ଆସନ୍ତାକାଲି ସାରା ଦେଶର ରାଜମାର୍ଗରେ କୃଷକ ସଂଗଠନ କରିବ ଚକା ଜାମ୍ । ହେଲେ ଦିଲ୍ଲୀରେ ଗଡିବ ଗାଡି । ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ପାଇଁ କୃଷକ ସଂଗଠନ ସହ ପୋଲିସ ପ୍ରସ୍ତୁତ

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ୩ କୃଷି ଆଇନକୁ ଦେଶର କୃଷକ ସଂଗଠନ ମାନେ ବିରୋଧ କରି ୨ ମାସରୁ ଅଧିକ ସମୟ ହେବ ଦେଶର ବିିଭିନ୍ନ ସ୍ଥାନରେ ଧାରଣାରେ ବସିଛନ୍ତି । ଏହି କ୍ରମରେ ସରକାର ଓ କୃଷକ ସଂଗଠନ ମାନଙ୍କ ଭିତରେ ଏନେଇ ୧୧ ଥର ଆଲୋଚନା ହୋଇଥିଲେ ବି କୌଣସି ନିସ୍କର୍ଷ ବାହାରିପାରି ନାହିଁ । ଯାହାକୁ ନେଇ ଆସନ୍ତା କାଲି ତଥା ଫେବୃଆରୀ ୬ ତାରିଖ ଦିନContinue reading “ଆସନ୍ତାକାଲି ସାରା ଦେଶର ରାଜମାର୍ଗରେ କୃଷକ ସଂଗଠନ କରିବ ଚକା ଜାମ୍ । ହେଲେ ଦିଲ୍ଲୀରେ ଗଡିବ ଗାଡି । ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ପାଇଁ କୃଷକ ସଂଗଠନ ସହ ପୋଲିସ ପ୍ରସ୍ତୁତ”

ଆସନ୍ତା ସପ୍ତାହରୁ ଜମ୍ମୁ-କାଶ୍ମୀରରେ ପୁଣି ଚାଲିବ ୪ଜି ମୋବାଇଲ ଇଣ୍ଟରନେଟ୍ ସେବା । ୨୦୧୯ ରୁ ହୋଇଥିଲା ବ୍ୟାନ୍

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରରେ ବ୍ୟାନ ହୋଇଥିବା ୪ ଜି ମୋବାଇଲ ଇଣ୍ଟରନେଟ୍ ସେବା ପୁଣି ଚାଲୁ ହେବାକୁ ଯାଉଛି । ଆସନ୍ତା ସପ୍ତାହରୁ ଏହା ଚାଲୁ ହେବ ବୋଲି ଜମ୍ମୁ-କାଶ୍ମୀରର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ତାଙ୍କ କହିବା ମୁତାବକ ଛାତ୍ର ଛାତ୍ରୀ ମାନଙ୍କ ଅନ୍ ଲାଇନ୍ ପାଠ ପଢାରେ ବ୍ୟାଘାତ ହେଉଥିବାରୁ କେନ୍ଦ୍ର ସରକାର ଖୁବଶୀଘ୍ର ଏଠାରେ ୪ ଜି ମୋବାଇଲ ଇଣ୍ଟରନେଟ୍ ସେବା ଚାଲୁ କରିବାକୁ ନିସ୍ପତ୍ତି ନେଇଛନ୍ତି   । ୫Continue reading “ଆସନ୍ତା ସପ୍ତାହରୁ ଜମ୍ମୁ-କାଶ୍ମୀରରେ ପୁଣି ଚାଲିବ ୪ଜି ମୋବାଇଲ ଇଣ୍ଟରନେଟ୍ ସେବା । ୨୦୧୯ ରୁ ହୋଇଥିଲା ବ୍ୟାନ୍”

