ପୁଣି ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣାର ଚିତ୍ର । ଦେଶୀ ବୋଟରେ ପାର ହେବା ବେଳ ମଝିରାସ୍ତାରେ ଶିଶୁପୁତ୍ର ଜନ୍ମ

ପୁଣି ସାମ୍ନାକୁ ଆସିଛି ଆଉ ଏକ ଜନନୀ ଯନ୍ତ୍ରଣାର ବିକଳ ଚିତ୍ର । ବିଶାଳ ଇନ୍ଦ୍ରାବତୀ ଜଳ ଭଣ୍ଡାରର ଆର ପାଖରେ ଡାକ୍ତରଖାନା । ଥୁଆମୂଳ ରାମପୁର ବ୍ଲକ ଇନ୍ଦ୍ରାବତୀ ଜଳଭଣ୍ଡାରର ଅପର ପାଖରେ ଥିବା ଏନ୍ ପାଡେପଦର ପଂଚାୟତର ଲିଟିମାସ୍କ ଗାଁ । ସ୍ଥାନୀୟ ଭାଗିରଥୀ ମାଝୀଙ୍କ ପତ୍ନୀ ସରୋଜିନୀଙ୍କୁ ଗର୍ଭଯନ୍ତ୍ରଣା ହେବାରୁ ଜଳଭଣ୍ଡାରରେ ରୋଗୀଙ୍କ ଯାତାୟତ ପାଇଁ ଥିବା ଆମ୍ବୁଲାନ୍ସ ବୋଟକୁ ଖବର ଦେଇଥିଲେ । କିନ୍ତୁ ଦୀର୍ଘ ସମୟ ପରେ ମଧ୍ୟ ଏହାContinue reading “ପୁଣି ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣାର ଚିତ୍ର । ଦେଶୀ ବୋଟରେ ପାର ହେବା ବେଳ ମଝିରାସ୍ତାରେ ଶିଶୁପୁତ୍ର ଜନ୍ମ”

କରୋନା ମୁକାବିଲାରେ ଭାରତର ନିଆରା ରେକର୍ଡ । ମାତ୍ର ୧୮ ଦିନରେ ୪୦ ଲକ୍ଷ ବ୍ୟକ୍ତିଙ୍କୁ କରାଗଲାଣି ଟିକାକରଣ

କରୋନା ଟିକାକରଣରେ ଭାରତ ଦ୍ରୁତତମ ଦେଶ ଭାବରେ ୪ ମିଲିଅନ୍ ବା ୪୦ ଲକ୍ଷ ଛୁଇଁବାକୁ ଯାଉଛି । ଟିକାକରଣ ଆରମ୍ଭ ହେବାର ମାତ୍ର ୧୮ ଦିନରେ ଏହି ସଫଳତା ମିଳିଛି । ଏହି ସମୟରେ ଦେଶର ୪୫ ପ୍ରତିଶତ ସ୍ୱାସ୍ଥ୍ୟକର୍ମୀ ଟିକା ନେଇ ସାରିଲେଣି । ତେବେ ଏହି ସ୍ତରକୁ ଛୁଇବା ପାଇଁ ଆମେରିକାରୁ ୨୦ ଦିନ ଓ ୟୁକେକୁ ଲାଗିଥିଲା ୩୯ ଦିନ । ଫେବୃଆରୀ ୨ ତାରିଖ ସୁଦ୍ଧା ଦେଶର ମଧ୍ୟ ପ୍ରଦେଶରେContinue reading “କରୋନା ମୁକାବିଲାରେ ଭାରତର ନିଆରା ରେକର୍ଡ । ମାତ୍ର ୧୮ ଦିନରେ ୪୦ ଲକ୍ଷ ବ୍ୟକ୍ତିଙ୍କୁ କରାଗଲାଣି ଟିକାକରଣ”

