।

କନକ ବ୍ୟୁରୋ: ନିଆଳି ମହତାପାରୀ ଦାଦନ ଫେରନ୍ତା ଯୁବକଙ୍କ ମୃତ୍ୟୁ ଘଟଣାର ତଦନ୍ତ ଜୋରଦାର ହୋଇଛି । କଟକ ଗ୍ରାମାଂଚଳ ଅତିରିକ୍ତ ଏସପି ପ୍ରଦ୍ୟୁମ୍ନ କୁମାର ଜେନା, କଟକ ସଦର ଏସଡ଼ିପିଓ ସୁଭାଷ ଚନ୍ଦ୍ର ପଣ୍ଡା ଓ ନିଆଳି ଥାନା ଆଇଆଇସି  ବିଜୟ କୁମାର ମଲ୍ଲିକ ପ୍ରମୁଖ ମହତାପାରି ଗାଁରେ ପହଂଚି ଛାନଭିନ୍ ଆରମ୍ଭ କରିଛନ୍ତି । ଏହି ଘଟଣାରେ ଜଣକୁ ନିଆଳି ଥାନାରେ ରଖାଯାଇଛି । ସାଇଂଟିଫିକ୍ ଟିମ୍ ଘଟଣା ସ୍ଥଳରୁ ରକ୍ତ ନମୁନା ଓContinue reading “ନିଆଳିରେ ଦାଦନ ଯୁବକ ମୃତ୍ୟୁ ଘଟଣା । ମୃତ ଯୁବକର ଗାଁରେ ପୋଲିସର ଛାନଭିନ୍ । ଘଟଣା ସ୍ଥଳରୁ ରକ୍ତ ନମୁନା ସଂଗ୍ରହ କଲା ସାଇଂଟିଫିକ୍ ଟିମ୍ ।”

ଭୁବନେଶ୍ୱରର ଇସ୍କନ ମନ୍ଦିରରେ ଦର୍ଶନ କଲେ ରାଷ୍ଟ୍ରପତିଙ୍କ ପତ୍ନୀ ସବିତା କୋବିନ୍ଦ ।

କନକ ବ୍ୟୁରୋ: ଭୁବନେଶ୍ୱର ଇସ୍କନ ମନ୍ଦିରରେ ଦର୍ଶନ କରିଛନ୍ତି ରାଷ୍ଟ୍ରପତିଙ୍କ ପତ୍ନୀ । ଆଜି ଦିନ ୧୦ଟା ୧୦ରେ ଇସ୍କନ ମନ୍ଦିରରେ ପହଂଚିଥିଲେ ଦେଶର ପ୍ରଥମ ମହିଳା ସବିତା କୋବିନ୍ଦ । ପ୍ରାୟ ୪୫ ମିନିଟ ଧରି ମନ୍ଦିରରେ ରହି ପୂଜାର୍ଚ୍ଚନା କରିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପତ୍ନୀ । ଏଥିପାଇଁ କିଛି ସମୟ ଲାଗି ସାଧାରଣ ଭକ୍ତଙ୍କ ଦର୍ଶନକୁ ବନ୍ଦ କରାଯାଇଥିଲା । କୋଭିଡ ପାଇଁ ସାମାଜିକ ଦୂରତା ରଖିବା ସହ ମାସ୍କ ପିନ୍ଧିବା ପାଇଁContinue reading “ଭୁବନେଶ୍ୱରର ଇସ୍କନ ମନ୍ଦିରରେ ଦର୍ଶନ କଲେ ରାଷ୍ଟ୍ରପତିଙ୍କ ପତ୍ନୀ ସବିତା କୋବିନ୍ଦ ।”

ସାତକୋଶିଆରୁ ମଧ୍ୟପ୍ରଦେଶ ଫେରିଯିବ ବାଘୁଣୀ ସୁନ୍ଦରୀ । ଅନୁଗୁଳରେ ପହଞ୍ଚିଲେ ମଧ୍ୟପ୍ରଦେଶ ବନ ବିଭାଗର ଟିମ୍ ।

