ଗରିବୀକୁ ନେଇ ବିଶ୍ୱବ୍ୟାଙ୍କର ଆକଳନ । ଅନ୍ତର୍ଜାତୀୟ ସଂସ୍ଥା କହିଲା କରୋନା ପାଇଁ ବିଶ୍ୱରେ ଗରିବ ହୋଇଯିବେ ୧୨ କୋଟି ୪୦ ଲକ୍ଷ ଲୋକ

କନକ ବ୍ୟୁରୋ: କରୋନା ପାଇଁ ବିଶ୍ୱରେ ଗରିବ ହୋଇଯିବେ- ୧୨ କୋଟି ୪୦ ହଜାର ଲୋକ । ଏଭଳି ଆକଳନ କରିଛି ବିଶ୍ୱ ବ୍ୟାଙ୍କ । ବିଶ୍ୱ ମହାମାରୀ କରୋନା ସହ ଲଢେଇ ଜାରି ରହିଛି । ଟିକା ଆସିଯିବା ପରେ ଏହି ଲଢେଇ ମାନବ ସଭ୍ୟତାକୁ ସୁରକ୍ଷା ଦେଇପାରିବ ବୋଲି ଆଶା କରାଯାଉଛି । ହେଲେ ବିଶ୍ୱବ୍ୟାପୀ କରୋନା ସଂକ୍ରମଣରେ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ହେଉଛି । ତେବେ ଏହି ମହାମାରୀ କେବଳ ଲୋକଙ୍କContinue reading “ଗରିବୀକୁ ନେଇ ବିଶ୍ୱବ୍ୟାଙ୍କର ଆକଳନ । ଅନ୍ତର୍ଜାତୀୟ ସଂସ୍ଥା କହିଲା କରୋନା ପାଇଁ ବିଶ୍ୱରେ ଗରିବ ହୋଇଯିବେ ୧୨ କୋଟି ୪୦ ଲକ୍ଷ ଲୋକ”

କୋରାପୁଟ ବିଧାୟକଙ୍କ ମହତ କାମ: ଦୁର୍ଘଟଣାରେ ଗୁରୁତର ଆହତ ବ୍ୟକ୍ତିଙ୍କୁ ଆମ୍ବୁଲାନ୍ସରେ ପଠାଇଲେ ହସ୍ପିଟାଲ

କନକ ବ୍ୟୁରୋ: କୋରାପୁଟ ବିଧାୟକଙ୍କ ମାନବିକତା । ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଯୁବକଙ୍କୁ ହସ୍ପିଟାଲ ପଠାଇଲେ ବିଧାୟକ । କୌଣସି ଏକ କାମରେ ଯୋଗ ଦେବା ପାଇଁ ବିଧାୟକ ଲକ୍ଷ୍ମୀପୁର ଯାଉଥିଲେ । ତେବେ ଯିବା ବାଟରେ କୁସୁମଗୁଡା ଘାଟି ନିକଟରେ ଏକ ସଡକ ଦୁର୍ଘଟଣାରେ ଗୁରୁତର ହୋଇ ରାସ୍ତାରେ ଛଟପଟ ହେଉଥିଲେ ବାଇକ ଆରୋହୀ ଓ ତାଙ୍କ ପତ୍ନୀ । ବିଧାୟକ ଗାଡିରୁ ଓହ୍ଲାଇ ଆସି ସେମାନଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲ ପଠାଇବା ବ୍ୟବସ୍ଥା କରିଥିଲେContinue reading “କୋରାପୁଟ ବିଧାୟକଙ୍କ ମହତ କାମ: ଦୁର୍ଘଟଣାରେ ଗୁରୁତର ଆହତ ବ୍ୟକ୍ତିଙ୍କୁ ଆମ୍ବୁଲାନ୍ସରେ ପଠାଇଲେ ହସ୍ପିଟାଲ”

କାଲିର ରେକର୍ଡ ଆଜି ଭାଙ୍ଗୁଛି ବର୍ଦ୍ଧିତ ତୈଳ ଦର: ଆଜି ମାଲକାନାଗିରିରେ ପେଟ୍ରୋଲ ଦର ସର୍ବାଧିକ ୯୧ଟଙ୍କା ୪୨ ପଇସା; ଭୁବନେଶ୍ୱରରେ ଡ଼ିଜେଲ ଲିଟର ୮୬ ଟଙ୍କା ୭୪ ପଇସା ଛୁଇଁଲା