୬ତାରିଖରେ ଚକାଜାମ ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେଉଛନ୍ତି ଚାଷୀ । ସେପଟେ ଦିଲ୍ଲୀ ସୀମାରେ ପୋଲିସର ବ୍ୟାପକ ସୁରକ୍ଷା ବ୍ୟବସ୍ଥା ।

କନକ ବ୍ୟୁରୋ : ଜାନୁଆରୀ ୨୬ରେ ଲାଲକିଲ୍ଲାରେ ଚାଷୀଙ୍କ ଟ୍ରାକ୍ଟର ରାଲି ବେଳେ ହିଂସା ଘଟଣା । ଏବେ ଘଟଣାରେ ସିସିଟିଭି ଫୁଟେଜ ଯାଂଚ କରିବା ପରେ ଆକ୍ସନ ମୋଡରେ ଦିଲ୍ଲୀ ପୋଲିସ । ଘଟଣାରେ ଚାଷୀଙ୍କୁ ଉସୁକାଇବା ଅଭିଯୋଗରେ ଦୀପ୍ ସିଦ୍ଧୁଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ଆରମ୍ଭ କରିଛି କସରତ । ଏବେ ଫେରାରଙ୍କ ସମ୍ପର୍କରେ ସୂଚନା ଦେଲେ ସୂଚନାଦାତାଙ୍କୁ ପୁରସ୍କାର ଦେବା ନେଇ ଦିଲ୍ଲୀ ପୋଲିସ ଘୋଷଣା କରିଛି । ଫେରାରContinue reading “୬ତାରିଖରେ ଚକାଜାମ ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେଉଛନ୍ତି ଚାଷୀ । ସେପଟେ ଦିଲ୍ଲୀ ସୀମାରେ ପୋଲିସର ବ୍ୟାପକ ସୁରକ୍ଷା ବ୍ୟବସ୍ଥା ।”

ମିଆଁମାରରେ ସାମରିକ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ସେନା ମୁଖ୍ୟ । କହିଲେ, ଆଙ୍ଗ ସାନ ସୁଙ୍କ କ୍ଷମତାରେ ହସ୍ତକ୍ଷେପ କରି ସାମରିକ ଶାସନ ଲାଗୁ କରିବା ଥିଲା ଜରୁରୀ

କନକ ବ୍ୟୁରୋ : ମିଆଁମାରର ସର୍ବୋଚ୍ଚ ନେତା ଆଙ୍ଗ ସାନ ସୁଙ୍କୁ ଗିରଫ ପରେ ସେଠାରେ ପୁଣି ଥରେ ସାମରିକ ଶାସନ ଆରମ୍ଭ ହୋଇଯାଇଛି । ଏବଂ ସେନା ମୁଖ୍ୟଙ୍କ ହାତରେ ରହିଛି ଦେଶର ଶାସନ । ଏପରି ସ୍ଥିତିରେ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି ସେନା ମୁଖ୍ୟ ମିନ ଆଙ୍ଗ ଲାଇଙ୍ଗ । ସେ କହିଛନ୍ତି, ମିଆଁମାରରେ ଆଙ୍ଗ ସାନ ସୁଙ୍କ କ୍ଷମତାରେ ହସ୍ତକ୍ଷେପ କରି ସାମରିକ ଶାସନ ଲାଗୁ କରିବା ଜରୁରୀ ଥିଲାContinue reading “ମିଆଁମାରରେ ସାମରିକ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ସେନା ମୁଖ୍ୟ । କହିଲେ, ଆଙ୍ଗ ସାନ ସୁଙ୍କ କ୍ଷମତାରେ ହସ୍ତକ୍ଷେପ କରି ସାମରିକ ଶାସନ ଲାଗୁ କରିବା ଥିଲା ଜରୁରୀ”

ସୀମା ବିବାଦ ପ୍ରସଙ୍ଗରେ ବଦଳିଲା ପାକିସ୍ତାନ ସେନା ମୁଖ୍ୟଙ୍କ ସ୍ୱର । କହିଲେ, ସବୁ ପ୍ରସଙ୍ଗରେ ଶାନ୍ତିପୂର୍ଣ୍ଣ ସମାଧାନ ହେବା ଆବଶ୍ୟକ ।