କନକ ବ୍ୟୁରୋ: ସାତକୋଶିଆରୁ ବାଘୁଣୀ ସୁନ୍ଦରୀକୁ ଫେରାଇ ନେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିପାଇଁ ଅନୁଗୁଳରେ ପହଂଚିଛନ୍ତି ମଧ୍ୟପ୍ରଦେଶ ବନ ବିଭାଗର ଏକ ଟିମ୍ । ସବୁକିଛି ଠିକଠାକ ରହିଲେ ସପ୍ତାହେ ଭିତରେ ସୁନ୍ଦରୀ ଓଡିଶା ଛାଡିପାରେ ବୋଲି କୁହାଯାଉଛି । ସୁନ୍ଦରୀର ଜଙ୍ଗଲ ପ୍ରବୃତି ଫେରାଇ ଆଣିବାକୁ ମଧ୍ୟପ୍ରଦେଶ କାହ୍ନା ବ୍ୟାଘ୍ର ଅଭୟାରଣ୍ୟର ଘୋରେଲାକୁ ନିଆଯିବ । ସାତକୋଶିଆ ଫେରିଯିବ ବାଘୁଣୀ ସୁନ୍ଦରୀ । ସୁନ୍ଦରୀକୁ ଫେରାଇବା ନେଇ ଆରମ୍ଭ ହେଲା ପ୍ରକ୍ରିୟାContinue reading “ସାତକୋଶିଆରୁ ମଧ୍ୟପ୍ରଦେଶ ଫେରିଯିବ ବାଘୁଣୀ ସୁନ୍ଦରୀ । ଅନୁଗୁଳରେ ପହଞ୍ଚିଲେ ମଧ୍ୟପ୍ରଦେଶ ବନ ବିଭାଗର ଟିମ୍ ।”

ଭାରତ ବିଶ୍ୱର ୪ର୍ଥ ଶକ୍ତିଶାଳୀ ସାମରିକ ରାଷ୍ଟ୍ର: ‘ମିଲ୍‌ଟାରି ଡାଇରେକ୍ଟ୍‌’ ଅଧ୍ୟୟନ, ଚୀନରେ ରହିଛି ବିଶ୍ୱର ସବୁଠାରୁ ଶକ୍ତିଶାଳୀ ସେନା

କନକ ବ୍ୟୁରୋ : ଭାରତ ବିଶ୍ୱର ୪ର୍ଥ ଶକ୍ତିଶାଳୀ ସାମରିକ ରାଷ୍ଟ୍ର ଭାବେ ତାଲିକାଭୁକ୍ତ ହୋଇଥିବା କଥା ରବିବାର ଦିନ ପ୍ରତିରକ୍ଷା ଓ୍ଵବ୍‌ସାଇଟ୍‌ ‘ମିଲିଟାରି ଡାଇରେକ୍ଟ୍‌’ ରିଲିଜ୍‌ କରିଥିବା ଅଧ୍ୟୟନରୁ ଜଣାପଡ଼ିଛି। ଚୀନ୍‌ରେ ବିଶ୍ୱର ସବୁଠୁ ଶକ୍ତିଶାଳୀ ସାମରିକ ସେନା ଥିବା କଥା ମଧ୍ୟ ଏଥିରେ ଉଲ୍ଲେଖ କରାଯାଇଛି। ବିପୁଳ ପରିମାଣର ସାମରିକ ବଜେଟ୍‌ ଥାଇ ମଧ୍ୟ ଯୁକ୍ତରାଷ୍ଟ୍ର ଆମେରିକା ୭୪ ପଏଣ୍ଟ୍‌ ପାଇ ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି। ୬୯ ପଏଣ୍ଟ୍‌ ପାଇ ତା’Continue reading “ଭାରତ ବିଶ୍ୱର ୪ର୍ଥ ଶକ୍ତିଶାଳୀ ସାମରିକ ରାଷ୍ଟ୍ର: ‘ମିଲ୍‌ଟାରି ଡାଇରେକ୍ଟ୍‌’ ଅଧ୍ୟୟନ, ଚୀନରେ ରହିଛି ବିଶ୍ୱର ସବୁଠାରୁ ଶକ୍ତିଶାଳୀ ସେନା”

ପୁରୀରେ ଜାଗା ଯୋଗାଇ ଦେବାକୁ କହି ଲୁଟ୍ । ୬୫୦ ଜଣଙ୍କ ଠାରୁ କୋଟି କୋଟି ଟଙ୍କା ଠକିନେଲା ସେଭେନ୍ ହିଲ୍ ରିୟର ଇଷ୍ଟେ୍ଟ୍ ସଂସ୍ଥା ।