ଦିବ୍ୟାଙ୍ଗ ଯୁବତୀଙ୍କୁ ଯୌନ ନିର୍ଯାତନା ମାମଲା । ମୁଖ୍ୟ ଅଭିଯୁକ୍ତ ସୁରେଶ ବେହେରା ଅଟକ । 

କନକ ବ୍ୟୁରୋ : ଭୁବନେଶ୍ୱରରେ ଦିବ୍ୟାଙ୍ଗ ଯୁବତୀଙ୍କୁ ଯୌନ ନିର୍ଯାତନା ମାମଲା । ଅଭିଯୁକ୍ତ ସୁରେଶ ବେହେରା ଅଟକ । ସୁରେଶ ବେହେରାକୁ ଅଟକ ରଖିଛି ଏୟାରପୋର୍ଟ ଥାନା ପୋଲିସ । ପଳାସପଲ୍ଲୀ ଭିନ୍ନକ୍ଷମ କଲ୍ୟାଣ ମହାସଂଘର ସମ୍ପାଦକ ଥିଲେ ସୁରେଶ ବେହେରା । ସୁରେଶଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଭୁବନେଶ୍ୱର ପଳାସପଲ୍ଲୀରେ ଥିବା ନିଖିଳ ଉତ୍କଳ ଶାରିରୀକ ଭିନ୍ନକ୍ଷମ କଲ୍ୟାଣ ମହାସଂଘର ସଂପାଦକ ସୁରେଶ ବେହେରା ଯୌନ ନିର୍ଯାତନା ଦେଉଥିବା ଅଭିଯୋଗContinue reading “ଦିବ୍ୟାଙ୍ଗ ଯୁବତୀଙ୍କୁ ଯୌନ ନିର୍ଯାତନା ମାମଲା । ମୁଖ୍ୟ ଅଭିଯୁକ୍ତ ସୁରେଶ ବେହେରା ଅଟକ । “

ଆସନ୍ତାକାଲି ଟିକା ନେବେ ପୁଲିସ ଡିଜି, ଏସପି, ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀ : କାଲିଠୁ ୩ ସପ୍ତାହ ଧରି ସମ୍ମୁଖ ଯୋଦ୍ଧାଙ୍କୁ ଟିକାକରଣ

କନକ ବ୍ୟୁରୋ : ଆସନ୍ତାକାଲିଠାରୁ ସମ୍ମୁଖ ଯୋଦ୍ଧାଙ୍କୁ ଦିଆଯିବ ଟିକା । ୩ସପ୍ତାହ ଧରି ଏହି ଟିକାକରଣ ଚାଲିବ । ଆଉ ଏହି ସମୟରେ ବାବୁ ନେବେ କରୋନା । ଏଥିପାଇଁ ତାଲିକା ପ୍ରସ୍ତୁତ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଡିଜି, ଏସପି, ଜିଲ୍ଲାପାଳ ଓ ବରିଷ୍ଠ ପୋଲିସ ଅଧିକାରୀ ଟିକା ନେବେ । ଏହାଛଡା ଗୃହ, ନଗରଉନ୍ନୟନ ଓ ରାଜସ୍ୱ ବିଭାଗର ଅଧିକାରୀଙ୍କ ତାଲିକା ବି ପ୍ରସ୍ତୁତ ହୋଇଛି । ଟିକା ନେବା ପରେ ଲୋକଙ୍କContinue reading “ଆସନ୍ତାକାଲି ଟିକା ନେବେ ପୁଲିସ ଡିଜି, ଏସପି, ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀ : କାଲିଠୁ ୩ ସପ୍ତାହ ଧରି ସମ୍ମୁଖ ଯୋଦ୍ଧାଙ୍କୁ ଟିକାକରଣ”

କୋଟିଆ ପଞ୍ଚାୟତରେ ୧୮ କୋଟି ଟଙ୍କା ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଲେ ମୁଁ ଖୁବଶୀଘ୍ର ଯିବି କୋଟିଆ ।  

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ କୋରାପୁଟ ଜିଲ୍ଲାର ପଟାଙ୍ଗି ଅଞ୍ଚଳର କୋଟିଆ ପଞ୍ଚାୟତ ପାଇଁ ୧୮ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଶୁଭାରମ୍ଭ କରିଛନ୍ତି । ଏଥିମଧ୍ୟରୁ ୧୩ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ହୋଇଥିବା ବେଳେ ୫ କୋଟି ଟଙ୍କାର ଗୋଟିଏ  ହାଇ ଲେଭଲ ସେତୁ ପାଇଁ ମଧ୍ୟ ଭିତ୍ତିପ୍ରସ୍ତର ରଖାଯାଇଛି । ସମୁଦାୟ ୧୫୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ କାମ ଜାରି ରହିଛି।Continue reading “କୋଟିଆ ପଞ୍ଚାୟତରେ ୧୮ କୋଟି ଟଙ୍କା ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଲେ ମୁଁ ଖୁବଶୀଘ୍ର ଯିବି କୋଟିଆ ।  “