କନକ ବ୍ୟୁରୋ: କ୍ରମାଗତ ବଢିଚାଲିଛି ପେଟ୍ରୋଲ ଓ ଡିଜେଲ ଦର । ଆଜି ମାଲକାନାଗିରିରେ ପେଟ୍ରୋଲ ଦର ସର୍ବାଧିକ ୯୧ ଟଙ୍କା ୪୨ ପଇସା ହୋଇଛି । ସେହିପରି ଡ଼ିଜେଲ ୮୭ ଟଙ୍କା ୫୬ ପଇସା ରହିଛି । ରାଜଧାନୀ ଭୁବନେଶ୍ୱରରେ ଡ଼ିଜେଲ ଲିଟର ପିଛା ଦର ୮୩ ଟଙ୍କା ୩ ପଇସା ରହିଛି  ଓ ପେଟ୍ରୋଲ ୮୬ ଟଙ୍କା ୭୪ ପଇସା ହୋଇଛି । ଅନ୍ୟପଟେ, ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରସଙ୍ଗରେ ପ୍ରତିକ୍ରିୟାContinue reading “କାଲିର ରେକର୍ଡ ଆଜି ଭାଙ୍ଗୁଛି ବର୍ଦ୍ଧିତ ତୈଳ ଦର: ଆଜି ମାଲକାନାଗିରିରେ ପେଟ୍ରୋଲ ଦର ସର୍ବାଧିକ ୯୧ଟଙ୍କା ୪୨ ପଇସା; ଭୁବନେଶ୍ୱରରେ ଡ଼ିଜେଲ ଲିଟର ୮୬ ଟଙ୍କା ୭୪ ପଇସା ଛୁଇଁଲା”

ଦୀର୍ଘଦିନର ବାନ୍ଧବୀ ନତାଶାଙ୍କୁ ବିବାହ କଲେ ବରୁନ୍ ଧାୱନ : ସାମ୍ନାକୁ ଆସିଲା ନବ ବିବାହିତ ଦମ୍ପତିଙ୍କ ଫଟୋ

କନକ ବ୍ୟୁରୋ : ବିବାହ ବନ୍ଧନରେ ବାନ୍ଧିହେଲେ ବଲିଉଡ଼ ଅଭିନେତା ବରୁଣ ଧାୱନ । ସାତଜନ୍ମ ପାଇଁ ଗର୍ଲଫ୍ରେଣ୍ଡ ତଥା ଫେମସ ଡିଜାଇନର ନତାଶା ଦଲାଲଙ୍କ ହାତ ଧରିଛନ୍ତି ବରୁଣ । ଆଲିବାଗର ଏକ ରିସୋର୍ଟ ଦି ମ୍ୟାନସନ୍ ହାଉସରେ ହୋଇଛି ଉଭୟଙ୍କ ବିବାହ ଉତ୍ସବ । ବିବାହ ପାଇଁ ଦି ମ୍ୟାନସନ୍ ହାଉସକୁ ଅତି ସୁନ୍ଦର ଭାବେ ସଜେଇ ଦିଆଯାଇଥିଲା । ତେବେ ଉଭୟଙ୍କ ବିବାହ କେବଳ ୪୦ ଲୋକ ସାମିଲ ହୋଇଥିଲେ । କରୋନାContinue reading “ଦୀର୍ଘଦିନର ବାନ୍ଧବୀ ନତାଶାଙ୍କୁ ବିବାହ କଲେ ବରୁନ୍ ଧାୱନ : ସାମ୍ନାକୁ ଆସିଲା ନବ ବିବାହିତ ଦମ୍ପତିଙ୍କ ଫଟୋ”

ବଢ଼ୁଛି ବସନ୍ତ-ପ୍ରଦୀପ୍ତ ଫାଟ ! ଉଷ୍ମ ହେଉଛି ବିଜେପିର ଦୁଇ ତୁଙ୍ଗ ନେତାଙ୍କ ଭିତରେ ଚାଲିଥିବା ଶୀତଳ ଯୁଦ୍ଧ । ଦ୍ୱନ୍ଦ୍ୱରେ ଦଳୀୟ କର୍ମୀ