କନକ ବ୍ୟୁରୋ : ସୀମା ବିବାଦ ପ୍ରସଙ୍ଗରେ ପାକିସ୍ତାନ ସେନା ମୁଖ୍ୟଙ୍କ ମୁହଁରେ ଶାନ୍ତିର ଭାଷା । ସୀମା ବିବାଦ ପ୍ରସଙ୍ଗରେ ଭାରତକୁ ନାଲି ଆଖି ଦେଖାଉଥିବା ପାକିସ୍ତାନ ଏବେ ଶାନ୍ତିର କଥା କହିଛି । ପାକ୍ ସେନା ମୁଖ୍ୟ ଜେନେରାଲ କମର ଜାଭେଦ ବାଜୱା ଏବେ ଶାନ୍ତର କଥା କହିଛନ୍ତି । ସୀମା ବିବାଦର ସମାଧାନ ଶାନ୍ତିପୂର୍ଣ୍ଣ ଭାବେ ହେବା ଆବଶ୍ୟକ ବୋଲି କହିଛନ୍ତି ଜେନେରାଲ ବାଜୱା । ଏବେ ସମୟ ଆସିଯାଇଛି ସବୁ ଦିଗରେContinue reading “ସୀମା ବିବାଦ ପ୍ରସଙ୍ଗରେ ବଦଳିଲା ପାକିସ୍ତାନ ସେନା ମୁଖ୍ୟଙ୍କ ସ୍ୱର । କହିଲେ, ସବୁ ପ୍ରସଙ୍ଗରେ ଶାନ୍ତିପୂର୍ଣ୍ଣ ସମାଧାନ ହେବା ଆବଶ୍ୟକ ।”

ଚାଷୀଙ୍କ ପାଇଁ କାଳ ହେଲା ଅଦିନିଆ ବର୍ଷା, କୁଚିଣ୍ଡାରେ ମଣ୍ଡିରେ ଗଜା ହେଉଛି ଧାନ । ମନ୍ତ୍ରୀ କହିଲେ, ଟାର୍ଗେଟରୁ ଅଧିକ କିଣାଯାଉଛି ଧାନ 

କନକ ବ୍ୟୁରୋ : ଚାଷୀଙ୍କୁ କାଳ ହେଲା ଅଦିନିଆ ବର୍ଷା । ପ୍ରଥମେ ଟାର୍ଗେଟ ନଥିବାରୁ ଟୋକନ ଅବଧି ସରିଗଲା । ମଣ୍ଡିରେ ଧାନ ରଖି କେବେ ବିକ୍ରିହେବ ସେନେଇ ଚିନ୍ତାରେ ଥିବାବେଳେ ଏବେ ଅଦିନିଆ ବର୍ଷା ତା ପରେ ଧାନ ଗଜାହେବା , ଚାଷୀଙ୍କୁ ଏବେ ଚିନ୍ତାରେ ପକାଇଛି । ମଣ୍ଡରେ ଖୋଲା ଆକାଶ ତଳେ ପଡିଥିବା ହଜାର ହଜାର ବସ୍ତା ଧାନ ରୁ ଅଧାରୁ ଅଧିକ ଗଜା ହୋଇଗଲାଣି । ଦେଖିଲେ ଦୁଖଃ ଲାଗୁଛି,Continue reading “ଚାଷୀଙ୍କ ପାଇଁ କାଳ ହେଲା ଅଦିନିଆ ବର୍ଷା, କୁଚିଣ୍ଡାରେ ମଣ୍ଡିରେ ଗଜା ହେଉଛି ଧାନ । ମନ୍ତ୍ରୀ କହିଲେ, ଟାର୍ଗେଟରୁ ଅଧିକ କିଣାଯାଉଛି ଧାନ “