ୟୁନିଅନ ବ୍ୟାଙ୍କ୍‌ରୁ ୧୪.୮୬ ଲକ୍ଷର କଏନ୍‌ ହଡ଼ପ ଘଟଣା : ୩ ବ୍ୟାଙ୍କ କର୍ମଚାରୀ ନିଲମ୍ବିତ

କନକ ବ୍ୟୁରୋ : ପାରାଦୀପଗଡ଼ ୟୁନିଅନ ବ୍ୟାଙ୍କ୍‌ରୁ ୧୪ ଲକ୍ଷ ୮୬ ହଜାର ୭୮୦ ଟଙ୍କାର କଏନ୍‌ ହଡ଼ପ ଅଭିଯୋଗର ତଦନ୍ତ ଯେତିକି ଆଗକୁ ବଢ଼ୁଛି ବ୍ୟାଙ୍କ୍‌ କର୍ମଚାରୀଙ୍କ ସଂପୃକ୍ତି ବିଷୟ ସେତିକି ସାମ୍ନାକୁ ଆସିବାରେ ଲାଗିଛି । ବ୍ୟାଙ୍କ୍‌ର ଜଣେ ଆସିଷ୍ଟାଣ୍ଟ୍‌ ମ୍ୟାନେଜର୍‌ଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍‌କୁ ତିନିଟି କିସ୍ତିରେ ଏହି ଟଙ୍କା ଟ୍ରାନ୍ସଫର୍‌ କରାଯାଇଥିବା ଜଣାପଡ଼ିଛି । ତେବେ ଅଡିଟ୍‌ ରିପୋର୍ଟ ପ୍ରଘଟ ପୂର୍ବରୁ ବ୍ୟାଙ୍କ୍‌ କର୍ତୃପକ୍ଷ ଗତ ମାସରେ ଆସିଷ୍ଟାଣ୍ଟ୍‌ ମ୍ୟାନେଜର ସଂଗ୍ରାମ କେଶରୀContinue reading “ୟୁନିଅନ ବ୍ୟାଙ୍କ୍‌ରୁ ୧୪.୮୬ ଲକ୍ଷର କଏନ୍‌ ହଡ଼ପ ଘଟଣା : ୩ ବ୍ୟାଙ୍କ କର୍ମଚାରୀ ନିଲମ୍ବିତ”

ବହୁ ଚର୍ଚ୍ଚିତ ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲା : କୋର୍ଟରେ ହାଜର ପରେ ବିଚାର ବିଭାଗୀୟ ହାଜତକୁ ଗଲା ରାକେଶ

କନକ ବ୍ୟୁରୋ : ବହୁ ଚର୍ଚ୍ଚିତ ଝରାଫୁଲ ମୃତ୍ୟୁ ମାମଲା । ଆଜି ଆସିବ ରମାଦେବୀ ଛାତ୍ରୀ ଝରାଫୁଲ ନାଏକଙ୍କ ପୋଷ୍ଟମର୍ଟମ ରିପୋର୍ଟ ଏବଂ ଭିସେରା ରିପୋର୍ଟ । ଏନେଇ ସୂଚନା ଦେଇଛି କୁଆଖିଆ ପୋଲିସ । ସେପଟେ ମାମଲାରେ ଅଭିଯୁକ୍ତ ରାକେଶ ସ୍ୱାଇଁର ମୋବାଇଲ୍ ଜବତ କରିଛି କୁଆଖିଆ ପୋଲିସ । ଘଟଣା ଦିନ ରାକେଶ ପିନ୍ଧିଥିବା ପୋଷାକକୁ ବି ଜବତ କରିଛି ପୋଲିସ । ରାକେଶର ମୋବାଇଲରୁ ଖୋଲିପାରେ ଘଟଣାକୁ ନେଇ ଆଉ କିଛିContinue reading “ବହୁ ଚର୍ଚ୍ଚିତ ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲା : କୋର୍ଟରେ ହାଜର ପରେ ବିଚାର ବିଭାଗୀୟ ହାଜତକୁ ଗଲା ରାକେଶ”

ଦାମି ଗାଡିରେ ଗଞ୍ଜେଇ ଚାଲାଣ । ୪୦ କିଲୋ ଗଞ୍ଜେଇ ଚାଲାଣ ବେଳେ ଧରାପଡିଲା ଗ୍ୟାଙ୍ଗ । ଫୁଲବାଣୀରୁ ଭୁବନେଶ୍ୱର ହେଉଥିଲା ଗଞ୍ଜେଇ ଚାଲାଣ ।

କନକ ବ୍ୟୁରୋ : ରାଜଧାନୀରେ ଦାମୀ ଗାଡିରେ ଗଂଜେଇ ଚାଲାଣ । ପୁଣି ଏପରି ଏକ ଘଟଣା ସାମ୍ନାକୁ ଆସିଛି ରାଜଧାନୀର ବରମୁଣ୍ଡା ଅଂଚଳରୁ । ଫୁଲବାଣୀରୁ ରାଜଧାନୀ ଭୁବନେଶ୍ୱରକୁ ହେଉଥିଲା ଗଂଜେଇ ଚାଲାଣ । ଦାମିକା ଟୟୋଟା ଗାଡିରେ ଗଂଜେଇ କାରବାର ସମୟରେ ବରମୁଣ୍ଡା ଅଂଚଳରେ ଗାଡିକୁ ଜବତ କରିଛି ଅବକାରୀ ବିଭାଗ । ଗାଡି ଭିତରୁ ୪୦ କେଜି ଗଂଜେଇ ଜବତ ହୋଇଛି । ଏହି ଗଂଜେଇ କାରବାରରେ ସଂପୃକ୍ତି ଅଭିଯୋଗରେ ୩ ଜଣଙ୍କୁContinue reading “ଦାମି ଗାଡିରେ ଗଞ୍ଜେଇ ଚାଲାଣ । ୪୦ କିଲୋ ଗଞ୍ଜେଇ ଚାଲାଣ ବେଳେ ଧରାପଡିଲା ଗ୍ୟାଙ୍ଗ । ଫୁଲବାଣୀରୁ ଭୁବନେଶ୍ୱର ହେଉଥିଲା ଗଞ୍ଜେଇ ଚାଲାଣ ।”