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗତ ୧୪ ତାରିଖର କଳାହାଣ୍ଡି ଗସ୍ତ ଜିଲ୍ଲା ବିଜେପିରେ ଥିବା ଫାଟକୁ ଚଉଡ଼ା କରିଛି। ରାଜ୍ୟ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଓ କଳାହାଣ୍ଡି ଲୋକସଭା ସଦସ୍ୟ ବସନ୍ତ ପଣ୍ଡାଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧର ଉଷ୍ମତା ଏବେ ବେଶ୍‌ ଅନୁଭବ କରି ହେଉଛି। ଆଗାମୀ ଦିନରେ ଏହି ଶୀତଳ ଯୁଦ୍ଧର ପରିଣତି ଦଳକୁ ଅଡ଼ୁଆରେ ପକାଇପାରେ ବୋଲି କୁହାଯାଉଛି। ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଦଳୀୟ କାର୍ଯ୍ୟକ୍ରମContinue reading “ବଢ଼ୁଛି ବସନ୍ତ-ପ୍ରଦୀପ୍ତ ଫାଟ ! ଉଷ୍ମ ହେଉଛି ବିଜେପିର ଦୁଇ ତୁଙ୍ଗ ନେତାଙ୍କ ଭିତରେ ଚାଲିଥିବା ଶୀତଳ ଯୁଦ୍ଧ । ଦ୍ୱନ୍ଦ୍ୱରେ ଦଳୀୟ କର୍ମୀ”

ଏବେ ସବୁ ପାଇଁ ଗୋଟିଏ ନମ୍ବର: ଯାତ୍ରୀଙ୍କ ସୁବିଧା ପାଇଁ ରେଳବାଇ ଜାରି କଲା ହେଲ୍ପଲାଇନ ନମ୍ବର-୧୩୯;ଏଣିକି ଗୋଟିଏ ନମ୍ବରରେ ଯାତ୍ରୀ ପାଇପାରିବେ ଟ୍ରେନ୍ ସମ୍ପର୍କିତ ସମସ୍ତ ତଥ୍ୟ

କନକ ବ୍ୟୁରୋ : ରେଳବାଇରେ ଥିବା ସମସ୍ତ ହେଲ୍ପଲାଇନ ନମ୍ବରକୁ ହେଲ୍ପଲାଇନ ନମ୍ବର-୧୩୯ ସହିତ ମିଶ୍ରଣ କରାଯାଇଛ। ଯାତ୍ରୀ କିମ୍ବା ରେଳ ବ୍ୟବହାରକାରୀ ଏହି ନମ୍ବରକୁ ମନେ ରଖିବା ଓ ରେଳବାଇ ସହ ଯୋଗାଯୋଗ କରିବା ସହଜ ହୋଇପାରିବ । ରେଳବାଇ ହେଲ୍ପଲାଇନ ନମ୍ବର-୧୩୯ ସହ ସୁରକ୍ଷା, ସାଧାରଣ ଅଭିଯୋଗ, କ୍ୟାଟରିଂ, ଭିଜିଲାନ୍ସ ଆଦି ହେଲ୍ପ ଲାଇନ ନମ୍ବରକୁ ମିଶ୍ରଣ କରାଯାଇଛି । ଏହି ଐକିକ ହେଲ୍ପଲାଇନ ନମ୍ବର ଯାତ୍ରା ସମୟରେ ସମସ୍ତ ଅନୁସନ୍ଧାନ ଓ ଅଭିଯୋଗContinue reading “ଏବେ ସବୁ ପାଇଁ ଗୋଟିଏ ନମ୍ବର: ଯାତ୍ରୀଙ୍କ ସୁବିଧା ପାଇଁ ରେଳବାଇ ଜାରି କଲା ହେଲ୍ପଲାଇନ ନମ୍ବର-୧୩୯;ଏଣିକି ଗୋଟିଏ ନମ୍ବରରେ ଯାତ୍ରୀ ପାଇପାରିବେ ଟ୍ରେନ୍ ସମ୍ପର୍କିତ ସମସ୍ତ ତଥ୍ୟ”

