କନକ ବ୍ୟୁରୋ: କୁବେର କୋଇଲା ବ୍ୟବସାୟୀ ଘନଶ୍ୟାମ ଡାଲମିଆଙ୍କ ବିଭିନ୍ନ ଠିକଣାରେ ଆୟକର ବିଭାଗର ଚଢାଉ ଜାରି ରହିଛି । ତିନି ଦିନ ଧରି ଚଢାଉ ଚାଲିଥିବା ବେଳେ ନଗଦ ୩ କୋଟି ଟଙ୍କା ଓ ପୁଳା ପୁଳା ସୁନା ଜବତ ହୋଇଛି । ଚଢାଉ ଜାରି ରହିଥିବା ବେଳେ ଆଗକୁ ସଂପତିର ପରିମାଣ ବଢିବା ସମ୍ଭାବନା ରହିଛି । ଆୟକର ବିଭାଗର ରାଡାରରେ ବିଶିଷ୍ଟ କୋଇଲା ବ୍ୟବସାୟୀ ଘନଶ୍ୟାମ ଡାଲମିଆ । ଛତିଶଗଡ ଓ ଓଡିଶାContinue reading “ତୃତୀୟ ଦିନରେ ଆଇଟି ରେଡ୍: ୩ କୋଟି ଓ କେଜିଏ ସୁନା ଜବତ!”
Author Archives: Raghaba
ଫୁଲକୋବିର ଅଭାବୀ ବିକ୍ରି: କିଲୋକୁ ମାତ୍ର ୨ ଟଙ୍କା
କନକ ବ୍ୟୁରୋ: ଅଭାବି ବିକ୍ରି ଚାଷୀଙ୍କ ଚିନ୍ତା ବଢାଇ ଦେଇଛି । ବଜାରରେ ଯେଉଁ ଫୁଲକୋବି ଗୋଟାକୁ ୪୦ରୁ ୫୦ ଟଙ୍କାରେ ବିକ୍ରି ହେଉଥିଲା । ସେହି ଫୁଲକୋବିକୁ ଏବେ କିଲୋ ପିଛା ୨ ଟଙ୍କାରେ ବିକ୍ରି କଲେ ବି କେହି ନେଉ ନାହାନ୍ତି । ଗଂଜାମ ଜିଲ୍ଲା ଛତ୍ରପୁରରୁ ଆସିଛି ଫୁଲକୋବି ଅଭାବୀ ବିକ୍ରିର ଖବର । ସେହିପରି ଘନ କୁହୁଡି ଯୋଗୁଁ ପନିପରିବା ଚାଷରେ ରୋଗପୋକର ପ୍ରାଦୁର୍ଭାବ ବଢିଛି । ଯାହାକୁ ନେଇ ଅସ୍ତରଙ୍ଗରContinue reading “ଫୁଲକୋବିର ଅଭାବୀ ବିକ୍ରି: କିଲୋକୁ ମାତ୍ର ୨ ଟଙ୍କା”
ଓଡିଶାର ମାଛକୁଣ୍ଡ ଜଳ ବିଦ୍ୟୁତ୍ ପ୍ରକଳ୍ପରୁ ଲାଭ ନେଉଛି ଆନ୍ଧ୍ର । ପ୍ରକଳ୍ପରୁ ସମାନ ଅନୁପାତରେ ବିଜୁଳି ମିଳୁନଥିବା ବେଳେ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ମିଳୁନଥିବା ଅଭିଯୋଗ
