ରାଉରକେଲା ଅଭିମୁଖେ ରାଷ୍ଟ୍ରପତି । ଏନଆଇଟି ସମାବର୍ତ୍ତନ ଉତ୍ସବରେ ଯୋଗଦେବା ସହ ରାଉରକେଲାରେ ଇସ୍ପାତ ସ୍ନାତକୋତ୍ତର ପ୍ରତିଷ୍ଠାନ ଓ ସୁପର ସ୍ପେଶିଆଲିଟି ହସ୍ପିଟାଲକୁ ରାଷ୍ଟ୍ର ଉଦ୍ଦେଶ୍ୟରେ କରିବେ ସମର୍ପଣ ।

କନକ ବ୍ୟୁରୋ: ଓଡିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସକାଳ ୯ଟାରେ ରାଜଭବନରୁ ବିମାନ ବନ୍ଦର ଅଭିମୁଖେ ବାହାରିଛନ୍ତି ରାଷ୍ଟ୍ରପତି । ଆଜି ରାଉରକେଲା ଏନଆଇଟି ସମାବର୍ତନ ଉତ୍ସବରେ ଯୋଗଦେବେ । ସେହିପରି ସେଲ ଏବଂ ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ପ୍ରତିଷ୍ଠା କରାଯାଇଛଥିବା ଇସ୍ପାତ ସ୍ନାତକୋତ୍ତର ପ୍ରତିଷ୍ଠାନ ଏବଂ ସୁପର ସ୍ପେଶାଲିଟି ହସ୍ପିଟାଲକୁ ଉଦଘାଟନ କରିବେ ରାଷ୍ଟ୍ରପତି । ସକାଳ ୯ଟା ୪୫ ମିନିଟରେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେContinue reading “ରାଉରକେଲା ଅଭିମୁଖେ ରାଷ୍ଟ୍ରପତି । ଏନଆଇଟି ସମାବର୍ତ୍ତନ ଉତ୍ସବରେ ଯୋଗଦେବା ସହ ରାଉରକେଲାରେ ଇସ୍ପାତ ସ୍ନାତକୋତ୍ତର ପ୍ରତିଷ୍ଠାନ ଓ ସୁପର ସ୍ପେଶିଆଲିଟି ହସ୍ପିଟାଲକୁ ରାଷ୍ଟ୍ର ଉଦ୍ଦେଶ୍ୟରେ କରିବେ ସମର୍ପଣ ।”

ଏୟାରଫୋର୍ସ ୱାନ ବିମାନ ଚଢିଲା ବେଳେ ଝୁଣ୍ଟିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ଭିଡିଓ ଭାଇରାଲ୍…

କନକ ବ୍ୟୁରୋ: ବିମାନ ସିଡ଼ିରେ ଝୁଣ୍ଟିଲେ ବାଇଡେନ୍ । ଆମେରିକାର ନୂତନ ରାଷ୍ଟ୍ରପତି ଜୋ ବାଇଡେନ୍‌ ଶନିବାର ଆଟଲାଣ୍ଟାରେ ତାଙ୍କ ପାଇଁ ଉଦ୍ଦିଷ୍ଟ ସ୍ୱତନ୍ତ୍ର ବିମାନ ଏୟାରଫୋର୍ସ ୱାନରେ ବସିବା ପାଇଁ ସଂଲଗ୍ନ ଶିଡ଼ିର ପାହାଚ ଚଢ଼ିଲା ବେଳେ ତିନି ତିନି ଥର ଝୁଣ୍ଟିପଡ଼ିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ତେବେ ଭୀଷଣ ପବନ ବହୁଥିବା ପାଗ ଯୋଗୁଁ ସେ ଏପରି ଭାରସାମ୍ୟ ହରାଇ ବସିଥିଲେ ଏବଂ ସେ ଏବେ ଶତ ପ୍ରତିଶତ ସୁସ୍ଥ ଓContinue reading “ଏୟାରଫୋର୍ସ ୱାନ ବିମାନ ଚଢିଲା ବେଳେ ଝୁଣ୍ଟିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ଭିଡିଓ ଭାଇରାଲ୍…”

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ କରୋନା ସଂକ୍ରମିତ । ଘରୋଇ ସଂଗରୋଧରେ ଅଛନ୍ତି ଇମ୍ରାନ, ୨ଦିନ ତଳେ ଚିନ୍ ତିଆରି କରୋନା ଟିକା ନେଇଥିଲେ ଇମ୍ରାନ୍  