ସଚଳ ହେବ ହାଇସ୍କୁଲ ପାଠାଗାର: ପ୍ରକାଶକଙ୍କଠାରୁ ଦରଖାସ୍ତ ଆହ୍ୱାନ…ଚୟନରେ ସ୍ୱଚ୍ଛତା ନେଇ ଆଶଙ୍କା; ଜଣେ ପ୍ରକାଶକଙ୍କର ୧୫ଟି ପୁସ୍ତକ ଚୟନ ହେବ

କନକ ବ୍ୟୁରୋ: ସଚଳ ହେବ ସ୍କୁଲ ପାଠାଗାର। ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ମାଧ୍ୟମିକ ବିଦ୍ୟାଳୟ(ହାଇସ୍କୁଲ)ର ପାଠଗାରଗୁଡ଼ିକୁ ପୁଣିଥରେ କାର୍ଯ୍ୟକ୍ଷମ କରିବାକୁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୯ମ ଓ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଉପଯୋଗୀ ବିଭିନ୍ନ ପୁସ୍ତକଗୁଡ଼ିକୁ ପାଠାଗାରରେ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ଓଡ଼ିଶାର ପ୍ରକାଶକ ତଥା ପ୍ରକାଶନୀ ସଂସ୍ଥାଙ୍କଠାରୁ ପୁସ୍ତକ ଆହ୍ୱାନ କରାଯାଇଛି। ପାଠାଗାର ଲାଗି କେଉଁ ସବୁ ବିଷୟର ପୁସ୍ତକ ଆବଶ୍ୟକତାContinue reading “ସଚଳ ହେବ ହାଇସ୍କୁଲ ପାଠାଗାର: ପ୍ରକାଶକଙ୍କଠାରୁ ଦରଖାସ୍ତ ଆହ୍ୱାନ…ଚୟନରେ ସ୍ୱଚ୍ଛତା ନେଇ ଆଶଙ୍କା; ଜଣେ ପ୍ରକାଶକଙ୍କର ୧୫ଟି ପୁସ୍ତକ ଚୟନ ହେବ”

ଓଡ଼ିଶାର ମୁଖ୍ୟମନ୍ତ୍ରୀ ପୁଣି ନଂ ୧ : ମୁଡ୍‌ ଅଫ୍ ଦି ନେସନ୍‌ ଜାନୁଆରୀ ୨୦୨୧ ପୋଲ୍‌ରେ ଶୀର୍ଷରେ ନବୀନ; ଦ୍ବିତୀୟ ସ୍ଥାନରେ ଅରବିନ୍ଦ କେଜ୍ରିୱାଲ

କନକ ବ୍ୟୁରୋ : ଦେଶର ଲୋକପ୍ରିୟ ତାଲିକାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଶୀର୍ଷରେ ରହିଛନ୍ତି । ନିକଟରେ ଏବିପି ଓ ସି ଭୋଟର୍ସ ପକ୍ଷରୁ ପ୍ରସ୍ତୁତ ତାଲିକାରେ ନବୀନ ପଟ୍ଟନାୟକ ଦେଶର ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହେବାର ଗୌରବ ଅର୍ଜନ କରିଥିଲେ । ଏବେ ଦେଶର ପ୍ରତିଷ୍ଠିତ ମାଗାଜିନ୍ ଇଣ୍ଡିଆ ଟୁଡେ ଗ୍ରୁପ୍ ଏବଂ କାର୍ଭି ଇନ୍‌ସାଇଟ୍ ପକ୍ଷରୁ ପ୍ରସ୍ତୁତ ଜାନୁଆରୀ ୨୦୨୧ ମୁଡ୍‌ ଅଫ୍ ଦି ନେସନ୍‌ ପୋଲ୍‌ରେ ନବୀନ ଶୀର୍ଷ ସ୍ଥାନContinue reading “ଓଡ଼ିଶାର ମୁଖ୍ୟମନ୍ତ୍ରୀ ପୁଣି ନଂ ୧ : ମୁଡ୍‌ ଅଫ୍ ଦି ନେସନ୍‌ ଜାନୁଆରୀ ୨୦୨୧ ପୋଲ୍‌ରେ ଶୀର୍ଷରେ ନବୀନ; ଦ୍ବିତୀୟ ସ୍ଥାନରେ ଅରବିନ୍ଦ କେଜ୍ରିୱାଲ”

