କନକ ବ୍ୟୁରୋ: କରୋନା ଭାଇରସ୍ ଟିକା ନେବାର ୩ ଦିନ ମଧ୍ୟରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍। ସେ ଗତ ୧୮ ତାରିଖରେ କରୋନା ଭାଇରସ୍ ଟିକା ନେଇଥିବା ବେଳେ ଆଜି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଜାତୀୟ ସ୍ବାସ୍ଥ୍ୟ ସେବା, ନିୟନ୍ତ୍ରଣ ଏବଂ ସଂଚାଳନ ବିଭାଗର ପ୍ରଧାନମନ୍ତ୍ରୀଙ୍କ ସ୍ବତନ୍ତ୍ର ସହକାରୀ ଫୈଜଲ୍ ସୁଲତାନ ଟ୍ବିଟ୍ କରି ଏହି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ କରୋନା ପଜିଟିଭ୍Continue reading “ଟିକା ନେବାର ୩ ଦିନ ମଧ୍ୟରେ କରୋନା ଆକ୍ରାନ୍ତ ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍”
Author Archives: Raghaba
ଭାରତ-ଇଂଲଣ୍ଡ ଶେଷ ଟି-୨୦ ମ୍ୟାଚ । ଟସ ଜିତି ଇଂଲଣ୍ଡର ବୋଲିଂ ନିଷ୍ପତ୍ତି । ପ୍ରଥମେ ବ୍ୟାଟିଂ କରିବ ଟିମ ଇଣ୍ଡିଆ ।
କନକ ବ୍ୟୁରୋ: ଭାରତ-ଇଂଲଣ୍ଡ ମଧ୍ୟରେ ଆଜି ଶେଷ ଟି-୨୦ ମ୍ୟାଚ ଅନୁଷ୍ଠିତ ହୋଇଛି । ଏହି ମ୍ୟାଚରେ ଇଂଲଣ୍ଡ ପ୍ରଥମ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି । ଫଳରେ ଏବେ ପ୍ରଥମେ ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇବ ଟିମ ଇଣ୍ଡିଆ । ଏହି ସିରିଜ ଆଜି ଉଭୟ ଦଳ ପାଇଁ ନିର୍ଣ୍ଣାୟକ ରହିବ । ଏହି ସିରିଜ ୨-୨ରେ ବରାବର ରହିଛି । ଏହି ମ୍ୟାଚ ଯେଉଁ ଦଳ ବିଜୟୀ ହେବ ସେହି ଦଳ ସିରିଜContinue reading “ଭାରତ-ଇଂଲଣ୍ଡ ଶେଷ ଟି-୨୦ ମ୍ୟାଚ । ଟସ ଜିତି ଇଂଲଣ୍ଡର ବୋଲିଂ ନିଷ୍ପତ୍ତି । ପ୍ରଥମେ ବ୍ୟାଟିଂ କରିବ ଟିମ ଇଣ୍ଡିଆ । “
୨ ଦିନିଆ ଓଡିଶା ଗସ୍ତରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସ୍ୱତନ୍ତ୍ର ବିମାନ ଯୋଗେ ଆସି ଭୁବନେଶ୍ୱରରେ ପହଞ୍ଚିଲେ ।
କନକ ବ୍ୟୁରୋ: ଭୁବନେଶ୍ୱରରେ ପହଂଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବା ପାଇଁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଂଚିଥିଲେ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଏବଂ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଉପସ୍ଥିତ ରହି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସ୍ୱାଗତ କରିଥିଲେ । ୨ଦିନିଆ ଓଡିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ଆଜି ରାଜଭବନରେ ରାତ୍ରୀ ଯାପନ କରିବେ ।Continue reading “୨ ଦିନିଆ ଓଡିଶା ଗସ୍ତରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସ୍ୱତନ୍ତ୍ର ବିମାନ ଯୋଗେ ଆସି ଭୁବନେଶ୍ୱରରେ ପହଞ୍ଚିଲେ ।”
ସରକାରଙ୍କ ପାନୀୟ ଜଳ ଯୋଗାଣ ଯୋଜନାଠୁ ଦୂରରେ ଢେଙ୍କାନାଳର ବାଇସିଙ୍ଗା ଗାଁ । ଏବେ ବି ପାଣି ଟିକେ ପାଇବା ପାଇଁ ଗାଁରେ ହୁଏ ପ୍ରତିଯୋଗିତା ।
କନକ ବ୍ୟୁରୋ: ସରକାର ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଗାଁ ଗାଁରେ ପାନୀୟଜଳ ଯୋଗାଣ ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ତାହା କେତେଦୂର ଲୋକଙ୍କ କାମରେ ଲାଗୁଛି ଓ ଲୋକେ କେତେ ଉପକୃତ ହେଉଛନ୍ତି, ନା ଯୋଜନା ବାଟବଣା ହେଉଛି ତାକୁ ଦେଖିବାକୁ କେହି ନାହିଁ । ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ବାଇସିଙ୍ଗା ଗାଁରେ । ପାଣି ପାଇଁ ଗାଁ ଲୋକଙ୍କ ଭିତରେ ଲାଗିଛି ପ୍ରତିଯୋଗିତା ।Continue reading “ସରକାରଙ୍କ ପାନୀୟ ଜଳ ଯୋଗାଣ ଯୋଜନାଠୁ ଦୂରରେ ଢେଙ୍କାନାଳର ବାଇସିଙ୍ଗା ଗାଁ । ଏବେ ବି ପାଣି ଟିକେ ପାଇବା ପାଇଁ ଗାଁରେ ହୁଏ ପ୍ରତିଯୋଗିତା ।”
ରାଜ୍ୟରେ ଜଙ୍ଗଲ ନିଆଁକୁ ନେଇ ଫରେଷ୍ଟ ଫାୟାର ଟାସ୍କଫୋର୍ସର ରିପୋର୍ଟ । ବର୍ତ୍ତମାନ ରାଜ୍ୟରେ ଜଙ୍ଗଲ ନିଆଁ ଆୟତ୍ତାଧୀନ ।
କନକ ବ୍ୟୁରୋ: ରାଜ୍ୟରେ ଜଙ୍ଗଲ ନିଆଁର ସ୍ଥିତି ବର୍ତ୍ତମାନ ଆୟତ୍ତାଧୀନ ଅଛି । ଅଳ୍ପକିଛି ଜଙ୍ଗଲ ନିଆଁ ଯାହା ରହିଛି ତାକୁ ଲିଭାଇବା ପାଇଁ କ୍ଷେତ୍ର କର୍ମଚାରୀମାନଙ୍କର ପ୍ରଚେଷ୍ଟା ଜାରି ରହିଛି । ଶନିବାର ରାଜ୍ୟରେ ଜଙ୍ଗଲ ନିଆଁର ସ୍ଥିତିକୁ ନେଇ ଏପରି ରିପୋର୍ଟ ଦେଇଛି ଫରେଷ୍ଟ ଫାୟାର ଟାସ୍କ ଫୋର୍ସ । ଏଥିରେ କୁହାଯାଇଛି ଯେ, କ୍ଷେତ୍ର କର୍ମଚାରୀମାନେ ଅଗ୍ନିପ୍ରବଣ ଓ ହଟସ୍ପଟ୍ ଅଂଚଳରେ ନିଆଁକୁ ଅଧ୍ଖଳ ମାନବ ଶକ୍ତି, ଭିତ୍ତିଭୂମି, ଆଗ୍ନିକ ଓ ଅଫିସରମାନଙ୍କContinue reading “ରାଜ୍ୟରେ ଜଙ୍ଗଲ ନିଆଁକୁ ନେଇ ଫରେଷ୍ଟ ଫାୟାର ଟାସ୍କଫୋର୍ସର ରିପୋର୍ଟ । ବର୍ତ୍ତମାନ ରାଜ୍ୟରେ ଜଙ୍ଗଲ ନିଆଁ ଆୟତ୍ତାଧୀନ ।”