କନକ ବ୍ୟୁରୋ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ କରୋନା । ଚୀନ୍ ତିଆରି କରୋନା ଟିକାର ପ୍ରଥମ ଡ଼ୋଜ୍ ନେବାର ମାତ୍ର ୨ ଦିନ ଭିତରେ କରେନା ପଜିଟିଭ୍ ଆସିଛନ୍ତି ଇମ୍ରାନ୍ ଖାନ୍ । କରୋନାରେ ସଂକ୍ରମିତ ହେବା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଏବେ ଘରୋଇ ସଂଗରୋଧରେ ରହିଛନ୍ତି । ଇମ୍ରାନ୍ ଖାନ୍ ଚାଇନା ଭ୍ୟାକ୍ସିନ୍ ସାଇନୋଭାକର ପ୍ରଥମ ଡ଼ୋଜ ନେଇଥିଲେ । ତେବେ ଇମ୍ରାନ ଖାନଙ୍କ ସହ ସଂପର୍କରେ ଆସିଥିବା ତାଙ୍କରContinue reading “ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ କରୋନା ସଂକ୍ରମିତ । ଘରୋଇ ସଂଗରୋଧରେ ଅଛନ୍ତି ଇମ୍ରାନ, ୨ଦିନ ତଳେ ଚିନ୍ ତିଆରି କରୋନା ଟିକା ନେଇଥିଲେ ଇମ୍ରାନ୍  “

ଚିଠିକୁ ନେଇ ମହାରାଷ୍ଟ୍ର ରାଜନୀତି ସରଗରମ । ଅନୀଲ ଦେଶମୁଖଙ୍କ ବିରୋଧରେ ପୂର୍ବତନ ମୁମ୍ବାଇ ପୋଲିସ କମିଶନର ପରମବୀର ସିଂଙ୍କ ସାଂଘାତିକ ଅଭିଯୋଗ । ପଢ଼ନ୍ତୁ ପୂରା କାହାଣୀ…

କନକ ବ୍ୟୁରୋ: ଗୋଟିଏ ଚିଠିକୁ ନେଇ ମହାରାଷ୍ଟ୍ର ରାଜନୀତିରେ ହଇଚଇ । ମହାରାଷ୍ଟ୍ରର ପୂର୍ବତନ ପୁଲିସ କମିସନର ପରମବୀରଙ୍କ ଚିଠି । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପାଖକୁ ପରମବୀର ସିଂ ଚିଠି ଲେଖି ଗୃହମନ୍ତ୍ରୀଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଆଉ ପରମବୀରଙ୍କ ଚିଠିକୁ ନେଇ ଏବେ ମହାରାଷ୍ଟ୍ର ରାଜନୀତି ଦୋହଲି ଯାଇଛି । ଅନ୍ୟପଟେ ପରମବୀର ସିଂଙ୍କ ଅଭିଯୋଗ ପରେ ବିବାଦରେ ଛନ୍ଦି ହୋଇଯାଇଛନ୍ତି ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖ । ଏନେଇ ପ୍ରତିକ୍ରିୟାContinue reading “ଚିଠିକୁ ନେଇ ମହାରାଷ୍ଟ୍ର ରାଜନୀତି ସରଗରମ । ଅନୀଲ ଦେଶମୁଖଙ୍କ ବିରୋଧରେ ପୂର୍ବତନ ମୁମ୍ବାଇ ପୋଲିସ କମିଶନର ପରମବୀର ସିଂଙ୍କ ସାଂଘାତିକ ଅଭିଯୋଗ । ପଢ଼ନ୍ତୁ ପୂରା କାହାଣୀ…”

ଆମ୍ୱୁଲାନ୍ସ ସହିତ ଗ୍ୟାସ୍ ଟ୍ୟାଙ୍କର ମୁହାଁମୁହିଁ ଧକ୍କା । ଘଟଣା ସ୍ଥଳରେ ୪ ଜଣଙ୍କ ମୃତ୍ୟୁ, ଜରପଡାରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା 

କନକ ବ୍ୟୁରୋ : ସକାଳୁ ସକାଳୁ ଆସିଲା ଏକ ଦୁଃଖଦ ଖବର । ଅନୁଗୁଳ ଜିଲ୍ଲାର ଜରପଡା ଛକରେ ମର୍ମନ୍ତୁଦ ଦୁର୍ଘଟଣା ।  ଆମ୍ୱୁଲାନ୍ସ ସହିତ ଗ୍ୟାସ୍ ଟ୍ୟାଙ୍କର ମୁହାଁମୁହିଁ ଧକ୍କା । ଘଟଣା ସ୍ଥଳରେ ୪ ଜଣଙ୍କ ମୃତ୍ୟୁ । ୩ ଜଣ ଗୁରୁତର ଅନୁଗୁଳ ମୁଖ୍ୟ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି ।  ସୂଚନା ଅନୁଯାୟୀ, ବୁର୍ଲାରୁ କଟକ ଅଭିମୁଖେ ଆଂବୁଲାନ୍ସ ଆସୁଥିବା ସମୟରେ ଜରପଡା ଛକରେ ସକାଳ ସମୟରେ ଘଟିଛି ଏହି ଦୁର୍ଘଟଣା ।Continue reading “ଆମ୍ୱୁଲାନ୍ସ ସହିତ ଗ୍ୟାସ୍ ଟ୍ୟାଙ୍କର ମୁହାଁମୁହିଁ ଧକ୍କା । ଘଟଣା ସ୍ଥଳରେ ୪ ଜଣଙ୍କ ମୃତ୍ୟୁ, ଜରପଡାରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା “

ଆଜି ରାଉରକେଲା ଏନଆଇଟି ସମାବର୍ତନ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆସନ୍ତାକାଲି କୋଣାର୍କ ଓ ପୁରୀ ଗସ୍ତ କାର୍ଯ୍ୟକ୍ରମ 

କନକ ବ୍ୟୁରୋ : ଦୁଇ ଦିନିଆ ଗସ୍ତରେ ଓଡିଶା ଆସିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆଜି ସକାଳ ୯ଟା ୪୫ ମିନିଟରେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଆସି ପହଚିଂବେ ରାଷ୍ଟ୍ରପତି । ସେଠାରୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ସକାଳ ୯ଟା ୫୫ରେ ରାଉରକେଲା ଅଭିମୁଖେ ଯାତ୍ରା କରିବେ । ଝାରସୁଗୁଡ଼ାରୁ ରାଉରକେଲା ରାଷ୍ଟ୍ରପତିଙ୍କୁ ନେବାକୁ ଥିବା ୩ଟି ହେଲିକପ୍ଟର ଝାରସୁଗୁଡ଼ା ବିମାନ ବନ୍ଦରରେ ଆସି ପହଂଚିିContinue reading “ଆଜି ରାଉରକେଲା ଏନଆଇଟି ସମାବର୍ତନ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆସନ୍ତାକାଲି କୋଣାର୍କ ଓ ପୁରୀ ଗସ୍ତ କାର୍ଯ୍ୟକ୍ରମ “

ଦେଶରେ କାୟା ମେଲୁଛି କରୋନା ସଂକ୍ରମଣ ! ଗତ ୨୪ ଘଣ୍ଟା ମଧ୍ୟରେ ପାଖାପାଖି ୪୧ ହଜାର ମାମଲା ଚିହ୍ନଟ, ୪ମାସରେ ସର୍ବାଧିକ

ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ଅନିୟନ୍ତ୍ରିତ ହେବାରେ ଲାଗିଛି । ବିଗତ ୨୪ ଘଣ୍ଟା ମଧ୍ୟରେ ୪୦,୯୫୩ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ୪ ମାସ ମଧ୍ୟରେ ଏହା ସର୍ବାଧିକ ସଂକ୍ରମଣ। ଗତ ନଭେମ୍ବର ୨୯ରେ ଶେଷ ଥର ପାଇଁ ଦେଶର ସର୍ବାଧିକ ସଂକ୍ରମଣ ସଂଖ୍ୟା ୪୧,୮୧୦ ଥିଲା। ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୧,୧୫,୫୫,୨୮୪କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁସଂଖ୍ୟା ୧,୫୯,୫୫୮ ରହିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ୧୮୮ ଜଣଙ୍କ କରୋନାରେContinue reading “ଦେଶରେ କାୟା ମେଲୁଛି କରୋନା ସଂକ୍ରମଣ ! ଗତ ୨୪ ଘଣ୍ଟା ମଧ୍ୟରେ ପାଖାପାଖି ୪୧ ହଜାର ମାମଲା ଚିହ୍ନଟ, ୪ମାସରେ ସର୍ବାଧିକ”

ଶେଷ ଟି-୨୦କୁ ୩୬ ରନରେ ଜିତିଲା ଟିମ୍ ଇଣ୍ଡିଆ । ଇଂଲଣ୍ଡ ବିପକ୍ଷରେ ମ୍ୟାଚ୍ ସହ ସିରିଜ୍ ଜିତିଲା ବିରାଟ ବାହିନୀ । 

କନକ ବ୍ୟୁରୋ: ଭାରତ-ଇଂଲଣ୍ଡ ଭିତରେ ଚାଲିଥିବା ଟି-୨୦ ସିରିଜକୁ କବଜା କରିଛି ଟିମ୍ ଇଣ୍ଡିଆ । ଶେଷ ଟି-୨୦ରେ ବ୍ରିଟିଶ ଦଳକୁ ୩୬ ରନରେ ହରାଇବା ସହିତ ଦଳ ସିରିଜକୁ ୩-୨ରେ ଆଗୁଆ ରହି କବଜା କରିଛି । ଏଥିସହ ଟେଷ୍ଟ ସିରିଜ ପରେ ଦଳ ଲଗାତାର ଟି-୨୦ ସିରିଜ ମଧ୍ୟ ଜିତିଛି । ଆଜି ଇଂଲଣ୍ଡ ଅଧିନାୟକ ମୋର୍ଗାନ ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ । ଆଉ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇଥିଲାContinue reading “ଶେଷ ଟି-୨୦କୁ ୩୬ ରନରେ ଜିତିଲା ଟିମ୍ ଇଣ୍ଡିଆ । ଇଂଲଣ୍ଡ ବିପକ୍ଷରେ ମ୍ୟାଚ୍ ସହ ସିରିଜ୍ ଜିତିଲା ବିରାଟ ବାହିନୀ । “