କନକ ବ୍ୟୁରୋ: ପୁରୀରେ ଜାଗା ଦେବାକୁ କହି ୬୫୦ ଲୋକଙ୍କୁ ଚୁନ ଲଗାଇଲା ରିୟଲ ଇଷ୍ଟେଟ୍ ସଂସ୍ଥା । ନୀଳାଚଳ ଧାମରେ ଜାଗା ଦେବାର ପ୍ରଲ୍ଲୋଭନ ଦେଖାଇ କୋଟି କୋଟି ଟଙ୍କା ଠକି ନେଇଛି ସେଭେନ ହିଲ ରିୟଲ ଇଷ୍ଟେଟ ସଂସ୍ଥା । ରାଜ୍ୟ ତଥା ରାଜ୍ୟ ବାହାରର ପ୍ରାୟ ୬୫୦ ଜଣ ଲୋକଙ୍କୁ ଏହି ସଂସ୍ଥା ଠକିଥିବା ଅଭିଯୋଗ ହୋଇଛି । ପୁରୀ ବଳିଆପଣ୍ଡା ଅଂଚଳରେ ୨୦୦୭-୦୮ରେ ଆରମ୍ଭ ହୋଇଥିଲା ସେଭେନ ହିଲ ଆପାର୍ଟମେଂଟ ।Continue reading “ପୁରୀରେ ଜାଗା ଯୋଗାଇ ଦେବାକୁ କହି ଲୁଟ୍ । ୬୫୦ ଜଣଙ୍କ ଠାରୁ କୋଟି କୋଟି ଟଙ୍କା ଠକିନେଲା ସେଭେନ୍ ହିଲ୍ ରିୟର ଇଷ୍ଟେ୍ଟ୍ ସଂସ୍ଥା ।”

ଓଡିଶୀ ନୃତ୍ୟଗୁରୁ ସ୍ୱର୍ଗତ କେଳୁଚରଣ ମହାପାତ୍ରଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ମହାପାତ୍ରଙ୍କର ଦେହାନ୍ତ । ଟୁଇଟ୍ କରି ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ।

କନକ ବ୍ୟୁରୋ: ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟାଙ୍ଗନା ତଥା ଦିବଂଗତ ଓଡ଼ିଶୀ ନୃତ୍ୟ ଗୁରୁ କେଳୁଚରଣ ମହାପାତ୍ରଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ମହାପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଓଡ଼ିଶୀ ନୃତ୍ୟର ପ୍ରସାର ଓ ପ୍ରଚାରରେ ଲକ୍ଷ୍ମୀପ୍ରିୟା ମହାପାତ୍ରଙ୍କର ମହାନ୍‌ ଅବଦାନ ବିଷୟରେ ସ୍ମୃତିଚାରଣ କରିବା ସହ ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହାସହ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଲକ୍ଷ୍ମୀପ୍ରିୟା ମହାପାତ୍ରଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀContinue reading “ଓଡିଶୀ ନୃତ୍ୟଗୁରୁ ସ୍ୱର୍ଗତ କେଳୁଚରଣ ମହାପାତ୍ରଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ମହାପାତ୍ରଙ୍କର ଦେହାନ୍ତ । ଟୁଇଟ୍ କରି ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ।”

କ୍ୟାପିଟାଲ ହସ୍ପିଟାଲ ଭ୍ୟାକ୍ସିନ୍ ସେଣ୍ଟର ବୁଲି ଦେଖିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । କହିଲେ, ଟିକାକରଣରେ ନାହିଁ ସମସ୍ୟା, ଟିକାରେ ନାହିଁ ଅଭାବ ।

କନକ ବ୍ୟୁରୋ: ଭୁବନେଶ୍ୱରରେ କେମିତି ଚାଲିଛି ଟୀକାକରଣ? ବିଭିନ୍ନ ଟୀକାକେନ୍ଦ୍ର ବୁଲି ଦେଖିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଆଜି ସକାଳୁ ସକାଳୁ କ୍ୟାପିଟାଲ ହସ୍ପିଟାଲର ଟିକା କେନ୍ଦ୍ର ବୁଲି ଦେଖିଥିଲେ । କ୍ୟାପିଟାଲ ହସ୍ପିଟାଲର ତିନୋଟି ସ୍ଥାନରେ ଟିକା ଦିଆଯାଉଛି । ଏହାକୁ ବୁଲି ଦେଖିବା ପରେ ସନ୍ତୋଷ ପ୍ରକାଶ କରିଛନ୍ତି ଭୁବନେଶ୍ୱର ସାଂସଦ । କ୍ୟାପିଟାଲ ହସ୍ପିଟାଲର ସବୁ ଟୀକା କେନ୍ଦ୍ରରେ ହେଉଥିବା ଟିକାକରଣରେ କୌଣସି ପ୍ରକାର ସମସ୍ୟା ନାହିଁ ବୋଲି କହିଛନ୍ତିContinue reading “କ୍ୟାପିଟାଲ ହସ୍ପିଟାଲ ଭ୍ୟାକ୍ସିନ୍ ସେଣ୍ଟର ବୁଲି ଦେଖିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । କହିଲେ, ଟିକାକରଣରେ ନାହିଁ ସମସ୍ୟା, ଟିକାରେ ନାହିଁ ଅଭାବ ।”

Design a site like this with WordPress.com
Get started