କନକ ବ୍ୟୁରୋ : ଛତିଶଗଡ ବିଜାପୁର ଠାରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ । ପୋଲିସ ଗୁଳିରେ ୩ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । ମୃତକ ମାଓବାଦୀଙ୍କ ମଧ୍ୟରେ ୨ ମହିଳା ରହିଛନ୍ତି । ଘଟଣାସ୍ଥଳରୁ ବନ୍ଧୁକ, ଔଷଧ, ବିସ୍ଫୋରକ ଓ ମାଓ ସାମଗ୍ରୀ ଜବତ କରାଯାଇଛି । ବିଜାପୁର ବାସାଗୁଡା ଥାନା ବେଲମଗୁଟ୍ଟା ପାହାଡରେ ବହୁ ମାଓବାଦୀ ଏକାଠି ହୋଇଥିବା ନେଇ ସୂଚନା ମିଳିଥିଲା । ଯେଉଁ ସୂଚନା ଆଧାରରେ ଆରମ୍ଭ ହୋଇଥିଲାContinue reading “ବିଜାପୁର ବେଲମଗୁଟ୍ଟା ପାହାଡରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ । ପୋଲିସ ଗୁଳିରେ ୩ ମାଓବାଦୀ ନିହତ ।”
Author Archives: Raghaba
ଅଯୋଧ୍ୟାରେ ପହଞ୍ଚିଲା ଦୁନିଆର ଦାମୀ ରାମାୟଣ ବହି । ବହିର ଦାମ ୧ ଲକ୍ଷ ୬୫ ହଜାର ଟଙ୍କା
କନକ ବ୍ୟୁରୋ : ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ସମୟର ଅବଗଣନା ଶେଷ ହୋଇ ଆସୁଛି । ଏହାରି ଭିତରେ ଅଯୋଧ୍ୟାରେ ଏଭଳି କିଛି ଜିନିଷ ଦେଖିବାକୁ ମିଳୁଛି ଯାହା ସମସ୍ତଙ୍କୁ ଆକର୍ଷିତ କରୁଛି । ଦୁନିଆର ସବୁଠୁ ଦାମୀ ରାମାୟଣ ବହି ଅଯୋଧ୍ୟାରେ ଆସି ପଂହଚିଛି । ଏହି ରାମାୟଣ ବହିର ଦାମ ୧ ଲକ୍ଷ ୬୫ ହଜାର ଟଂକା । ଏହି ବହିକୁ ଆଣିଛନ୍ତି ବିକ୍ରେତା ମନୋଜ ସତୀ । ଏହି ରାମାୟଣ ବହିରContinue reading “ଅଯୋଧ୍ୟାରେ ପହଞ୍ଚିଲା ଦୁନିଆର ଦାମୀ ରାମାୟଣ ବହି । ବହିର ଦାମ ୧ ଲକ୍ଷ ୬୫ ହଜାର ଟଙ୍କା”
ଜାନୁଆରୀ ୨୯ରେ ଓଡ଼ିଶା ଆସିବେ କଂଗ୍ରେସ ସଭାପତି । ଦଳୀୟ କର୍ମୀ ଓ ନେତାଙ୍କୁ ନିର୍ବାଚନୀ ମନ୍ତ୍ର ଦେବେ ମଲ୍ଲିକାର୍ଜୁନେ ଖଡଗେ ।
କନକ ବ୍ୟୁରୋ : ଆସନ୍ତା ଜାନୁଆରୀ ୨୯ ତାରିଖରେ ଓଡ଼ିଶା ଆସିବେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନେ ଖଡଗେ । ନିର୍ବାଚନକୁ ଆଉ ମାସ କେଇଟା ବାକି ଥିବା ବେଳେ ଖଡଗେଙ୍କ ଓଡ଼ିଶା ଗସ୍ତ ରାଜନୈତିକ ଦୃ୍ଷ୍ଟିକୋଣରୁ ବେଶ ଗୁରୁତ୍ୱପୂର୍ଣ୍ଣ । କଂଗ୍ରେସ ସଭାପତି ହେବା ପରେ ଏହା ଖଡଗେଙ୍କର ପ୍ରଥମ ଓଡ଼ିଶା ଗସ୍ତ । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ସଙ୍ଗଠନକୁ ମଜବୁତ କରିବାକୁ ଦଳୀୟ କର୍ମୀଙ୍କୁ ମନ୍ତ୍ର ଦେବେ ଖଡଗେ । ଏନେଇ ରାଜ୍ୟ କଂଗ୍ରେସContinue reading “ଜାନୁଆରୀ ୨୯ରେ ଓଡ଼ିଶା ଆସିବେ କଂଗ୍ରେସ ସଭାପତି । ଦଳୀୟ କର୍ମୀ ଓ ନେତାଙ୍କୁ ନିର୍ବାଚନୀ ମନ୍ତ୍ର ଦେବେ ମଲ୍ଲିକାର୍ଜୁନେ ଖଡଗେ ।”