ସୁନ୍ଦରଗଡର ଯୁବ ଇଂଜିନିୟରଙ୍କ କୁକୁଡା ଫାର୍ମ । ଇଂଜିନିୟର ଚାକିରିରେ ମିଳୁନଥିଲା ଆତ୍ମତୃପ୍ତି,ଚାକିରି ଛାଡି କଲେ କୁକୁଡା ଚାଷ ।
କନକ ବ୍ୟୁରୋ: ପେଶାରେ ଡିପ୍ଲୋମା ଇଞ୍ଜିନିୟର ଆଉ ଚାକିରି ମଧ୍ୟ କରୁଥିଲେ ଏନଟିପିସି ଭଳି କଂପାନୀରେ । ହେଲେ ସ୍ୱାବଲମ୍ବୀ ହେବାର ନିଶା ତାଙ୍କୁ ଆଜି ଜଣେ ସଫଳ କୁକୁଡା ଚାଷୀର ପରିଚୟ ଦେଇଛି । ଅଳ୍ପ ସମ୍ବଳରେ ଏବଂ ବିନା କୌଣସି ସରକାରୀ ସାହାଯ୍ୟରେ ନିଜକୁ ପ୍ରତିଷ୍ଠା କରିବା ସହିତ ଅନ୍ୟ ଯୁବ ଉଦ୍ୟମୀଙ୍କ ପାଇଁ ପ୍ରେରଣା ସାଜିଛନ୍ତି ସଫଳ ଚାଷୀ ଓ ଅଣ୍ଡା ବ୍ୟବସାୟୀ ଦେବେନ୍ଦ୍ର ବେକ୍ । ଏନଟିପିସି କଂପାନୀରେ ଠିକା ଇଞ୍ଜିନିୟରContinue reading “ସୁନ୍ଦରଗଡର ଯୁବ ଇଂଜିନିୟରଙ୍କ କୁକୁଡା ଫାର୍ମ । ଇଂଜିନିୟର ଚାକିରିରେ ମିଳୁନଥିଲା ଆତ୍ମତୃପ୍ତି,ଚାକିରି ଛାଡି କଲେ କୁକୁଡା ଚାଷ ।”
ସ୍ୱାଭିମାନ ଅଂଚଳର ଅଜବ ପରମ୍ପରା । ଗାଈକୁ ପାଳନ କରନ୍ତି, ହେଲେ କ୍ଷୀର ଟୋପାଏ ଦୁହିଁବାକୁ ସଙ୍କୋଚ କରନ୍ତି ।
କନକ ବ୍ୟୁରୋ: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ବସବାସ କରୁଥିବା ଲୋକମାନେ ଅତି ଯତ୍ନରେ ଗାଈ ପାଳନ୍ତି। କିନ୍ତୁ କ୍ଷୀର ଟୋପାଏ ଦୁହିଁବାକୁ ସଂକୋଚ କରନ୍ତି । ପିଢି ପରେ ପିଢି ଏହି ପରମ୍ପରା ଚାଲିଆସିଛି । ତେବେ କାହିଁକି ସେମାନେ କ୍ଷୀର ଦୁହିଁବାକୁ ସଂକୋଚ କରନ୍ତି ତାହାର କିଛି ତଥ୍ୟ ସେମାନଙ୍କ ପାଖରେ ନାହିଁ । ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ଏବେ ବି ଏମିତି କିଛି ଅଜବ ବିଶ୍ୱାସ ବଞ୍ଚିଛି । ବହୁ ପ୍ରତିକ୍ଷିତContinue reading “ସ୍ୱାଭିମାନ ଅଂଚଳର ଅଜବ ପରମ୍ପରା । ଗାଈକୁ ପାଳନ କରନ୍ତି, ହେଲେ କ୍ଷୀର ଟୋପାଏ ଦୁହିଁବାକୁ ସଙ୍କୋଚ କରନ୍ତି ।”
ଦେବୀ ମୁହାଣରେ ଅଲିଭରିଡଲେଙ୍କ ଗଣ ଅଣ୍ଡାଦାନ । ବିଳମ୍ବିତ ରାତିରେ ଅସ୍ତରଙ୍ଗ ଉପକୂଳରେ ବାଲି ଖୋଳି ଅଣ୍ଡା ଦେଉଛନ୍ତି କଇଁଛ ।
