କନକ ବ୍ୟୁରୋ: ଦୁର୍ଘଟଣା ଘଟାଇଥିବା ଡ୍ରାଇଭରକୁ ପିଟି ପିଟି ମାରିଦେଲେ ଉତ୍ତ୍ୟକ୍ତ ଲୋକେ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଦିଗପହଣ୍ଡି ଅଂଚଳରେ । ରାମଚନ୍ଦ୍ରପୁରରୁ ମାଟି ବୋଝେଇ ଟ୍ରିପର ଦ୍ରୁତଗତିରେ ଆସି ପାଟପୁର ଡେଙ୍ଗାଡି ରେଂଗୁଣୀ ଛକରେ ବାଇକକୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିଲା । ମୃତ ଯୁବକ ଜଣକ ଆଡପଡାର କାହ୍ନୁଚରଣ ଜେନା ବୋଲି ଜଣାପଡିଛି । ଏହାକୁ ନେଇContinue reading “ଦିଗପହଣ୍ଡିରେ ଅଭାବନୀୟ ଘଟଣା । ବାଇକକୁ ପିଟିଲା ମାଟି ବୋଝେଇ ଟ୍ରିପର, ଜଣେ ମୃତ । ଡ୍ରାଇଭରକୁ ପିଟି ପିଟି ମାରିଦେଲେ ଲୋକେ ।”
Author Archives: Raghaba
ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ । ପରମବୀର ସିଂହ କହିଲେ, ସଚିନ ୱାଜେଙ୍କୁ ମାସିକ ଶହେ କୋଟି ଟଙ୍କା ଅସୁଲ କରିବାକୁ ଥିଲା ଟାର୍ଗେଟ ।
କନକ ବ୍ୟୁରୋ: ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ଉପରେ ଗୁରୁତର ଅଭିଯୋଗ ଆଣିଛନ୍ତି । ସଚିନ ୱାଜେଙ୍କୁ ମାସିକ ଶହେ କୋଟି ଟଙ୍କା ଅସୁଲ କରିବା ପାଇଁ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ଟାର୍ଗେଟ ଦେଇଥିବା ଭଳି ବିସ୍ଫୋରକ ବୟାନ ଦେଇଛନ୍ତି ପରମବୀର ସିଂ । ଏନେଇ ପରମବୀର ସିଂହ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚିଠି ଲେଖି ଜଣାଇଛନ୍ତି । ଅନିଲ ଦେଶମୁଖଙ୍କ ଉପରେ ଅଭିଯୋଗ ଆଣିContinue reading “ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ । ପରମବୀର ସିଂହ କହିଲେ, ସଚିନ ୱାଜେଙ୍କୁ ମାସିକ ଶହେ କୋଟି ଟଙ୍କା ଅସୁଲ କରିବାକୁ ଥିଲା ଟାର୍ଗେଟ ।”
ମାହାଙ୍ଗା ଡବଲ ମର୍ଡର ଘଟଣାରେ ରାଜନୀତି ନିଆଁ । ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ବିଧାନସଭା ଘେରାଉ ଉଦ୍ୟମ କଲା ବିଜେପି ।
କନକ ବ୍ୟୁରୋ: ମାହାଙ୍ଗା ଡବଲ ମର୍ଡର ଘଟଣାରେ ବିଜେପିର ଜୋରଦାର ପ୍ରତିବାଦ । ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପୃକ୍ତି ଅଭିଯୋଗ କରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ବିଜେପିର ବିଶାଳ ରାଲି କରିଛି । ଆଜି ବିଧାନସଭା ଘେରାଉ କରିବା ପାଇଁ ବିଜେପି ନେତା ଓ କର୍ମୀମାନେ ପଦଯାତ୍ରା କରି ଦଳୀୟ କାର୍ଯ୍ୟାଳୟରୁ ବାହାରିଥିଲେ । ଏହାପରେ ଭୁବନେଶ୍ୱର ଲୋୟର ପିଏମଜିରେ ଦଳ ପକ୍ଷରୁ ଧାରଣା ଦିଆଯାଇଥିଲା । ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ମାହାଙ୍ଗାର ପୂର୍ବତନContinue reading “ମାହାଙ୍ଗା ଡବଲ ମର୍ଡର ଘଟଣାରେ ରାଜନୀତି ନିଆଁ । ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ବିଧାନସଭା ଘେରାଉ ଉଦ୍ୟମ କଲା ବିଜେପି ।”
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ସତର୍କବାଣୀ । ନିୟମ ନମାନିଲେ ପୁଣି ହେବ ଲକଡାଉନ୍ । କ୍ରମାଗତ ୨ ଦିନ ଧରି ମହାରାଷ୍ଟ୍ରରେ ୨୫ ହଜାର ଅଧିକ ସଂକ୍ରମିତ ଚିହ୍ନଟ ।
କନକ ବ୍ୟୁରୋ : ଦେଶରେ ସଂକ୍ରମଣ ବଢୁଥିବା ବେଳେ ଉଦବେଗଜନକ ରହିଛି ମହାରାଷ୍ଟ୍ରର ସ୍ଥିତି । ରାଜ୍ୟରେ କ୍ରମାଗତ ଦ୍ୱିତୀୟ ଦିନ ଧରି ୨୫ ହଜାର ଉପରକୁ ରହିଛି ଦୈନିକ ସଂକ୍ରମଣ । ଯାହା ବିଶ୍ୱ ମହାମାରୀ ଆରମ୍ଭ ହେବା ପରଠାରୁ ସର୍ବାଧିକ । ମୁମ୍ବାଇ ସ୍ଥିତି ମଧ୍ୟ ସଂଗୀନ ହେବାରେ ଲାଗିଛି । ଦିନକରେ କେବଳ ମୁମ୍ବାଇରେ ୩ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହରContinue reading “ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ସତର୍କବାଣୀ । ନିୟମ ନମାନିଲେ ପୁଣି ହେବ ଲକଡାଉନ୍ । କ୍ରମାଗତ ୨ ଦିନ ଧରି ମହାରାଷ୍ଟ୍ରରେ ୨୫ ହଜାର ଅଧିକ ସଂକ୍ରମିତ ଚିହ୍ନଟ ।”
ଶେଷ ଟି-୨୦ରେ ଟିମ୍ ଇଣ୍ଡିଆର ବିଶାଳ ସ୍କୋର । ରୋହିତ, କୋହଲିଙ୍କ ଅର୍ଦ୍ଧଶତକ । ଇଂଲଣ୍ଡକୁ ୨୨୫ ରନର ବିଜୟ ଲକ୍ଷ୍ୟ ।
କନକ ବ୍ୟୁରୋ: ଗୁଜରାଟ ମୋଦି ଷ୍ଟାଡିୟମରେ ଜଲୱା ଦେଖାଇଲା ଟିମ୍ ଇଣ୍ଡିଆ । ପଞ୍ଚମ ଟି-୨୦ରେ ଭାରତୀୟ କ୍ରିକେଟ୍ ଦଳ ୨୨୪ ରନ୍ କରିବା ସହିତ ଇଂଲଣ୍ଡ ଆଗରେ ୨୨୫ ରନର ବିଶାଳ ଲକ୍ଷ୍ୟ ରଖିଛି । ସିରିଜ୍ ଏବେ ୨-୨ରେ ବରାବର ଥିବାରୁ ଏହି ମ୍ୟାଚ୍ ଜିତି ଟିମ୍ ଇଣ୍ଡିଆ ସିରିଜ୍ ଉପରେ କବଜା କରିବାକୁ ଲକ୍ଷ୍ୟ ରଖିଛି । ଆଜି ପ୍ରଥମେ ଟସ୍ ଜିତି ଇଂଲଣ୍ଡ ବୋଲିଂ ନିଷ୍ପତ୍ତି ନେଇଥିଲା । ଏହାପରେ ବ୍ୟାଟିଂContinue reading “ଶେଷ ଟି-୨୦ରେ ଟିମ୍ ଇଣ୍ଡିଆର ବିଶାଳ ସ୍କୋର । ରୋହିତ, କୋହଲିଙ୍କ ଅର୍ଦ୍ଧଶତକ । ଇଂଲଣ୍ଡକୁ ୨୨୫ ରନର ବିଜୟ ଲକ୍ଷ୍ୟ ।”
କୋଶଳୀ, ହୋ, ମୁଣ୍ଡାରି ଓ ଭୂମିଜ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଛେଦରେ ସାମିଲ କରିବାକୁ ବିଜେଡିର ଦାବି । ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତ ସମୟରେ ହସ୍ତକ୍ଷେପ ପାଇଁ ଦାବି କରିବ ଦଳ ।