ଦିନକ ପରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ । ଆଜି ଗର୍ଭଗୃହରେ ହେବ ଶୁଦ୍ଧିକରଣ
କନକ ବ୍ୟୁରୋ : ଦିନକ ପରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ । ଶେଷ ପର୍ଯ୍ୟାୟରେ ସବୁ ପ୍ରସ୍ତୁତି । ଏବେଠାରୁ ରାମମୟ ହୋଇଗଲାଣି ଅଯୋଧ୍ୟା ନଗରୀ । ଭଜନ-କୀର୍ତନରେ ଭକ୍ତିମୟ ହୋଇଛି ସାରା ପରିବେଶ । ପ୍ରାଣ ପ୍ରତିଷ୍ଠାର ମୁହୂର୍ତ ଯେତେ ପାଖଉଛି, ଭକ୍ତ ସେତେ ବିଭୋର ହୋଇ ପଡ଼ୁଛନ୍ତି । ଦେଶ ବିଦେଶରୁ ଆସୁଛି ଶ୍ରୀରାମଙ୍କ ପାଇଁ ସ୍ୱତନ୍ତ୍ର ଉପହାର । ସେପଟେ ଆଜି ଗର୍ଭଗୃହର ଶୁଦ୍ଧିକରଣ କରାଯିବ । ଗୁରୁବାର ଠାରୁ ଆରମ୍ଭ ହୋଇଥିବାContinue reading “ଦିନକ ପରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ । ଆଜି ଗର୍ଭଗୃହରେ ହେବ ଶୁଦ୍ଧିକରଣ”
ମୋଦୀଙ୍କ ୧୧ ଦିନର ବ୍ରତ । ନିଜକୁ ଶୁଦ୍ଧ ରଖିବା ପାଇଁ ବ୍ରତ କରୁଛନ୍ତି ପ୍ରଧାନମନ୍ତ୍ରୀ
କନକ ବ୍ୟୁରୋ : ଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ୧୧ ଦିନର ବ୍ରତ ପାଳନ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ନିଜକୁ ଶୁଦ୍ଧ ରଖିବା ପାଇଁ ଏହି ବ୍ରତ କରୁଛନ୍ତି । ଏହି ସମୟରେ ବେଶ କଠୋର ନିୟମ ପାଳନ କରୁଛନ୍ତି ପ୍ରଧାନମନ୍ତ୍ରୀ । ଏକ ବକ୍ତ ସାତ୍ୱିକ ଭୋଜନ ଏବଂ ନଡିଆ ପାଣି ପିଇ ବ୍ରତ ପାଳନ କରୁଛନ୍ତି । କେବଳ ସେତିକି ନୁହେଁ ତଳେ କମ୍ବଳ ପାରି ଶୋଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ରContinue reading “ମୋଦୀଙ୍କ ୧୧ ଦିନର ବ୍ରତ । ନିଜକୁ ଶୁଦ୍ଧ ରଖିବା ପାଇଁ ବ୍ରତ କରୁଛନ୍ତି ପ୍ରଧାନମନ୍ତ୍ରୀ”
ତୃତୀୟ ବିବାହ କଲେ କ୍ରିକେଟର ଶୋଏବ୍ ମଲିକ୍ । ଏହି ଅଭିନେତ୍ରୀଙ୍କୁ କଲେ ଜୀବନସାଥୀ । ସାନିଆ ମିର୍ଜାଙ୍କୁ ଛାଡପତ୍ର ଦେବା ଚର୍ଚ୍ଚା ଭିତରେ ଆସିଛି ଏହି ଖବର ।