ଖୋଲିବ କି ଯାତ୍ରା ପେଣ୍ଡାଲ । ଖଣ୍ଡଗିରି ମେଳାରେ ଯାତ୍ରା ମଞ୍ଚସ୍ଥ ହେବା ନେଇ ଲାଗିରହିଛି ଦ୍ୱନ୍ଦ୍ୱ । ଯାତ୍ରା କମିଟିଠାରୁ ପୁଣି ପ୍ରସ୍ତାବ ମାଗିଲା ବିଏମସି

କନକ ବ୍ୟୁରୋ : ଦୂର ହେବ କି କଳାକାରଙ୍କ ଦୁର୍ଦ୍ଦିନ ସମୟ । ଖଣ୍ଡଗିରି ମେଳାରେ ଏଥର ଜମିବ କି ଯାତ୍ରା । ଚଳିତବର୍ଷ ଏହି ମେଳାର ଯାତ୍ରା ହେବ କି ନାହିଁ ସେ ନେଇ ସସପେନ୍ସ ଜାରି ରହିଛି । ଖଣ୍ଡଗିରି ଯାତ୍ରା କମିଟିକୁ ନୂଆ ପ୍ରସ୍ତାବ ମାଗିଛି ବିଏମସି । ସେପଟେ କଳାକାର କିନ୍ତୁ ଯାତ୍ରା କରିବା ସପକ୍ଷରେ ମତ ଦେଇଛନ୍ତି । ଖଣ୍ଡଗିରିରେ ହେଉଥିବା ମାଘ ସପ୍ତମୀ ମେଳାର ମୁଖ୍ୟ ଆକର୍ଷଣ ଯାତ୍ରାକୁContinue reading “ଖୋଲିବ କି ଯାତ୍ରା ପେଣ୍ଡାଲ । ଖଣ୍ଡଗିରି ମେଳାରେ ଯାତ୍ରା ମଞ୍ଚସ୍ଥ ହେବା ନେଇ ଲାଗିରହିଛି ଦ୍ୱନ୍ଦ୍ୱ । ଯାତ୍ରା କମିଟିଠାରୁ ପୁଣି ପ୍ରସ୍ତାବ ମାଗିଲା ବିଏମସି”

ପ୍ରେମ ଦିବସ ପାଇଁ ଅନଲାଇନ ପ୍ରତାରଣା । ଦାମୀ ମୋବାଇଲ ଓ ହୋଟେଲ ତାଜ ପ୍ୟାଲେସରେ ରହଣିର ଲୋଭ ଦେଖାଉଛନ୍ତି ସାଇବର ଠକ

କନକ ବ୍ୟୁରୋ : ଆଗକୁ ଆସୁଛି ଭାଲେନଟାଇନ ଡେ । ପ୍ରେମୀ ଯୁଗଳ ଏହାକୁ ନେଇ ବେଶ ଉତ୍ସାହିତ ଥିବା ବେଳେ ଏବେ ସାଇବର ଠକ ଏମାନଙ୍କୁ ଟାର୍ଗେଟ କରି ଖେଳୁଛନ୍ତି ଠକେଇର ନୂଆ ଚାଲ । ଭାଲେନଟାଇନ ଡେ ପାଳନ ନାଁରେ ବିଭିନ୍ନ ଗିଫ୍ଟର ଅଫର ଦେଇ ଆକାଉଂଟ ଖାଲି କରୁୁଛନ୍ତି ସାଇବର ଲୁଟେରା । ପ୍ରଥମେ ଆପଣଙ୍କୁ ମୋବାଇଲକୁ ହ୍ୱାଟସଅପରେ ଆସିବ ଏକ ଲିଙ୍କ । ଇଏ ହେଉଛି ସେହି ଲିଙ୍କ । ଏହିContinue reading “ପ୍ରେମ ଦିବସ ପାଇଁ ଅନଲାଇନ ପ୍ରତାରଣା । ଦାମୀ ମୋବାଇଲ ଓ ହୋଟେଲ ତାଜ ପ୍ୟାଲେସରେ ରହଣିର ଲୋଭ ଦେଖାଉଛନ୍ତି ସାଇବର ଠକ”