ଆଉ ନାହାନ୍ତି ଶାନ୍ତିସ୍ୱରୁପ ମିଶ୍ର । ଓଡିଆ ଚଳଚ୍ଚିତ୍ରର ବର୍ଷିଆନ ଅଭିନେତା ଶାନ୍ତିସ୍ୱରୁପ ମିଶ୍ରଙ୍କ ୭୨ ବର୍ଷ ବୟସରେ ପରଲୋକ । ଆଜି ହେବ ଶେଷକୃତ୍ୟ

କନକ ବ୍ୟୁରୋ: ସମ୍ବଲପୁରର ବର୍ଷିଆନ ଓଡିଆ ଚଳଚ୍ଚିତ୍ର ଅଭିନେତା ଶାନ୍ତିସ୍ୱରୁପ ମିଶ୍ରଙ୍କ ପରଲୋକ ହୋଇଛି । ରବିବାର ସନ୍ଧ୍ୟାରେ ସମ୍ବଲପୁରର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୨ବର୍ଷ ବୟସ ହୋଇଥିଲା । ସେ ବାଥରୁମରେ ପଡି ଆହତ ହେବା ପରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ୭୦ ଦଶକର ସିନେମା ମନର ଆକାଶ, ବନ୍ଧୁ ମହାନ୍ତି ଓ କୃଷ୍ଣ ସୁଦାମା ଆଦି ଓଡିଆ ଫିଲ୍ମରେContinue reading “ଆଉ ନାହାନ୍ତି ଶାନ୍ତିସ୍ୱରୁପ ମିଶ୍ର । ଓଡିଆ ଚଳଚ୍ଚିତ୍ରର ବର୍ଷିଆନ ଅଭିନେତା ଶାନ୍ତିସ୍ୱରୁପ ମିଶ୍ରଙ୍କ ୭୨ ବର୍ଷ ବୟସରେ ପରଲୋକ । ଆଜି ହେବ ଶେଷକୃତ୍ୟ”

ଚାଷୀଙ୍କ ଟ୍ରାକ୍ଟର ରାଲିରେ ଅଘଟଣ ଘଟାଇବା ପାଇଁ ପାକରେ ଚାଲିଛି ଷଡଯନ୍ତ୍ର: ଦିଲ୍ଲୀ ପୋଲିସ କହିଲା, ପାକିସ୍ତାନରେ ତିଆରି କରାଯାଇଛି ୩୦୮ଟି ଟ୍ୱିଟର ଆକାଉଣ୍ଟ

କନକ ବ୍ୟୁରୋ: ଭାରତରେ ଅଘଟଣ ଘଟାଇବା ପାଇଁ ପାକିସ୍ତାନ ରଚୁଛି ଷଡଯନ୍ତ୍ର । ସାଧାରଣତନ୍ତ୍ର ଦିବସ ଏବଂ ଟ୍ରାକ୍ଟର ରାଲି ଭିତରେ ଅଶାନ୍ତିର ବାତାବରଣ ସୃଷ୍ଟି କରିବା ପାଇଁ ଷଡଯନ୍ତ୍ର ହେଉଥିବା ନେଇ ସୂଚନା ଦେଇଛି ଦିଲ୍ଲୀ ପୋଲିସ୍ । ଆଉ ଏଥିପାଇଁ ସୋସିଆଲ ମିଡିଆକୁ ଅସ୍ତ୍ର କରିଛି ପାକିସ୍ତାନ । ଦିଲ୍ଲୀ ପୋଲିସ ସୂଚନା ଦେଇ କହିଛି, କୃଷକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି କରିବା ଲାଗି ଜାନୁଆରୀ ୧୩ ରୁ ୧୮ ତାରିଖ ମଧ୍ୟରେ ପାକିସ୍ତାନରେContinue reading “ଚାଷୀଙ୍କ ଟ୍ରାକ୍ଟର ରାଲିରେ ଅଘଟଣ ଘଟାଇବା ପାଇଁ ପାକରେ ଚାଲିଛି ଷଡଯନ୍ତ୍ର: ଦିଲ୍ଲୀ ପୋଲିସ କହିଲା, ପାକିସ୍ତାନରେ ତିଆରି କରାଯାଇଛି ୩୦୮ଟି ଟ୍ୱିଟର ଆକାଉଣ୍ଟ”

Design a site like this with WordPress.com
Get started