କନକ ବ୍ୟୁରୋ: ପାକିସ୍ତାନ କ୍ରିକେଟ ଟିମର ପୂର୍ବତନ କ୍ୟାପ୍ଟେନ୍ ତଥା ଟେନିସ୍ ସେନ୍ସେସନ୍ ସାନିଆ ମିର୍ଜାଙ୍କ ସ୍ୱାମୀ ଶୋଏବ୍ ମଲିକ୍ ତୃତୀୟ ବିବାହ କରିଥିବା ଜଣାପଡିଛି । ଏହି ବିବାହ ଏଭଳି ସମୟରେ ହୋଇଛି ଯେତେବେଳେ ସାନିଆଙ୍କ ସହ ତାଙ୍କର ଛାଡପତ୍ର ଖବର ଚର୍ଚ୍ଚାରେ ରହିଛି । ଦ୍ୱିତୀୟ ବିବାହ କରି ଶୋଏବ୍ ପାକିସ୍ତାନୀ ଅଭିନେତ୍ରୀ ସନା ଜାବେଦଙ୍କୁ ନିଜ ଜୀବନ ସାଥୀ କରିଛନ୍ତି । ବୁଧବାର ସାନିଆ ସୋସିଆଲ ମିଡିଆରେ ଏଭଳି ଏକ ପୋଷ୍ଟ କରିଥିଲେContinue reading “ତୃତୀୟ ବିବାହ କଲେ କ୍ରିକେଟର ଶୋଏବ୍ ମଲିକ୍ । ଏହି ଅଭିନେତ୍ରୀଙ୍କୁ କଲେ ଜୀବନସାଥୀ । ସାନିଆ ମିର୍ଜାଙ୍କୁ ଛାଡପତ୍ର ଦେବା ଚର୍ଚ୍ଚା ଭିତରେ ଆସିଛି ଏହି ଖବର ।”
‘ମୁଁ ଅଯୋଧ୍ୟା ନିଶ୍ଚୟ ଯିବି । ଯଦି କୌଣସି ଦଳର କିଛି ସମସ୍ୟା ଥାଏ…’ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ନେଇ ଏଭଳି କହିଲେ ହରଭଜନ ।
କନକ ବ୍ୟୁରୋ: ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ବିରୋଧୀ ଏକ ପ୍ରକାର ଆସୁନାହାନ୍ତି । ଏହା ବିଜେପି ଏବଂ ଆରଏସଏସର କାର୍ଯ୍ୟକ୍ରମ ବୋଲି କଂଗ୍ରେସ କହିଛି । ସେହିପରି ଆମ୍ ଆଦମୀ ପାର୍ଟି ମଧ୍ୟ ଏହି ଭବ୍ୟ ଉତ୍ସବରେ ଯୋଗ ଦେଉନି । ହେଲେ ଦଳର ରାଜ୍ୟସଭା ସାଂସଦ ହରଭଜନ ସିଂହ କିନ୍ତୁ ଭିନ୍ନ ମତ ରଖିଛନ୍ତି । ପଞ୍ଜାବରୁ ରାଜ୍ୟସଭାକୁ ନିର୍ବାଚିତ ହୋଇ କ୍ରିକେଟରରୁ ନେତା ହୋଇଥିବା ହରଭଜନ ରାମ ମନ୍ଦିର ପ୍ରତିଷ୍ଠାକୁ ନେଇ ଖୁସିContinue reading “‘ମୁଁ ଅଯୋଧ୍ୟା ନିଶ୍ଚୟ ଯିବି । ଯଦି କୌଣସି ଦଳର କିଛି ସମସ୍ୟା ଥାଏ…’ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ନେଇ ଏଭଳି କହିଲେ ହରଭଜନ ।”
ଦିନକ ପରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ । ଶ୍ରଦ୍ଧାଳୁଙ୍କ ଭିଡକୁ ଦେଖି ଅଯୋଧ୍ୟାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ।
କନକ ବ୍ୟୁରୋ: ଦିନକ ପରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ । ଶେଷ ପର୍ଯ୍ୟାୟରେ ସବୁ ପ୍ରସ୍ତୁତି । ଏବେ ଠାରୁ ରାମମୟ ହୋଇଗଲାଣି ଅଯୋଧ୍ୟା ନଗରୀ । ଭଜନ-କୀର୍ତନରେ ଭକ୍ତିମୟ ହୋଇଛି ସାରା ପରିବେଶ । ପ୍ରାଣ ପ୍ରତିଷ୍ଠାର ମୁହୂର୍ତ୍ତ ଯେତେ ପାଖଉଛି, ଭକ୍ତ ସେତେ ବିଭୋର ହୋଇ ପଡ଼ୁଛନ୍ତି । ଦେଶ ବିଦେଶରୁ ଆସୁଛି ଶ୍ରୀରାମଙ୍କ ପାଇଁ ସ୍ୱତନ୍ତ୍ର ଉପହାର । ସେପଟେ ଆଜି ଗର୍ଭଗୃହର ଶୁଦ୍ଧିକରଣ କରାଯିବ । ଗୁରୁବାର ଠାରୁ ଆରମ୍ଭ ହୋଇଥିବାContinue reading “ଦିନକ ପରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ । ଶ୍ରଦ୍ଧାଳୁଙ୍କ ଭିଡକୁ ଦେଖି ଅଯୋଧ୍ୟାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ।”
ଆଜିଠାରୁ ଆରମ୍ଭ ହୋଇଛି ଡଲଫିନ୍ ଗଣନା । ବାଲୁଗାଁ ବନ୍ୟପ୍ରାଣୀ ଡିଭିଜନରେ ୧୦ ଟିମ୍ ,ସାତପଡା ଡିଜିଜନରେ ୮ ଟି ଟିମ୍ ଡଲଫିନ ଗଣନାରେ ନିୟୋଜିତ ।
କନକ ବ୍ୟୁରୋ: କେନ୍ଦ୍ରପଡା ଭିତରକନିକା ଜାତୀୟ ଉଦ୍ୟାନ ଓ ଗହୀରମଥାରେ ସାମୁଦ୍ରିକ ଅଭୟାରଣ୍ୟରେ ଆଜିଠାରୁ ଡଲଫିନ୍ ଗଣନା ଆରମ୍ଭ ହୋଇଛି । ଏହି ଗଣନା ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ ଗଣନା । ଧାମରା ମୁହାଁଣ ଠାରୁ ଦେବୀ ମୁହାଁଣ ଯାଏଁ ସମୁଦ୍ର, ଭିତରକନିକା କ୍ରିକ୍ ଓ ନଗୀରେ ଏହି ଗଣନା ହେବ । ବନବିଭାଗର ୯ଟି ଟିମ୍ ଏହି ଗଣନାରେ ନିୟୋଜିତ ହୋଇଛନ୍ତି । ୨୦୧୫ ମସିହାରୁ ଭିତରକନିକାରେ ଡଲଫିନ୍ ଗଣନା କରାଯାଉଛି ।Continue reading “ଆଜିଠାରୁ ଆରମ୍ଭ ହୋଇଛି ଡଲଫିନ୍ ଗଣନା । ବାଲୁଗାଁ ବନ୍ୟପ୍ରାଣୀ ଡିଭିଜନରେ ୧୦ ଟିମ୍ ,ସାତପଡା ଡିଜିଜନରେ ୮ ଟି ଟିମ୍ ଡଲଫିନ ଗଣନାରେ ନିୟୋଜିତ ।”
ପୁଣି ଗୁଡି ସୂତା ହେଲା କାଳ । ଗୁଡି ସୂତା ଲାଗି ଜଣେ ବ୍ୟକ୍ତିଙ୍କ କଟିଗଲା ବେକ । କଟକ କାଠଯୋଡି ବ୍ରିଜ ଉପରେ ଅଘଟଣ ।
କନକ ବ୍ୟୁରୋ: ପୁଣି ଗୁଡି ସୂତା ହେଲା କାଳ । ଗୁଡି ସୂତା ଲାଗିବାରୁ ବେକ କଟିଯାଇ ପ୍ରବଳ ରକ୍ତସ୍ରାବ ହୋଇଛି । କଟକ କାଠଯୋଡି ବ୍ରିଜ ଉପରେ ଘଟିଛି ଏହି ଘଟଣା । ଆହତ ହୋଇଥିବା ବ୍ୟକ୍ତି ଅକ୍ଷୟ ମହାପାତ୍ର । ସେ କଟକରୁ ଭୁବନେଶ୍ୱର ଆସୁଥିଲେ । ଏହି ସମୟରେ କାଠଯୋଡି ବ୍ରିଜ ଉପରେ ବେକରେ ଛନ୍ଦି ହୋଇଯାଇଥିଲା ଗୁଡି ସୂତା । ପ୍ରବଳ ରକ୍ତ ସ୍ରାବ ହେବାରୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା ।Continue reading “ପୁଣି ଗୁଡି ସୂତା ହେଲା କାଳ । ଗୁଡି ସୂତା ଲାଗି ଜଣେ ବ୍ୟକ୍ତିଙ୍କ କଟିଗଲା ବେକ । କଟକ କାଠଯୋଡି ବ୍ରିଜ ଉପରେ ଅଘଟଣ ।”