କନକ ବ୍ୟୁରୋ : କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକର ମାଛକୁଣ୍ଡରେ ଓଡ଼ିଶାର ପ୍ରଥମ ଜଳ ବିଦ୍ୟୁତ୍ ପ୍ରକଳ୍ପ ନିର୍ମାଣ ହୋଇଥିଲା । ପ୍ରକଳ୍ପ ପାଇଁ ଓଡ଼ିଶାର ୧୫୬ଟି ଗାଁର ୧୮ ହଜାର ୨୦୦ ହେକ୍ଟର ଜମି ଓ ଆନ୍ଧ୍ରପ୍ରଦେଶର ୫ ହଜାର ୮୦୦ ହେକ୍ଟର ଜମି ଅଧିଗ୍ରହଣ ହୋଇଥିଲା । ଏବେ ଲମତାପୁଟବାସୀଙ୍କ ପାଇଁ ମାଛକୁଣ୍ଡ ବିଦ୍ୟୁତ୍ ସାତ ସପନ ଭଳି ହୋଇଛି । ଆନ୍ଧ୍ରପ୍ରଦେଶ ନିର୍ଦ୍ଦେଶରେ ହିଁ ପ୍ରକଳ୍ପ ଚାଲୁଥିବାରୁ ପ୍ରକଳ୍ପରୁ ଅଂଚଳବାସୀ କୌଣସି ସୁବିଧାContinue reading “ଓଡିଶାର ମାଛକୁଣ୍ଡ ଜଳ ବିଦ୍ୟୁତ୍ ପ୍ରକଳ୍ପରୁ ଲାଭ ନେଉଛି ଆନ୍ଧ୍ର । ପ୍ରକଳ୍ପରୁ ସମାନ ଅନୁପାତରେ ବିଜୁଳି ମିଳୁନଥିବା ବେଳେ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ମିଳୁନଥିବା ଅଭିଯୋଗ”
ଚାଷୀଙ୍କ ଗାଁ କେନ୍ଦୁଝର ଆନନ୍ଦପୁରର ବଳଦୁଆଁ । ହେଲେ ବିକ୍ରି ପାଇଁ ବଜାର ବ୍ୟବସ୍ଥା ନଥିବା ବେଳେ ଜଳ ସେଚନ ନଥିବାରୁ ବଢୁଛି ଅସନ୍ତୋଷ
କନକ ବ୍ୟୁରୋ : ଚାଷ ଓ ଚାଷୀଙ୍କ ଗାଁ । ପୁରା ଗାଁରେ ରୋଜଗାରର ମାଧ୍ୟମ କହିଲେ ଚାଷ । ପେଟ ପୋଷୁଛି ପରିବା ବିଲ । ଅହରହ ପରିଶ୍ରମ କରି ଚାଷ ଜମିକୁ ସବୁଜିମା କରିଛନ୍ତି ଚାଷୀ । ବାଇଗଣ, ଟମାଟୋ, କୋବି, ପୋଇ, କଲରା, ଭେଣ୍ଡି ଓ ପିଆଜ ଅମଳ କରି ଭଦ୍ରକ, ବାଲେଶ୍ୱର, ଯାଜପୁର ଓ ଭୁବନେଶ୍ୱରକୁ ରପ୍ତାନି କରିଥାନ୍ତି କେନ୍ଦୁଝର ଆନନ୍ଦପୁର ବ୍ଲକ ଶାଳବଣୀ ପଂଚାୟତ ବଳଦୁଆଁ ଗାଁର ଚାଷୀ ।Continue reading “ଚାଷୀଙ୍କ ଗାଁ କେନ୍ଦୁଝର ଆନନ୍ଦପୁରର ବଳଦୁଆଁ । ହେଲେ ବିକ୍ରି ପାଇଁ ବଜାର ବ୍ୟବସ୍ଥା ନଥିବା ବେଳେ ଜଳ ସେଚନ ନଥିବାରୁ ବଢୁଛି ଅସନ୍ତୋଷ”
ସ୍ୱାଭିମାନ ଅଂଚଳରେ ସ୍ୱାସ୍ଥ୍ୟସେବାରେ ବିଚିତ୍ର ବ୍ୟବସ୍ଥା । ଉଦଘାଟନର ୨ ବର୍ଷ ପରେ ସେବା ଯୋଗାଇବାରେ ଅସମର୍ଥ ବଡପଡା କ୍ରିଟିକାଲ୍ କେୟାର ସେଂଟର