କନକ ବ୍ୟୁରୋ: କୋଶଳୀ ଭାଷାକୁ ମାନ୍ୟତା ଦେବା ପାଇଁ ଚାଲିଥିବା ସଂଗ୍ରାମରେ ଆମେ କୋଉଠି? ଏହି ପ୍ରଶ୍ନ ସେତେବେଳେ ଉଠିଛି ଯେତେବେଳେ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ କୋଶଳୀ, ହୋ, ମୁଣ୍ଡାରୀ, ଭୂମିଜ ପରି ଭାଷାକୁ ସାମିଲ କରିବା ପାଇଁ ଦାବି ଉଠିଛି । ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି, ବାରମ୍ବାର ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାର ଏବଂ ନୀତି ଆୟୋଗଙ୍କ ପାଖରେ ଏହି ଦାବି ରଖିସାରିଛନ୍ତି । ବିଶେଷଜ୍ଞ କମିଟି ରିପୋର୍ଟ ମଧ୍ୟ ଦେଇସାରିଛି । ସାମ୍ବିଧାନିକContinue reading “କୋଶଳୀ, ହୋ, ମୁଣ୍ଡାରି ଓ ଭୂମିଜ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଛେଦରେ ସାମିଲ କରିବାକୁ ବିଜେଡିର ଦାବି । ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତ ସମୟରେ ହସ୍ତକ୍ଷେପ ପାଇଁ ଦାବି କରିବ ଦଳ ।”
ଓଡିଶା ନିର୍ମାଣ କନକ୍ଲେଭରେ ସୌମ୍ୟରଂଜନଙ୍କ ମତ । ଘରଚଟିଆର ଉଦାହରଣ ଦେଇ ତୃଣମୂଳ ସ୍ତରର ବିକାଶ ଉପରେ ଦେଲେ ଗୁରୁତ୍ୱ ।
କନକ ବ୍ୟୁରୋ: ‘କନକ ନ୍ୟୁଜ’ ପକ୍ଷରୁ ଆୟୋଜିତ ‘ଓଡିଶା ନିର୍ମାଣ କନକ୍ଲେଭ-୨୦୨୧’କୁ ଉଦଘାଟନ କରି ସମ୍ବାଦ ଗ୍ରୁପର ଅଧ୍ୟକ୍ଷ ସୈାମ୍ୟରଂଜନ ପଟ୍ଟନାୟକ ଓଡିଶା ନିର୍ମାଣ କନକ୍ଲେଭର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ । ଓଡିଶାର ଉନ୍ନତି, ଭବିଷ୍ୟତରେ ଓଡିଶାରେ ବିକାଶର ମାପକାଠି କିପରି ହେବା ଉଚିତ । ଏହା ବୁଝାଇବାକୁ ଯାଇ ସମ୍ବାଦ ଗ୍ରୁପର ଅଧ୍ୟକ୍ଷ ଘର ଚଟିଆର ଉଦାହରଣ ଦେଇଥିଲେ। ତାଙ୍କ ସହିତ ‘ଓଡିଶା ନିର୍ମାଣ କନକ୍ଲେଭ-୨୦୨୧’ର ଉଦଘାଟନୀ ଅଧିବେଶନରେ ଉନ୍ନୟନ କମିସନର ସାମିଲ ହୋଇଥିଲେContinue reading “ଓଡିଶା ନିର୍ମାଣ କନକ୍ଲେଭରେ ସୌମ୍ୟରଂଜନଙ୍କ ମତ । ଘରଚଟିଆର ଉଦାହରଣ ଦେଇ ତୃଣମୂଳ ସ୍ତରର ବିକାଶ ଉପରେ ଦେଲେ ଗୁରୁତ୍ୱ ।”
ଓଡିଶା ନିର୍ମାଣ କନକ୍ଲେଭରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶାରେ ନିବେଶ ଓ ନିଯୁକ୍ତି ସୁଯୋଗ ନେଇ ରଖିଲେ ରୋଡମ୍ୟାପ୍ ।