ଭଦ୍ରକ ଏସପି ଅଫିସ ସମ୍ମୁଖରେ ମାଆ, ପୁଅଙ୍କ ଆତ୍ମହୂତି ଉଦ୍ୟମ : ଜମିଜମା ବିବାଦକୁ ନେଇ ନ୍ୟାୟ ପାଇଁ କିରୋସିନ ଢାଳି ଆତ୍ମହୂତି ଉଦ୍ୟମ; ଅଟକାଇଲା ପୁଲିସ

କନକ ବ୍ୟୁରୋ : ନ୍ୟାୟ ପାଇଁ ଭଦ୍ରକ ଏସପି ଅଫିସ ଆଗରେ ଆତ୍ମହୂତି ଉଦ୍ୟମ । ଭଦ୍ରକ ଗ୍ରାମାଂଚଳ ଥାନା ଅନ୍ତର୍ଗତ ବେଲଦା ଗାଁର ଜୋସ୍ନାରାଣୀ ପାତ୍ର ଓ ପୁଅ ପଂଚାନନ ପାତ୍ର ଜମିଜମା ମାମଲାକୁ ନେଇ କୋର୍ଟରୁ ଡ଼ିଗ୍ରୀ ପାଇଥିଲେ । ଡ଼ିଗ୍ରୀ ପରେ ମଧ୍ୟ ଅପରପକ୍ଷ ଜୋର ଜବରଦସ୍ତ ଗୃହ ନିର୍ମାଣ କରୁଛନ୍ତି । ଏହି ଘଟଣାକୁ ନେଇ ମାଆ ଓ ପୁଅ ଥାନା ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହୋଇଥିଲେ ।Continue reading “ଭଦ୍ରକ ଏସପି ଅଫିସ ସମ୍ମୁଖରେ ମାଆ, ପୁଅଙ୍କ ଆତ୍ମହୂତି ଉଦ୍ୟମ : ଜମିଜମା ବିବାଦକୁ ନେଇ ନ୍ୟାୟ ପାଇଁ କିରୋସିନ ଢାଳି ଆତ୍ମହୂତି ଉଦ୍ୟମ; ଅଟକାଇଲା ପୁଲିସ”

କୃଷକଙ୍କ ଆନ୍ଦୋଳନ ନେଇ ରାଜ୍ୟସଭାରେ ଆଲୋଚନା : କୃଷି ମନ୍ତ୍ରୀଙ୍କ ପ୍ରଶ୍ନ, କୃଷି ଆଇନରେ କଳା କ’ଣ ଅଛି ? ଜବାବ ରଖନ୍ତୁ ବିରୋଧୀ

କନକ ବ୍ୟୁରୋ : ରାଜ୍ୟସଭାରେ କୃଷି ଆଇନକୁ ନେଇ ଆଲୋଚନା । ବିରୋଧୀଙ୍କୁ କୃଷି ମନ୍ତ୍ରୀଙ୍କ କଟାକ୍ଷ । ଦିଲ୍ଲୀରେ ଚାଷୀ ଆନ୍ଦୋଳନ ଚାଲିଥିବାବେଳେ ଏ ନେଇ ଗୃହରେ ମତ ରଖିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । ସେ କହିଛନ୍ତି, ବିରୋଧୀ ଓ କୃଷକ ସଙ୍ଗଠନ ଏହି ଆଇନକୁ କଳା ଆଇନ ବୋଲି କହୁଛନ୍ତି ଓ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରୁଛନ୍ତି । ବିରୋଧୀ କୁହନ୍ତୁ କାହିଁକି କଳା କୃଷି ଆଇନ ? ଯେକୌଣସିContinue reading “କୃଷକଙ୍କ ଆନ୍ଦୋଳନ ନେଇ ରାଜ୍ୟସଭାରେ ଆଲୋଚନା : କୃଷି ମନ୍ତ୍ରୀଙ୍କ ପ୍ରଶ୍ନ, କୃଷି ଆଇନରେ କଳା କ’ଣ ଅଛି ? ଜବାବ ରଖନ୍ତୁ ବିରୋଧୀ”

Design a site like this with WordPress.com
Get started