କନକ ବ୍ୟୁରୋ : ମାଲକାନଗିରି ସ୍ୱାଭିମାନ ଅଂଚଳରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ବିକାଶ କରିବା ପାଇଁ ୧୫୧ ଗାଁର ଲୋକଙ୍କୁ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବା ଯୋଗାଇବା ଲାଗି ଆମେରିକା ଇଣ୍ଡିଆ ଫାଉଣ୍ଡେସନ ପକ୍ଷରୁ ଏହି ୫୦ ସଜ୍ଜା ବିଶିଷ୍ଟ ଡାକ୍ତରଖାନା କରାଯାଇଛି । ବଡପଡା ଠାରେ ଅତ୍ୟାଧୁନିକ ପୋରଟେବୁଲ ହେଲ୍ଥ କେୟାର ୟୁନିଟ୍କୁ ୨୦୨୨ ଜାନୁଆରୀ ୧୦ରେ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ । ଉଦଘାଟନର ୨ ବର୍ଷ ପରେ ମଧ୍ୟ ଏହା ଲୋକଙ୍କ କାମରେ ଲାଗି ପାରୁନାହିଁ ।Continue reading “ସ୍ୱାଭିମାନ ଅଂଚଳରେ ସ୍ୱାସ୍ଥ୍ୟସେବାରେ ବିଚିତ୍ର ବ୍ୟବସ୍ଥା । ଉଦଘାଟନର ୨ ବର୍ଷ ପରେ ସେବା ଯୋଗାଇବାରେ ଅସମର୍ଥ ବଡପଡା କ୍ରିଟିକାଲ୍ କେୟାର ସେଂଟର”
ମହାଦେବଙ୍କ ପାଇଁ ନାହିଁ ମନ୍ଦିର । ୨୦୧୫ରୁ ଯୋଜନା ହୋଇଥିବା ବେଳେ ଏଯାଏଁ ହୋଇନି ନିର୍ମାଣ, ଟିଣ ତଳେ ପୂଜା ପାଉଛନ୍ତି ଭୋଗରାଇର ବାବା ଭୂଷଣ୍ଡେଶ୍ୱର
କନକ ବ୍ୟୁରୋ : ଭୋଗରାଇ ବ୍ଲକ କୁମ୍ଭୀରଗଡିରେ ରହିଛି ବାବା ଭୁଷଣ୍ଡେଶ୍ୱରଙ୍କ ପୀଠ । ୧୮ ଏକର ଜମିରେ ରହିଛି ୧୨ ଫୁଟ୍ ୬ ଇଂଚ ଚଉଡା ଓ ୩୭ ଫୁଟ୍ ଗୋଲେଇର ହରହର ମହାଦେବଙ୍କ ଏହି ଲିଙ୍ଗ । ଏଠାରେ ପ୍ରତିଦିନ ଶ୍ରଦ୍ଧାଳୁଙ୍କ ଭିଡ ଲାଗେ । ହେଲେ ଦୁଃଖର ବିଷୟ ଏଠି ମହାଦେବଙ୍କ ପାଇଁ ଭବ୍ୟ ମନ୍ଦିରଟିଏ ନିର୍ମାଣ ହୋଇପାରିନାହିଁ । ଟିଣ ଛପର ତଳେ ପୂଜା ପାଉଛନ୍ତି ବାବା ମହେଶ୍ୱର । ୧୯୮୯ରେContinue reading “ମହାଦେବଙ୍କ ପାଇଁ ନାହିଁ ମନ୍ଦିର । ୨୦୧୫ରୁ ଯୋଜନା ହୋଇଥିବା ବେଳେ ଏଯାଏଁ ହୋଇନି ନିର୍ମାଣ, ଟିଣ ତଳେ ପୂଜା ପାଉଛନ୍ତି ଭୋଗରାଇର ବାବା ଭୂଷଣ୍ଡେଶ୍ୱର”