କନକ ବ୍ୟୁରୋ: ଓଡିଶା କେମିତି ହେବ ନମ୍ବର ୱାନ? ଓଡିଶା ନିର୍ମାଣ କନକ୍ଲେଭରେ ଏହି ସଂକ୍ରାନ୍ତୀୟ ଆଲୋଚନାରେ ଭାଗ ନେଇ ନିଜ ଆଭିମୁଖ୍ୟ ରଖିଥିଲେ କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ର-ରାଜ୍ୟ ମଧ୍ୟରେ ସଂପର୍କ ଆଉ ବିକାଶର ମାଧ୍ୟମକୁ ଜନତାଙ୍କ ସାମ୍ନାରେ ରଖିବା ସହ ପୂର୍ବୋଦୟ କାର୍ଯ୍ୟକ୍ରମ ଜରିଆରେ ଓଡିଶାରେ ହୋଇଥିବା ନିବେଶ ଏବଂ ନିଯୁକ୍ତି ସୁଯୋଗ ବାବଦରେ ବିଶଦ ତଥ୍ୟ ଦେଇଥିଲେ । ଓଡ଼ିଶାର ଗଣମାଧ୍ୟମ @kanak_news ପକ୍ଷରୁ ଆୟୋଜିତContinue reading “ଓଡିଶା ନିର୍ମାଣ କନକ୍ଲେଭରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶାରେ ନିବେଶ ଓ ନିଯୁକ୍ତି ସୁଯୋଗ ନେଇ ରଖିଲେ ରୋଡମ୍ୟାପ୍ ।”
କେମିତି ହେବ ଓଡ଼ିଶା ନିର୍ମାଣ ? କନକ ନ୍ୟୁଜ ଓଡିଶା ନିର୍ମାଣ କନକ୍ଲେଭରେ ମାନସ ମନ୍ଥନ ।
କନକ ବ୍ୟୁରୋ: କେମିତି ହେବ ଓଡିଶାର ନିର୍ମାଣ? ଏହାକୁ ନେଇ କନକ ନ୍ୟୁଜର ‘ଓଡିଶା ନିର୍ମାଣ କନକ୍ଲେଭ-୨୦୨୧’ରେ ମାନସ ମନ୍ଥନ ହୋଇଛି । ବିଶିଷ୍ଟ ଅତିଥି, ବୁଦ୍ଧିଜୀବୀ ଏହି କନକ୍ଲେଭରେ ଭାଗ ନେଇ ଭବିଷ୍ୟତ କେମିତି ହେବା ଉଚିତ ସେନେଇ ମତ ରଖିଛନ୍ତି । ଭିଡିଓ କନଫରେନ୍ସିଂ ଜରିଆରେ ବାର୍ତ୍ତା ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ବିତର୍କ ଓ ଆଲୋଚନା, ଗଣତନ୍ତ୍ରର ହଲମାର୍କ ସଦୃଶ୍ୟ, ଏହା ଗଣତନ୍ତ୍ର ପାଇଁ ଶୁଭଙ୍କର । ପୁଞ୍ଜିନିବେଶ ପାଇଁ ଓଡିଶାContinue reading “କେମିତି ହେବ ଓଡ଼ିଶା ନିର୍ମାଣ ? କନକ ନ୍ୟୁଜ ଓଡିଶା ନିର୍ମାଣ କନକ୍ଲେଭରେ ମାନସ ମନ୍ଥନ ।”
ସର୍ବସାଧାରଣ ସ୍ଥାନରେ ହୋଲି ଖେଳିବା ମନା । ଖୋଲିବ ରଙ୍ଗ ଦୋକାନ, ଘରେ ପରିବାର ସହ ଖେଳିପାରିବେ ହୋଲି । ଜାଣନ୍ତୁ, କ’ଣ ରହିଛି ଗାଇଡଲାଇନ୍?
କନକ ବ୍ୟୁରୋ: ଗତକାଲି ରାଜ୍ୟରେ ହୋଲି ପାଳନ ଉପରେ କଟକଣା ଲଗାଇଥିଲେ ସରକାର । ଲୋକମାନେ ଏଥର ସର୍ବସାଧାରଣରେ ହୋଲି ପାଳନ କରିପାରିବେନି । କେବଳ ଘର ଭିତରେ ହିଁ ହୋଲି ପାଳନ ହେବ ବୋଲି ରାଜ୍ୟ ସରକାର ନିର୍ଦ୍ଦେଶ ଜାରି କରିଥିଲେ । ଏହାପରେ ଏହି ନିୟମକୁ କଡ଼ାକଡ଼ି ପାଳନ କରିବା ପାଇଁ ନିଷ୍ପତ୍ତି ନେଇଛି ଭୁବନେଶ୍ୱର ମହାନଗର ନିଗମ । ଭୁବନେଶ୍ୱରରେ କିପରି ପାଳନ ହେବ ହୋଲି? ସର୍ବସାଧାରଣ ସ୍ଥାନରେ ହୋଲି ଖେଳିବା ମନାContinue reading “ସର୍ବସାଧାରଣ ସ୍ଥାନରେ ହୋଲି ଖେଳିବା ମନା । ଖୋଲିବ ରଙ୍ଗ ଦୋକାନ, ଘରେ ପରିବାର ସହ ଖେଳିପାରିବେ ହୋଲି । ଜାଣନ୍ତୁ, କ’ଣ ରହିଛି ଗାଇଡଲାଇନ୍?”