ପଶ୍ଚିମବଙ୍ଗ, ଆସାମରେ ଜୋର ଧରିଲା ନିର୍ବାଚନ ପ୍ରଚାର । ଉଭୟଙ୍କୁ ଟାର୍ଗେଟ କଲେ ମୋଦି-ମମତା । ଆସାମରେ ବି ଜୋରଧରିଲା ପ୍ରଚାର ରାଜନୀତି ।

କନକ ବ୍ୟୁରୋ: ପଶ୍ଚିମବଙ୍ଗ ଓ ଆସାମ ସମେତ ୫ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ହେବାକୁ ଥିବା ନିର୍ବାଚନ ପାଇଁ ପ୍ରଚାର ଜୋର ଧରିଛି । ଯେଉଁଥିରେ ବିଜେପିର ପ୍ରଚାର ମଙ୍ଗ ଧରିଛନ୍ତି ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏଥର ନିର୍ବାଚନରେ ବିଜେପିର ଫୋକସରେ ରହିଛି ପଶ୍ଚିମବଙ୍ଗ । ଯେଉଁ କାରଣରୁ ଖଡଗପୁରରେ ତୃଣମୂଳ କଂଗ୍ରେସକୁ ଟାର୍ଗେଟ କରି ବର୍ଷିଛନ୍ତି ମୋଦୀ । ସେପଟେ ମମତା ବାନାର୍ଜି ମଧ୍ୟ ଆକ୍ରାମଣାତ୍ମକ ହୋଇପଡିଛନ୍ତି । ଅନ୍ୟପଟେContinue reading “ପଶ୍ଚିମବଙ୍ଗ, ଆସାମରେ ଜୋର ଧରିଲା ନିର୍ବାଚନ ପ୍ରଚାର । ଉଭୟଙ୍କୁ ଟାର୍ଗେଟ କଲେ ମୋଦି-ମମତା । ଆସାମରେ ବି ଜୋରଧରିଲା ପ୍ରଚାର ରାଜନୀତି ।”

ପୁଣି ଉପର ମୁହାଁ କରୋନା ମିଟର । ସାରାଦେଶରେ ଗୋଟିଏ ଦିନରେ ଚିହ୍ନଟ ହେଲେ ୪୦ ହଜାର ୯୫୩ ଆକ୍ରାନ୍ତ ଚିହ୍ନଟ, ୧୮୮ ଜଣଙ୍କ ମୃତ । ଚିନ୍ତା ବଢାଉଛି ୮ଟି ରାଜ୍ୟ ।

କନକ ବ୍ୟୁରୋ: ଗତ ୨୪ ଘଂଟା ମଧ୍ୟରେ ଦେଶରେ ୪୦ହଜାର ୯୫୩ଟି ନୂଆ କରୋନା ସଂକ୍ରମଣ ମାମଲା ସାମନାକୁ ଆସିଛି । ନଭେମ୍ବର ୨୯ , ୨୦୨୦ ପରଠାରୁ ଏହା ଦିନିକିଆ ସଂକ୍ରମଣରେ ସର୍ବାଧିକ । ଗତ ସପ୍ତାହେ ଧରି ଭାରତରେ ପ୍ରତିଦିନ ୨୦ ହଜାରରୁ ଅଧିକ ନୂଆ ସଂକ୍ରମଣ ମାମଲା ଆସୁଛି । ସ୍ୱାସ୍ଥ୍ୟ ମନ୍ତ୍ରାଣାଳୟର ସୂଚନା ଅନୁସାରେ କରୋନା ସଂକ୍ରମଣର ଉପରମୁହାଁ ଗ୍ରାଫ ବିଶେଷକରି ୮ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଂଚଳରେ ପରିଲକ୍ଷିତContinue reading “ପୁଣି ଉପର ମୁହାଁ କରୋନା ମିଟର । ସାରାଦେଶରେ ଗୋଟିଏ ଦିନରେ ଚିହ୍ନଟ ହେଲେ ୪୦ ହଜାର ୯୫୩ ଆକ୍ରାନ୍ତ ଚିହ୍ନଟ, ୧୮୮ ଜଣଙ୍କ ମୃତ । ଚିନ୍ତା ବଢାଉଛି ୮ଟି ରାଜ୍ୟ ।”

Design a site like this with WordPress.com
Get started