ମାଆ କୋଳକୁ ଫେରିଛି ଚୋରି ହୋଇଥିବା ଶିଶୁ ପୁତ୍ର । ଅଭିଯୁକ୍ତ ମହିଳାଙ୍କୁ ଗିରଫ କରି ସତ ସାମ୍ନାକୁ ଆଣିଛି ପୁଲିସ
କନକ ବ୍ୟୁରୋ : ମା କୋଳକୁ ଫେରି ଆସିଛି ମମତା । ପୁଅକୁ ପାଇ ଦୁନିଆର ସବୁ ସୁଖ ପାଇଯାଇଛି ମା । ପୁଅକୁ ହଜେଇବାର ଦୁଃଖକୁ ଭୁଲି ତା ହସରେ ହଜିଯାଇଛି । ଆଉ କୁନି ପୁଅ ବି ମା କୋଳକୁ ଫେରିବା ପରେ ତା ମୁହଁରେ ହସ ଫୁଟି ଉଠିଛି । ଏହି ଖୁସିର କିଛି ଘଂଟା ପୂର୍ବରୁ ଶିଶୁ ପୁତ୍ରକୁ ଚୋରି କରି ନେଇଥିଲା ଜଣେ ମହିଳା । ଛୁଆ ଚୋରି କରିଥିବାContinue reading “ମାଆ କୋଳକୁ ଫେରିଛି ଚୋରି ହୋଇଥିବା ଶିଶୁ ପୁତ୍ର । ଅଭିଯୁକ୍ତ ମହିଳାଙ୍କୁ ଗିରଫ କରି ସତ ସାମ୍ନାକୁ ଆଣିଛି ପୁଲିସ”
ଦେଶର ସମସ୍ତ ଶିକ୍ଷାନୁଷ୍ଠାନ ଆଞ୍ଚଳିକ ଭାଷାରେ ପ୍ରସ୍ତୁତ କରିବେ ଡିଜିଟାଲ ଅଧ୍ୟୟନ ସାମଗ୍ରୀ । କେନ୍ଦ୍ର ସରକାର ଦେଲେ ୩ ବର୍ଷ ସମୟ
କନକ ବ୍ୟୁରୋ : କେନ୍ଦ୍ର ସରକାର ଦେଶର ସମସ୍ତ ବିଦ୍ୟାଳୟ ଏବଂ ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ସମସ୍ତ ପାଠ୍ୟକ୍ରମ ପାଇଁ ଆଂଚଳିକ ଭାଷାରେ ଡିଜିଟାଲ ଅଧ୍ୟୟନ ସାମଗ୍ରୀ ପ୍ରସ୍ତୁତ କରିବାକୁ । ଏହା ପାଇଁ ସରକାର ତିନି ବର୍ଷ ସମୟ ଦେଇଛନ୍ତି । ଏଭଳି ନିଷ୍ପତ୍ତି ନେବା ପଛରେ କେନ୍ଦ୍ର ସରକାର କହିଛନ୍ତି କି, ଛାତ୍ରଛାତ୍ରୀମାନେ ସେମାନଙ୍କର ଆଂଚଳିକ ଭାଷାରେ କିମ୍ବା ମାତୃଭାଷାରେ ଯେକୌଣସି ଷ୍ଟ୍ରିମ ସହିତ ଜଡିତ କୌଣସିବି ପାଠ୍ୟକ୍ରମ ପଢିପାରିବେ ।Continue reading “ଦେଶର ସମସ୍ତ ଶିକ୍ଷାନୁଷ୍ଠାନ ଆଞ୍ଚଳିକ ଭାଷାରେ ପ୍ରସ୍ତୁତ କରିବେ ଡିଜିଟାଲ ଅଧ୍ୟୟନ ସାମଗ୍ରୀ । କେନ୍ଦ୍ର ସରକାର ଦେଲେ ୩ ବର୍ଷ ସମୟ”
ବିଜୟୱାଡାରେ ବାବା ସାହେବ ଆମ୍ବେଦକରଙ୍କ ସର୍ବୋଚ୍ଚ ପ୍ରତିମୂର୍ତ୍ତୀ । ଉନ୍ମୋଚନ କଲେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ
କନକ ବ୍ୟୁରୋ : ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ବିଜୟୱାଡାରେ ଉନ୍ମୋଚନ କରିଛନ୍ତି ବାବା ସାହେବ ଆମ୍ବେଦକରଙ୍କର ସବୁଠାରୁ ଉଚ୍ଚ ପ୍ରତିମୂର୍ତ୍ତୀ । ଆମ ସମ୍ବିଧାନର ଜନକ ତଥା ଦଳିତ ଗୋଷ୍ଠୀଙ୍କ ଉନ୍ନତି ପାଇଁ ସର୍ବଦା ଲଢି ଆସିଥିବା ଆମ୍ବେଦକରଙ୍କର ଏହି ସୁଉଚ୍ଚ ପ୍ରତିମାକୁ ଷ୍ଟାଚ୍ୟୁ ଅଫ ସୋସିଆଲ ଜଷ୍ଟିସ୍ ନାମ ଦିଆ ଯାଇଛି । ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଏହାକୁ ବିଜୟୱାଡାର ସ୍ୱରାଜ ମୈଦାନରେ ଅନାବରଣ କରିଛନ୍ତି । ରାଜ୍ୟ ସରକାର ଏହାର ଉଦଘାଟନ ପାଇଁContinue reading “ବିଜୟୱାଡାରେ ବାବା ସାହେବ ଆମ୍ବେଦକରଙ୍କ ସର୍ବୋଚ୍ଚ ପ୍ରତିମୂର୍ତ୍ତୀ । ଉନ୍ମୋଚନ କଲେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ”
ଭୁବନେଶ୍ୱରରେ ବଢୁଛି ମୟୂରଭଞ୍ଜ ମଦର ଚହିଦା: ଦାମୀ କାରରେ ଦେଶୀ ମଦ ଚାଲାଣ ବେଳେ ରାଜଧାନୀରେ ଧରିଲା ଅବକାରୀ ବିଭାଗ
କନକ ବ୍ୟୁରୋ: ମୟୂରଭଞ୍ଜର ମଦ, ଭୁବନେଶ୍ୱରରେ ଡିମାଣ୍ଡ । ଦେଶୀ ମଦ ଚାଲାଣ ବେଳେ ବାନ୍ଧିଲା ଅବକାରୀ ବିଭାଗ । ଏକ ଦାମୀ କାରରେ ଦେଶୀ ମଦ ଚାଲାଣ ବେଳେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୫୦୦ ଲିଟରରୁ ଅଧିକ ମଦ ଜବତ କରାଯାଇଛି । ମଂଚେଶ୍ୱର ଥାନା ଅଧୀନ ଧିରକୁଟି ବସ୍ତିରେ ଏହି ମଦ ବିକ୍ରି ହୋଇଥାନ୍ତା । ତେବେ ନିର୍ବାଚନକୁ ଆଖି ଆଗରେ ରଖି ଭୁବନେଶ୍ୱର ଅବକାରୀ ବିଭାଗ ପକ୍ଷରୁ ଦେଶୀ ମଦContinue reading “ଭୁବନେଶ୍ୱରରେ ବଢୁଛି ମୟୂରଭଞ୍ଜ ମଦର ଚହିଦା: ଦାମୀ କାରରେ ଦେଶୀ ମଦ ଚାଲାଣ ବେଳେ ରାଜଧାନୀରେ ଧରିଲା ଅବକାରୀ ବିଭାଗ”