କନକ ବ୍ୟୁରୋ: ଅସ୍ତରଙ୍ଗ ଦେବୀ ମୁହାଣରେ ଅଲିଭ୍ ରିଡଲେ କଇଁଛଙ୍କ ଗଣ ଅଣ୍ଡାଦାନ । ୪୦ ହଜାର ଅଣ୍ଡାକୁ ଅସ୍ଥାୟୀ ହାଚେରୀରେ ସାଇତି ରଖିଲା ବନ ବିଭାଗ । ଦେବୀ ଦ୍ୱୀପାଂଚନ ଠାରୁ କେଳୁଣୀ ମୁହାଣ ପର୍ଯ୍ୟନ୍ତ ୧୮ କିଲୋମିଟର ବ୍ୟାପି ସମୁଦ୍ର ବାଲିରେ ବିଳମ୍ବିତ ରାତିରେ କଇଁଛମାନେ ଅଣ୍ଡାଦେବା ପରେ ତା’କୁ ପୋତି ପୁଣି ସମୁଦ୍ର ଗର୍ଭକୁ ଚାଲି ଯାଉଛନ୍ତି ଆଉ କଇଁଛଙ୍କ ସୁରକ୍ଷା ପାଇଁ ସମୁଦ୍ରକୂଳରେ ରାତ୍ରି ପାଟ୍ରୋଲିଂ କରୁଥିବା ବନ କର୍ମଚାରୀ ସେହିContinue reading “ଦେବୀ ମୁହାଣରେ ଅଲିଭରିଡଲେଙ୍କ ଗଣ ଅଣ୍ଡାଦାନ । ବିଳମ୍ବିତ ରାତିରେ ଅସ୍ତରଙ୍ଗ ଉପକୂଳରେ ବାଲି ଖୋଳି ଅଣ୍ଡା ଦେଉଛନ୍ତି କଇଁଛ ।”
ରାଜ୍ୟରେ ବଢ଼ିଲାଣି କରୋନା ସଂକ୍ରମଣ । ସତର୍କତା ନେଇ ଆଗକୁ ଜୋରଦାର ହେବ ଚେକିଂ ଓ ଚଢ଼ାଉ ।
କନକ ବ୍ୟୁରୋ: ରାଜ୍ୟରେ କରୋନା ସଂକ୍ରମଣ ବଢ଼ିଲାଣି । ଦେଶରେ କିଛି ରାଜ୍ୟରେ ଦ୍ୱିତୀୟ ଲହରି ମଧ୍ୟ ଆରମ୍ଭ ହେଲାଣି । ତେଣୁ ଆଗକୁ ଜୋରଦାର ଚେକିଂ ଏବଂ ଚଢ଼ାଉ ହେବ ବୋଲି କହିଛନ୍ତି ଏସଆରସି ପ୍ରଦୀପ୍ତ ଜେନା । ରାଜ୍ୟରେ ଏବେ ହୋଲି ଓ ଦୋଳ ପାଇଁ କଟକଣା ଜାରି ହୋଇଛି । ଏହାସହ ଚେକିଂ ଜୋରଦାର କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କରୋନା ଯାଇନି ପୁଣି ଆସିଲାଣିContinue reading “ରାଜ୍ୟରେ ବଢ଼ିଲାଣି କରୋନା ସଂକ୍ରମଣ । ସତର୍କତା ନେଇ ଆଗକୁ ଜୋରଦାର ହେବ ଚେକିଂ ଓ ଚଢ଼ାଉ ।”
ଜାପାନରେ ୭.୨ତୀବ୍ରତାର ଭୂକମ୍ପ ଅନୁଭୂତ, ସୁନାମି ଆଲର୍ଟ ଜାରି କଲା ଜାପାନ ପାଣିପାଗ ବିଭାଗ
କନକ ବ୍ୟୁରୋ : ଥରିଲା ଜାପାନ। ଆଜି ଜାପାନରେ ୭.୨ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ଭୂକମ୍ପର ତୀବ୍ରତା ଅଧିକ ଥିବାରୁ ଦେଶର ଉତ୍ତର-ପୂର୍ବ ଉପକୂଳ ପାଇଁ ସୁନାମିି ଆଲର୍ଟ ଜାରି କରିଛି ଜାପାନ ପାଣିପାଗ ବିଭାଗ। ତେବେ ଭୂକମ୍ପ କାରଣରୁ କେହି ମୃତାହତ ହୋଇଛନ୍ତି କି ନାହିଁ, ସେ ନେଇ କୌଣସି ତଥ୍ୟ ମିଳିପାରି ନାହିଁଁ। ଏହି ଭୂକମ୍ପ ଇଶିନୋମାକିଠାରୁ ୩୪କିଲୋମିଟର (୨୧ମାଇଲ) ପୂର୍ବରେ ୬୦କିଲୋମିଟର (୩୭ମାଇଲ) ଗଭୀରରେ ଅନୁଭୂତ ହୋଇଛି। ତେବେ ତୀବ୍ରତା ଅଧିକ ଥିବାରୁContinue reading “ଜାପାନରେ ୭.୨ତୀବ୍ରତାର ଭୂକମ୍ପ ଅନୁଭୂତ, ସୁନାମି ଆଲର୍ଟ ଜାରି କଲା ଜାପାନ ପାଣିପାଗ ବିଭାଗ”