‘କଳା ଭାରତ ଆତ୍ମନିର୍ଭର ଅଭିଯାନ’ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ । କହିଲେ, ଦେଶର ସବୁ ରାଜ୍ୟର ରାଜଧାନୀ ପର୍ଯ୍ୟନ୍ତ ଏହି ଅଭିଯାନ କାର୍ଯ୍ୟକ୍ରମକୁ ପହଁଚାଇବା ପାଇଁ ପରାମର୍ଶ

କନକ ବ୍ୟୁରୋ : ନୂଆଦିଲ୍ଲୀ ଠାରେ ବୁଧବାର ଖଦି ହମାରା ମନ୍ତ୍ର ଫାଉଣ୍ଡେସନ ଦ୍ୱାରା ଆୟୋଜିତ ‘କଳା ଭାରତ ଆତ୍ମନିର୍ଭର ଅଭିଯାନ’ର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଏହି ଅଭିଯାନ କାର୍ଯ୍ୟକ୍ରମକୁ ଦେଶର ସବୁ ରାଜ୍ୟର ରାଜଧାନୀ ପର୍ଯ୍ୟନ୍ତ ପହଁଚାଇବା ନେଇ ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି କାର୍ଯ୍ୟକ୍ରମରେ ଭାରତର ସମୃଦ୍ଧ ସଂସ୍କୃତି ଏବଂ ସୃଜନଶୀଳ କଳା ଦକ୍ଷତା ଏବଂ ବିଶ୍ୱ ବଜାରରେ ଭାରତ ପାଇଁ ଥିବା ସମ୍ଭାବନା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲାContinue reading “‘କଳା ଭାରତ ଆତ୍ମନିର୍ଭର ଅଭିଯାନ’ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ । କହିଲେ, ଦେଶର ସବୁ ରାଜ୍ୟର ରାଜଧାନୀ ପର୍ଯ୍ୟନ୍ତ ଏହି ଅଭିଯାନ କାର୍ଯ୍ୟକ୍ରମକୁ ପହଁଚାଇବା ପାଇଁ ପରାମର୍ଶ”

ଖୁବଶୀଘ୍ର ଖୋଲିପାରେ ସ୍କୁଲ, ଗଣଶିକ୍ଷା ବିଭାଗ ପ୍ରସ୍ତୁତ କରୁଛି ଏସଓପି । ଦୁଇଟି ସିଫ୍ଟରେ ହୋଇପାରେ ପାଠପଢା ।

କନକ ବ୍ୟୁରୋ : ସ୍କୁଲ ଖୋଲିବାକୁ ଚାଲିଛି ପ୍ରସ୍ତୁତି । ଏଥିପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିଅର ବା ଏସଓପି ତିଆରି କରୁଛି ସ୍କୁଲ ଓ ଗଣିଶିକ୍ଷା ବିଭାଗ । ସ୍କୁଲ ଖୋଲିଲେ କେମିତି ପାଳନ ହେବ ନିୟମ ଓ କିଭଳି ପାଠପଢା ହେବ ସେଥିଲାଗି ଚାଲିଛି ବିଚାରବିମର୍ଷ । ଦୀର୍ଘ ୯ ମାସ ହେଲା କରୋନା ପାଇଁ ସ୍କୁଲ ବନ୍ଦ । ଏତେ ସମୟ ଧରି ସ୍କୁଲ ବନ୍ଦ ରହିବା ଅତୀତରେ କେବେ ବି ଦେଖାଯାଇନଥିଲା ।Continue reading “ଖୁବଶୀଘ୍ର ଖୋଲିପାରେ ସ୍କୁଲ, ଗଣଶିକ୍ଷା ବିଭାଗ ପ୍ରସ୍ତୁତ କରୁଛି ଏସଓପି । ଦୁଇଟି ସିଫ୍ଟରେ ହୋଇପାରେ ପାଠପଢା ।”

Design a site like this with WordPress.com
Get started